• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sambalpur strike
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଅାନ୍ଦୋଳନ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଅାନ୍ଦୋଳନ। ଅାସନ୍ତା ୨୯ ଓ ୩୦ତାରିଖରେ ମହାବନ୍ଦ ପାଇଁ ଓକିଲ ସଂଘ ପ୍ରସ୍ତୁତି ଅାରମ୍ଭ କରିଦେଇଛି। ଦାବି ପୂରଣ ନେଇ ଅାଜି ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ ଓକିଲ ସଂଘ ସଦସ୍ୟ। ଅାନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଏଥିରେ ସାମିଲ ହୋଇଥିଲେ। ଅାନ୍ଦୋଳନରେ ଯୋଗ ଦେଇଥିଲେ ଅାଇନ […]

  • Friday, 16 July 2021
hockey--
ଅାରମ୍ଭ ହୋଇଛି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ

ଭୁବନେଶ୍ୱର : ଅାରମ୍ଭ ହୋଇଛି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ। କିଛି ସମୟ ପୂର୍ବରୁ ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି। ପୁରୁଷ ହକି ବିଶ୍ୱକପ୍ ୨୦୧୮ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମୟରେ ଅାୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଉଦଘାଟନୀ ଘୋଷଣା କରିଛନ୍ତି। ଏହି ମେଗା ଉତ୍ସବରେ ବଲିଉଡ ଷ୍ଟାର ଶାହରୁଖ ଖାନ୍, ମାଧୁରୀ ଦିକ୍ଷୀତ, ଖାତନାମା ସଙ୍ଗୀତ ନିର୍ଦ୍ଦେଶକ ଏ.ଅାର. ରେହମାନ ପ୍ରମୁଖ ଯୋଗ ଦେଇଛନ୍ତି। ସେହିଭଳି ଦେଶ ବିଦେଶର ୧୮୦୦ କଳାକାରଙ୍କୁ ନେଇ ଚିତାକର୍ଷକ ନୃତ୍ୟ […]

  • Friday, 16 July 2021
bb-up
ଶୀତ ବଢିବା ସହ ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା

ବ୍ରହ୍ମଗିରି : ଶୀତର ସ୍ପର୍ଶ ସହ ଚିଲିକାରେ ଏବେ ଦେଖିବାକୁ ମିଳିଛି ବିଦେଶୀ ପକ୍ଷୀଙ୍କ ଭିଡ଼। କାର୍ତ୍ତିକ ପୂର୍ଣ୍ଣିମା ପର ଠାରୁ ଶୀତ ବଢିଥିବାରୁ ପକ୍ଷୀଙ୍କ ଅାଗମନ ବି ବଢିଛି। ଏଥର ବିଳମ୍ବ ହେଲେ ବି ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା। ପିଣ୍ଟେଲ, ବଡୱେଲ, ବ୍ରାହ୍ମଣୀସିଡଗ୍ ଓ ଫ୍ଲେମିଗୋ ଭଳି ବିଦେଶୀ ପକ୍ଷୀ ଚିଲିକାର ନୀଳ ଜଳ ରାଶିରେ ଭାସିଲେଣି। ପକ୍ଷୀଙ୍କୁ ଦେଖିବାକୁ ଏବେ ଚିଲିକାରେ ବି ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ଼। ପକ୍ଷୀ ସଂଖ୍ୟା ବଢୁ ଥିବାରୁ […]

  • Friday, 16 July 2021
b1
ରାଜଧାନୀରେ ବିଟେକ୍ ଛାତ୍ର ବିକ୍ରି କରୁଥିଲେ ବ୍ରାଉନ୍ ସୁଗାର, ଧରାପଡ଼ିଲେ

