ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଆରଟିଓ ବସନ୍ତ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଘର ଓ ଅଫିସ୍କୁ ମିଶାଇ ୫ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ସ୍ଥିତ ଅଫିସ୍, କଟକ ରାଣୀହାଟ ବାସଭବନ, ମେଡିକାଲ କଲୋନୀରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା କ୍ୱାର୍ଟର୍ସ, ଭୁବନେଶ୍ୱର ଖଣ୍ଡଗିରି ଆପାର୍ଟମେଣ୍ଟ ଓ ଯାଜପୁର ବିଞ୍ଝାରପୁର ଥିବା ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି।
ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଆଜିଠୁ MBBS ଓ BDS ପ୍ରୋଭିଜନାଲ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ କଟକ SCB ମେଡିକାଲ କଲେଜରେ MBBS ସିଟ୍ରେ ଏବଂ ୬ତାରିଖରେ ବ୍ରହ୍ମପୁର MKCGରେ ନାମଲେଖା ଯିବ। ସେହିପରି ଆସନ୍ତା ୭ତାରିଖରେ ବୁର୍ଲା ଭୀମସାରରେ ନାମଲେଖା ହେବ। ଏହି ନାମଲେଖା ପ୍ରକ୍ରିୟା ଚଳିତ ମାସ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି। ତାଲିକାରେ ଯେଉଁମାନଙ୍କ ନାମ ପ୍ରକାଶ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଜଣଙ୍କୁ ଶୀଘ୍ର ଫାଶି ଆବେଦନର ଶୁଣାଣି ଘୁଞ୍ଚାଇଲେ ଦିଲ୍ଲୀ ପଟିଆଲା ହାଉସ । କୋର୍ଟ ଦୋଷୀମାନଙ୍କୁ ତୁରନ୍ତ ଫାଶି ଦେବାପାଇଁ ନିର୍ଭୟାଙ୍କ ପରିବାର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ର ରାୟ ଆସିବା ଯାଏଁ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୧୮ରେ ପଟିଆଲା ହାଉସ କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ। ୪ […]
ନୂଆଦିଲ୍ଲୀ: ପ୍ରସିଦ୍ଧ ସାହିତ୍ୟିକ ତସଲିମା ନସରୀନ୍ ଭାରତର ଚର୍ଚ୍ଚିତ ନାଗରିକତା (ସଂଶୋଧନ) ବିଲ୍କୁ ସମର୍ଥନ ଦେଇଛନ୍ତି। ସମାଲୋଚକମାନେ ଏହାକୁ ମୁସଲିମ୍ ବିରୋଧୀ କହିବାକୁ ସେ ଅସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ହିଁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଛି। ଏହା ଜରିଆରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ କାରଣରୁ ନିର୍ଯାତନାର ଶିକାର ହେଉଥିବା ଲୋକେ ତ୍ୱରିତ ଉପାୟରେ ଭାରତୀୟ ନାଗରିକତା […]
ନୂଆଦିଲ୍ଲୀ : ମୋଦି ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବିରୋଧ କରି ସମଗ୍ର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। ବିଶେଷ କରି ଆସାମ ଓ ତ୍ରିପୁରାରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି। ଆସାମର ଗୌହାଟୀରେ ସିଏବି ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ପୁଲିସ୍ ଗୁଳିମାଡ଼ କରି ଦମନ କରିବାକୁ ମଧ୍ୟ ପଛାଇ ନାହିଁ। ଏଥିରେ ୩ ଜଣଙ୍କ […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ଅପେକ୍ଷା ଡିସେମ୍ବର ୧୭କୁ । ସେହିଦିନ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନ୍ ଉପରେ ସୁପ୍ରିମ୍କୋର୍ଟରେ ହେବ ଶୁଣାଣି । ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଅକ୍ଷୟ ସିଂ କରିଥିବା ପିଟିସନ୍କୁ ଗ୍ରହଣ କରି ଓପନ୍ କୋର୍ଟରେ ଏହାର ଶୁଣାଣି କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ। ସେପଟେ ଦୋଷୀଙ୍କ ଶୀଘ୍ର ଫାଶି ଦଣ୍ଡ ଦିଆଯାଉ ବୋଲି ପୁଣିଥରେ ଦାବି କରିଛନ୍ତି ନିର୍ଭୟାଙ୍କ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଚାଲିଥିବା ଘାତକ ଖୋଜିବା ପ୍ରକ୍ରିୟା ଶେଷ ହୋଇଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ ଥିବା ଘାତକ ଜଣଙ୍କ ହିଁ ତିହାର ଜେଲ ଯାଇ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ। ବୁଧବାର ତିହାର ଜେଲ ପକ୍ଷରୁ ଉତ୍ତର ପ୍ରଦେଶ ଜେଲର ଡିଜିଙ୍କୁ ଚିଠି ଲେଖାଯାଇଥିଲା। ଏଥିରେ ଘାତକ ଚିହ୍ନଟ କରିବା ପାଇଁ କୁହାଯାଇଥିଲା। ତେବେ ଜେଲରେ […]
ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାସ୍ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି) ୨୦୧୯। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଏହି ସିଏବିରେ ବ୍ୟବସ୍ଥା ରହିଛି। ଆଜି ରାଜ୍ୟସଭାରେ ଏହା ଉପରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହୋଇଥିଲା। ଶେଷରେ ବିଲ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ ପଡ଼ିଛି। ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। […]