ରାଉରକେଲା: ରାଉରକେଲା NITର ଜଣେ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏମ. ସ୍ୱାମୀନାଥନ ହଷ୍ଟେଲ ବାରଣ୍ଡାରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ଘର ଭୁବନେଶ୍ୱର ଏବଂ ସେ NITରେ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ ବୋଲି ସୂଚନା ମିଳିଛି। ତେବେ ଛାତ୍ରଙ୍କ ମୃତ୍ୟୁର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ସେପଟେ ଏହି ଘଟଣାରେ ପୁଲିସ ତନାଘନା ଜାରି ରହିଛି।
ଭବାନୀପାଟଣା: ଭବାନୀପାଟଣାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଦର ଥାନା ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗାଁର ଜଣେ ମହିଳା ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁକନ୍ୟାକୁ ପ୍ରଥମେ ଦେଖିଥିଲେ। ଏ ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଉଦ୍ଧାର ଶିଶୁକନ୍ୟାକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି।
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବଂଶଧାରା ନଦୀ ପୋଲ ତଳୁ ଆଜି ଜଣେ ଶିକ୍ଷକଙ୍କ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ହେଲେ ସମଦଳା ସ୍କୁଲର ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ। ଆଜି ସକାଳୁ ଗାଁ ଲୋକେ ବାଇକ୍ ସହ ମୃତଦେହ ପଡିଥିବା ଦେଖି ପୋଲିସ୍କୁ ଖବର ଦେଇଥିଲେ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ପରେ ତାଙ୍କୁ କେହି ହତ୍ୟା କରି ସେଠାରେ ଫୋପାଡି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ପୋଲିସ୍ ଘଟଣାର ଛାନଭିନ୍ କରୁଛି।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ଗୁଣଦେଇ ଗାଁରେ ଆଜି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ମଙ୍ଗରାଜ ପାତ୍ର ଓ ତାଙ୍କର ବୟସ ୬୫ ବୋଲି ଜଣାପଡ଼ିଛି। ମଙ୍ଗରାଜ ଆମ୍ବ ତୋଳିବାକୁ ଗାଁ ନିକଟ ତୋଟାକୁ ଯାଇଥିବା ସମୟରେ ତାଙ୍କୁ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କ ପରିବାରକୁ ସହାୟତା ଦାବିରେ ଉତ୍ତ୍ୟକ୍ତ ଲୋକ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ମିଛାପାଲିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକାଙ୍କ ପରିବାର ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଥିବା ନାବାଳିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଗତ ଶୁକ୍ରବାର ସକାଳେ ପରିବାର ଲୋକେ ଚା’ ପିଇବା ପରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସମସ୍ତଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ କ’ଣ ହେବ ? ସେଥିପାଇଁ ସମସ୍ତଙ୍କର ଅପେକ୍ଷା ମେ ୨୩ ତାରିଖକୁ। ଏହି ଦିନ ଓଡ଼ିଶା ସମେତ ସାରା ଦେଶରେ ହେବ ଭୋଟ୍ ଗଣତି। ଭୋଟ ଫଳାଫଳକୁ ନେଇ ଅନେକ ରାଜନୈତିକ ସମୀକ୍ଷକ ଅନେକ ମତ ରଖୁଛନ୍ତି। ଏ ପରିପ୍ରକ୍ଷୀରେ ଡାକ୍ତର ଦାମୋଦର ରାଉତ ଫଳାଫଳ ନେଇ ନିଜ ମତ ରଖିଛନ୍ତି। କେଉଁ ଦଳ କେତେ ଆସନ ପାଇବ ତାର ତାର ଆକଳନ କରିଛନ୍ତି। ସେ ଆକଳନ କରିଛନ୍ତି, ଓଡ଼ିଶାରେ […]
