କଟକ: ପୁରୀ-ପାଟନା ଏକ୍ସପ୍ରେସ୍ରୁ ୨ କ୍ୱିଣ୍ଟାଲ ଭାଙ୍ଗ ଜବତ ହୋଇଛି। ଏକ୍ସପ୍ରେସ୍ଟି କଟକ ଆସୁଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଗତକାଲି ରାତି ପ୍ରାୟ ୧ଟା ବେଳେ କଟକ ରେଲୱେ ଷ୍ଟେସନରେ ଚଢ଼ାଉ କରି ଜବତ କରିଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ମାନସ ରଞ୍ଜନ ସିଂହ। ତାଙ୍କ ଘର ଜଗତସିଂହପୁର ଅଞ୍ଚଳରେ। ମାନସ କଟକ ଗାନ୍ଧିପଲ୍ଲୀ ଅଞ୍ଚଳରୁ ଭାଙ୍ଗ ଆଣୁଥିଲା ବୋଲି ଜଣାପଡ଼ିଛି। ତେବେ ଜବତ ହୋଇଥିବା ଭାଙ୍ଗର ଆନୁମାନିକ […]
ପାଟନା: ଜୀବନ ସହ ଦୀର୍ଘ ୩୦ ଘଣ୍ଟାର ସଂଗ୍ରାମ ପରେ ଶେଷରେ ପୁନର୍ଜନ୍ମ ପାଇଲା ବିହାରର ୩ ବର୍ଷର ଶିଶୁକନ୍ୟା ସାନା। ୧୧୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ଗତକାଲି ଉଦ୍ଧାର ପରେ ସାନା ଏବେ ସୁସ୍ଥ ଥିବା ଜଣାପଡିଛି। ସେନା, ଏନଡିଆରଏଫ୍, ବିହାର ଏସଡିଆରଏଫ୍ ଓ ପୁଲିସର ନନ୍ଷ୍ଟପ୍ ଅପରେସନ୍ ପରେ ସାନାକୁ ଅକ୍ଷତ ଅବସ୍ଥାରେ ଗତକାଲି ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ଉଦ୍ଧାର କରାଯାଇଥିଲା। ପରେ ତତ୍କ୍ଷଣାତ ନିକଟସ୍ଥ ସେନା ହସ୍ପିଟାଲରେ […]
ପାଟନା: ବିହାର ମୁଙ୍ଗେର ଜିଲ୍ଲାରେ ୧୧୦ ଫୁଟ ଗଭୀର ବୋର୍ୱେଲରେ ଖସି ପଡ଼ିଛି ୩ ବର୍ଷର ଶିଶୁ। ଶିଶୁ କନ୍ୟାକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ଝିଅଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଗତକାଲି ମୁଙ୍ଗେର ଜିଲ୍ଲା ମୁରଗିଆଛକ ଅଞ୍ଚଳରେ ଏକ ନିର୍ମାଣାଧୀନ ବୋର୍ୱେଲ ଭିତରେ ୩ ବର୍ଷର ଝିଅଟି ଖେଳୁଥିବା ବେଳେ ଅଚାନକ ଖସିପଡ଼ିଥିଲା। ଖବର ପାଇ ବିହାର ଷ୍ଟେଟ୍ ଡିଜାଷ୍ଟର୍ […]
ନୂଆଦିଲ୍ଲୀ: ନେପାଳୀ ଝିଅମାନଙ୍କୁ ବିଦେଶ ଚାଲାଣ କରୁଥିବା ଏକ ବଡ଼ ଧରଣର ରାକେଟ୍କୁ ଧରିଛି ଦିଲ୍ଲୀ ପୁଲିସ। ନେପାଳର ଗରିବ ଝିଅମାନଙ୍କୁ ଚାକିରି ଦେବା ଲୋଭ ଦେଖାଇ ଭାରତ ଅଣାଯାଇଥିଲା ବୋଲି ପୁଲିସ କହିଛି। ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବାକୁ ଦେଶ ବାହାରକୁ ଚାଲାଣ କରାଯିବାକୁ ଏକ ହୋଟେଲରେ ରଖାଯାଇଥିଲା। ଖବର ମୁତାବକ,ପାହାଡ଼ଗଞ୍ଜ ଅଞ୍ଚଳରେ ହୋଟେଲ ‘ହୃଦୟ ଇନ୍’ ରେ ନେପାଳୀ ଝିଅମାନଙ୍କୁ ରଖାଯାଇଥିବା ନେଇ କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ପୁଲିସ […]
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଆଜି ରେପୋ ରେଟ ୨୫ ବେସିସ ପଏଣ୍ଟ ବଢ଼ାଇଛି। ଫଳରେ ରେପୋ ରେଟ ୬.୨୫ରୁ ୬.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହାଫଳରେ ଏଣିକି ୬.