• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

lightening
ବଜ୍ରାଘାତରେ ୨ ଛାତ୍ରଙ୍କ ମୃତ୍ୟୁ

କଟକ : ପଡ଼ିଆରେ ଖେଳୁଥିବା ବେଳେ ବଜ୍ରାଘାତରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଟାଙ୍ଗୀରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଛାତ୍ର ଦ୍ୱୟ ହେଲେ ଶିଶିର ଦିଗଲ ଓ ବିଭୂତି ନାୟକ। ଶିଶରଙ୍କ ଘର କନ୍ଧମାଳରେ ହୋଇଥିବା ବେଳେ ବିଭୂତି ନୟାଗଡ଼ ବୋଲି ଜଣାପଡ଼ିଛି। ସେମାନେ ଟାଙ୍ଗୀରେ ଏକ ସ୍କିଲ୍‌ ଡେଭଲପ୍‌ମେଣ୍ଟ୍ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ। ଆଜି ଅପରାହ୍ଣରେ ଦୁହେଁ ଅନ୍ୟ ପିଲାମାନଙ୍କ ସହିତ ଖେଳୁଥିବା ବେଳେ ବଜ୍ରାଘାତରେ ପ୍ରାଣ […]

  • Friday, 16 July 2021
heatwave
୧୧ଟି ସହରର ତାପମାତ୍ରା ୪୦ ଟପିଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ି ଚାଲିଥିବା ବେଳେ ଆଜି ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଛି। ତତଲାଗଡ଼ ଭାବେ ପରିଚିତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଆଜି ତାପମାତ୍ରା ସର୍ବାଧିକ ୪୪ ଡ଼ିଗ୍ରୀ ରହିଥିଲା। ବଲାଙ୍ଗିରରେ ତାପମାତ୍ର ୪୩ ଡ଼ିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୨.୨ ଡ଼ିଗ୍ରୀ ରହିଥିଲା। ଭବାନୀପାଟଣା, ମାଲକାନଗିରି ଓ ସମ୍ବଲପୁରରେ ତାପମାତ୍ର ୪୧.୯ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ହୀରାକୁଦ ଓ ଅନୁଗୋଳରେ ତାପମାତ୍ରା ଯଥାକ୍ରମେ ୪୧.୫ […]

  • Friday, 16 July 2021
hansda
ସାରସକଣା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢୁଛନ୍ତି ହାଁସଦା

ବାରିପଦା ( ମାଣିକ୍‌ ଲାଲ୍‌ ପାଣି) : ଚିଟ୍‌ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ତାଙ୍କ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି। ବିଜେଡିରୁ ନିଲମ୍ବିତ ହେବା ପରେ ସେ ଚଳିତ ନିର୍ବାଚନରେ ସାରସକଣା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢୁଛନ୍ତି। ମାଠିଆ ଚିହ୍ନରେ ଲଢୁଥିବା ହାଁସଦା ଗାଁକୁ ଗାଁ ଯାଇ ଭୋଟ୍ ଭିକ୍ଷା କରୁଛନ୍ତି। ତାଙ୍କର ଶତାଧିକ କର୍ମୀ ବାଇକ୍‌ରେ ସାରସକଣା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି।

  • Friday, 16 July 2021
ganza
୧୬ ବସ୍ତା ଗଞ୍ଜେଇ ଜବତ

ମୋହନା ( ମିହିର) : ୧୬  ବସ୍ତା ଗଞ୍ଜେଇ ଜବତ, ଜଣେ ଗିରଫ। ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁଗାଡ ଗାଁର ଲାବନ୍ୟ କରାଡ଼। ଛକ ନିକଟରୁ ଗଞ୍ଜେଇ ଗଞ୍ଜାମ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ହେବେ ବୋଲି […]

  • Friday, 16 July 2021
wh
କୋରାପୁଟରେ ବିଶ୍ୱ ପୃଥିବୀ ଦିବସ ପାଳିତ

କୋରାପୁଟ( ସୂର୍ଯ୍ୟ ପଣ୍ଡା) : କୋରାପୁଟରେ ବିଶ୍ୱ ପୃଥିବୀ ଦିବସ ପାଳିତ। ଏହି ଅବସରରେ ବିଭିନ୍ନ ଗ୍ରାମରେ କାର୍ଯ୍ୟରତ ବନବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲକୁ ସୁରକ୍ଷା ସହ, ବୃକ୍ଷରୋପଣ, ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉପରେ ଚର୍ଚ୍ଚା କରିଥିଲେ କୋରାପୁଟ ଫରେଷ୍ଟ ରେଞ୍ଜର୍ ସୁବାସ ଖୁଣ୍ଟିଆ।