କଟକ: କଟକ ମଧୁସୂଦନ ଲ’ କଲେଜ ଛାତ୍ରାବାସରୁ ଆଜି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କ ନାମ ଅଜିତ କୁମାର ସେଠୀ ଓ ତାଙ୍କ ଘର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ। ସେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ଏବଂ ଯୋବ୍ରାର ରହେମାନ ଛକସ୍ଥିତ କଲେଜ ହଷ୍ଟେଲରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ରୁମ୍ରେ ତାଙ୍କର ଝୁଲନ୍ତା ମୃତଦେହ ସହପାଠୀମାନେ ଦେଖିବାକୁ ପାଇଥିଲେ । ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ […]
ଭୁବନେଶ୍ୱର: ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଉଥିଲାବେଳେ ଓଡ଼ିଶାର ୩୪ଟି ମତଦାନ କେନ୍ଦ୍ରରେ ଚାଲିଛି ଭୋଟ ଗ୍ରହଣ ହେଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ୧୨୭ ନମ୍ବର ବୁଥ୍ରେ ମଧ୍ୟ ସାନି ମତଦାନ ହଉଛି। ଏଠାରେ ଏପ୍ରିଲ ୨୩ ତାରିଖ ମତଦାନ ହୋଇଥିଲା। ଏହି ମତଦାନ କେନ୍ଦ୍ରରେ ବିଭିନ୍ନ ବିଶୃଙ୍ଖଳା ଅଭିଯୋଗ ଆସିବା ପରେ ନିର୍ବାଚନ ଅଧିକାରୀ ଏଠାରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ମଧ୍ୟ ଭୁବନେଶ୍ୱରସ୍ଥିତ ସହିଦ ନଗର ହାଇସ୍କୁଲ […]
ଗଞ୍ଜାମ: ବିବାହାର ୫ ଦିନ ପରେ ଗଞ୍ଜାମ ଜିଲ୍ଲା ଜଗନ୍ନଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦୀନବନ୍ଧୁ ସ୍ୱାଇଁ । ଗତକାଲି ସଂଧ୍ୟାରେ ସେ ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ବେଳେ ମୁଖା ପିନ୍ଧା ୩ଜଣ ବ୍ୟକ୍ତି ଆସି ତାଙ୍କୁ ହଠାତ ଆକ୍ରମଣ କରିଥିଲେ। ଏଥରେ ସେ ଗୁରୁତର ହୋଇ ପଡିଥିଲେ। ପରେ ଆଉ ୪ ଜଣ ବ୍ୟକ୍ତି ଆସି ଧାରୁଆ ଅସ୍ତ୍ରରେ ତାଙ୍କୁ ନୃଶଂସ ଭାବେ […]
ପୁରୀ: ପ୍ରଳୟଙ୍କରୀ ଫୋନି ବାତ୍ୟାକୁ ୨ ସପ୍ତାହ ପୂରିଲା । ହେଲେ ଫୋନିରେ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ରର ବହୁ ଇଲାକା ଆଜି ବି ଅନ୍ଧାରରେ। ପର୍ଯ୍ୟଟନ ସହରରେ ସମ୍ପୁର୍ଣ୍ଣ ସ୍ୱାଭାବିକ ହୋଇନି ବିଜୁଳି ଯୋଗାଣ ବ୍ୟବସ୍ଥା। ଫଳରେ ଗରମ ଆଉ ଗୁଳୁଗୁଳି ସହ ପାନୀୟ ଜଳ ସମସ୍ୟାରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ସମ୍ପୁର୍ଣ୍ଣ ପୁରୀ ସହରରେ ବିଜୁଳି ପୁର୍ନବାହାଲ ହେବାକୁ ଆସନ୍ତା ୨୫ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି […]
