ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ହଠାତ ପାଗ ବଦଳି ଯାଇଥିଲା। କେଉଁଠି ଥିଲା କେଜାଣି ହଠାତ୍ ଧୂଳିଝଡ଼ ସହ ବର୍ଷା ମାଡ଼ି ଆସିଲା। ଗୋଟିଏ ମୁହୂର୍ତ୍ତ ପାଇଁ ଲାଗିଲା ଯେମିତି ରାତି ଆସିଗଲା କି ! ଆଜି ପୂର୍ବାହ୍ନ ୧୧ ଟାରେ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାର ପାଗ ହଠାତ୍ ବଦଳି ଯାଇଥିଲା। ଅନ୍ଧାର ମାଡ଼ି ଆସିବା ସହ ରାସ୍ତାଘାଟ କିଛି ଦେଖା ଯାଇ ନ ଥିଲା। ଚାରିଆଡେ ଧୂଳି ଉଡିବାକୁ ଲାଗିଲା। ପରେ […]
ନୂଆଦିଲ୍ଲୀ : ଓଡ଼ିଶାରେ ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମାର ବକେୟା ଅର୍ଥ ପ୍ରଦାନ କରାଯିବ। କୃଷି ବୀମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ବୀମା କମ୍ପାନୀ ଗୁଡ଼ିକ ବକେୟା ଅର୍ଥ ପୈଠ ପାଇଁ କମିଟି ହୋଇଛି। କୃଷି, ଅର୍ଥ, ରାଜ୍ୟ ପ୍ରତିନିଧି, ବୀମା ପ୍ରତିନିଧିଙ୍କୁ ନେଇ କମିଟି ଗଠିତ ହୋଇଛି। ଅାସନ୍ତା ଅଗଷ୍ଟ ଶେଷ ସୁଦ୍ଧା ବକେୟା ଅର୍ଥ ପ୍ରଦାନ ନେଇ […]
ଭଦ୍ରକ : ଭଦ୍ରକ ଧାମନଗର ତାଳସିଠା ଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଟ୍ୱିଷ୍ଟ। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଅାସିଛି। ଏ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ବାତୁଲା ଗଙ୍ଗାଧର। ମୃତା ମହିଳାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଏବଂ ବେଡ୍ ଓ ସଂପୃକ୍ତ ରୁମ୍ରୁ ବାୟୋଲୋଜିକାଲ ସାମ୍ପଲ ମିଳିଛି। ଏହି ସାମ୍ପଲକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିବା ଏସପି କହିଛନ୍ତି। ସେପଟେ ନିଖୋଜ ବାପାର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛି […]
ଇସ୍ଲାମାବାଦ: ପାକିସ୍ତାନ ଜେଲରେ ୪୧୮ ମତ୍ସ୍ୟଜୀବୀଙ୍କ ସମେତ ୪୭୦ରୁ ଅଧିକ ଭାରତୀୟ ବନ୍ଦୀ ଅଛନ୍ତି। ଉଚ୍ଚତମ ନ୍ୟାୟାଳୟରେ ଦିଆଯାଇଥିବା ଏକ ରିପୋର୍ଟରେ ପାକିସ୍ତାନ ସରକାର ଏହି ସୂଚନା ଦେଇଛନ୍ତି। ଏହି ରିପୋର୍ଟରେ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଭାରତୀୟ ଜେଲ୍ରେ ୩୫୭ ଜଣ ପାକିସ୍ତାନୀ ବନ୍ଦୀ ଅଛନ୍ତି। ରିପୋର୍ଟରେ ଏହା ମଧ୍ୟ କହିଛି ଯେ, ଦୁଇ ଦେଶ ମଧ୍ୟରେ ସ୍ଥିତି ଠିକ୍ ନଥିବାରୁ ପକିସ୍ତାନ୍-ଭାରତ କଏଦୀ ନ୍ୟାୟିକ ସମିତିର କୌଣସି ବୈଠକ ଅକ୍ଟୋବର ୨୦୧୩ରୁ ବସିନାହିଁ। […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେସନ୍ ରୋଡ୍ ସ୍ଥିତ ଲାଇନ୍ ହାଟିଙ୍ଗରେ ଏକ ଦୁଃଖଦ ଘଟଣା ଘଟିଛି। ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରାହୁଲ। ଗତକାଲି ରାତିରେ ଦୁଇ ଭାଇ ବିପିନ ଓ ରାହୁଲ ଏକାଠି ବସି ଖାଉଥିଲେ। ହଠାତ୍ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଉଗ୍ର ରୂପ ଧାରଣ କରିଥିଲା । ଏହାକୁ ନେଇ ରାହୁଲ ରାଗି ଯାଇଥିଲେ। […]
