• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

111
ତେଲଙ୍ଗାନା ପୁଲିସକୁ ମାଡ଼ ମାରିଲେ ଗ୍ରାମବାସୀ

ବ୍ରହ୍ମପୁର: ତେଲେଙ୍ଗାନା ପୁଲିସକୁ ଗଞ୍ଜାମରେ ଆକ୍ରମଣ ହୋଇଛି।  ପାଟପୁର ଥାନା ଡେଙ୍ଗାଡ଼ି ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୋଲିସ ଟିମ୍‌କୁ ଗାଁ ଲୋକ ପିଲା ଚୋର ଗ୍ୟାଙ୍ଗ୍ ଭାବି ଆକ୍ରମଣ କରିଥିଲେ। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା । ତେଲଙ୍ଗାନାର ୧୦ ଜଣିଆ ପୁଲିସ ଟିମ୍‌ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ।  ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ସୁନା ଦୋକାନରେ କାମ କରୁଥିବା […]

bb
ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା ପୂର୍ବରୁ ମନ୍ଦିର ମରାମତି କାମ ସରିବ: ଏଏସ୍ଆଇ ଡିଜି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିର ପରିଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ଏଏସ୍ଆଇ ଡିଜି ଉଷା ଶର୍ମା। ବାତ୍ୟାରେ କୋଣାର୍କ ମନ୍ଦିର ପରିସରରେ ପ୍ରାୟ ୨୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ମାତ୍ର ମନ୍ଦିରରେ ଢାଞ୍ଚାଗତ କୌଣସି କ୍ଷତି ହୋଇନାହିଁ ବୋଲି ଏଏସ୍‌ଆଇ ଡିଜିଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଜାଣିବାକୁ ପାଇଛି। ୧୫ ଦିନ ମଧ୍ୟରେ ମନ୍ଦିର ସମ୍ପୂର୍ଣ୍ଣ ସ୍ୱାଭାବିକ ଅବସ୍ଥାକୁ […]

b7i
ଛୁଟିରେ ବି ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଛୁଟି ଦିନରେ ବି ବ୍ୟାଙ୍କ ଖୋଲା ରଖାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ଏସ୍‌ଏଲ୍‌ବିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କେରଳ ମଡେଲ୍‌ ଅନୁସରଣ କରିବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। କମ୍ ଡକ୍ୟୁମେଣ୍ଟ ନେଇ ଋଣ ପ୍ରଦାନ ଲାଗି ବ୍ୟାଙ୍କ ଗୁଡିକୁ କୁହାଯାଇଛି। ସୋମବାର ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ସେବା […]

b7
ଉଜୁଡିଛି ବାଲୁଖଣ୍ଡ, ଚମକ ହରାଇଛଇ ଚନ୍ଦକା, ନଷ୍ଟ ହୋଇଛି ବରୁଣେଇର ସାଗୁଆନ ଜଙ୍ଗଲ଼

ଭୁବନେଶ୍ୱର: ବାତ୍ୟା ମାଡ଼ରେ ଧ୍ୱସ୍ତବିଧ୍ୱଂସ୍ତ ବନ୍ୟ ସଂପଦ। ଫୋନି ବାତ୍ୟା, ଏମିତି ପିଟିଛି ଯେ, ବିରାଟକାୟ ଦ୍ରୁମ ହେଉ କି କ୍ଷୁଦ୍ର, ମଜଭୁତ ହେଉ କି ଦୁର୍ବଳ, କାହରିକୁ ବି ଛାଡି ନାହିଁ । ବାତ୍ୟା ମାଡ଼ ହୋଇଥିବା ପୁରୀର ବାଲୁଖଣ୍ଡ ହେଉକି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କିମ୍ବା ଖୋର୍ଦ୍ଧାର ଐତିହାସିକ ବରୁଣେଇ ଏସମସ୍ତ ବନଖଣ୍ଡ ଏବେ  ଶ୍ରୀହୀନ। ଅନ୍ୟପକ୍ଷରେ ଏସବୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଅବସ୍ଥା କଣ ତାହା ବି ଜଣାପଡୁନି । ସମ୍ପୁର୍ଣ୍ଣ ଭାବେ ଉଜୁଡି […]

