ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ମାନସମନ୍ଥନ। ଆଜି ଦିଲ୍ଲୀରେ ବସିଥିବା CWC ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରାଯାଇଛି। ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡିବାକୁ ଜିଦ୍ ଧରିଥିଲେ ରାହୁଲ । ମାତ୍ର CWC ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି । ଅନ୍ୟପକ୍ଷରେ ଆଗାମୀ ଦିନରେ କଂଗ୍ରେସ କିଭଳି ଶକ୍ତିଶାଳୀ ହେବ ସେନେଇ ନିଷ୍ପତ୍ତି ନେବାକୁ ରାହୁଲ ଗାନ୍ଧୀଙ୍କୁ, ନିରଙ୍କୁଶ କ୍ଷମତା ଦେବା ପାଇଁ ପ୍ରସ୍ତାବ […]
ନୂଆଦିଲ୍ଲୀ: ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ । ନୂଆଦିଲ୍ଲୀରେ ଆଜି NDA ସଂସଦୀୟ ଦଳ ବୈଠକ ପରେ ଆରମ୍ଭ ହୋଇଛି ସରକାର ଗଠନ ପ୍ରକ୍ରିୟା । ଏପଟେ ଦ୍ୱିତୀୟ ପାଳିରେ ଅଧିକ ସିଟ୍ ଜିତିବା ଦୃଷ୍ଟିରୁ ମନ୍ତ୍ରୀ ପଦ ଲାଗି ଦାବିଦାର୍ଙ୍କ ସଂଖ୍ୟା ବି ବଢ଼ିଛି । ଅନ୍ୟପକ୍ଷରେ ମେଣ୍ଟ ସହଯୋଗୀଙ୍କୁ ବି ସମାନ ଗୁରୁତ୍ୱ ଦେବ ବୋଲି କହିଛି ଦଳ। ଏପଟେ […]
ଭୁବନେଶ୍ୱର : ବଦଳିବେ ନାହିଁ ବସନ୍ତ। ୧୯ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ମଙ୍ଗୁଅାଳ ହୋଇ ରହିବେ ବସନ୍ତ ପଣ୍ଡା। ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ଗସ୍ତ ପରେ ବସନ୍ତଙ୍କ ଯାଗାରେ ପ୍ରତାପଙ୍କୁ ଦଳ କ୍ୟାପଟେନ କରିବା ନେଇ କିଛି ମହଲରେ ଚର୍ଚ୍ଚା ଚାଲିଥିଲା। ତେବେ ଅାଜି ଏ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ। ଅରୁଣ କହିଛନ୍ତି ବସନ୍ତଙ୍କ ନେତ୍ୱତ୍ୱରେ ହିଁ ଦଳ ୧୯ ନିର୍ବାଚନ ଲଢିବ। ବିଜେପୁର ନିର୍ବାଚନ ପରେ ବି […]
ଭୁବନେଶ୍ୱର : ଇଛାଧୀନ କୋଟା କେଳଙ୍କାରୀକୁ ନେଇ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ସାଧାରଣ ପ୍ରଶାସନ ବିଭାଗର ତାଗିଦ୍। ଘର ଓ ପ୍ଲଟ୍ ବଣ୍ଟନରରେ ଅନିୟମିତତା ନେଇ ତାରା ଦତ୍ତ କମିଟି କରିଥିବା ସୁପାରିଶକୁ କେତେ କାର୍ଯ୍ୟକାରୀ କରାଯାଇଛି ତାହା ଜଣାଇବା ଲାଗି କହିଛି ସାଧାରଣ ପ୍ରଶାସନ ବିଭାଗ। ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ଜିଏ । ପୂର୍ବରୁ ମଧ୍ୟ ଅାକ୍ସନ୍ ଟେକେନ୍ ରିପୋର୍ଟ ନେଇ ବିଡିଏ, ସିଡିଏ ଓ ହାଉସିଂ […]
ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନା ଶକ୍ତିନଗରରେ ଏକ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ା ଘରେ ଚଢ଼ଉ କରି ଅଇଁଠାପାଲି ପୁଲିସ ଘର ମାଲିକଙ୍କ ସହ ୭ଜଣ ଯୁବକ ଓ ୫ଜଣ ଯୁବତୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଅନେକ ଅାପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଉଲ୍ଲେଖନୀୟ ଯେ, ଗତ ୨୫ ତାରିଖରେ ମଧ୍ୟ ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳରେ କେଶରୀ ଟକିଜ୍ ନିକଟରେ ଥିବା ‘ମେ ମିଲନ୍ ହେୟାର ସ୍ପା’ରେ […]
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା । ଭୋଟ ଗଣତି ସରି ରେଜଲ୍ଟ ବାହାରି ସାରିଥିବା ବଳେ ଏବେ କେବଳ ସରକାର ଗଠନ ବାକି। ତେବେ ସେଥିଲାଗି ମଧ୍ୟ ଆରମ୍ଭ ହୋଇଯାଇଛି ତତ୍ପରତା। ମୋଦି ଓ ଶାହ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଏପଟେ ଦ୍ୱିତୀୟ ଥର ଦିଲ୍ଲୀ ଗାଦି ସମ୍ଭାଳିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟି ଆଶୀର୍ବାଦ […]
ଅାନ୍ଧ୍ରପ୍ରଦେଶ : ଅାନ୍ଧ୍ରପ୍ରଦେଶରେ ଥିବା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଗାଁ ବୁଲି ଲୋକଙ୍କ ସୁଖଦୁଃଖରେ ସାମିଲ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁରମ, ସୋମପେଣ୍ଟା, ମନ୍ଦସା ଅାଦି ଅଞ୍ଚଳର ୧୦ରୁ ଅଧିକ ଓଡ଼ିଆ ଗାଁ ବୁଲିବା ସହ ଓଡ଼ିଆ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ। ସ୍କୁଲରେ ଓଡ଼ିଆ ବହି ମିଳି ନଥିବା ଜାଣିବା ପରେ ଏହାର ସମାଧାନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅାନ୍ଧ୍ର ସରକାର ଓଡ଼ିଆ ସ୍କୁଲ ପାଇଁ ବ୍ୟବସ୍ଥା କରିଥିବାରୁ […]
କାଠମାଣ୍ଡୁ : ପ୍ରଥମ ଓଡ଼ିଆ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କର ପରଲୋକ ହୋଇଯାଇଛି। ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଲଜାନ ଅଭାବରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା। ସୂଚନାନୁସାରେ କଳ୍ପନାଙ୍କ ମୃତଦେହ ଏବେ ହିମାଳୟ ପାଦଦେଶରୁ ୮,୪୦୦ ଫୁଟ ଉଚ୍ଚରେ ଅଛି। ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ […]
ଭୁବନେଶ୍ୱର: ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ୍ ଆୟୋଜନ ନେଇ ଲଣ୍ଡନରେ ପ୍ରମୋସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ବିଶ୍ୱକପ୍ ହକି ଆୟୋଜନକୁ ନେଇ ଆମର ପ୍ରସ୍ତୁତିର ଖବର ଲଣ୍ଡନରେ ପହଞ୍ଚିଲାଣି। ଲଣ୍ଡନ ବସ୍ରେ ଓଡ଼ିଶାର ଲୋଗୋ ଏବଂ ଆମର ପର୍ଯ୍ୟଟନର ଝଲକ ପ୍ରଦର୍ଶିତ ହେବା ଦ୍ୱାରା ବିଶ୍ୱସ୍ତରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଛି। ଏହା ସହିତ କ୍ରୀଡ଼ା ରାଜଧାନୀ ତଥା ହକି ବିଶ୍ୱକପ୍ ଆୟୋଜକ ଭାବେ ଓଡ଼ିଶାର ସମ୍ମାନ ବଢ଼ିଥିବା […]