୫ ସୁଧ ହାରରେ ବ୍ୟାଙ୍କ ଗୁଡିକୁ ସୁଧ ଦେବ ଆରବିଆଇ। ଏହା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ, ଅଟୋ ସମେତ ଅନ୍ୟାନ୍ୟ ଋଣ ହାର ବୃଦ୍ଧି କରିପାରନ୍ତି। ତେଣୁ ଏହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ପରେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହମୀରପୁର ଅଂଚଳରେ ଥିବା ଏକ ପୁରୁଣା ମନ୍ଦିର ଭିତରକୁ ଜଣେ ବିଧାୟିକା ପଶିବା ଓ ପରେ ଠାକୁର ମାରା ହୋଇଗଲେ କହି ମନ୍ଦିରକୁ ଗଙ୍ଗାଜଳରେ ଶୋଧନ କରାଯିବା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ ଦେଶରେ ନାରୀକୁ ଲକ୍ଷ୍ମୀ କହନ୍ତି ସେହି ଦେଶରେ ଏମିତି ଏକ ଘଟଣାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି। ରାଠି ବିଧାନସଭା ମଣ୍ଡଳର ବିଧାୟିକା ମନୀଷା ଅନୁରାଗୀ […]
ନୂଆଦିଲ୍ଲୀ: କ୍ୟାନ୍ସର୍ ସହ ଯୁଝୁଥିବା ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ନିକଟରେ ସୋନାଲିଙ୍କ ନଣଦ ସୃଷ୍ଟି ଆର୍ଯ୍ୟ ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ,ସୋନାଲି ମାନସିକ ଭାବେ ଦୃଢ଼ ଅଛନ୍ତି ଓ ସୋନାଲି ସାହସର ସହ କ୍ୟାନ୍ସର୍ର ମୁକାବିଲା କରୁଛନ୍ତି। ସେ ବର୍ତ୍ତମାନ ତାଙ୍କ ସ୍ୱାମୀ ଗୋଲ୍ଡି ବେହଲ ଓ ପୁଅ ରଣବୀରଙ୍କ ସହ ଅଛନ୍ତି। ପରିବାର ସହ ଥିବାରୁ ସେ କ୍ୟାନ୍ସର୍ ସହ ଲଢ଼େଇ କରିବାର ଶକ୍ତି ପାଇଛନ୍ତି । ସେ କ୍ୟାନସରରେ […]
ଭୁବନେଶ୍ୱର : ଟିଟୋ ଲିଙ୍କ୍ରେ STF ଅାଉ ଜଣଙ୍କୁ ଗିରଫ କରିଛି। ତା ନାଁ ଶେଖ୍ ଅାସାଦୁଲ୍ କାଦିର ଓରଫ ମାଛୁ। ଗତକାଲି ରାତିରେ ମାଛକୁ ଏସ୍ଟିଏଫ୍ ଗିରଫ କରିଥିଲା। ସେପଟେ ଟିଟୋକୁ ଅାଉ ଏକ ମାମଲାରେ ପକ୍ଷଭୁକ୍ତ ପାଇଁ କଟକ SDJM କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ୨୦୧୬ରେ ଚାଉଳିଅାଗଞ୍ଜ ବଟି, ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋକୁ ପକ୍ଷଭୁକ୍ତ କରାଯାଇଛି। ଏଥିପାଇଁ କମିଶନରେଟ୍ ପୁଲିସ କୋର୍ଟରେ ଅାବେଦନ କରିଥିଲା।
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଅଘଟଣ ଘଟି ୧୨ ଜଣ ପ୍ରାଣ ହରାଇଛନ୍ତି। ଏଥି ସହିତ ରାଜ୍ୟରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ଗତ ୬ ଦିନରେ ୮୫କୁ ଛୁଇଁଲାଣି ବର୍ଷା ଯୋଗୁ ୬୦୦ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଥିବାବେଳେ ଅନେକ ଗୋରୁଗାଈଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପ୍ରଶାସନ ପକ୍ଷରୁ ହାଇ ଅାଲର୍ଟ ଜାରି କରାଯାଇଛି। ବିପର୍ଯ୍ୟୟ ମୁକାବିଲା ଲାଗି […]
