ଢେଙ୍କାନାଳ : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାରେ ବିଭିନ୍ନ ଅାଡୁ ଅାସୁଛି ପ୍ରତିବାଦ ସ୍ୱର। ଢେଙ୍କାନାଳ ଜିଲ୍ଲା ପ୍ରେସ୍ କ୍ଲବ୍ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଇଛି। କ୍ଲବ୍ର ସମସ୍ତ ସଦସ୍ୟ ଏବଂ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଥିବା ଅାମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସାମ୍ନାରେ ପ୍ରଦିବାଦ କରିଛନ୍ତି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏକ ନିନ୍ଦନୀୟ ଘଟଣା। ଏ ଘଟଣା ନେଇ କ୍ରୀଡ଼ା ସଚିବଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା […]
ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାରେ ପ୍ରତିବାଦ ପାଇଁ OUJର ଆହ୍ୱାନ। ଘଟଣାକୁ OUJ ସଭାପତି ପ୍ରସନ୍ନ ମହାନ୍ତି ନିନ୍ଦା କରିବା ସହ ଏଭଳି ଘଟଣାକୁ ପ୍ରତିବାଦ ପାଇଁ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଅମଲାଙ୍କ ବେଖାତିର ମନୋଭାବକୁ ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିବେ ବୋଲି OUJ କହିଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଓଟିଭି ପ୍ରତିନିଧିଙ୍କୁ ଉଠି ପଳାଇବାକୁ କହିଥିଲେ କ୍ରୀଡ଼ା ସଚିବ ବିଶାଲ ଦେବ। ତାଙ୍କୁ ପ୍ରକୋଷ୍ଠରୁ ବାହାରି ଯିବାକୁ କହିବା […]
ଭୁବନେଶ୍ୱର : ଅାଜି ମହମ୍ମଦ ଜୟନ୍ତୀ। ଇସଲାମ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ମହମ୍ମଦ ଜୟନ୍ତୀକୁ ଧୁମଧାମରେ ପାଳନ କରିଛନ୍ତି। ଏହି ଅବସରରେ ଭଦ୍ରକରୁ ଜୁଲୁସ ଶୋଭାଯାତ୍ରା ବାହାରିଥିଲା। ଶହ ଶହ ସଂଖ୍ୟାରେ ଲୋକେ ଶୋଭାଯାତ୍ରାରେ ଅାସି ମହମ୍ମଦଙ୍କ ଧର୍ମବାଣୀ ଗାନ କରିଥିଲେ। ବାଲେଶ୍ୱରରେ ମହାଅାଡମ୍ବରରେ ପାଳିତ ହୋଇଛି ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ। ଏହି ଅବସରରେ ଏକ ବିରାଟ ବାଇକ୍ ରାଲି ଦର୍ଘା ଉବଦାନରୁ ବାହାରି ସହର ପରିକ୍ରମା କରିଥିଲା। ଏଥିରେ ସବୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ। ସମ୍ବଲପୁରରେ […]
କଟକ : ପଞ୍ଚଭୂତରେ ବିଲୀନ ହୋଇଯାଇଛି କଟକ ହୋଲିପୁର ଗାଁର ବସନ୍ତ ପ୍ରଧାନଙ୍କ ମରଶରୀର। ଚାକିରୀ କରୁଥିଲେ ଅନୁଗୁଳରେ। ପୁଅର ଦେହ ଭଲ ନଥିବାରୁ ଘରକୁ ଫେରୁଥିଲେ ବସ୍ରେ। ହେଲେ ମହାନଦୀର ମର୍ମନ୍ତୁଦ ଦୁର୍ଘଟଣାରେ ଅାଖି ବୁଜିଲେ ସବୁଦିନ ପାଇଁ। ଅାଉ ଏପଟେ ଏମ୍ଟେକ୍ରେ ଅାଡମିଶନ ପାଇଁ ସାର୍ଟିଫିକେଟ ଧରି ଘରକୁ ଫେରୁଥିଲେ ନୟାଗଡ଼ର ସୌମ୍ୟରଂଜନ ସାହୁ। ହେଲେ ସେ ଫେରିଲେନି। ବରଂ ଫେରିଛି ତାଙ୍କ ମୃତଦେହ। ଏମିତି ମୃତ୍ୟୁର ବିଭୀଷିକାରେ ଅାରପାରିକୁ ଚାଲିଗଲେ ୧୦ ଜଣ। […]
ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍କୁ ନେଇ କଂଗ୍ରେସ ଦି’ଫାଳ। ଖୋଦ୍ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଅାଣିଥିଲେ ମଧ୍ୟ ଏହା ଦଳୀୟ ନିଷ୍ପତ୍ତି ନୁହେଁ ବୋଲି କହିଛନ୍ତି କଂଗ୍ରେସର ଅଧିକାଂଶ ନେତା। ଏହି ନିଷ୍ପତ୍ତି ପ୍ରେସ୍ ସ୍ୱାଧୀନତାର କଣ୍ଠରୋଧ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ। ବିଧାୟକ ନବ ଦାସ ମଧ୍ୟ ସ୍ୱାଧୀକାର ନୋଟିସ୍କୁ ନାପସନ୍ଦ କରିଛନ୍ତି। ଗୃହରେ ଯାହା ଘଟିଲା ତାହା ନିନ୍ଦନୀୟ […]
ଭୁବନେଶ୍ୱର : ପୁଣି ରାଜଧାନୀରୁ ଧରାପଡିଲା ଧଳା ଜହର। ବ୍ରାଉନ୍ସୁଗାର କାରବାର ପଛରେ ଏକାଧିକ ଅଟୋ ଚାଳକ ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ ଇନ୍ଦ୍ରଧନୁ ମାର୍କେଟ ସ୍ଥିତ ଜନଗହଳି ସ୍ଥାନରେ ବ୍ରାଉନସୁଗାର ବିକ୍ରି କରୁଥିଲା ବେଳେ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିଲା ଅବକାରୀ ବିଭାଗ। ୨ ଜଣ ଅଟୋ ଚାଳକ ଗିରଫ ହୋଇଛନ୍ତି। ବାପୁ ନାମକ ଜଣେ ଅଟୋ ଚାଳକ ଏହି ରାକେଟ୍ ଚଳାଉଥିବା ଜଣାପଡିଛି। ଖୋର୍ଦ୍ଧାରୁ ବ୍ରାଉନ୍ ସୁଗାର ଅାଣି […]
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁରରେ ୨ ଜଣ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳର ବୁଧୁନି ନାୟକ ଓ ବିମଳା ନାୟକ ବୋଲି ଜଣାପଡ଼ିଛି। ଏହି ଦୁଇ ମହିଳା ବନ୍ତଳା ଚନ୍ଦନପୁରର ଏକ କୁକୁଡ଼ାଫାର୍ମରେ କାମ କରୁଥିଲେ। ମଙ୍ଗଳବାର କାମ ସାରିବାପରେ ଦୁଇ ମହିଳା ବାହାରକୁ ଯିବା ସହ ରାତି ୧୧ଟାରେ ଘରକୁ ଫେରିଥିଲେ। ଘରକୁ ଫେରି ଅସୁସ୍ଥ ଅନୁଭବ କରିବା ପରେ ଏ ନେଇ […]
କଟକ : କଟକ ମହାନଦୀ ଦୁର୍ଘଟଣାରେ ବସ୍ ଡ୍ରାଇଭର ନାଁରେ ମାମଲା ରୁଜୁ। ଜଗତପୁର ଥାନାରେ ନିଜ ଅାଡ଼ୁ ମାମଲା ରୁଜୁ କରିଛି ପୁଲିସ। ଦୁର୍ଘଟଣାରେ ଗୁରୁତର ହୋଇ ଏସ୍ସିବି ICUରେ ଚିକିତ୍ସିତ ହେଉଛନ୍ତି ବସ୍ର ଡ୍ରାଇଭର ଖଗେଶ୍ୱର ମୁଦୁଲି। ସେପଟେ ଏହି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି ଗଠନ ହୋଇଛି। କଟକ ଏମ୍ଭିଅାଇଙ୍କ ନେତୃତ୍ୱରେ ଏକ ୩ ଜଣିଅା କମିଟି ଗଠନ କରାଯାଇଛି। ଦୁର୍ଘଟଣାର କାରଣ ଖୋଜିବ ଏହି କମିଟି। ଅନ୍ୟପକ୍ଷରେ ବସ୍ ଦୁର୍ଘଟଣାରେ […]
ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଅାଜି ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଅାହତ ହୋଇଛନ୍ତି। ଅାଜି ଅପରାହ୍ନରେ ବଣାଇ ସବ୍ଡିଭିଜନର ଲହୁଣି ପଡାର ଖୁଟୁଗାଁରେ ଏକ ଯାତ୍ରୀବାହୀ ବସ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୫ ଜଣ ଯାତ୍ରୀ ଅାହତ ହୋଇଛନ୍ତି। ଜଗଦମ୍ବା ନାମକ ଏହି ଘରୋଇ ବସ୍ ରାଉରକେଲାରୁ ଅନୁଗୁଳ ଜିଲ୍ଲା ପାଲଲହଡା ଯାଉଥିବା ବେଳ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ […]
ଭୁବନେଶ୍ୱର : ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ବିରୋଧ। ଏହାକୁ ନିନ୍ଦା କରି ବସନ୍ତ ପଣ୍ଡା କହିଛନ୍ତି, ଗଣମାଧ୍ୟମର କଣ୍ଠରୋଧ କରାଯାଉଛି। ଏହା ଉଚିତ ନୁହେଁ। ଗଣମାଧ୍ୟମ ଯାହା ଦେଖୁଛି ତାହା ଦେଖାଉଛି। ବସନ୍ତ ଅଭିଯୋଗ କରିଛନ୍ତି, ସରକାରୀ ଦଳ ଓ କଂଗ୍ରେସ ମଧ୍ୟରେ ସଲାସୁତୁରା ଚାଲିଛି। ଗତକାଲି ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଅାଣିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। […]
ପୁରୀ: ପୁଣି ଦାରୁ ଫିକ୍ସିଂ ଅଭିଯୋଗ। ନିଆଁରେ ଘିଅ ଢାଳିଲେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର। ଦାରୁ ଚୟନରେ ଫିକ୍ସିଂ ହୋଇଥିବା ନେଇ ତାଙ୍କ ମନରେ ବି ସନ୍ଦେହ ହେଉଥିବା ସେ କହିଛନ୍ତି। ଗୋଟିଏ ଅଞ୍ଚଳରୁ କେମିତି ତିନି ତିନିଟି ଦାରୁ ମିଳିଲା, ଏ ନେଇ ସେ ଏବେ ବି ଅାଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତା ସହ ଦାରୁ ଚୟନ ବେଳେ ଦଇତାମାନଙ୍କ ବିଶୃଙ୍ଖଳିତ ଅାଚରଣ ସମ୍ପର୍କରେ ବି ଖୁଲାସା କରିଛନ୍ତି ପ୍ରେମାନନ୍ଦ। କହିଛନ୍ତି , […]
ପୁରୀ : ପଞ୍ଚୁକ ଅାରମ୍ଭରୁ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ। ବିଳମ୍ବରେ ଉଠିଲା ଭୋଗ ମଣ୍ଡପ। ଠିକ୍ ସମୟରେ ଅବଢ଼ା ନପାଇ ହବିଷ୍ୟାଳି ଓ ଭକ୍ତଙ୍କ ଅସନ୍ତୋଷ। ପଞ୍ଚୁକ ପ୍ରଥମ ଦିନ ତଥା ବଡ଼ ଏକାଦଶୀ ଅବସରରେ ଅାଜି ଶ୍ରୀଜୀଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା। ତେବେ ବେଶରେ ବିଳମ୍ବ ହେବାରୁ ଏହା ପରେ ଅନ୍ୟ ନୀତିକାନ୍ତି ସବୁ ବିଳମ୍ବରେ ଚାଲିଥିଲା। ଫଳରେ ସାଢ଼େ ୨ଟାରେ ଉଠିବାକୁ ଥିବା ଭୋଗ ମଣ୍ଡପ ୪ ଘଣ୍ଟା ବିଳମ୍ବ ଅର୍ଥାତ୍ […]
ଭୁବନେଶ୍ୱର : ପ୍ରଶ୍ନକାଳ ଅାରମ୍ଭରେ ଚିତ୍ର ଥିଲା ଏମିତି । ବିଜେଡି ବିଧାୟକଙ୍କ କେନ୍ଦ୍ର ବିରୋଧୀ ନାରାରେ କମ୍ପିଥିଲା ବିଧାନସଭା। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପାଖକୁ ଅାସି କଣ ମନ୍ତ୍ରଣା କଲେ ବାଚସ୍ପତିଙ୍କ ସଚିବ ଅାଉ ତାପରେ ବାଚସ୍ପତିଙ୍କ ପାଖକୁ ଯାଇ ଗୃହକୁ ମୁଲତବୀ କରିବାକୁ ଧିରେ ଧିରେ କହିଲେ। ତେବେ ସିଧା ପ୍ରସାରଣ ହେଉଥିବାରୁ ସଚିବଙ୍କ କଥା ସମସ୍ତେ ଶୁଣିପାରିଲେ। ବାଚସ୍ପତିଙ୍କ କାନରେ ଗୃହକୁ ୩ ଟା ଯାଏଁ ମୁଲତବୀ କରିବାକୁ ବି କହୁଥିଲେ ସଚିବ। […]
