ଭଦ୍ରକ : ରାସ୍ତାକାମରେ ଅନିୟମିତତା ଅଭିଯୋଗ ଆଣି ଲୋକେ କାମ ବନ୍ଦ କରିଛନ୍ତି। ଏହି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଡିହି ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ବ୍ରାହ୍ମଣସାହିଠାରୁ ବାସନ୍ତିପଡିଆ ପର୍ଯ୍ୟନ୍ତ ଚାଲିଥିବା କାମକୁ ଲୋକମାନେ ବନ୍ଦ କରି ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ରାସ୍ତାକାମରେ ବ୍ୟାପକ ଅନିୟମିତତା ହେଇଛି। ଜେଇଙ୍କ ଉପସ୍ଥିତିରେ ଲୋକମାନେ ରାସ୍ତାକାମ କରିବାକୁ ଦାବି କରିଥିବାବେଳେ ଜେଇ ନିଜେ ନ ଆସି ଅନ୍ୟ ଜଣେ ବ୍ୟକ୍ତିଙ୍କୁ […]
ଭୁବନେଶ୍ୱର : ବାତ୍ୟା ଫୋନିରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ହୋଟେଲ ଶିଳ୍ପ। ପୁରୀ ଓ ଭୁବନେଶ୍ୱରରେ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ଘଟିଛି। ରାଜ୍ୟରେ ହୋଟେଲ ଶିଳ୍ପରେ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ଘଟିଛି। ପୁରୀ ସହରର ପ୍ରାୟ ୮୦ ପ୍ରତିଶତରୁ ଅଧିକ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ସମସ୍ତ ବ୍ୟାଙ୍କ ପକ୍ଷରୁ ତୁରନ୍ତ ଋଣ ବ୍ୟବସ୍ଥା ପାଇଁ ହୋଟେଲ ଓ ରେସ୍ତୁରାଁ ସଂଘ ନିବେଦନ କରିଛି। ବାଣିଜ୍ୟିକ କ୍ଷେତ୍ରରେ ୨ ହଜାର କୋଟି […]
ବାରିପଦା : ବାରିପଦା ଏମ୍ପିସି କଲେଜରେ ମୋବାଇଲ ଲାଇଟ୍ରେ ଖାତାଦେଖା ଘଟଣା ପରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କୁ ଏକ୍ସପ୍ଲାନେସନ ମଗାଯିବ ବୋଲି CHSE ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାସ କହିଛନ୍ତି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ବାରଣ ଥିଲେ ବି କେମିତି ନିଆଯାଇଥିଲା ଏବଂ ଅପରାହ୍ନ ସାଢେ ୫ଟାରେ କାହିଁକି ଖାତା ଦେଖୁଥିଲେ ସେ ନେଇ କାରଣ ଦର୍ଶାଇବା ଲାଗି ନିର୍ଦ୍ଦେଶ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି। ଏହା ସହିତ ସଂପୃକ୍ତ ପରୀକ୍ଷକମାନେ ଦେଖିଥିବା ଖାତାର […]
ବ୍ରହ୍ମଗିରି: ଫୋନି ମାଡ଼ରେ ଶ୍ରୀହୀନ ହୋଇଯାଇଛି ବ୍ରହ୍ମଗିରିର ତଳମାଳ ଗ୍ରାମ। ଫୋନିର ତାଣ୍ଡବ ଯୋଗୁ ମାଟିରେ ମିଶିଛି ଶହ ଶହ ଚାଳ ଛପର ଘର। ଲୋକଙ୍କ ଘରର ଆଜବେଷ୍ଟସ୍ ଉଡ଼ିଯିବା ସହିତ ସମସ୍ତ ଆସବାବ ପତ୍ର ଉଡାଇ ଦେଇଛି ବାତ୍ୟା। ବାତ୍ୟାର ୧୩ ଦିନ ପରେ ବି ଶତାଧିକ ଲୋକେ ଆଶ୍ରୟସ୍ଥଳୀରେ କାଳ କାଟୁଛନ୍ତି। କେହି କେହି ଘରକୁ ଫେରି ଭଙ୍ଗା ଘରକୁ ସଜାଡ଼ି ପୁଣି ବାତ୍ୟା ଆଶ୍ରୟସ୍ଥଳୀକୁ ଫେରିଯାଉଛନ୍ତି। ଏପରି ଅସୁବିଧାରେ ଥିବା ତଳମାଳବାସିନ୍ଦାଙ୍କୁ ସରକାରୀ […]
