ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁଲେ ଯୁବତୀ। ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟରେ କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଯୁବତୀ ଜଣକ ଏକ ଗାଡ଼ିରେ ଆସି ବ୍ରିଜ୍ ଉପରେ ଗାଡ଼ି ରଖିଥିଲେ। ପରେ ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷେ, ଯୁବତୀଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ଖବର ପାଇ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଂଚିଛନ୍ତି। ତେବେ କ’ଣ ପାଇଁ ଯୁବତୀ ଜଣଙ୍କ […]
ଚଣ୍ଡୀଗଡ଼: ଜିଲାପି,ପକୁଡ଼ି ବିକୁଥିବା ଜଣେ ଲୋକ ହଠାତ୍ ବାବା ସାଜି ଆରମ୍ଭ କରିଥିଲା କଳା କାରନାମା। ତନ୍ତ୍ର ମାଧ୍ୟମରେ ମହିଳାଙ୍କ ସମସ୍ୟା ସମାଧାନ କରିବାକୁ କହି ସେମାନଙ୍କ ଅଶ୍ଲୀଳ ଭିଡିଓ କରୁଥିବା ଅଭିଯୋଗରେ ଜଣେ ମନ୍ଦିର ପୂଜକଙ୍କୁ ପୁଲିସ ଗିରଫ କରିଛି। ହରିୟାଣା ଫତେହାବାଦ ଜିଲ୍ଲା ତୋହାନା ଅଞ୍ଚଳର ଏହି ବାବାଙ୍କ ନାଁ ଅମରପୁରୀ। ସ୍ଥାନୀୟ ଅଞ୍ଚଳରେ ସେ ଜିଲାପି ବାବା ନାମରେ ଜଣାଶୁଣା। କେହି କେହି ତାଙ୍କୁ ‘ବିଲ୍ଲୁ’ ବୋଲି ମଧ୍ୟ ଡାକନ୍ତି। ୫ଦିନ ପାଇଁ […]
ଭୁବେନଶ୍ୱର: ମହାନଦୀ ଧିରେ ଧିରେ ଫୁଲୁଛି। ଗତ ୨ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ଅଛି। ତେବେ ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି । ଆଜି ସନ୍ଧ୍ୟାରେ ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବବୋଲି ସେ କହିଛନ୍ତି। ଏଥିପାଇଁ ଯାଜପୁର, କଟକ, ପୁରୀ, […]
ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ଗାର୍ଗି କଲେଜରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁର୍ବୃତ୍ତମାନେ ପ୍ରବେଶ କରି ଛାତ୍ରୀମାନଙ୍କୁ ସାମୂହିକ ଅସଦାଚରଣ କରିବା ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୁଲିସ୍ ଉପସ୍ଥିତିରେ ଶତାଧିକ ବାହାର ଯୁବକ ଏଠାରେ ପ୍ରବେଶ କରି ଛାତ୍ରୀଙ୍କୁ କ୍ୟାମ୍ପସ ମଧ୍ୟରେ ଏଭଳି ଅଭଦ୍ର ବ୍ୟବହାର କରିବା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଆଜି ଏହାର ପ୍ରତିବାଦରେ ଗାର୍ଗି କଲେଜର ହଜାର ହଜାର ଶିକ୍ଷାର୍ଥୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। […]
ସାଲେପୁର (ମନୋଜ ଆଚାର୍ଯ୍ୟ): ବ୍ୟାଙ୍କ ଛାତ ଉପରେ କର୍ମଚାରୀଙ୍କ ମୃତଦେହ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ତେବେ ସାଲେପୁର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ନେମାଳ ଥାନା ପୁରୁଣାପାରି ଗାଁର ରମେଶ କୁମାର ରାଉତ ସାଲେପୁର ମାଛୁଆତି ସ୍ଥିତ କଟକ ସେଣ୍ଟ୍ରାଲ୍ ସମିତି ବ୍ୟାଙ୍କରେ କାର୍ଯ୍ୟ କରନ୍ତି। ଦୀର୍ଘ ୧୫ ବର୍ଷ ଧରି ସେ ସେଠାରେ ମେସେଞ୍ଜର ଓ ରାତ୍ରି ଜଗୁଆଳି […]
