• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jjj-up
ରାଉରକେଲା NITରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା : ରାଉରକେଲା NITରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତ୍ରିରେ ଓ୍ୱାର୍କ୍ସ ଓ ପର୍ଚେଜ୍ ଡିପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଗତ ରାତିରେ ଏହି ନିଆଁ ଲାଗିଥିଲା। କର୍ତ୍ତୃପକ୍ଷ ଜାଣିବା ମାତ୍ରେ ଦମକଳକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଅାସି ନିଆଁକୁ ଅାୟତ୍ତ କରିଛି। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ […]

  • Friday, 16 July 2021
biju
ବିଜୁ ସ୍ୱାସ୍ଥ୍ୟ ଯୋଜନା ବିଜ୍ଞାପନ ବିବାଦ ପ୍ରସଙ୍ଗ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ସୋଶାଲ ମିଡିଅାରେ ଏକ ଭିଡିଓ ଭାଇରାଲ ହେବାପରେ, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଅାଯାଇଛି। ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶିଖାଇ ଏପରି ଭିଡିଓ ତିଅାରି କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୯ ଏବଂ ୧୦ ତାରିଖରେ ଲକ୍ଷ୍ମଣ କୁମାର ନାମକ ରୋଗୀ ନୂଅାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି […]

  • Friday, 16 July 2021
konark festival
କୋଣାର୍କ ଉତ୍ସବ ୨୦୧୮ : ମନ ଜିଣୁଛି ଓଡ଼ିଶୀ ନୃତ୍ୟ

କୋଣାର୍କ : କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଚତୁର୍ଥ ସଂଧ୍ୟାରେ କାର୍ଯ୍ୟକ୍ରମରେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରିଥିଲା ଅାସାମର ଅନ୍ୱେଷା ମହନ୍ତ ଓ ସାଥୀ କଳାକାରଙ୍କ ଓଡ଼ିଶୀ ନୃତ୍ୟ। ଇଲିଅାନା ଚିତାରିସ୍ତି, ଶାଶ୍ୱତ ଯୋଶୀଙ୍କ ନୃତ୍ୟାଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା।   ଅାଜି କୋଣାର୍କ ଉତ୍ସବର ଅନ୍ତିମ ଦିନରେ ମୁଖ୍ୟ ଅାକର୍ଷଣ ରହିବ ଅହମ୍ମଦାବାଦର ପଦ୍ମବିଭୂଷଣ କୁମୁଦୁନି ଲାଖିଅା ଓ ସାଥୀ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ।  

  • Friday, 16 July 2021
death
ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀଙ୍କ ମୃତ୍ୟୁ

ରାଉରକେଲା : ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀ ମୃତ। ରାଉରକେଲା ବିଶ୍ରା ଛକରେ ଦୁର୍ଘଟଣା ଘଟି କୁଆଁରମୁଣ୍ଡା ଧାନାଥିକାରୀ ମନୋଜ କୁମାର ନାୟକଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ଡ୍ୟୁଟି ସାରି ଫେରିବାବେଳେ ଦୁର୍ଘଟଣା ଘଟିଥିଲା। ବିସ୍ରା ଛକରେ ଡିଭାଇଡରରେ କାର୍‌ ପିଟି ହୋଇ ଦୁର୍ଘଟଣା ଘଟିଥିଲା।  

  • Friday, 16 July 2021
land
ବିଭିନ୍ନ ଦାବି ନେଇ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ରାଜ୍ୟର ସମସ୍ତ  ମହାନଗର ନିଗମରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ଦାବି କରିଛି ଓଡ଼ିଶା ବସ୍ତି ସଂଘର୍ଷ ସମିତି। ଏନେଇ ରାଜଧାନୀର ଗାନ୍ଧି ମାର୍ଗରେ ସମିତ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସରକାର ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଅବହେଳା କରି ମ୍ୟୁନିସିପାଲିଟି ଏବଂ ଏନ୍ଏସିରେ ରହୁଥିବା ବସ୍ତିବାଲିନ୍ଦାଙ୍କୁ ଜମିପଟ୍ଟା ଦେଉଛନ୍ତି। ଏହାକୁ ବିରୋଧ କରିଛି ବସ୍ତି ସଂଘର୍ଷ ସମିତି। ଏହା ସହ  ଓଡ଼ିଶା ବସ୍ତିବାସିନ୍ଦା କଲ୍ୟାଣ ନିଗମ ଗଠନ […]