ଯାଜପୁର : ବାତ୍ୟା ଫୋନି ଖାଲି ଗରିବ, ଅସହାୟ ମଣିଷର ଅଣ୍ଟା ଭାଙ୍ଗି ଦେଇନି। ପଶୁ ସଂପଦକୁ ମଧ୍ୟ ଦେଇଛି ନିର୍ଘାତ ପ୍ରହାର। ଫୋନି ମାଡ଼ରେ ଶହଶହ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି। ଫୋନି ପରେ ମଧ୍ୟ ପଶୁପକ୍ଷୀଙ୍କ ଦୁର୍ଦ୍ଦଶା କମିନି। ଫୋନି ଯିବା ପରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିପଦରେ ପଡିଛନ୍ତି ବିରଳ ପକ୍ଷୀ ବାଦୁଡି । ବାତ୍ୟାରେ ଶତାଧିକ ବାଦୁଡିଙ୍କ ଜୀବନ ଯାଇଥିଲା। ଶତାଧିକ ଆହତ ବି ହୋଇଥିଲେ। ଏବେ ଯେତିକି ଅଛନ୍ତି ସେମାନଙ୍କ […]
କଟକ : ବାତ୍ୟା ଫୋନି ବିଭୀଷିକାକୁ ୧୨ ଦିନ ବିତିଲାଣି। ହେଲେ ଲୋକଙ୍କ ଜୀବନଧାରାରେ ଆସିନାହିଁ ପରିବର୍ତ୍ତନ। ଭଗ୍ନସ୍ତୁପ ତଳୁ ଚିହ୍ନି ହେଉନି ଗାଁର ପରିଚୟ। ତଳିଆ ଅଂଚଳରେ ରହୁଥିବା ଲୋକଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। କେଉଁଠୁ ସଜାଡ଼ିବେ ଉଜୁଡ଼ା ଘର ଭାବି ହେଉଛନ୍ତି କଟକ ବୟାଳିଶମୌଜା ଦଧିବାମନପୁର ଗ୍ରାମବାସୀ। କାରଣ ଅଧିକାଂଶ ଘର ମାଟିରେ ମିଶି ଯାଇଛି। ଯାହା କିଛି ରହିଛି ତା ମଧ୍ୟରୁ କାହାର କାନ୍ଥ ଭାଙ୍ଗି ପଡ଼ିଛି ତ କାହାର ଛପର […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଗତ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ କରିବାକୁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ମହିଳାଙ୍କର ମୃତ୍ୟୁ କିପରି ହେଲା ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ମହିଳାଙ୍କୁ କେହି ହତ୍ୟା କରି ରାଜପଥ ଉପରେ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି। ସେହିପରି ଅନ୍ୟ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା […]
ପୁରୀ: ବାତ୍ୟା ଫୋନିର କରାଳ ତାଣ୍ଡବରେ ଛାରଖାର ହୋଇଯାଇଛି ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳ। ସମ୍ପୂର୍ଣ୍ଣ ଇଲାକା ସତେ ଯେମିତି ଭଗ୍ନସ୍ତୁପ ପାଲଟି ଯାଇଛି। ତେବେ ସବୁଠାରୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଏଠିକାର ଶିକ୍ଷାନୁଷ୍ଠାନ ସ୍କୁଲ, କଲେଜ। କଲେଜର ଅନେକ ଘର ଭାଙ୍ଗି ଚୁରମାର ହୋଇଯାଇଛି। ବ୍ରହ୍ମଗିରି ବ୍ଲକରେ ୧୦୯ ପ୍ରାଥମିକ ସ୍କୁଲ ଓ ୪୯ ଉଚ୍ଚ ପ୍ରାଥମିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୨୯ଟି ହାଇସ୍କୁଲ ଓ ଗୋଟିଏ ମହିଳା କଲେଜ, ୪ଟି ସଂସ୍କୃତ କଲେଜ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ କିଛିଦିନ ଧରି ଷ୍ଟାଫ୍ ନର୍ସଙ୍କ ମନମାନି ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଗତ ୧୦ ତାରିଖରେ ମେଡିକାଲ୍ର ଜଣେ ଷ୍ଟାଫ ନର୍ସ ଡେଲିଭରି ରୋଗୀଙ୍କୁ ହଜାରେ ଟଙ୍କା ମାଗିଥିଲେ। ତେବେ ରୋଗୀଙ୍କ ସଂପର୍କୀୟ ୩ ଶହ ଟଙ୍କା ଦେବାରୁ ତାଙ୍କୁ ନର୍ସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ନର୍ସଙ୍କୁ ରୋଗୀଙ୍କ ସଂପର୍କୀୟ ଠେଲାପେଲା କରିଥିଲେ। ଏହାର ପ୍ରତିବାଦରେ ଗତ ୧୦ ତାରିଖରେ ଷ୍ଟାଫ ନର୍ସ ୪ […]
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): କାର୍ ଧକ୍କାରେ ୪ଜଣ ଗୁରୁତର। ବୌଦ୍ଧ ଜିଲ୍ଲା ପୁରୁଣା କଟକ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ପୁରୁଣା କଟକ ମେଡିକାଲେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଓଡଗାଁର ରଶ୍ମିତା ବିଷୋୟୀ, ଗୋଧିପଡାର ସୁମନ୍ତ ସାମଲ, ହେମନ୍ତ ଓ ଉଦୟପୁରର ସତ୍ୟସୁନ୍ଦର ପ୍ରଧାନ। । ଗତକାଲି ରାତିରେ ରଶ୍ମିତା ଏକ ଘରୋଇ ବସ୍ରୁ ଓହ୍ଲାଇ ଚାଲିକି ଖାଇବାକୁ ଯାଉଥିଲେ। ଏହି ସମୟରେ କାର୍ଟି ତାଙ୍କୁ ପ୍ରଥମେ ଧକ୍କା ଦେଇଥିଲା। କିଛି ବାଟ ଯିବା […]
ଭୁବନେଶ୍ୱର: ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ କ୍ୟାନ୍ସର ହୋଇଛି। ସେ ତାଙ୍କ ଫେସ୍ବୁକ୍ ପେଜ୍ରେ ଏହି ସୂଚନା ଦେଇଛନ୍ତି। ନିଜର ଦୁଇଟି ଫଟୋ ଶେୟାର କରି ସେ ଫେସ୍ବୁକ୍ରେ ଲେଖିଛନ୍ତି- “ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ ନିଶ୍ଚିତ ଯେ ଏ ଲଢ଼େଇରେ ମୁଁ ଜିତିବି।” ସେ ଆହୁରି ଲେଖିଛନ୍ତି- “ତାରା ପଟ୍ଟନାୟକ (ଏକ ଧାରାବାହିକରେ ସେ ଅଭିନୟ କରିଥିବା ଚରିତ୍ର) ଖୁବ୍ଶୀଘ୍ର ଏକ ନୂଆ […]
ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଅସରଳା ଗାଁରେ ଚୋର ଆତଙ୍କରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ସୋମବାର ରାତିରେ ଗାଁର ୫ଟି ଜାଗାରେ କଳାକନା ବୁଲାଇଛି ଚୋର। ଲୁଟି ନେଇଛି ଲକ୍ଷାଧିକ ଟଙ୍କାର ଗହଣା, ଘରକରଣା ଜିନିଷ ଓ ନଗଦ ଟଙ୍କା। ଏହି ଗାଁର ବଂଶୀଧର ସ୍ୱାଇଁ ତାଙ୍କ ଝିଅ ବାହାଘର ପାଇଁ ପ୍ରସ୍ତୁତ ହେଉଥିଲେ। ଝିଅ ପାଇଁ ସୁନାଗହଣା କିଣି ରଖିଥିଲେ। ଗତକାଲି ରାତିରେ ଚୋର ପଶି ସବୁ ସୁନାଗହଣା ଲୁଟି ନେଇଛି। ଝିଅ ବାହାଘର କିପରି କରିବେ […]