ଭୁବନେଶ୍ୱର: ପୁଣି ରାଜଧାନୀରୁ ବ୍ରାଉନ୍‌ ସୁଗାର ଜବତ ହୋଇଛି। ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର ଅଞ୍ଚଳରୁ ଅବକାରୀ ବିଭାଗ ୬୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଏଠାରେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଘଟଣାରେ ଜଣେ ବିଟେକ୍ ଛାତ୍ରଙ୍କୁ ଗିରଫ କରାଯାଇଛି। ଗିରଫ ଛାତ୍ରଙ୍କ ଘର ଜଗତସିଂହପୁର ଜିଲ୍ଲାରେ। ସେ ଭୁବନେଶ୍ୱରରେ ଏକ ଘରୋଇ କଲେଜରେ ପାଠ ପଢୁଥିବା ବେଳେ ବ୍ରାଉନ୍ […]

  • Friday, 16 July 2021
sushanta
ବିମାନ ବନ୍ଦରରେ ପହଞ୍ଚିଲା ଓଡ଼ିଆ ଶ୍ରମିକ ସୁଶାନ୍ତ ଜେନାଙ୍କ ମୃତଦେହ

ଭୁବନେଶ୍ୱର  : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଦୁବାଇରେ କାମ କରୁଥିବା ଓଡ଼ିଆ ଶ୍ରମିକ ସୁଶାନ୍ତ ଜେନାଙ୍କ ମୃତଦେହ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସୁଶାନ୍ତଙ୍କ ମରଶରୀରକୁ ଓଡ଼ିଶା ଅଣାଯାଇଛି। ନୟାଗଡ ଜିଲ୍ଲା ରଣପୁର ରନ୍ଦା ଗାଁର ସୁଶାନ୍ତ, ଦୁବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ।  ଅକ୍ଟୋବର ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ ପରିବାରଲୋକେ। ମୃତ୍ୟୁର କାରଣ ନେଇ କଂପାନି କର୍ତ୍ତପକ୍ଷ ସ୍ପଷ୍ଟ କରିନଥିବା ବେଳେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା […]

  • Friday, 16 July 2021
ouat-up
ଓୟୁଏଟିରେ ଚିକିତ୍ସାଧିନ ହାତୀ ଛୁଅାର ମୃତ୍ୟୁ

ଭୁବନେଶ୍ୱର : ଓୟୁଏଟିରେ ଚିକିତ୍ସାଧିନ ହାତୀ ଛୁଅାର ମୃତ୍ୟୁ। ହର୍ପିସ ଭୂତାଣୁରେ ଅାକ୍ରାନ୍ତ ହୋଇ ହାତୀ ଛୁଅାର ମୃତ୍ୟୁ ଘଟିଛି। ହାତୀ ପଲରୁ ଏକୁଟିଅା ହୋଇ ହାତୀ ଛୁଅାଟି ଅସୁସ୍ଥ ହୋଇ ପଡିଥିଲା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରୁ ଉଦ୍ଧାର କରି ହାତୀ ଛୁଅାଟିକୁ ଚିକିତ୍ସା ପାଇଁ ଓୟୁଏଟି ଅଣାଯାଇଥିଲା। ସେଠାରେ ତିନି ଦିନ ଚିକିତ୍ସା ପରେ ଅାଖି ବୁଜିଛି ହାତୀ ଛୁଅା।

  • Friday, 16 July 2021
suicide 1
ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଯୁବତୀଙ୍କ ଅାତ୍ମହତ୍ୟା

କେନ୍ଦ୍ରାପଡା : ଏକତରଫା ପ୍ରେମ ନିବେଦନରେ ଅତିଷ୍ଠ ହୋଇ ଯୁବତୀଙ୍କ ଅାତ୍ମହତ୍ୟା ଅଭିଯୋଗ। କେନ୍ଦ୍ରାପଡାର ନିକିରାଇ ଥାନା ପଳକଣା ଗାଁର ଜଣେ ଯୁବତୀ ରାତିରେ ପରିବାର ଲୋକ ଶୋଇଥିବା ବେଳେ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇଁ ନିକିରାଇ ପୁଲିସ ମୃତ ଦେହ ଜବତ କରିବା ସହ ତଦନ୍ତ କରୁଛି। ଅଭିଯୋଗ ଅନୁଯାୟୀ, ଜଣେ ଯୁବକ ଯୁବତୀ ଜଣଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ହଇରାଣ କରୁଥିଲା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ […]