  • Friday, 16 July 2021
bus1
ସରକାରୀ ବସ୍‌ରେ ମାଓବାଦୀଙ୍କ ବ୍ୟାନର୍‌

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅଞ୍ଚଳରେ ସରକାରୀ ବସ୍‌ରେ ମାଓବାଦୀଙ୍କ ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଛି। ଭଇଁଷାଦାନୀରୁ ନୂଆପଡ଼ା ଯାଉଥିବା ବିଜୁ ଗାଁ ଗାଡ଼ିରେ ଏହି ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଛି। ଜାନୁଆରୀ ୩୧ରେ ଭାରତ ବନ୍ଦ ଲାଗି ଏହି ବ୍ୟାନର୍‌ରେ ମାଧ୍ୟମରେ ଅନୁରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ମାଓବାଦୀ କମିଟି ପକ୍ଷରୁ ଏହି ବ୍ୟାନର୍‌ ଲଗାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ୭ରୁ ୮ ଜଣ ମାଓବାଦୀ ଆସି ଏହି ବ୍ୟାନର୍‌ ଲଗାଇଥିବା କୁହାଯାଉଛି। […]

  • Friday, 16 July 2021
j1
ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର: ଯବାନଙ୍କ ସନ୍ଦେହଜନକ ମୃତ୍ୟୁ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନାଳକୁଳ ଗାଁରେ ଜଣେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେପଟେ  ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯବାନ ହେଲେ ସୌମ୍ୟରଞ୍ଜନ ପରିଡ଼ା। ସୌମ୍ୟରଞ୍ଜନ ଛୁଟିରେ ଘରକୁ ଆସିଥିଲେ। ଗତ ୨୭ ତାରିଖ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହିତ ଏକ ବିବାହ ଭୋଜିକୁ ଯାଇଥିଲେ। ହେଲେ ବିଳମ୍ବିତ ରାତିରେ କେହି ତାଙ୍କୁ ଘର ସମ୍ମୁଖରେ ମୁମୂର୍ଷୁ ଅବସ୍ଥାରେ ଛାଡି ଦେଇ ଚାଲି […]

  • Friday, 16 July 2021
biswajit
ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ

ପୁରୀ : ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ। ନୂଅା ନୀତି ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶ୍ୱଜିତ୍ ବିଶ୍ୱାଳ। ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି କିଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ, ତା ଉପରେ ଗୁରୁତ୍ୱ ଦିଅାଯିବ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଦାୟୀ ନୀତି ପ୍ରଶାସକ ପ୍ରଦୀପ ଦାଶ। କହିଛନ୍ତି, ଚାବି ହଜିବା ପ୍ରସଙ୍ଗରେ କିଛି ରହସ୍ୟ ନାହିଁ […]

  • Friday, 16 July 2021
lll
ଶ୍ରୀଜଗନ୍ନାଥ ସେନାର ଅାବେଦନ ଖାରଜ

ପୁରୀ : ସୁପ୍ରିମ୍‌କୋର୍ଟରେ ଶ୍ରୀଜଗନ୍ନାଥ ସେନାର ଅାବେଦନ ଖାରଜ। ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ଧରି ଶ୍ରୀମନ୍ଦିର ଭିତରେ ପ୍ରବେଶ ଅଭିଯୋଗର ସିବିଅାଇ ତଦନ୍ତ କରିବାକୁ ଦାବି କରି ରିଟ୍ ପିଟିସନ ଦାଖଲ କରିଥିଲା ଶ୍ରୀଜଗନ୍ନାଥ ସେନା। ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ଡାକରା ଦେଇଥିଲା। ସେହି ସମୟରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ପୁଲିସ ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ନେଇ ଶ୍ରୀମନ୍ଦିରରେ […]

  • Friday, 16 July 2021
airport
ଭୁବନେଶ୍ୱର ଏୟାରପୋର୍ଟର ହେବ ସଂପ୍ରସାରଣ; ନିର୍ମାଣ ହେବ ତୃତୀୟ ଟର୍ମିନାଲ୍