ବାରିପଦା/କେନ୍ଦ୍ରାପଡ଼ା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଓ ଆସନ୍ତାକାଲି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଆଜି ରଥାରୂଢ଼ ତିନି ଠାକୁରଙ୍କ ଛେରାପହଁରା ଓ ଅନ୍ୟାନ୍ୟ ନୀତି ସମ୍ପାଦନ ହେବ। ଏହାପରେ ଅପରାହ୍ନରେ ରଥଟଣା ହେବ। ତେବେ ପରମ୍ପରା ଅନୁଯାୟୀ, ଆଜି ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥଙ୍କ ଟଣା ଯିବ ଏବଂ ଆସନ୍ତାକାଲି ବଳଭଦ୍ରଙ୍କ ରଥ ଟଣାଯିବ। ବାରିପଦାରେ ବାହୁଡ଼ା ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି। ସେହିପରି କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କର ଆଜି ବାହୁଡ଼ା ଯାତ୍ରା ଅନୁଷ୍ଠିତ […]
ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଡ୍ୟାମ୍ର ଜଳପତ୍ତନ ୬୧୩ ଦଶମିକ ୧୨ ଫୁଟ ଥିବାବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆସନ୍ତାକାଲି ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବବୋଲି ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଦେଇଛନ୍ତି। ତେବେ ଉପର ମୁଣ୍ଡରେ ବର୍ଷା […]
ପୁରୀ: ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଝଟକିବେ ମହାପ୍ରଭୁ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। ଅପରାହ୍ନ ୫ଟାରୁ ଠାକୁରଙ୍କ ସୁନାବେଶ ଆରମ୍ଭ ହେବ। ସଂଧ୍ୟା ୬ଟା ୩୦ ପରଠୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ସୁନା ବେଶ ଦର୍ଶନ କରିବେ। ସୁନାବେଶ ଲାଗି ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁନାବେଶ ଦର୍ଶନ ଲାଗି […]
ଭୁବନେଶ୍ୱର : ଫୁଲିବାରେ ଲାଗିଛି ମହାନଦୀ। ନଦୀରେ ଏବେ ଯେତିକି ପାଣି ଅାସୁଛି, ତାହା ସାମାନ୍ୟରୁ ମଧ୍ୟମର ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରମାଳ ନିକଟରେ ମହାନଦୀରେ ଅାଜି ସନ୍ଧ୍ୟା ୬ଟା ସୁଦ୍ଧା ୬ ଲକ୍ଷ ୮୦ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଫଳରେ ଅାସନ୍ତାକାଲି ଅପରାହ୍ଣ କିମ୍ବା ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିଠାରେ ପ୍ରାୟ ୭ ଲକ୍ଷ ୫୦ ହଜାରରୁ ୮ ଲକ୍ଷ କ୍ୟୁସେକ୍ […]
ନୂଆଦିଲ୍ଲୀ : ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ନ ଲଢି ମେଣ୍ଟ କରିବ। କିନ୍ତୁ କେଉଁ ଦଳ ସହ ମେଣ୍ଟ ହେବ ଏ ସମ୍ପର୍କରେ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଦିଲ୍ଲୀରେ ହୋଇଥିବା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ପୂର୍ବରୁ କିମ୍ବା ପରେ କେଉଁ ଦଳ ସହ ମେଣ୍ଟ କରାଯିବ ସେ ସମ୍ପର୍କରେ ମଧ୍ୟ ରାହୁଲ ଗାନ୍ଧି ଚୂଡାନ୍ତ ନିଷ୍ପତ୍ତି ନେବେ। ଏଥିସହ ନିର୍ବାଚନ ପ୍ରଚାର କମିଟି […]
ବାଙ୍କୀ: କଟକ ଜିଲ୍ଲା ବାଙ୍କୀର ବୋତଲମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ଗାଁର ୪ ଜଣ ଲୋକ ଗୋଡ଼େଇ ଗୋଡ଼େଇ ପିଟିଥିବା ଅଭିଯୋଗ ହୋଇଛି। ଠେଙ୍ଗାରେ ୪ ଜଣ ପିଟିଛନ୍ତି। ଅାଉ ଠେଙ୍ଗାରେ ପିଟିବାର ମାଡ଼ ଭିଡିଓ ଭାଇରାଲ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଜଣାପଡିଛି। ଏଥିରେ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ପୋଲିସ ଏତଲା […]