  • Friday, 16 July 2021
jual
ଧର୍ମେନ୍ଦ୍ର ପ୍ରଧାନ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ : ଜୁଏଲ ଓରାମ

ଭୁବନେଶ୍ୱର : କାହା ନେତୃତ୍ୱରେ ରାଜ୍ୟ ବିଜେପି ନିର୍ବାଚନ ଲଢିବ। ଏହି ଚର୍ଚ୍ଚାରେ ଅବସାନ ଘଟାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ରାଜ୍ୟରେ ଦଳ ନିର୍ବାଚନ ଲଢ଼ିବ। ରାଜ୍ୟରେ ଚାଲିଥିବା ତାମିଲ ଶାସନର ଅନ୍ତ ହେବା ଦରକାର। ନବୀନ ଶାସନରୁ ଯିବା ଅବଶ୍ୟକ ହୋଇପଡ଼ିଛି ବୋଲି କହିଛନ୍ତି ଜୁଏଲ ଓରାମ। ସେପଟେ ଜୁଏଲଙ୍କ ମନ୍ତବ୍ୟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।  

  • Friday, 16 July 2021
hockey
ଓଟିଭି ସାମ୍ବାଦିକଙ୍କୁ ହକି ବିଶ୍ୱକପ୍ କଭରେଜ୍‌ରୁ ବଞ୍ଚିତ କରିବାକୁ ଚକ୍ରାନ୍ତ

ଭୁବନେଶ୍ୱର : ପ୍ରଥମେ ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର, ଅାଉ ଏବେ ହକି ବିଶ୍ୱକପ୍ କଭରେଜ୍‌ରୁ ବଞ୍ଚିତ କରିବାକୁ ପଦକ୍ଷେପ। କିଛି ଦିନ ତଳେ ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଥିବା ଓଟିଭିର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଡି. ନିରଞ୍ଜନ ରେଡ୍ଡୀଙ୍କୁ ବିଶ୍ୱ କପ୍ ହକି କଭରେଜ୍‌ର ମିଡିଅା ଅାକ୍ରିଡିଟେସନ୍‌ରୁ ବଞ୍ଚିତ କରାଯାଇଛି। ନିଜର ଖରାପ ବ୍ୟବହାର ପାଇଁ ଓଟିଭିର ଏହି ବରିଷ୍ଠ ରିପୋର୍ଟରଙ୍କୁ କ୍ଷମା ମାଗିବା ପରିବର୍ତ୍ତେ ସଂପୃକ୍ତ ପ୍ରଶାସକ […]

  • Friday, 16 July 2021
narasingh-up
ରାଜ୍ୟପାଳଙ୍କୁ ଫେରାଦ ହେଲେ ବିରୋଧୀଦଳ ନେତା

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନ ହଠାତ୍ ବନ୍ଦ କରାଯିବା ନିଷ୍ପତ୍ତି ବିରୋଧରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେଲେ ବିରୋଧୀଦଳ ନେତା ନରସିଂହ ମିଶ୍ର ନରସିଂହ। କହିଛନ୍ତି ଧାର୍ଯ୍ୟ ସମୟ ପୂର୍ବରୁ ସର୍ବ ସମ୍ମତିରେ ବିଧାନସଭା ଅଧିବେଶନ ବନ୍ଦ ହୋଇଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଯାହା କହିଛନ୍ତି ତାହା ଭୁଲ୍। ସରକାରଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସ ନିନ୍ଦା କରିଥିବା କହିଛନ୍ତି ନରସିଂହ। ଗୃହରେ ଅାଲୋଚନା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାକି ଥିଲା।