  • Friday, 16 July 2021
pro
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କଲା ନବନିର୍ମାଣ କୃଷକ ସଂଗଠନ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କଲା ନବନିର୍ମାଣ କୃଷକ ସଂଗଠନ। ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରୁ ନିର୍ବାଚନୀ ସଭା ସାରି ହେଲିପ୍ୟାଡକୁ ଫେରୁଥିବାବେଳେ କଲେଜ ଛକ ନିକଟରରେ କୃଷକ ସଂଗଠନର ରାଜ୍ୟ ସହ-ସଂଯୋଜକ ରଶ୍ମିରଂଜନ ସ୍ୱାଇଁ ନାରାବାଜି କରିଥିଲେ। ତେବେ ଏଇ ଘଟଣାରେ ପୁଲିସ୍ ରଶ୍ମିଙ୍କୁ ଗିରଫ କରିନଥିବା ଜଣାପଡିଛି। ସେପଟେ ଚାଷୀମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନଥିବାବେଳେ ସେମାନଙ୍କ ଉପରେ ଦମନଲୀଳା ପ୍ରତିବାଦରେ ଏଭଳି ପଦକ୍ଷେପ ନେଇଥିବା ରଶ୍ମି କହିଛନ୍ତି।

  • Friday, 16 July 2021
congress protest
ଅଭିଯୁକ୍ତକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ

ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ନହଙ୍ଗୀରେ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା। ଏହି ପ୍ରତିବାଦରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଶତାଧିକ କଂଗ୍ରେସ କର୍ମୀ ଶୈଲଙ୍ଗ ଛକରୁ ବାହାରି ଏସଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗତକାଲି ସଂଧ୍ୟାରେ ପ୍ରଚାର ସାରି ଫେରୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିବା ଥାନାରେ […]

  • Friday, 16 July 2021
rp-sharma-up
ଛୁଟିରୁ ଫେରି ଦାୟିତ୍ୱ ନେଲେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା

ଭୁବନେଶ୍ୱର : ଛୁଟିରୁ ଫେରି ଦାୟିତ୍ୱ ନେଲେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ପତ୍ନୀଙ୍କ ବିୟୋଗ ଯୋଗୁଁ ଛୁଟିରେ ଥିଲେ ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ସେ ଓଡ଼ିଶା ଫେରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ଗତ ୭ ତାରିଖରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଥିଲା। ଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା। ଏହାପରେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ବଦଳରେ ଅଗ୍ନିଶମ […]

  • Friday, 16 July 2021
manguli jena
ମଙ୍ଗୁଳି ଜେନା ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କ ଭିଡିଓ ଜାରି

ଖୋର୍ଦ୍ଧା : ଖୋର୍ଦ୍ଧା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କ ଭିଡିଓ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ। ହତ୍ୟାକାଣ୍ଡ ସ୍ଥାନ ଠାରୁ କିଛି ଦୂରରେ ଏକ ସିସିଟିଭି ଫୁଟେଜ୍‌ରୁ ଏହି ଭିଡିଓ ଜାରି କରାଯାଇଛି। ସିସିଟିଭିରେ ଦେଖିବାକୁ ମିଳିଛି ୩ ସନ୍ଦିଗ୍ଧ ଗୋଟିଏ ବାଇକ୍‌ରେ ଆସି ଠିଆ ହେଉଛନ୍ତି। ଜଣେ ହତ୍ୟାକାଣ୍ଡ ଘଟିଥିବା ସ୍ଥଳ ଆଡ଼କୁ ଯାଇ କିଛି ସମୟ ପରେ ଫେରୁଛି। ଉଲ୍ଲେଖନାୟ ଯେ, ଅପ୍ରେଲ୍‌ ୧୪ ତାରିଖ ରବିବାର ରାତିରେ ଖୋର୍ଦ୍ଧା ନବୀନବାଗରେ ଥିବା […]

