ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସବୁ ସରକାରୀ ଅଫିସ୍ ଖୋଲା ରହିବ। ରବିବାର ସତ୍ତ୍ୱେ ସବୁ ଅଫିସ୍ ଖୋଲା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପାଇଁ ରାଜ୍ୟ ସରକାର ରବିବାର ଛୁଟିକୁ ବାତିଲ୍ କରିଛନ୍ତି। ଜିଲ୍ଲାର ସଦରମହକୁମା ଓ ଉପଖଣ୍ଡରେ ସବୁ ଅଫିସ୍ ଖୋଲା ରଖିବା ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଦିନ ହେଲା ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ […]
ଫୁଲବାଣୀ: ନଈ ଅାଁରୁ ଫେରିଲା ଜୀବନ। ଫୁଲବାଣୀରେ ବଢ଼ିଲା ନଈରୁ ଉଦ୍ଧାର ହେଲେ ମାଅା ଝିଅ।ସୂଚନା ମୁତାବକ, ମାର୍ଦେଜୁ ଗାଁର ସୁଲୋଚନା କହଁର ଏବଂ ଝିଅ ପଦ୍ମିନୀ କହଁର କୌଣସି କାମରେ ଫୁଲବାଣୀ ଅାସିଥିଲେ। ତେବେ ସାଲୁଙ୍କି ନଦୀ ବାଟ ଦେଇ ନିଜ ଗାଁକୁ ଫେରୁଥିବାବେଳେ ହଠାତ ବନ୍ୟାଜଳ ମାଡ଼ି ଅାସିଥିଲା। ଫଳରେ ମାଆ ଝିଅ ବଢ଼ିଲା ନଈ ମଝିରେ ଫସି ଯାଇଥିଲେ। ତେବେ ପାଣି ସୁଅରୁ ରକ୍ଷା ପାଇଁ ନଦୀ ମଝିରେ ଥିବା ଏକ ଗଛକୁ […]
ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ୍ ହୋଇପଡ଼ିଛି। ଗତକାଲି ରାତି ସାରା ପ୍ରବଳ ବର୍ଷା ହେବା ଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଲଗାଣ ବର୍ଷାରେ ରାଜଭବନ ହରିଣ ପାର୍କର ପାଚେରୀ ଭାଙ୍ଗି ଯାଇଛି। ଫଳରେ ପାର୍କରେ ଥିବା ଏକାଧିକ ହରିଣ ବାହାରି ପଳାଇ ଯାଇଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ପାଚେରି ମଧ୍ୟ ଭୁଶୁଡ଼ି ଯାଇଛି। କାର୍ଗିଲ ବସ୍ତି ପଟକୁ ରହିଥିବା ପାଚେରି […]
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ମାର୍କେଟକୁ ଆସୁଛି ନୂଆ ଶହେ ଟଙ୍କିଆ ନୋଟ୍। କିନ୍ତୁ ଏହି ନୋଟ୍ ପାଇଁ ଏଟିଏମ୍ରେ ଯେଉଁ ପରିବର୍ତ୍ତନ କରାଯିବ, ସେଥିପାଇଁ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। କାହିଁକି ନା ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରିବା ପାଇଁ ଏହି ଖର୍ଚ୍ଚ କରିବାକୁ ପଡ଼ିବ। ଯଦି ଠିକ୍ ଭାବେ ପରିଚାଳନା ନ ହୋଇପାରିଲା ତେବେ ଆହୁରି ଅଧିକ ସମୟ ଲାଗିବ ବୋଲି ଏଟିଏମ୍ ଅପରେଟର ସଂଘ ସତର୍କ କରାଇ ଦେଇଛି। […]
ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଣି ଆହୁରି ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ ବୋଲି ଜଣାପଡ଼ିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ଅବପାତ ରୂପ ନେଇଛି। ଯାହାର ପ୍ରଭାବରେ ରାଜ୍ୟରେ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ। ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ ସୂଚନା ଜାରି […]
ଭଦ୍ରକ: ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଜୋରକୁ ଓଲଟି ପଡ଼ିବା ଫଳରେ ୧୫ଜଣ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଇଚ୍ଛାପୁର-ବାସୁଦେବପୁର ରାସ୍ତାର ବେକମୁଡ଼ି ମେଲଣ ପଡ଼ିଆରେ ଆଜି ଏହି ଅଘଟଣ ଘଟିଛି। ଆହତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଆସୁଥିଲା। କୌଣସି କାରଣରୁ ଭାରସାମ୍ୟ ହରାଇ ବେକମୁଡ଼ି ମେଲଣ ପଡ଼ିଆ ନିକଟରେ ଥିବା ଏକ ଜୋରକୁ ଓଲଟି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। […]
