ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋପିଆନରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଏହି ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଫାରୁକ ଅସଦ ନାଲି ନାମକ ଜଣେ ହିଜବୁଲ୍ କମାଣ୍ଡର ଏବଂ ଜଣେ ବିଦେଶୀ ନଗରିକ ଥିବା ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲା ରେବାନରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଅଞ୍ଚଳକୁ ଘେରାଉ […]
ପାଟନା: କରୋନା ଲଢ଼େଇରେ ଲୋକଙ୍କ ମନୋବଳ ବୃଦ୍ଧି ପାଇଁ ଆଜି ଅପରାହ୍ନ ୪ଟାରେ ବିହାରରେ ଭର୍ଚୁଆଲ୍ ରାଲି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିହାରରେ ଜନସମ୍ବାଦ ନାଁରେ ଅନ୍ଲାଇନ ରାଲି ଆୟୋଜନ କରି ଏହା ନିର୍ବାଚନୀ ରାଲି ନୁହେଁ ବୋଲି କହିବା ସହିତ ବିଜେପିର ୭୨ ହଜାର ବୁଥସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ଶାହ। ପ୍ରାୟ ୫ ଲକ୍ଷ ଦଳୀୟ କର୍ମୀ ଶାହଙ୍କ ଭାଷଣ ୟ୍ୟଟ୍ୟୁବ୍, ଫେସବୁକ ଓ ନମୋ ଆପ୍ ମାଧ୍ୟମରେ ଦେଖିବାକୁ ପାଇଥିଲେ। […]
ଭୁବନେଶ୍ୱର: ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ। ୩ଟି ଏୟାର୍ ଏସିଆ ବିମାନରେ ସେମାନଙ୍କୁ ଓଡ଼ିଶା ଆଣୁଛନ୍ତି ଓଡ଼ିଶା ସରକାର। ପ୍ରାୟ ୩୫୦ ପ୍ରବାସୀ ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ସାମ୍ବା ଅଞ୍ଚଳରେ ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଓ ଉନା ଜିଲ୍ଲାରେ ଫସି ରହିଥିଲେ। ସେମାନଙ୍କୁ ଟ୍ରେନ କିମ୍ବା ସଡ଼କ ପଥରେ ଆଣିବା ସମ୍ଭବ ନହେବାରୁ ୩ଟି ବିମାନରେ ଓଡ଼ିଶା ଫେରାଇ ଅଣାଯାଉଛି। ବିମାନଗୁଡ଼ିକ ଆଜି ଭୁବନେଶ୍ୱର […]
ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ଦେଶରେ ୨୭୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅର୍ଥାତ ପ୍ରତି ଘଣ୍ଟାରେ କରୋନାରେ ଯାଉଛି ୧୧ରୁ ଅଧିକ ଜୀବନ। ଆଜି ଗୋଟିଏ ଦିନରେ ଭାରତରେ ସର୍ବାଧିକ ୯ ହଜାର ୮୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୭୭୦କୁ ବୃଦ୍ଧିପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ୍ କେସ୍ ୧ ଲକ୍ଷ ୧୦ ହଜାର ୯୬୦ ରହିଛି। ସେହିଭଳି ଦେଶରେ କରୋନା […]
ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ। ପରିବେଶର ସୁରକ୍ଷା ଓ ଏହାର ଯତ୍ନ ନେବା ପାଇଁ ଏହି ଦିନକୁ ପାଳନ କରାଯାଏ। ଜନସାଧାରଣଙ୍କ ମଧ୍ୟରେ ପରିବେଶ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏହାକୁ ବିଶ୍ୱବ୍ୟାପି ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି ‘ଟାଇମ୍ ଫର୍ ନେଚର’। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ପରିବେଶ ପ୍ରତି ସଚେତନ ହୋଇ ଏହାର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଛନ୍ତି। […]
ଜୟପୁର: ଆମେରିକା ପରି ଭାରତରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଦୋଷୀକୁ ରାସ୍ତା ଉପରେ ପକାଇ ବେକରେ ଆଣ୍ଠୁମାଡ଼ି ଦେଇଛି ପୁଲିସ। ରାଜସ୍ଥାନର ଏଭଳି ଘଟଣା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବେଳେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିବାରୁ ଏହାକୁ ନେଇ ରାଜସ୍ଥାନ ଦେବନଗର ପୋଲିସ ବ୍ୟକ୍ତିକୁ ଆକଟ କରିଥିଲା। ଏହାକୁ ନେଇ ପୋଲିସ ଓ ସେହି ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା। ମାସ୍କ ପିନ୍ଧି ନଥିବା ଯୁବକଙ୍କୁ […]
ନୂଆଦିଲ୍ଲୀ: ଜଣେ ସରକାରୀ କର୍ମଚାରୀଙ୍କୁ ଚପଲ୍ରେ ମାରିବା ଭିଡିଓ ଭାଇରାଲ୍ ହେବା ପରେ ବିଜେପି ନେତ୍ରୀ ସୋନାଲି ଫୋଗାଟ୍ ବିବାଦ ଘେରକୁ ଆସିଛନ୍ତି। ହରିଆଣାର ହିସାରରେ ଏହି ଘଟଣା ଘଟିଥିବା କୁହାଯାଉଛି। ଭିଡିଓରେ ଯେଉଁ ବ୍ୟକ୍ତିଙ୍କୁ ସୋନାଲି ଚପଲରେ ପିଟୁଛନ୍ତି ସେ ବଲସାମଣ୍ଡ ମାର୍କେଟ୍ କମିଟିର ସେକ୍ରେଟାରୀ ସୁଲ୍ତାନ ସିଂହ ବୋଲି ଜଣାପଡ଼ିଛି। ଭିଡିଓରେ ସୁଲତାନ ତାଙ୍କୁ ଦୁର୍ବ୍ୟବହାର କରୁଥିବା ସୋନାଲି ଅଭିଯୋଗ କରୁଥିବାର ଶୁଣାଯାଉଛି। ସୋନାଲି କହୁଛନ୍ତି “ କଣ ମୁଁ ତୁମ ଭଳି ଲୋକଙ୍କ […]
