ଭୁବନେଶ୍ୱର: ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ପାଇଁ ପୁରା ପ୍ରସ୍ତୁତ। ଫୋନି ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଆତଙ୍କିତ ନହେବାକୁ ମଧ୍ୟ ପରମର୍ଶ ଦେଇଛନ୍ତି। ସଚିବାଳୟରେ ବିଭିନ୍ନ ବିଭାଗର ସଚିବଙ୍କୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଶକ୍ତି, ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ସଚିବ ଉପସ୍ଥିତ ଥିଲେ। ବାତ୍ୟା ଓ ପରବର୍ତ୍ତୀ ଥଇଥାନ ନେଇ ବୈଠକରେ ଆଲୋଚନା ହୋଇଥିଲା। ସମ୍ଭାବ୍ୟ ବାତ୍ୟା […]
ଭୁବନେଶ୍ୱର: ‘ଫୋନି’ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଠାରୁ ୪ ତାରିଖ ଯାଏଁ ଏହା ବନ୍ଦ ରହିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେଣୁ ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ନନ୍ଦନକାନନକୁ ନ ଆସିବା ଲାଗି ପ୍ରାଣୀ ଉଦ୍ୟାନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ ଓ ବିଜୟନଗରମ୍ ମଧ୍ୟରେ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇ ପାରେ। ଏହି ଅନୁସାରେ ଯାତ୍ରୀମାନେ ସେମାନଙ୍କ ଯାତ୍ରା ନେଇ ଯୋଜନା କରିବାକୁ ପୂର୍ବତଟ ରେଲେୱେ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ସନ୍ଧ୍ୟାରେ ରେଳ ସେବା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ପୂର୍ବତନ ରେଲୱେ ସୂଚନା ଦେଇଛି।
ନବରଙ୍ଗପୁର: ଭାଲୁ ଆକ୍ରମଣରେ ଜଣେ ଗୁରୁତରା ନବରଙ୍ଗପୁର ଜିଲ୍ଲା ଶାସନ ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତିା ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁପତ୍ର ବିଭାଗର କର୍ମଚାରୀ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତିା ଗୁରୁତର ବ୍ୟକ୍ତି ହେଲେ ଶାସନ ଗାଁର ଦୟାନିଧି ହରିଜନା ସକାଳୁ ଦୟାନିଧି କେନ୍ଦୁ ପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।
ଆନନ୍ଦପୁର (ମୁନା ସିଂହ): ମାତ୍ର ୫୦୦ ଟଙ୍କା ପାଇଁ ଅତି ନିର୍ମମ ଭାବେ ଖୁଡ଼ୀକୁ କୁରାଢ଼ୀରେ ହାଣି ହତ୍ୟା ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆଁ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ରୁବେଇ ଦାସ।ରୁବେଇଙ୍କୁ ହତ୍ୟା କରିଥିବା ତାଙ୍କ ପୁତୁରାଙ୍କ ନାଁ ସାଧୁ ଦାସ। ସୂଚନା ଅନୁଯାୟୀ, ସାଧୁ ଘରେ ୫ ଶହ ଟଙ୍କା ରଖିଥିଲେ। ମାତ୍ର ଯେତେବେଳେ ସେ ଏହି ଟଙ୍କା ଖୋଜି ଥିଲେ ସେ ଏହାକୁ ପାଇନଥିଲେ। […]
କୁଚିଣ୍ଡା/ସୁବର୍ଣ୍ଣପୁର(ଦେବେନ୍ଦ୍ର ବେହେରା/ ରବୀନ୍ଦ୍ର ହୋତା): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିନ୍ତୁ ପୂରା ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସମ୍ବଲପୁରରୁ ବଲାଙ୍ଗିର, ଟିଟିଲାଗଡ଼ରୁ ସୁବର୍ଣ୍ଣପୁର ସବୁଠି ପାରଦ ୪୦ ପାର ହୋଇଗଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଡହ ଡହ ଖରା ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଛି। ଦିନ ୧୦ଟା ପରେ ରାସ୍ତାଘାଟ, ଦୋକାନ ବଜାର ସବୁ ଶୂନଶାନ୍ ହୋଇଯାଉଛି। କୁଚିଣ୍ଡାରେ ପ୍ରବଳ […]
