• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dhurba-up
ଧରା ପଡିଲା ଧ୍ରୁବ ସାହୁଙ୍କ ଡାହା ମିଛ

କେନ୍ଦ୍ରାପଡା : ଧରା ପଡିଲା ଧାନ କିଣା ଦୁର୍ନୀତିରେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ଡାହା ମିଛ। ବିଧାନସଭା ପିଏସି ଚେୟାରମ୍ୟାନ୍‌ଙ୍କୁ ସିଏଜିଙ୍କ ରିପୋର୍ଟରୁ ଜଣାପଡିଛି ୧୬୩ ଚାଷୀଙ୍କ ଭିତରୁ ୪୩ଟି ଜାଲ ନାଁ ଥିବା ଚାଷୀଙ୍କୁ ଧାନ କିଣା ବାବଦରେ ଦିଅାଯାଇଛି ୩୮ ଲକ୍ଷ  ୭୩ ହଜାର ଟଙ୍କା। ଏମିତି ଜଣେ ହେଲେ କ୍ଷେତ୍ରବାସୀ ପ୍ରଧାନ। ତାଙ୍କ ନାଁ ପଞ୍ଜିକରଣ ହୋଇନି, କିନ୍ତୁ ଧାନ ବିକି ନେଇଛନ୍ତି  ୭୮ ହଜାର ୯୬୦ ଟଙ୍କା। […]

  • Friday, 16 July 2021
bjd
ସଇଁତଳାରେ ବିଜେଡି କାର୍ଯ୍ୟକ୍ରମରେ ଯୁବକଙ୍କୁ ନିସ୍ତୁକ ମାଡ଼

ବଲାଙ୍ଗିର  : ବଲାଙ୍ଗିର ସଇଁତଳାରେ ବିଜେଡି ଜନସମ୍ପର୍କ ପଦଯାତ୍ରା ବେଳେ ପୁଲିସ୍ ହେପାଜତରେ ଥିବା ଯୁବକଙ୍କୁ ନିସ୍ତୁକ ପିଟିଲେ ବିଜେଡି କର୍ମୀ। ମନ୍ତ୍ରୀଙ୍କ ସମାବେଶକୁ ଅଣ୍ଡା ଫିଙ୍ଗିଥିବା ଅଭିଯୋଗରେ ପୁଲିସ ସଂପୃକ୍ତ ଯୁବକଙ୍କୁ ହେପାଜତକୁ ନେଇଥିଲା । ତେବେ ପୁଲିସ ଉପସ୍ଥିତି ସତ୍ତ୍ୱେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଦଳୀୟ ନେତା ଓ କର୍ମୀ। ଏପରିକି ମନ୍ତ୍ରୀ ସୁଶାନ୍ତ ସିଂହ ନିଜେ ମଧ୍ୟ ଟଣାଓଟରା କରିଥିବା ଦେଖିବାକୁ ମିଳିଥିଲା। ଗତକାଲି ସଇଁତଳାରେ ଅନୁଷ୍ଠିତ ଏହି ଜନସଂପର୍କ ଯାତ୍ରାରେ […]

  • Friday, 16 July 2021
odiya
ଓଡ଼ିଶା ଫେରିଲେ ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକ

ଭୁବନେଶ୍ୱର : ଓଡ଼ିଶା ଫେରିଲେ ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ବଳରେ ନିଜ ଘରକୁ ଫେରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ଼ ଗ୍ରାମର ରବି ରାଉତ। ରବିଙ୍କ ପରିବାର ଲୋକଙ୍କ ଅନୁରୋଧ କ୍ରମେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ହସ୍ତକ୍ଷେପ କରିବା ଲାଗି ଟ୍ୱିଟ୍ କରିଥିଲେ। ପଦକ୍ଷେପ ସ୍ୱରୂପ ଭାରତୀୟ ଦୂତାବାସ ରବିଙ୍କୁ ଦୁବାଇରୁ ଅାଣି ଭୁବନେଶ୍ୱର ଛାଡ଼ିଛି। ରବି ରାଉତ […]

