ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଆମୀର ଖାନ୍ଙ୍କୁ କାହିଁକି ନିମନ୍ତ୍ରଣ କଲେ ତାକୁ ନେଇ ଭାରତରେ ଚର୍ଚ୍ଚା ହେଉଥିବା ବେଳେ ପାକିସ୍ତାନର ଏକ ଖବରକାଗଜରେ ଆଜି ‘ଲଗାନ୍’ ଫିଲ୍ମକୁ ନେଇ ରିପୋର୍ଟ ପ୍ରକାଶ ପାଇଛି। ଯାହାର ଶିରୋନାମାର ଅର୍ଥ ହେଉଛି ‘ଆମୀର ଯଦି ଲଗାନ୍ ଫିଲ୍ମରେ ଅଭିନୟ କରି ନଥା’ନ୍ତେ ?’ ଏହି ରିପୋର୍ଟରେ ଅବଶ୍ୟ କିଛି ନୂଆ କଥା ରହିଛି। ଯାହା ଶୁଣିଲେ ସିନେପ୍ରେମୀ ଆଶ୍ଚର୍ଯ୍ୟ ହୋଇଯିବେ। ନିର୍ଦ୍ଦେଶକ […]
ନୂଆଦିଲ୍ଲୀ : ଏସ୍ସି ଏସ୍ଟି ସଂଶୋଧନ ବିଲ୍ ପ୍ରସଙ୍ଗରେ ସଂସଦରେ ହଙ୍ଗାମା ଜାରି। ଏସ୍ସି ଏସ୍ଟି ସଂଶୋଧିତ ବିଲ୍ ପ୍ରସଙ୍ଗରେ ଅାଜି ଲୋକସଭାରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ। ଏସ୍ସି ଏସ୍ଟି ବିଲ୍ ପ୍ରସଙ୍ଗରେ ଗୃହର ଚଳିତ ଅଧିବେଶନରେ ବିଲ୍ ଅାଗତ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ଚଳିତ ଅଧିବେଶନରେ ଏହି ବିଲ୍କୁ ଅନୁମୋଦନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଗତକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ […]
ଭଦ୍ରକ: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ବ୍ୟାପକ ଘୋଟାଲା। ବସ୍ତା ପ୍ରତି କିଲେ ନୁହେଁ କି ଦୁଇ କିଲୋ ନୁହେଁ ୮ କିଲୋ କମ୍ ଦିଅାଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଅାସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷା ସର୍କଲରୁ। ଏଫସିଅାଇ ଗୋଦାମରୁ ଚାଉଳ ଅାସିବାପରେ ଅନ୍ୟ ଗୋଦାମରେ ବସ୍ତାରୁ ଚାଉଳ କଢ଼ା ହୋଇଯାଉଛି। ୫୦ କିଲୋ ବସ୍ତାରୁ ୮ କିଲୋ ଲେଖାଏଁ ଚାଉଳ କଢ଼ାଯାଇ ପୁଣି ହେଉଛି ପ୍ୟାକିଂ। ଏସବୁ ଜାଣି ପ୍ରଶାସନିକ ଅଧିକାରୀ ଅଜଣା […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ଗୁଡିକୁ ସେୟାର କରାଯାଇଥିବା ଦେଖିବାକୁ ମିଳୁଛି। ଏମିତି ଏକ ଭିଡିଓଟିକୁ ଆଇଏଫ୍ଏସ୍ ଅଧିକାରୀ ପରବିନ୍ କାସୱାନ୍ ନିଜ ଟ୍ୱିଟ୍ରେ ସେୟାର କରିଥିଲେ। ଭିଡିଓଟି ପ୍ରାୟ ଗୋଟେ ମିନିଟ୍ର ଜଣାପଡୁଛି। ଏହି ଭିଡିଓରେ ମାଙ୍କଡଟିର ପରିବାର ଥିବା ଜଣାପଡୁଛି। ମାଙ୍କଡ ଓ ତା’ର ଛୁଆ ଘରର ଛାତ ଉପରେ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ମାଙ୍କଡ଼ର ଛୁଆଟି ପାଖରେ ଥିବା ଲାଇନ୍ ତାରରେ ଫସି ଯାଇଥିବା ଦେଖିବାକୁ […]
ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ବେଅାଇନ ନିର୍ମାଣକୁ ବୈଧ କରିବାକୁ ସରକାର ନେଇଥିବା ନିଷ୍ପତ୍ତି ଉପରେ ନଗର ଉନ୍ନୟନ ସଚିବ ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଏନେଇ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପୂର୍ବରୁ ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିଥିଲେ। କେଉଁ ଅାଇନ ଅାଧାରରେ ସରକାର ବେଅାଇନ ନିର୍ମାଣକୁ ବୈଧ କରିବେ, ସେ ନେଇ […]
କଟକ : ପାଖରୁ ଟଙ୍କା ସରିଯିବାରୁ ଚିକିତ୍ସା ଅଧାରୁ ବିଦାକଲା ଏସ୍ସିବି। ବାଦାମବାଡି ରାସ୍ତା ପଡ଼ରେ ଛଟପଟ ହେଉଛନ୍ତି ଉମରକୋଟର ଏହି ରୋଗୀ ଜଣକ। ଦୀର୍ଘଦିନ ଧରି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ସୂଚନା ଅନୁସାରେ ବାହୁଡ଼ା ଯାତ୍ରା ଦିନ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଆସିଥିଲେ ସଂପୃକ୍ତ ବ୍ୟକ୍ତି। ଟଙ୍କା ସରିଯିବାରୁ ଡାକ୍ତରଖାନା ଫେରାଇ ଦେଇଥିବା ଅଭିଯୋଗ ହୋଇଛି। କେଉଁ ପରିସ୍ଥିତିରେ ଫେରାଇ ଦେଲେ ,ଏସ୍ସିବି […]
