ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିଛି ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ ହେବା ପରେ ଏହା ପ୍ରଥମ ନୀତି ଆୟୋଗ ବୈଠକ । ଏହି ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକରେ ଯୋଗ ଦେବା ପୂର୍ବରୁ ଫୋନି ବାତ୍ୟା ସହାୟତା ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ […]
ନୂଆଦିଲ୍ଲୀ: ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର। ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଗାଦି ସମ୍ଭାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେବା ଲାଗି ପାକିସ୍ତାନକୁ ଛାଡ଼ି ଅନ୍ୟ ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଦେଶ ବିଦେଶର ସାଢ଼େ ୬ ହଜାର ଅତିଥି ମୋଦିଙ୍କ ଶପଥ ଉତ୍ସବରେ ସାମିଲ ହେବେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ସବରେ ଯୋଗ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀ ହୁଡ଼ାରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅପମାନ ସହି ନପାରି ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ନାବାଳକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତକାଲି ଭୁବନ ଅଞ୍ଚଳର ଜଣେ ନାବାଳକ ଏକ ଜଳଖିଆ ଦୋକାନକୁ ଯାଇଥିଲେ। ସେଠାରେ ସେ ଚୋରି କରିଥିବା କହି କେହି ଜଣେ ତାଙ୍କ […]
ମାଲକାନଗିରି: ଆଜିଠୁ ସପ୍ତାହେ ବ୍ୟାପୀ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳୁଛନ୍ତି ସହିଦ ସପ୍ତାହ। କୌଣସି ଅଘଟଣ ଆଶଙ୍କାରେ ମାଲକାନଗିରି ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସହିଦ ସପ୍ତାହରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ମାଲକାନଗିରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାଲକାନଗିରି ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରେ ଏସ୍ଓଜି, ବିଏସ୍ଏଫ୍, ଡିଭିଏଫ୍ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରାଯିବା ସହ ଅନାବଶ୍ୟକ ଗତିବିଧିକୁ […]
ଚେନ୍ନାଇ: ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସଭାପତି ଏମ୍. କରୁଣାନିଧି ଅସୁସ୍ଥ। ରକ୍ତଚାପ ହ୍ରାସ ଯୋଗୁଁ ଗତକାଲି ମଧ୍ୟରାତ୍ରରେ ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଗତକାଲିଠୁ ସେ ICUରେ ଅଛନ୍ତି। ବର୍ତ୍ତମାନ ତାଙ୍କର ରକ୍ତଚାପ ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରୁ ସୂଚନା ମିଳିଛି। ଦକ୍ଷ ଡାକ୍ତରୀ ଦଳଙ୍କ ଦ୍ୱାରା ତାଙ୍କ ଚିକିତ୍ସା ଚାଲିଥିବା ସୂଚନା ଦିଆଯାଇଛି। କରୁଣାନିଧିଙ୍କ ଘର ଓ କାବେରୀ […]