ଭୁବନେଶ୍ୱର: ପୁଣି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ୧୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧ଟା ୧୫ ପର୍ଯ୍ୟନ୍ତ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା-ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା,ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, […]
ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷାର ତାଣ୍ଡବ। ଗତକାଲି ଅପରାହ୍ନରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲାର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଗୋପାଳପୁର-ରାୟପୁର ରାସ୍ତାର ମଦନପୁର ଠାରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ସେହିପରି ଭବାନୀପାଟଣା-ଥୁଆମୁଳ ରାମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଥୁଆମୁଳ ରାମପୁର -କଲମପୁର ରାସ୍ତା ମଝିରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କଲମପୁର ବ୍ଲକ୍ର ୩ଟି ଗାଁ ସମ୍ପୂର୍ଣ୍ଣ […]
ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଯୋଜନା ଯେ ବାଟବଣା ହେଉଛି ତାହା ପ୍ରତି ସରକାରଙ୍କ ନିଘା ନାହିଁ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବାଉଁଶ ବଣିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ନିର୍ମଳ ପଞ୍ଚାୟତ ଯୋଗୁଁ ଏଠାରେ ବାହ୍ୟ ମଳ ତ୍ୟାଗ ବନ୍ଦ ରଖିବା ଲାଗି ପ୍ରତି ଛକରେ ପାଇଖାନା ନିର୍ମାଣ ହୋଇଥିଲା। ହେଲେ ସଚେତନତା ଅଭାବ ସହ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଭାଙ୍ଗିରୁଜି ଗଲାଣି। ପଞ୍ଚାୟତର […]
ନୂଆଦିଲ୍ଲୀ: ଏଣିକି ହ୍ୱାଟସ ଆପ୍ରେ ଏକ ସମୟରେ ୫ରୁ ଅଧିକ ଚାଟ୍ ଫରଓ୍ୱାର୍ଡ କରିହେବ ନାହିଁ। ଏହା ଦ୍ୱାରା ଅତ୍ୟଧିକ ମେସେଜ, ଫଟୋ, ଭିଡିଓ ପଠାଯିବା ଉପରେ ରୋକ ଲାଗିବ। ଦେଶର ବିଭିନ୍ନ ସ୍ଥାନରେ ସୋଶାଲ୍ ମିଡିଆ ଦ୍ୱାରା ପ୍ରଚାରିତ ଖବରରୁ ଗଣ୍ଡଗୋଳ, ଅରାଜକତା ଏପରିକି ହତ୍ୟା ଘଟଣା ସାମ୍ନାକୁ ଆସୁଛି। ଏହାପରେ ହ୍ୱାଟସ ଆପ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅନେକ ସମୟରେ ସେୟାର କରାଯାଉଥିବା ଖବର ମିଛ ବୋଲି ମଧ୍ୟ ପ୍ରମାଣିତ ହୋଇଛି। କିଛି […]
ନୂଆଦିଲ୍ଲୀ : ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ରେ ତାମିଲନାଡୁର ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି ସୁପ୍ରିମ୍କୋର୍ଟ। ତାମିଲ ପ୍ରଶ୍ନପତ୍ରରେ ଭୁଲ୍ ଯୋଗୁଁ ପିଲାଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଅାଗରୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଥିଲେ। ଇଂରାଜୀ ପ୍ରଶ୍ନପତ୍ରକୁ ଠିକ୍ ଭାବେ ତାମିଲରେ ଅନୁବାଦ କରାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ୪୯ ଟି ପ୍ରଶ୍ନର ଭୁଲ୍ ଅନୁବାଦ କରାଯାଇଥିଲା। ଏଥିପାଇଁ ପ୍ରତି ପ୍ରଶ୍ନ ପାଇଁ ୪ ମାର୍କ ଲେଖାଏଁ […]