ଭୁବନେଶ୍ୱର: ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୭ରେ ବ୍ରହ୍ମପୁର ବଡ଼ବଜାର ମଙ୍ଗଳାବରମ୍ପେଟା ସାହିରୁ ମାରଣାସ୍ତ୍ର, ଟଙ୍କା ସହ ଗିରଫ ହୋଇଥିବା ସବ୍ୟସାଚୀଙ୍କୁ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଯୋଜନା କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ସଜା ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୈାରା ଜଜ୍। ତେବେ ତାଙ୍କ ବିରୋଧରେ ସାକ୍ଷ ପ୍ରମାଣ ନ ଥିବାରୁ କୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସବ୍ୟସାଚୀ। ଆଜି କୋର୍ଟ […]
ଭୁବନେଶ୍ୱର: ଆଉ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ରହିଛି । ହେଲେ ରାଜ୍ୟରେ ଗ୍ରୀଷ୍ମ ଲହରୀ କମି ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଯେମିତି ଜଳୁଛି। ଆସନ୍ତା ୩ ଦିନ ଯାଏ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ଲହରୀ ଜାରି ରହିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି। ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁରରେ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଏବେ ଓଡ଼ିଶାକୁ ସମସ୍ତେ ସହଯୋଗ ହାତ ବଢାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଦେଶ ସମବେଦନା ଜଣାଇଛନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ମହିନା ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା କରିଛନ୍ତି। ଇଲିଆନା ସିତାରିଷ୍ଟିଙ୍କ ସେ ହେଉଛନ୍ତି ଛାତ୍ରୀ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ଫ୍ରାନ୍ସରେ […]
ମାଲକାନଗିରି: ନୂଆ ଗାଡ଼ି ଆଣିଥିଲେ। ଗାଡ଼ିପୂଜା କରିବା ପାଇଁ ପୂଜକଙ୍କୁ ଡାକିଥିଲେ। ତେବେ ପୂଜକ ଜଣକ ଗାଡ଼ି ଚକା ତଳେ ଲେମ୍ବୁ ରଖୁଥିବା ବେଳେ ତାଙ୍କ ଉପରେ ଚଢ଼ିଗଲା ଗାଡ଼ି । ମାଲକାନଗିରି ଜିଲ୍ଲା ମାଥିଲି କୁଟୁଣିପାଲି ପଞ୍ଚାୟତର ଡୁର୍କାଯୋଡ଼ି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗାଁର ତ୍ରିନାଥ ପୂଜାରୀ ନୂଆ ପିକ୍ ଅପ୍ ଭ୍ୟାନ କିଣିଥିଲେ। ନୂଆ ଗାଡ଼ି ପୂଜା କରିବା ଲାଗି ସେ ନେତାଲଗନ୍ଧିର ପୂଜକ ଚତୁର୍ଭୁଜ ମହାନ୍ତିଙ୍କୁ ଡାକିଥିଲେ। […]
ସୋର: ବାଲେଶ୍ୱର ଜିଲ୍ଲା ଉତ୍ତରେଶ୍ୱର ଛକ ନିକଟ ପୋଲ ଉପରେ ଆଜି ଭୋର ସମୟରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ପିଟିଲା ଟ୍ରକ୍। ଫଳରେ ବସ୍ଟି ପୋଲ ବାଡ଼ା ଉପରେ ଚଢ଼ି ଯାଇ ଅଧା ଝୁଲି ରହିଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ଏକ ବଡ଼ଧରଣର ଦୁର୍ଘଟଣାରୁ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱରରୁ ଜଳେଶ୍ୱର ଯାଉଥିବା ‘ସାହୁ’ ବସ୍କୁ ଟ୍ରକ୍ଟି ପଛ ପଟୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ତତ୍କ୍ଷଣାତ ବସ୍ରୁ ସମସ୍ତ […]