ଭୁବନେଶ୍ୱର :  ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ସଂପ୍ରସାରଣ। ନିର୍ମାଣ ହେବ ଅାଉ ଏକ ଟର୍ମିନାଲ୍। ତୃତୀୟ ଟର୍ମିନାଲ୍ ପାଇଁ ଅାରମ୍ଭ ହୋଇଛି ପ୍ରକ୍ରିୟା ଏନେଇ ଅାଜି ସଚିବାଳୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିସ୍ତୃତ ଅାଲୋଚନା ହୋଇଛି। ନିଷ୍ପତ୍ତି ଅନୁଯାୟୀ ଅାସନ୍ତା ଜୁଲାଇ-ଅଗଷ୍ଟରୁ ଟି-ଥ୍ରୀ ନିର୍ମାଣ କାର୍ଯ୍ୟ ଅାରମ୍ଭ କରାଯାଇ ୩ ବର୍ଷ ମଧ୍ୟରେ ଶେଷ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୯୩୦ କୋଟି ଟଙ୍କା। ଏହି […]

  • Friday, 16 July 2021
m1
ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ରେ ନିଆଁ ଲଗାଇ ଦେଲେ ମାଓବାଦୀ

ମାଲକାନଗିରି: ସହିଦ ସପ୍ତାହ ପାଳନ ବେଳେ ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ମାଥିଲି ମୁଣ୍ଡାଗୁଡ଼ାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ମହୁପଦରରୁ ମୋଟୁ ଯାଉଥିବା ଯାତ୍ରୀବାହୀ ବସ୍‌କୁ ମାଓବାଦୀମାନେ ମୁଣ୍ଡାଗୁଡ଼ା ପାଖରେ ଅଟକାଇଥିଲେ। ଏହାପରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହାସହ ବସ୍ ଡ୍ରାଇଭରକୁ ମଧ୍ୟ ସେମାନେ ନିର୍ଧୂମ ପିଟିଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

  • Friday, 16 July 2021
h1
ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼

କେନ୍ଦୁଝର: ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼। କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍‌ଷ୍ଟାଣ୍ଡରେ ଜଣେ ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ପିଠି ଓ କାନରେ ଆଘାତ ଲାଗିଛି।ତାଙ୍କୁ ଟାଟା ଷ୍ଟିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ବଡ୍‌ବିଲ୍‌ ସ୍ଥିତ ସେଣ୍ଟମେରୀ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର। ଆଜି ଛାତ୍ର ଜଣକ ସ୍କୁଲ୍ ଯିବା ପାଇଁ ଯୋଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ମୋବାଇଲ୍ ଛଡ଼ାଇ […]

  • Friday, 16 July 2021
abhijit
ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ନିବେଦନ କଲେ ଅଭିଜିତ୍ ଅାୟର

ଭୁବନେଶ୍ୱର : ନିଜ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅଭିଜିତ୍ ଅାୟର ମିତ୍ରଙ୍କ ଅନୁରୋଧ। ଏନେଇ ଅଭିଜିତ୍ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଜରିଅାରେ ଚିଠି ଲେଖିଛନ୍ତି। ତେବେ ଗତ ମାସ ୨୦ ତାରିଖରେ ଅାୟାର ଏହି ଚିଠି ଲେଖିଥିଲେ ମଧ୍ୟ ଜେଲ୍ ଜିଅାଇଜି ଅାଜି ଏହାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଛନ୍ତି। ନିଜ ମନ୍ତବ୍ୟ ଲାଗି ସେ କ୍ଷମା ମାଗିଥିଲେ ଓ ଗତ ମାସ ୧୬ ତାରିଖରୁ ଓଡ଼ିଶା […]

  • Friday, 16 July 2021
d1
ରାସ୍ତା କଡ଼ରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ବଲାଙ୍ଗିର: ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଗୁଏଲଭାଡ଼ି ଗାଁ ନିକଟ ରିଜର୍ଭ ଫରେଷ୍ଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଗୁଏଲଭାଡ଼ି ଗାଁର ଟ୍ରାକ୍ଟର ଡ୍ରାଇଭର ଜୟବିଶି ମାଝୀ ବୋଲି ଜଣା ପଡ଼ିଛି। ଗତ ୨୬ ତାରିଖରୁ ସେ ନିଖୋଜ ଥିବା ନେଇ ବଡ଼ମାଲ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଗତକାଲି ତାଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବାରୁ ଏହା ଏକ […]

  • Friday, 16 July 2021
disability day
ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ

ନୟାଗଡ଼ : ଅାଜି ବିଶ୍ୱ ଭିନ୍ନକ୍ଷମ ଦିବସ। ସାରା ଦେଶରେ ଏନେଇ ଅାୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ସମାଜରେ ଦିବ୍ୟାଙ୍ଗଙ୍କ ଅଧିକାର ଏବଂ ତାଙ୍କୁ ସକ୍ଷମ କରିବା ନେଇ ପ୍ରଚେଷ୍ଟା କରାଯାଉଛି। ଏହି ଅାଧାରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନକ୍ଷମ ଦିବସ ପାଳନ ହୋଇଛି। ନୟାଗଡ଼ ଇଟାମାଟିରେ ଜିଲ୍ଲା ଅାଇନ ପ୍ରାଧିକରଣ ପକ୍ଷରୁ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅାୟୋଜନ ହୋଇଛି। ଜିଲ୍ଲା ଦୌରାଜଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଦିବ୍ୟାଙ୍ଗଙ୍କୁ ତୁରନ୍ତ ଏବଂ ମାଗଣା ନ୍ୟାୟିକ ବ୍ୟବସ୍ଥା […]

  • Friday, 16 July 2021
pravati
ସେଲଟର ହୋମ୍‌ରେ ନିର୍ଯାତନାକୁ ନେଇ ସାଂଘାତିକ ଅଭିଯୋଗ

ଢେଙ୍କାନାଳ : ବେଲଟିକିରି ସେଲଟର୍ ହୋମ୍‌ ନିର୍ଯାତନା ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ ଅାଣିଛନ୍ତି ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା। ସେଲ୍‌ଟର ହାଉସ୍ ପାଇଁ କଡ଼ା ନିୟମ ଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଖାମଖିଅାଲି ପାଇଁ ବେଧଢ଼କ ଭାବେ ସଂସ୍ଥା ତା କାୟା ବିସ୍ତାର କରିଛି। ଅାଶ୍ରୟ ଗୃହ ନାଁରେ ଅାଦିବାସୀଙ୍କୁ ଠକି ଧର୍ମ ପରିବର୍ତ୍ତନ କରାଯାଉଛି। ଅାଦିବାସୀ ବହୁଳ ଅଞ୍ଚଳରେ […]

  • Friday, 16 July 2021
accident---2
ଦୁର୍ଘଟଣାରେ ବାପ-ପୁଅ ମୃତ

ନୂଅାପଡ଼ା  : ନୂଅାପଡ଼ା ଜିଲ୍ଲା କୋମନା ଥାନା ବାଞ୍ଜି ବାହାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। NH ୩୫୩ରେ କାର୍ ଓଲଟି ବାପ-ପୁଅ ମୃତ। ବୋହୂ ଓ ଶାଶୂ ଗୁରୁତର ଭାବେ ଅାହତ ହୋଇ ନୂଅାପଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତାହତମାନ ଛତିଶଗଡ଼ ଦୁର୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏକ କାର୍‌ରେ ସେମାନେ ଅାସୁଥିବା ବେଳେ ଭାରସାମ୍ୟ ହରାଇ ତାହା ଓଲଟି ପଡ଼ିଥିଲା। ଅମିତ ସିଂହ ଓ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଅମିତଙ୍କ ମାଅା ରୋଜା […]

  • Friday, 16 July 2021
k1
ଫିଲ୍ମ ଦେଖି ଫେରୁଥିବା ବେଳେ ୩ ଯୁବତୀଙ୍କୁ ଜଣେ ଯୁବକ ବେଲ୍ଟରେ ପିଟିଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଫିଲ୍ମ ହଲ୍ ପରିସରରେ ଏକ ଅପ୍ରୀତିକର ଘଟଣା ଘଟିଛି। ଫିଲ୍ମ ଦେଖି ଫେରୁଥିବା ବେଳେ ୩ ଜଣ ଯୁବତୀଙ୍କୁ ଜଣେ ଯୁବକ ବେଲ୍ଟରେ ପିଟିଥିବା ଅଭିଯୋଗ ହୋଇଛି। ଉକ୍ତ ଯୁବକକୁ ଖାରବେଳନଗର ଥାନା ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଏହି ୩ଜଣ ଯୁବତୀ ରାଜଧାନୀର ଏକ ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ବୋଲି ଜଣା ପଡ଼ିଛି। ତେବେ ୩ ଯୁବତୀଙ୍କୁ ଯୁବକ ଜଣଙ୍କ କାହିଁକି ଆକ୍ରମଣ କଲେ ତାହା […]