ନୂଆଦିଲ୍ଲୀ: ଦୀର୍ଘ ୭ ଦିନ ଧରି ଚାଲିଥିବା ଟ୍ରକ୍ ଧର୍ମଘଟ ଶେଷରେ ପ୍ରତ୍ୟାହୃତ ହୋଇଛି। ଗତକାଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏବଂ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ସଂଘର ବିଭିନ୍ନ ଦାବି ମାନିନେବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ଗତକାଲିଠୁ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା AIMTC ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ରାଜପଥରୁ ଟୋଲ୍ ଉଚ୍ଛେଦ, ଥାର୍ଡ ପାର୍ଟି ଇନ୍ସ୍ୟୁରାନ୍ସ ପ୍ରିମିୟମ […]
ଭୁବନେଶ୍ୱର: ଦୃଶ୍ୟମାନ ହେଲା ଶତାବ୍ଦୀର ବିରଳ ଦୀର୍ଘତମ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ଆଉ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିଲା ସାରା ବିଶ୍ୱ। ଗତରାତିରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗହଣ ଦେଖିବା ଲାଗି ଲୋକଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ରାତି ୧୦ଟା ୪୪ ମିନିଟ୍ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରି ଧୀରେ ଧୀରେ ଅଦୃଶ୍ୟ ହେବାକୁ ଆରମ୍ଭ କରିଥିଲା। ଠିକ୍ ରାତି ୧୧ଟା ୫୪ ମିନିଟ୍ ବେଳକୁ ଚନ୍ଦ୍ର ପ୍ରଛାୟାରେ ପ୍ରବେଶ କରିବା ସହ ରାତି ୧ଟାରେ […]
ଭୁବନେଶ୍ୱର : ଟିଟୋ ସହ ସରକାରୀ ବାବୁ ଲିଙ୍କ୍ ନେଇ ଭିଜିଲାନ୍ସର ଜାରି ରହିଛି ଖୋଳତାଡ଼ ରେଡ୍। କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍ ଅାଜି ଟିଟୋର ବାଲି ଖାଦାନ, ବ୍ୟାଙ୍କ୍ ଓ ପେଟ୍ରୋଲ ପମ୍ପ ସମ୍ପର୍କରେ ତନାଘନା କରିଛି। ତାସହ କେନ୍ଦ୍ରାପଡ଼ା ସବ୍ ରେଜିଷ୍ଟାର ଅଫିସ୍, ମ୍ୟୁନିସିପାଲିଟି ଅଫିସ୍ରୁ କାଗଜପତ୍ର ଓ ୨୦୧୫ ମସିହାରେ କେଉଁ ସବୁ ଅଫିସର ଥିଲେ ତାର ତଥ୍ୟ ସଂଗ୍ରହ କରିଛି। ପରେ ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍, ଜଳସେଚନ, ରାସ୍ତା ଓ ବ୍ରିଜ୍ […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ମାନସମନ୍ଥନ। ଆଜି ଦିଲ୍ଲୀରେ ବସିଥିବା CWC ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରାଯାଇଛି। ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡିବାକୁ ଜିଦ୍ ଧରିଥିଲେ ରାହୁଲ । ମାତ୍ର CWC ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି । ଅନ୍ୟପକ୍ଷରେ ଆଗାମୀ ଦିନରେ କଂଗ୍ରେସ କିଭଳି ଶକ୍ତିଶାଳୀ ହେବ ସେନେଇ ନିଷ୍ପତ୍ତି ନେବାକୁ ରାହୁଲ ଗାନ୍ଧୀଙ୍କୁ, ନିରଙ୍କୁଶ କ୍ଷମତା ଦେବା ପାଇଁ ପ୍ରସ୍ତାବ […]
ନୂଆଦିଲ୍ଲୀ: ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ । ନୂଆଦିଲ୍ଲୀରେ ଆଜି NDA ସଂସଦୀୟ ଦଳ ବୈଠକ ପରେ ଆରମ୍ଭ ହୋଇଛି ସରକାର ଗଠନ ପ୍ରକ୍ରିୟା । ଏପଟେ ଦ୍ୱିତୀୟ ପାଳିରେ ଅଧିକ ସିଟ୍ ଜିତିବା ଦୃଷ୍ଟିରୁ ମନ୍ତ୍ରୀ ପଦ ଲାଗି ଦାବିଦାର୍ଙ୍କ ସଂଖ୍ୟା ବି ବଢ଼ିଛି । ଅନ୍ୟପକ୍ଷରେ ମେଣ୍ଟ ସହଯୋଗୀଙ୍କୁ ବି ସମାନ ଗୁରୁତ୍ୱ ଦେବ ବୋଲି କହିଛି ଦଳ। ଏପଟେ […]
