ଗାନ୍ଦିନଗର: ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍ନ୍ୟାଲ୍ ସେଣ୍ଟର ଫର୍ ସେସ୍ମୋଲୋଜୀ (ଏନ୍ସିଏସ୍)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଗୁଜରାଟର କଚ୍ଛ ଜିଲ୍ଲାରୁ ୧୦ କିମି ଓ ରାଜକୋଟ ଠାରୁ ପ୍ରାୟ ୧୨୦ କିମି ଏହା କେନ୍ଦ୍ରୀଭୂତ ହୋଇଛି। ଏହା ରାଜକୋଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୧୨୨ କିମି ଦୂରରେ କେନ୍ଦ୍ରିଭୂତ ହୋଇଛି। ସୂଚନା ଥାଉକି, ଅତୀତରେ ତିନୋଟି ବଡ଼ ଭୂମିକମ୍ପର ସାମ୍ନା […]
ମୁମ୍ବାଇ: ବଲିଉଡ୍କୁ ହଠାତ୍ ଦୁଃଖ ସାଗରେ ବୁଡ଼ାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ୩୪ ବର୍ଷୀୟ ଷ୍ଟାର୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ସୁଶାନ୍ତ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।। ଘଟଣାରେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍କୁ ଶକ୍ତ ଝଟ୍କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ […]
ଭୁବନେଶ୍ୱର: ଆଜି ପହିଲି ରଜ। ଓଡ଼ିଶାର ଏହି ଗଣପର୍ବକୁ ଉଲ୍ଲାସର ପାଳୁଛନ୍ତି ରାଜ୍ୟବାସୀ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି ଏବଂ ମୁଣ୍ଡରେ କୁଙ୍କୁମ ଲଗାଇ ସଜ ହୋଇଛନ୍ତି କୁଆଁରୀ କନ୍ୟା। ତା’ସହ ଘରେ ଘରେ ପିଠାପଣାର ମହକ। ଆଉ ଏହି ଅବସରରେ ଓଡ଼ିଶାବାସୀଙ୍କୁ ପହିଲି ରଜର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ମୋଦି ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟବାସୀଙ୍କ ସୁସ୍ଥତା କାମନା ମଧ୍ୟ କରିଛନ୍ତି। ବିଶେଷ […]
ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର। ରବିବାର ପେଟ୍ରୋଲ୍ ଲିଟର ପ୍ରତି ୬୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୬୪ ପଇସା ବୃଦ୍ଧି ହୋଇଛି। କରୋନା ଲକ୍ଡାଉନ୍ ହେବା ପରେ ଲଗାତର ୮ଥର ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିଛି। ଏହି ଆଠ ଥର ବଢ଼ିବା ଭିତରେ ପେଟ୍ରୋଲ୍ ଲିଟର ପ୍ରତି ୪.୫୨ ପଇସା ବଢ଼ି ସାରିଥିବା ବେଳେ ଡିଜେଲ୍ ୪.୬୪ ବୃଦ୍ଧି ହୋଇ ସାରିଲାଣି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ୭୫.୧୬ ଟଙ୍କାରୁ […]
ଚେନ୍ନାଇ: ବାହୁବଳୀ ଫିଲ୍ମରେ ଶିବଗାମୀ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟସ୍ତରରେ ବହୁ ଲୋକପ୍ରିୟତା ହାସଲ କରିଥିବା ଦକ୍ଷିଣ ଫିଲ୍ମ ଷ୍ଟାର୍ ରମ୍ୟା କ୍ରିଷ୍ଣନନ୍ଙ୍କ ଗାଡ଼ିରୁ ଜବତ ହେଲା ୯୬ଟି ମଦ ବୋତଲ। ଗତ ଗୁରବାର ଜୁନ୍ ୧୧ ତାରିଖରେ ତାଙ୍କ ସ୍ପୋର୍ଟସ ଗାଡ଼ିରୁ ଏତେ ସଂଖ୍ୟକ ମଦ ବୋତଲ ଜବତ ହୋଇଛି। ଏହାପରେ ତାଙ୍କ ଡ୍ରାଇଭର୍ ସେଲଭକୁମାରକୁ ପୁଲିସ ଗିରଫ୍ କରିଛି। ପୁଲିସ ତଦନ୍ତ ବେଳେ ରମ୍ୟା ମଧ୍ୟ ଗାଡ଼ିରେ ଥିଲେ। ଖବର ଅନୁସାରେ, ସେଦିନ ମହାବଳିପୁରମରୁ […]
