• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

mataji
ଅବିଶ୍ୱସନୀୟ : ନା ଖାଦ୍ୟ ନା ପାଣି; ପବନ ଆହାରରେ ୭୦ ବର୍ଷ ବଞ୍ଚିଛନ୍ତି ମହାଯୋଗୀ

ମେହସାନା (ଗୁଜରାଟ): ଜଣେ ଏମିତି ମଣିଷ ଯିଏକି ଦୀର୍ଘ ଦିନ ହେବ କିଛି ନ ଖାଇ ନ ପିଇ କେବଳ ପବନ ଆହାରରେ ବଞ୍ଚିଛନ୍ତି ବୋଲି ଦାବି କରିଛନ୍ତି । ସେ ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ ପୂରା ୭ ଦଶନ୍ଧି ଅର୍ଥାତ୍ ୭୦ ବର୍ଷ । ୮୮ ବର୍ଷ ବୟସ୍କ ଏହି ବୃଦ୍ଧ ଜଣେ ହେଉଛନ୍ତି ଜଣେ ଯୋଗସାଧକ । ତାଙ୍କ ନାମ ପ୍ରହ୍ଲାଦ ଜୈନ। ଗୁଜରାଟର ଚରୋଡ ଗାଁରେ ଏକ ଆଶ୍ରମରେ […]

  • Saturday, 17 July 2021
room
କର୍ଣ୍ଣାଟକ ରାଜନୀତି ; ରାତି ସାରା ବିଧାନସଭାରେ ବିଜେପି ବିଧାୟକଙ୍କ ଧାରଣା

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତିରେ ଜାରି ରହିଛି ହାଇଡ୍ରାମା। ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ କରାଇବାକୁ ରାଜ୍ୟପାଳ ବାଜୁଭାଇ ବାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆସ୍ଥାଭୋଟ କରାଇବା ପାଇଁ ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ  ନ ମାନି ବାଚସ୍ପତି ଆଜି ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ।  ଗୃହ ମୁଲତବୀ ଘୋଷଣା କରିବା ପରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା ସହ ଆସ୍ଥା ଭୋଟ ନ […]

  • Saturday, 17 July 2021
kim jong and trump
ଆଗକୁ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଦେଖିବ: କିମ୍ ଜଙ୍ଗ୍

ସିଙ୍ଗାପୁର: ଆମେରିକା-ଉତ୍ତର କୋରିଆ ଐତିହାସିକ ଶିଖର ସମ୍ମିଳନୀ ଶେଷରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷର ପରେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ କହିଛନ୍ତି ଯେ, ଆମେ ଅତୀତକୁ ଭୁଲିଯିବାକୁ ନିଷ୍ପତ୍ତି ନେଇଛୁ।  ଆଗକୁ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଦେଖିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ଆହୁରି ଅନେକ ଥର ସାକ୍ଷାତ ଆଲୋଚନା କରିବୁ। କିମ୍‌ଙ୍କୁ  ହ୍ୱାଇଟ୍‌ ହାଉସ୍‌କୁ ନିମନ୍ତ୍ରଣ ନେଇ ପ୍ରଶ୍ନରେ […]

  • Saturday, 17 July 2021
rahul-gandhi-bhiwandi
ଆରଏସଏସ ମାନହାନୀ ମାମଲା: ରାହୁଲ ଗାନ୍ଧୀ କହିଲେ ଭୁଲ କରି ନାହିଁ

ନୂଆଦିଲ୍ଲୀ: ଆରଏସ୍‌ଏସ୍‌ ଉଦ୍ଦେଶ୍ୟରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି । ୨୦୧୪ରେ ଏକ ନିର୍ବାଚନୀ ସଭାରେ ରାହୁଲ ଆରଏସଏସକୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ବୋଲି କହିଥିଲେ । କୋର୍ଟରେ ହାଜିରା ବେଳେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ଭୁଲ୍ କରିଛନ୍ତି ବୋଲି ଅନୁଭବ କରୁଛନ୍ତି କି ? ରାହୁଲ କହିଥିଲେ ନାଁ ଓ ସେ ନିର୍ଦ୍ଦୋଷ । ରାହୁଲ ଭୁଲ୍ କରିନାହାନ୍ତି ବୋଲି […]

