• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

asit 3
ନୂଅା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଅସିତ୍‌ ତ୍ରିପାଠୀ

ଭୁବନେଶ୍ୱର : ନୂଅା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଅାଇଏଏସ୍ ଅସିତ ତ୍ରିପାଠୀ । ଗତକାଲି ଅାର୍. ବାଲ୍‌କ୍ରିଷ୍ଣନ୍‌ଙ୍କ ସ୍ଥାନରେ ଅସିତ୍‌ ତ୍ରିପାଠୀଙ୍କୁ ନିଯୁକ୍ତ କରିଥିଲେ ରାଜ୍ୟ ସରକାର। ଉନ୍ନୟନ କମିଶନର ସହ ଗୃହ ବିଭାଗ ACS ଦାୟିତ୍ୱରେ ରହିବେ ଅସିତ୍‌ ତ୍ରିପାଠୀ । ଗତକାଲି ଉନ୍ନୟନ କମିଶନର ବାଲକ୍ରିଷ୍ଣନ ଚାକିରିରୁ ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା।

  • Friday, 16 July 2021
c1
ଗାଈ ଚୋର ସନ୍ଦେହରେ ୪ ଜଣଙ୍କୁ ନିର୍ଧୂମ ପିଟିଲେ

କଟକ: କଟକ ବିଡ଼ାନାସୀ ବଉଳ ଛକରେ ଗାଈ ଚୋର ସନ୍ଦେହରେ ୪ ଜଣଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି।  ଲୋକଙ୍କ ମାଡ଼ରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ଆଣିଥିବା ଗୋଟିଏ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଛନ୍ତି। ଗତକାଲି ରାତିରେ ୪ ଜଣ ବ୍ୟକ୍ତି ଗୋଟିଏ ଗାଡ଼ି ଧରି ବିଡ଼ାନାସୀ ଅଞ୍ଚଳରେ ପଶିଥିଲେ। ଗାଈ ଚୋରି କରୁଥିବା ସନ୍ଦେହ କରି ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ତେବେ […]

  • Friday, 16 July 2021
dama-up
ବିଜୟ ଓ ଦିଲୀପଙ୍କୁ ପରାମର୍ଶ ଦେଲେ ଦାମ

ଭୁବନେଶ୍ୱର : ବିଜେପି ଛାଡ଼ିଥିବା ବରିଷ୍ଠ ନେତା ଦିଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କୁ ବିଜୁ ସମତା କ୍ରାନ୍ତି ଦଳର ମୁଖ୍ୟ ଦାମ ରାଉତଙ୍କ ପରାମର୍ଶ। ରାଜ୍ୟରେ କ୍ଷମତା ପରିବର୍ତ୍ତନ ଅାଣିବା ସହ ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ଓ ପରିବାରବାଦରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ବିଜୟ ଓ ଦିଲୀପ ତାଙ୍କ ଦଳରେ ମିଶିବା ଲାଗି ଅାହ୍ୱାନ ଦେଇଛନ୍ତି। ଏନେଇ ଦାମ କହିଛନ୍ତି ଯେ, ଦୁହେଁ ବିଜେପି ଛାଡ଼ିବା ନେଇ ଚର୍ଚ୍ଚା ହେବା ପରେ ସେ ଦିଲୀପ […]

  • Friday, 16 July 2021
shelter
ସେଲଟର୍ ହୋମ୍‌ରେ ଚାଲିଥିବା ନିର୍ଯାତନା ନେଇ ଗୁମର ଖୋଲିଲା ଇ-ମେଲ୍

ଢେଙ୍କାନାଳ : ସେଲଟର୍ ହୋମ୍‌ରେ ଚାଲିଥିବା ନିର୍ଯାତନା ନେଇ ଗୁମର ଖୋଲିଲା ଇ-ମେଲ୍। ସେଲ୍‌ଟର୍ ହୋମ୍‌ରେ ନିର୍ଯାତନା ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଗତମାସ ୨୪ ତାରିଖରେ ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସେଲଟର ହୋମ୍ ପରିଚାଳନା କମିଟି ପକ୍ଷରୁ ପ୍ରମୋଦ ରାଉଳ ବିଭିନ୍ନ ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖିଥିଲେ। ଏଥିରେ ସେଲଟର ହୋମର ସମସ୍ତ କାଗଜପତ୍ର ଅପଡେଟ୍‌ କରିବାକୁ ପରାମର୍ଶ ଦିଅାଯାଇଥିଲା। ଏହାସହ ସେଲଟର ହୋମ୍‌ରେ ଦିଅାଯାଉଥିବା ସମସ୍ତ ସୁବିଧା ଅନ୍ତେବାସୀଙ୍କୁ ଅବଗତ […]