  • Friday, 16 July 2021
puri --
ମାଙ୍କଡ଼ ନେଇଯାଇଥିବା ଟଙ୍କା ଆଣିବା ପାଇଁ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଗଲେ ଅଜଣା ଯୁବକ

ପୁରୀ (ମଧୁସୂଦନ ମିଶ୍ର): ଗତକାଲି ମାଙ୍କଡ଼ ନେଇଯାଇଥିଲା ଟଙ୍କା। ସେହି ଟଙ୍କା ଆଣିବା ପାଇଁ ଜଣେ ଯୁବକ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଗଲେ। ଶନିବାର ସକାଳେ ଏଭଳି ଘଟଣା ଶ୍ରୀକ୍ଷେତ୍ରରେ ଘଟିଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଥିବା ଶ୍ରୀମନ୍ଦିରରେ ଏପରି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ବିମଳାଙ୍କ ମନ୍ଦିର ନିକଟରେ ଏଏସ୍‌ଆଇ ପକ୍ଷରୁ ଲାଗିଥିବା ସିଡିବାଟ ଦେଇ ଯୁବକ ଜଣଙ୍କ ଶ୍ରୀମନ୍ଦିର ଚୂଡାକୁ ଚଢି ଯାଇଥିଲେ। ସେଠାରେ […]

  • Friday, 16 July 2021
crop
ଦାଉ ସାଧିଲା ଝଡ଼ ତୋଫାନ ସାଙ୍ଗକୁ କୁଆପଥର ବର୍ଷା

ବରଗଡ଼ (ଦୀପକ ଶର୍ମା) :  ଦାଉ ସାଧିଲା ଝଡ଼ ତୋଫାନ ସାଙ୍ଗକୁ କୁଆପଥର ବର୍ଷା। ଅମଳ ହେବା ଆଗରୁ ଉଜୁଡ଼ିଗଲା ଫସଲ। ଗତକାଲି ବରଗଡ଼ ଜିଲ୍ଲାରେ ଝଡ ତୋଫାନ ସାଙ୍ଗକୁ କୁଆପଥର ବର୍ଷାରେ ବ୍ୟାପକ ଫସଲ କ୍ଷତି ହୋଇଛି। କୁଆପଥର ମାଡ଼ରେ ଶହ ଶହ ହେକ୍ଟର ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଛି। ଝଡ଼ତୋଫାନ ପ୍ରଭାବରେ ବିଜେପୁର ବ୍ଲକର ଲେନ୍ଦର ଗାଁ ସମେତ ଆଖପାଖ ଅନେକ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫଳରେ ଧାରକରଜ କରି […]

  • Friday, 16 July 2021
drownb
ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇ ଛାତ୍ର ନିଖୋଜ

ପୁରୀ(ମଧୁସୂଦନ ମିଶ୍ର): ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ ଅଭିଷେକ ପାଣ୍ଡେ ନାମକ ଜଣେ ଯୁବକ ଭାସି ଯାଇଛନ୍ତି। ସେ ଦିଲ୍ଲୀର କ୍ରାଇମ୍‌ ଖବର କାଗଜର ଜୋନାଲ୍‌ ଆଡଭାଇଜର। ତାଙ୍କ ପରିଚୟପତ୍ରରୁ ଏହା ଜଣାପଡ଼ିଛି। ଅଭିଷେକ ଭୁବନେଶ୍ୱର ସିପେଟ୍‌ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସାଙ୍ଗଙ୍କ ସହ ପୁରୀ ଚୈତନ୍ୟ ଛକ ନିକଟରେ ସମୁଦ୍ରରେ ଗାଧୋଉଥିଲେ। ପରେ ଅନ୍ୟ ସାଙ୍ଗମାନେ କୂଳକୁ ଚାଲି ଆସିଥିଲେ। ମାତ୍ର ଅଭିଷେକ ଏକୁଟିଆ ଗାଧୋଉଥିଲେ। ଠିକ୍‌ ଏହି ସମୟରେ ଆସିଥିବା ଲହଡିରେ ଅଭିଷେକ […]

  • Friday, 16 July 2021
rape
୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ବଲାଙ୍ଗିର :  ପୁଣି ଲଜ୍ଜା। ବଲାଙ୍ଗିରରେ ଘଟିଛି ଅଭାବନୀୟ ଘଟଣା। ଜଣେ  ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଜଣେ ୧୫ ବର୍ଷର ନାବାଳକ ଉକ୍ତ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଶିଶୁକନ୍ୟାର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାକୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି।  ମିଳିଥିବା ଅନୁଯାୟୀ, ସମ୍ପୃକ୍ତ ଶିଶୁକନ୍ୟାଟି ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି […]