  • Friday, 16 July 2021
cm-up
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଅା ଗଂଜାମ ଜିଲ୍ଲା ଗସ୍ତ

ଗଂଜାମ  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଅା ଗଂଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ପ୍ରଥମେ ରଙ୍ଗେଇଲୁଣ୍ଡା ବ୍ଳକ୍‌ ପାଲୁର ହିଲ୍ ଯାଇ ସେଠାରେ ବିଜୁ ପଟ୍ଟନାୟକ ଅାଦର୍ଶ ବିଦ୍ୟାଳୟର ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତିନିଟି ବିଲ୍ଡିଂ ସହ ଗୋପାଳପୁର ନିର୍ବାଚନ ମଣ୍ଡଳନୀର ବହୁ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅାୟୋଜିତ ଏକ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ପରେ ଗୋପାଳପୁର ଜଙ୍କସନରେ ରେଳବାଇ ଓଭରବ୍ରିଜ୍‌ର ଶୁଭ […]

  • Friday, 16 July 2021
suicide in kuakhai
କୁଅାଖାଇ ନଦୀକୁ ଡେଇଁ ମହିଳାଙ୍କ ଅାତ୍ମହତ୍ୟା ଉଦ୍ୟମ

କଟକ : କୁଅାଖାଇ ନଦୀକୁ ଡେଇଁ ମହିଳାଙ୍କ ଅାତ୍ମହତ୍ୟା ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲେ ମହିଳା। କୁଅାଖାଇରୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣଙ୍କ ଜୀବିତ ଥିବାବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କର ପରିଚୟ ମିଳିନଥିବା ବେଳେ ସେ କାହିଁକି ଅାତ୍ମହତ୍ୟା ପାଇଁ ଡେଇଁଲେ, ଏହା ପଛରେ ରହସ୍ୟ କଣ ରହିଛି। ସେନେଇ ପୁଲିସ ଖୋଲତାଡ ଚଳାଇଛି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହିଳାଙ୍କୁ ଏନେଇ ପଚରା […]

  • Friday, 16 July 2021
loot
ଫାଇନାନ୍ସ କମ୍ପାନୀ ଅଧିକାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍

କଟକ : ଫାଇନାନ୍ସ କମ୍ପାନୀର ଜଣେ ମହିଳା ଅଧିକାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍। ସ୍କୁଟି ସହ ଦେଢ ଲକ୍ଷ ଲୁଟି ଚମ୍ପଟ ବେଳେ ଗୋଡ଼େଇ ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ। ତେବେ ଜଣେ ଲୁଟେରା ଖସି ଯିବାରେ ସକ୍ଷମ ହୋଇଛି। କଟକ ସଦର ଥାନା ଅନ୍ତର୍ଗତ ଗବସ୍ତ ନିକଟରେ ଏହି ଲୁଟ୍ ହୋଇଛି। ଲୁଟେରାଙ୍କ ଠାରୁ ପୁଲିସ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି। ଲୁଟ୍‌ର ଶିକାର ହୋଇଛନ୍ତି ରୀନା ଦାସ । ସେ ଗୋବିନ୍ଦପୁର […]

  • Friday, 16 July 2021
murder
ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ

କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ଓଳାଭର ଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ ରାଜକନିକା ଥାନା ଘେରାଉ। ଅଭିଯୁକ୍ତକୁ ଗିରଫ ଦାବିରେ ଓଳାଭର ଗ୍ରାମବାସୀ ଥାନା ସମ୍ମୁଖରେ ମୃତଦେହ ରଖି ଘେରାଉ କରିଥିଲେ। ତେବେ ପଟ୍ଟାମୁଣ୍ଡାଇ ଏସଡିପିଓ ଏବଂ ଅାଳି ବିଧାୟକ ଦେବେନ୍ଦ୍ର ଶର୍ମା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଘେରାଉ ହଟିଥିଲା। ପ୍ରେମ ବ୍ୟାପାରକୁ ନେଇ ଗତକାଲି ଗାଁର ବିନୋଦ ବାଇଙ୍କୁ ହତ୍ୟା କରାଯାଇଥିଲା। ଭାଉଜର ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ପ୍ରେମିକ ଜଣଙ୍କ […]

