ନୂଆଦିଲ୍ଲୀ : ଜାମିଆ ହିଂସା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ଏହି ପ୍ରସଙ୍ଗରେ ସଠିକ ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ସୋଲିସିଟର ଜେନେରାଲ ତୁସାର ମେହେଟ୍ଟା ଜାମିଆ ହିଂସା ପାଇଁ ଜଣେ ହେଲେ ବି ଛାତ୍ରଙ୍କୁ ଗିରଫ କରାଯାଇ ନଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ନାଗରିକତା ସଂଶୋଧନ ଆଇନ୍ , […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁ ସଭାପତିଙ୍କୁ ଗୁଳିମାଡ଼ ଅଭିଯୋଗ। ଖଜୁରିଆକଟା ବଜାର ଛକରେ ଆଜି ସକାଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗାଁ ସଭାପତି ଲିଙ୍ଗରାଜ ସାହୁ ସକାଳୁ ହାଟକୁ ଯାଇଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଲୁହା ରଡ଼୍ରେ ପିଟିବା ସହ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ତାଙ୍କ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏକ ଜବରଦସ୍ତ ଟ୍ୱିଷ୍ଟ ଆସିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନର ଶୁଣାଣି ନୂଆ ଖଣ୍ଡପୀଠରେ ହେବ। ଆସନ୍ତାକାଲି ଏହି ଖଣ୍ଡପୀଠ ଗଠନ ହେବ ଏବଂ ଏହା ପରେ ଯାଇ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଜଷ୍ଟିସ୍ ବୋବଡେଙ୍କ […]
ଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ। କୋରାପୁଟ ଜିଲ୍ଲା ଜୟପୁରର କୁନ୍ଦାରିଗୁଡ଼ା ଓ ବାରିଣିପୁଟ୍ରେ ଏହି ଅଘଟଣ ଘଟିଛି। ବିଷାକ୍ତ ଛତୁ ଖାଇ କୁନ୍ଦାରିଗୁଡାରେ ୧୧ ଜଣ ଏବଂ ବାରିଣିପୁଟ୍ରେ ଜଣେ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ଜୟପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏଡିଏମ୍ଓ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ହସ୍ପିଟାଲ ଯାଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସୂଚନାଥାଉ କି, ଗତକାଲି ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଜଣ […]
ଶ୍ରୀନଗର: ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍। ଜାମ୍ମୁ-କାଶ୍ମୀରରର ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ମାନେ ଜଣେ କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ସୋପିଆନ୍ର ଦଙ୍ଗମରୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କନଷ୍ଟେବଳଙ୍କ ନାଁ ହେଉଛି ଜାଭେଦ୍ ଅହମ୍ମଦ ଦର୍। ଆତଙ୍କବାଦୀମାନେ ଗତକାଲି କଚ୍ଦୋରା ସ୍ଥିତ ଜାଭେଦ୍ଙ୍କ ଘର ଭିତରକୁ ବଳପୂର୍ବକ ଭାବେ ପଶି ତାଙ୍କୁ ଅପହରଣ କରିଥିଲେ। ଏହାପରେ କନଷ୍ଟେବଳଙ୍କ ପତ୍ତା ଲଗାଇବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୂଚନାଥାଉ କି, ଗତ ଜୁନ୍ ମାସରେ […]
ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଅାଇଏଏସ୍ ବିନୋଦ କୁମାରଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍ । ବିନୋଦଙ୍କୁ ଗିରଫ କରିବା ପାଇଁ ଅାଜି ପୁଣି ରେଡ୍ କଲା ଭିଜିଲାନ୍ସର ୫ ଜଣିଅା ଟିମ୍। ରେଡ୍ ବେଳେ କିଛି କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ଗତକାଲି ଭିଜିଲାନ୍ସ ବିନୋଦ କୁମାରଙ୍କ ଘରେ ରେଡ୍ କରିଥିଲା । ତେବେ ଏହି ସମୟରେ ଘରେ ନଥିଲେ ବିନୋଦ କୁମାର । ଏମିତିକି ସେ ଗତକାଲି ଅଫିସ୍ ମଧ୍ୟ […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଆଗୁଆ ଜାମିନ ମିଳିଛି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଶଶି ଥରୁର୍ଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡ଼ି କେଉଁଆଡ଼େ ଯାଇ ପାରିବେନି। ଏହି ମାମଲାରେ ଗତ ୨ ଦିନ ତଳେ ଶଶି ଥରୁର୍ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। […]
ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଆରଟିଓ ବସନ୍ତ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଘର ଓ ଅଫିସ୍କୁ ମିଶାଇ ୫ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ସ୍ଥିତ ଅଫିସ୍, କଟକ ରାଣୀହାଟ ବାସଭବନ, ମେଡିକାଲ କଲୋନୀରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା କ୍ୱାର୍ଟର୍ସ, ଭୁବନେଶ୍ୱର ଖଣ୍ଡଗିରି ଆପାର୍ଟମେଣ୍ଟ ଓ ଯାଜପୁର ବିଞ୍ଝାରପୁର ଥିବା ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି।
ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଆଜିଠୁ MBBS ଓ BDS ପ୍ରୋଭିଜନାଲ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ କଟକ SCB ମେଡିକାଲ କଲେଜରେ MBBS ସିଟ୍ରେ ଏବଂ ୬ତାରିଖରେ ବ୍ରହ୍ମପୁର MKCGରେ ନାମଲେଖା ଯିବ। ସେହିପରି ଆସନ୍ତା ୭ତାରିଖରେ ବୁର୍ଲା ଭୀମସାରରେ ନାମଲେଖା ହେବ। ଏହି ନାମଲେଖା ପ୍ରକ୍ରିୟା ଚଳିତ ମାସ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି। ତାଲିକାରେ ଯେଉଁମାନଙ୍କ ନାମ ପ୍ରକାଶ […]