b8
ଫୋନି ମାଡ଼ରେ ଘାଇଲା ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ

କୋଣାର୍କ: ପ୍ରଳୟଙ୍କରୀ ଝଡ଼ ଫୋନି ମାଡ଼ରେ ଘାଇଲା ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର। ବିକୃତ ହୋଇ ଯାଇଛି ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବେଳାଭୂମୀ। ସୂର୍ଯ୍ୟମନ୍ଦିର ଖୋଲୁ ନ ଥିବାରୁ ବିରସ ମନରେ ଫେରୁଛନ୍ତି ପର୍ଯ୍ୟଟକ। ଦେଖଣାହାରୀ ନ ଥିବାରୁ ଖାଁ ଖାଁ ଲାଗୁଛି ସମୁଦ୍ରକୂଳ । ଉତ୍କଳର ଐତିହ୍ୟ ଓ ଭାସ୍କର୍ଯ୍ୟକୁ ଅତି ପାଖରୁ ଦେଖିବାକୁ ଯେଉଁଠି ଦିନ ତମାମ ଲାଗୁଥିଲା କୋଳାହଳ, ସେ ସ୍ଥାନ ଆଜି ଖାଁ ଖାଁ ଲାଗୁଛି। ସମୁଦ୍ର କୋଳରୁ ଉଦିତ ସୂର୍ଯ୍ୟଙ୍କ […]

uon
ଫୋନିକୁ ସପ୍ତାହେ ପୂରିଲା, ସ୍ୱାଭାବିକ୍‌ ହେଉନି ବିଦ୍ୟୁତ୍‌ ବ୍ୟବସ୍ଥା

ଭୁବନେଶ୍ୱର: ଫୋନି ପ୍ରଳୟର ଗୋଟିଏ ସପ୍ତାହ ପରେ ବି ସ୍ୱାଭାବିକ ହୋଇନି ରାଜଧାନୀର ବିଜୁଳି ସରବରାହ ବ୍ୟବସ୍ଥା। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହେଉଥିଲେ ବି ଅନେକ ସ୍ଥାନରେ ବିଜୁଳି ନ ଆସିବାରୁ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଜନତାଙ୍କ ଧୈଯ୍ୟଚ୍ୟୁତି ଘଟୁଛି । ତେଣୁ ଲୋକଙ୍କ ରୋଷକୁ ଦେଖି ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଏବେ ପୋଲିସ ସୁରକ୍ଷା ଦେଲାଣି। ସରକାର ପୂର୍ବରୁ ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ଶତ ପ୍ରତିଶତ ଲୋକଙ୍କୁ ବିଜୁଳି […]

t7
ପଥର ଖୋଲରୁ ମୃତଦେହ ଉଦ୍ଧାର

ଫୁଲବାଣୀ:  କନ୍ଧମାଳର ଦାରିଙ୍ଗବାଡ଼ିରେ ଜଣେ ନାବାଳକର ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ୍।   କଟାବାଡ଼ି ଗାଁ ଜଙ୍ଗଲର ଏକ ପଥର ଖୋଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ହେଲା ରିତେଶ ପ୍ରଧାନ, ତାଙ୍କ ବୟସ ୮ ବର୍ଷ ହେବ। ସେ ଗତ ୫ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପୂର୍ବ ଶତ୍ରୁତାରୁ ନାବାଳକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ କଟାବାଡ଼ି ଗାଁର ୨ ଯୁବକଙ୍କୁ […]

ss
ଜେଲ୍‌ ୱାଡର୍ରଙ୍କ ବାଇକ୍‌ ଧରି କଏଦୀ ଚମ୍ପଟ

ଭୁବନେଶ୍ୱର: ଜେଲରୁ ଚମ୍ପଟ ମାରିଛନ୍ତି କଏଦୀ । ସେ ପୁଣି ୱାଡର୍ରଙ୍କ ବାଇକ୍‌ ଧରି। ଫୁଲବାଣୀ ଜିଲ୍ଲା କାରାଗାରରେ ଘଟିଛି ଏହି ଘଟଣା। ଫେରାର କଏଦୀ ହେଉଛନ୍ତି ଦାରିଙ୍ଗବାଡି ଅଞ୍ଚଳର ଗୋପୀନାଥ ନାୟକ। ଦୁଷ୍କର୍ମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ଼ ଜେଲରେ ସଜା କାଟୁଥିଲେ । ଗତକାଲି ସନ୍ଧ୍ୟାରେ ଜେଲ ଓ୍ୱାର୍ଡରଙ୍କ ବାଇକ ଧରି ସେ ଜେଲରୁ ଚମ୍ପଟ ମାରିଛନ୍ତି। କଏଦୀ ଫେରାର ହେବା ପରେ ଜେଲ୍ ସୁପରିଟେଣ୍ଡେଣ୍ଟ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି। […]