  • Friday, 16 July 2021
raheman
ଭୁବନେଶ୍ୱରରେ ପହଞ୍ଚିଲେ ଏ.ଅାର୍. ରେହମାନ୍

ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅାସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରେ ଅାସି ପହଞ୍ଚିଛନ୍ତି ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଅାର୍ ରେହମାନ୍। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ହୋଟେଲ୍‌କୁ ନିଅାଯାଇଛି। ସେହିପରି ସଂଧ୍ୟାରେ ରାଜଧାନୀରେ ପହଞ୍ଚିଛନ୍ତି ବଲିଉଡ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ। ସେ ଅାସନ୍ତାକାଲିର ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଅାକର୍ଷଣ।

  • Friday, 16 July 2021
ias
ଅାଇଏଏସ୍‌ଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଶିଳ୍ପ ବିଭାଗର ନିର୍ଦ୍ଦେଶକ ତଥା ଅାଇଏଏସ୍‌ ପ୍ରଣବ ଜ୍ୟୋତି ନାଥଙ୍କ ଘରେ କଳାକନା ବୁଲାଇଲେ ଚୋର। ଘରେ ସିକ୍ୟୁରିଟି ଗାର୍ଡ ଜଗିଥିଲେ ମଧ୍ୟ ଘରୁ ଚୋରି ହୋଇଥିବାରୁ ପୁଲିସ ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପଚରା ଉଚରା କରୁଛି। ଅାଇଏଏସ୍‌ ପ୍ରଣବ ଏବଂ ତାଙ୍କ ପରିବାର ବାହାରକୁ ଯାଇଥିବାବେଳେ ଏହି ଘଟଣ ଘଟିଛି। ସୂଚନା ମୁତାବକ, ୪ଲକ୍ଷ ଟଙ୍କା ଓ ୭ ଭରିରୁ ଅଧିକ ସୁନା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଚୋରିରେ […]

  • Friday, 16 July 2021
play ground scam
ବାଲେଶ୍ୱର ଫକୀର ମୋହନ କଲେଜର ଖେଳ ପଡିଅା ବିବାଦ

ବାଲେଶ୍ୱର  : ବାଲେଶ୍ୱର ଫକୀର ମୋହନ କଲେଜର ଖେଳପଡିଅାକୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦଘାଟନ ବେଳେ ଗଣ୍ଡଗୋଳ। ପଡିଅା ତିଅାରି ନିମ୍ନମାନର ହୋଇଥିବାବେଳେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଫକୀରମୋହନ କଲେଜର ବାଣିଜ୍ୟ ସୌଧ ଗୃହର ଶିଳାନ୍ୟାସ କରିବା ସହ ଓଡିଶା ଷ୍ଟେଟ୍‌ ଓପନ୍ ୟୁନିଭରସିଟିର ଆଂଚଳିକ ଶାଖା ଏବଂ ଖେଳପଡିଅାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ସମୟରେ କଲେଜର ଛାତ୍ର ଏବଂ ସହର ବାସିନ୍ଦା ମିଶି ଏହି ଉଦ୍‌ଘାଟନକୁ ବିରୋଧ କରିଥିଲେ। ପୂର୍ତ୍ତବିଭାଗ ପକ୍ଷରୁ […]

  • Friday, 16 July 2021
puri--1
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା। ଭିତରକାଠରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଅାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ୬୦% ଟିକେଟ ଅନ୍‌ଲାଇନ୍‌ରେ, ୩୫% କାଉଣ୍ଟରରେ ଏବଂ ବାକି ୫% ଦର୍ଶନୀ ଟିକେଟ ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିବ ବୋଲି ନିଷ୍ପତ୍ତି ନିଅାଯାଇଛି। ମନ୍ଦିରକୁ ମିଳୁଥିବା ଦାନ ସୁନା ଗୋଲ୍ଡ ସ୍କିମ୍‌ରେ ବ୍ୟାଙ୍କରେ ରହିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।  ଲକରରେ ରଖିଲେ […]