  • Friday, 16 July 2021
baijayanta-up
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅାଳି ଗସ୍ତ

କେନ୍ଦ୍ରାପଡ଼ା : ଗତ ୩ ମାସ ଧରି ମାଲେସିଅା ଜେଲରେ ବନ୍ଦୀ ରହିବା ପରେ ଘରକୁ ଫେରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଅାଳି ବଡ଼ଅାଙ୍କୋ ଗାଁର ଅଶୋକ ମଳିକ। ଫେରିବା ପରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଅାଳି ଗସ୍ତ କରିଛନ୍ତି ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବଡ଼ଅାଙ୍କୋ ଗ୍ରାମ ପହଞ୍ଚିବା ପରେ ବୈଜୟନ୍ତଙ୍କୁ ଶୋଭାଯାତ୍ରାରେ ନେବା ସହ ସମ୍ବର୍ଦ୍ଧିତ କରିଥିଲେ ଗ୍ରାମବାସୀ। ପରେ ବୈଜୟନ୍ତ ପଣ୍ଡା ଅଶୋକଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ତାଙ୍କ ପରିବାର […]

  • Friday, 16 July 2021
angawadi
ଅଙ୍ଗନବାଡ଼ି କର୍ମୀଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ

କଣ୍ଟାବାଞ୍ଜି  : କଣ୍ଟାବାଞ୍ଜି ଥାନା ବାନ୍ଧନପାଳିରେ ଅଙ୍ଗନବାଡ଼ି କର୍ମୀଙ୍କୁ ଅପହରଣ ଅଭିଯୋଗ। ଏ ନେଇ ଥାନାରେ ଅଭିଯୋଗ ଦେଇଛନ୍ତି ତାଙ୍କୁ ସାଥିରେ ନେଇ ଯାଉଥିବା ଅନ୍ୟଜଣେ ଅଙ୍ଗନବାଡ଼ି କର୍ମୀ। ଅାଜି ଦିନ ୧୦ଟା ବେଳେ ବାନ୍ଧନପାଳିର ଅଙ୍ଗନାବାଡ଼ି କର୍ମୀ ଧାମନଡଙ୍ଗା ଅଙ୍ଗନାବାଡ଼ି ସେଣ୍ଟରକୁ ଯାଉଥିବା ବେଳେ ତାଙ୍କ ସାଥିରେ ସହକର୍ମୀ ଜଣକ ଯାଇଥିଲେ। ତେବେ ବାଟରେ ଏକ ବୋଲେରୋରେ ଅାସୁଥିବା ଚାରି ଜଣ ଯୁବକ ତାଙ୍କୁ ଅଟକାଇ ସହ କର୍ମୀଙ୍କୁ ଫିଲ୍ମ ଷ୍ଟାଇଲେ ଅପହରଣ କରି ନେଇ […]

  • Friday, 16 July 2021
accident 1
ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଓଲଟି ଜଣେ ମୃତ

ଖୋର୍ଦ୍ଧା: ଓଲଟି ପଡ଼ିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍‌। ଖୋର୍ଦ୍ଧା ଜିଲ୍ଲା ପାଇକ ତିଗିରିଆ ସ୍ଥିତ ଆରଆଇ ଅଫିସ୍‌ ନିକଟରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଭ୍ୟାନରେ ଥିବା ୨ଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପିକ୍‌ଅପ୍ ଭ୍ୟାନ୍‌ରେ ଗୋରୁ ଚାଲାଣ ହେଉଥିବା ସନ୍ଦେହ କରି ଲୋକେ ଏହାକୁ ପିଛା କରିଥିଲେ। ଭୟରେ ଡ୍ରାଇଭର ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ […]

  • Friday, 16 July 2021
asit 3
ନୂଅା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଅସିତ୍‌ ତ୍ରିପାଠୀ