ଭୁବନେଶ୍ୱର : ବଦଳିବେ ନାହିଁ ବସନ୍ତ। ୧୯ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ମଙ୍ଗୁଅାଳ ହୋଇ ରହିବେ ବସନ୍ତ ପଣ୍ଡା। ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ଗସ୍ତ ପରେ ବସନ୍ତଙ୍କ ଯାଗାରେ ପ୍ରତାପଙ୍କୁ ଦଳ କ୍ୟାପଟେନ କରିବା ନେଇ କିଛି ମହଲରେ ଚର୍ଚ୍ଚା ଚାଲିଥିଲା। ତେବେ ଅାଜି ଏ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ। ଅରୁଣ କହିଛନ୍ତି ବସନ୍ତଙ୍କ ନେତ୍ୱତ୍ୱରେ ହିଁ ଦଳ ୧୯ ନିର୍ବାଚନ ଲଢିବ। ବିଜେପୁର ନିର୍ବାଚନ ପରେ ବି […]
ଭୁବନେଶ୍ୱର : ଇଛାଧୀନ କୋଟା କେଳଙ୍କାରୀକୁ ନେଇ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ସାଧାରଣ ପ୍ରଶାସନ ବିଭାଗର ତାଗିଦ୍। ଘର ଓ ପ୍ଲଟ୍ ବଣ୍ଟନରରେ ଅନିୟମିତତା ନେଇ ତାରା ଦତ୍ତ କମିଟି କରିଥିବା ସୁପାରିଶକୁ କେତେ କାର୍ଯ୍ୟକାରୀ କରାଯାଇଛି ତାହା ଜଣାଇବା ଲାଗି କହିଛି ସାଧାରଣ ପ୍ରଶାସନ ବିଭାଗ। ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ଜିଏ । ପୂର୍ବରୁ ମଧ୍ୟ ଅାକ୍ସନ୍ ଟେକେନ୍ ରିପୋର୍ଟ ନେଇ ବିଡିଏ, ସିଡିଏ ଓ ହାଉସିଂ […]
ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନା ଶକ୍ତିନଗରରେ ଏକ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ା ଘରେ ଚଢ଼ଉ କରି ଅଇଁଠାପାଲି ପୁଲିସ ଘର ମାଲିକଙ୍କ ସହ ୭ଜଣ ଯୁବକ ଓ ୫ଜଣ ଯୁବତୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଅନେକ ଅାପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଉଲ୍ଲେଖନୀୟ ଯେ, ଗତ ୨୫ ତାରିଖରେ ମଧ୍ୟ ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳରେ କେଶରୀ ଟକିଜ୍ ନିକଟରେ ଥିବା ‘ମେ ମିଲନ୍ ହେୟାର ସ୍ପା’ରେ […]
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା । ଭୋଟ ଗଣତି ସରି ରେଜଲ୍ଟ ବାହାରି ସାରିଥିବା ବଳେ ଏବେ କେବଳ ସରକାର ଗଠନ ବାକି। ତେବେ ସେଥିଲାଗି ମଧ୍ୟ ଆରମ୍ଭ ହୋଇଯାଇଛି ତତ୍ପରତା। ମୋଦି ଓ ଶାହ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଏପଟେ ଦ୍ୱିତୀୟ ଥର ଦିଲ୍ଲୀ ଗାଦି ସମ୍ଭାଳିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟି ଆଶୀର୍ବାଦ […]
ଅାନ୍ଧ୍ରପ୍ରଦେଶ : ଅାନ୍ଧ୍ରପ୍ରଦେଶରେ ଥିବା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଗାଁ ବୁଲି ଲୋକଙ୍କ ସୁଖଦୁଃଖରେ ସାମିଲ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁରମ, ସୋମପେଣ୍ଟା, ମନ୍ଦସା ଅାଦି ଅଞ୍ଚଳର ୧୦ରୁ ଅଧିକ ଓଡ଼ିଆ ଗାଁ ବୁଲିବା ସହ ଓଡ଼ିଆ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ। ସ୍କୁଲରେ ଓଡ଼ିଆ ବହି ମିଳି ନଥିବା ଜାଣିବା ପରେ ଏହାର ସମାଧାନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅାନ୍ଧ୍ର ସରକାର ଓଡ଼ିଆ ସ୍କୁଲ ପାଇଁ ବ୍ୟବସ୍ଥା କରିଥିବାରୁ […]
