ଭୁବନେଶ୍ୱର : ଆଜି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୩.୭ ଡ଼ିଗ୍ରୀ ସେଲସିୟସ୍ ରହିଛି। ରାଜ୍ୟର ୮ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ତାଳଚେରରେ ୪୩.୩ ଡ଼ିଗ୍ରୀ, ଅନୁଗୋଳରେ ୪୨.୭ ଡ଼ିଗ୍ରୀ, ଟିଟିଲାଗଡ଼ରେ ୪୨ ଡ଼ିଗ୍ରୀ, କଟକରେ ୪୧.୧ ଡ଼ିଗ୍ରୀ, ମାଲକାନଗିରିରେ ୪୦.୮ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦.୫ ଡ଼ିଗ୍ରୀ ଓ ଝାରସୁଗୁଡ଼ାରେ ୪୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି। ମୁଣ୍ଡଫଟା ଖରା ସାଙ୍ଗକୁ ତତଲା ହାୱା ରାଜଧାନୀବାସୀଙ୍କୁ […]
କଟକ(ପ୍ରଭାତ ବିଶୋଇ): ଦୃଷ୍ଟିହୀନମାନେ ବି ଭୋଟ୍ ଦେଇପାରିବେ। ଏନେଇ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଆୟୋଜିତ ହୋଇଛି। ସହାୟ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ଭୋଟ୍ ଦେବା ଉପରେ ଆଲୋଚନା କରାଯାଇଥିଲା। ଦୃଷ୍ଟିହୀନମାନଙ୍କୁ ଭୋଟ୍ ଦେବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବୁଥ୍ ଯାଏଁ ନେବା ଆଣିବା କରିବା ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ […]
ବାଲେଶ୍ୱର(ରଞ୍ଜିତ ପାକଳ): ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ ନରହରି ମହାଲିକ। ବେଲ୍ କରାଇଦେବା ବାହାନାରେ ସେ ବାରମ୍ୱାର ଲାଞ୍ଚ ଟଙ୍କା ନେଉଥିଲେ। ଯୋଜନା ମୁତାବକ ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏପରିକି ତାଙ୍କ ଘରେ ଚଢ଼ଉ କରି ୭୦,୦୦୦ ଟଙ୍କାର ଏକ ଚେକ୍ ଜବତ କରିଛନ୍ତି। ସୂଚନା ମୁତାବକ, ବାଲେଶ୍ୱର ସୁନହଟ ଅଞ୍ଚଳର ଶେଖ ସକିଲ ଅହମ୍ମଦଙ୍କ ଜମି ବିବାଦକୁ ନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। […]
କୋଣାର୍କ (ସଞ୍ଜୟ ପତି) : ତିନି ସାଙ୍ଗ କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିବା ଜଣାପଡ଼ିଛି। ଆଜି ଏପରି ଘଟଣା ପୁରୀ ଜିଲ୍ଲା ନିମାପଡ଼ାରେ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ। ନିମାପଡ଼ା ଅଟୋନମସ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନରେ ପଢ଼ୁଥିବା ଜ୍ୟୋତିରଞ୍ଜନ ସାହୁ ଆଜି ତାଙ୍କ ସାଙ୍ଗ ତେଜେଶ୍ୱର ମହାନ୍ତି ଏବଂ ଆଉ ଜଣଙ୍କ ସହ ଗାଧୋଇବା ପାଇଁ […]
ସମ୍ବଲପୁର( ସଂଜୟ ଜେନା) : ପୁଲିସ ଅଧିକାରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା କଟାକଟି। ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଗତକାଲି ବୁର୍ଲାସ୍ଥିତ MCL ହେଲିପ୍ୟାଡରେ ଅବତରଣ କରିଥିଲା। ଏହି ସମୟରେ କିଛି ପୁଲିସ ଅଧିକାରୀ ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରିବାକୁ ଚାହିଁଥିଲେ। ଏହାକୁ ନେଇ ଧର୍ମେନ୍ଦ୍ର ଓ ସେଠାରେ ଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ଜୋରଦାର କଥା କଟା କଟି ହୋଇଥିଲା। ଏହି ସମୟର ଭିଡ଼ିଓ ଭାଇରାଲ ହେବା ପରେ ତାକୁ ନେଇ ଚର୍ଚ୍ଚା […]
ଭୁବନେଶ୍ୱର : ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ଆଜି ଉତ୍ତପ୍ତ ସହର ରହିଛି ତାଳଚେର। ଏଠି ତାପମାତ୍ରା ୪୩.୮ ଡ଼ିଗ୍ରୀ ରହିଛି। ସେହିପରି ୩ଟି ସହର ତାପମାତ୍ରା ୪୩ ଓ ୨ଟି ସହର ୪୨ ଅତିକ୍ରମ କରିଛି। ଅନୁଗୋଳରେ ୪୩.୭, ଟିଟିଲାଗଡ଼ରେ ୪୩, ଝାରସୁଗୁଡ଼ାରେ ୪୨.୬, ବଲାଙ୍ଗୀରରେ ୪୨, ସମ୍ବଲପୁର ଓ ହୀରାକୁଦର ତାପମାତ୍ରା ୪୧.୧ ଡ଼ିଗ୍ରୀ ରହିଛି। ସେହିପରି ଭବାନୀପାଟଣା ଓ ମାଲକାନଗିରିର ତାପମାତ୍ରା ୪୦.୮ ଡ଼ିଗ୍ରୀ ରହିଥିବା ବେଳେ […]
ଭୁବନେଶ୍ୱର : ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏହି ଘଟଣାରେ ଗଭୀର ମର୍ମାହତ ହେବା ସହ ଏହାକୁ ଦୃଢ ଭାବରେ ସେ ନିନ୍ଦା କରିଛନ୍ତି। ଟ୍ୱିଟ୍ କରି ବୈଜୟନ୍ତ କହିଛନ୍ତି ଯେ, ସେ ଦୀର୍ଘ ଦିନ ହେଲା ଓଡ଼ିଶାରେ ବଢୁଥିବା ଏହି ହିଂସାକାଣ୍ଡ, ଗୁଣ୍ଡାଗର୍ଦ୍ଦି ବିରୋଧରେ ସ୍ୱର ଉଠାଇ ଆସୁଛନ୍ତି ଓ ଯେଉଁଥିପାଇଁ ଜନତା ଚାହୁଁଛନ୍ତି ପରିବର୍ତ୍ତନ। ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ […]
ଭୁବନେଶ୍ୱର : ରାଜ୍ୟବ୍ୟାପି ଅସହ୍ୟ ତାତି। ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି ପାରଦ। ଆଜି ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଛି। ୪୩.୫ ଡ଼ିଗ୍ରୀ ସହ ଆଜି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି। ସେହିପରି ଅନୁଗୁଳରେ ୪୨.୭, ବଲାଙ୍ଗିରରେ ୪୨.୫, ତାଳଚେରରେ ୪୨.୩, ଝାରସୁଗୁଡ଼ାରେ ୪୧.୮, ସୋନପୁରରେ ୪୧.୪, ସମ୍ବଲପୁରରେ ୪୧.୧, ଭବାନୀପାଟଣାରେ ୪୧, ହୀରାକୁଦରେ ୪୦.୯, ମାଲକାନଗିରିରେ ୪୦.୬, ଭୁବନେଶ୍ୱରରେ ୪୦.୨ ଏବଂ କଟକରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ବରଗଡ଼( ଦୀପକ ଶର୍ମା) : ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆସନ ବରଗଡ଼ରେ ମତଦାନକୁ ମଝିରେ ଆଉ ମାତ୍ର ୩ ଦିନ। ସେଦୃଷ୍ଟିରୁ ଏବେ ସଂପୂର୍ଣ୍ଣ ସରଗରମ ରହିଛି ଏଠାକାର ରାଜନୈତିକ ପାଣିପାଗ। ସିଟିଂ ଏମ୍ପି ପ୍ରଭାସ ସିଂହଙ୍କ ସ୍ଥାନରେ ଏଠାରେ ଭେଟେରାନ ପ୍ରସନ୍ନ ଆଚାର୍ଯ୍ୟକୁ ପୁଣି ପ୍ରାର୍ଥୀ କରିଛି ବିଜେଡି। ପ୍ରସନ୍ନ ପୂର୍ବରୁ ବରଗଡ଼ ଆସନରୁ ତିନି ତିନି ୩ ଥର ପ୍ରତିନିଧିତ୍ୱ କରି ସାରିଛନ୍ତି। ତେଣୁ ଏଥର ବି ତାଙ୍କୁ ବିଶେଷ ଅସୁବିଧା ହେବନି […]
ହିଞ୍ଜିଳି (ସ୍ୱାଧୀନ ରାଉତ) : ଗଂଜାମ ଜିଲ୍ଲାର ହିଂଜିଳି ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି। ଏଠାକାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଲୋକେ ପାନ, ଆଖୁ ସହ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାନ୍ତି। ପାନ ଚାଷୀଙ୍କ ଅବସ୍ଥା କିପରି ରହିଛି ତାହା ଜାଣିବା ପାଇଁ ଆମ ପହଞ୍ଚିଥିଲୁ ରାଳବ ଗାଁରେ। ଏଠାରେ ଆଖପାଖ ପ୍ରାୟ ୩ ଖଣ୍ଡ ଗାଁର ଲୋକେ ପାନ […]