  • Friday, 16 July 2021
2-up 11
ହାତୀ ଉପଦ୍ରବରେ ନଷ୍ଟ ହୋଇଛି ଘରଦ୍ୱାର ଓ ଚାଷ

ନୀଳଗିରି  : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ କରି ଫେରି ଯାଇଛନ୍ତି ସତ, କିନ୍ତୁ ନଷ୍ଟ କରିଛନ୍ତି ବହୁ ଘର ଓ ଚାଷ ଜମି। ଏହାକୁ ଭରଣ କରିବାରେ ପ୍ରଶାସନ ମଧ୍ୟ ଫେଲ୍‌ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହାତୀ ଘର ଭାଙ୍ଗିଛନ୍ତି ବୋଲି ସ୍ୱୀକାର କରିଥିଲେ ଅତିରିକ୍ତ ତହସିଲଦାର। ସେମାନଙ୍କୁ ତୁରନ୍ତ ପଲିଥିନ୍‌ ଦେବା ସହ ସହାୟତା ରାଶି ଯଥାଶୀଘ୍ର ଯୋଗାଇ ଦିଅାଯିବ ବୋଲି କହିଥିଲେ। ହେଲେ ବାସ୍ତବ ସ୍ଥିତି […]

  • Friday, 16 July 2021
kharabela
ଉତ୍କଳ ଭାରତ ସଭାପତି ଖାରବେଳଙ୍କୁ ଅାକ୍ରମଣ ଘଟଣା ; ଅଭିଯୁକ୍ତକୁ ତିନି ଦିନିଅା ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ରାୟଗଡ଼ା  : ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ଅାଉ ଜଣଙ୍କୁ ରାୟଗଡ଼ାରୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପି. ଗୋବିନ୍ଦ ରାଓ। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକକୁ ତିନି ଦିନିଅା ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଘଟଣା ପଛରେ ସୁମନ୍ତର କଣ ଉଦ୍ଦେଶ୍ୟ ରହିଛି, ସେ କେଉଁ ଦଳ ସହ ସଂପୃକ୍ତ ଅଛି, ସେ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ […]

  • Friday, 16 July 2021
vimsar 2
ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକଙ୍କ ବିରୋଧରେ ଅାସିଥିବା ଅଭିଯୋଗର ତଦନ୍ତ ଆରମ୍ଭ

ସମ୍ବଲପୁର  : ସମ୍ବଲପୁର ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନ ପୂଜାହାରୀଙ୍କ ବିରୋଧରେ ଅାସିଥିବା ଅଭିଯୋଗର ତଦନ୍ତ ଅାରମ୍ଭ ହୋଇଛି। ତଦନ୍ତ ପାଇଁ ବୁର୍ଲା ମେଡିକାଲରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗର ୪ ଜଣିଅା ଟିମ୍। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍ ତଦନ୍ତ କରି ରିପୋର୍ଟ ଦେବ। ପୂର୍ବରୁ ତାଙ୍କ ବିରୋଧରେ ଅାସିଥିବା ସମସ୍ତ ଅଭିଯୋଗର ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ନିଜେ ଭିମ୍‌ସାର ନିର୍ଦ୍ଦେଶକ ମେଡିକାଲ ଭିତରେ ରୋଗୀଙ୍କ ମୁଣ୍ଡରୁ ଚୁଟି କଟା ଘଟଣା ହେଉ […]

