ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଆଜିଠୁ MBBS ଓ BDS ପ୍ରୋଭିଜନାଲ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ କଟକ SCB ମେଡିକାଲ କଲେଜରେ MBBS ସିଟ୍ରେ ଏବଂ ୬ତାରିଖରେ ବ୍ରହ୍ମପୁର MKCGରେ ନାମଲେଖା ଯିବ। ସେହିପରି ଆସନ୍ତା ୭ତାରିଖରେ ବୁର୍ଲା ଭୀମସାରରେ ନାମଲେଖା ହେବ। ଏହି ନାମଲେଖା ପ୍ରକ୍ରିୟା ଚଳିତ ମାସ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି। ତାଲିକାରେ ଯେଉଁମାନଙ୍କ ନାମ ପ୍ରକାଶ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଜଣଙ୍କୁ ଶୀଘ୍ର ଫାଶି ଆବେଦନର ଶୁଣାଣି ଘୁଞ୍ଚାଇଲେ ଦିଲ୍ଲୀ ପଟିଆଲା ହାଉସ । କୋର୍ଟ ଦୋଷୀମାନଙ୍କୁ ତୁରନ୍ତ ଫାଶି ଦେବାପାଇଁ ନିର୍ଭୟାଙ୍କ ପରିବାର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ର ରାୟ ଆସିବା ଯାଏଁ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୧୮ରେ ପଟିଆଲା ହାଉସ କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ। ୪ […]
ନୂଆଦିଲ୍ଲୀ: ପ୍ରସିଦ୍ଧ ସାହିତ୍ୟିକ ତସଲିମା ନସରୀନ୍ ଭାରତର ଚର୍ଚ୍ଚିତ ନାଗରିକତା (ସଂଶୋଧନ) ବିଲ୍କୁ ସମର୍ଥନ ଦେଇଛନ୍ତି। ସମାଲୋଚକମାନେ ଏହାକୁ ମୁସଲିମ୍ ବିରୋଧୀ କହିବାକୁ ସେ ଅସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ହିଁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଛି। ଏହା ଜରିଆରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ କାରଣରୁ ନିର୍ଯାତନାର ଶିକାର ହେଉଥିବା ଲୋକେ ତ୍ୱରିତ ଉପାୟରେ ଭାରତୀୟ ନାଗରିକତା […]
ନୂଆଦିଲ୍ଲୀ : ମୋଦି ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବିରୋଧ କରି ସମଗ୍ର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। ବିଶେଷ କରି ଆସାମ ଓ ତ୍ରିପୁରାରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି। ଆସାମର ଗୌହାଟୀରେ ସିଏବି ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ପୁଲିସ୍ ଗୁଳିମାଡ଼ କରି ଦମନ କରିବାକୁ ମଧ୍ୟ ପଛାଇ ନାହିଁ। ଏଥିରେ ୩ ଜଣଙ୍କ […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ଅପେକ୍ଷା ଡିସେମ୍ବର ୧୭କୁ । ସେହିଦିନ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନ୍ ଉପରେ ସୁପ୍ରିମ୍କୋର୍ଟରେ ହେବ ଶୁଣାଣି । ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଅକ୍ଷୟ ସିଂ କରିଥିବା ପିଟିସନ୍କୁ ଗ୍ରହଣ କରି ଓପନ୍ କୋର୍ଟରେ ଏହାର ଶୁଣାଣି କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ। ସେପଟେ ଦୋଷୀଙ୍କ ଶୀଘ୍ର ଫାଶି ଦଣ୍ଡ ଦିଆଯାଉ ବୋଲି ପୁଣିଥରେ ଦାବି କରିଛନ୍ତି ନିର୍ଭୟାଙ୍କ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଚାଲିଥିବା ଘାତକ ଖୋଜିବା ପ୍ରକ୍ରିୟା ଶେଷ ହୋଇଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ ଥିବା ଘାତକ ଜଣଙ୍କ ହିଁ ତିହାର ଜେଲ ଯାଇ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ। ବୁଧବାର ତିହାର ଜେଲ ପକ୍ଷରୁ ଉତ୍ତର ପ୍ରଦେଶ ଜେଲର ଡିଜିଙ୍କୁ ଚିଠି ଲେଖାଯାଇଥିଲା। ଏଥିରେ ଘାତକ ଚିହ୍ନଟ କରିବା ପାଇଁ କୁହାଯାଇଥିଲା। ତେବେ ଜେଲରେ […]
ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାସ୍ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି) ୨୦୧୯। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଏହି ସିଏବିରେ ବ୍ୟବସ୍ଥା ରହିଛି। ଆଜି ରାଜ୍ୟସଭାରେ ଏହା ଉପରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହୋଇଥିଲା। ଶେଷରେ ବିଲ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ ପଡ଼ିଛି। ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। […]
ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଧେୟକ-୨୦୧୯। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଲ୍ ଆଗତ ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ସମ୍ବିଧାନ ବିରୋଧୀ କହି ବିରୋଧ କରିଛନ୍ତି। ହେଲେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ନାଗରିକତା ସଂଶୋଧନ ବିଲ୍କୁ ସମର୍ଥନ କରିଛନ୍ତି । ଯାହା କି ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେ […]
ମସ୍କୋ: ଓଡ଼ିଶାର ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ର ପି ବିଶ୍ୱନାଥ ପାତ୍ରଙ୍କ ପ୍ରକଳ୍ପ ରୁଷ୍ରେ ପ୍ରଦର୍ଶିତ ହୋଇ ବେଶ୍ ଆଦୃତ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ସେଠାକାର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଏହି ‘ଅଭନବ ୱାଟର ଡିସ୍ପେନ୍ସର’ ପ୍ରକଳ୍ପର ଭୁରି ଭୁରି ପ୍ରଶଂସା କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଏଥିରେ ଲେଖା ଅଛି, “ଡିପ୍ ଟେକ୍ନୋଲୋଜି ଏଜୁକେସନ୍ ପ୍ରୋଗ୍ରାମ୍ ଅଧୀନରେ ରୁଷିଆର ସୋଚିଠାରେ ନିଜର ‘ଅଭନବ […]
ନୂଆଦିଲ୍ଲୀ : ପବନ, ଅକ୍ଷୟ, ମୁକେଶ, ବିନୟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏ ୪ ଆସାମୀଙ୍କ ଗଳାରେ ଖୁବ୍ଶୀଘ୍ର ଲାଗିପାରେ ଫାଶିର ଫନ୍ଦା। ଏଥିପାଇଁ ପ୍ରସ୍ତୁତ ହେଉଛି ତିହାର । ଇଏ ହେଉଛି ସେହି ଜେଲ୍ ଯେଉଁଠି ପୂର୍ବରୁ ଦୁଷ୍କର୍ମୀ ଧନଞ୍ଜୟ ଚାଟାର୍ଜୀ ଏବଂ ସଂସଦ ଆକ୍ରମଣ ମାମଲାର ଦୋଷୀ ଅଫଜଲ ଗୁରୁକୁ ଫାଶି ଖୁଣ୍ଟରେ ଚଢ଼ା ଯାଇଥିଲା । ଆଉ ସେଇ ତିହାରର ୨ ନମ୍ବର ଜେଲ୍ରେ ନିର୍ଭୟା ମାମଲାର ଦୋଷୀ ଅକ୍ଷୟ […]
ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍(ସିଏବି) ଆଜି ଲୋକସଭାରେ ପାରିତ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହେବା ପରେ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ ମିଳିଛି। ବିଲ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ ଯାଇଛି। ବିତର୍କରେ ୪୮ ଜଣ ସଦସ୍ୟ ଭାଗ ନେଇଥିଲେ। ତେବେ […]
ଚେନ୍ନାଇ: ତିହାର ଜେଲରେ ଘାତକ ନଥିବାରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକମାନେ କେମିତି ଫାଶୀରେ ଝୁଲିବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏସବୁ ଭିତରେ ତାମିଲନାଡୁ ପୁଲିସ୍ରେ ହେଡ୍ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିବା ଏସ୍ ସୁଭାଷ ଶ୍ରୀନିବାସନ ତିହାର ଜେଲରେ ଘାତକ ଚାକିରି ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିସହ ସେ ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ଚାହୁଁଛନ୍ତି ବୋଲି ତିହାର ଜେଲର ଡିଜିପିଙ୍କୁ ଚିଠି ଲେଖି […]
ନୂଆଦିଲ୍ଲୀ : ରାଜ୍ୟରେ ପରସ୍ପରକୁ ବିରୋଧ କରୁଥିବା ବିଜେପି ଓ ବିଜେଡିର ଦୋସ୍ତି ଆଜି ସଂସଦରେ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ଲୋକସଭାରେ ବିଜେଡି ସମର୍ଥନ କରିଛି। ଅନେକ ଦଳ ଏହି ବିଲକୁ ଅସମ୍ବିଧାନିକ କହି ବିରୋଧ କରୁଥିଲେ ହେଁ ବିଜେଡିର ସମର୍ଥନ ପଛରେ କିଛି ଡିଲ୍ ନା ଚାପ ରହିଛି ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ […]
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ ଆଜି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏହା ମଧ୍ୟକୁ ଜୋରଜବରଦସ୍ତି ପଶିବାକୁ ଉଦ୍ୟମ କରିଛନ୍ତି। ତେବେ ସେ ସଂସଦର ବିଲଡିଂ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ି ଯାଇଛନ୍ତି। ସୁରକ୍ଷାକର୍ମୀ ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ୍ ହେପାଜତରେ ଛାଡ଼ିଛି। ଦିଲ୍ଲୀ ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ବ୍ୟକ୍ତିଙ୍କ ପରିଚୟ କିମ୍ବା ସେ କାହିଁକି ଏହା ମଧ୍ୟକୁ ପ୍ରବେଶ […]