ଭୁବନେଶ୍ୱର : ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା। ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ,କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା। ସନ୍ଧ୍ୟା ୭ଟା୪୫ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ। ଏ ସମୟରେ ଘରୁ ନବାହାରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପେଶୱାର: ପାକିସ୍ତାନର ପ୍ରସିଦ୍ଧ ପାଷ୍ଟୋ ସିଙ୍ଗର ତଥା ମଞ୍ଚ ଅଭିନେତ୍ରୀ ରେଶମ୍ ଖାଁଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ରେଶମ୍ଙ୍କ ଭାଇ ଓବୈଦୁଲ୍ଲା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ରେଶମ୍ଙ୍କ ସ୍ୱାମୀ ଫାଏଦା ଖାନ୍ ରହିମାବାଦ୍ର ବାସିନ୍ଦା। ସେ ବିଦେଶରେ ଚାକିରି କରନ୍ତି । କିଛି ଦିନ ତଳେ ପାକିସ୍ତାନ ଆସିଥିଲେ। ଉଭୟଙ୍କ ମଧ୍ୟରେ ମତାନ୍ତର କାରଣରୁ ଉଭୟ ଅଲଗା ରହୁଥିଲେ। ଓବୈଦୁଲ୍ଲା ତାଙ୍କ ଏତଲାରେ ଲେଖିଛନ୍ତି ଯେ, […]
କଟକ : ନକଲି ଗୁଟଖା, ଘିଅ ଓ ତେଲ ପରେ ଏବେ କଟକରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କଟକ ସଦର ଥାନା ପୀର ବଜାରରେ ନକଲି ସିମେଣ୍ଟ କାରଖାନା ଠାବ କରାଯିବା ସହ ବିପୁଳ ପରିମାଣର ସିମେଣ୍ଟ ଓ ଯନ୍ତ୍ରାଂଶ ଜବତ କରାଯାଛି। ଏହି ଘଟଣାରେ ୬ ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଗୋଟିଏ ପରେ ଗୋଟିଏ ନକଲି ଜିନିଷ ଠାବକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।
ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲର ପରୀକ୍ଷଣ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଧ୍ୱଂସୀ କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ୨୦କିଲୋମିଟର ଉଚ୍ଚତା ମଧ୍ୟରେ ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଅତି ସହଜରେ ଧ୍ୱଂସ କରିବାର କ୍ଷମତା ରଖିଛି। ଆଜି ସକାଳ ସାଢ଼େ ୧୧ରେ ଏହାର ପରୀକ୍ଷଣ ସଫଳ ହୋଇଥିବା କୁହାଯାଉଛି। ଗତବର୍ଷ ମାର୍ଚ୍ଚ ମାସରେ ଏହି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ପରୀକ୍ଷା କରାଯାଇଥିଲା। ଏହି ମିଜାଇଲର ଉଚ୍ଚତା ୭.୫ ମିଟର ରହିଛି। […]
ନୂଆଦିଲ୍ଲୀ: ଦେଶର ଗଣମାଧ୍ୟମ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି। ନାବାଳିକା ଦୁଷ୍କର୍ମ ଘଟଣାରେ ଉଭୟ ବୈଦ୍ୟୁତିକ ଓ ପ୍ରିଣ୍ଟ ଗଣମାଧ୍ୟମ ନାବାଳିକାଙ୍କ ଭିଡିଓ ଫୁଟେଜ୍ କିମ୍ବା ଫଟୋ ଦେଖାଇ ପାରିବେ ନାହିଁ। ଏପରିକି ନାବାଳିକାଙ୍କ ମୁହଁ ବ୍ଲର୍ କରି ମଧ୍ୟ ଦେଖାଇ ପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି କଟକଣା ଲଗାଇଛନ୍ତି। ପୀଡ଼ିତାଙ୍କର ନାଁ କିମ୍ବା ତାଙ୍କ ପରିଚୟ ଗଣମାଧ୍ୟମରେ ନ ଦେବା ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଜଣେ ନାବାଳିକାଙ୍କ ସମ୍ମାନ ଉପରେ […]
କଟକ: ପୁରୀ-ପାଟନା ଏକ୍ସପ୍ରେସ୍ରୁ ୨ କ୍ୱିଣ୍ଟାଲ ଭାଙ୍ଗ ଜବତ ହୋଇଛି। ଏକ୍ସପ୍ରେସ୍ଟି କଟକ ଆସୁଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଗତକାଲି ରାତି ପ୍ରାୟ ୧ଟା ବେଳେ କଟକ ରେଲୱେ ଷ୍ଟେସନରେ ଚଢ଼ାଉ କରି ଜବତ କରିଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ମାନସ ରଞ୍ଜନ ସିଂହ। ତାଙ୍କ ଘର ଜଗତସିଂହପୁର ଅଞ୍ଚଳରେ। ମାନସ କଟକ ଗାନ୍ଧିପଲ୍ଲୀ ଅଞ୍ଚଳରୁ ଭାଙ୍ଗ ଆଣୁଥିଲା ବୋଲି ଜଣାପଡ଼ିଛି। ତେବେ ଜବତ ହୋଇଥିବା ଭାଙ୍ଗର ଆନୁମାନିକ […]