  • Saturday, 17 July 2021
Atal Bihari Vajpayee
ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ଏମ୍ସ ପକ୍ଷରୁ ବୁଲେଟିନ୍‌ ଜାରି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଆଜି ଏକ ହେଲଥ୍‌ ବୁଲେଟିନ୍ ଜାରି କରାଯାଇଛି। ଚିକିତ୍ସା ପ୍ରକ୍ରିୟାକୁ ତାଙ୍କ ଶରୀର ଗ୍ରହଣ କରୁଛି ଓ ଇଞ୍ଜେକ୍‌ସନ୍‌ ଦ୍ୱାରା ଆଣ୍ଟିବାୟୋଟିକ୍ସ ଦିଆଯାଉଛି। ବାଜପେୟୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡିକର ଅବସ୍ଥା ସ୍ଥିର ରହିଛି। ସଂକ୍ରମଣରୁ ମୁକ୍ତ ହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ ବୋଲି ଏମ୍ସ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ବାଜପେୟୀଙ୍କୁ ୟୁରିନ୍‌ ସଂକ୍ରମଣ […]

  • Saturday, 17 July 2021
representational image
୨ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ; ଜଣେ ମୃତ, ଜଣେ ଗୁରୁତର

ବରଗଡ଼: ବରଗଡରେ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏଥିରେ ସାନ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ ଉଭଣୀ ଗୁରୁତର ହୋଇପଡିଛନ୍ତି। ବରଗଡ଼ ଟାଉନ ଥାନା ନିଗମାନନ୍ଦ ବିହାରରେ ଏହି ଅଘଟଣ ଘଟିଛି। ନିଗମାନନ୍ଦ ବିହାରରେ ୨୩ ବର୍ଷୀୟା ଗୁଡିଆ ଶର୍ମା ଓ ତାଙ୍କ ସାନ ଭଉଣୀ ୨୧ ବର୍ଷୀୟା ପ୍ରିୟଙ୍କା ପରିବାର ସହ ରହୁଥିଲେ। ତେବେ ଗତକାଲି ରାତିରେ ଦୁଇ ଭଉଣୀ କୌଣସି କାରଣରୁ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତୁରନ୍ତ […]

  • Saturday, 17 July 2021
keonjhar
ରାତି ଅଧରେ ଥାନା ଘେରାଉ କଲେ ମହିଳା

କେନ୍ଦୁଝର: ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଘେରାଉ କଲେ ପ୍ରାୟ ଶହେ ଜଣ ମହିଳା। ପଡ଼ିହାରୀପଲ୍ଲୀ ପଞ୍ଚାୟତର ମା ତାରିଣୀ ମହିଳା ସଂଘର ସଦସ୍ୟା ମାନେ ଗତ ରାତିଠୁ ଥାନା ଘେରାଉ କରିଛନ୍ତି। ସୂଚନା ଅନୁସାରେ ମା ତାରିଣୀ ମହିଳା ସଂଘ ପକ୍ଷରୁ ଏକ ଚୋରା ମଦ ଦୋକାନ ଉପରେ ଚଢ଼ାଉ ଘଟଣାକୁ କେନ୍ଦ୍ର କରି ସଂଘର ଜଣେ ସଦସ୍ୟା ଓ ତାଙ୍କ ସ୍ୱାମୀଙ୍କ ଉପରେ ଗତ ରାତିରେ ଆକ୍ରମଣ ହୋଇଥିଲା। ଫଳରେ ଦୋଷୀ […]

  • Saturday, 17 July 2021
child-theft
ପିଲା ଚୋର ସନ୍ଦେହରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିର୍ଧୂମ ପିଟିଲେ ଲୋକେ

ଢ଼େଙ୍କାନାଳ: ରାଜ୍ୟରେ ଥମୁନି ପିଲା ଚୋର ଗୁଜବ।  ପିଲା ଚୋର ସନ୍ଦେହରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ଗାଁ ଲୋକେ ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ଢ଼େଙ୍କାନାଳ ଜିଲ୍ଲା କଣ୍ଟାପାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ସକାଳ ୧୦ଟା ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଗାଁରେ ବୁଲୁଥିବାବେଳେ କିଛି ଲୋକ ତାଙ୍କୁ ପିଲା ଚୋର ଭାବି ଗୋଡ଼ାଇ ଧରିବା ସହ ମାଡ଼ ମାରି ଥିଲେ। ଏହି ଘଟଣାରେ ପୋଲିସର ତଦନ୍ତ ପରେ […]