ଭୁବନେଶ୍ୱର : ଶିକ୍ଷୟିତ୍ରୀଙ୍କ ଠାରୁ ଛିନ୍ତାଇ ବେଳେ ଧରାପଡ଼ିଲେ ୨ଜଣ ଦୁର୍ବୃତ୍ତ। ଦୁଇ ଜଣଙ୍କୁ ନିର୍ଧୁମ ଛେଚି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଅା ନିକଟରେ ଘଟିଛି ଏହି ଘଟଣା। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ନିକଟରେ ଦିଦିଙ୍କ ଠାରୁ ଛିନ୍ତାଇ କରି ଖସିବା ବେଳେ ଦୁଇ ଜଣଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ। ସେମାନେ ୨ଜଣ ଦୁର୍ବୃତ୍ତଙ୍କୁ ମାଡ଼ ମାରିବା ସହ ସେମାନଙ୍କ ବାଇକ୍କୁ ଭଙ୍ଗାରୁଜା କରିଛନ୍ତି। ପରେ ପୁଲିସ ଅାସି ଦୁଇ ଜଣଙ୍କୁ […]
ଅନୁଗୁଳ : ସାତକୋଶିଅାରେ ମୃତ୍ୟୁବରଣ କରିଥିବା କାହ୍ନାରୁ ଅାସିଥିବା ମହାବଳର ପାକସ୍ଥଳୀରୁ ମିଳିଛି ଝିଙ୍କ କାଠି। ୮ରୁ ୧୦ଟି ଝିଙ୍କ କାଠି ସହ ମୃତ ମହାବଳର ମଳରୁ ବାର୍ହା ଲୋମ ମିଳିଥିବା ସୂଚନା ଦେଇଛନ୍ତି। ସାତକୋଶିଅା ଫିଲ୍ଡ ଡାଇରେକ୍ଟର ସୁଦର୍ଶନ ପଣ୍ଡା ପୋଷ୍ଟମର୍ଟମ ରିପୋର୍ଟ ସଂପର୍କରେ ସେ ବିସ୍ତୃତ ତଥ୍ୟ ଦେଇଛନ୍ତି। ସଂକ୍ରମଣ ଏବଂ ଅନେକ ଅଙ୍ଗ ଅକାମୀ ଯୋଗୁଁ ମହାବଳର ମୃତ୍ୟୁ ଘଟିଥିଲା ବୋଲି ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ବାଘ ବେକରେ ହୋଇଥିବା […]
ଢେଙ୍କାନାଳ : ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ମଦ ଫ୍ୟାକ୍ଟ୍ରି ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଅାରଡିସିଙ୍କ ଅାଧାରରେ ଏହି ନିଷ୍ପତ୍ତି ନିଅାଯାଇଛି। ଗଛକଟାକୁ ନେଇ ବିବାଦ ଉପୁଜିବା ପରେ ବାତିଲ୍ କରାଯାଇଛି ଫ୍ୟାକ୍ଟ୍ରି । ଶନିବାର ଦିନ ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡି ଜଙ୍ଗଲରେ ପୁଲିସ ଛାଉଣୀ କରି ପ୍ରାୟ ହଜାରେ ମୂଲ୍ୟବାନ ଶାଳ ଗଛ କଟାଯାଇଥିଲା। ଏହାକୁ ବିରୋଧ କରି ପୁଲିସ୍-ସାଧାରଣ ଲୋକ ହାତାହାତି ହେବା ସହ ପୁଲିସ ୨୦ […]
ବାଲେଶ୍ୱର : ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଅାତଙ୍କ ଖେଳାଉଛନ୍ତି ଝାଡ଼ଖଣ୍ଡୀ ହାତୀ ପଲ। ନୀଳଗିରି ତିନିକୋସିଅା ଜଙ୍ଗଲରେ ୫୦ରୁ ଅଧିକ ହାତୀ ଥିବାରୁ ଏହାକୁ ନେଇ ଅାତଙ୍କରେ ରହୁଛନ୍ତି ସ୍ଥାନୀୟ ଲୋକେ। ଏହି ହାତୀ ପଲ ଗାଁରେ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଧାନ ଏବେ ପାଚିବା ସମୟ ହୋଇଥିବାରୁ ହାତୀ ପଲଙ୍କ ଦୌରାତ୍ମରୁ ସ୍ଥାନୀୟ ଅଞ୍ଚଳରେ ଚାଷୀଙ୍କର ନାହିଁ ନଥିବା କ୍ଷତି ହୋଇଛି। ସେପଟେ ହାତୀପଲଙ୍କୁ […]
ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋରଦାର। ଅାଜିଠୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ବନ୍ଦ କରିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ। ଏହି ଅାନ୍ଦୋଳନରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି। ଏହା ପରେ ଅାସନ୍ତା ୨୯ ଓ ୩୦ ତାରିଖରେ ଦୁଇ ଦିନ ଅାନ୍ଦୋଳନକୁ ବ୍ୟାପକ କରି ମହାବନ୍ଦ କରାଯିବ। ତା ପୂର୍ବରୁ ଅାଜି ସବୁ ସରକାରୀ ଅଫିସ୍ଗୁଡ଼ିକୁ ବନ୍ଦ […]
ଭୁବନେଶ୍ୱର : ଗୃହକୁ ଅାସନ୍ତାକାଲି ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଙ୍ଗାମା ଅାରମ୍ଭ କରିଥିଲେ ଶାସକ ବିଜେଡି ସଦସ୍ୟମାନେ। ଗୃହକାର୍ଯ୍ୟ ଅାରମ୍ଭ ହେଉ ହେଉ ନିଜ ନିଜ ଅାସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ହୋହଲ୍ଲା କରିଥିଲେ ବିଜେଡି ବିଧାୟକମାନ। SC ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସର ପ୍ରତିବାଦ କରି ନାରାବାଜି କରିଥିଲେ। ସେପଟେ ଢେଙ୍କାନାଳ ଗଛକଟା, ସଚିବାଳୟରେ ସିବିଅାଇ ପଶିବା ପ୍ରସଙ୍ଗରେ […]
ଭୁବନେଶ୍ୱର : ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ହଙ୍ଗାମା ଅାରମ୍ଭ କରିଥିଲେ ଶାସକ ବିଜେଡି ସଦସ୍ୟମାନେ। ଗୃହକାର୍ଯ୍ୟ ଅାରମ୍ଭ ହେଉ ହେଉ ନିଜ ନିଜ ଅାସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ହୋହଲ୍ଲା କରିଥିଲେ ବିଜେଡି ବିଧାୟକମାନେ। SC ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସର ପ୍ରତିବାଦ କରି ନାରାବାଜି କରିଥିଲେ। ସେପଟେ ସଚିବାଳୟରେ ସିବିଅାଇ ପଶିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ହୋ ହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ ମାନେ। […]
ନୟାଗଡ଼ : ନୟାଗଡ଼ ଗସ୍ତରେ ଯାଇ ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ଗର୍ଜିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ। ୨୦୦୩ ମସିହାରେ ଅରୁଣ ସାହୁ ଦାମଙ୍କ ସହାୟତାରେ ରାଜନୀତିକୁ ଅାସିଥିଲେ। ବର୍ତ୍ତମାନ ସେ ସବୁ କଥାରେ ମୁଣ୍ଡ ଖେଳାଉଛନ୍ତି। ବିଜୁ ପକ୍କାଘର ଠାରୁ ପାଣି ପଞ୍ଚାୟତ ପର୍ଯ୍ୟନ୍ତ ସବୁ କାମରେ ଅରୁଣ ସାହୁ ମୁଣ୍ଡ ଖେଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦାମ। ଛବି ବର୍ଦ୍ଧନ ହତ୍ୟାକାଣ୍ଡ ଠାରୁ ଅାରମ୍ଭ କରି ଏକାଧିକ ହତ୍ୟାକାଣ୍ଡରେ ଅରୁଣ […]