ଭୁବନେଶ୍ୱର : ନୂଅା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଅାଇଏଏସ୍ ଅସିତ ତ୍ରିପାଠୀ । ଗତକାଲି ଅାର୍. ବାଲ୍‌କ୍ରିଷ୍ଣନ୍‌ଙ୍କ ସ୍ଥାନରେ ଅସିତ୍‌ ତ୍ରିପାଠୀଙ୍କୁ ନିଯୁକ୍ତ କରିଥିଲେ ରାଜ୍ୟ ସରକାର। ଉନ୍ନୟନ କମିଶନର ସହ ଗୃହ ବିଭାଗ ACS ଦାୟିତ୍ୱରେ ରହିବେ ଅସିତ୍‌ ତ୍ରିପାଠୀ । ଗତକାଲି ଉନ୍ନୟନ କମିଶନର ବାଲକ୍ରିଷ୍ଣନ ଚାକିରିରୁ ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା।

  • Friday, 16 July 2021
c1
ଗାଈ ଚୋର ସନ୍ଦେହରେ ୪ ଜଣଙ୍କୁ ନିର୍ଧୂମ ପିଟିଲେ

କଟକ: କଟକ ବିଡ଼ାନାସୀ ବଉଳ ଛକରେ ଗାଈ ଚୋର ସନ୍ଦେହରେ ୪ ଜଣଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି।  ଲୋକଙ୍କ ମାଡ଼ରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ଆଣିଥିବା ଗୋଟିଏ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଛନ୍ତି। ଗତକାଲି ରାତିରେ ୪ ଜଣ ବ୍ୟକ୍ତି ଗୋଟିଏ ଗାଡ଼ି ଧରି ବିଡ଼ାନାସୀ ଅଞ୍ଚଳରେ ପଶିଥିଲେ। ଗାଈ ଚୋରି କରୁଥିବା ସନ୍ଦେହ କରି ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ତେବେ […]

  • Friday, 16 July 2021
dama-up
ବିଜୟ ଓ ଦିଲୀପଙ୍କୁ ପରାମର୍ଶ ଦେଲେ ଦାମ

ଭୁବନେଶ୍ୱର : ବିଜେପି ଛାଡ଼ିଥିବା ବରିଷ୍ଠ ନେତା ଦିଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କୁ ବିଜୁ ସମତା କ୍ରାନ୍ତି ଦଳର ମୁଖ୍ୟ ଦାମ ରାଉତଙ୍କ ପରାମର୍ଶ। ରାଜ୍ୟରେ କ୍ଷମତା ପରିବର୍ତ୍ତନ ଅାଣିବା ସହ ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ଓ ପରିବାରବାଦରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ବିଜୟ ଓ ଦିଲୀପ ତାଙ୍କ ଦଳରେ ମିଶିବା ଲାଗି ଅାହ୍ୱାନ ଦେଇଛନ୍ତି। ଏନେଇ ଦାମ କହିଛନ୍ତି ଯେ, ଦୁହେଁ ବିଜେପି ଛାଡ଼ିବା ନେଇ ଚର୍ଚ୍ଚା ହେବା ପରେ ସେ ଦିଲୀପ […]

  • Friday, 16 July 2021
shelter
ସେଲଟର୍ ହୋମ୍‌ରେ ଚାଲିଥିବା ନିର୍ଯାତନା ନେଇ ଗୁମର ଖୋଲିଲା ଇ-ମେଲ୍

ଢେଙ୍କାନାଳ : ସେଲଟର୍ ହୋମ୍‌ରେ ଚାଲିଥିବା ନିର୍ଯାତନା ନେଇ ଗୁମର ଖୋଲିଲା ଇ-ମେଲ୍। ସେଲ୍‌ଟର୍ ହୋମ୍‌ରେ ନିର୍ଯାତନା ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଗତମାସ ୨୪ ତାରିଖରେ ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସେଲଟର ହୋମ୍ ପରିଚାଳନା କମିଟି ପକ୍ଷରୁ ପ୍ରମୋଦ ରାଉଳ ବିଭିନ୍ନ ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖିଥିଲେ। ଏଥିରେ ସେଲଟର ହୋମର ସମସ୍ତ କାଗଜପତ୍ର ଅପଡେଟ୍‌ କରିବାକୁ ପରାମର୍ଶ ଦିଅାଯାଇଥିଲା। ଏହାସହ ସେଲଟର ହୋମ୍‌ରେ ଦିଅାଯାଉଥିବା ସମସ୍ତ ସୁବିଧା ଅନ୍ତେବାସୀଙ୍କୁ ଅବଗତ […]