କାଠମାଣ୍ଡୁ : ପ୍ରଥମ ଓଡ଼ିଆ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କର ପରଲୋକ ହୋଇଯାଇଛି। ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଲଜାନ ଅଭାବରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା। ସୂଚନାନୁସାରେ କଳ୍ପନାଙ୍କ ମୃତଦେହ ଏବେ ହିମାଳୟ ପାଦଦେଶରୁ ୮,୪୦୦ ଫୁଟ ଉଚ୍ଚରେ ଅଛି। ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ […]
ଭୁବନେଶ୍ୱର: ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ୍ ଆୟୋଜନ ନେଇ ଲଣ୍ଡନରେ ପ୍ରମୋସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ବିଶ୍ୱକପ୍ ହକି ଆୟୋଜନକୁ ନେଇ ଆମର ପ୍ରସ୍ତୁତିର ଖବର ଲଣ୍ଡନରେ ପହଞ୍ଚିଲାଣି। ଲଣ୍ଡନ ବସ୍ରେ ଓଡ଼ିଶାର ଲୋଗୋ ଏବଂ ଆମର ପର୍ଯ୍ୟଟନର ଝଲକ ପ୍ରଦର୍ଶିତ ହେବା ଦ୍ୱାରା ବିଶ୍ୱସ୍ତରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଛି। ଏହା ସହିତ କ୍ରୀଡ଼ା ରାଜଧାନୀ ତଥା ହକି ବିଶ୍ୱକପ୍ ଆୟୋଜକ ଭାବେ ଓଡ଼ିଶାର ସମ୍ମାନ ବଢ଼ିଥିବା […]
ଜୋହାନ୍ସବର୍ଗ: ବିଶ୍ୱର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟା, ବହୁ ପାକ୍ଷିକ ସହଯୋଗିତା ଓ ଦକ୍ଷତା ବିକାଶ ନିହାତି ଜରୁରୀ। ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିଳ୍ପ କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ମାଧ୍ୟମର ପ୍ରସାର ଦ୍ୱାରା ବିଶ୍ୱ ଏକ ନୂଆ ସୁଯୋଗ ସୃଷ୍ଟି କରିବା ସହ ଚ୍ୟାଲେଞ୍ଜ ଆଣିଥିବା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଚତୁର୍ଥ ଶିଳ୍ପ ବିପ୍ଲବ ଲାଗି ବ୍ରିକ୍ସ ରାଷ୍ଟ୍ରଗୁଡିକ ସହ ନୂଆଦିଲ୍ଲୀ କାର୍ଯ୍ୟ କରିବାକୁ ଚାହୁଁଥିବା […]
ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଛନ୍ତି ଦେଶର କିଛି ହେଭିୱେଟ୍ ନେତା। ଯେଉଁମାନଙ୍କ ଭିତରେ ଅଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି ଏବଂ ସେଠାରେ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ। ସେହିପରି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ୍, କୁଶିନଗରରୁ କଂଗ୍ରେସ ପ୍ରାର୍ଥୀ ଆର୍.ପି.ଏନ୍ ସିଂହ, ମଧ୍ୟପ୍ରଦେଶ ମନ୍ଦୋସରରୁ କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ନଟ୍ରାଜନ ପ୍ରମୁଖ। ସେହିପରି ବିହାର ପଟନା ସାହିବରୁ କଂଗ୍ରେସ ଟିକେଟ୍ରୁ […]
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସରିବା ପୂର୍ବରୁ, ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ। ଆସନ୍ତା ୨୩ରେ ଆସିବାକୁ ଥିବା ଫଳାଫଳ ଏନ୍ଡିଏ ସପକ୍ଷରେ ଯିବ। ଏନ୍ଡିଏ ୩୦୦ରୁ ଅଧିକ ଆସନରେ ବିଜୟୀ ହେବ ଓ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ଅମିତ ଶାହ। ସେହିପରି ମୋଦି କହିଛନ୍ତି, “ଦୀର୍ଘ ବର୍ଷ ପରେ ମେ ୨୩ରେ ପୁଣି ଏକ ରେକର୍ଡ ହେବାକୁ ଯାଉଛି। କାରଣ, […]