  • Friday, 16 July 2021
asisit-up 12
ନୂଅା ଉନ୍ନୟନ କମିଶନର ଭାବେ ଅସିତ୍‌ ତ୍ରିପାଠୀ ନିଯୁକ୍ତ

ଭୁବନେଶ୍ୱର : ନୂଅା ଉନ୍ନୟନ କମିଶନର ହେଲେ ଅସିତ୍‌ ତ୍ରିପାଠୀ । ଅାର୍. ବାଲ୍‌କ୍ରିଷ୍ଣନ୍‌ଙ୍କ ସ୍ଥାନରେ ଅସିତ୍‌ ତ୍ରିପାଠୀଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଉନ୍ନୟନ କମିଶନର ସହ ଗୃହ ବିଭାଗ ACS ଦାୟିତ୍ୱରେ ରହିବେ ଅସିତ୍‌ ତ୍ରିପାଠୀ । ଅାଜି ଉନ୍ନୟନ କମିଶନର ବାଲକ୍ରିଷ୍ଣନ ଚାକିରିରୁ ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ସେହିପରି ସମବାୟ ସଚିବଙ୍କୁ OSWC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଅାଯାଇଛି । OSWC ଅଧ୍ୟକ୍ଷ ସଂଗ୍ରାମ […]

  • Friday, 16 July 2021
snacher
ରାଜଧାନୀରେ ଅାତଙ୍କ ଚଳାଇଥିବା ଛିନ୍‌ତାଇ ଗ୍ୟାଙ୍ଗର ପର୍ଦ୍ଦାଫାସ

ଭୁବନେଶ୍ୱର : ରାଜଧାନୀରେ ଅାତଙ୍କ ଚଳାଇଥିବା ଛିନ୍‌ତାଇ ଗ୍ୟାଙ୍ଗର ପର୍ଦ୍ଦାଫାସ। ତିନୋଟି ଛିନ୍‌ତାଇ ଗ୍ୟାଙ୍ଗର ୯ ଜଣ ଲୁଟେରା ଗିରଫ।  ୩୫ଟି ଲୁଟ୍‌ ମୋବାଇଲ ସମେତ ତିନୋଟି ବାଇକ୍‌ ଜବତ କରିଛି ପୁଲିସ୍‌। ଜଟଣୀ ପୁଲିସ, ବରଗଡ ପୁଲିସ ସ୍ପେଶାଲ ସ୍କାର୍ଡ ଏମାନଙ୍କୁ ଗିରଫ କରିଛନ୍ତି। ଖଣ୍ଡିଗିରି, ପାତ୍ରପଡା, ଜଟଣୀ ସମେତ ସହରର ଏକାଧିକ ଥାନା ଅଂଚଳରେ ଏମାନେ କୋକୁଅା ଭୟ ସୃଷ୍ଟି କରିଥିଲେ। ମହିଳାଙ୍କୁ ଟାର୍ଗେଟ କରିବା ସହ ଚଳନ୍ତା ବାଇକ୍‌ ଉପରକୁ ଅତର୍କିତ ଲୁଟ୍‌ […]

  • Friday, 16 July 2021
h1
କନ୍ୟାଶ୍ରମରୁ ନିଖୋଜ ୨୯ ଛାତ୍ରୀ ଉଦ୍ଧାର

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତର୍ଗତ ଅନ୍ତରବା କନ୍ୟାଶ୍ରମରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ  ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପରେ ସମସ୍ତଙ୍କୁ ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟରେ ରଖାଯିବା ସହ ହଷ୍ଟେଲ ଛାଡ଼ିବା ସମ୍ପର୍କରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ୍ ଫୋନ୍‌କୁ ଟ୍ରାକିଂ କରାଯାଇ ଚନ୍ଦ୍ରଗିରି ଟାଙ୍କିଲିପଦର ଗାଁ ପାଖ ଜଙ୍ଗଲରେ ଥିବା ଏକ କୁଡ଼ିଆରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନାଥାଉ କି, ଶନିବାର ବିଳମ୍ବିତ […]