h
ପୁରୁଣା କଥା ଦୋହରାଇଲେ ଶକ୍ତି ସଚିବ

ଭୁବନେଶ୍ୱର: ପୁରୁଣା କଥାକୁ ପୁଣି ଦୋହରାଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା । ୧୨ ତାରିଖ ସୁଦ୍ଧା ବାତ୍ୟା ପ୍ରଭାବିତ ହୋଇଥିବା ୯୦ ପ୍ରତିଶତ ଲୋକଙ୍କୁ ମିଳିବ ବିଦ୍ୟୁତ୍ । ପୁରୀ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍ ଦିଆଯିବ ବୋଲି କହିଛନ୍ତି ଶକ୍ତି ସଚିବ। ପୂର୍ବରୁ ୧୦ ତାରିଖ ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ୍ ଦିଆଯିବାକୁ କହିଥିଲେ I & PR ସଚିବ । ହେଲେ ଆଜି ସୁଦ୍ଧା କେତେ ଅଞ୍ଚଳରେ […]

3
ଲୋକଙ୍କୁ ପାଣି ଯୋଗାଇବାକୁ ଲଗିଛି ୩୩୯ଟି ଟ୍ୟାଙ୍କର

ଭୁବନେଶ୍ୱର:  ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ରାଜଧାନୀ ଭୁବନେଶ୍ୱର ସହ ଅନ୍ୟ ସହର ଓ ପ୍ରଭାବିତ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ସମସ୍ତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ କରାଯାଇଛି । ଜଳ ଯୋଗାଣ କାର୍ଯ୍ୟରେ୨୧୪ଟି ଜେନେରେଟର ନିୟୋଜିତ କରାଯାଇଛି । ଲୋକଙ୍କୁ ପାଣି ଯୋଗାଇବାକୁ ୩୩୯ଟି ଟ୍ୟାଙ୍କର ଏବଂ ୧୦୨୯ଟି ପିଭିସ୍ ଟ୍ୟାଙ୍କ ନିୟୋଜିତ କରାଯାଇଛି […]

6y7
ସେସୁକୁ ସହାୟତା କରିବ ଅଗ୍ନିଶମ ବିଭାଗର ୩୦ ଟିମ୍‌

ଭୁବନେଶ୍ୱର: ଫୋନି ବ୍ୟାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀରେ ପୁନରୁଦ୍ଧାର କାମକୁ ତ୍ୱରାନ୍ୱିତ କରିବାକୁ ଦମକଳ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ୪୭୬ ଜଣ ଆଗ୍ନିକଙ୍କୁ ନେଇ ୭୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ୬ଜଣ ସଦସ୍ୟ ରହିବେ । ଏମାନେ ଗଛକଟା, ଜଳଯୋଗାଣ, ବିଦ୍ୟୁତ ସଂଯୋଗରେ ସଂପୃକ୍ତ ବିଭାଗକୁ ସହାୟତା ପ୍ରଦାନ କରିବେ । ସେସୁକୁ ୩୦ଟି ଟିମ୍‌ ସହାୟତା ପାଇଁ ଦିଆଯିବ ବୋଲି ଫାୟାର ଡିଜିଙ୍କ ନେତୃତ୍ୱରେ ଏକ […]