  • Friday, 16 July 2021
mass marriage
ମୁସଲିମ ଗଣବିବାହରେ ନକଲି ବୟସ ପ୍ରମାଣପତ୍ର

ସମ୍ବଲପୁର : ସମ୍ବଲପୁରରେ ମୁସଲିମ୍‌ ଗଣବିବାହ କାର୍ଯ୍ୟକ୍ରମରେ ନକଲି ବୟସ ପ୍ରମାଣପତ୍ର ଦେଇଥିବା ଅଭିଯୋଗ। ଫଳରେ ୫ଟି ବିବାହକୁ ବାତିଲ୍ କରାଯାଇଛି। ସୂଚନା ମୁତାବକ, ମୋଟ୍ ୨୧ ଯୋଡା ଗରିବ ଯୁବକ ଯୁବତୀଙ୍କୁ ନେଇ ଏହି ଗଣ ବିବାହ ଅାୟୋଜନ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୫ଜଣ ଝିଅଙ୍କର ବୟସ ୧୮ ବର୍ଷରୁ କମ୍ ଥିବା ଅଭିଯୋଗ ହୋଇଥିଲା। ସକାଳେ ବିବାହ ପୂର୍ବରୁ, ପୁଲିସ୍, ଶିଶୁ ସୁରକ୍ଷା ଅଧିକାରୀ ଏବଂ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଘଟଣାସ୍ଥଳରେ ପହଂଚିଥିଲେ। […]

  • Friday, 16 July 2021
sri sri
ଶ୍ରୀ ଶ୍ରୀ ୟୁନିଭର୍ସିଟି ସୁପରଭାଇଜର ହତ୍ୟା ଘଟଣାର ପର୍ଦ୍ଦାଫାସ

କଟକ : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସୁପରଭାଇଜର ସୁନୀଲ ସାହୁ ହତ୍ୟାକାଣ୍ଡର ଗୁମର ଖୋଲିଛି କମିଶନରେଟ୍ ପୁଲିସ। ନିଜ ସ୍କୁଲ ସାଙ୍ଗକୁ ଶାରୀରିକ ଓ ମାନସିକ ନିର୍ଯାତନା ନେଇ ଏହି କାଣ୍ଡ ଘଟାଇଛି। ଗିରଫ ଅଭିଯୁକ୍ତ ନିରଞ୍ଜନ ବେହେରା ହତ୍ୟାକାଣ୍ଡ ସଂପର୍କରେ ଅାଜି ଏମିତି କିଛି ଖୁଲାସା କରିଛନ୍ତି ପୁଲିସ କମିଶନର। କମିଶନରଙ୍କ କହିବା ଅନୁସାରେ ସୁନୀଲ ଡେଙ୍କାନାଳରେ ଏକ ଘରୋଇ କଲେଜ୍‌ରେ ଅାଡମିନିଷ୍ଟ୍ରେଟର ଭାବେ କାମ କରୁଥିଲେ। ସେଠାରେ ସେ ଜଣେ ଅଧ୍ୟାପିକାଙ୍କ ସହ ଜୋର […]

  • Friday, 16 July 2021
aids patient
ଏଡ୍‌ସ ପୀଡିତା ମହିଳାଙ୍କୁ ଏଯାଏଁ ମିଳିନି ମୌଳିକ ସୁବିଧା

ବାଲେଶ୍ୱର : ଗତକାଲି ଏଡ୍‌ସ ଦିବସରେ ସଚେତନତା ବାର୍ତ୍ତାର ସୁଅ ଛୁଟୁଥିବାବେଳେ ଏଡ୍‌ସ ରୋଗୀଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦିଅାଯାଇଥିଲା। କିନ୍ତୁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅଞ୍ଚଳର ଜଣେ ଏଡ୍‌ସ ପୀଡିତା ମହିଳାଙ୍କୁ ଏଯାଏଁ ମିଳିନି ମୌଳିକ ସୁବିଧା। ବହୁ ଦିନ ଧରି ସେ ଏଡ୍‌ସ ରୋଗରେ ପୀଡିତ ଅଛନ୍ତି। ସ୍ୱାମୀ ମୁମ୍ବାଇରେ କାମ କରୁଥିବା ବେଳେ ଏହି ରୋଗ ନେଇ ଅାସିଥିଲେ। ସ୍ୱାମୀ ତ ଅାରପାରିକୁ ଚାଲି ଗଲେଣି , ହେଲେ ସାମାଜିକ କଟକଣା ମଧ୍ୟରେ […]

