ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାର ଗାଁ ଲୋକଙ୍କର ସରକାର ବିରୋଧରେ କ୍ଷୋଭ। କେଉଁଠି ୫୦ ବର୍ଷ ତ ଆଉ କେଉଁଠି ୧୫ ବର୍ଷ ବିତିଗଲାଣି। ସରକାରଙ୍କୁ ଗୁହାରି ସତ୍ତ୍ୱେ ମିଳିପାରିନି ମୌଳିକ ସୁବିଧା। ଅନୁଗୁଳ ବରହାକୁଦର ଗାଁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ ବୋହି ମେଡ଼ିକାଲ ନିଆଯାଉଛି। କିଏ କାଦୁଅ ରାସ୍ତାରେ ତ ଆଉ କିଏ ନଦୀ ପାରି ହୋଇଯାଉଛନ୍ତି ସ୍କୁଲ୍। ସମାନ ଦୁର୍ଦ୍ଦଶା ରାୟଗଡ଼ା କଲ୍ୟାଣସିଂପୁରରେ। ଉଛୁଳା ନଈରେ ବିପଦଜନକ […]
ନୂଆଦିଲ୍ଲୀ : ବୁମେରାଂ ହେଲା ଅାଧାର ଚାଲେଞ୍ଜ। ଟ୍ରାଇର ଅଧ୍ୟକ୍ଷ ଆର୍ଏସ୍ ଶର୍ମାଙ୍କୁ ମହଙ୍ଗା ପଡ଼ିଛି ତାଙ୍କର ଚ୍ୟାଲେଞ୍ଜ। ନିଜ ଅାଧାର ନମ୍ବର ସର୍ବସାଧାରଣରେ ସେ ପ୍ରକାଶ କରି ଚ୍ୟାଲେଞ୍ଜ ଦେଇଥିଲେ, କିଏ ଯଦି ଅାଧାର ତଥ୍ୟ ହ୍ୟାକ୍ କରି ପାରୁଛି କରୁ ଦେଖାଯିବ, ତାଙ୍କର କଣ କ୍ଷତି ହେଉଛି। ଏହାର କିଛି ଘଣ୍ଟା ପରେ ହିଁ ତାଙ୍କର ଅନେକ ବ୍ୟକ୍ତିଗତ ତଥ୍ୟ ପଦାକୁ ଅାସିଛି। ଫ୍ରାନ୍ସର ଜଣେ ସାଇବର୍ ସିକ୍ୟୁରିଟି ଏକ୍ସପର୍ଟ ଆର୍ଏସ୍ ଶର୍ମାଙ୍କ ଏହି […]
ପାଟନା: ପାଣିରେ ବୁଡ଼ିଛି ବିହାରର ସୁଶାସନ ବ୍ୟବସ୍ଥା। ବର୍ଷା ପାଣିରେ ଭାସିଲା ମେଡିକାଲ କଲେଜ। ଏପରିକି ଆଇସିୟୁରେ ମଧ୍ୟ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି। ରୋଗୀ ସୁସ୍ଥ ହେବ କି ଆହୁରି ଅନେକ ସଂକ୍ରାମକ ରୋଗରେ ପୀଡ଼ିତ ହେବ, କହିବା ମୁସ୍କିଲ। ବିହାର ରାଜଧାନୀ ପାଟନାର ଦ୍ୱିତୀୟ ବୃହତ ମେଡିକାଲ କଲେଜ ରହିଛି। ଲଗାଣ ବର୍ଷାରେ ଯୋଗୁ ନାଳନ୍ଦାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା। ମେଡିକାଲ ବାହାରର ଦୃଶ୍ୟ ଯେମିତି, ତାଠୁ ମେଡିକାଲ ଭିତରର ଦୃଶ୍ୟ ଆହୁରି ସାଂଘାତିକ। […]
ଚେନ୍ନାଇ : ଡିଏମ୍କେ ସଭାପତି ଏମ୍. କରୁଣାନିଧିଙ୍କୁ ହସ୍ପିଟାଲରେ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପହଞ୍ଚି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କରୁଣାନିଧିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ସହ ମଧ୍ୟ ଅାଲୋଚନା କରିଛନ୍ତି। କରୁଣାନିଧିଙ୍କ ପୁଅ ଡିଏମ୍କେ କାର୍ଯ୍ୟକାରୀ ସଭାପତି ଏମ୍କେ ଷ୍ଟାଲିନ୍ଙ୍କ ସହ କିଛି ସମୟ ଅାଲୋଚନା କରିବା ସହ ପରିବାର ଲୋକଙ୍କୁ ଅାଶ୍ୱସନା ଦେଇଛନ୍ତି।
ନୂଆଦିଲ୍ଲୀ: ଦେଶପ୍ରେମ ଭିତ୍ତିକ ସ୍ଲୋଗାନ୍ ‘ବନ୍ଦେ ମାତରମ୍’ ଉଚ୍ଚାରଣ କରିବାକୁ ମନା କରିବା ସହ ଏହାକୁ ଇସ୍ଲାମ୍ ବିରୋଧୀ କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶାଫିକର ରହମାନ୍ ବାର୍କ। ଆଜି ସଂସଦ ଗୃହରେ ଲୋକସଭା ସାଂସଦ ଭାବରେ ଶପଥ ନେବାପରେ ଶାଫିକର କହିଛନ୍ତି, ବନ୍ଦେ ମାତରମ୍ ବିଷୟରେ କହିଲେ, ଏହା ଇସ୍ଲାମ୍ ବିରୋଧୀ ମୁଁ ଏହାକୁ ଉଚ୍ଚାରଣ କରିପାରିବିନି। ଆଉ ସେ ଏହି ମନ୍ତବ୍ୟ ଦେଇ ନିଜ ଆସନକୁ ଚାଲଯିବାକୁ ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ ପରମ୍ପରା […]
