ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡ଼ା ପଞ୍ଚାୟତ ବାଞ୍ଜମୁଣ୍ଡା ଗାଁରେ ଘର କାନ୍ଥ ଭୁଶୁଡ଼ି ଯିବାରୁ ଜଣେ ମହିଳା ଓ ତାଙ୍କର ୩ ଛୁଆ ଆହତ ହୋଇଛନ୍ତି। ସେମାନଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସୁକୁମାରୀ ପିଙ୍ଗୁଆ ଓ ତାଙ୍କ ୩ ଶିଶୁ ଆଦେଶ ପିଙ୍ଗୁଆ(୭), କ୍ରିଷ୍ଣା (୩) ଓ ମନୋଜ(୧୮ ମାସ)। ତେବେ ସୁକୁମାରୀଙ୍କ ସ୍ୱାମୀ ଅନକୁଳ ପିଙ୍ଗୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ରାତିରେ ଶୋଇଥିବା ବେଳେ କାନ୍ଥ […]
ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍ ଦୁର୍ଘଟଣାରେ ୫ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ରକ୍ ଡ୍ରାଇଭର ଦେବଲମ୍ ଭେଙ୍କଟାଦ୍ରିକୁ ପୋଲିସ୍ ଗିରଫ କରିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ନିକଟରୁ ଭେଙ୍କଟକୁ ଗିରଫ କରାଯାଇଛି। ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଭଦ୍ରକ SDPO ଜଳଧର ଜାଲିଙ୍କ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଡ୍ରାଇଭର କହିବା ଅନୁଯାୟୀ, ବ୍ରେକ୍ ଫେଲ୍ ହେବାରୁ ଭାରସାମ୍ୟ ହରାଇ ଟ୍ରକ୍ଟି ପିଲାଙ୍କ ଉପରେ ମାଡ଼ି ଯାଇଥିଲା। ଟ୍ରକ୍ରେ ଗହମ ନେଇ ବିହାରରୁ ବେଙ୍ଗାଲୁରୁ ଯାଉଥିବା ସମୟରେ […]
ସମ୍ବଲପୁର: ସମ୍ବଲପୁରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରବାସୀଙ୍କ ଅବସ୍ଥା ବେହାଲ୍ ହୋଇପଡ଼ିଛି। ଗତକାଲିଠୁ ଆରମ୍ଭ ହୋଇଥିବା ବର୍ଷା ଏବେ ବି ଜାରି ରହିଛି। ସହରରେ ୪୯୦ ମିଲିମିଟର ବର୍ଷା ହୋଇଥିବା ନେଇ ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଲୋକଙ୍କ ପାଇଁ ୩୪ଟି ଆଶ୍ରୟସ୍ଥଳୀ ଖୋଲା ଯାଇଛି। ସେଠାରେ ୧୫ ଶହରୁ ଅଧିକ ଲୋକଙ୍କୁ ରଖାଯାଇଛି। ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଉଛି। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଜିଲ୍ଲାପାଳ ନିଜେ ଆଶ୍ରୟ ସ୍ଥଳ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ୬ ଜଣ ନିଖୋଜ ହୋଇଯାଇଛନ୍ତି। ଭୋଗରାଇ କୀର୍ତ୍ତନିଆ ଜେଟିରୁ ୨ଟି ଡଙ୍ଗାରେ ମୋଟ ୧୭ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ତେବେ ଡଙ୍ଗା ବୁଡ଼ି ଯିବାରୁ ୧୧ ଜଣ ପହଁରି ପହଁରି ଜେଟିକୁ ଫେରିଥିଲେ। ହେଲେ ଆଉ ୬ ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ।
ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁଲ୍ଗାମ୍ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରୁ ପୋଲିସ ୩ଟି ବନ୍ଧୁକ ଜବତ କରିଛି। କୁଲ୍ଗାମ୍ ଜିଲ୍ଲାରୁ ଜଣେ ପୁଲିସ୍ କନଷ୍ଟେବଳଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିବା ପରେ ସେନା ପକ୍ଷରୁ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନର ବୋଲି ପୋଲିସ୍ ସନ୍ଦେହ କରୁଛି। 3 bodies of terrorists recovered with three weapons so far from encounter site. — Shesh […]
ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଗକୁ ଆହୁରି ବର୍ଷିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ବଲପୁର, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ […]
ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିର ଛାଡି ନୀଳକନ୍ଦରକୁ ବାହୁଡ଼ିବେ ଶ୍ରୀଜିଉ। ବାହୁଡ଼ାଯାତ୍ରା ଲାଗି ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରପାଳ ପୂଜା ପରେ ବେଶଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ କରାଯିବ। ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ସେନାପଟା ନୀତି ସମ୍ପନ୍ନ ହେବ। ୧୧ଟା ୪୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବ। ମଧ୍ୟାହ୍ନ […]
ଭୁବେନଶ୍ୱର: ଗତକାଲି ମଧ୍ୟରାତ୍ରିରେ ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସତସଙ୍ଗ ବିହାର ମୁଖ୍ୟ ରାସ୍ତାରେ ଟ୍ରକ୍କୁ ପଛପଟୁ କାର୍ ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ କୁମାର ଚନ୍ଦନ, ଦେବାଶିଷ ମିଶ୍ର ଏବଂ ପର୍ଶୁରାମ ହରିଚନ୍ଦନ। କାର୍ଟି ଜୟଦେବ ବିହାରରୁ ରସୁଲଗଡ଼ ପଟେ ଦ୍ରୁତ ଗତିରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ର ଆଗପଟ ସମ୍ପୂର୍ଣ୍ଣ […]
ନୂଆଦିଲ୍ଲୀ: ଇସ୍ରୋର ଘରୋଇକରଣ ଚକ୍ରାନ୍ତ। ୨୭ଟି ସ୍ୟାଟେଲାଇଟ୍ ନିର୍ମାଣ ପାଇଁ ଇସ୍ରୋ ଗୋଟିଏ ଦିନ ପୂର୍ବରୁ ଦୁଇଟି ଘରୋଇ କମ୍ପାନୀ ଓ ଗୋଟିଏ ସରକାରୀ କମ୍ପାନୀ ସହ ଚୁକ୍ତି କରିବା ପରେ ଅହମ୍ମଦାବାଦ ସ୍ପେସ୍ ଆପ୍ଲିକେସନ୍ କେନ୍ଦ୍ରର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ଗୁରୁବାର ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଶ୍ରୀ ମିଶ୍ରଙ୍କୁ ୧୯ ତାରିଖ ମଧ୍ୟାହ୍ଣରୁ ସମସ୍ତ ଦାୟିତ୍ୱରୁ ଅବ୍ୟାହତି […]
ପାରାଦୀପ : କଟକ-ପାରାଦୀପ ରାସ୍ତାର ଲୋକନାଥ ଗଡ଼ା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ପଛରେ କାର୍ଟିଏ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତକ ହେଲେ ସାରଦା ପ୍ରସନ୍ନ ସ୍ୱାଇଁ। ତାଙ୍କ ଘର ପାରାଦୀପର ନୂଆବଜାର ଅଞ୍ଚଳରେ। ଆହତ ଶିବ ପ୍ରସାଦ ସିଂ ଓ ଦୀପକ ଜେନାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ବିଜୟ କୁମାର ସାହୁଙ୍କୁ […]