ସୋନପୁର: ସୋନପୁର-ସମ୍ବଲପୁର ରାସ୍ତାର ଏସ୍-ପତ୍ରାପାଲି ନିକଟରେ ଗତ ସନ୍ଧ୍ୟାରେ ବାଇକ-କାର ମୁହାଁମୁହିଁ ଧକ୍କା ଘଟି ଜଣେ ପ୍ରସୂତିଙ୍କ ସହ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଥିବା ୨ବାଇକ୍ ଆରୋହୀ ହେଲେ ଭତ୍ରା ଅଞ୍ଚଳର ପବନ ବାଗ ଏବଂ ନରେଶ ବାଗ। କାରରେ ଥିବା ମୃତ ପ୍ରସୂତି ଜଣକ ହେଲେ ସୁରୁ ଭଏନା ଓ ଘର ସୋନପୁର ନନ୍ଦନମାଲ ଗାଁରେ । ସୁରୁ ୪ଦିନ ତଳେ ସମ୍ବଲପୁରର ଏକ ଘରୋଇ ନର୍ସିଂ ହୋମ୍ରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ […]
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଟାଙ୍ଗର ଗାଁ ମନ୍ଦିରରେ ଆଜି ସକାଳୁ ଚାଲିଥିଲା ନାବାଳିକା ବାହାଘର। ଖରବ ପାଇ ଚାଇଲ୍ଡ ଲାଇନ୍ ଓ ଶିଶୁ ସୁରକ୍ଷା ସମିତି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିବାହ ବେଦୀରୁ ନାବାଳିକାକୁ ଉଦ୍ଧାର କରିଛି। ଆନନ୍ଦପୁରର ଟାଙ୍ଗର ଗାଁର ଜଣେ ଯୁବକଙ୍କର ନିକଟସ୍ଥ ମନ୍ଦିରରେ ବାହାଘର ଚାଲିଥିଲା। ହେଲେ କନ୍ୟା ଥିଲା ନାବାଳିକା। କୌଣସି ସୂତ୍ରରୁ ଏହି ଖବର ପାଇଥିଲେ ଆନନ୍ଦପୁର ଚାଇଲ୍ଡ ଲାଇନ୍ ଓ ଶିଶୁ ସୁରକ୍ଷା ସମିତି । ଅଧିକାରୀମାନେ ଘଟଣାସ୍ଥଳରେ […]
ସମ୍ବଲପୁର: ବରଯାତ୍ରୀ ଆସିଲେ । ଧୁମ୍ଧାମ୍ରେ ଭୋଜିଭାତ ସରିଲା । ତା ପରେ ଆରମ୍ଭ ହେଲା ପାରମ୍ପରିକ ବାହାଘର କାର୍ଯ୍ୟକ୍ରମ। ହେଲେ ବର ଯେତେବେଳେ ବେଦୀ ଉପରକୁ ଗଲା, ସେତେବେଳେ ସବୁ ଗଡ଼ବଡ଼ ହୋଇଗଲା। ମଦ ନିଶାରେ ଟଳମଳ ହୋଇ ବର ବେଦୀକୁ ଯାଇଥିଲା। ବେଦୀରେ ସେ ଠିକ୍ରେ ବସି ବି ପାରୁ ନଥିଲା ଓ ମଝିରେ ମଝିରେ ଖସି ପଡ଼ୁଥିଲା। ବରର ଏପରି ଅବସ୍ଥା ଦେଖି କନ୍ୟା ବେଦୀରୁ ଉଠି ଗଲା ଆଉ ସାହାସର ସହିତ ଘୋଷଣା […]
ଯାଜପୁର: ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଛି। ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ମେଡିକାଲ୍ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ତେବେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।
ଭୁବନେଶ୍ୱର: ମେ’ ୨୦ରେ ହେବାକୁ ଥିବା ବିପିୟୁଟି ପରୀକ୍ଷାକୁ ଘୁଞ୍ଚାଯାଇଛି। ଏହି ପରୀକ୍ଷା ଏବେ ଜୁନ୍ ୧୩ ତାରିଖରେ ହେବ ବୋଲି ସ୍ଥିର କରାଯାଇଛି। ମେ’ ୨୦ରେ ନିଟ୍ ପରୀକ୍ଷା ଥିବାରୁ ବିପିୟୁଟି ପରୀକ୍ଷାକୁ ଘୁଞ୍ଚା ଯାଇଛି ବୋଲି ସୂଚନା ମିଳିଛି। ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ଦୀପକ କୁମାର ସାହୁ ଏହି ସୂଚନା ଦେଇଛନ୍ତି।
