ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍ ଆଜି ଏନକାଉଣ୍ଟର କରି ହତ୍ୟା କରିଛି। ତେବେ ଏହି ଖବର ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସେ କେବଳ ଭାଙ୍ଗି ପଡ଼ିନାହାନ୍ତି ବରଂ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ଚେନ୍ନାକେଶୁଭଲୁଙ୍କ ପତ୍ନୀ ନିଜର କୋହର ଭରା କଣ୍ଠରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ସ୍ୱାମୀକୁ ମାରି ଦେଲେ। ଏବେ […]
ହାଇଦ୍ରାବାଦ : ପୁଲିସ୍ ଏନକାଉଣ୍ଟରରେ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ପ୍ରାଣ ହରାଇଛନ୍ତି। ଆଜି ଚେତନପାଲ୍ଲୀ ଓଭରବ୍ରିଜ୍ ନିକଟରେ ହିଁ ପୁଲିସ୍ ଏନକାଉଣ୍ଟର କରିଛି। ଏହିଠାରେ ସେମାନେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ଦେଇଥିଲେ। ପୁଲିସ୍ ସେମାନଙ୍କୁ କ୍ରାଇମ ସେନ୍ସକୁ ଆଣିଥିବା ବେଳେ ଏଠାରେ ସେମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍ର କାର୍ଯ୍ୟାନୁଷ୍ଠାନରେ ସେମାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ୪ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ […]
ଉନ୍ନାଓ : ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡିତା ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ଭେଣ୍ଟିଲେଟରରେ ରହିଛନ୍ତି। ସଫଦରଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଛି। ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି’। ପୁଲିସ କହିଛି, ପୀଡ଼ିତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ […]
ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶି। ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଫାଶି ମିଳିବା ସ୍ପଷ୍ଟ ହୋଇଛି। ଦୋଷୀଙ୍କ କ୍ଷମା ଆବେଦନକୁ ଖାରଜ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆବେଦନ ଖାରଜ ସହ ରାଷ୍ଟ୍ରପତିଙ୍କ ପାଖକୁ ଫେରାଇଲା ଫାଇଲ। ସୁପ୍ରିମକୋର୍ଟରେ ଦଣ୍ଡ କାଏମ ପରେ ରାଜକ୍ଷମା ଆବେଦନ କରାଯାଇଥିଲା। ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲେ ଦୋଷୀ। ରାଜକ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟକୁ ପଠାଇଥିଲେ ରାଷ୍ଟ୍ରପତି।
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଓ ମମତା ବାନାର୍ଜୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ବିଧାନସଭା ପରିସରକୁ ପ୍ରବେଶ କରୁଥିବାବେଳେ ତାଙ୍କ ପାଇଁ ଫାଟକ ବନ୍ଦ କରାଯାଇଥିଲା । ରାଜ୍ୟପାଳ ଓ ଅନ୍ୟ ଭିଭିଆଇପିମାନଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍ ବନ୍ଦ ରହିଥିବାରୁ ସେ ଅନ୍ୟ ଗେଟରେ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ। ଫାଟକ ବନ୍ଦ ରହିଥିବାରୁ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଫାଟକ ବନ୍ଦକୁ ନେଇ ସେ ପ୍ରଶ୍ନ […]
ଲାହୋର : ଜଣେ ପରେ ଜଣେ କରି ୬୨୯ ପାକିସ୍ତାନୀ ଯୁବତୀ ଏବଂ ମହିଳାଙ୍କୁ ଚାଇନାକୁ କନ୍ୟା ଭାବେ ବିକ୍ରି କରାଯାଇଛି। କିଛି ପାକିସ୍ତାନ ତଦନ୍ତକାରୀଙ୍କ ଦ୍ୱାରା କରାଯାଇଥିବା ଏଭଳି ଏକ ତାଲିକା ବର୍ତ୍ତମାନ ଖବର ସରବରାହ ସଂସ୍ଥା ଆସୋସିଏଟେଡ୍ ପ୍ରେସ୍ର ହସ୍ତଗତ ହୋଇଛି। ପାକିସ୍ତାନର ଗରିବ ଏବଂ ପଛୁଆ ବର୍ଗର ଯୁବତୀଙ୍କୁ ଏଥିପାଇଁ ଟାର୍ଗେଟ୍ କରାଯାଇଛି। ତେବେ ପାକିସ୍ତାନ ସହ ଚାଇନାର ସୁସମ୍ପର୍କ ରହି ଆସିଥିବାରୁ ଏହି ଘଟଣାକୁ ସେଠାକାର ଗଣମାଧ୍ୟମ ଏବଂ ଅନ୍ୟ ସ୍ତରରେ […]
