ମୁମ୍ବାଇ: ଗତ ଦୁଇ ସପ୍ତାହ ହେବ ବାଣିଜ୍ୟ ମହାନଗରୀ ମୁମ୍ବାଇରେ ବର୍ଷା ସ୍ଥିତି ବଢ଼ିବାରେ ଲାଗିଛି। ଏହା ସହିତ ପୁଣି ଆଗକୁ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମୁମ୍ବାଇ ମେରାଇନ ଡ୍ରାଇଭ୍ରେ ଚଳିତ ମୌସୁମୀରେ ସବୁଠାରୁ ଉଚ୍ଚତମ ଜୁଆର ଦେଖିବାକୁ ମିଳିଛି। ଚଳିତ ବର୍ଷାରେ ପାଖାପାଖି ୫ ମିଟର ଉଚ୍ଚ ଜୁଆର ଆସିଛି। ଏହା ଫଳରେ ସମୁଦ୍ରରେ ଥିବା ଅଳିଆ ଆସି ରାସ୍ତା ଉପରେ ଗଦା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। […]
ବେଙ୍ଗାଲୁରୁ: ‘ମେଣ୍ଟ ସରକାର ଚଳାଇବା କେତେ ଯନ୍ତ୍ରଣାଦାୟକ ତାହା ମୁଁ ହିଁ ଜାଣିଛି। ଏହି ଯନ୍ତ୍ରଣା ବିଷଜ୍ୱାଳାଠାରୁ ବି ଅଧିକ’ । ଏ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ। ସେ ଆହୁରି କହିଛନ୍ତି, ଭଗବାନ ତାଙ୍କୁ ଏଥିପାଇଁ ଶକ୍ତି ଦେଇଛନ୍ତି। ମେଣ୍ଟ ସରକାରରେ ଆଉ କେତେଦିନ ରହିବେ, ସେନେଇ ସେ ଚିନ୍ତା କରୁଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଆଖି ଛଳଛଳ କରି ଏଭଳି କହିଛନ୍ତି କୁମାରସ୍ୱାମୀ। ଆପଣମାନେ ମୋତେ ସ୍ୱାଗତ […]
ରାଞ୍ଚି : ଝାଡ଼ଖଣ୍ଡର ହଜାରିବାଗ ଗଣ ଆତ୍ମହତ୍ୟା ଘଟଣାରେ ପୁଲିସ ଉଭୟ ହତ୍ୟା ଓ ଆତ୍ମହତ୍ୟା ଦୁଇଟି ଦିଗରୁ ତଦନ୍ତ କରିବ ବୋଲି କହିଛି। ମୃତକମାନେ ହେଉଛନ୍ତି ହଜାରୀବାଗ ମୁଙ୍ଗା ବଗିଚା ଅଂଚଳର ନରେଶ ମାହେଶ୍ୱରୀ, ତାଙ୍କ ବାପା ଓ ମାଆ, ପତ୍ନୀ ଓ ଦୁଇ ପିଲା । ମାହେଶ୍ୱରୀ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ଓ ବାପା ମାଆଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମାହେଶ୍ୱରୀଙ୍କ ଦୁଇ ପିଲାଙ୍କ ବେକ କଟାଯାଇଛି। […]
ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ଟଙ୍କା । ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ଦାନ କରିଥିବାବେଳେ ଉକ୍ତ ବ୍ୟକ୍ତିଙ୍କ ନା ଗୁପ୍ତ ରଖାଯାଇଛି । ଏହି ସୁନା ମନ୍ଦିରର ମୁଖ୍ୟ କବାଟ ଏବଂ ଏକ ପ୍ଲେଟ ପ୍ରସ୍ତୁତ କରାଯାଇ ଛାତ ତଳେ ଲଗାଯାଇଛି। କୁହାଯାଉଛି ସିଦ୍ଧିବିନାୟକ ମନ୍ଦିରରୁ ଏଭଳି ଦାନ ଇତିହାସରେ ପ୍ରଥମ । ମାଘୀ ଗଣେଶ ଜୟନ୍ତୀ ପାଇଁ ଗତ […]
ଛତିଶଗଡ଼ : ଛତିଶଗଡ଼ରେ ମାଓବାଦୀଙ୍କ ଗୁଳିରେ ୨ ବିଏସ୍ଏଫ୍ ଯବାନ ସହିଦ୍। କାଙ୍କେର ଜିଲ୍ଲା ମହାଲ ଜଙ୍ଗଲରେ ବିଏସ୍ଏଫ୍ ଯବାନଙ୍କ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପଟରୁ ଗୁଳିବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଏଥିରେ ଗୁରୁତର ଥିବା ଅନ୍ୟ ୨ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।