  • Friday, 16 July 2021
representational
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ନୟାଗଡ/ ଭଦ୍ରକ : ରାଜ୍ୟର ଦୁଇ ଦୁଇଟି ସ୍ଥାନରୁ ଆଜି ଆସିଛି ଲଜ୍ଜାଜନକ ଅଭିଯୋଗ। ଗୋଟିଏ ଭଦ୍ରକ ଜିଲ୍ଲାରୁ ଏବଂ ଅନ୍ୟଟି ନୟାଗଡ଼ ଜିଲ୍ଲାରୁ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ଭଦ୍ରକ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଅଟକ ରଖିଛି। ସେହିପରି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଅନ୍ୟ ଜଣେ ନାବାଳିକାଙ୍କୁ […]

  • Friday, 16 July 2021
13
ବିଜେପି ୱାର୍ଡ ଅଫିସ୍‌କୁ ବୋମା ମାଡ଼

ଭୁବନେଶ୍ୱର :  ବିଜେପିର ଏକ ୱାର୍ଡ ଅଫିସ୍‌କୁ ଲକ୍ଷ୍ୟ କରି ବୋମାମାଡ଼।  ଭୁବନେଶ୍ୱର ୟୁନିଟ ୮ର ଡେଲ୍‌ଟା କଲୋନୀ ନିକଟରେ ଥିବା ଏକ ୱାର୍ଡ ଅଫିସକୁ ଲକ୍ଷ୍ୟ କରି ୩ଟି ବୋମା ମାଡ଼ ହୋଇଛି। ଦେବେ ବୋମା ଗୁଡ଼ିକ ଫୁଟି ନଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛି। ଅଭିଯୋଗ ଅନୁସାରେ ସିଲ୍‌ଭର ରଙ୍ଗର ବୁଲେଟ ଓ ପଲସରରେ ୪ ଜଣ ଯୁବକ ଆସି ବୋମା ମାଡ଼ କରି ପଳାଇ ଯାଇଛନ୍ତି। […]

  • Friday, 16 July 2021
cash
ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ

ବଲାଙ୍ଗିର : ସୋନପୁରରେ ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ ହୋଇଛି। ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରଭା ବ୍ଲକ ସର୍ଗତ ପଞ୍ଚାୟତ ଜୁରାବନ୍ଦ ଗାଁରେ ଆଜି ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ହୋଇଛି। ସେଠାରେ ଭୋଟର ଲିଷ୍ଟ ଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓରେ ବିଜେଡିର ସକ୍ରିୟ କର୍ମୀ ମାନଭଞ୍ଜନ ମିଶ୍ରଙ୍କୁ ଦେଖିବାକୁ ମିଳିଛି। ତେବେ ଭୋଟରଙ୍କୁ ଟଙ୍କା ବଣ୍ଟା ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ।

  • Friday, 16 July 2021
heat
ପ୍ରଚଣ୍ଡ ଖରାରେ ଜଳୁଛି ରାଜଧାନୀ

ଭୁବନେଶ୍ୱର : ଆକାଶରୁ ଅଗ୍ନିବର୍ଷା ହେଉଛି। ପଣା ସଂକ୍ରାନ୍ତି ଦିନଠାରୁ ରାଜ୍ୟରେ ହଠାତ ବଢିଯାଇଛି ଗ୍ରୀଷ୍ମର ପ୍ରକୋପ। ଖାସ୍‌ କରି ରାଜଧାନୀ ଭୁବନେଶ୍ୱରରେ ତାତି ଅସହ୍ୟ ହେଉଛି। ଗତକାଲି ଏଠାକାର ସର୍ବୋଚ୍ଚ ତାପମାତ୍ରା ୪୩.୭ ଡ଼ିଗ୍ରୀ ଥିବାବେଳେ ଆଜି ପାରା ୪୧.୭ ଡ଼ିଗ୍ରୀ ରହିଛି। ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଉପରେ ରହିଛି। ଅନୁଗୋଳରେ ୪୧.୧, ଟିଟିଲାଗଡ଼ରେ ୪୧, ମାଲକାନଗିରିରେ ୪୦.୫, ସୁନ୍ଦରଗଡ଼, ଭବାନୀପାଟଣା ଓ ସୋନପୁର ୪୦ ଓ କଟକର ତାପମାତ୍ର ୩୯.୪ ଡ଼ିଗ୍ରୀ […]