2
୧୨ ତାରିଖ ସୁଦ୍ଧା ୧୮ ପେୟାର ଟ୍ରେନ୍ ଗଡିବ: ଧର୍ମେନ୍ଦ୍ର

ଭୁବନେଶ୍ୱର: ବାତ୍ୟାରେ ରେଳ ବିଭାଗ କ୍ଷୟକ୍ଷତି ତଥା ପୁନରୁଦ୍ଧାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୋର୍ଦ୍ଧାରୋଡ ରେଳବାଇର ଡିଭିଜନର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଜୋନ୍‌ରେ କ୍ଷତି ହୋଇଛି।  ପୁରୀରୁ ବିଭିନ୍ନ ଆଡ଼କୁ ଏବେ ୧୨ ପେୟାର ଟ୍ରେନ୍ ଚଳାଚଳ କରୁଛି । ୧୨ ତାରିଖ ସୁଦ୍ଧା ୧୮ ପେୟାର ଟ୍ରେନ୍ ଚଳାଚଳ କରିବ ବୋଲି ସମୀକ୍ଷା ପରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଓ୍ୱଡ଼ା-ଚେନ୍ନାଇ ରୁଟ୍‌ରେ ଟ୍ରେନ୍ ଚଳାଚଳ […]

1
୧୨ ତାରିଖ ସୁଦ୍ଧା ରାଜଧାନୀରେ ସବୁଆଡେ ଜଳିବ ବିଜୁଳି

ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ଜୋରସୋରରେ ଚାଲିଥିବା ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଂଜୟ ସିଂ।  ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଜୁଳି ମିଳିଥିବା ସେ ସୂଚନା ଦେଇଛନ୍ତି। ପୂର୍ବ ଟାର୍ଗେଟ ଅନୁଯାୟୀ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ଓ ୧୨ ତାରିଖ ସୁଦ୍ଧା ସମସ୍ତଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ସେହିପରି ପୁରୀରେ ୧୨ ତାରିଖ ସୁଦ୍ଧା ବଡ଼ ଦାଣ୍ଡରେ ବିଜୁଳି […]

bbsr
ଖାଁ ଖାଁ ଧଉଳି, ଲିଙ୍ଗରାଜ ମନ୍ଦିରରେ ନାହାନ୍ତି ଭକ୍ତ

ଭୁବନେଶ୍ୱର: ଫୋନିର ଆଁରେ ଉଜୁଡ଼ି ଯାଇଛି ଐତିହ୍ୟ ସହର ଭୁବନେଶ୍ୱର। ପର୍ଯ୍ୟଟକଙ୍କ ଆକର୍ଷଣ ଥିଲା ଧଉଳିଗିରି। ହେଲେ ଏବେ ତାର ସୌନ୍ଦର୍ଯ୍ୟ ଓ ସବୁଜିମା ସବୁ ଯେମିତି ଛାରଖାର ହୋଇଯାଇଛି।  ପ୍ରଭାବିତ ହୋଇଛି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା। ବିଦ୍ୟୁତ୍‌ ନାହିଁ  କି ପିଇବା ପାଣି ନାହିଁ । ସବୁଆଡ଼େ ଖାଁ ଖାଁ। ପର୍ଯ୍ୟଟକଙ୍କ ଭିଡ଼ ବି ନାହିଁ । ପର୍ଯ୍ୟଟକ ନ ଆସିବାରୁ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ବ୍ୟାହତ ହୋଇଛି। କେବଳ ଧଉଳି ନୁହେଁ, ଲିଙ୍ଗରାଜ […]

  • Wednesday, 21 July 2021
MOBILE
ପୁରୀରେ ବୁଲୁଛି ଭ୍ରାମ୍ୟମାଣ ମୋବାଇଲ୍ ଟାୱାର

ଭୁବନେଶ୍ୱର: ବାତ୍ୟା ପରେ ମୋବାଇଲ୍ ନେଟୱାର୍କ କାମ କରୁ ନ ଥିବା ବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଭ୍ରାମ୍ୟମାଣ ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଶେଷ କରି ପୁରୀ, ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ଟେଲି ଯୋଗାଯୋଗ ଏକ ପ୍ରକାର ଅଚଳ ହୋଇଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେଣୁ କମ୍ପାନୀ ପୁରୀରେ ଏହାର ପ୍ରଥମ ସେଲ୍ ଅନ୍ ହୁଇଲ୍ ସେବା ଆରମ୍ଭ କରିଛି। ଏହାକୁ ଟେଲିକମ୍ ଭାଷାରେ ସେଲ୍ […]