  • Saturday, 17 July 2021
monsoon
ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା

ଭୁବନେଶ୍ୱର: ଦୁର୍ବଳ ହେବାରେ ଲାଗିଛି ମୌସୁମୀ।  ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାକି ସ୍ଥାନ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ରାଜ୍ୟରେ ଆଜି କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ସାଢ଼େ ୧ଟା ଯାଏଁ […]

  • Saturday, 17 July 2021
online admission
ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ ଆଜିଠୁ ଅନ୍‌ଲାଇନ୍‌ ଆବେଦନ

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆଜିଠୁ ଅନ୍‌ଲାଇନ୍‌ ଯୋଗେ ଛାତ୍ରଛାତ୍ରୀ ମାନେ ୱେବସାଇଟ୍ ଜରିଆରେ ଆବେଦନ କରିପାରିବେ। ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଜୁନ୍ ୨୬। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଓ ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ  ଜୁଲାଇ ୪ରୁ ୭ ପର୍ଯ୍ୟନ୍ତ ଆଡମିଶନ୍ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ […]

  • Saturday, 17 July 2021
rourkela.
ଆଇଜିଏଚ୍‌ ହେବ ସୁପର ସ୍ପେସିଆଲିଟି ହସ୍ପିଟାଲ; କାମ ଆରମ୍ଭ

ରାଉରକେଲା: ଇସ୍ପାତ୍‌ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସୁପର ସ୍ପେସିଆଲିଟି ହସ୍ପିଟାଲ କରିବା ପାଇଁ ମୋଦି ଯେଉଁ ଘୋଷଣା କରିଥିଲେ ସେହି କାମ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ଗତକାଲି ରାଉରକେଲା ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସେ ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସୁପର ସ୍ପେସିଆଲିଟି ବ୍ଳକର ଶିଳାନ୍ୟାସ କରିଥିଲେ। ଏହାର ନିର୍ମାଣ ପାଇଁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସେ […]

  • Saturday, 17 July 2021
keonjhar.
ବସ୍‌ରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର: ବସ୍‌ ଭିତରେ ବଦମାସୀ। ବସ୍‌ରେ ଯୁବତୀଙ୍କୁ କଣ୍ଡକ୍ଟର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ଯୁବତୀ ଜଣକ କେନ୍ଦୁଝର ଯିବା ପାଇଁ ବସ୍‌ଷ୍ଟାଣ୍ଡରେ ଏକ ପ୍ରାଇଭେଟ ବସ୍‌ରେ ଚଢ଼ିଥିଲେ। ସେତେବେଳେ କୌଣସି ଯାତ୍ରୀ ନ ଥିବାର ସୁଯୋଗ ନେଇ କଣ୍ଡକ୍ଟର ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଚିତ୍କାର କରିବାରୁ ତାଙ୍କୁ ଛାଡ଼ି ଦେବା ସହ ଟିକେଟ ଫେରାଇ ପଳାଇ ଯିବାକୁ କୁହାଯାଇଥିଲା। ତେବେ ଏ […]

  • Saturday, 17 July 2021
kartak
କର୍ଣ୍ଣାଟକ ବିଧାନସଭାରେ ହାଇଡ୍ରାମା ; ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ବାଚସ୍ପତି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାରେ ହାଇଡ୍ରାମା। ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ବାଚସ୍ପତି। ଆଜି ସୁଦ୍ଧା ଆସ୍ଥା ଭୋଟ୍ କରାଇବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ବି ଏହାକୁ ନମାନି ଆସନ୍ତାକାଲି ଦିନ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ସେପଟେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା ସହ ଆସ୍ଥା ଭୋଟ ନହେବା ଯାଏଁ ଗୃହ ନଛାଡ଼ିବାକୁ ବିଜେପି ବିଧାୟକମାନେ ଅଡ଼ିବସିଛନ୍ତି। ଗୃହ ଭିତରେ ରାତି ସାରା ଧାରଣା ଦେବେ ବୋଲି କହିଛନ୍ତି ବିଜେପି ନେତା […]

  • Saturday, 17 July 2021