• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Lightning
ବଜ୍ରପାତ ନେଲା ମାଆ, ଝିଅଙ୍କ ଜୀବନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା। ବଜ୍ରପାତରେ ମାଆ, ଝିଅଙ୍କ ମୃତ୍ୟୁ। ଡଙ୍ଗାରେ ଯାଉଥିବା ବେଳେ ବଜ୍ରପାତ ହେବା ଫଳରେ ମାଆ,ଝିଅଙ୍କ ମୃତ୍ୟୁ ହୋଇଛି। ଡଙ୍ଗାରେ ଥିବା ନାତି ଓ ସଂପର୍କୀୟ ଭାଉଜ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତମାନେ ସ୍ଥାନୀୟ ଜମ୍ବୁ ଗ୍ରାମର। ନଦୀକୁ ମାଛ ଧରିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।

  • Monday, 19 July 2021
villagers
ନ୍ୟାୟ ପାଇଁ ସାରା ରାତି ଥାନା ଆଗରେ ବସିଲେ ଗ୍ରାମବାସୀ

ନୟାଗଡ଼: ନ୍ୟାୟ ପାଇଁ ଥାନା ଆଗରେ ବସିଲେ ଗ୍ରାମବାସୀ। ଜଣେ କି ଦୁଇଜଣ ନୁହେଁ ୫୦୦ରୁ ଅଧିକ ଗ୍ରାମବାସୀ ରାତି ସାରା ଥାନା ଆଗରେ ବସି ରହିଲେ। ନୟାଗଡ଼ ଖଣ୍ଡପଡ଼ା ବ୍ଳକ ବୋଦରା ପଞ୍ଚାୟତରେ କିଛି ଦଳିତ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଶିବ ମନ୍ଦିର ଭିତରକୁ ପ୍ରବେଶକୁ ନେଇ ବିବାଦ ଲାଗି ରହିଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଏନେଇ ଖଣ୍ଡପଡ଼ା ପୋଲିସ ଏକ ମାମଲା ରୁଜୁ କରି ଗତକାଲି ରାତିରେ […]

  • Monday, 19 July 2021
snake rescued
ପୁଣି ଉଦ୍ଧାର ହେଲା ୧୦ରୁ ଅଧିକ ନାଗ ସାପ

ଭଦ୍ରକ: ଭଦ୍ରକ ଧାମନଗରରେ ପୁଣି ଥରେ ଉଦ୍ଧାର ହୋଇଛି ନାଗ ସାପ। ଆଜି ଧାମନଗରର ଜୟନଗର କଣ୍ଟାବଣିଆ ଗ୍ରାମରୁ ୧୦ରୁ ଅଧିକ ନାଗ ସାପ ଉଦ୍ଧାର ହୋଇଛି। କଣ୍ଟାବଣିଆ ଗ୍ରାମରେ ରହୁଥିବା ଗୌରାଙ୍ଗ ଜେନାଙ୍କ ଘରୁ ଏହି ସବୁ ସାପ ଉଦ୍ଧାର ହୋଇଛି । ଏକ ଶିଳ ତଳୁ ସାପ ଗୁଡ଼ିକୁ ଉଦ୍ଧାର କରାଯାଇଛି। ଗୌରାଙ୍ଗଙ୍କ ପୁଅ ଘର ଭିତରୁ ସାପ ଉଦ୍ଧାର କରିଛନ୍ତି। ଗତ ୩ ଦିନ ଧରି ଧାମନଗର ଶ୍ୟାମପୁରରେ ବିଜୟ ଭୂୟାଁଙ୍କ ଘରରୁ […]