  • Friday, 16 July 2021
puri
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଜାରି ରହିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ୮ଟି ପ୍ରସ୍ତାବ ଉପରେ ଅାଲୋଚନା ହେଉଥିବାର ସୂଚନା ମିଳିଛି। ସୁପ୍ରିମ୍‌କୋର୍ଟ ଦେଇଥିବା ୧୨ଟି ଅନ୍ତରୀଣ ନିର୍ଦ୍ଦେଶର କାର୍ଯ୍ୟକାରୀ ଉପରେ ମୁଖ୍ୟତଃ ଅାଲୋଚନା ଚାଲିଥିବା ଜଣାପଡ଼ିଛି। ୧୨ଟି ନିର୍ଦ୍ଦେଶରୁ ୯ଟି ନିର୍ଦ୍ଦେଶ ଛତିଶା ନିଯୋଗର ସହମତିରେ ପ୍ରଶାସନ କାର୍ଯ୍ୟକାରୀ କରିଛି। ହେଲେ ନିର୍ଦ୍ଦେଶ ନମ୍ବର ୧, ୨ ଓ ୧୨ ଉପରେ ସେବାୟତଙ୍କ ଅାପତ୍ତି ରହିଥିଲା। ବଂଶାନୁକ୍ରମିକ ସେବା, […]

  • Friday, 16 July 2021
puri
ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନଙ୍କୁ ଚିଠି ଲେଖିଛି। ଏଥିସହ ନୀତି ସବ୍ କମିଟି ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ପ୍ରସ୍ତୁତ ନୀତି ନିର୍ଘଣ୍ଟ ପଠାଯାଇଛି। ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ନିର୍ଦ୍ଧାରିତ ସମୟରେ କରିବାପାଇଁ ସବୁ ପାଳିଆ ସେବକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଲେଖାଯାଇଛି। କୌଣସି ପରିସ୍ଥିତିରେ ନୀତି ଯେପରି ବିଳମ୍ବ ନହେବ ସେଥିପ୍ରତି ଧ୍ୟାନ ଦେବାସହ ଜାଣିଶୁଣି ନୀତିରେ ବିଳମ୍ବ ଘଟାଇଲେ ଶୃଙ୍ଖଳାଗତ […]

  • Friday, 16 July 2021
kpd
କେନ୍ଦ୍ରାପଡ଼ାରେ ଉଠିଲା କର୍ଫ୍ୟୁ

କେନ୍ଦ୍ରାପଡ଼ା: ଅଶାନ୍ତ କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ଲାଗି ଗତକାଲି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ଫଳରେ ପରିସ୍ଥିତି ସୁଧୁରିଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ତେବେ କର୍ଫ୍ୟୁ ଉଠାଇ ଦିଆଯାଇଥିଲେ ମଧ୍ୟ ୧୪୪ଧାରା ବଳବତ୍ତର ରହିବ। ଗତକାଲି ଦୁଇ ଗୋଷ୍ଠୀଙ୍କ ସହ ଏସ୍‌ପି, କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଥିରେ ସହରରେ ଖୁବଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ସମସ୍ତେ ମତ ଦେଇଥିଲେ। ଆଜି ସକାଳ ୯ଟାରେ ଶାନ୍ତି କମିଟି […]

  • Friday, 16 July 2021
paucha
ନୟାଗଡ଼ ଜିଲ୍ଲାରେ ନିମ୍ନମାନର ପାଣି ପାଉଚ୍ ବିକ୍ରି ଅଭିଯୋଗ

ନୟାଗଡ଼  : ପାଣି ବଦଳରେ ମିଳୁଛି ଜହର। ଟଙ୍କା ଖର୍ଚ୍ଚ କରି ଗ୍ରାହକ କିଣୁଥିବା ପାଉଚ୍ ପାଣି ନିଜର ଶୁଦ୍ଧତା ବଜାୟ ରଖୁନଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲାରୁ ଅାସିଛି ଏଭଳି ଅଭିଯୋଗ। ଜିଲ୍ଲାରେ ବିକ୍ରି ହେଉଥିବା ପାଉଚ୍ ପାଣି ଗୁଡିକ ନିମ୍ନମାନର ହୋଇଥିବାବେଳେ ଏଥିରେ ପ୍ୟାକିଙ୍ଗ୍ ଏବଂ ଏକ୍ସପାଏରୀ ତାରିଖ ଲେଖା ନଥିବା ଅଭିଯୋଗ ହୋଇଛି । ଫଳରେ ଏହା କେବେ ତିଅାରି ହୋଇଛି ସେ ସଂପର୍କରେ ଜାଣି ପାରୁନାହାନ୍ତି ଗ୍ରାହକ। ଏପରିକି ପାଉଚ୍ ପାଣିର […]