  • Friday, 16 July 2021
jail
କଏଦୀଙ୍କ ଅାକ୍ରମଣରେ ଅନ୍ୟ ଜଣେ କଏଦୀଙ୍କ ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ଜିଲ୍ଲା କାରାଗାରରେ ଜଣେ କଏଦୀଙ୍କ ଅାକ୍ରମଣରେ ଅାଉ ଜଣେ କଏଦୀଙ୍କ ମୃତ୍ୟୁ। ମୃତ କଏଦୀ ଜଣକ ହେଲେ ତୁମୁଡିବନ୍ଧ ଥାନା ଅଞ୍ଚଳର ଲକ୍ଷ୍ମଣ ନାୟକ। ଅାଜୀବନ ସଜା କାଟୁଥିବା କାହ୍ନୁଚରଣ ନାୟକ ନାମକ ଅନ୍ୟ ଜଣେ କଏଦୀ ତାଙ୍କୁ ଅାକ୍ରମଣ କରିଥିଲା। ତାଙ୍କ ମୁଣ୍ଡରେ ଗଭୀର ଅାହତ ଲାଗିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ମେଡିକାଲରେ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

  • Friday, 16 July 2021
abhijit
ଅସୁସ୍ଥ ଅଭିଜିତ୍ ଅାୟର

ଭୁବନେଶ୍ୱର : ଅସୁସ୍ଥ ଅଭିଜିତ୍ ଅାୟର। ପେଟ ଯନ୍ତ୍ରଣା ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅଭିଜିତ୍ ଅାୟରଙ୍କୁ ଭର୍ତ୍ତି କରାଯାଇଛି। କ୍ୟାବିନରେ ରଖି ଚିକିତ୍ସା ଚାଲିଛି। ଏଥିପାଇଁ କଡ଼ା ସୁରକ୍ଷା ଭିତରେ ଅଭିଜିତଙ୍କୁ ଝାରପଡା ଜେଲ୍‌ରୁ ହସ୍ପିଟାଲକୁ ଅଣାଯାଇଥିଲା। ଓଡ଼ିଶାର ଐତିହ୍ୟ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି ଅଭିଜିତ୍ ଅାୟର। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଜିତ ଅାୟାରଙ୍କୁ ନେଇ ଟ୍ୱିଟ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଭୁଲ ପାଇଁ […]

  • Friday, 16 July 2021
bjp team
ବେଲଟିକିରିରେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଅନୁଧ୍ୟାନ

କଟକ : ଅାଜି ବେଲଟିକିରି ଯାଇଛି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ସେଲ୍‌ଟର ହୋମ୍‌ରେ ନିର୍ଯାତନା ଘଟଣାର ଅନୁଧ୍ୟାନ କରିବାକୁ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ବେଅାଇନ୍ ସେଲଟର ହୋମ୍‌ରେ ବୁଲିବା ସହ ଗାଁ ଲୋକଙ୍କ ସହ ଅାଲୋଚନା କରିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସହ ଘଟଣା ସମ୍ପର୍କରେ ଅାଲୋଚନା କରିଛନ୍ତି। କିନ୍ତୁ ଜିଲ୍ଲାପାଳଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବା ପରେ ବିଜେପି ଟିମ୍ ଜିଲ୍ଲାପାଳଙ୍କ ଅଫିସ୍ ଅାଗରେ ଧାରଣା ଦେଇଥିଲା। ବର୍ଷ ବର୍ଷ […]

  • Friday, 16 July 2021
aparajita 2
ଆରମ୍ଭରୁ ରାଜ୍ୟ ସରକାରଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍

ଭୁବନେଶ୍ୱର : ଅାରମ୍ଭରୁ ରାଜ୍ୟ ସରକାରଙ୍କୁ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଭୁବନେଶ୍ୱରରେ ଦଳ ପକ୍ଷରୁ ଅାୟୋଜିତ ସମ୍ବର୍ଦ୍ଧନା ସଭାରେ ସିଧାସଳଖ ରାଜ୍ୟ ସରକାରଙ୍କୁ ସମାଲୋଚନା କରି, ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶା ଦରିଦ୍ର ଓ ପଛୁଅା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ତାସହ ଅଭିଯୋଗ କରିଛନ୍ତି ବିକାଶ ଓ ପ୍ରଗତି ରାଜ୍ୟରେ ପଥଚ୍ୟୁତ ହୋଇଛି। ଅାଇନଶୃଙ୍ଖଳା ବିପର୍ଯ୍ୟୟ ହୋଇଥିବାବେଳେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢି ଚାଲିଛି। ସ୍ୱଚ୍ଛ ଭାରତରେ ବି ଓଡ଼ିଶା ୨୯ […]

  • Friday, 16 July 2021