  • Friday, 16 July 2021
puri--1
ରତ୍ନଭଣ୍ଡାର ଚାବି ରିପୋର୍ଟ ଦାଖଲ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କଲେ ତଦନ୍ତ କମିଶନ। ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ରଘୁବୀର ଦାସ ତଦନ୍ତ କମିଶନ ଅାଜି ଏ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି। କମିଶନଙ୍କ ସଚିବ ଗୃହ ବିଭାଗ ଅନୁ ସଚିବଙ୍କୁ ରିପୋର୍ଟ ଦେଇଥିବା ଜଣାପଡିଛି। ମୋଟ ୩୨୪ ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେବା ପରେ ଏହାର […]

  • Friday, 16 July 2021
accident 2
ଘାଟିରେ ଟ୍ରକ୍ ଓଲଟି ୩ ମୃତ

ଗଜପତି  : ଘାଟିରେ ୧୦୦ ଫୁଟ ତଳକୁ ଖସିଲା ରିଲିଫ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍‌। ଦୁର୍ଘଟଣାରେ ଟ୍ରକ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ଅାର୍ ଉଦୟଗିରି ଥାନା ବାଦପୁର ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏହି ୧୦ ଚକିଅା ଟ୍ରକ୍‌ଟି ତିତ୍‌ଲି ପୀଡିତଙ୍କ ପାଇଁ ପାରଳାଖେମୁଣ୍ଡିରୁ ପ୍ରାୟ ୩ ହଜାର କମ୍ବଳ ନେଇ ମୋହନା ଯାଉଥିଲା। ତେବେ ବାଦପୁର ଘାଟିରେ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ […]

  • Friday, 16 July 2021
actress
ବଙ୍ଗୀୟ ଅଭିନେତ୍ରୀଙ୍କ ଘରୁ ଚୋରି କରିଥିବା ଚୋର ଭୁବନେଶ୍ୱରରୁ ଗିରଫ

ଭୁବନେଶ୍ୱର : ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନ୍‌ଗୁପ୍ତାଙ୍କ ଘରୁ ଚୋରି କରିଥିବା ଚୋର ଭୁବନେଶ୍ୱରରୁ ଗିରଫ। କମିଶନରେଟ୍ ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍ ଗତକାଲ ରାତିରେ ଭୁବନେଶ୍ୱରର ଏକ ହୋଟେଲରୁ ଚୋରକୁ ଗିରଫ କରିଛି। ଅଭିଯୁକ୍ତ ବୋଧିସତ୍ତ୍ୱ ଭଟ୍ଟାଚାର୍ଯ୍ୟ ୪ ମାସ ତଳେ ଋତୁପର୍ଣ୍ଣାଙ୍କ ଘରୁ ଦେଢ ଲକ୍ଷ ଟଙ୍କା, ଲାପ୍‌ଟପ୍ ସହ ବହୁ ସାମଗ୍ରୀ ଚୋରି କରିଥିଲା। ଲାପ୍‌ଟପ୍ ଓ ଅନ୍ୟ ସାମଗ୍ରୀ ଫେରାଇ ଦେବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲା ଅଭିଯୁକ୍ତ। […]

  • Friday, 16 July 2021
secre
କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : କୃଷକଙ୍କ ସମସ୍ୟାର ସମାଧାନ ପାଇଁ ମନ୍ତ୍ରିସ୍ତରୀୟ ବୈଠକ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏହି ବୈଠକ ଚାଲିଛି। ସମବାୟ ମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧତ୍କାରୀ ଏଥିରେ ଯୋଗଦେଇଛନ୍ତି। ଚାଷୀଙ୍କ ଦାବି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ସମ୍ପର୍କରେ ଅାଲୋଚନା କରାଯାଉଛି। ନିକଟରେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅାନ୍ଦୋଳନ କରାଯାଇଥିଲା। କୃଷକଙ୍କ ସମସ୍ୟାର ସମାଧାନ ପାଇଁ ପାଇଁ ତିନିଜଣିଅା ମନ୍ତ୍ରିସ୍ତରୀୟ କମିଟି […]

