ନୂଆଦିଲ୍ଲୀ/ଭୁବନେଶ୍ୱର : ଥମିଛି CAA ଓ NRC ବିରୋଧୀ ହିଂସା । ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲେ ମଧ୍ୟ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଆଇନ ସମର୍ଥନରେ ବି ରାଲି ବାହାରିଛି। NDA ସହଯୋଗୀ ଜେଡିୟୁ ମେଣ୍ଟ ବୈଠକ ଡାକିବାକୁ ଦାବି କରିଥିବା ବେଳେ ମୁସଲମାନ୍ ସଂପ୍ରଦାୟକୁ ଆଇନ୍ ପରିସର ବାହାରେ ରଖାଯିବା ଠିକ୍ ନୁହେଁ ବୋଲି କହିଛି ଅକାଳୀ ଦଳ। ଅନ୍ୟପକ୍ଷରେ ଦେଶରେ ଅରାଜକତା ସୃଷ୍ଟି ଲାଗି […]
ସମ୍ବଲପୁର: ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ। ଆଉ ଚାଲିଗଲା ମାଆ, ଝିଅଙ୍କ ଜୀବନ। ସମ୍ବଲପୁରର ଡେଙ୍ଗସରଗି କେନାଲପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ୨ ଜଣ ହେଲେ ଚହଲା ପ୍ରଧାନ ଓ ତାଙ୍କ ଝିଅ ଭାଗ୍ୟ ପ୍ରଧାନ ।ରାତିରେ ଘରେ ଶୋଇଥିବାବେଳେ ଏହି ଅଘଟଣ ଘଟିଛି। କାନ୍ଥ ତଳେ ଚାପି ହୋଇ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। […]
ବୌଦ୍ଧ: ବୌଦ୍ଧ ପୁରୁଣା କଟକ ଜିରାଳ ଗାଁରେ ଅଭାବନୀୟ ଘଟଣା। ଜମିଜମା ବିବାଦକୁ କେନ୍ଦ୍ର କରି ସାନଭାଇକୁ ବଡ଼ଭାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଝିଆରୀ ଗୁରୁତର ହୋଇଛି। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଜମିଜମା ବିବାଦକୁ ନେଇ ଗାଁର ଆନନ୍ଦ ଓ ବିଭୀଷଣ ନାମକ ୨ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ବଡ଼ଭାଇ ଆନନ୍ଦ ଉତ୍କ୍ଷିପ୍ତ ହୋଇ ଟାଙ୍ଗିଆରେ ସାନ […]
ଭୁବନେଶ୍ୱର: ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି। ଏନ୍କାଉଣ୍ଟର ପରେ ଟିଟୋକୁ ୫ଦିନ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍। ତେବେ ତଦନ୍ତକୁ ଆଖି ଆଗରେ ରଖି ଟିଟୋକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଥିବା ଜଣାପଡ଼ିଛି। ଯାଞ୍ଚ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର କ୍ରାଇମବ୍ରାଞ୍ଚ ଜବତ କରିଛି। ଟିଟୋ ଘରୁ କାଶ୍ମୀର ସମ୍ବନ୍ଧୀୟ ପୁସ୍ତକ ମିଳିଥିବାରୁ କାଶ୍ମୀର ସହିତ କ’ଣ ଲିଙ୍କ୍ ରହିଛି ତା’ର ମଧ୍ୟ […]
ଭୁବନେଶ୍ୱର: ଆଜିଠୁ ୩ଦିନ ଧରି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ୍ ମାସରେ କମ୍ ବର୍ଷା ହେବା ସହିତ ଜୁଲାଇ ମାସରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ କମ୍ ବର୍ଷା ହୋଇଛି। ତେବେ ଆଗାମୀ ୩ […]
ଲକ୍ଷ୍ନୌ: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।” ପୁଲିସ୍ ସୂଚନା ଅନୁଯାୟୀ, ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ଭଲ, ଫିରୋଜାବାଦ, ମିରଟ୍ ଏବଂ କାନପୁରରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ […]
ନୂଆଦିଲ୍ଲୀ: ବୁରାଡ଼ି ଗଣ ଆତ୍ମହତ୍ୟା ପଛରେ ମହିଳା ତାନ୍ତ୍ରିକଙ୍କ ସଂପୃକ୍ତି। ଗୋଟିଏ ଇସାରାରେ ଭାଟିଆ ପରିବାରର ୧୧ ଜଣ କଲେ କି ଆତ୍ମହତ୍ୟା? ତନ୍ତ୍ର ବିଦ୍ୟା ଯୋଗୁ ଗଲା କି ଭାଟିଆ ପରିବାରର ଜୀବନ ? ଏସମସ୍ତ ଖିଅକୁ ନେଇ ଏବେ ତଦନ୍ତ ଆଗକୁ ବଢ଼ାଇଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ଏହାରି ଭିତରେ ମାମଲାରେ ପ୍ରଥମ ଗିରଫଦାରୀ ହୋଇଛି। ମହିଳା ତାନ୍ତ୍ରିକ ଗୀତା ମାତାକୁ ଗିରଫ କରି ପଚରାଉଚରା କରୁଛି ଦିଲ୍ଳୀ କ୍ରାଇମବ୍ରାଞ୍ଚ। ଏହି ମହିଳା ତାନ୍ତ୍ରିକଙ୍କ ଇସାରାରେ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗଦରପୁର ବ୍ଲକ ପାଖଡ଼ ପଞ୍ଚାୟତର ନୂଆପଡ଼ା ଗ୍ରାମରେ ବାହାଘର ଭୋଜି ଖାଇ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ଥ ଅସୁସ୍ଥଙ୍କୁ ପାଟକୁରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଗାଁରେ ଏକ ମେଡ଼ିକାଲ ଟିମ୍ ପହଞ୍ଚି ସ୍ଥିତି ପରଖିଛନ୍ତି। ପାଟକୁରା ମେଡ଼ିକାଲରେ ୨୦ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଅାଉ କିଛି ଲୋକଙ୍କୁ ମେଡ଼ିକାଲକୁ ପଠାଯାଇଥିବା ସୂଚନା ରହିଛି ।
ଭୁବନେଶ୍ୱର: ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର। ଏହା ପଛରେ ଓଡ଼ିଶା ବାହାର ଲୋକଙ୍କ ହାତ ରହିଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏହି ପ୍ରସ୍ତାବ ନୂଆ ସଂକଟ ତିଆରି କରିବ ବୋଲି ଅଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ, ସେବାୟତଙ୍କୁ ସେମାନଙ୍କ ପାରମ୍ପରିକ ସେବାରୁ ଉଚ୍ଛେଦ କରାଯାଇପାରିବ ନାହିଁ। ମହାପ୍ରଭୁଙ୍କର ୧୨୦ ପ୍ରକାର ସେବା ରହିଛି ଯାହା […]
ସମ୍ବଲପୁର : ସମ୍ବଲପୁରରେ ଓକିଲ-ପୋଲିସ ଧସ୍ତାଧସ୍ତି । ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତକୁ ବିରୋଧ ପ୍ରଦର୍ଶନ ପାଇଁ କଳା ପତାକା ଧରି ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦାସୀନ ମନୋଭାବ ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଓ ରାଜ୍ୟର ସବୁ ମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ସମ୍ବଲପୁର ଓକିଲ ସଂଘ ନିଷ୍ପତ୍ତି ନେଇଥିଲା। ଏହି […]
ଇସ୍ଲାମାବାଦ୍: ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇବା ଅବସରରେ ଏକ ଅଜବ ରାୟ ଦେଇଛନ୍ତି। ଭାରତ ପାଇଁ ନୂଆ ମନେ ହେଉଥିବା ଏହି ରାୟରେ ପାକିସ୍ତାନର କୋର୍ଟ କହିଛନ୍ତି, ଯଦି ମଧ୍ୟ ଫାଶି ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ, ତାଙ୍କୁ ଇସ୍ଲାମାବାଦ୍ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ। ୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ […]
ପୁରୀ: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସାକ୍ଷୀଗୋପାଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟରେ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ। ଗତକାଲି ଜିଲ୍ଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସ୍କୁଲରେ ପାଠପଢା ଚାଲିଥିବାବେଳେ, ଜିଲ୍ଲାପାଳ ମଧ୍ୟ ସେଥିରେ ସାମିଲ ହୋଇଥିଲେ। ଆଉ ପିଲାଙ୍କୁ ରାମାୟଣର କଥାବସ୍ତୁ ପଢାଇଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ହୋଇଥିଲେ। ପରେ ନିଜେ ପଢାଇଥିବା ପାଠରୁ କିଛି ପ୍ରଶ୍ନ ମଧ୍ୟ ପିଲାଙ୍କୁ ପଚାରିଥିଲେ। ଛାତ୍ରଛାତ୍ରୀ ପ୍ରଶ୍ନର […]
ବେଙ୍ଗାଲୁରୁ: ସାରା ଦେଶରେ ହୁହୁ ହୋଇ ଜଳୁଛି ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନର ନିଆଁ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ଏବଂ ଗୁଳି ଯାଏ କଥା ଯାଉଛି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ସେ ଲାଠି ନୁହେଁ ବରଂ ଜାତୀୟ ସଙ୍ଗୀତକୁ ଅସ୍ତ୍ର କରିଛନ୍ତି। #WATCH Karnataka: DCP of Bengaluru(Central),Chetan […]