  • Wednesday, 21 July 2021
cm
‘ଫୋନି’ ପ୍ରଭାବିତଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ସମୀକ୍ଷା କରି ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ପୁରୀ ଜିଲ୍ଲା ଓ ଖୋର୍ଦ୍ଧାର ଯେଉଁ ସବୁ ଅଞ୍ଚଳ ଅତି ଭୀଷଣ ଭାବେ ପ୍ରଭାବିତ ସେଠାରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପରିବାରଙ୍କୁ ୫୦ କେଜି ଚାଉଳ, ନଗଦ ୨ ହଜାର ଟଙ୍କା ଏବଂ ପଲିଥିନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଭୀଷଣ ଭାବେ ପ୍ରଭାବିତ ପରିବାରକୁ ମଧ୍ୟ ସହାୟତା ଘୋଷଣା କରାଯାଇଛି। ସେଠାରେ ଖାଦ୍ୟ […]

  • Wednesday, 21 July 2021
bridge
ଭୁଶୁଡ଼ିଲା ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣାଧୀନ ପୋଲ

ବାଲେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଅନ୍ତର୍ଗତ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣାଧୀନ ଅବସ୍ଥାରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି। ନଦୀର ଜଳ ଫୁଲିବା ଫଳରେ ଏହି ପୋଲ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ପୋଲଟି ୪ ବର୍ଷ ଧରି ନିର୍ମାଣ ଚାଲିଥିଲା। ପଳାସିଆ ଗାଁରେ ଏହି ନିର୍ମାଣଧୀନ ପୋଲର କଂଙ୍କ୍ରିଟ କିଛି ଦିନ ଆଗରୁ ପଡ଼ିଥିଲା।

  • Wednesday, 21 July 2021
pakhei-foni
‍ଗୋପାଳପୁରରେ ପ୍ରବଳ ବର୍ଷା ଓ ପବନ

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ ‘ଫୋନି’। ସକାଳ ପ୍ରାୟ ସାଢ଼େ ୮ଟା ବେଳକୁ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଥିବା ବେଳେ ଏହାର ପ୍ରଭାବରେ ଗତକାଲିଠାରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସବୁଠୁ ଅଧିକ ବର୍ଷା ହୋଇଛି ଗୋପାଳପୁରରେ। ସକାଳ ସାଢ଼େ ୫ଟା ସୁଦ୍ଧା ଏଠାରେ ୧୪୯ ମିଲିମିଟର ବର୍ଷା ହୋଇଥିବା ବେଳେ ଘଣ୍ଟାପ୍ରତି […]

  • Wednesday, 21 July 2021
cm
ଆତଙ୍କିତ ନ ହେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ପାଇଁ ପୁରା ପ୍ରସ୍ତୁତ। ଫୋନି ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଆତଙ୍କିତ ନହେବାକୁ ମଧ୍ୟ ପରମର୍ଶ ଦେଇଛନ୍ତି। ସଚିବାଳୟରେ ବିଭିନ୍ନ ବିଭାଗର ସଚିବଙ୍କୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଶକ୍ତି, ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ସଚିବ ଉପସ୍ଥିତ ଥିଲେ। ବାତ୍ୟା ଓ ପରବର୍ତ୍ତୀ ଥଇଥାନ ନେଇ ବୈଠକରେ ଆଲୋଚନା ହୋଇଥିଲା। ସମ୍ଭାବ୍ୟ ବାତ୍ୟା […]

  • Wednesday, 21 July 2021
nandan-kanan
ଆସନ୍ତାକାଲିଠୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ‘ଫୋନି’ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଠାରୁ ୪ ତାରିଖ ଯାଏଁ ଏହା ବନ୍ଦ ରହିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେଣୁ ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ନନ୍ଦନକାନନକୁ ନ ଆସିବା ଲାଗି ପ୍ରାଣୀ ଉଦ୍ୟାନ ପକ୍ଷରୁ ପରାମର୍ଶ ଦିଆଯାଇଛି।