  • Friday, 16 July 2021
asisit-up 12
ନୂଅା ଉନ୍ନୟନ କମିଶନର ଭାବେ ଅସିତ୍‌ ତ୍ରିପାଠୀ ନିଯୁକ୍ତ

ଭୁବନେଶ୍ୱର : ନୂଅା ଉନ୍ନୟନ କମିଶନର ହେଲେ ଅସିତ୍‌ ତ୍ରିପାଠୀ । ଅାର୍. ବାଲ୍‌କ୍ରିଷ୍ଣନ୍‌ଙ୍କ ସ୍ଥାନରେ ଅସିତ୍‌ ତ୍ରିପାଠୀଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଉନ୍ନୟନ କମିଶନର ସହ ଗୃହ ବିଭାଗ ACS ଦାୟିତ୍ୱରେ ରହିବେ ଅସିତ୍‌ ତ୍ରିପାଠୀ । ଅାଜି ଉନ୍ନୟନ କମିଶନର ବାଲକ୍ରିଷ୍ଣନ ଚାକିରିରୁ ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ସେହିପରି ସମବାୟ ସଚିବଙ୍କୁ OSWC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଅାଯାଇଛି । OSWC ଅଧ୍ୟକ୍ଷ ସଂଗ୍ରାମ […]

  • Friday, 16 July 2021
snacher
ରାଜଧାନୀରେ ଅାତଙ୍କ ଚଳାଇଥିବା ଛିନ୍‌ତାଇ ଗ୍ୟାଙ୍ଗର ପର୍ଦ୍ଦାଫାସ

ଭୁବନେଶ୍ୱର : ରାଜଧାନୀରେ ଅାତଙ୍କ ଚଳାଇଥିବା ଛିନ୍‌ତାଇ ଗ୍ୟାଙ୍ଗର ପର୍ଦ୍ଦାଫାସ। ତିନୋଟି ଛିନ୍‌ତାଇ ଗ୍ୟାଙ୍ଗର ୯ ଜଣ ଲୁଟେରା ଗିରଫ।  ୩୫ଟି ଲୁଟ୍‌ ମୋବାଇଲ ସମେତ ତିନୋଟି ବାଇକ୍‌ ଜବତ କରିଛି ପୁଲିସ୍‌। ଜଟଣୀ ପୁଲିସ, ବରଗଡ ପୁଲିସ ସ୍ପେଶାଲ ସ୍କାର୍ଡ ଏମାନଙ୍କୁ ଗିରଫ କରିଛନ୍ତି। ଖଣ୍ଡିଗିରି, ପାତ୍ରପଡା, ଜଟଣୀ ସମେତ ସହରର ଏକାଧିକ ଥାନା ଅଂଚଳରେ ଏମାନେ କୋକୁଅା ଭୟ ସୃଷ୍ଟି କରିଥିଲେ। ମହିଳାଙ୍କୁ ଟାର୍ଗେଟ କରିବା ସହ ଚଳନ୍ତା ବାଇକ୍‌ ଉପରକୁ ଅତର୍କିତ ଲୁଟ୍‌ […]