  • Friday, 16 July 2021
ap
ମଙ୍ଗୁଳିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ଓ ଅପରାଜିତା

ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧାରେ ଦୁର୍ବୃତ୍ତଙ୍କ ଗୁଳିରେ ମୃତ ବିଜେପି ନେତା ମଙ୍ଗୁଳି ଜେନାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ମଙ୍ଗୁଳିଙ୍କ ଖୋର୍ଦ୍ଧା ବଡ଼ପୋଖରିଆ ବାସଭବନରେ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ ଉଭୟ ନେତା। ଏହା ପରେ ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖି କହିଛନ୍ତି ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ତେବେ ମଙ୍ଗୁଳିଙ୍କ ପରିବାରକୁ […]

  • Friday, 16 July 2021
heat
ଭୁବନେଶ୍ୱର ତାପମାତ୍ରା ୪୩ ଡ଼ିଗ୍ରୀ ଟପିଲା

ଭୁବନେଶ୍ୱର : ଆଜି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୩.୭ ଡ଼ିଗ୍ରୀ ସେଲସିୟସ୍‌ ରହିଛି। ରାଜ୍ୟର ୮ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ତାଳଚେରରେ ୪୩.୩ ଡ଼ିଗ୍ରୀ, ଅନୁଗୋଳରେ ୪୨.୭ ଡ଼ିଗ୍ରୀ, ଟିଟିଲାଗଡ଼ରେ ୪୨ ଡ଼ିଗ୍ରୀ, କଟକରେ ୪୧.୧ ଡ଼ିଗ୍ରୀ, ମାଲକାନଗିରିରେ ୪୦.୮ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦.୫ ଡ଼ିଗ୍ରୀ ଓ ଝାରସୁଗୁଡ଼ାରେ ୪୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି। ମୁଣ୍ଡଫଟା ଖରା ସାଙ୍ଗକୁ ତତଲା ହାୱା ରାଜଧାନୀବାସୀଙ୍କୁ […]

  • Friday, 16 July 2021
blind vote
ଦୃଷ୍ଟିହୀନମାନେ ଭୋଟ୍ ଦେବା ନେଇ ପ୍ରଶିକ୍ଷଣ

କଟକ(ପ୍ରଭାତ ବିଶୋଇ): ଦୃଷ୍ଟିହୀନମାନେ ବି ଭୋଟ୍ ଦେଇପାରିବେ। ଏନେଇ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଆୟୋଜିତ ହୋଇଛି।  ସହାୟ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ଭୋଟ୍ ଦେବା ଉପରେ ଆଲୋଚନା କରାଯାଇଥିଲା। ଦୃଷ୍ଟିହୀନମାନଙ୍କୁ ଭୋଟ୍ ଦେବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବୁଥ୍ ଯାଏଁ ନେବା ଆଣିବା କରିବା ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ […]

  • Friday, 16 July 2021
police
ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍‌ଆଇ

ବାଲେଶ୍ୱର(ରଞ୍ଜିତ ପାକଳ): ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍‌ଆଇ ନରହରି ମହାଲିକ। ବେଲ୍‌ କରାଇଦେବା ବାହାନାରେ ସେ ବାରମ୍ୱାର ଲାଞ୍ଚ ଟଙ୍କା ନେଉଥିଲେ। ଯୋଜନା ମୁତାବକ ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏପରିକି ତାଙ୍କ ଘରେ ଚଢ଼ଉ କରି ୭୦,୦୦୦ ଟଙ୍କାର ଏକ ଚେକ୍‌ ଜବତ କରିଛନ୍ତି। ସୂଚନା ମୁତାବକ, ବାଲେଶ୍ୱର ସୁନହଟ ଅଞ୍ଚଳର ଶେଖ ସକିଲ ଅହମ୍ମଦଙ୍କ ଜମି ବିବାଦକୁ ନେଇ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। […]