ଭୁବନେଶ୍ୱର: କାଳ ହେଲା ବିପଜ୍ଜନକ ଯାଦୁ ଖେଳ। ପୋଲିସର ବିନା ଅନୁମତିରେ ହୁଗୁଳି ନଦୀରେ ଯାଦୁ ଦେଖାଉଥିବା ବେଳେ ଯାଦୁକର ଚଞ୍ଚଲ ଲହରୀଙ୍କ ମୃତ୍ୟୁ ହୋଇଛି । ଯାଦୁ ପ୍ରଦର୍ଶନ ପୂର୍ବରୁ ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ସେ ନଦୀ ଭିତରକୁ ପଶିଥିଲେ । ନଦୀ ଭିତରୁ ସୁରକ୍ଷିତ ଭାବେ ବାହାରି ଆସିବେ ବୋଲି ଉପସ୍ଥିତ ଲୋକଙ୍କୁ ସେ ଜଣାଇଥିଲେ । ହେଲେ ଶେଷରେ ମ୍ୟାଜିକରେ ବିଫଳ ହେଲେ ଆଉ ଟ୍ରାଜେଡିର ସାମ୍ନା କରି ଜୀବନ ହାରିଲେ […]
ଭୁବନେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ଆତଙ୍କର ଛାୟା। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଥିଲେ ବି ନିଜକୁ ଅନେକ କ୍ଷତି ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡସୁଆଳର ଅଜିତ୍ ସାହୁ ଓ ଉତ୍ତରପ୍ରଦେଶ ମେଜର କେତନ୍ ଶର୍ମା। ତେବେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଫେବ୍ରୁଆରୀ ୧୪ ପୁଲଓ୍ୱାମା ଆକ୍ରମଣ ଲାଗି ଗାଡ଼ି ଯୋଗାଇଥିବା ଜୈଶ ଆତଙ୍କବାଦୀ […]
ଭୁବନେଶ୍ୱର : ଆଜି ରାତି ୮ଟା ଯାଏ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା। ଏହି ୧୦ଟି ଜିଲ୍ଲା ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,ବରଗଡ଼ ,କେନ୍ଦ୍ରାପଡ଼ା, ଯାଜପୁର,ଜଗତସିଂହପୁର,କଟକ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନବାହାରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀନଗର: ସାମ୍ନାକୁ ଆସିଛି ଭାବପ୍ରବଣ କରିବା ଭଳି ଗୋଟିଏ ଫଟୋ। ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଇନସପେକ୍ଟର ଅଶ୍ରଦ ଖାନ୍ଙ୍କୁ ଦିଆଯାଇଥିବା ଅନ୍ତିମ ଶ୍ରଦ୍ଧାଞ୍ଜଳି ବେଳର ଦୃଶ୍ୟ ଯିଏ କେହି ବି ଦେଖିବ, ତା’ ଆଖିରେ ଲୁହ ଜକେଇ ଆସିବ। ସହିଦ ଅଶ୍ରଦଙ୍କ ୪ ବର୍ଷର ପୁଅ ମଧ୍ୟ ଏହି ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ଉପସ୍ଥିତ ଥିଲା। ହୁଏତ ସେ ଏକଥା ବୁଝିପାରୁ ନଥିଲା ଯେ ତା’ ବାପା ଦେଶ ପାଇଁ ବଳିଦାନ ଦେଇ ସବୁ […]
ନୂଆଦିଲ୍ଲୀ: ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସର ଲକ୍ଷ୍ୟ ନେଇ ମୋଦି-୨ ସରକାର ପୁଣିଥରେ ଆକ୍ସନ ମୋଡ୍ରେ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗ ଥିବା ଦେଶର ୧୫ ଜଣ ବରିଷ୍ଠ ଟିକସ୍ ଅଧିକାରୀଙ୍କୁ ଆଜି ମୋଦି-୨ ସରକାର ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ପାଇଥିବା ୧୫ ଅଧିକାରୀଙ୍କ ମଧ୍ୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନ୍ଡାଇରେକ୍ଟ ଟ୍ୟାକ୍ସ ଓ କଷ୍ଟମ୍ସ(ସିବିଆଇସି) ବିଭାଗର ପ୍ରିନ୍ସିପାଲ କମିଶନର, କମିଶନର, ଆଡିସନାଲ କମିଶନର ଓ ଡେପୁଟି […]