  • Friday, 16 July 2021
dharmendra
ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ୍ ପାର୍କ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୯ ଫେବୃଅାରୀ ସୁଦ୍ଧା ପଲିପ୍ରପିଲିନ୍ ପ୍ରକଳ୍ପରୁ ଉତ୍ପାଦନ ଅାରମ୍ଭ ଲକ୍ଷ୍ୟ ରଖାଯାଇଛି। ସେତେବେଳେ ସୁଦ୍ଧା ପ୍ଲାଷ୍ଟିକ୍ ପାର୍କ ନ ହେଲେ ପୁଞ୍ଜି ନିବେଶ ପ୍ରଭାବିତ ହେବ ବୋଲି ସେ ଚିଠିରେ ଲେଖିଛନ୍ତି। ୬ଟି କମ୍ପାନୀ ପ୍ରକଳ୍ପ ପାଇଁ ଅନୁମତି ମାଗିଥିଲେ ମଧ୍ୟ ରାଜ୍ୟସରକାର ଏପର୍ଯ୍ୟନ୍ତ ଜଏଣ୍ଟ ଭେଞ୍ଚର ପାଇଁ ଅନୁମତି ଦେଇ ନାହାନ୍ତି। ଏହି […]

  • Friday, 16 July 2021
fire
ମାଝୀ ଫାୟାର ଓ୍ୱାର୍କ ଗୋଦାମରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା  : ଫାୟାର ଓ୍ୱାର୍କ ଗୋଦାମରେ ନିଆଁ ଲାଗି କର୍ମଚାରୀ ମୃତ। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଛୁଅାଲିବେର୍ଣ୍ଣା ମାଝୀ ଫାୟାର ଓ୍ୱାର୍କ ଗୋଦାମରେ ଘଟିଛି ଏହି ଘଟଣା। ଅଗ୍ନିକାଣ୍ଡରେ ସୁଶାନ୍ତ ଧରୁଅା ନାମକ ଜଣେ ଗୋଦାମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବାଣ ବାନ୍ଧୁଥିବାବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ଗୋଦାମ ଘରଟି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି। ଘଟଣାସ୍ଥଳରେ ଦମକଳ ପହଞ୍ଚି ନିଆଁକୁ ଅାୟତ୍ତ କରୁଥିବା ଜଣାପଡିଛି।

  • Friday, 16 July 2021
girl
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବେଲଘର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁସାରେ, ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ତାଙ୍କୁ ତାଙ୍କରି ଅଞ୍ଚଳର ଜଣେ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେ ଛାତ୍ର ଜଣଙ୍କ କଲେଜରେ ପଢ଼ନ୍ତି। ତେବେ ଦୁଷ୍କର୍ମ ଖବର […]

  • Friday, 16 July 2021
aparajita-up
ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ପହଞ୍ଚିଲେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ। ଅାଜି ସକାଳେ ବିମାନବନ୍ଦରରେ ପହଞ୍ଚିବା ପରେ ଅପରାଜିତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଅାଯାଇଥିଲା। ରାଜଧାନୀ ଅାସି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଅପରାଜିତା। ଏହା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ରହିଛି। ଗତ ୨୭ରେ ଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ବାସଭବନରେ ବିଜେପିରେ ଯୋଗ ଦେଇଥିଲେ ଅପରାଜିତା।  IAS ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଇଛନ୍ତି […]

  • Friday, 16 July 2021
padmapur
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିକୁ ସମର୍ଥନ