ଜୋହାନ୍ସବର୍ଗ: ବିଶ୍ୱର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟା, ବହୁ ପାକ୍ଷିକ ସହଯୋଗିତା ଓ ଦକ୍ଷତା ବିକାଶ ନିହାତି ଜରୁରୀ। ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିଳ୍ପ କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ମାଧ୍ୟମର ପ୍ରସାର ଦ୍ୱାରା ବିଶ୍ୱ ଏକ ନୂଆ ସୁଯୋଗ ସୃଷ୍ଟି କରିବା ସହ ଚ୍ୟାଲେଞ୍ଜ ଆଣିଥିବା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଚତୁର୍ଥ ଶିଳ୍ପ ବିପ୍ଲବ ଲାଗି ବ୍ରିକ୍ସ ରାଷ୍ଟ୍ରଗୁଡିକ ସହ ନୂଆଦିଲ୍ଲୀ କାର୍ଯ୍ୟ କରିବାକୁ ଚାହୁଁଥିବା […]
ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଛନ୍ତି ଦେଶର କିଛି ହେଭିୱେଟ୍ ନେତା। ଯେଉଁମାନଙ୍କ ଭିତରେ ଅଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି ଏବଂ ସେଠାରେ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ। ସେହିପରି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ୍, କୁଶିନଗରରୁ କଂଗ୍ରେସ ପ୍ରାର୍ଥୀ ଆର୍.ପି.ଏନ୍ ସିଂହ, ମଧ୍ୟପ୍ରଦେଶ ମନ୍ଦୋସରରୁ କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ନଟ୍ରାଜନ ପ୍ରମୁଖ। ସେହିପରି ବିହାର ପଟନା ସାହିବରୁ କଂଗ୍ରେସ ଟିକେଟ୍ରୁ […]
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସରିବା ପୂର୍ବରୁ, ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ। ଆସନ୍ତା ୨୩ରେ ଆସିବାକୁ ଥିବା ଫଳାଫଳ ଏନ୍ଡିଏ ସପକ୍ଷରେ ଯିବ। ଏନ୍ଡିଏ ୩୦୦ରୁ ଅଧିକ ଆସନରେ ବିଜୟୀ ହେବ ଓ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ଅମିତ ଶାହ। ସେହିପରି ମୋଦି କହିଛନ୍ତି, “ଦୀର୍ଘ ବର୍ଷ ପରେ ମେ ୨୩ରେ ପୁଣି ଏକ ରେକର୍ଡ ହେବାକୁ ଯାଉଛି। କାରଣ, […]
ଭୁବନେଶ୍ୱର: ଆଜି ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିବ। ଆଜି ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଆକାରରେ ଓ ସମ୍ପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ। ୧ ଘଣ୍ଟା ୪୩ ମିନଟ୍ ଧରି ଏହି ପୂର୍ଣ୍ଣଗ୍ରାସ ରହିବ। ଆଜି ରାତି ୧୦ଟା ୪୪ରୁ ଗ୍ରହଣ ଆରମ୍ଭ ହେବ ଅର୍ଥାତ୍ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ୧୧ଟା ୫୪ ମିନିଟ୍ରେ ଏହା ଛାୟାରେ ପ୍ରବେଶ […]