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେମିକାଲ୍ ଆଟାକ୍ ନେଇ ଧମକପୂର୍ଣ୍ଣ ଫୋନ୍ କଲ୍। ଏହି ଘଟଣାରେ ପୁଲିସ୍ ମୁମ୍ବାଇରୁ ଜଣେ ୨୨ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ କାଶୀନାଥ ମଣ୍ଡଲ୍। ସୂଚନା ଅନୁସାରେ, କାଶୀନାଥ ନିଜକୁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) କହି କଣ୍ଟ୍ରୋଲ୍ ରୁମ୍କୁ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍ ଆଟାକ୍ ଧମକ ଦେଇଥିଲେ। ଶୁକ୍ରବାର ଦିଲ୍ଲୀ ସ୍ଥିତ ଏନ୍ଏସ୍ଜି କଣ୍ଟ୍ରୋଲ ରୁମ୍ରୁ ସେ ନମ୍ବର ନେଇ ଫୋନ୍ କରିଥିଲେ। ଏହି ଘଟଣା ଜଣାପଡ଼ିବା […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଠଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ବାଇକ୍ରେ ଆସି ୩ ଜଣ ଦୁର୍ବୃତ୍ତ ଗାଁ ମଝିରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାଁ ଯୋଗୀ ସ୍ୱାଇଁ। ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଠିକାଦାରୀ କାମ କରୁଥିଲେ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ବ୍ରହ୍ମପୁର: ଟ୍ରକ୍ ଧକ୍କାରେ ଜଣେ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ରଣ୍ଢା ଓ ଗୋଳନ୍ଥରା ମଝିରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ମୃତକ ଜଣକ ହେଲେ କେଉଟ ସୁନପୁର ଅଞ୍ଚଳର ଭିକାରୀ ବେହେରା। ସୂଚନା ଅନୁସାରେ, ସେ ଗୋଳନ୍ଥରା ସ୍ଥିତ ଇଶନେଶ୍ୱର ମନ୍ଦିରକୁ ପାଣି ଢାଳିବାକୁ ଯାଉଥିଲେ। ରାସ୍ତା ଅନ୍ଧାର ଥିବାରୁ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିବା କୁହାଯାଉଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ […]
ଲକ୍ଷ୍ନୌ: ଦଳିତଙ୍କ ଅଧିକାରକୁ ନେଇ ରାଜନୀତି କରୁଥିବା ବିଏସ୍ପି ମୁଖ୍ୟ ମାୟାବତୀ ଆଜି ତାଙ୍କ ଭାଇ ଏବଂ ପୁତୁରାଙ୍କୁ ଦଳରେ ବଡ଼ ଦାୟିତ୍ୱ ସମର୍ପିଛନ୍ତି। ସେ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ପଦ ଦେଇଛନ୍ତି। ତା’ ଛଡ଼ା ସେ ଅନ୍ୟ କିଛି ଦଳୀୟ ପଦବୀରେ ପରିବର୍ତ୍ତନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମ୍ରୋହା ସାଂସଦ ଦାନିଶ ଅଲ୍ଲୀଙ୍କୁ ଲୋକସଭାରେ ଦଳର ନେତା ଏବଂ […]
ଭୁବନେଶ୍ୱର: ଆଜି ଶ୍ରାବଣ ସୋମବାର ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହାସହ ୨୧ଟି […]
ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାର ଗାଁ ଲୋକଙ୍କର ସରକାର ବିରୋଧରେ କ୍ଷୋଭ। କେଉଁଠି ୫୦ ବର୍ଷ ତ ଆଉ କେଉଁଠି ୧୫ ବର୍ଷ ବିତିଗଲାଣି। ସରକାରଙ୍କୁ ଗୁହାରି ସତ୍ତ୍ୱେ ମିଳିପାରିନି ମୌଳିକ ସୁବିଧା। ଅନୁଗୁଳ ବରହାକୁଦର ଗାଁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ ବୋହି ମେଡ଼ିକାଲ ନିଆଯାଉଛି। କିଏ କାଦୁଅ ରାସ୍ତାରେ ତ ଆଉ କିଏ ନଦୀ ପାରି ହୋଇଯାଉଛନ୍ତି ସ୍କୁଲ୍। ସମାନ ଦୁର୍ଦ୍ଦଶା ରାୟଗଡ଼ା କଲ୍ୟାଣସିଂପୁରରେ। ଉଛୁଳା ନଈରେ ବିପଦଜନକ […]