ଭୁବନେଶ୍ୱର : ବର୍ଷାରେ ଭାସିଲା ଭୁବନେଶ୍ୱର। କୃତ୍ରିମ ବନ୍ୟାରେ ଉବୁଟୁବୁ ରାଜଧାନୀ। ଗତ ରାତିରୁ ଲଗାଣ ବର୍ଷାରେ ଘରେ ପାଣି, ବାହାରେ ପାଣି, ସାରା ସହରରେ ପାଣି ଭର୍ତ୍ତି। ସ୍ମାର୍ଟସିଟିର ଅଦ୍ଭୂତ ବିବର୍ଣ୍ଣ ଚେହେରା। ଗାଡ଼ି ବଦଳରେ ଡଙ୍ଗା ଚାଲିଲା, କାର୍କୁ ନୌକା କରି ଭସେଇଲା ପାଣିର ପ୍ରଖର ସୁଅ। କେଉଁଠି ଘାଈ ଭାଙ୍ଗିଲା ଭଳି ଘରେ ପଶିଲା ପାଣି ତ କେଉଁଠି ମନ୍ଦିର ବୁଡ଼ିଲା, ଠାକୁର ବି ବୁଡ଼ିଗଲେ। ଜୟଦେବ ବିହାର ଅଞ୍ଚଳରେ ସୃଷ୍ଟି ହୋଇଥିଲା […]
ଜୟପୁର: ଘରକୁ ଦୁଇଟି ଗାଈ ନେଇ ଯାଉଥିଲେ। କିନ୍ତୁ ଲୋକଙ୍କ ନଜର ଥିଲା ଅଲଗା। ଭାବିନେଲେ ଗୋଚାଲାଣକାରୀ, ଆଉ ପିଟି ପିଟି ମାରିଦେଲେ। ସୌଭାଗ୍ୟବଶତଃ ଅନ୍ୟ ଜଣେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ସୂଚନା ମୁତାବକ, ରାଜସ୍ଥାନ ଅଲଓ୍ୱର ଜିଲ୍ଲା କୋଲ୍ଗାଁରେ ଆକବର ଖାନ୍ ନାମକ ଜଣେ ବ୍ୟକ୍ତି ରାତିରେ ନିଜ ସହଯୋଗୀଙ୍କ ସହିତ ଘରକୁ ଦୁଇଟି ଗାଈ ନେଉଥିଲେ। ତେବେ ତାଙ୍କୁ ଗୋଚାଲାଣକାରୀ ଭାବି ସ୍ଥାନୀୟ ଲୋକେ ଆକ୍ରମଣ […]
କୋଲକତା : ବିଜେପି ଛାଡ଼ିବା ପରେ ତୃଣମୂଳ କଂଗ୍ରେସରେ ମିଶିଲେ ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର। କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେହି ଦିନରୁ ହିଁ ଚର୍ଚ୍ଚା ହୋଇଥିଲା ଯେ, ଚନ୍ଦନ ଟିଏମ୍ସିରେ ମିଶିବେ। ଅାଜି ଏକ କାର୍ଯ୍ୟକ୍ରମରେ ସେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି। ତାଙ୍କ ସହିତ ଅାଉ ଚାରି ଜଣ କଂଗ୍ରେସ ବିଧାୟକ ମଧ୍ୟ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା […]
ନୂଆଦିଲ୍ଲୀ : ଜିଏସ୍ଟି କାଉନ୍ସିଲ ବୈଠକରେ ବଡ଼ ନିଷ୍ପତ୍ତି। ସାନିଟାରି ନ୍ୟାପ୍କିନ୍ରୁ ଜିଏସ୍ଟି ଛାଡ଼ କରାଯାଇଛି। ଏଥିପାଇଁ ଅାଗରୁ ଅନେକ ଦାବି ହେଉଥିଲା। କିଶୋରୀ ଓ ଯୁବତୀଙ୍କ ମଧ୍ୟରେ ସାନିଟାରି ନ୍ୟାପ୍କିନ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ଓ ଏ ସଂପର୍କରେ ସଚେତନତା ସୃଷ୍ଟି ଲାଗି ଏହି ପଦକ୍ଷେପ ନିଅାଯାଇଛି। ଏହା ସହିତ ଅନ୍ୟ ୩୫ଟି ସାମଗ୍ରୀ ଉପରୁ ମଧ୍ୟ ଜିଏସ୍ଟି କମ୍ କରାଯାଇଛି। ସେହିପରି ରିଟର୍ଣ୍ଣ ଫାଇଲକୁ ମଧ୍ୟ ଅନେକ ମାତ୍ରାରେ ସରଳ କରାଯାଇଥିବା ଜଣାପଡ଼ିଛି। ଅାଜି […]
ନୂଆଦିଲ୍ଲୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ମୋଗଲ ଗାର୍ଡେନ୍ । ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ଗାର୍ଡେନ୍ ମାର୍ଚ୍ଚ ୮ ତାରିଖ ଯାଏ ଖୋଲା ରହିବ । ଏନେଇ ଗତକାଲି ବିଧିବଦ୍ଧ ଭାବେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହ ଗାର୍ଡେନ୍ରେ ପ୍ରତିବର୍ଷ ଭଳି ଉଦ୍ୟାନ୍ ଉତ୍ସବକୁ ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ନିଜ […]