ବରଗଡ଼  : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ଦାବିକୁ ସମର୍ଥନ ଜଣାଇ ବରଗଡ଼ ଜିଲ୍ଲା ପଦ୍ମପୁରରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ପଦ୍ମପୁର ଓକିଲ ସଂଘ ପକ୍ଷରୁ ଦିଅାଯାଇଥିବା ଏହି ବନ୍ଦ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି। ସ୍ଥାନୀୟ ଲୋକମାନେ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି। ଅତାବିରା ଓକିଲ ସଂଘ ପକ୍ଷରୁ ବିଭିନ୍ନ ଛକମାନଙ୍କରେ ପିକେଟିଂ କରାଯାଇଛି। ଏଥିଯୋଗୁଁ  ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ସେପଟେ ଦେବଗଡ଼ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି  ଗାଡି […]

  • Friday, 16 July 2021
r1
ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର। ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବେହେରାପାଲିରେ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅକ୍ଷୟ ସାହୁ (୪୩)। ତାଙ୍କ ଘର ବୁରୋମାଲରେ ବୋଲି ଜଣାପଡ଼ିଛି। ମୃତ ଅକ୍ଷୟଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗତକାଲି ସନ୍ଧ୍ୟା ବେଳେ ସେ ବାଇକ୍‌ରେ ଘରୁ ବାହାରି ଯାଇଥିଲେ। ତା’ପରେ ଆଉ ଫେରି ନଥିଲେ। […]

  • Friday, 16 July 2021
accident
ଜୟପାଟଣା ବାନେର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣାର ବାନେର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅାଉ ୨ଜଣ ଗୁରୁତର ଅାହତ ହୋଇଛନ୍ତି। ବିଳମ୍ବିତ ରାତିରେ ଏକ ଟାଟା ୪୦୭ ଗାଡି ଦ୍ରୁତ ବେଗରେ ଯାଉଥିବା ବେଳେ ଜଣେ ସାଇକେଲ ଅାରୋହୀକୁ ଧକ୍କା ଦେଇଥିଲା। ଏଥିରେ ସାଇକେଲ ଅାରୋହୀଙ୍କ ମୃତ୍ୟୁ ହୋଇଥିଲା। ପରେ ଗାଡିଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇ ଓଲଟି ପଡିଥିଲା । ଏଥିରେ ଗାଡି ଅାଗରେ ବସିଥିବା […]

  • Friday, 16 July 2021
ସୋତକୋଲୁଗୀଗ
ତେଜିଲା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ବିବାଦ

ମାଲକାନଗିରି : ମାଲକାନଗିରିରେ ତେଜିଲା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ବିବାଦ। ପ୍ରତିବାଦ ସ୍ୱରୂପ ଛୁଟିରେ ଚାଲି ଯାଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଅଯୋଧ୍ୟାକାନ୍ତ ଶତପଥୀ ମାଲକାନଗିରିରେ କାର୍ଯ୍ୟରେ ଯୋଗ ଦେବା ପର ଠାରୁ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଦାୟିତ୍ୱ ନେବା ପର ଠାରୁ ତାଙ୍କୁ ଘର, ଗାଡି କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ସୁଯୋଗ ଦିଅାଯାଇନଥିବା ସେ କହିଛନ୍ତି। ସେ ଅାଉ ମାଲକାନଗିରିକୁ ଫେରିବେ ନାହିଁ ବୋଲି […]

  • Friday, 16 July 2021
burn
ନିଆଁରେ ପୋଡି ହୋଇ ଦମ୍ପତିଙ୍କ ମୃତ୍ୟୁ

ନୟାଗଡ : ଖଣ୍ଡପଡା ମଙ୍ଗଳାସାହିର ନିଆଁରେ ପୋଡି ହୋଇଥିବା ଦମ୍ପତିଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପାରିବାରିକ ବିବାଦକୁ କେନ୍ଦ୍ର କରି ସଦାନନ୍ଦ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ସଦାନନ୍ଦ କିରାସିନି ଢାଳି ଅାତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମଧ୍ୟ ପୋଡି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଦମ୍ପତିଙ୍କ […]