ପୁରୀ: ଆସନ୍ତାକାଲି ଅାଷାଢ ମାସ ପୂର୍ଣ୍ଣିମା ତିଥି, ଗୁରୁପୂର୍ଣ୍ଣିମା। ଜ୍ୟୋତିଷୀଙ୍କ ମତରେ ଏହା କେତୁୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ସବୁଠାରୁ ଅଧିକ ସମୟ ଅର୍ଥାତ୍ ପ୍ରାୟ ୩ଘଣ୍ଟା ୫୬ମିନିଟି ଦୃଶ୍ୟମାନ ହେବ । ଗ୍ରହଣ ଅାରମ୍ଭ ରାତ୍ର ୧୧ଟା ୫୩ ମିନିଟ ୪୮ ସେକେଣ୍ଡ ଥିବା ବେଳେ ସର୍ବ ମୋକ୍ଷ ରାତ୍ର ୩ଟା୪୯ ମିନିଟ ୩ ସେକେଣ୍ଡ ରହିଛି। ଅପରାହ୍ନ ଦିବା ୨ଟା ୫୪ ମିନିଟ୍ରେ ପାକତ୍ୟାଗ କରାଯିବା ସହ ଅନ୍ନ ଭୋଜନ ଏବଂ ଦେବନୀତ ନିଷେଧ ବୋଲି […]
ଲାହୋର: ମେ ୩୦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ରହିଥିବା ଦ୍ୱିପାକ୍ଷିକ ବିମାନ ସେବା ଉପରେ ନିଷ୍ପତ୍ତି ନିଆଯିବ। ସେ ଯାଏ କୌଣସି ଭାରତୀୟ ବିମାନ ପାକିସ୍ତାନକୁ ଉଡ଼ାଣ ଭରି ପାରିବ ନାହିଁ। ଗତକାଲି ଭାରତ ପାକିସ୍ତାନ ମଧ୍ୟରେ ଉଡ଼ାଣ ସେବା ନେଇ ପାକିସ୍ତାନ ସରକାର ବୈଠକ କରିଥିଲେ। ଭାରତରେ ଲୋକସଭା ନିର୍ବାଚନ ଚାଲିଛି, ତେଣୁ ନୂଆ ସରକାର ଆସିଲେ ସମସ୍ତ ଆଲୋଚନା ପରେ ଉଡ଼ାଣ ସେବା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି […]
ଭବାନୀପାଟଣା: ଅଡ଼ୁଅାରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର। ତାଙ୍କ ଗିରଫ ଦାବିରେ ଧର୍ମଗଡ଼ ଥାନାରେ ଏତଲା ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେନ୍ର ଏକ ସଭାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଟଙ୍କଧର ଖର୍ସେଲ ନାମକ ଜଣେ ଦିବ୍ୟାଙ୍ଗଙ୍କୁ ଧମକାଇବା ଅଭିଯୋଗକୁ ନେଇ ଏହି ମାମଲା ହୋଇଛି। ଅାଜି ଟଙ୍କଧର କଳାହାଣ୍ଡି ଜିଲ୍ଲା ଯାଦବ ସଂଘ ସହ ଏକ ରାଲିରେ ଧର୍ମଗଡ ଥାନାକୁ ଅାସି ବିଧାୟକଙ୍କ ନାଁରେ ଏତଲା ଦେଇଛନ୍ତି। ବିଧାୟକ ଦିବ୍ୟଶଙ୍କର ମିଶ୍ର ଗତକାଲି ବୋଡେନ୍ରେ […]
ଚେନ୍ନାଇ: ନିର୍ବାଚନ ବେଳେ ଧର୍ମ ଆଧାରରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଅଭିନେତା ତଥା ମକ୍କଲ ନିଧି ମଇୟମ୍ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଆଜି କହିଛନ୍ତି ସେ ନିଜ ମନ୍ତବ୍ୟରୁ ଓହରିବେ ନାହିଁ। ଆଗାମୀ ଦିନରେ ଯାହା ବି ସାମ୍ନା କରିବାକୁ ପଡ଼ିବ ସେନେଇ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଆତଙ୍କବାଦୀ’ ବୋଲି କମଲ ହାସନ କହିଥିଲେ। ଏହାକୁ […]