ଢେଙ୍କାନାଳ : ରାଜ୍ୟ ସରକାରଙ୍କ ଅଜବ ନୀତି। ମଦ କାରଖାନା ପାଇଁ ଜଙ୍ଗଲ ସଫା। ଜଙ୍ଗଲ ଭିତରେ ଯନ୍ତ୍ରର ଗର୍ଜନ। ମେସିନ୍ ମୁହଁରେ ଧରାଶାୟୀ ହୋଇପଡୁଛି ବର୍ଷ ବର୍ଷ ପୁରୁଣା ଶାଳ, ପିଅାଶାଳ, ଅଁଳା, ବାହାଡ଼ା, ହରିଡ଼ା ଭଳି ମୂଲ୍ୟବାନ ଗଛ। କେଇ କ୍ଷଣ ମଧ୍ୟରେ ଉଜୁଡ଼ିଯାଉଛି ସବୁଜିମା। ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ସରକାରୀ ନିର୍ଦ୍ଦେଶରେ ଚାଲିଛି ଏହି ଧ୍ୱଂସର ତାଣ୍ଡବ। କାରଣ ଏହି ଜାଗାରେ ଗଢ଼ି ଉଠିବ ବିୟର ଫ୍ୟାକ୍ଟ୍ରି। ହେଲେ ଏଭଳି […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଅଡିଓ ଟେପ୍ ଜାରି କଲେ ମାଓବାଦୀ। ସିପିଅାଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ ଅଡିଓ ଟେପ୍ ଜାରି କରି ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ମେକ୍ ଇନ୍ ଓଡ଼ିଶାକୁ ଓଡ଼ିଶା ବିକ୍ରି କନ୍କ୍ଲେଭ ଭାବେ ଅଭିହିତ କରି ଉମାକାନ୍ତ କହିଛନ୍ତି, ଓଡ଼ିଶାର ଚାଷୀଙ୍କ ସହାୟତା ପାଇଁ ପଦକ୍ଷେପ ନିଅାଯାଉନାହିଁ। ଓଡ଼ିଶାର ରାଷ୍ଟ୍ରାୟତ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପକୁ ବନ୍ଦ କରି ଦିଅାଯାଉଛି। ଅର୍ଥ ଯୋଗାଡ଼ ଲାଗି ତଥା ନିଜର […]
ଭୁବନେଶ୍ୱର : ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଅାୟର ମିତ୍ରଙ୍କୁ କ୍ଷମା ଦେଲା ବିଧାନସଭା। ଗୃହ କମିଟି ପ୍ରସ୍ତାବ ଅାଧାରରେ ଅାୟରଙ୍କୁ କ୍ଷମା କରିଦିଅାଯାଇଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର। ଗତକାଲି ବିଧାନସଭାରେ ଗୃହ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଏଥିରେ ଅଭିଜିତ୍ଙ୍କୁ କ୍ଷମା ଦେବାକୁ ଗୃହ କମିଟି ପ୍ରସ୍ତାବ ଦେଇଥିଲା ବୋଲି କହିଛନ୍ତି ନରସିଂହ ମିଶ୍ର। ଅଭିଜିତ ଅାୟର ବର୍ତ୍ତମାନ ଝାରପଡ଼ା ଜେଲରେ ଅଛନ୍ତି। ପୂର୍ବରୁ ତଳ କୋର୍ଟରେ ଅଭିଜିତଙ୍କ […]
ଭୁବନେଶ୍ୱର : ବିଦେଶିନୀଙ୍କ ଠାରୁ ଲୁଟିଲେ ଦୁର୍ବୃତ୍ତ। ଅଟୋ ଭିତରୁ ନେଇଗଲେ ୪ ଲକ୍ଷରୁ ଅଧିକ ଟଙ୍କାର ଲାପଟପ୍ ଓ ଡକ୍ୟୁମେଣ୍ଟ। ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟିରେ ଇଣ୍ଟର୍ଣ୍ଣସିପ୍ ପାଇଁ ଅାସିଥିବା ନରୱେର ସଂପୃକ୍ତ ବିଦେଶିନୀ ଅଟୋରେ ଫେରୁଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଏହି ଲୁଟ୍ ହୋଇଛି। ବିଦେଶିନୀଙ୍କ ଅଭିଯୋଗକୁ ଅାଧାର କରି ଖଣ୍ଡଗିରି ପୁଲିସ ମାମଲା ରୁଜୁ କରିଛି। ପୁଲିସ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଓ ସଂପୃକ୍ତ ଅଟୋଚାଳକକୁ ପଚରା ଉଚରା କରି ତଥ୍ୟ […]