  • Friday, 16 July 2021
h1
କନ୍ୟାଶ୍ରମରୁ ନିଖୋଜ ୨୯ ଛାତ୍ରୀ ଉଦ୍ଧାର

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତର୍ଗତ ଅନ୍ତରବା କନ୍ୟାଶ୍ରମରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ  ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପରେ ସମସ୍ତଙ୍କୁ ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟରେ ରଖାଯିବା ସହ ହଷ୍ଟେଲ ଛାଡ଼ିବା ସମ୍ପର୍କରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ୍ ଫୋନ୍‌କୁ ଟ୍ରାକିଂ କରାଯାଇ ଚନ୍ଦ୍ରଗିରି ଟାଙ୍କିଲିପଦର ଗାଁ ପାଖ ଜଙ୍ଗଲରେ ଥିବା ଏକ କୁଡ଼ିଆରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନାଥାଉ କି, ଶନିବାର ବିଳମ୍ବିତ […]

  • Friday, 16 July 2021
puri--1
ରତ୍ନଭଣ୍ଡାର ଚାବି ରିପୋର୍ଟ ଦାଖଲ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କଲେ ତଦନ୍ତ କମିଶନ। ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ରଘୁବୀର ଦାସ ତଦନ୍ତ କମିଶନ ଅାଜି ଏ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି। କମିଶନଙ୍କ ସଚିବ ଗୃହ ବିଭାଗ ଅନୁ ସଚିବଙ୍କୁ ରିପୋର୍ଟ ଦେଇଥିବା ଜଣାପଡିଛି। ମୋଟ ୩୨୪ ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେବା ପରେ ଏହାର […]

  • Friday, 16 July 2021
accident 2
ଘାଟିରେ ଟ୍ରକ୍ ଓଲଟି ୩ ମୃତ

ଗଜପତି  : ଘାଟିରେ ୧୦୦ ଫୁଟ ତଳକୁ ଖସିଲା ରିଲିଫ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍‌। ଦୁର୍ଘଟଣାରେ ଟ୍ରକ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ଅାର୍ ଉଦୟଗିରି ଥାନା ବାଦପୁର ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏହି ୧୦ ଚକିଅା ଟ୍ରକ୍‌ଟି ତିତ୍‌ଲି ପୀଡିତଙ୍କ ପାଇଁ ପାରଳାଖେମୁଣ୍ଡିରୁ ପ୍ରାୟ ୩ ହଜାର କମ୍ବଳ ନେଇ ମୋହନା ଯାଉଥିଲା। ତେବେ ବାଦପୁର ଘାଟିରେ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ […]

  • Friday, 16 July 2021
actress
ବଙ୍ଗୀୟ ଅଭିନେତ୍ରୀଙ୍କ ଘରୁ ଚୋରି କରିଥିବା ଚୋର ଭୁବନେଶ୍ୱରରୁ ଗିରଫ

ଭୁବନେଶ୍ୱର : ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନ୍‌ଗୁପ୍ତାଙ୍କ ଘରୁ ଚୋରି କରିଥିବା ଚୋର ଭୁବନେଶ୍ୱରରୁ ଗିରଫ। କମିଶନରେଟ୍ ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍ ଗତକାଲ ରାତିରେ ଭୁବନେଶ୍ୱରର ଏକ ହୋଟେଲରୁ ଚୋରକୁ ଗିରଫ କରିଛି। ଅଭିଯୁକ୍ତ ବୋଧିସତ୍ତ୍ୱ ଭଟ୍ଟାଚାର୍ଯ୍ୟ ୪ ମାସ ତଳେ ଋତୁପର୍ଣ୍ଣାଙ୍କ ଘରୁ ଦେଢ ଲକ୍ଷ ଟଙ୍କା, ଲାପ୍‌ଟପ୍ ସହ ବହୁ ସାମଗ୍ରୀ ଚୋରି କରିଥିଲା। ଲାପ୍‌ଟପ୍ ଓ ଅନ୍ୟ ସାମଗ୍ରୀ ଫେରାଇ ଦେବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲା ଅଭିଯୁକ୍ତ। […]