ସମ୍ବଲପୁର( ସଂଜୟ ଜେନା) : ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରରେ ଲଙ୍କାକାଣ୍ଡ। ସମ୍ବଲପୁର କତରବଗା ଥାନା ପରିସରରେ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଥାନା ପରିସରରେ ଆସବାସପତ୍ର ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଉଲ୍ଲେଖନୀୟ ଯେ, ଗତକାଲି ରାତିରେ କତରବଗା ଗାଁରେ ପ୍ରଶାନ୍ତ ଧୁରୁଆ ନାମକ ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଆଜି ଶବ ବ୍ୟବଛେଦ ହୋଇ ଫେରିବା ପରେ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ […]
କୋଣାର୍କ (ସଂଜୟ ପତି) : ୪ ଦିନ ହେଲା ଭାଇଭଉଣୀ ନିଖୋଜ। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗର ଗାଁର ଲଛମନ ବାରିକଙ୍କ ପୁଅ ଓ ଝିଅ ୪ଦିନ ହେଲା ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏତଲା ପାଇବାପରେ ପୁଲିସ ଘଟଣାର ତଦନ୍ତ କରୁଛି। ଗତ ୯ ତାରିଖରେ ସାଇକେଲ ନେଇ ରୁପାଲି ଓ ସିପୁନ କାକଟପୁର ମାଆ ମଙ୍ଗଳା ଦର୍ଶନ ପାଇଁ ଯାଇ ଆଉ ଫେରିନଥିଲେ। ସେମାନଙ୍କ ଫୋନ୍ ସ୍ୱିଚ୍ ଅଫ୍ ଥିବା […]
କେନ୍ଦ୍ରପଡ଼ା : ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଆଜି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଦରିଆ ରାମଚଣ୍ଡୀ ଦର୍ଶନ ଅବସରରେ ସେ କହିଛନ୍ତି ଯେ ବିଜୁ ବାବୁଙ୍କ ସହ ମୋ ବାପାଙ୍କର ୫୦ ବର୍ଷ ସମ୍ପର୍କ। ସମସ୍ତେ ଏହା ଜାଣନ୍ତି। ହେଲେ ବାପାଙ୍କ ପରଲୋକ ବେଳେ ଫୁଲଟିଏ ଦେବାକୁ ଆସିଲେନି କି କାହାକୁ ଅନୁମତି କାହିଁକି ଦେଲେନି? ‘ବାପାଙ୍କ ପରଲୋକ ବେଳେ ଆସିଲେନି କି କାହାକୁ […]
ବିନିକା ( ଦିଲ୍ଲୀପ ସାହୁ) : ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ପ୍ରଶ୍ନବାଣରେ ଘେରିଲେ ଗ୍ରାମବାସୀ। ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଂଚାୟତ ଫୁଳମୁଠି ଗାଁକୁ ପ୍ରଚାର କରିବାକୁ ଯାଇଥିଲେ ପଦ୍ମନାଭ। ସେଠାରେ ପାଣି ସମସ୍ୟାକୁ ନେଇ ତାଙ୍କୁ ଗ୍ରାମବାସୀଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲାI ଉଲ୍ଲେଖନୀୟ ଯେ, ବିନିକା ସ୍ଥିତ ଚୋକିଜୋର ଚେକ୍ ଡ୍ୟାମ୍ରେ ପାଣି ନ ଥିବାରୁ ଡ୍ୟାମ୍ ଶୁଖିଲା ପଡିଛିI ଶହଶହ ପମ୍ପ ଅଚଳ […]