କଚ୍ଛ : ଘର ଭିତରେ ପଶିଲା ବାଘ । ଗୁଜରାଟର କଚ୍ଛ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜିଲ୍ଲାର ମୋତିଗଧ୍ୟାର ଗାଁରେ ଜଣଙ୍କ ଘର ଭିତରେ ଏକ କଲରା ପତରିଆ ବାଘ ପଶି ଆସିଥିଲା। ଏହି ସମୟରେ ଘରେ କେହି ନଥିଲେ । ପରେ ଘର ମାଲିକ ଆସି ବାଘକୁ ଦେଖିବାପରେ ଭୟଭୀତ ହୋଇଯାଇଥିଲେ। ତେବେ ସେ ଘର ବାହାରକୁ ଦଉଡ଼ି ପଳାଇ ଆସି ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ। ସୌଭାଗ୍ୟବଶତଃ ବାଘଟି କାହାକୁ […]
ବିଶାଖାପାଟଣା : ବିଶାଖାପାଟଣା ଗୋଦାବରୀ ନଦୀରେ ଡଙ୍ଗାବୁଡି ଘଟଣାରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୫ ଜଣ ସ୍କୁଲ ଛାତ୍ରୀ ରହିଛନ୍ତି। ଏବେବି ୮ ଜଣ ନିଖୋଜ ଥିବା ଜଣାପଡିଛି। ଡଙ୍ଗାବୁଡି ପରେ ୨୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଗତକାଲି ଲୋକମାନେ ଏକ ଦେଶୀ ଡଙ୍ଗାରେ ନଦୀପାର ହେଉଥିବାବେଳେ ଏକ ନିର୍ମାଣାଧିନ ପୋଲକୁ ଧକ୍କା ଦେଇ ଏହା ବୁଡି ଯାଇଥିଲା। ନିଖୋଜଙ୍କୁ ଖୋଜିବାକୁ ଏବେବି ଜାରି […]
ସୁରତ : ଗୁଜରାଟ ସୁରତର କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ସାରୋଲୀ ଅଞ୍ଚଳରେ ଥିବା ରଘୁବୀର ଟେକ୍ସଟାଇଲ ମାର୍କେଟ୍ରେ ଲାଗିଛି ନିଆଁ। ତେବେ ନିଆଁ ଲିଭା କାର୍ଯ୍ୟରେ ୫୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଆଜି ଭୋର ୪ଟାରୁ ମାର୍କେଟରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ […]
ମାଲକାନଗିରି : ଦେବଦୂତ ସାଜିଲେ ଡାକ୍ତର । ପାହାଡିଆ ରାସ୍ତାରେ ପ୍ରସୂତିଙ୍କୁ ଚିକିତ୍ସା କରିବା ସହ ପ୍ରାୟ ୩୦ କିଲୋମିଟର ଭାର କରି ମେଡିକାଲରେ ପହଞ୍ଚାଇଛନ୍ତି । ମାଲକାନଗିରି କାଲିମେଳା ମେଡିକାଲର ଏକ ଟିମ୍ ପଲ୍ସ ପୁଲିଓ ପାଇଁ ଗୋଡିଗଣ୍ଡି ଯାଇଥିବା ବେଳେ ଜଣେ ଗର୍ଭବତୀ ଗୁରୁତର ଅବସ୍ଥାରେ ଘରେ ଥିବା ଦେଖିବାକୁ ପାଇଥିଲେ। ଡାକ୍ତର ରାଧେଶ୍ୟାମ ଜେନା ନିଜ କର୍ମଚାରୀଙ୍କ ସହାୟତାରେ ତାଙ୍କ ପ୍ରସବ କରାଇଥିଲେ। ଗୋଟିଏ ପିଲା ଜନ୍ମ ହୋଇଥିଲେ ମଧ୍ୟ ଗର୍ଭରେ ଆଉ […]
ଝାଡ଼ଖଣ୍ଡ : ଦିଲ୍ଲୀ ବୁରାଡି ପରେ ଏବେ ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି ଗଣଅାତ୍ମହତ୍ୟା। ଗୋଟିଏ ପରିବାରର ସମସ୍ତେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଋଣବୋଝ ସହିନପାରି ସମସ୍ତେ ଅାତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ପରିବାରର ୫ ଜଣ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବାବେଳେ ଜଣେ ଛାତରୁ ଡେଇଁ ଅାତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାର ତଦନ୍ତ କରୁଛି ପୋଲିସ।
ଭୁବନେଶ୍ୱର : ଓଡ଼ିଶାକୁ ଗର୍ବିତ କଲେ ଆଉ ଜଣେ ଓଡ଼ିଆ । ଅତନୁ କୁମାର ଦାସଙ୍କୁ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ସିଇଓ ପଦରେ ନିଯୁକ୍ତ କଲେ କେନ୍ଦ୍ର ସରକାର। ଆଜି ଏକ ପ୍ରେସ୍ ରିଲିଜ୍ରେ ଏଇ ସୂଚନା ଦେଇଛନ୍ତି ଭାରତ ସରକାର। ଅତନୁ କୁମାର ଦାସ ଭୁବନେଶ୍ୱରର ୟୁନିଟ୍ ୧ ବାଳକ ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ବିଜେବି କଲେଜରେ ପଢ଼ିଥିଲେ। ତାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇକୋନୋମିକ୍ସରେ ଏମ୍ଏ କରିଛନ୍ତି। ଶ୍ରୀଯୁକ୍ତ ଦାସ ୨ ଫେବ୍ରୁଆରୀ୨୦୧୭ […]