  • Wednesday, 21 July 2021
train
ବାତ୍ୟା 'ଫୋନି'କୁ ନେଇ ପୂର୍ବତଟ ରେଲୱେର ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ ଓ ବିଜୟନଗରମ୍ ମଧ୍ୟରେ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇ ପାରେ। ଏହି ଅନୁସାରେ ଯାତ୍ରୀମାନେ ସେମାନଙ୍କ ଯାତ୍ରା ନେଇ ଯୋଜନା କରିବାକୁ ପୂର୍ବତଟ ରେଲେୱେ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ସନ୍ଧ୍ୟାରେ ରେଳ ସେବା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ପୂର୍ବତନ ରେଲୱେ ସୂଚନା ଦେଇଛି।

  • Wednesday, 21 July 2021
mAN
ଭାଲୁ ଆକ୍ରମଣରେ ଜଣେ ଗୁରୁତରା

ନବରଙ୍ଗପୁର: ଭାଲୁ ଆକ୍ରମଣରେ ଜଣେ ଗୁରୁତରା ନବରଙ୍ଗପୁର ଜିଲ୍ଲା ଶାସନ ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତିା ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁପତ୍ର ବିଭାଗର କର୍ମଚାରୀ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତିା ଗୁରୁତର ବ୍ୟକ୍ତି ହେଲେ ଶାସନ ଗାଁର ଦୟାନିଧି ହରିଜନା ସକାଳୁ ଦୟାନିଧି କେନ୍ଦୁ ପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

  • Wednesday, 21 July 2021
representational image
୫୦୦ ଟଙ୍କା ପାଇଁ ଖୁଡ଼ୀକୁ ହତ୍ୟା କଲା ପୁତୁରା!

ଆନନ୍ଦପୁର (ମୁନା ସିଂହ): ମାତ୍ର ୫୦୦ ଟଙ୍କା ପାଇଁ  ଅତି ନିର୍ମମ ଭାବେ ଖୁଡ଼ୀକୁ କୁରାଢ଼ୀରେ ହାଣି ହତ୍ୟା ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆଁ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ରୁବେଇ ଦାସ।ରୁବେଇଙ୍କୁ ହତ୍ୟା କରିଥିବା ତାଙ୍କ ପୁତୁରାଙ୍କ ନାଁ ସାଧୁ ଦାସ। ସୂଚନା ଅନୁଯାୟୀ, ସାଧୁ ଘରେ ୫ ଶହ ଟଙ୍କା ରଖିଥିଲେ। ମାତ୍ର ଯେତେବେଳେ ସେ ଏହି ଟଙ୍କା ଖୋଜି ଥିଲେ ସେ ଏହାକୁ ପାଇନଥିଲେ। […]

  • Wednesday, 21 July 2021
water
ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ବଢ଼ାଇ ଦେଇଛି ଲୋକଙ୍କ ଚିନ୍ତା

କୁଚିଣ୍ଡା/ସୁବର୍ଣ୍ଣପୁର(ଦେବେନ୍ଦ୍ର ବେହେରା/ ରବୀନ୍ଦ୍ର ହୋତା): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିନ୍ତୁ ପୂରା ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସମ୍ବଲପୁରରୁ ବଲାଙ୍ଗିର, ଟିଟିଲାଗଡ଼ରୁ ସୁବର୍ଣ୍ଣପୁର ସବୁଠି ପାରଦ ୪୦ ପାର ହୋଇଗଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଡହ ଡହ ଖରା ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଛି। ଦିନ ୧୦ଟା ପରେ ରାସ୍ତାଘାଟ, ଦୋକାନ ବଜାର ସବୁ ଶୂନଶାନ୍‌ ହୋଇଯାଉଛି। କୁଚିଣ୍ଡାରେ ପ୍ରବଳ […]

  • Wednesday, 21 July 2021
murder
କଟକରେ ନିର୍ବାଚନୀ ହିଂସା

କଟକ: କଟକରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଦଳର କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ, ଯୁବକଙ୍କୁ ଆକ୍ରମଣ କରିଥିବା ଦୃର୍ବୃତ୍ତଙ୍କୁ ଗିରଫ ଦାବିରେ ମର୍କତନଗର ଥାନା ଆଗରେ କାଠଯୋଡ଼ି ବିହାରର ବସ୍ତି ବାସିନ୍ଦା ଧାରଣା ଦେଇଥିଲେ।

  • Wednesday, 21 July 2021