କଟକ: କଟକରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଦଳର କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ, ଯୁବକଙ୍କୁ ଆକ୍ରମଣ କରିଥିବା ଦୃର୍ବୃତ୍ତଙ୍କୁ ଗିରଫ ଦାବିରେ ମର୍କତନଗର ଥାନା ଆଗରେ କାଠଯୋଡ଼ି ବିହାରର ବସ୍ତି ବାସିନ୍ଦା ଧାରଣା ଦେଇଥିଲେ।
ବାଲେଶ୍ୱର(ରଞ୍ଜିତ୍ ପାକଳ): ରହିବା ପାଇଁ ଘର ନମିଳିବାରୁ ନିର୍ବାଚନ କର୍ମଚାରୀ ହଟହଟା। ଶେଷରେ ବସ୍ରେ ଏବଂ ଖୋଲା ଆକାଶ ତଳେ ରାତି କାଟିଲେ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱରରୁ। ସୂଚନା ଅନୁସାରେ, ନିର୍ବାଚନୀ ଡ୍ୟୁଟି ପାଇଁ ଖୋର୍ଦ୍ଧାରୁ ପ୍ରାୟ ୫୦ ଜଣ କର୍ମଚାରୀ ଏକ ବସ୍ରେ ଗତକାଲି ରାତିରେ ବାଲେଶ୍ୱର ପହଞ୍ଚିଥିଲେ। ସମସ୍ତେ ସହଦେବଖୁଣ୍ଟା ସ୍ଥିତ ବାଳାଶ୍ରମରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ରୁମ୍ରେ ତାଲା ଝୁଲୁଥିବା ଦେଖିବାକୁ […]
କେନ୍ଦ୍ରାପଡ଼ା(ବିବର୍ତ୍ତନ ପଣ୍ଡା): କେନ୍ଦ୍ରାପଡ଼ାରେ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବଲିଉଡ୍ ଅଭିନେତା ତଥା କଂଗ୍ରେସ ନେତା ରାଜ୍ ବବ୍ବର୍। ଏହି ଅବସରରେ ତିନିମୁହାଣୀ ଛକଠାରୁ ଏକ ରୋଡ ଶୋ’ ଆରମ୍ଭ ହୋଇ ବଳଦେବଜୀଉଙ୍କ ମନ୍ଦିରରେ ଶେଷ ହୋଇଥିଲା। ରାଲିରେ ରାଜ୍ ବବ୍ବର୍ଏ ସହ କଂଗ୍ରେସ ନେତା ନରସିଂହ ମିଶ୍ର, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ, ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, କଂଗ୍ରେସ ରାଜ୍ୟ ପ୍ରଭାରୀ ଓ ବହୁ କଂଗ୍ରେସ ନେତା […]
ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ସ୍ଥାନୀୟ ଲୋକେ ଥାନା ଘେରାଉ କରିଛନ୍ତି। ତୁରନ୍ତ ଦୋଷୀକୁ ଧରିବା ପାଇଁ ପୁଲିସ୍ କାର୍ଯ୍ୟାରନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ସମ୍ପର୍କୀୟ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ପିଡ଼ିତାଙ୍କ ବାପା ଏତଲାରେ ଦର୍ଶାଇଛନ୍ତି। ଖାଲି ସେତିକି ନୁହେଁ […]
ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ହୁସୁବା ପଞ୍ଚାୟତର ଅଡ଼ିପଡ଼ା ଗାଁରେ ଜଣେ ଅବିବାହିତ ଦିବ୍ୟାଙ୍ଗ ମହିଳା ଅସ୍ୱାସ୍ଥ୍ୟକର ପରିବେଶରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମହିଳା ଜଣଙ୍କ ଅବିବାହିତ ହୋଇଥିବାରୁ, ଗର୍ଭବତୀ ହେବା ପରେ ପରିବାର ଓ ଗାଁ ଲୋକମାନେ ତାଙ୍କୁ ବାସନ୍ଦ କରି ଦେଇଥିଲେ। ଏହାପରେ ସେ ଖୋଲା ଆକାଶ ତଳେ ଏକ ଅଳିଆ ଗଦାରେ ସନ୍ତାନକୁ ଜନ୍ମ ଦେଇଥିଲେ। ଏନେଇ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସଖୀର କର୍ମକର୍ତ୍ତାମାନେ […]
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ, ତାଙ୍କ ଭାଇ ରିତେଶ ଏବଂ ତାଙ୍କର ୭ଜଣ ସମର୍ଥକଙ୍କ ନାମରେ ସ୍ଥାନୀୟ ଭସ୍ମା ଥାନାରେ ଏକ ମାମଲା ରୁଜୁ ହୋଇଛି। ରାଇବଗା ଅଞ୍ଚଳରେ ରହୁଥିବା ବୀଣା ଗହୀର ନାମକ ଜଣେ ମହିଳା ଯୋଗେଶଙ୍କ ବିରୋଧରେ ଏକ ଆକ୍ରମଣ ଅଭିଯୋଗ ଆଣିବା ପରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଉକ୍ତ ଅଭିଯୋଗରେ ମହିଳା ଜଣଙ୍କ ଦର୍ଶାଇଛନ୍ତି ଯେ, ଗତ ୧୭ ତାରିଖରେ ତାଙ୍କ ବାପା ତୁଳାରାମଙ୍କୁ […]
ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା। ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ସେରଗଡ଼ ଫାଣ୍ଡି ସମ୍ମୁଖରେ ଟ୍ରଲର-ବାଇକ୍ ଧକ୍କା। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ସୌମରଞ୍ଜନ। ସୂଚନା ଅନୁସାରେ ସୌମ୍ୟରଞ୍ଜନ ଆଜି ସକାଳୁ ବାଲେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ସେରଗଡ଼ ଟୋଲଗେଟ୍ ପୂର୍ବରୁ ଏକ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି […]
ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏନେଇ ରାଜକନିକାର ନେଉଳଗଡ଼ିଆରେ ବିଜେପିର ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆଳିର ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ, ବିଜେପି ଯୁବନେତା ରଶ୍ମିରଂଜନ ବେହେରା, ବ୍ରଜ ସୁନ୍ଦର ଭୂୟାଁ ପ୍ରମୁଖ ଯୋଗ ଦେଇ ମୋଦି ସରକାରର ଜନହିତକର ଯୋଜନା ସଂପର୍କରେ କର୍ମୀଙ୍କୁ ଅବଗତ କରାଇଥିଲେ।
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ପୋଲିଂ ପାର୍ଟିକୁ ବିରୋଧ କଲା ନବ ନିର୍ମାଣ କୃଷକ ସଂଗଠନ। ବୁଥକୁ ଯିବା ପୂର୍ବରୁ ଚାଷୀ ସଂଗଠନ ପୋଲିଂ ପାର୍ଟିକୁ ବିରୋଧ କରି ଇଭିଏମ୍ ବିତରଣ କେନ୍ଦ୍ର ଆଗରେ ଧାରଣା ଦେଇଥିଲା। କୃଷକ ସଂଗଠନର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ଇଭିଏମ୍ ବିତରଣ କେନ୍ଦ୍ର କରାଯାଇଥିବା କେନ୍ଦୁଝରର ମାଇନିଂ ଇଂଜିନିୟରିଂ କଲେଜ ଆଗରେ ଧାରଣାରେ ବସିଥିଲେ। ସରକାର ଚାଷୀଙ୍କୁ ସହରରେ ପୂରାଇ ଦେଉନଥିବାରୁ ପୋଲିଂ ପାର୍ଟିକୁ ଗାଁ ବୁଥରେ ପୂରାଇ ନଦେବା […]
ନବରଙ୍ଗପୁର: ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ କେରଣ୍ଡି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁଳାରାମ ମାଝି। ଅଭିଯୁକ୍ତଙ୍କ ନାଁ କନେଇ ମାଝି। ତାଙ୍କୁ ଡାବୁଗାଁ ପୁଲିସ୍ ଗିରଫ କରିଛି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୌଣସି ଏକ କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଏହି ସମୟରେ କନେଇ ଉତ୍ତ୍ୟକ୍ତ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଜେଲ୍ରୁ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ଫେରୁଥିବା ବେଳେ ଅଧା ବାଟରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଛି। ମାଲକାନଗିରି ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଚମ୍ପଟ୍ ମାରିଥିବା ବିଚାରାଧୀନ କଏଦୀଙ୍କ ନାଁ ରାଜୁ ବରେଇ। ସୂଚନା ଅନୁସାରେ, ଗଞ୍ଜେଇ କାରବାର ସହିତ ଜଡ଼ିତ ଏକ ମାମଲାରେ ଗିରଫ ହୋଇ ରାଜୁ ମାଲକାନଗିରି ଉପ-କାରାଗାର ଥିଲା ଗତ କିଛି ଦିନ ହେବ ତା’ର ଦେହ ଖରାପ ରହୁଥିବାରୁ ଚିକିତ୍ସା ପାଇଁ ଜେଲ୍ର ଫାର୍ମାସିଷ୍ଟ୍ ଓ ଗାର୍ଡଙ୍କ ସହାୟତାରେ ତାକୁ ମାଲକାନଗିରି […]