ବାଲେଶ୍ୱର (ରଞ୍ଜିତ୍ ପାକଳ) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ କମ୍ପ୍ୟୁଟର ତାଲିମ ଦେଉଥିବା ଶିକ୍ଷକ ମାନେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦିଆ ନଗଲେ ସେମାନେ ସପରିବାର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ କମ୍ପ୍ୟୁଟର ତାଲିମ ଦେବାଲାଗି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସରକାରଙ୍କ ଅନୁମୋଦିତ ଆଇ.ଏଲ.ଏଫ.ଏସ. ଠିକା ସଂସ୍ଥା ଅଧିନରେ ଶିକ୍ଷକ ମାନେ ୫ବର୍ଷ ଧରି କାର୍ଯ୍ୟ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ) : ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏହି ଅଭିଯୋଗ ଆଣିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ବିଜେଡି ପ୍ରାର୍ଥୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟ ଓ ଅନ୍ୟ କର୍ମୀମାନେ ଆତଙ୍କରାଜ କରୁଥିବା ଅଭିଯୋଗ କରିଛନ୍ତି। ନିର୍ବାଚନରେ ହାରିଯିବା ଭୟରେ ନିର୍ବାଚନ ସମୟରେ ଖୋଦ୍ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତା’ ସହ ନିର୍ବାଚନ ପରେ ବିଜେପିର […]
ଏକ ଜର୍ମାନ ବିମାନ କମ୍ପାନୀ ନିଷ୍ପତ୍ତି ନେଇଛି ଯେ ଯାତ୍ରୀମାନଙ୍କୁ ଲିଙ୍ଗମୁକ୍ତ ଉପାୟରେ ସମ୍ବୋଧିତ କରିବ। ସେଥିପାଇଁ ବର୍ତ୍ତମାନ ଜର୍ମାନୀର ଲୁଫଥାନ୍ସା ଏୟାର ସର୍ଭିସର ବିମାନରେ 'ଲେଡିଜ୍ ଆ।ଣ୍ଡ୍ ଜେଣ୍ଟଲିମ୍ୟାନ' ସମ୍ବୋଧନ ଶୁଣାଯିବ ନାହିଁ।
ଭୁବନେଶ୍ୱର : ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏପରି ଜଘନ୍ୟ ମାମଲାକୁ ରେଡ୍ ଫ୍ଲାଗ୍ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି। ଅଭିଯୁକ୍ତକୁ କ୍ୟାପିଟାଲ୍ ପନିଶମେଣ୍ଟ ଦେବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯିବ। ଖୁବ ଶୀଘ୍ର ଏହି ଘଟଣାର ଚାର୍ଜସିଟ୍ ଦାଖଲ ସହ ଶୁଣାଣି କରାଯିବ। ଏହି ଘଟଣାର ପ୍ରମାଣକୁ ଆହୁରି ବଳିଷ୍ଠ କରିବା […]
ଭୁବନେଶ୍ୱର : ରାଜ୍ୟରେ ବଢ଼ିଗଲାଣି ତାତି। ଆଜି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା ତାଳଚେର ଓ ଟିଟିଲାଗଡ଼ରେ। ଏହି ଦୁଇ ସହରର ତାପମାତ୍ରା ୪୩ ଡିଗ୍ରୀ ରହିଥିଲା। ସେହିପରି ଅନୁଗୋଳରେ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୪୨.୫, ବଲାଙ୍ଗିରରେ ୪୨, ଝାରସୁଗୁଡ଼ାରେ ୪୦.୯, ସୋନପୁରରେ ୪୦.୮ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା। ସୁନ୍ଦରଗଡ଼ରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ […]
ଭୁବନେଶ୍ୱର : ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଛି। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତୀ ଓ ଅବକାଶ ପରେ ସକାଳ ଧୂପ ହୋଇଥିଲା। ତେବେ ନୀତି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହେବାରୁ ଦିନ ସାଢେ ୨ଟାରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରାୟ ୩ ଟାରେ ମହାପ୍ରଭୁ ରଥାରୁଢ ହୋଇଥିଲେ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା। ସନ୍ଧ୍ୟା ପାଖାପାଖି ୫ଟା ୪୦ରେ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା ଆରମ୍ଭ […]