  • Monday, 19 July 2021
representational image
ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧାରେ ଅଭାବନୀୟ ଘଟଣା। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଟାଉନ୍ ଥାନା ସାମନ୍ତରାପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ସୁଚିସ୍ମିତା ପଟ୍ଟନାୟକ ଏବଂ ତାଙ୍କ ସ୍ୱାମୀ ସୌମ୍ୟକାନ୍ତ ପଟ୍ଟନାୟକ। ଏମାନେ ବାଙ୍କି ପଥୁରୀଆପଡ଼ା ଅଞ୍ଚଳର। ନିଜର ୮ବର୍ଷର ଝିଅ ସହ ଉଭୟେ ସାମନ୍ତରାପୁର ଠେଙ୍ଗାହାଟ ଛକ ସ୍ଥିତ ଏକ ଭଡ଼ାଘରେ ରହୁଥିଲେ। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଉଭୟଙ୍କ ଏଭଳି ଅବସ୍ଥାରେ ମୃତ୍ୟୁ […]

  • Monday, 19 July 2021
snake
ଉଦ୍ଧାର ନାଗ ସାପ ଗୁଡିକୁ ଜଙ୍ଗଲରେ ଛଡ଼ାଗଲା

ଭଦ୍ରକ: ଭଦ୍ରକ ଧାମନଗରର ପାଇକ ସାହିରୁ ଉଦ୍ଧାର କରାଯାଇଥିବା ନାଗ ସାପ ଗୁଡିକୁ ଆନନ୍ଦପୁରର ହଦଗଡ଼ ଡ୍ୟାମ୍ ପାର୍ଶ୍ୱ ଜଙ୍ଗଲରେ ଛଡାଯାଇଛି। ଗତ ୨ ଦିନ ଧରି ଶହେରୁ ଅଧିକ ନାଗ ଛୁଆ ଉଦ୍ଧାର ପରେ ଗତକାଲି ପାଇକ ସାହିରୁ ପୁଣି ୫ଟି ବିଷଧର ନାଗ ଧରାପଡିଥିଲେ।  ସେଠାରେ ରହୁଥିବା ବିଜୟ ଭୂୟାଁଙ୍କ ଘର ଭିତରୁ ଗଲା ଦୁଇ ଦିନ ଭିତରେ ଉଦ୍ଧାର ୧୨୬ ନାଗ ସାପ ଛୁଆ ଉଦ୍ଧାର ହୋଇଥିଲେ। ଶନିବାର ରାତିରେ ଅଗଣାରେ ପୁଣି […]

  • Monday, 19 July 2021
ganja
ପଇଡ଼ ଭିତରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ଛତିଶଗଡ଼ ପୋଲିସକୁ ଏକ ବଡ଼ ସଫଳତା।  ପ୍ରାୟ ୧୦ କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣବେଳେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ହାତରେ ଏହା ଧରାପଡ଼ିଛି। ମାଲକାନଗିରି ଜିଲ୍ଲାରୁ ଗଞ୍ଜେଇ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବାବେଳେ ଏହା ଧରାପଡ଼ିଛି। ଏଠାରେ ସବୁଠୁ ବଡ଼ କଥା ହେଉଛି ଯେ, ଅଭିନବ ଉପାୟରେ ଗଦା ଗଦା ପଇଡ ଭିତରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍‌ ୩ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

  • Monday, 19 July 2021
scb
SCB ମେଡ଼ିକାଲ୍‌ରେ ଅଗ୍ନିକାଣ୍ଡ

କଟକ: କଟକ SCB ମେଡ଼ିକାଲ୍‌ର କାଜୁଆଲ୍‌ଟି ବିଲ୍ଡିଂରେ ଅଗ୍ନିକାଣ୍ଡ। ବିଲ୍ଡିଂର ଟ୍ରମା ଆଇସିୟୁ ଏବଂ ସେଣ୍ଟ୍ରାଲ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ଭୋରରୁ ଘଡ଼ଘଡ଼ି ମାରିବାରୁ ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଆଇସିୟୁର ଏସି ପୋଡ଼ି ଯିବା ସହ ଅକ୍ସିଜେନ୍‌ ପାଇପ୍ ବି ଲିକେଜ୍ ହୋଇଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଆଇସିୟୁରେ ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେମାନେ ଭୟଭୀତ ହୋଇ ବାହାରକୁ […]