ଭଦ୍ରକ : ଭଦ୍ରକ ତାଳସିଠା ଜଘନ୍ୟ ଡବଲ ମର୍ଡର ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବବୁଅା ମହାନ୍ତିକୁ ଅାଜି କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାକୁ ଭଦ୍ରକ ଏଡିଜେ କୋର୍ଟରେ ହାଜର କରାଯାଇଛି। ବବୁଅାକୁ ପୁଲିସ୍ ରିମାଣ୍ଡରେ ନେବାର ସମ୍ଭାବନା ଅଛି। ଯେଉଁ କାରଣ ପାଇଁ ଧରମ ବାପା ମାଅାଙ୍କୁ ହତ୍ୟା କରିଥିବା କଥା ବବୁଅା କହିଥିଲା, ତାହା ମନଗଢ଼ା ବୋଲି ପୁଲିସ୍ କହିଥିଲା। ତେଣୁ ରିମାଣ୍ଡରେ ତାକୁ ନେଇ ଜେରା କରି […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଡଙ୍ଗାର ଗାଁରେ ଅଛି ନା ଅଙ୍ଗନଓ୍ୱାଡି ନା ଅଛି ସ୍କୁଲ ଘର। ଗୁହାଳ ଘର ପାଲଟିଛି ପିଲାଙ୍କ ଶିକ୍ଷାକେନ୍ଦ୍ର। କେବଳ ପାଠ ପଢା ନୁହେଁ ପିଲାଙ୍କୁ ଅସ୍ୱାସ୍ଥ୍ୟକର ପରିବେଶରେ ଖାଇବା ବି ଦିଆଯାଉଛି। ଲୋକଙ୍କ ଅଭିଯୋଗ ଯେ ଗତ ୧୨ ବର୍ଷ ହେଲା ଅବସ୍ଥା ସୁଧୁରିପାରୁନି। ଏନେଇ ନୂଆପଡ଼ା ଡିଏସଡ଼ବ୍ଲୁଙ୍କ କହିବା କଥା, ଖୁବ୍ ଶୀଘ୍ର ଅଙ୍ଗନଓ୍ୱାଡି କେନ୍ଦ୍ରର ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ନୂଆକୋଶଳା […]
ମୁମ୍ବାଇ: ତେଜୁଛି ମରାଠା ସଂରକ୍ଷଣର ଆନ୍ଦୋଳନ। ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଜେଲ୍ ଭରୋ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିପାଇଁ ମୁମ୍ବାଇର ଆଜାଦ୍ ମଇଦାନରେ ପ୍ରତିବାଦ ସଭାର ଡାକରା ଦିଆଯାଇଛି। ମରାଠାମାନଙ୍କୁ ସଂରକ୍ଷଣ ସହ ବିକ୍ଷୋଭକାରୀଙ୍କ ବିରୋଧରେ ହୋଇଥିବା ମାମଲାର ପ୍ରତ୍ୟାହାର ପାଇଁ ସେମାନେ ଦାବି କରୁଛନ୍ତି। ଏଥିସହ ଜୁଲାଇ ୨୫ରେ ହୋଇଥିବା ପ୍ରତିବାଦ ବେଳେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚାଳନାର ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସେମାନେ ଅଡ଼ି ବସିଛନ୍ତି। ସେପଟେ ଦାବି ପୂରଣ […]
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଦିଲ୍ଲୀରେ ଭେଟିବେ ବିଭିନ୍ନ ରାଜ୍ୟର ପଦାଧିକାରୀ। ଓଡିଶାରୁ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଅମିତ ଶାହଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ଅଗଷ୍ଟ ୧୮ ଓ ୧୯ରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେହିପରି ଓଡିଶା ଗସ୍ତ ସମୟରେ ଅମିତ ଶାହ ରାଜ୍ୟ ପଦାଧିକାରୀଙ୍କୁ ଦେଇଥିବା ଟାସ୍କର ମଧ୍ୟ ହିସାବ ମାଗିପାରନ୍ତି। ବୁଥ୍ ସ୍ତରରେ ବିଜେପି କିପରି କାର୍ଯ୍ୟ କରୁଛି, […]
ଝାରସୁଗୁଡ଼ା: ଖୁବ୍ ଶୀଘ୍ର ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡାଣ ଆରମ୍ଭ ହୋଇପାରେ। ଏୟାରବସ୍-୩୨୦ ଚଳାଚଳ ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏବେ 4-C କ୍ୟାଟାଗୋରୀ ଲାଇସେନ୍ସ ମିଳିଛି । ଡିଜିସିଏ ପକ୍ଷରୁ ଏହି ଲାଇସେନ୍ସ ମିଳିବା ପରେ ଏୟାରବସ୍-୩୨୦ ଚଳାଚଳ ପାଇଁ ବାଟ ଫିଟିଲା ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ ଚୌହାନ କହିଛନ୍ତି। ୨ ମାସ ପୂର୍ବରୁ ଏହି ବିମାନବନ୍ଦରକୁ 2B ବର୍ଗର ଲାଇସେନ୍ସ ମିଳିଥିଲା। ବିମାନବନ୍ଦରକୁ 2B ବର୍ଗ ଲାଇସେନ୍ସରେ ଛୋଟ ଛୋଟ […]