ଭୁବନେଶ୍ୱର : ବିଜେଡିକୁ ‘ଲଲିପପ୍’ର ସରକାର କହି କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ। ନବୀନ ଶାସନକାଳ ଭିତରେ ରୋଜଗାର ଦେଇପାରି ନାହାନ୍ତି। କିନ୍ତୁ ୧୯ ବର୍ଷ ହେଲା ଲଲିପପ୍ ଦେଇ ଅାସୁଛନ୍ତି ବୋଲି ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଅାଇନ ନେଇ ସେ କହିଛନ୍ତି ଯେ ୧୯ ବର୍ଷରେ ୩୪ ଲକ୍ଷ ଭୋକିଲା ଅଛନ୍ତି। ଏହା ସରକାରଙ୍କ ବଡ଼ ବିଫଳତା। ‘ଅାମ […]
ଶ୍ରୀନଗର: କିଛିଦିନ ପରେ ଆଜି ପୁଣିଥରେ କଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୁଲୱାମାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି। ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଲଢ଼େଇରେ ସେନାର ଜଣେ ମେଜର ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିବା ସହ ଉଭୟ […]
ରାଉରକେଲା: ସଡ଼କ ଦୁର୍ଘଟଣାକୁ ନେଇ ରାଉରକେଲାରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଛି। ତେବେ ଲୋକଙ୍କ ଦାବି ପ୍ରକାରେ ସେଠାରେ ଏକ ଚେକ୍ ପୋଷ୍ଟ୍ ନିର୍ମାଣ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ତା’ସହିତ ହକି ଛକରେ ୩ ଜଣ କନଷ୍ଟେବଳଙ୍କୁ ଆଜିଠାରୁ ନିୟୋଜିତ କରାଯାଇଛି। ଉକ୍ତ ଅଞ୍ଚଳରେ ଧୂଳି ଉଡ଼ୁଥିବା ନେଇ ମଧ୍ୟ ଲୋକେ ଅଭିଯୋଗ କରିଥିଲେ। ଏ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବିକଶିତ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର। ରାସ୍ତା ଖରାପ ଯୋଗୁ ଗାଁକୁ ପଶି ପାରୁନି ଆମ୍ବୁଲାନ୍ସ। ସେପଟେ ପ୍ରସବ ବେଦନା ଛଟପଟ ହେଉଛନ୍ତି ଆସନ୍ନ ପ୍ରସବା। ଏଭଳି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କାଇମାଟି ଗାଁରେ। ସୂଚନା ଅନୁସାରେ, ଏହି ଗାଁକୁ ଖରାପ ରାସ୍ତା ଯୋଗୁ ଗତକାଲି ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଏକ ଖଟିଆରେ ୩ କିଲୋମିଟର ପର୍ଯ୍ୟନ୍ତ ବୋହି ବୋହି ନେଇଥିଲେ। […]
କୋଲକାତା:କିଛିଦିନ ଧରି ପଶ୍ଚିମବଙ୍ଗରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆନ୍ଦୋଳନରତ ଡାକ୍ତରଙ୍କ ସଚିବଳାୟର ‘ନବାନ୍ନ’ ହଲରେ ବୈଠକ ପରେ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏଥିସହ ଡାକ୍ତରଙ୍କ ସୁରକ୍ଷା ଦାବିକୁ ସମର୍ଥନ ଜଣାଇ ପଶ୍ଚିମବଙ୍ଗର ହସ୍ପିଟାଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ୧୪ଟି ମେଡିକାଲ କଲେଜର ମୋଟ୨୪ […]