ରାୟଗଡ଼ା ( ମନୋଜ ପାତ୍ର) : ରାୟଗଡ଼ା ମଝିଘରିଆଣୀ ମନ୍ଦିର ନିକଟ ଝଞ୍ଜାବତି ନଦୀ କୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୃତ ଯୁବତୀ ବାକିଠି ସାହିର କେ. ସରୋଜୀନି ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ,ଗତ ୧୧ ତାରିଖରୁ ଯୁବତୀ ଜଣଙ୍କ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିଛି ଲୋକ ନଦୀକୂଳରେ ଯୁବତୀଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା […]
ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରି ଝାଟିମାଟି କଲୋନୀରେ କନ୍ଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ଘର ଭିତରୁ ପୁଲିସ କନଷ୍ଟେବଲ ସୁନୀଲ ମହାନନ୍ଦିଆଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଘରେ କେହି ନଥିବା ବେଳେ ସେ ସର୍ଭିସ ରିଭଲଭରରୁ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ପଡ଼ୋଶୀ ଗୁଳି ଶବ୍ଦ ଶୁଣି ତାଙ୍କ ଘରକୁ ଆସିଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ […]
ମାଲକାନଗିରି : EVM ଟ୍ୟାମ୍ପରିଂ ଅଭିଯୋଗରେ ପୋଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ। ଏହି ଘଟଣା ଘଟିଛି ମାଲକାନଗିରି MPV-୬୫ ଗାଁରେ। ଗାଁର ଏକ ବୁଥ୍ରେ ଆଜି ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀମାନେ EVM ଟ୍ୟାମ୍ପରିଂ କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ପ୍ରାୟ ୨୦୦ରୁ ଅଧିକ ଲୋକ ଏକାଠି ହୋଇ ବୁଥ୍ ଭିତରେ ପୋଲିଂ କର୍ମଚାରୀଙ୍କୁ ବାହାରୁ ତାଲା ପକାଇଦେଇଥିଲେ। ପୁଲିସ ସେଠାରେ ପହଞ୍ଚି […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହେଲା। ଆଉ ଏହି ସେତୁର ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ, ଆଜିଠୁ ବିଚ୍ଛିନ୍ନାଞ୍ଚଳର ନାଁ ହେଲା ସ୍ୱାଭିମାନ ଅଞ୍ଚଳ। ନକ୍ସଲଙ୍କ ପ୍ରାଦୁର୍ଭାବ ହ୍ରାସ କରିବାରେ ଏହି ସେତୁ ପ୍ରମୁଖ ଭୂମିକା ନେବ। ଏହାଛଡ଼ା ଏହି ଅଞ୍ଚଳର ଲୋକ ବିକାଶ ସ୍ରୋତରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଶ୍ୱାସ କରାଯାଉଥିଲା ଯେ […]
ଭୁବନେଶ୍ୱର : କମିଶନରେଟ ପୁଲିସକୁ ବଡ଼ ସଫଳତା ମିଳିଛି। ଚୋରି ଓ ଛିନତାଇ ଅଭିଯୋଗରେ ୩ଟି ଗ୍ୟାଙ୍ଗର ୧୨ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା, ରୁପା, ପିସ୍ତଲ ଓ ମାରଣାସ୍ତ୍ର ଜବତ କରିଛି। ଅପରାଧ ରୋକିବା ପାଇଁ ସହିଦନଗର, ବଡଗଡ ଓ କ୍ୟାପିଟାଲ ଥାନା ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। କିଛିଦିନ ତଳେ ଦୁର୍ବୃତ୍ତମାନେ ସହିଦନଗର ଥାନା ଅନ୍ତର୍ଗତ ବାସୁଆ ଘାଇ ଅଞ୍ଚଳରେ ଜଣଙ୍କ ଘରେ ପଶି ଚୋରି […]