ନୂଆଦିଲ୍ଲୀ: ପାକିସ୍ତାନ୍ ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍-ISIର କୁତ୍ସିତ ପ୍ରୟାସ। ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI। ଏହାର ଠୋସ୍ ପ୍ରମାଣ ଲାଗିଛି ଭାରତ ହାତରେ। ଇସଲମାବାଦ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆଙ୍କ ଉପରେ ନଜର ରଖୁଛି ଆଇଏସ୍ଆଇ। ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ISI ଏଜେଣ୍ଡ ଗୁଇନ୍ଦାଗିରୀ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାର୍ରେ କିଛି ଏଜେଣ୍ଚ ଆଲୁୱାଲିଆଙ୍କ ପିଛା କରୁଥିବା ବେଳେ ଆଉ ଜଣେ ବାଇକ୍ରେ ପିଛା କରୁଛନ୍ତି। #WATCH Islamabad: […]
ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ଭାରତ ଓ ଚୀନ ମଧ୍ୟରେ ପୁଣି ଉଚ୍ଚସ୍ତରୀୟ ଆଲୋଚନା ହେବ। ଦୀର୍ଘଦିନ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଆଲୋଚନା ହେବ। ଲଦାଖ ପାର୍ଶ୍ୱବର୍ତ୍ତୀ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ନିକଟରେ ଦେଖାଦେଇଥିବା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପୂର୍ବରୁ ୧୦ ଥରରୁ ଅଧିକ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ। ସେପଟେ ଚୀନ ପକ୍ଷରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ […]
ଗାନ୍ଧିନଗର: ଗୁଜରାଟ କଂଗ୍ରେସକୁ ପୁଣି ଝଟ୍କା। କଂଗ୍ରେସର ଦୁଇ ଜଣ ବିଧାୟକ ଜିତୁ ଚୌଧୁରୀ ଓ ଅକ୍ଷୟ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି। ଆଉ ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି। ଅକ୍ଷୟ କର୍ଜନ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପକ୍ଷରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କପ୍ରଦା ଶିଟ୍ରୁ ଜିତୁ ଚୌଧୁରୀ ପ୍ରତିନିଧିତ୍ୱ କରୁଥିଲେ। ଜୁନ ୧୯ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଯୋଗୁଁ […]
ମଲ୍ଲାମପୁରମ: ଛଳନା, ହିଂସା ଓ ବର୍ବରତାର ସୀମା ଟପିଲା ମଣିଷ। ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ। ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍ରେ। ଅଭିଯୋଗ ଅନୁସାରେ, ଗତ ମାସ ୨୭ ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। […]
ମୁମ୍ବାଇ: ବାତ୍ୟା ନିସର୍ଗ ମହାରାଷ୍ଟ୍ର ମାଟି ଛୁଇଁଲା ବେଳକୁ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବୋହିବା ସହିଚ ଘଡ଼ଘଡ଼ି ସହିତ ବର୍ଷା ମହାରାଷ୍ଟ୍ରରେ ତାଣ୍ଡବ ରଚିଥିଲା। ମୁମ୍ବାଇରୁ ପ୍ରାୟ ୭୫ କିଲୋମିଟର ଦକ୍ଷିଣ-ପୂର୍ବକୁ ରାୟଗଡ଼ ଜିଲ୍ଲା ଅଲିବାଗ ନିକଟରେ ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଲ୍ୟାଣ୍ଡଫଲ କରିଥିଲା ନିସର୍ଗ। ଏହାର ପ୍ରଭାବରେ ଅଲିବାଗ୍ ସହ ରାୟଗଡ଼, ରତ୍ନଗିରି ଓ ପାଲଗଡ଼ ଭଳି ସମୁଦ୍ର କୂଳିଆ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ଘଟିଛି। ବହୁ ଘର କ୍ଷତିଗ୍ରସ୍ତ ହୋଇଥିବା […]
ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିଲା ଆଳୁ ଓ ପିଆଜ। କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସେହିପରି ଡାଲି ଜାତୀୟ ଶସ୍ୟ ଓ ତୈଳ ବୀଜକୁ ସରକାର ନିୟନ୍ତ୍ରଣ ମୁକ୍ତ କରିଛନ୍ତି। ଅମଳ ଓ ନିଅଣ୍ଟିଆ ସମୟରେ ଦରରେ ହ୍ରାସବୃଦ୍ଧିକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ନିୟନ୍ତ୍ରଣ ମୁକ୍ତ ହେବା ଅର୍ଥ କେବଳ ଯୁଦ୍ଧ ଓ ମରୁଡି ଭଳି ଜରୁରୀ ପରିସ୍ଥିତିକୁ ଛାଡ଼ି ସରକାର ଏଣିକି ଆଳୁ, ପିଆଜର MRP […]