ଗଞ୍ଜାମ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ବସନ୍ତ କୁମାର ପଟ୍ଟନାୟକ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଲାଇନ୍ମ୍ୟାନ୍ଙ୍କ ବଦଳି ପାଇଁ ସେ ଏହି ଟଙ୍କା ନେଉଥିଲେ ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କେଶପୁର ଅଞ୍ଚଳର ଲାଇନ୍ମ୍ୟାନ୍ ବିବେକାନନ୍ଦ ନାୟକଙ୍କୁ ସେ ଏହି ଟଙ୍କା ମାଗିଥିଲେ। ତେବେ ଖଲ୍ଲିକୋଟ-କେଶପୁର ଜାତୀୟ ରାଜପଥ କଡ଼ରେ ଲାଞ୍ଚ ନେଉଥିବା ବେଳେ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ […]
ପୁରୀ: ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ୮୦ ଜଣ କର୍ମଚାରୀଙ୍କୁ ନେଇ ଏକ ୨୧ଟି ଟିମ୍ ଗଠନ କରାଯାଇଛି। ଜିଲ୍ଲାର ଆର୍ଆଇ, ଜେଇ ଓ ଅନ୍ୟ ଅଧିକାରୀମାନେ ଏଥିରେ ସାମିଲ ଅଛନ୍ତି। ଗତକାଲି କୃଷ୍ଣପ୍ରସାଦର ନୂଆପଡା ଓ ପଣସପଦା ପଞ୍ଚାୟତର କିଛି ଗାଁରେ ଅଧିକାରୀମାନେ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ୭ଦିନ ମଧ୍ୟରେ କୃଷ୍ଣପ୍ରସାଦ ବ୍ଲକ୍ର କ୍ଷୟକ୍ଷତି ଆକଳନ ଶେଷ କରିବାକୁ ଲକ୍ଷ୍ୟ […]
ଭଦ୍ରକ: ଶାଢ଼ି ଦୋକାନୀଙ୍କୁ ଆକ୍ରମଣ। ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଏକ ଶାଢ଼ି ଦୋକାନର ମାଲିକ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଯୁବକ ଶାଢ଼ି ଦୋକାନକୁ ଶାଢ଼ି କିଣିବା ଆଳରେ ଆସି ଦୋକାନର ମାଲିକ ନରେନ୍ଦ୍ର ସାହୁ ଓ ତାଙ୍କ ସ୍ତ୍ରୀ ସୁମତି ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗତକାଲି ରାତି ସାଢ଼େ ୯ଟା ରୁ୧୦ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ନରେନ୍ଦ୍ର ଓ ସୁମତିଙ୍କୁ ଗୁରୁତର ଅବସ୍ଥାରେ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଝାଡ଼ଫୋଖରୀ ଗାଁରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ି ରହିଥିଲା। ମୃତ ମହିଳା ଜଣଙ୍କ ଘଟଗାଁ ବ୍ଲକ କଟରାବେଡ଼ା ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପତ୍ନୀ ମଙ୍ଗୁଳି ବେହେରା । ତେବେ ମହିଳାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହା ଆତ୍ମହତ୍ୟା ନା ହତ୍ୟା ସେକଥା ଜାଣିବା ପାଇଁ ପୁଲିସ୍ ତଦନ୍ତ କରୁଛି।
ନୟାଗଡ଼: ଗାଁକୁ ରାସ୍ତା ନ ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଏଥିପାଇଁ ଷ୍ଟ୍ରେଚରରେ ପ୍ରାୟ ୧ କିଲୋମିଟର ବୁହା ହେଲେ ଗର୍ଭବତୀ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଦୁର୍ଗମ ଅଞ୍ଚଳ କନଡି ଗାଁରେ। ଏହି ଗାଁର ସବିତା ଜାନୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଜି ସକାଳେ ଦଶପଲ୍ଲା ଡାକ୍ତରଖାନାକୁ ଆଣିବାକୁ ୧୦୮ ଆମ୍ବୁଲାନ୍ସ ଯାଇଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ଅଧା ବାଟରେ ଆମ୍ବୁଲାନ୍ସ ଅଟକି ରହିଲା। ଷ୍ଟ୍ରେଚରରେ ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀ […]
