କୋଚି : ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି ପ୍ରଥମ ମହିଳା ପାଇଲଟ୍ ସବ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ । ଆଜି ବିଧିବଦ୍ଧ ଭାବେ କୋଚି ନେଭାଲ୍ ବେସ୍ରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ତାଙ୍କୁ ଭାରତୀୟ ନାଭିର ଡୋନିୟର୍ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଉଡ଼ାଇବାର ସୁଯୋଗ ମିଳିଛି। ନେଭିର କୌଣସି ମହିଳା ପାଇଲଟ୍ ଭାବେ ପ୍ରଥମର ଥର ପାଇଁ କକ୍ପିଟ୍ରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶିବାଙ୍ଗୀ। ଭାରତୀୟ ନାଭାଲ ଏକାଡେମୀରେ ସମସ୍ତ ଟ୍ରେନିଂ ସାରିଛନ୍ତି ଶିବାଙ୍ଗୀ । ସେ […]
ନୂଆଦିଲ୍ଲୀ :ପ୍ରିୟଙ୍କା ଗାନ୍ଧିଙ୍କ ଲୋଧି ଇଷ୍ଟେଟ ବାସଭବନରେ ଲୋକଙ୍କ ଭିଡ଼ । ଧସେଇ ପସିବା ସହ ତାଙ୍କ ସହ ସେଲଫି ନେବାକୁ ଉଦ୍ୟମ କଲେ । କାରଣ କଣ ହୋଇପାରେ ? ପ୍ରକୃତ କଥା ଏୟା ଯେ, କେନ୍ଦ୍ର ସରକାର ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା କୋହଳ କରିବା ପରେ ଏକ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଗତ ସପ୍ତାହରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧିଙ୍କ ଅଫିସ ପକ୍ଷରୁ ସିଆରପିଏଫକୁ […]
ସୁରତ : ସୁନା ଠାରୁ ଏବେ ମୂଲ୍ୟବାନ ହେବାରେ ଲାଗିଛି ପିଆଜ। ଘର ଠାରୁ ହୋଟେଲ୍ ସବୁଠି ଉଭାନ ହୋଇଯାଇଛି । ପିଆଜ ଦର ସାରା ଦେଶରେ ସେଞ୍ଚୁରୀ ପାର୍ କରିଛି । ବର୍ଦ୍ଧିତ ଦରରେ ପିଆଜ କିଣିବାକୁ ଲୋକେ ଅମଙ୍ଗ ହେଉଛନ୍ତି । ଆଉ ଏଭଳି ସମୟରେ ସୁରତରୁ ଆସିଛି ପିଆଜ ଚୋରିର ଖବର । ଲୁଟେରାମାନେ ସୁରତର ଏକ ବଜାରରୁ ରାତି ଅଧରେ ଜଣେ ବ୍ୟବସାୟୀଙ୍କ ଦୋକାନରୁ ୨୫୦ କିଲୋଗ୍ରାମର ପିଆଜ ଚୋରି ନେଇଛନ୍ତି […]
ମୁମ୍ବାଇ : ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଶପଥ ପାଠ ଉତ୍ସବରେ ଅନେକ ଅଭୂତ ପୂର୍ବ ଘଟଣା ଘଟିଛି। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ବାଲା ସାହେବ ଠାକରେ ଦେଖିଥିବା ସ୍ୱପ୍ନକୁ ମଧ୍ୟ ସେ ପୂରଣ କରିଛନ୍ତି। ଏହାବାଦ ଅନେକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଆଜି ଶପଥ ପାଠ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଜେପିର […]
ମହାରାଷ୍ଟ୍ର : ଉଦ୍ଧବ ବାଲ୍ ଠାକ୍ରେ । ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍ରେଙ୍କ କନିଷ୍ଠ ପୁତ୍ର ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍ରେଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଉଦ୍ଧବ। ୧୯୬୦ ଜୁଲାଇ ୨୭ ରେ ଉଦ୍ଧବଙ୍କର ଜନ୍ମ । ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ପ୍ରଥମରୁ ରାଜନୀତି ଅପେକ୍ଷା ଫଟୋଗ୍ରାଫିରେ ଉଦ୍ଧବଙ୍କର ବିଶେଷ ରୁଚି ଥିଲା। ତାଙ୍କ ଫଟୋଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ତେବେ ନିର୍ବାଚନ ସମୟରେ ଉଦ୍ଧବ ଦଳର ପ୍ରଚାର ଅଭିଯାନର […]
ମୁମ୍ବାଇ: ବାଲା ସାହେବ୍ଙ୍କ ‘ଠାକ୍ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ନୂଆ ମନ୍ତ୍ରୀମାନଙ୍କୁ ଶପଥ କରାଇଛନ୍ତି। ଆଜି ଉଦ୍ଧବଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। […]
ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍ ଲଗାଇବାକୁ ଏକ ବିଲ୍ ପାରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଶ ବର୍ଦ୍ଧନ କହିଛନ୍ତି, ନୂଆ ଫ୍ୟାଶନ୍ ନାମରେ କିଛି କମ୍ପାନୀ ଯୁବବର୍ଗଙ୍କୁ ବିମୁଖ କରିବାରୁ ଏହା ରୋକ ଲଗାଇବ। ଏହି ଇ-ସିଗାରେଟ୍ (ଉତ୍ପାଦନ, ପ୍ରସ୍ତୁତି, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବଣ୍ଟନ, ମହଜୁଦ ଏବଂ ବିଜ୍ଞାପନ) ବିଲ୍ ୨୦୧୯ ସେପ୍ଟେମ୍ବର ୧୮ରେ ଆସିଥିବା ବିଧେୟକର ସ୍ଥାନ ନେବ। ଏହା ବିରୋଧରେ ବିରୋଧୀ ସଦସ୍ୟମାନେ ଆଣିଥିବା ଷ୍ଟାଚ୍ୟୁଟୋରୀ […]
ଭୁବନେଶ୍ୱର : ଗତ ୬ ଦିନ ହେଲା ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଇଣ୍ଡିଆନ ଅଏଲର ସୂଚନା ଅନୁସାରେ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ୭୪ଟଙ୍କା ୭୬ ପାଇସା ହୋଇଥିବାବେଳେ ,ଡିଜେଲ୍ ଦର ୬୫ ଟଙ୍କା ୭୩ ପଇସା ହୋଇଛି। ତେବେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ବାଣିଜ୍ୟିକ ନଗରୀ ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୨ ପଇସା ହୋଇଛି। ତେବେ ଚେନ୍ନାଇରେ ୭୭ ଟଙ୍କା ୭୨ ପଇସା […]
ମୁମ୍ବାଇ: ସୁପ୍ରିମ୍କୋର୍ଟଙ୍କ ‘ଫ୍ଲୋରଟେଷ୍ଟ’ ନିର୍ଣ୍ଣୟ ମହାରାଷ୍ଟ୍ର ରାଜନୀତିର ଭୂଗୋଳ ବଦଳାଇ ଦେଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ବାଲ୍ ଠାକ୍ରେଙ୍କ ପରିବାରରୁ ପ୍ରଥମ ଥର ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ପାଖକୁ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ ଫେରିଛି। ଆସନ୍ତା ରବିବାର ଅର୍ଥାତ ଡିସେମ୍ବର ୧ ଅପରାହ୍ଣ ୫ଟାରେ ଶିବାଜୀ ପାର୍କଠାରେ ଶପଥ ନେବାକୁ ଥିବା ଉଦ୍ଧବ […]
ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡ଼ନାଭିସ ନେତୃତ୍ୱାଧୀନ ବିଜେପି ସରକାରକୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୪ ଦିନର ସମୟ ଦେଇଛନ୍ତି। ଶନିବାର ସକାଳୁ ରାଜ୍ୟପାଳ କୋଶୟାରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଫଡ଼ନାଭିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଏହି ସମୟରେ ଏନସିପର ନେତା ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ଦିନ ହିଁ ରାଜ୍ୟପାଳ ବିଜେପି ନେତୃତ୍ୱାଧୀନଫଡ଼ନାଭିସ ସରକାରଙ୍କୁ ସଂଖ୍ୟା […]
ମୁମ୍ବାଇ : ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା। ଶକ୍ତି ପ୍ରଦର୍ଶନ ଲାଗି ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତ୍ରେ ଶିବସେନା ନେତୃତ୍ୱରେ ତିନି ଦଳର ବିଧାୟକଙ୍କ ମେଳି। ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ ଏଇ ହୋଟେଲରେ ଥିବା କୁହାଯାଉଛି। ଏ ତିନି ଦଳ ଏକାଠି ହୋଇ ‘ମହାରାଷ୍ଟ୍ର ବିକାଶ ଆଘାଡ଼ି’ ନାଁରେ ଏକ ନୂଆ ମେଣ୍ଟ ଗଠନ କରିଥିବା ଶିବସେନା ପକ୍ଷରୁ ଦାବି କରାଯାଇଛି। ଏ ମେଣ୍ଟ ପାଖରେ ୧୬୨ ବିଧାୟକ ଥିବା ଏକ ପୋଷ୍ଟର […]