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଦଳ ପକ୍ଷରୁ ବିଜେପିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ନଡ୍ଡାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଇଛି। ଏବେ ନଡ୍ଡା ଦଳର ପ୍ରତିଦିନ ଘଟୁଥିବା ଘଟଣାର ସବୁ ଦାୟିତ୍ୱ ନିର୍ବାହ କରିବେ। ତେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପୂର୍ବଭଳି ଅମିତ ଶାହ ହିଁ ରହିବେ। ଅମିତ […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ପୂର୍ଣ୍ଣାଙ୍ଗ ବଜେଟ୍ ଆସିବାକୁ ଥିବା ଏଇ ଅଧିବେଶନର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହର ବହୁ ସଦସ୍ୟ ଶପଥ ନେଇଛନ୍ତି। ପ୍ରୋଟେମ୍ ସ୍ପିକର ବୀରେନ୍ଦ୍ର କୁମାର ଗୃହର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଅଧ୍ୟକ୍ଷ ପ୍ୟାନେଲରେ ଥିବା ସାଂସଦ ଭର୍ତ୍ତୃହରି ମହାତାବ ଓଡ଼ିଆ ଏବଂ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତରେ ଶପଥପାଠ କରିଥିଲେ। ଆଜି ଓ କାଲି ଦୁଇଦିନ ଧରି ନବନିର୍ବାଚିତ […]
ଭୁବନେଶ୍ୱର: ସପ୍ତାହେ ଧରି ଡାକ୍ତରଙ୍କ ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ ମମତା । ପଶ୍ଚିମବଙ୍ଗରେ ମେଡିକାଲ୍ କଲେଜ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ୨ଟି ପ୍ରସ୍ତାବରେ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ଦାବି ମୁତାବକ ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ଉପସ୍ଥିତିରେ ହୋଇଛି ଏହି ଆଲୋଚନା। ସେପଟେ ଆଜି IMAର ୨୪ ଘଣ୍ଟିଆ ଧର୍ମଘଟରେ ଓଡ଼ିଶା ସମେତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ୧୨ ଦଫା ମଧ୍ୟରୁ […]
ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଲୋମ୍ବକ୍ ଦ୍ୱୀପରେ ରବିବାର ପ୍ରାୟ ସକାଳ ୬ଟା ୪୭ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା। ଭୂକମ୍ପରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ୭କି.ମି ଗଭୀର ଥିଲା। ବୋଲି ଆମେରିକା ଭୂବୈଜ୍ଞାନିକ ସର୍ଭେ ପକ୍ଷରୁ କୁହାଯାଇଛି। ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଲୋମ୍ବକ୍ର ମୁଖ୍ୟ ସହର ମାତାରାମ୍ର ୫୦ କି.ମି. […]
ମାଲକାନଗିରି: ମାଓବାଦୀଙ୍କ ସହିଦ ସପ୍ତାହରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ବିରାଟ ମାଓବାଦୀ ମେଳି। ମାଲକାନଗିରିର ରାଲେଗାଡ଼ା ପଞ୍ଚାୟତ ଓ ଆନ୍ଧ୍ରପ୍ରଦେଶର କୋରୁକୁଣ୍ଡା ସୀମାନ୍ତ ଅଞ୍ଚଳରେ ଗତକାଲି ମାଓବାଦୀ ମେଳି କରାଯାଇଥିବା ଜଣାପଡ଼ିଛି। ଏହି ମେଳିରେ ୬୦୦ରୁ ଅଧିକ ମାଓବାଦୀ ଏକାଠି ହୋଇଥିଲେ। ଓଡ଼ିଶା-ଆନ୍ଧ୍ର ବର୍ଡର ଜୋନାଲ କମିଟି ପକ୍ଷରୁ ଏହି ମେଳି ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁରୁପ୍ରିୟା ସେତୁକୁ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ଏହି ମେଳିରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳବାସୀ ମଧ୍ୟ ସାମିଲ ହୋଇଥିଲେ। […]