କୋରାପୁଟ: ଖରା, ଗରମରେ ଲୋକେ କଲବଲ ହେଉଛନ୍ତି। ପ୍ଲାଷ୍ଟିକ ବୋତଲରେ ପାଣି ଗରମ ହୋଇଯାଉଥିବାରୁ ଲୋକେ ମାଟି ବୋତଲ କିଣୁଛନ୍ତି। ତେଣୁ କୋରାପୁଟର କୁମ୍ଭକାର କାର୍ତ୍ତିକଙ୍କ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। ପାଣି ବୋତଲ ନ ଧରିଲେ ଘରୁ ବାହାରୁବା ମୁସ୍କିଲ ହୋଇପଡୁଛି। ପ୍ଲାଷ୍ଟିକ ବୋତଲରେ ପାଣି ରଖିଲେ ଶୀଘ୍ର ଗରମ ହେଇଯାଉଥିବାରୁ ମାଟିର ପାଣି ବୋତଲର ଚାହିଦା ବଢିବାରେ ଲାଗିଛି। ଦର ଯାହା ହେଉନା କାହିଁକି, ଥଣ୍ଡା ପାଣି ପିଇବାକୁ ମାଟି ବୋତଲ କିଣି ନେଉଛନ୍ତି […]
ରାଉରକେଲା: ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଭାସ୍କର ସାହୁ ନାମକ ଜଣେ ଆଇଟିଆଇ ଛାତ୍ର ବିଦ୍ୟୁତ୍ ମରାମତି ପାଇଁ ଭୁବନେଶ୍ୱର ଆସିଥିଲେ। କିନ୍ତୁ ରାଉରକେଲା ଫେରିବା ବାଟରେ ବୁଧବାର ରାତିରେ ଟ୍ରେନ୍ରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଆଜି ରାଉରକେଲା ଆଇଟିଆଇ ଛାତ୍ରମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଛାତ୍ରଛାତ୍ରୀମାନେ କଲେଜ ଗେଟ୍ରେ ତାଲା ପକାଇ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଥିଲେ। ମୃତ ଛାତ୍ରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ […]
ଜଗତସିଂହପୁର: ‘ଫୋନି’ ଝଡ଼ର ୧୪ ଦିନ ପରେ ବି ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ। ଏଥିଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ବିଦ୍ୟୁତ୍ ସଂଯୋଗ ପାଇଁ ଲୋକମାନେ ବାରମ୍ବାର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷେ, ଅନେକ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିଥିବାରୁ ପୂରା ଜିଲ୍ଲାରେ ବିଦ୍ୟୁତ୍ ସେବା ଯୋଗାଇବା […]
ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ୍ ଓ ବୀମା ସେବାକୁ ପୁଣିଥରେ ସ୍ୱାଭାବିକ କରିବାକୁ ସରକାରଙ୍କ ସମୀକ୍ଷା ବୈଠକ। ଏଥିରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡାଙ୍କ ସହ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ମୁଖ୍ୟ ସଚିବ ଅଶୋକ ମୀନା ଯୋଗ ଦେଇଥିଲେ। ବୈଠକରେ ବ୍ୟାଙ୍କ, ବୀମା, ଟେଲିକମ, ରିଜର୍ଭ ବ୍ୟାଙ୍କ ଓ SLBC ଅଧିକାରୀ ସାମିଲ ହୋଇଥିଲେ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବା ପ୍ରଦାନ ଉପରେ ବୈଠକରେ […]
ପୁରୀ: ବାତ୍ୟା ବିତିଯିବାର ୧୩ ଦିନ ହୋଇଗଲାଣି। ହେଲେ ହଜିଯାଇଥିବା ପୁରୀର ସୌନ୍ଦର୍ଯ୍ୟ ଫେରିନି। ଆଜି ବି ଫୋନି ଲ୍ୟାଣ୍ଡଫଲ୍ କରିଥିବା ପୁରୀରେ ଧ୍ୱସ୍ତବିଧ୍ୱସ୍ତର ଚିତ୍ର ଦେଖିବାକୁ ମିଳିଛି। ସହର ହେଉ କିମ୍ବା ବେଳାଭୂମି, ସବୁଠି ବିପର୍ଯ୍ୟୟର ପଦଚିହ୍ନ । ଉପୁଡି ଯାଇଛି ଗଛ, ବିବର୍ଣ୍ଣ ହୋଇଯାଇଛି ଏହାର ସବୁଜିମା। ରାସ୍ତାଘାଟରେ ବିଜୁଳି ଖୁଣ୍ଟି ଶୋଇଛି। ବଳିଆପଣ୍ଡା ବେଳାଭୂମି ଅଞ୍ଚଳର ନ୍ୟୁ ମେରାଇନ୍ ରାସ୍ତାର ତ ଚିହ୍ନବର୍ଣ୍ଣ ନାହିଁ। ମଙ୍ଗଳା ମୁହାଁଣକୁ ସଂଯୋଗ କରୁଥିବା ଏହି ରାସ୍ତା […]