  • Monday, 19 July 2021
chilika
ଚିଲିକାରେ ହୋଇପାରେ ୱାଟର ଏରୋଡ୍ରମ୍

ଭୁବନେଶ୍ୱର : ଚିଲିକାରେ ପ୍ରତିଷ୍ଠା ହୋଇପାରେ ୱାଟର ଏରୋଡ୍ରମ୍। ଏନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଉଦ୍ୟମ ଆରମ୍ଭ କରିଛି। ଇତିମଧ୍ୟରେ ସଂସ୍ଥାର ଏକ ବିଶେଷଜ୍ଞ ଟିମ୍ ଚିଲିକାରେ କ୍ଷେତ୍ର ପରିଦର୍ଶନ କରିଛି। ଚିଲିକା ହ୍ରଦରେ ପ୍ଲେନ୍ ଓହ୍ଲାଇବା ଲାଗି ଓ୍ୱାଟର ଏରୋଡ୍ରମ ପ୍ରତିଷ୍ଠା ପାଇଁ ଯୋଜନା କରିଛି ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ। ଭୁବନେଶ୍ୱରରୁ ଆମ୍ଫିବିୟସ୍ ପ୍ଲେନ୍ ଉଡ଼ି ଚିଲିକାରେ ଓହ୍ଲାଇବ। ଏନେଇ କିଛିଦିନ ତଳେ ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ, ଡିଜିସିଏ ଓ ବିମାନ […]

  • Monday, 19 July 2021
mines1
ଜରିମାନା ଦେଇନଥିବା ଖଣି ମାଲିକଙ୍କ ଲାଗି ସତର୍କ ଘଣ୍ଟି

ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜରିମାନା ପୈଠ କରିନଥିବା ଖଣି ମାଲିକଙ୍କ ପାଇଁ ସତର୍କ ଘଣ୍ଟି। ତୁରନ୍ତ ଜରିମାନା ରାଶି ପୈଠ ନକଲେ ବ୍ୟାଜାପ୍ତି ହେବ ସଂପତ୍ତି। ଖଣି ସଚିବଙ୍କ ନିର୍ଦ୍ଦେଶ ପାଇବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଏନେଇ ପ୍ରଶାସନ ପକ୍ଷରୁ ନୋଟିସ ଦଆଯାଇଛି। ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ଜରିମାନା ଖିଲାପକାରୀଙ୍କୁ କୁହାଯାଇଛି। ଜରିମାନା ଦେଇନଥିବା ଖଣି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ପୂର୍ବରୁ ଖଣି […]

  • Monday, 19 July 2021
ଟ୍ରେନ୍ ଆଗରେ ମହିଳା
ଆତ୍ମହତ୍ୟା କରିବାକୁ ଟ୍ରେନ୍ ଆଗରେ ଶୋଇଲେ, ତା’ ପରେ .....

ବୁରହାନପୁର: ଏଠାରେ ଏମିତି ଏକ ଘଟଣା ଘଟିଛି ଯାହା ଅବିଶ୍ୱସନୀୟ ହେଲେ ବି ସତ୍ୟ । ମାନସିକ ବିଷାଦରେ ଥିବା ଜଣେ ମହିଳା ଆତ୍ମହତ୍ୟା କହିବାକୁ ନିଜର ଦେଢ଼ ମାସର ଛୁଆକୁ ଧରି ଟ୍ରେନ୍ ଟ୍ରାକ୍‌ରେ ଶୋଇପଡିଲେ । ଦ୍ରୁତ ଗତିରେ ଟ୍ରେନ୍‌ ଆସି ତାଙ୍କ ଉପର ଦେଇ ଚାଲିଗଲା ।  ନା ମା’ ନା’  ଛୁଆ ଦୁହିଁଙ୍କୁ ଟିକେ ହେଲେ ବି କ୍ଷତ ହେଲା ନାହିଁ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । […]