ଭୁବନେଶ୍ୱର: ଅାସନ୍ତାକାଲି ଅନୁଷ୍ଠିତ ହେବ ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସାଙ୍ଗକୁ ଦୃଶ୍ୟମାନ ହେବ ବିରାଟକାୟ ଲୋହିତ ଚନ୍ଦ୍ର ବା ବ୍ଲଡ୍ ମୁନ୍। ଭାରତ ସମେତ ଅନ୍ୟ କିଛି ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ତେବେ ବିଶ୍ୱର ଅନ୍ୟାନ୍ୟ ଦେଶରେ ଏହା ଅାଂଶିକ ଦେଖିହେବ। ଶହେ ଚାରି ବର୍ଷ ପରେ ଅର୍ଥାତ୍ ଅାଗାମୀ ୨୧୨୩ ମସିହା ଜୁନ୍ ୯ରେ ପୁଣି ଏଭଳି ବିରଳ ମହାଜାଗତିକ ଘଟଣା ଘଟିବ। ଅାସନ୍ତାକାଲି ଘଟିବାକୁ […]
କରାଚୀ: ପାକିସ୍ତାନ ନିର୍ବାଚନରେ ସଫଳତା ପରେ ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପ୍ରଥମ ପ୍ରେସମିଟ୍। ତେବେ କ୍ଷମତା ଗାଦିରେ ବସିବା ପୂର୍ବରୁ ହିଁ ଭାରତ ବିରୋଧୀ ମନୋଭାବ ଦେଖାଇଛନ୍ତି ଇମ୍ରାନ୍। କହିଛନ୍ତି ଭାରତୀୟ ଗଣମାଧ୍ୟମ ଉପରେ ସେ ସନ୍ତୁଷ୍ଟ ନାହାନ୍ତି। ଭାରତୀୟ ଗଣମାଧ୍ୟମ ତାଙ୍କୁ ବଲିଉଡ୍ ଭିଲେନ୍ ଭଳି ଚିତ୍ରଣ କରିଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍। ଅନ୍ୟପକ୍ଷରେ ମୂଳରୁ ହିଁ ସେ କାଶ୍ମୀର କାର୍ଡ ଖେଳିଛନ୍ତି। କହିଛନ୍ତି, ସଂପର୍କ ସୁଧାରିବା ଦିଗରେ କାଶ୍ମୀର ହିଁ ମୁଖ୍ୟ ପ୍ରସଙ୍ଗ। […]
ନୂଆଦିଲ୍ଲୀ: ବ୍ୟାପକ ହିଂସା ଯୋଗୁ ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ ଆଜି ରାତି ୧୦ଟାରେ ପଶ୍ଚିମବଙ୍ଗରେ ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟ ପାଇଁ ଆସନ୍ତା ୧୯ ତାରିଖରେ ଭୋଟ୍ ହେବ। ଏହି ପର୍ଯ୍ୟାୟରେ ଦମ୍ଦମ୍, ବରାସତ୍, ବସିରହାଟ୍, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଓ ଉତ୍ତର କୋଲକାତାରେ ନିର୍ବାଚନ ହେବ। ଏହସବୁ ସ୍ଥାନରେ ଆଜି ରାତି ୧୦ଟା ପରଠାରୁ ନିର୍ବାଚନ ସରିବାଯାଏ କୌଣସି ପ୍ରଚାର ହେବନାହିଁ। ପଶ୍ଚିମବଙ୍ଗରେ ଏବେ ସିଧାସଳଖ […]
ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣସ ଅବଧି ଆଉ ଏକ ମାସ ଘୁଂଚାଇଛନ୍ତି ସିବିଡିଟି। ପୂର୍ବରୁ ଆୟକର ରିଟର୍ଣ୍ଣସର ଶେଷ ତାରିଖ ଜୁଲାଇ ୩୧ ନିର୍ଦ୍ଧାରିତ ହୋଇଥିଲା। ରିଟର୍ଣ୍ଣସ ଅବଧି ଘୁଂଚିବା ପରେ ବିନା ଜରିମାନାରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣସ ଦାଖଲ କରିହେବ। ସୂଚନା ଅନୁସାରେ, ଆୟକର ରିଟର୍ଣ୍ଣସ ତାରିଖ ଘୁଂଚାଇବାକୁ ବିଭିନ୍ନ ଆଡୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଥିଲା। ଅଗଷ୍ଟ ୩୧ ତାରିଖ ପରେ ରିଟର୍ଣ୍ଣସ ଦାଖଲ କଲେ […]