କେନ୍ଦ୍ରାପଡ଼ା: ପୁରୀ ସ୍ୱର୍ଗଦ୍ୱାରରେ ଦିବଙ୍ଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲ୍ଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗତକାଲି କେନ୍ଦ୍ରାପଡ଼ାରେ ଶେଷ ଦର୍ଶନ ପରେ ତାଙ୍କୁ ପୁରୀକୁ ଅଣାଯାଇଥିଲା। ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ କ୍ରିୟା ସଂପନ୍ନ ହୋଇଥିଲା। ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ସ୍ଥିତ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବାସଭବନକୁ ଯାଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ତାଙ୍କର ଶେଷ ଦର୍ଶନ କରିଥିଲେ। ବୈଜୟନ୍ତଙ୍କ ବ୍ୟତୀତ ପାଟକୁରାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର […]
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଏକ ଛୋଟ ଗାଁ ଚିଲଗୁଡା । ବାପା ସମୀର ଯୋଶୀ ଏବଂ ମା ସାଗରିକା ଯୋଶୀଙ୍କ ଏକମାତ୍ର ପୁଅ ସ୍ୱୟଂଶିବ । ତେବେ ବର୍ତ୍ତମାନ ସ୍ୱୟଂଶିବକୁ ନେଇଁ ଚାରିଆଡେ ଚର୍ଚ୍ଚା ।
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଭଇଁଷାଟାଲ ପଞ୍ଚାୟତର ଭଣ୍ଡାରପୁରୀ ଗାଁରେ କାଳବୈଶାଖୀ ତାଣ୍ଡବରେ ମା’, ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗଣେଶୀ ତାଣ୍ଡି ଓ ତାଙ୍କ ଝିଅ ତୁଳସୀ ତାଣ୍ଡି। ଗଣେଶୀଙ୍କ ସ୍ୱାମୀ ପୁନିତରାମ ତାଣ୍ଡିଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ପୁନିତରାମଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା। ବିଳମ୍ୱିତ ରାତିରେ କାଳବୈଶାଖୀ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ତାଙ୍କ ଘର ପାଖରେ […]
ବାଲେଶ୍ୱର/ ଜୟପୁର: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଦେଖାଦେଇଛି ଚରମ ଅବ୍ୟବସ୍ଥା। ଫଳରେ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ହୋଇ ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିଛି। ସୂଚନା ଅନୁସାରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଗତ ୮ ତାରିଖରୁ ଆରମ୍ଭ ହୋଇ ୧୮ରେ ଶେଷ ହେବା କଥା। ମାତ୍ର କେତୋଟି ମୂଲ୍ୟାୟନ କେନ୍ଦ୍ରରେ ଆନୁସଙ୍ଗିକ ସୁବିଧାର ଅଭାବ ପାଇଁ ଖାତା ଦେଖାରେ […]
ନିରାଡମ୍ବର ଜୀବନ ବିତାଉଛନ୍ତି ପୂର୍ବତନ ବିଧାୟକ । ନିଜର ସରଳ, ଅମାୟିକ, ନିଷ୍କପଟ ଓ ସରଳ ଜୀବନ ଶୈଳୀ ପାଇଁ ସେ ଚର୍ଚ୍ଚାରେ । ସାଇକେଲରେ ଯିବାଆସିବା କରିବା ସହ ବୟସର ଅପରାହ୍ନରେ ନିଜ ଗାଁରେ ଚାଳଛପର ଘରେ ଜୀବନ ଅତିବାହିତ କରୁଛନ୍ତି ।
ରାଜଧାନୀରେ ଖତ ଖାଉଥିବା ବିଏମ୍ସିର ମୋ’ ସାଇକେଲ ଯୋଜନାରେ ସାମ୍ନାକୁ ଆସିଛି ଆହୁରି ସାଂଘାତିକ ତଥ୍ୟ । କବାଡ଼ି ବାଲାକୁ ମାତ୍ର ୫୦୦ ଟଙ୍କାରେ ବିକ୍ରି ହୋଇଥିବା ସାଇକେଲ୍ ପିଛା ସରକାର ୨୫ ହଜାର ନୁହେଁ, ମୋଟ ୫୦ ହଜାରର ଚୁକ୍ତି କରିଥିଲେ ।
ଗତ ମଙ୍ଗଳବାରଠୁ ଏ ମଙ୍ଗଳବାର, ୮ ଦିନ ବିତିଗଲା । ତଥାପି ସାମ୍ନାକୁ ଆସିଲାନି ଯୁବ ACF ସୌମ୍ୟରଜଂନଙ୍କ ମୃତ୍ୟୁ ପଛର ସତ । କିନ୍ତୁ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଆସିଛି ।
ଲକଡାଉନରେ ସମୟରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିନବ କୌଶଳ ଆପଣାଇଛନ୍ତି ଗୁଜରାଟର ଜଣେ ଶିକ୍ଷୟିତ୍ରୀ । ଯେଉଁ ପିଲାମାନେ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଇଁ ଖୋଲାସ୍ଥାନରେ ନିଜେ କ୍ଲାସ ନେଉଛନ୍ତି ସରକାରୀ ସ୍କୁଲର କିଛି ଶିକ୍ଷୟିତ୍ରୀ ।