  • Friday, 16 July 2021
drowing
କୁଶଭଦ୍ରାରେ ବୁଡ଼ିଗଲେ ୩ ସାଙ୍ଗ

କୋଣାର୍କ (ସଞ୍ଜୟ ପତି) : ତିନି ସାଙ୍ଗ କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିବା ଜଣାପଡ଼ିଛି। ଆଜି ଏପରି ଘଟଣା ପୁରୀ ଜିଲ୍ଲା ନିମାପଡ଼ାରେ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ। ନିମାପଡ଼ା ଅଟୋନମସ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନରେ ପଢ଼ୁଥିବା ଜ୍ୟୋତିରଞ୍ଜନ ସାହୁ ଆଜି ତାଙ୍କ ସାଙ୍ଗ ତେଜେଶ୍ୱର ମହାନ୍ତି ଏବଂ ଆଉ ଜଣଙ୍କ ସହ ଗାଧୋଇବା ପାଇଁ […]

  • Friday, 16 July 2021
dharmendra
ପୁଲିସ ଅଧିକାରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା କଟାକଟି

ସମ୍ବଲପୁର( ସଂଜୟ ଜେନା) : ପୁଲିସ ଅଧିକାରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା କଟାକଟି। ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଗତକାଲି ବୁର୍ଲାସ୍ଥିତ MCL ହେଲିପ୍ୟାଡରେ ଅବତରଣ କରିଥିଲା। ଏହି ସମୟରେ କିଛି ପୁଲିସ ଅଧିକାରୀ ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରିବାକୁ ଚାହିଁଥିଲେ। ଏହାକୁ ନେଇ ଧର୍ମେନ୍ଦ୍ର ଓ ସେଠାରେ ଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ଜୋରଦାର କଥା କଟା କଟି ହୋଇଥିଲା। ଏହି ସମୟର ଭିଡ଼ିଓ ଭାଇରାଲ ହେବା ପରେ ତାକୁ ନେଇ ଚର୍ଚ୍ଚା […]

  • Friday, 16 July 2021
ପାଓଊ
ଆଜି ୧୨ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଡେଇଁଲା

ଭୁବନେଶ୍ୱର : ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ଆଜି ଉତ୍ତପ୍ତ ସହର ରହିଛି ତାଳଚେର। ଏଠି ତାପମାତ୍ରା ୪୩.୮ ଡ଼ିଗ୍ରୀ ରହିଛି। ସେହିପରି ୩ଟି ସହର ତାପମାତ୍ରା ୪୩ ଓ ୨ଟି ସହର ୪୨ ଅତିକ୍ରମ କରିଛି। ଅନୁଗୋଳରେ ୪୩.୭, ଟିଟିଲାଗଡ଼ରେ ୪୩, ଝାରସୁଗୁଡ଼ାରେ ୪୨.୬, ବଲାଙ୍ଗୀରରେ ୪୨, ସମ୍ବଲପୁର ଓ ହୀରାକୁଦର ତାପମାତ୍ରା ୪୧.୧ ଡ଼ିଗ୍ରୀ ରହିଛି। ସେହିପରି ଭବାନୀପାଟଣା ଓ ମାଲକାନଗିରିର ତାପମାତ୍ରା ୪୦.୮ ଡ଼ିଗ୍ରୀ ରହିଥିବା ବେଳେ […]

  • Friday, 16 July 2021
baijayanta
ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାକୁ ଦୃଢ଼ ନିନ୍ଦାକଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏହି ଘଟଣାରେ ଗଭୀର ମର୍ମାହତ ହେବା ସହ ଏହାକୁ ଦୃଢ ଭାବରେ ସେ ନିନ୍ଦା କରିଛନ୍ତି। ଟ୍ୱିଟ୍ କରି ବୈଜୟନ୍ତ କହିଛନ୍ତି ଯେ, ସେ ଦୀର୍ଘ ଦିନ ହେଲା ଓଡ଼ିଶାରେ ବଢୁଥିବା ଏହି ହିଂସାକାଣ୍ଡ, ଗୁଣ୍ଡାଗର୍ଦ୍ଦି ବିରୋଧରେ ସ୍ୱର ଉଠାଇ ଆସୁଛନ୍ତି ଓ ଯେଉଁଥିପାଇଁ ଜନତା ଚାହୁଁଛନ୍ତି ପରିବର୍ତ୍ତନ। ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ […]

  • Friday, 16 July 2021