ମିର୍ଜାପୁର: ପୁଣି ଲଜ୍ଜା। ହାଇଦ୍ରାବାଦ, ରାଜସ୍ଥାନ, ପୁରୀ ପରେ ଉତ୍ତର ପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି ପୁଣି ଏକ ଲଜ୍ଜାଜନକ ଦୁଷ୍କର୍ମ। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ପୁଲିସ ଲୋଗୋ ଲାଗିଥିବା ଚାରି ଚକିଆ ଗାଡ଼ିରେ ଗଣ ଦୁଷ୍କର୍ମ କରାଯାଇଛି। ଉତ୍ତର ପ୍ରଦେଶ ପୁଲିସ ଏହି ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଏହି ସିଆରପିଏଫ ପୁଲିସ ଏବଂ ଅବସରପ୍ରାପ୍ତ ଜେଲରଙ୍କ ପୁଅ ଥିବା ଅଭିଯୋଗ ହୋଇଛି। ଗତକାଲି ଏହି କୁତ୍ସିତ କାରନାମା ଘଟିଥିଲା। […]
ଖାରାତୌମ୍ : ସୁଦାନର ଏକ ସେରାମିକ୍ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି। ମଙ୍ଗଳବାର ରାଜଧାନୀ ଖାରାତୌମ୍ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ […]
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜୁନରୁ ସାରା ଦେଶରେ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ ଉଠାଇପାରିବେ । ଏଥିସହ ନକଲି ରାସନ କାର୍ଡ ଉପରେ ମଧ୍ୟ ତାଲା […]
ଭୁବନେଶ୍ୱର : ଦିବଗଂତ ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଉପରେ ବହି ଲେଖି ଚର୍ଚ୍ଚାରେ ଓଡ଼ିଆ ଯୁବ ଲେଖକ ସତ୍ୟାର୍ଥ ନାୟକ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ସକ୍ରିୟ ଥିବା ଶ୍ରୀଦେବୀଙ୍କ ଅଭିନୟ ଯାତ୍ରାକୁ ନିଜ ପୁସ୍ତକ ‘ଶ୍ରୀଦେବୀ- ଦ ଇଟରନାଲ ସ୍କ୍ରିନ୍ ଗଡେସ୍’ ନାଁରେ ସ୍ଥାନ ଦେଇଛନ୍ତି ସତ୍ୟାର୍ଥ। ପୁସ୍ତକରେ ଶ୍ରୀଦେବୀଙ୍କ ଶିଶୁ କଳାକାରଠୁ ଆରମ୍ଭ କରି ମେଗା ଷ୍ଟାର ହେବା ପର୍ଯ୍ୟନ୍ତ ତାଙ୍କ କଳାକାର ଜୀବନର ସମସ୍ତ ଦିଗକୁ ଛୁଇଁଛନ୍ତି ସତ୍ୟାର୍ଥ। ଇଂରାଜୀ […]
ଭୁବନେଶ୍ୱର: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତୀବ୍ର ହୋଇଛି ପ୍ରତିବାଦର ସ୍ୱର। ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହାକୁ ନେଇ ଆଜି ସଂସଦରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ ଜାରି କରିଛି ଗାଇଡ୍ଲାଇନ୍। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍ କରି ପିସିଆର ଭ୍ୟାନ୍ ନପହଞ୍ଚିବା ଯାଏଁ ସପିଂ ଏରିଆ ବା ପେଟ୍ରୋଲ ପମ୍ପ ଭଳି ପବ୍ଲିକ […]
କୋଚି : ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି ପ୍ରଥମ ମହିଳା ପାଇଲଟ୍ ସବ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ । ଆଜି ବିଧିବଦ୍ଧ ଭାବେ କୋଚି ନେଭାଲ୍ ବେସ୍ରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ତାଙ୍କୁ ଭାରତୀୟ ନାଭିର ଡୋନିୟର୍ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଉଡ଼ାଇବାର ସୁଯୋଗ ମିଳିଛି। ନେଭିର କୌଣସି ମହିଳା ପାଇଲଟ୍ ଭାବେ ପ୍ରଥମର ଥର ପାଇଁ କକ୍ପିଟ୍ରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶିବାଙ୍ଗୀ। ଭାରତୀୟ ନାଭାଲ ଏକାଡେମୀରେ ସମସ୍ତ ଟ୍ରେନିଂ ସାରିଛନ୍ତି ଶିବାଙ୍ଗୀ । ସେ […]
ନୂଆଦିଲ୍ଲୀ :ପ୍ରିୟଙ୍କା ଗାନ୍ଧିଙ୍କ ଲୋଧି ଇଷ୍ଟେଟ ବାସଭବନରେ ଲୋକଙ୍କ ଭିଡ଼ । ଧସେଇ ପସିବା ସହ ତାଙ୍କ ସହ ସେଲଫି ନେବାକୁ ଉଦ୍ୟମ କଲେ । କାରଣ କଣ ହୋଇପାରେ ? ପ୍ରକୃତ କଥା ଏୟା ଯେ, କେନ୍ଦ୍ର ସରକାର ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା କୋହଳ କରିବା ପରେ ଏକ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଗତ ସପ୍ତାହରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧିଙ୍କ ଅଫିସ ପକ୍ଷରୁ ସିଆରପିଏଫକୁ […]
ସୁରତ : ସୁନା ଠାରୁ ଏବେ ମୂଲ୍ୟବାନ ହେବାରେ ଲାଗିଛି ପିଆଜ। ଘର ଠାରୁ ହୋଟେଲ୍ ସବୁଠି ଉଭାନ ହୋଇଯାଇଛି । ପିଆଜ ଦର ସାରା ଦେଶରେ ସେଞ୍ଚୁରୀ ପାର୍ କରିଛି । ବର୍ଦ୍ଧିତ ଦରରେ ପିଆଜ କିଣିବାକୁ ଲୋକେ ଅମଙ୍ଗ ହେଉଛନ୍ତି । ଆଉ ଏଭଳି ସମୟରେ ସୁରତରୁ ଆସିଛି ପିଆଜ ଚୋରିର ଖବର । ଲୁଟେରାମାନେ ସୁରତର ଏକ ବଜାରରୁ ରାତି ଅଧରେ ଜଣେ ବ୍ୟବସାୟୀଙ୍କ ଦୋକାନରୁ ୨୫୦ କିଲୋଗ୍ରାମର ପିଆଜ ଚୋରି ନେଇଛନ୍ତି […]