ରାଓ୍ୱଲପିଣ୍ଡି : ଆସନ୍ତା ସୋମବାର ଦିନ ଦଣ୍ଡାଦେଶ ବିରୋଧରେ କୋର୍ଟରେ ଆବେଦନ କରିବେ ନୱାଜ ସରିଫ୍। ଏନେଇ ସୂଚନା ଦେଇଛନ୍ତି ସରିଫଙ୍କ ଓକିଲ ଖାଓ୍ୱାଜା ହାରିସ୍। ଗତକାଲି ପାକିସ୍ତାନ ପହଞ୍ଚିବା ପରେ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ ପୋଲିସ। ନୱାଜଙ୍କ ସହ ତାଙ୍କ ଝିଅ ମରିୟମଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ। ଉଭୟଙ୍କୁ ରାଓ୍ୱଲପିଣ୍ଡି ଆଦିଆଲା ଜେଲ୍ରେ ବି- କ୍ଲାସ୍ ସୁବିଧା ସୁଯୋଗ ଦିଆଯାଇଛି। ବି-କ୍ଲାସରେ ଏସି କୋଠରୀ ଓ ଟିଭି ଦେଖିପାରିବା ଭଳି ସୁବିଧା ସୁଯୋଗ […]
ନୂଆଦିଲ୍ଲୀ : ଆଗକୁ ବିଧାନସଭା ନିର୍ବାଚନ । ସେଥିପାଇଁ ମାହୋଲ ସରଗରମ୍ । ଭୋଟରକୁ ଆପଣେଇବା ପାଇଁ ନୂଆ ତରିକା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଜାରି କରିଛନ୍ତି ଗ୍ୟାରେଣ୍ଟି କାର୍ଡ। ରାଜ୍ୟରେ କ୍ଷମତାକୁ ଆସିଲେ ୧୦ଟି କାମ ନିଶ୍ଚିତ କରିବେ ବୋଲି କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି। ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଯୋଗାଣ, ୨୪ ଘଣ୍ଟାର ପାଣି ଯୋଗାଣ, ମାଗଣା ବସ୍ ଯାତ୍ରା ଓ ପ୍ରତ୍ୟେକ ଶିଶୁଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଯୋଗାଇଦେବାକୁ କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି। […]
ତାମିଲନାଡୁ : ତାମିଲନାଡୁ କୋଇମ୍ବାଟୁରର ମକ୍ଡ୍ରିଲ୍ ବେଳେ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ପ୍ରଶିକ୍ଷକଙ୍କୁ ୧୩ଦିନିଆ ବିଚାର ବିଭାଗ ହାଜତକୁ ନିଆଯାଇଛି। ଗତକାଲି କୋଏମ୍ବାଟୁରର କଲାଇ ମଗଲ୍ କଲେଜ୍ରେ ମକ୍ଡ୍ରିଲ୍ ଚାଲିଥିବା ବେଳେ ଦ୍ୱିତୀୟ ମହଲା ସନ୍ସେଡ୍ରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତଛାତ୍ରୀ ଜଣକ ହେଲେ ବିବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଲୋକେଶ୍ୱରୀ। କଲେଜ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଲୋକେଶ୍ୱରୀ ଛାତରୁ ଡେଇଁବାକୁ ରାଜି ହେଉନଥିବାରୁ ପ୍ରଶିକ୍ଷକ ଜଣକ ତାଙ୍କୁ ତଳକୁ ଠେଲି ଦେବା […]
ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅାରମ୍ଭ ହୋଇଛି ବର୍ଷା । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ଏହାସହ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, ଦେଓଗଡ଼, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ ଏବଂ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ […]
ନୂଆଦିଲ୍ଲୀ: ରାଜ୍ୟସଭାକୁ ଯିବେ ଓଡ଼ିଶାର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନୋନୀତ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇଛି। ରାଜ୍ୟସଭା ପାଇଁ ରାଷ୍ଟ୍ରପତି ୪ ଜଣ ବିଶିଷ୍ଟ ବ୍ୟକ୍ତିକୁ ମନୋନୀତ କରିଛନ୍ତି। ସେମାନେ ହେଲେ ରଘୁନାଥ ମହାପାତ୍ର, ବିଶିଷ୍ଟ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ, କୃଷକ ନେତା ରାମ୍ ସାକାଲ ଓ ସ୍ତମ୍ଭକାର ରାକେଶ ସିହ୍ନା। ପୁରୀ ଜିଲ୍ଲାରେ ଜନ୍ମିତ ପଦ୍ମବିଭୂଷଣ ରଘୁନାଥ […]