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏହି ଲଘୁଚାପ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ୍ ମାର୍କ ରୂପ ନେଇପାରେ। ଫଳରେ ଅାଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଅାହୁରି ଅଧିକ ବର୍ଷା ହେବ ବୋଲି ଅାଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ସେହିଭଳି ଅାସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଅାଞ୍ଚଳିକ ପାଣିପାଗ ବିଭାଗ। […]
ଭୁବନେଶ୍ୱର : ଅାଦିବାସୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲାଗି ଅଭିଭାଷଣ ଦେବା ବେଳେ ବିଜୟ ମାଲ୍ୟାଙ୍କୁ ସ୍ମାର୍ଟ ବୋଲି କହିଥିବାରୁ କ୍ଷମା ମାଗିଲେ କେନ୍ଦ୍ର ଅାଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍। ଜୁଏଲ ଗତକାଲି ଏ ସମ୍ପର୍କରେ ଗଣମାଧ୍ୟକୁ ସ୍ପଷ୍ଟୀକରଣ ଦେଇ ମାଲ୍ୟାଙ୍କ ନାଁ ଭୁଲ୍ କ୍ରମେ ଉଚ୍ଚାରଣ କରିଥିବା କହିଛନ୍ତି। ମାଲ୍ୟାଙ୍କ ବଦଳରେ ସେ ଟାଟା, କିମ୍ବା ବିର୍ଲାଙ୍କ ନାମ ନେବା କଥା, ହେଲେ ଭୁଲ୍ କ୍ରମେ ସେ ମାଲ୍ୟାଙ୍କ ନାଁ ନେଇଥିବାରୁ ଏଥିପାଇଁ ସେ […]
ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ହେବ ରଥ ଟଣା। ଆଜି ଅପରାହ୍ନରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣାଯିବ। ପରମ୍ପରା ଅନୁସାରେ ଆସନ୍ତାକାଲି ଟଣାଯିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ। ଏଠାରେ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ହିଁ ଟାଣିବାର ପରମ୍ପରା ରହିଛି। ଗତକାଲି ଛେରାପହଁରା ଓ ଦିଅଁଙ୍କ ପହଣ୍ଡି ବିଜେ ହୋଇ ସାରିଛି । ତିନି ଠାକୁର ରଥାରୁଢ ହୋଇଛନ୍ତି। ରଥ ଉପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଆଜି ରଥଟଣା ପାଇଁ ବାରିପଦାରେ […]
ପୁରୀ : ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଶ୍ରୀଜୀଉ। ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା କାଳିଆ ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗତକାଲି ନୀଳକନ୍ଦରରୁ ବାହାରି ଆସିଥିବା ଚତୁର୍ଦ୍ଧା ମୂରତିଙ୍କ ତିନି ରଥ ମଧ୍ୟରୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ସାରିଛି। ତେବେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିନ୍ତୁ ବଳଗଣ୍ଡି ଛକରେ ଅଟକି ଯାଇଛି। ଜଗନ୍ନାଥଙ୍କ ରଥକୁ ଭକ୍ତମାନେ ଆଜି […]