ଜଗତସିଂହପୁର: ବାତ୍ୟା ଫୋନିର ୧୧ ଦିନ ପରେ ବିଦ୍ୟୁତ୍ ସଂଯୋଗ ନ ହେବାରୁ ଜଗତସିଂହପୁର ଜିଲ୍ଲାରେ ହୋଇଥିବା ରାସ୍ତାରୋକ ହଟିଛି। ତାରପୁର, ଚିକିଣିଆ ଓ ଗୁଆଳିପୁର ଏବଂ କାଦୁଅପଡ଼ା ଓ ପଲ୍ଲୀ ପଞ୍ଚାୟତର ଲୋକେ କରିଥିବା ରାସ୍ତାରୋକ ପ୍ରତ୍ୟାହାର କରିଛନ୍ତି। ବିଜୁଳି ସଂଯୋଗ ଦିଆଯାଇନଥିବାରୁ ତାରପୁର ନିକଟରେ କଟକ-ପାରାଦୀପ ରାସ୍ତା ଉପରେ ବସି ତାରପୁର, ଚିକିଣିଆ ଓ ଗୁଆଳିପୁର ପଞ୍ଚାୟତବାସୀ ଆନ୍ଦୋଳନ କରିଥିଲେ। ଫଳରେ ନାଉଗାଁ ଓ ପାରାଦୀପ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସେହିପରି ସିଙ୍ଗିପୁର ଛକରେ […]
ଭୁବନେଶ୍ୱର: PMAY ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦଳ କହିଛି, ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଜୁ ପକ୍କା ଘର ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ଡିଣ୍ଡିମ ପିଟୁଥିଲେ ରାଜ୍ୟ ସରକାର। ଯଦି ଲୋକଙ୍କ ପକ୍କାଘର ଥିଲା, ତେବେ ବାତ୍ୟା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ କାହିଁକି ସ୍ଥାନାନ୍ତର କରାଗଲା, ସେହିଭଳି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ହୋଇ ନ ଥିବା ବେଳେ ଜୁନ୍ ୧ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ […]
ସୋନପୁର: ସମ୍ବଲପୁର-ସୋନପୁର ରାସ୍ତାରେ ବାଇକ-କାର୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ବାଇକ ଆରୋହୀ ଏବଂ ମେଡ଼ିକାଲରୁ କାରରେ ଫେରୁଥିବା ଜଣେ ପ୍ରସୂତି ଅଛନ୍ତିା ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣାଗ୍ରସ୍ତ କାର୍ ସହ ଅନ୍ୟ ଏକ କାରକୁ ଜାଳି ଦେଇଛନ୍ତି । ଘଟଣାସ୍ଥଳରେ ଏବେ ବି ଉତ୍ତେଜନା ଲାଗି ରହିଛି । ଏସ୍.ପତ୍ରାପାଲି ଛକରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ବାଇକ୍ରେ ୩ ଜଣ ଯାଉଥିବା ବେଳେ ସାମ୍ନା […]
ଭୁବନେଶ୍ୱର: ଫୋନି ପ୍ରଭାବିତ ଲୋକଙ୍କୁ ମାଗଣାରେ କିରୋସିନ୍ ଯୋଗାଣ ଲାଗି ରାଜ୍ୟ ସରକାରଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କା ଦେଇଛି ଅଏଲ ଇଣ୍ଡିଆ ଲିମିଟେଡ୍ । ଅଏଲ୍ ଇଣ୍ଡିଆ ଲିମିଟେଡ୍ ଜେନେରାଲ୍ ମ୍ୟାନେଜର ରାଜୀବ ସିଂଘଲ ଆଜି ଏ ବାବଦ ଚେକ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ପୂର୍ବରୁ ବାତ୍ୟା ବିପନ୍ନଙ୍କୁ ୧୦ଲକ୍ଷ ଲିଟର କିରୋସିନ୍ ଯୋଗାଇ ଦେବାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ। ତେବେ […]