  • Monday, 19 July 2021
bjp-bjp
ବିଜେପି-ବିଜେପି ପିଟାପିଟି

ନୟାଗଡ଼ : ନୟାଗଡ଼ରେ ଜିଲ୍ଲା ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପିଟାପିଟି।  ଗୋଟିଏ ଗୋଷ୍ଠୀର ସଦସ୍ୟ ବୈଠକର ଆୟୋଜନ କରିଥିବାବେଳେ ଅନ୍ୟ ଗୋଷ୍ଠୀ ଏହାର ବିରୋଧ କରିବାରୁ ହାତାହାତି ହୋଇଥିଲେ। ଦୁଇ ଗୋଷ୍ଠୀର କର୍ମୀ ସଭା ଚାଲିଥିବାବେଳେ ଦୁଇ ଗୋଷ୍ଠୀର କର୍ମୀ ପରସ୍ପର ମଧ୍ୟରେ ପିଟାପିଟି ହୋଇଥିଲେ।  ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୨ ଜଣ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।  

  • Monday, 19 July 2021
pak international
ଭୁଲରେ ସୀମା ପାର କରିଥିବା ପାକ୍ ନାଗରିକଙ୍କୁ ମୁକ୍ତ କଲା ଭାରତ

ଇସଲାମାବାଦ: ସଦ୍‌ଭାବନାର ନିଦର୍ଶନ ସ୍ୱରୂପ ଭାରତ ଦୁଇ ପାକ୍ ନାଗରିକଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଗତ ୧୧ ବର୍ଷ ତଳେ ବିଏସ୍‌ଏଫ୍ ଦ୍ୱାରା ଗିରଫ ହୋଇଥିଲେ । ବିଏସ୍‌ଏଫ ଦ୍ୱାରା ଗିରଫ ହୋଇଥିବା ଏହି ପାକିସ୍ତାନୀ ନାଗରିକ ହେଉଛନ୍ତି ମହମ୍ମଦ ୟାସିନ୍ ଓ ସଇନ୍ ଖାଁ । ୟାସିନ୍ ୧୧ ବର୍ଷ ପରେ ତା’ଙ୍କ ଘରକୁ ଫେରିଛନ୍ତି । ୨୦୦୭ ମସିହାରେ ଭୁଲରେ ସେ ଭାରତ ସୀମା ଭିତରକୁ ପଶି ଆସିଥିବାବେଳେ ବିଏଏସଫ […]

  • Monday, 19 July 2021
rain
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ସକ୍ରିୟ ହେଉଛି ମୌସୁମୀ। ତେବେ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ସାରା ରାଜ୍ୟକୁ ଛୁଇଁବା ପାଇଁ ଆହୁରି ୪୮ ଘଣ୍ଟା ଲାଗିବ। ସେପଟେ ଉପକୂଳରେ ମୌସୁମୀ ପ୍ରଭାବରେ ଆାଜି କିଛି ସ୍ଥାନରେ ବର୍ଷା ହେବା ସହିତ ଉତ୍ତର ଓଡିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୯ଟି […]

  • Monday, 19 July 2021
army
ମେଜରଙ୍କ ପତ୍ନୀଙ୍କ ହତ୍ୟା ମାମଲାରେ ଆଉ ଜଣେ ମେଜର୍ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ମେଜରଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହେଲେ ଆଉ ଜଣେ ମେଜର୍। ଅଭିଯୁକ୍ତ ମେଜର୍ ନିଖିଲ ହାଣ୍ଡୱାଙ୍କୁ ଉତ୍ତରପ୍ରଦେଶ ମିରଟ୍ଟରୁ ଗିରଫ କରିଛି ପୋଲିସ। ଗତକାଲି ଦିଲ୍ଲୀର ବ୍ରାର୍ ସ୍କୋୟାର ନିକଟରେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପ୍ରଥମରୁ ଏହା ଏକ ଦୁର୍ଘଟଣା ପରି ଲାଗୁଥିଲେ ମଧ୍ୟ ପରେ ଜଣାପଡ଼ିଲା ଯେ, ତାଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ା ଯାଇଛି। ଘଟଣାରେ ଅମିତ ଓ ଶୈଳଜାଙ୍କ […]

  • Monday, 19 July 2021