  • Friday, 16 July 2021
secre
କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : କୃଷକଙ୍କ ସମସ୍ୟାର ସମାଧାନ ପାଇଁ ମନ୍ତ୍ରିସ୍ତରୀୟ ବୈଠକ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏହି ବୈଠକ ଚାଲିଛି। ସମବାୟ ମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧତ୍କାରୀ ଏଥିରେ ଯୋଗଦେଇଛନ୍ତି। ଚାଷୀଙ୍କ ଦାବି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ସମ୍ପର୍କରେ ଅାଲୋଚନା କରାଯାଉଛି। ନିକଟରେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅାନ୍ଦୋଳନ କରାଯାଇଥିଲା। କୃଷକଙ୍କ ସମସ୍ୟାର ସମାଧାନ ପାଇଁ ପାଇଁ ତିନିଜଣିଅା ମନ୍ତ୍ରିସ୍ତରୀୟ କମିଟି […]

  • Friday, 16 July 2021
dharmendra
ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ୍ ପାର୍କ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୯ ଫେବୃଅାରୀ ସୁଦ୍ଧା ପଲିପ୍ରପିଲିନ୍ ପ୍ରକଳ୍ପରୁ ଉତ୍ପାଦନ ଅାରମ୍ଭ ଲକ୍ଷ୍ୟ ରଖାଯାଇଛି। ସେତେବେଳେ ସୁଦ୍ଧା ପ୍ଲାଷ୍ଟିକ୍ ପାର୍କ ନ ହେଲେ ପୁଞ୍ଜି ନିବେଶ ପ୍ରଭାବିତ ହେବ ବୋଲି ସେ ଚିଠିରେ ଲେଖିଛନ୍ତି। ୬ଟି କମ୍ପାନୀ ପ୍ରକଳ୍ପ ପାଇଁ ଅନୁମତି ମାଗିଥିଲେ ମଧ୍ୟ ରାଜ୍ୟସରକାର ଏପର୍ଯ୍ୟନ୍ତ ଜଏଣ୍ଟ ଭେଞ୍ଚର ପାଇଁ ଅନୁମତି ଦେଇ ନାହାନ୍ତି। ଏହି […]

  • Friday, 16 July 2021
fire
ମାଝୀ ଫାୟାର ଓ୍ୱାର୍କ ଗୋଦାମରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା  : ଫାୟାର ଓ୍ୱାର୍କ ଗୋଦାମରେ ନିଆଁ ଲାଗି କର୍ମଚାରୀ ମୃତ। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଛୁଅାଲିବେର୍ଣ୍ଣା ମାଝୀ ଫାୟାର ଓ୍ୱାର୍କ ଗୋଦାମରେ ଘଟିଛି ଏହି ଘଟଣା। ଅଗ୍ନିକାଣ୍ଡରେ ସୁଶାନ୍ତ ଧରୁଅା ନାମକ ଜଣେ ଗୋଦାମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବାଣ ବାନ୍ଧୁଥିବାବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ଗୋଦାମ ଘରଟି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି। ଘଟଣାସ୍ଥଳରେ ଦମକଳ ପହଞ୍ଚି ନିଆଁକୁ ଅାୟତ୍ତ କରୁଥିବା ଜଣାପଡିଛି।

  • Friday, 16 July 2021
girl
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବେଲଘର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁସାରେ, ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ତାଙ୍କୁ ତାଙ୍କରି ଅଞ୍ଚଳର ଜଣେ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେ ଛାତ୍ର ଜଣଙ୍କ କଲେଜରେ ପଢ଼ନ୍ତି। ତେବେ ଦୁଷ୍କର୍ମ ଖବର […]

  • Friday, 16 July 2021
aparajita-up
ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ପହଞ୍ଚିଲେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ। ଅାଜି ସକାଳେ ବିମାନବନ୍ଦରରେ ପହଞ୍ଚିବା ପରେ ଅପରାଜିତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଅାଯାଇଥିଲା। ରାଜଧାନୀ ଅାସି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଅପରାଜିତା। ଏହା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ରହିଛି। ଗତ ୨୭ରେ ଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ବାସଭବନରେ ବିଜେପିରେ ଯୋଗ ଦେଇଥିଲେ ଅପରାଜିତା।  IAS ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଇଛନ୍ତି […]

  • Friday, 16 July 2021