ଭୁବନେଶ୍ୱର: ବାତ୍ୟା ଫୋନି ସହାୟତା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରକୁ ପ୍ରଶଂସା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ତାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAYରେ ଆଉ ୫ ଲକ୍ଷ ଘର ମଞ୍ଜୁର କରିବାକୁ ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ ୧୪ ଜିଲ୍ଲାରେ ପ୍ରାୟ ୫ ଲକ୍ଷ ଘର ଭାଙ୍ଗିଛି। ତେଣୁ ଓଡ଼ିଶା ପାଇଁ ପରମାନେଣ୍ଟ ୱେଷ୍ଟ ଲିଷ୍ଟ୍ ତଥା PWL […]
ଭୁବନେଶ୍ୱର: ବାତ୍ୟା ଫୋନି ଯୋଗୁଁ ଯୁକ୍ତ ୨ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଫୋନି ପ୍ରଭାବିତ ଜିଲ୍ଲାଗୁଡିକରେ ଖାତା ଦେଖା ପ୍ରଭାବିତ ହୋଇଛି। ସେଠାରେ ବନ୍ଦ ରହିଥିବା ଅଫଲାଇନ୍ ମୂଲ୍ୟାୟନ ଆରମ୍ଭ ହୋଇ ସାରିଥିବାବେଳେ ଇ-ଭ୍ୟୁଲୁଏସନ କିନ୍ତୁ ପ୍ରଭାବିତ ହୋଇଛି। ତେବେ ଇ- ଭ୍ୟୁଲୁଏସନ ବନ୍ଦ ଥିବା ୭ଟି କେନ୍ଦ୍ର ମଧ୍ୟରୁ ୨ଟି କେନ୍ଦ୍ରରେ ଆଜିଠୁ ପୁଣି ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି CHSE ଉପ ପରୀକ୍ଷା ନିୟନ୍ତ୍ରକ। […]
ଭୁବନେଶ୍ୱର: ବାତ୍ୟା ଫୋନି ମାଡ଼ଠୁ ଢେର ଗୁଣରେ ବଢ଼ି ଗଲାଣି ରାଜଧାନୀରେ ବିଜୁଳି ଯନ୍ତ୍ରଣା ୧୨ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ସଂଯୋଗ ନେଇ ସରକାର ଦେଇଥିବା କଣ୍ଟ ପୂରି ସାରିଥିବାବେଳେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ଓ ଉପକଣ୍ଠ ଗାଁ ସାଙ୍ଗରେ ସମସ୍ୟା ଆଦୌ ସୁଧୁରୁ ନ ଥିବାରୁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଛି। ତେଣେ ଆଜି କେନ୍ଦ୍ର ଶକ୍ତି ସଚିବ ବିଜୁଳି ସ୍ଥିତିର ସମୀକ୍ଷା କରି, ବର୍ତ୍ତମାନ ସମୟରେ ଡେଡ୍ଲାଇନ୍ ସେଟ୍ କରିବା ଅସମ୍ଭବ ବୋଲି […]
ଭୁବନେଶ୍ୱର: ଫୋନି ବିଧ୍ୱଂସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ ଟିମ୍ ୨ ଭାଗରେ ବିଭକ୍ତ ହୋଇ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗୋଟିଏ ଦଳ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକରେ ଅନୁଧ୍ୟାନ କରିଥିବା ବେଳେ ଆଉ ଗୋଟିଏ ଦଳ ଖୋର୍ଦ୍ଧା, ବାଲିପାଟଣା, ଜଟଣୀ ଓ ଭୁବନେଶ୍ୱର […]