  • Friday, 16 July 2021
govt-up
୫ ଦିନରେ ଶୀତ ଅଧିବେଶନ ସରିବାକୁ ନେଇ ଆରୋପ ପ୍ରତ୍ୟାରୋପ

ଭୁବନେଶ୍ୱର : ୧୮ଟି କାର୍ଯ୍ୟଦିବସ ପୂର୍ବରୁ କାହିଁକି ବନ୍ଦ ହେଇଗଲା ବିଧାନସଭା ଶୀତ ଅଧିବେଶନ? ପ୍ରସଙ୍ଗକୁ ଡରି ପଳାୟନପନ୍ଥୀ ହେଲେ କି ସରକାର? ନା ଅାଲୋଚନା ପାଇଁ ପ୍ରସଙ୍ଗ ନଥିଲା? ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀରୁ ଜଣା ଯେ, ନଭେମ୍ବର ୧୬ରୁ ଡିସେମ୍ବର ୧୫ ,୨୩ ଦିନ ଶୀତ ଅଧିବେଶନ ପାଇଁ ଧାର୍ଯ୍ୟ ହୋଇଥିଲା କାର୍ଯ୍ୟସୂଚୀ। ହେଲେ ବିଡ଼ମ୍ବନା ୫ ଦିନରେ ସରିଗଲା ଶୀତ ଅଧିବେଶନ। ସେଥିରୁ ପୁଣି ହୋହଲ୍ଲାରେ ଧୋଇଗଲା ୩ ଦିନ। ଶାସକ […]

  • Friday, 16 July 2021
puri
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ପରମ୍ପରା ମୁତାବକ ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ପ୍ରାକୃତିକ ରଙ୍ଗରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର କରିବେ। ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ଅର୍ଥାତ୍ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। କିନ୍ତୁ ଭକ୍ତମାନେ ସେହି ସମୟରେ ବେଢ଼ାରେ ଦର୍ଶନ କରିବେ। ଏହି ସମୟରେ ମୁଖ୍ୟ ମନ୍ଦିର ବନ୍ଦ ରହିବ।

  • Friday, 16 July 2021
gun1
ରାଜଧାନୀରେ ଧରା ପଡିଲେ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ୱର : ରାଜଧାନୀରେ ଧରା ପଡିଲେ ଚୋରା ବନ୍ଧୁକ ବେପାରୀ। ଭୁବନେଶ୍ୱର ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରୁ ୨ ଚୋରା ବନ୍ଧୁକ ବେପାରୀକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ। ଗିରଫ ମାନେ ହେଲେ ଅଜିତ କୁମାର ମହାପାତ୍ର ଓରଫ୍ ବାପି ଓ ସୁଜିତ କୁମାର ଦାସ। ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ବିହାରର ମୁଙ୍ଗେରରୁ ଚୋରାରେ ବନ୍ଧୁକ ଅାଣି ବିକ୍ରି କରୁଥିବା ସୂଚନା ମିଳିଛି। ତେବେ କେବେ ଠାରୁ କେତେ […]

  • Friday, 16 July 2021
k1
କେନ୍ଦ୍ରାପଡ଼ାରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଜି ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କାଳୀମନ୍ଦିର ଛକରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦୁଇ ପକ୍ଷ ମଧ୍ୟରେ ଢେଲାପଥର ମାଡ଼ ହୋଇଥିବା ବେଳେ ପୁଲିସ୍‌ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଛି। ତେବେ ପୁଲିସ୍‌ର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ଗତକାଲି ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

  • Friday, 16 July 2021