ଜିଆଙ୍ଗଜି: ଚୀନ୍ର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ଏକ ଗ୍ୟାସ୍ ଷ୍ଟେସନ୍ରେ ଏକ ତିନି ଚକିଆ ଗାଡ଼ିରେ ନିଆଁ ଲାଗିଛି । ପେଟ୍ରୋଲ୍ ମେସିନ୍ର ଅଳ୍ପ ଦୂରରେ ଉକ୍ତ ଗାଡ଼ିଟି ଥିଲା । ଗାଡ଼ିରେ ନିଆଁ ଲାଗିବା ମାତ୍ରେ ଗାଡ଼ିରୁ ଡ୍ରାଇଭର ଓହ୍ଲାଇ ପ୍ରାଣ ବିକଳରେ ପଳାଇଯାଇଛି । ଅନ୍ୟମାନେ ମଧ୍ୟ ଭୟରେ ଉକ୍ତ ସ୍ଥାନରୁ ଦୂରେଇ ଯାଇଥିଲେ। କିନ୍ତୁ ଗ୍ୟାସ୍ ଷ୍ଟେସନ୍ର କର୍ମଚାରୀ ତୁରନ୍ତ ସାହସିକତା ପ୍ରଦର୍ଶନ […]
ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀଗୁଣ୍ଡିଚାଯାତ୍ରା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରଥଯାତ୍ରା ଅବସରରରେ ଦେଶବାସୀଙ୍କ ସୁଖସମୃଦ୍ଧି କାମନା କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମୋଦି ୧ ମିନିଟ୍ ୨୬ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାତ୍ମ୍ୟ ସଂପର୍କରେ ମୋଦି କହିଛନ୍ତି। ଭିଡିଓରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦୃଶ୍ୟ ମଧ୍ୟ ରହିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ବଲୁଚିସ୍ତାନ: ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍ଲାରେ ୧୩୩ ଜଣଙ୍କ ମୃତ୍ୟୁ। ଗତକାଲି ବଲୁଚିସ୍ତାନ ସ୍ଥିତ ମାସ୍ତୁଙ୍ଗ ସହରରେ ଏକ ନିର୍ବାଚନ ପ୍ରଚାର ରାଲି ଚାଲିଥିବା ବେଳେ ଅାତ୍ମଘାତୀ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବଲୁଚିସ୍ତାନର ପ୍ରମୁଖ ରାଜନୈତିକ ଦଳ ବିଏପି ନେତା ସିରାଜ ରାଇସାନି ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପାଖାପାଖି ୨୦୦ରୁ ଅଧିକ ଲୋକ ଅାହତ ହୋଇଥିଲେ। ପରେ ପରେ ମୃତ୍ୟୁ ସଂଖ୍ୟା ବଢ଼ି ୧୨୮ରେ ପହଂଚିଛି। ରାଇସାନିଙ୍କ ପ୍ରଚାର ରାଲିକୁ […]
ପୁରୀ: ଆଜି ପବିତ୍ର ଘୋଷଯାତ୍ରା। ଧୀରେ ଧୀରେ ବଡ଼ଦାଣ୍ଡ ଲୋକାରଣ୍ୟ ହେବାରେ ଲାଗିଛି। ଆଜି ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଉ ମାତ୍ର ଘଣ୍ଟାକର ଅପେକ୍ଷା । ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ କାଳିଅା ଠାକୁର । ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାରେ ଚାହିଁ ରହିଛନ୍ତି। ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ଯାତ୍ରା ହେଉଛି […]
ଲାହୋର: ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଓ ତାଙ୍କ ଝିଅ ମରିୟମ୍। ସେମାନେ ଆଜି ରାତିରେ ଲାହୋର ଏୟାରପୋର୍ଟରେ ପହଞ୍ଚିବା ପରେ ବାପ ଝିଅଙ୍କୁ ଗିରଫ କରାଯାଇଥିଲା। ଏଥିପାଇଁ ପ୍ରାୟ ୧୦ହଜାର ପୋଲିସ ଅଧିକାରୀଙ୍କୁ ଲାହୋରରେ ମୁତୟନ କରାଯାଇଥିଲା। ଦିନ ୩ଟାରୁ ସହରରେ ମୋବାଇଲ୍ ଫୋନ ସେବା ବନ୍ଦ ରଖାଯାଇଥିଲା। ସୂଚନା ଅନୁସାରେ, ସରିଫ୍ ଓ ମରିୟମଙ୍କୁ ଲାହୋର ବିମାନବନ୍ଦରରୁ ଗିରଫ କରାଯିବା ପରେ ହେଲିକପଟରରେ ଇସଲାମାବାଦ ନିଅାଯିବ। ସେଠାରୁ ସେମାନଙ୍କୁ ରାଓଲପିଣ୍ଡିର ଅାଦିଅାଲା […]