  • Friday, 16 July 2021
u1
ମାଟିତଳୁ ମୃତଦେହ ଉଦ୍ଧାର

ନବରଙ୍ଗପୁର: ମାଟିତଳୁ ମୃତଦେହ ଉଦ୍ଧାର। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ଢେପଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ୪ ଦିନ ପରେ ଅର୍ଥାତ୍‌ ଗତକାଲି ପୁଲିସ୍‌ ମାଟିତଳୁ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ନାଁ ଚନ୍ଦନ ଜାନୀ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭୁବନ ଜାନୀ ଓ ତାଙ୍କର ୩ଜଣ ଶଳାଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ର ସୂଚନା ଅନୁସାରେ, ଗତ ୨୨ ତାରିଖ ଦିନ ଚନ୍ଦନଙ୍କୁ […]

  • Friday, 16 July 2021
e1
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବ୍‌ଲୁ ଆହତ

ବଲାଙ୍ଗିର: ପୁଲିସ୍ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ। ବଲାଙ୍ଗିର ଜିଲ୍ଲାରେ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବବ୍‌ଲୁ ମହାନନ୍ଦକୁ ପୁଲିସ୍ ଗତକାଲି ସନ୍ଧ୍ୟାରେ ଏନ୍‌କାଉଣ୍ଟର କରିଛି। ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ସଇଁତଲା ନିକଟରେ ଟିଟିଲାଗଡ଼ ଓ ସଇଁତଲା ପୁଲିସ୍ ମିଶି ବବ୍‌ଲୁକୁ ଏନ୍‌କାଉଣ୍ଟର କରିଥିଲେ। ଏନ୍‌କାଉଣ୍ଟରରେ ବବ୍‌ଲୁର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ତାକୁ ପ୍ରଥମେ ସଇଁତଲା ଡାକ୍ତରଖାନା ଓ ପରେ ବଲାଙ୍ଗିର ହସ୍ପିଟାଲକୁ ଅଣାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତାକୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର […]

  • Friday, 16 July 2021
fire
ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଘର

ଖୋର୍ଦ୍ଧା: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ଘର। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ମଦନପୁର ଗାଁରେ ଗତକାଲି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଏକ ଘରେ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ପ୍ରଥମେ ଗୋଟିଏ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ପରେ ଘରେ ଥିବା ୪ଟି ଯାକ ସିଲିଣ୍ଡରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଫଳରେ ପୂରା ଘରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। […]

  • Friday, 16 July 2021
strike3
ଅାଜି ସମ୍ବଲପୁର ସହ ଅନ୍ୟାନ୍ୟ ସ୍ଥାନରେ କ୍ରିୟାନୁଷ୍ଠାନ କମିଟିର ୪୮ ଘଣ୍ଟିଅା ମହାବନ୍ଦ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଓକିଲଙ୍କ ଅାନ୍ଦୋଳନ। ଅାଜିଠୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨ ଦିନିଅା ମହାବନ୍ଦ ପାଳନ କରାଯାଉଛି। ଏଥିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଅାସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି । ଠପ୍ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ପଶ୍ଚିମ ଓଡ଼ିଶାର ଅାଉ କିଛି ଜିଲ୍ଲାରେ ବି ଏହାର […]

  • Friday, 16 July 2021
viimsar-up
ତୀବ୍ର ହେଉଛି ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ମଧ୍ୟରେ ବିବାଦ

ସମ୍ବଲପୁର : ତୀବ୍ର ହେଉଛି ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ମଧ୍ୟରେ ବିବାଦ। ନିର୍ଦ୍ଦେଶକ ପୂଜାହାରୀଙ୍କୁ ହଟାଇବା ଦାବିରେ ଜେଡିଏର ଅାନ୍ଦୋଳନ ଅାଜି ମଧ୍ୟ ଚାଲୁ ରହିଛି। ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ଅାସିଥିବା ଅଭିଯୋଗ ଉପରେ ହୋଇଛି ରୁଦ୍ଧଦ୍ୱାର ତଦନ୍ତ। ବିଭିନ୍ନ ନାଗରିକ ସଂଗଠନଙ୍କ ଠାରୁ ଗୁପ୍ତରେ ତଥ୍ୟ ଓ ମତ ସଂଗ୍ରହ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ୪ଜଣିଅା ଟିମ୍। ଏହା ପରେ ସିଧାସଳଖ ନିର୍ଦ୍ଦେଶକ ପୂଜାହାରୀ ଓ ଜେଡିଏ ସହ […]

  • Friday, 16 July 2021