ଇସ୍ଲାମାବାଦ୍: ପାକିସ୍ତାନରେ ବଦଳିପାରେ ସତ୍ତା। କ୍ରିକେଟର୍ରୁ ରାଜନେତା ବନିଥିବା ଇମ୍ରାନ୍ ଖାନ୍ ଦଳ ସବୁଠୁ ଅଧିକ ଆସନରେ ଆଗୁଆ ରହିଛି। ଗତକାଲିଠୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ଗଣନାରେ ଇମ୍ରାନ୍ ଖାନ୍ ଦଳ ଆଗୁଆ ରହିଛି। ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ ଏବେ ସୁଦ୍ଧା ୧୧୯ଟି ସିଟ୍ରେ ଆଗୁଆ ଥିବା ବେଳେ ନୱାଜ୍ ସରିଫ୍ଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍ ୬୧ଟି ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ମାତ୍ର ୪୦ଟି ଆସନରେ ଲିଡ୍ କରୁଛି। ଏହାଛଡ଼ା ସ୍ୱାଧୀନ ଏବଂ ଅନ୍ୟାନ […]
ନୂଆଦିଲ୍ଲୀ: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ୧୯୯୯ ମସିହା ଜୁଲାଇ ୨୬ ଅର୍ଥାତ୍ ଆଜିର ଦିନରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଅନୁପ୍ରବେଶକାରୀ କବ୍ଜା କରିଥିବା ସମସ୍ତ ଘାଟିକୁ ପୁଣି ଦଖଲ କରିନେଇଥିଲା ଭାରତୀୟ ସେନା। ଏହି କାର୍ଗିଲ ବିଜୟ ଦିବସର ୧୯ ବର୍ଷ ପୂର୍ତ୍ତି ଅବସରରେ କାଶ୍ମୀରର ଦ୍ରାସ ଠାରେ ଦୀପ ପ୍ରଜ୍ୱଳନ କରି ଭାରତୀୟ ଯବାନ ବିଜୟ ଉତ୍ସବ ପାଳନ କରିଛନ୍ତି। ତାଙ୍କ ପରିବାର […]
ନୁଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜ୍ୟର ନାଁ ବଦଳି ବାଙ୍ଗଲା ହୋଇପାରେ। ଏହି ପ୍ରସ୍ତାବ ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଛି। ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବକୁ ବିଧାନସଭାରେ ମଞ୍ଜୁରୀ ମିଳିଛି। ତିନୋଟି ନାଁକୁ ନେଇ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ଦିଆଯାଇଥିଲା। ତେବେ ବାଙ୍ଗଲାକୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି। ଏହାପରେ ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଠାଇବେ। ମନ୍ତ୍ରାଳୟ ପ୍ରସ୍ତାବକୁ ଅନୁଧ୍ୟାନ କରି ଏନେଇ ସ୍ୱୀକୃତି ପ୍ରଦାନ କରିବେ। ଯଦି ପ୍ରସ୍ତାବକୁ ସ୍ୱୀକୃତି ମିଳେ […]
ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ନେଇଛି ପଦକ୍ଷେପ। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ୱାର୍ଡନ୍ର ଯବାନଙ୍କ ପୋଷାକରେ ଏହି ବ୍ୟାଜ ଲାଗିବ। ଯବାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆମ୍ରାନ ଡଜର ଏବଂ ଫାଲକନ୍ ସ୍ଲେୟର୍ସ ଚିତ୍ର ଥିବା ବ୍ୟାଜ୍ ୟୁନିଫର୍ମର ଛାତି ଏବଂ […]