ଶ୍ରୀନଗର: ମୋଦି ସରକାରକୁ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତିଙ୍କ ଚେତାବନୀ। ମେହବୁବା କହିଛନ୍ତି ଯେ, କେନ୍ଦ୍ର ସରକାର ପିଡିପିରେ ବିଭାଜନ ପାଇଁ ଉଦ୍ୟମ କରୁଛନ୍ତି। ଯଦି ଏଭଳି କରନ୍ତି ତା’ହେଲେ କାଶ୍ମୀରରେ ସ୍ଥିତି ସଙ୍ଗୀନ ହେବ ଏବଂ ସଲାଉଦ୍ଦିନ ଭଳି ଅାହୁରି ଅାତଙ୍କୀ ସୃଷ୍ଟି ହେବେ। ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ଭିତରେ ବିଜେପିକୁ ଏହି ଚେତାବନୀ ଶୁଣାଇଛନ୍ତି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା […]
ନୂଆଦିଲ୍ଲୀ: ଅାସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ଏପ୍ରିଲ୍ରେ ଭାରତ ସରକାର ଏଥିପାଇଁ ଟ୍ରମ୍ପଙ୍କୁ ନିମନ୍ତ୍ରଣ ପ୍ରସ୍ତାବ ପଠାଇଛନ୍ତି। ଯଦି ଟ୍ରମ୍ପ୍ ଏହାକୁ ସ୍ୱୀକାର କରନ୍ତି, ତେବେ ମୋଦି ସରକାର ପାଇଁ ଏହା ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯିବ। ଅାମେରିକା ସରକାର ମଧ୍ୟ ଏଦିଗରେ ସକରାତ୍ମକ ଭାବେ ଚିନ୍ତା କରୁଛି ବୋଲି ଜଣାପଡ଼ିଛି। ତେବେ ଅାମେରିକା […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ବିବାଦୀୟ ମନ୍ତବ୍ୟ ‘ହିନ୍ଦୁ ପାକିସ୍ତାନ’ କୁ ନେଇ ମାମଲା ରୁଜୁ ହୋଇଛି। ଥରୁରଙ୍କ ନାଁରେ ଉତ୍ତର ପ୍ରଦଶର ଗୋମତି ନଗର ଥାନାରେ ଏତଲା ଦେଇଛନ୍ତି ରିଜ୍ଓ୍ୱାନ ଅହମ୍ମଦ। ଶଶି ଥରୁରଙ୍କ ମନ୍ତବ୍ୟ ଦେଶର ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରି ସେ ଏତଲା ଦେଇଛନ୍ତି। ଗତକାଲି କଂଗ୍ରେସ ନେତା ଶିଶି ଥରୁର କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢ଼େ, ତା’ ହେଲେ ଭାରତ, […]
ରାଉରକେଲା : ରାଉରକେଲା ଚାନ୍ଦିପୋଷ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ ଠାବ। ଏଥିସହ କ୍ୟାମ୍ପରୁ ବିପୁଳ ପରିମାଣର ଗୁଳି, ବୋମା ଓ ମାଓ ସାମଗ୍ରୀ ଜବତ ହୋଇଛି। ଆଜି ଭୋରୁ ରାଉରକେଲା ପୋଲିସ ଓ ସିଆରପିଏଫ ମିଳିତ ଭାବେ ଚାନ୍ଦିପୋଷ ଥାନା ଚମ୍ପାଝରନ ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲେ। ଏହି କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀଙ୍କ ସହ ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ମାଓ ଡିଭିଜନର ଏରିଆ କମାଣ୍ଡର ଅନମୋଲ ଉପସ୍ଥିତ ଥିଲେ। ଚଢାଉ ପୂର୍ବରୁ ମାଓବାଦୀମାନେ […]
ଖୋର୍ଦ୍ଧା: ବେଗୁନିଆ ଯୌତୁକ ପାଇଁ ବଧୂ ହତ୍ୟା ମାମଲାରେ ପୀଡ଼ିତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି। ମୃତକ ଚନ୍ଦ୍ରକାନ୍ତିଙ୍କ ସ୍ୱାମୀ ଦେବାଶିଷ ବାରିକକୁ ଗିରଫ କରିଛି ପୋଲିସ। ଚନ୍ଦ୍ରକାନ୍ତିଙ୍କ ମୃତ୍ୟୁ ପରେ ବାପା ଓ ମାଆଙ୍କ ସହିତ ଦେବାଶିଷ ଫେରାର ଥିଲେ। ଯୌତୁକ ପାଇଁ ସେମାନେ ଚନ୍ଦ୍ରକାନ୍ତିଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଗତକାଲି ମୃତ୍ୟୁ ପୂର୍ବରୁ ପୀଡ଼ିତା ବୟାନ ଦେଇଥିଲେ। ସେ କହିଥିଲେ କିପରି ସ୍ୱାମୀ, ଶାଶୂ ଓ […]