ମୁମ୍ବାଇ: ମହାରାଷ୍ଟ୍ର ଲୋନାର ହ୍ରଦର ପାଣି କାହିଁକି ଗୋଲାପୀ ରଙ୍ଗ ହେଲା ଏନେଇ ଗବେଷଣା କରିବ ନାଗପୁର ସ୍ଥିତ ଜାତୀୟ ପରିବେଶ ଗବେଷଣା ପ୍ରତିଷ୍ଠାନ। ଆସନ୍ତା ସପ୍ତାହରେ ବୁଲଧାନା ଜିଲ୍ଲା ଲୋନାର ହ୍ରଦ ପରିଭ୍ରମଣ କରି ନମୂନା ସଂଗ୍ରହ ହେବ। ଏବଂ କାହିଁକି ଏହାର ରଙ୍ଗ ଗୋଲାପୀ ହେଲା ଏନେଇ ଗବେଷଣା କରିବେ ସଂସ୍ଥାର ବୈଜ୍ଞାନିକ। ୫୦ ହଜାର ବର୍ଷ ତଳେ ପୃଥିବୀ ସହ ଏକ ଉଲ୍କା ପିଣ୍ଡ ବାଡ଼େଇ ହେବାରୁ ଏହି ଅଣ୍ଡାକୃତ୍ତିର ହ୍ରଦ ସୃଷ୍ଟି […]
କୋଲକାତା: ପଶ୍ଚିମବଙ୍ଗରେ ଭୁଶୁଡ଼ିଲା ତିନି ମହଲା ବିଶିଷ୍ଟ ଘର। ମାତ୍ର ୫ ସେକେଣ୍ଡରେ ତିନି ମହଲା କୋଠା ଭୁଶୁଡ଼ି ମାଟିରେ ମିଶିଗଲା। ବିରାଟ ଚୁନା ହୋଇଗଲା ବିରାଟ କୋଠାଘର। କୋଲକାତାଠାରୁ ୧୨୦ କିଲୋମିଟର ଦୂର ପଶ୍ଚିମ ମିଦନାପୁର ଜିଲ୍ଲା ଦାସପୁର ବ୍ଲକର ନିଶ୍ଚିନ୍ତପୁର ଗାଁରେ ଘଟିଛି ଏହି ଘଟଣା। କୋଠାଟି ପାଖରେ ଯାଇଥିବା କେନାଲ ଭିତରକୁ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଆଖପାଖ ପୂରା ଧୂଆଁଳିଆ ହୋଇଯାଇଥିଲା। ଖବର ଅନୁସାରେ, କିଛିଦିନ ପୂର୍ବରୁ କେନାଲ ସଂପ୍ରସାରଣ ଓ […]
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ସରକାର। ଗୋଟିଏ ପଟେ ଲକଡାଉନ ପରେ ଅନଲକ ମୋଡରେ କେନ୍ଦ୍ର ସରକାର ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଏବେ ଚିନ୍ତାର କାରଣ ହୋଇଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୮୨୪ ହୋଇଥିବାବେଳେ ମାସ ଶେଷ ସୁଦ୍ଧା ଲକ୍ଷେ ଟପିବ ବୋଲି ରାଜ୍ୟ ସରକାର ଆଶଙ୍କା କରିଛନ୍ତି। ଏହାସହ ଅଧିକ ସଂଖ୍ୟକ ବେଡ୍ ଆବଶ୍ୟକ ଥିବାରୁ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ଥିବା ବେଡ୍କୁ ଦିଲ୍ଲୀବାସୀଙ୍କ ଲାଗି ସଂରକ୍ଷିତ […]
କାଠମାଣ୍ଡୁ: ଭାରତର କିଛି ଅଞ୍ଚଳକୁ ନିଜର ଦର୍ଶାଇ ନେପାଳ ଜାରି କରିଥିବା ନୂଆ ମାନଚିତ୍ରକୁ ମାନ୍ୟତା ଦେଲା ନେପାଳ ସଂସଦ। ନେପାଳ ନିମ୍ନ ସଦନ ପ୍ରତିନିଧି ସଭାରେ ଏନେଇ ଭୋଟିଂ ପରେ ବିଧେୟକ ଗୃହୀତ ହୋଇଛି। ସାମ୍ବିଧାନିକ ବିଧେୟକ ଭାବେ ଉପସ୍ଥାପିତ ଏହି ବିଧେୟକ ଉପରେ ନିମ୍ନ ସଦନ ତଥା ପ୍ରତିନିଧି ସଭାରେ ଆଲୋଚନା ପରେ ଭୋଟିଂ ହୋଇଥିଲା। ଏହି ବିବାଦୀୟ ବିଲ୍ଟି ୨୫୮(ଭିତରୁ୨୭୫) ଭୋଟ୍ରେ ପାରିତ ହୋଇଛି। ତେବେ ଏହା ବିରୋଧରେ ଗୋଟିଏ ବି ଭୋଟ୍ […]
ଚେନ୍ନାଇ: ଭେଟେରାନ୍ ସିନେମାଟୋଗ୍ରାଫର ବି କାନ୍ନାନଙ୍କ ପରଲୋକ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍ରେ ୬୯ ବର୍ଷୀୟ କାନ୍ନାନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ BOFTA ଫିଲ୍ମ ଇନ୍ଷ୍ଟିଟ୍ୟୁଟ୍ରେ ଫାଉଣ୍ଡର ତଥା ପ୍ରଯୋଜକ ଜି ଧନଞ୍ଜୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଗତ କିଛି ସପ୍ତାହ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ି ଥିଲେ। ତାଙ୍କ ମୃତଦେହକୁ ଚେନ୍ନାଇସ୍ଥିତ ବାସଭବନରେ ରଖାଯାଇଛି। ଆସନ୍ତାକାଲି ତାଙ୍କ ଅନ୍ତିମ ସଂସ୍କାର ହେବ। ବି. କାନ୍ନାନ ହେଉଛନ୍ତି ପ୍ରତିଷ୍ଠିତ […]
ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ଏହି ସୂଚନା ଦେଇଛନ୍ତି ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଭଣେ। ଏବଂ ଯାହା ସମସ୍ୟା ଅଛି ସେଥିପାଇଁ ଅତି ଗୁରୁତ୍ୱର ସହ କଥାବାର୍ତ୍ତା ଚାଲିଛି ବୋଲି ନରଭଣେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ନରଭଣେ କହିଛନ୍ତି, “ ମୁଁ ସମସ୍ତଙ୍କୁ ଶୁନିଶ୍ଚିତ କରିବାକୁ ଚାହେଁ ଯେ ଚାଇନା ସହିତ ଥିବା ଆମର […]
ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଡବଲ୍ ମର୍ଡର ଘଟଣାରେ ପୁଲିସ ଜଣେ ନବମ ଶ୍ରେଣୀ ଛାତ୍ରକୁ ଗିରଫ କରିଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ୯ ଜଣ ଗିରଫ ହେବା ପରେ ବୁଧବାର ରାତିରେ ନବମ ଶ୍ରେଣୀର ଛାତ୍ରକୁ ପୁଲିସ୍ ଗିରଫ କରି ଜେଲ୍ ପଠାଇଛି। ଘଟଣା ଅନୁସାରେ, ବରଗଦବା ଗାଁରେ ଏକ ନଦୀ ପାଖରେ ଦୁଇ ଦାଦା ପୁଅ ଭାଇ କୃଷ୍ଣା (୨୫) ଓ ଦିବାକର (୨୩)ଙ୍କୁ ୯ ଏମଏମ […]
ଶ୍ରୀନଗର: ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଏଲ୍ଓସି ସୀମା ପାକିସ୍ତାନ ଅଧିକୃତ କଶ୍ମୀରରେ ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡାଇଲା ଭାରତ। ରଜୌରି ଓ ପୁଂଚ ଅଂଚଳରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏହାର ଦୃଢ ଜବାବ ଦିଆଯାଇଛି। ଗତ କିଛି ଦିନ ହେବ ଜାମ୍ମୁଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଗତକାଲି ଭାରତର ଆଗୁଆ ଘାଟିକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ […]
ନୂଆଦିଲ୍ଲୀ: କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ରାଜସ୍ଥାନରେ ଅପରେସନ କମଲ ହେବ କି? ଏଭଳି ଆଶଙ୍କାକୁ ନେଇ ରାଜ୍ୟ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଚିନ୍ତାରେ ପଡ଼ିଯାଇଛନ୍ତି। ଜୁନ୍ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୨ ଜଣ ପ୍ରାର୍ଥୀ ଛିଡ଼ା କରିଥିବାରୁ, ଦ୍ୱିତୀୟ ପ୍ରାର୍ଥୀ ଜିତିବା ଲାଗି ବିଜେପି ଘୋଡ଼ା ବେପାର କରିବାକୁ ଯୋଜନା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହ କଂଗ୍ରେସ ନିଜର ବିଧାୟକଙ୍କୁ ନେଇ ଗୋଟିଏ […]
ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରୁ ଆଜି ଚମାଇ ଦେବା ଭଳି ଖବର ଆସିଛି। କୋଟିଏ ନୁହେଁ କି ଦୁଇ କୋଟି ନୁହେଁ ଏକାଥରକେ ୧୦୦ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି ପୁଲିସ। ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ୩ ଗିରଫ। ଜାମ୍ମୁ ଓ କାଶ୍ମୀର ହଣ୍ଡଓ୍ୱାରା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ନଗଦ ୧ କୋଟି ୩୪ ଲକ୍ଷ […]
ନୂଆଦିଲ୍ଲୀ: ଭାରତରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନି। ଦେଶରେ କୋଭିଡ୍ ସଂକ୍ରମଣର ହାର ବଢ଼ିଚାଲିଥିଲେ ବି ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ICMR ଡିଜି ବଳରାମ ଭାର୍ଗବ ସ୍ପଷ୍ଟ କରିଛନ୍ତି। ସେହିଭଳି ଲକଡାଉନ୍ ପଦକ୍ଷେପ ଦ୍ୱାରା ଦେଶର କରୋନାର ଦ୍ରୁତ ସଂକ୍ରମଣକୁ ସଫଳତାର ସହ ରୋକାଯାଇ ପାରିଥିବା ସେ କହିଛନ୍ତି। ଗତ କିଛି ସପ୍ତାହ ଧରି ଦିଲ୍ଲୀ ଓ ମୁମ୍ବାଇରେ କରୋନା ମାମଲା ଅହେତୁକ ଭାବେ ବୃଦ୍ଧି ଘଟୁଥିବାରୁ ଗୋଷ୍ଠୀ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଥିଲା। […]