ଭୁବନେଶ୍ୱର : ଅାଜିଠାରୁ ଅାରମ୍ଭ ହେବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅାବେଦନ। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍ସାଇଟ ଜରିଅାରେ ଅାବେଦନ କରିପାରିବେ। ଏଥିପାଇଁ ଜୁନିୟର କଲେଜମାନଙ୍କରେ ସାମ୍ସ ରିସୋର୍ସ ସେଣ୍ଟର ଖୋଲାଯାଇଛି। ଅଗଷ୍ଟ ୧୦ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀ ଅଗଷ୍ଟ ୧୧ରୁ ୧୪ ତାରିଖ ମଧ୍ୟରେ ଅାଡମିସନ କରିପାରିବେ। ମାଟ୍ରିକ୍ ସପ୍ଲିମେଣ୍ଟାରିରେ ପାସ୍ କରିଥିବା ଏବଂ […]
ଭୁବନେଶ୍ୱର: ଆଜି ଅଧିକ ଲାଲ୍ ଓ ଉଜ୍ୱଳ ଦୃଶ୍ୟମାନ ହେଉଛି ମଙ୍ଗଳ ଗ୍ରହ। କାରଣ ଦୀର୍ଘ ୧୫ ବର୍ଷ ପରେ ପୁଣି ପୃଥିବୀର ଅତି ନିକଟକୁ ଆସିଛି ମଙ୍ଗଳ। ଲାଲ୍ ଓ କମଳା ରଙ୍ଗ ସମ୍ମେଳନରେ ମଙ୍ଗଳ, ଆକାଶରେ ଏକ ବିରାଟ ତାରା ଭଳି ପ୍ରତୀୟମାନ ହେଉଛି। ଖାଲି ଆଖିରେ ଏହାକୁ ଅତି ସହଜରେ ଦେଖିହେବ। ମଙ୍ଗଳ ଗ୍ରହର ଏହି ବିରଳ ରୂପ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ […]
ଭୁବନେଶ୍ୱର: ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ମାଓବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହେଉଛନ୍ତି ଅନେକ ଯବାନ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଭୁବନେଶ୍ୱର ଏମ୍ସ କ୍ୟାମ୍ପସରେ ହେଲିପ୍ୟାଡ୍ ନିର୍ମାଣ ଲାଗି ପ୍ରସ୍ତାବ ରହିଥିଲା। ମୂଳ ଡିଜାଇନ୍ରେ ଟ୍ରମା କେୟାର ସେଣ୍ଟର ପାଖରେ ହେଲିପ୍ୟାଡ୍ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି। ମାତ୍ର ଏବେ ମୂଳ ନକ୍ସାରେ କରାଯାଇଛି ପରିବର୍ତ୍ତନ। ହେଲିପ୍ୟାଡ୍ ନିର୍ମାଣ ଲାଗି ଉଦ୍ଦିଷ୍ଟ ସ୍ଥାନରେ ରୋଗୀଙ୍କ ସଂପର୍କୀୟଙ୍କ ରହିବା ପାଇଁ […]
ଭୁବନେଶ୍ୱର: ସମ୍ପର୍କର ସେତୁ ଗୁରୁପ୍ରିୟା ନିର୍ମାଣରେ ୭୪ କୋଟିର ଘୋଟାଲା। ୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୁରୁପ୍ରିୟା ସେତୁ ନିର୍ମାଣରେ ଧରାପଡ଼ିଛି ଏହି ୭୪ କୋଟିର ଅନିୟମିତତା। ଠିକାଦାରଙ୍କୁ ଅହେତୁକ ଲାଭ ଦେବାକୁ ଯାଇ ହୋଇଛି ବଡ଼ ଧରଣର ଗଡ଼ବଡ଼ି। ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ବା ପିଏଜିର ପୁରୀ ସ୍ଥିତ ଇକୋନମିକ୍ ସେକ୍ଟର ୨ ପକ୍ଷରୁ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ଏକ ଚିଠି ଖୋଲିଛି ଠିକାଦାରଙ୍କୁ ଅହେତୁକ ଲାଭର ପୋଲ୍। ଠିକାଦାରକୁ […]
କର୍ଣ୍ଣାଟକ : କର୍ଣ୍ଣାଟକର କାବିନିରେ ଏମିତି କିଛି ଘଟଣା ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ଜଣାପଡିଛି । ଭିଡିଓଟିରେ ଏକ ଜଙ୍ଗଲି କୁକୁର ବାଘଠାରୁ କିପରି ନିଜକୁ ରକ୍ଷା କରୁଛି , ତାହା ଦେଖିବାକୁ ମିଳିଛି। Tiger Chasing a Dhole aka Wild dog at Kabini. Never ever heard or seen d alarm call of Dhole in […]