ବରଗଡ଼: ଅବହେଳିତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନିଆପାଲିରେ ଥିବା ଚତୁର୍ଥ ଶତାଦ୍ଦୀର ବୌଦ୍ଧ ପୀଠ। ରକ୍ଷଣାବେକ୍ଷଣ ଅଭାବରୁ ଲୋପ ପାଇବାକୁ ବସିଲାଣି ପୁରୁଣା କୀର୍ତ୍ତିରାଜି ସମ୍ବଳିତ ପୋଥି ଏବଂ ତଥ୍ୟ ସମୂହ। ମନ୍ଦିରର ଛାତ ଓ କାନ୍ଥରେ ଫାଟ ତିଆରି ହୋଇ ପାଣି ଗଳୁଛି। ଏଠାରେ ବୁଦ୍ଧଙ୍କର ୨ଟି ପ୍ରାଚୀନ ମୂର୍ତ୍ତି ମିଳିଥିଲା। ମାତ୍ର ୨୦୦୮ ମସିହାରେ ୨ଟି ମୂର୍ତ୍ତିରୁ ଗୋଟିଏ ଚୋରି ହୋଇଯାଇଥିବାବେଳେ ଅନ୍ୟଟିର ମୁଣ୍ଡ ଚୋରି ହୋଇଯାଇଥିଲା। […]
ଢେଙ୍କାନାଳ: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଢେଙ୍କାନାଳ ଗୁଣଦେଇ ଗାଁର ଗୋଲାପ ସାହୁ। ମହିଳା ଜଣକ ପାଖ ଆମ୍ବ ତୋଟାରୁ ଆମ୍ବ ଗୋଟାଉ ଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଗୋଲାପଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୫୫ ନମ୍ବର ଜାତୀୟ ରାଜପଥରେ ଶବ ରଖି ରାସ୍ତାରୋକ କରିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ମୋଟାଙ୍ଗ ପୁଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।
ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମର ଶରୀର। ରାତି ୮ଟା ୫୫ରେ ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଯୋଗେ ତାଙ୍କ ମୃତଦେହ ଓଡିଶାରେ ପହଞ୍ଚିବ। ଗତକାଲି କାଠମାଣ୍ଡୁସ୍ଥିତ ଟି.ୟୁ. ଟିଚିଂ ହସପିଟାଲରେ କଳ୍ପନାଙ୍କ ଶବ ବ୍ୟବଛେଦ କରାଯାଇଥିଲା। ଶବ ବ୍ୟବଛେଦ ରିପୋର୍ଟ ସହ ମୃତ୍ୟୁ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି। ଦୂତାବାସ ପକ୍ଷରୁ ସମସ୍ତ ଡକ୍ୟୁମେଣ୍ଟେସନ୍ ସରିବା ପରେ ଏହାକୁ ପରିବାର ଲୋକଙ୍କୁ ଦିଆଯିବ। ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ […]
କର୍ଣ୍ଣାଟକ: କର୍ଣ୍ଣାଟକରୁ ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବାକୁ ପୁଲିସକୁ ହଟହଟା ହେବାକୁ ପଡ଼ିଛି। ଉଭୟ କର୍ଣ୍ଣାଟକ ଓ ସ୍ଥାନୀୟ ପୁଲିସକୁ ଅଟକ ରଖାଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ତାରକୁରୁଣିଆ ଗାଁ ଲୋକେ କର୍ଣ୍ଣାଟକ କେଜି ହିଲ୍ ଥାନା ଅଞ୍ଚଳରେ ରୋଷେଇ କାମ କରୁଥିବା ଜଣେ ଯୁବକ ସେଠାରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ନେଇ ଆସିଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ କେଜି ହିଲ୍ ଥାନାରେ […]
ଭୁବନେଶ୍ୱର: ନନ୍ଦନକାନନରେ ଓରାଙ୍ଗଓଟାନ୍ ପରେ ନୀଳଗିରି ପ୍ରଜାତି ଲଙ୍ଗୁରର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଲଙ୍ଗୁରର ବୟସ ୧୭ ବର୍ଷ ହୋଇଥିଲା। କିଛି ମାସ ପୂର୍ବରୁ ସେ ଜ୍ୱର ଏବଂ ହଇଜାରେ ଆକ୍ରାନ୍ତ ଥିଲା। ନନ୍ଦନକାନନ କର୍ତ୍ତୃପକ୍ଷ ତୁରନ୍ତ ସ୍ୱତନ୍ତ୍ର ଓ୍ୱାର୍ଡକୁ ଲଙ୍ଗୁରକୁ ସ୍ଥାନାନ୍ତର କରି ଚିକିତ୍ସା କରିଥିଲେ। ଆଜି ସକାଳ ସାଢେ ୬ଟାରେ ତା’ର ମୃତ୍ୟୁ ହୋଇଥିଲା। ପୋଷ୍ଟମର୍ଟମ ପରେ ଲଙ୍ଗୁର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ୨୦୧୭ରେ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଅତିଷ୍ଠ ହେଉଛି ଜୀବନ। ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା ବି ହୋଇପଡୁଛି କଷ୍ଟକର। ଓଡ଼ିଶାର ପ୍ରାୟ ସବୁ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଏହି ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇଯିବାର ମଧ୍ୟ ସୂଚନା ଆସୁଛି। ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ। ହେଲେ ଯଦି ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି, ତା’ହାଲେ ସତର୍କତା […]
କୋରାପୁଟ: କୋରାପୁଟର ଜୟପୁରସ୍ଥିତ ପାରାବେଡ଼ାର ଏକ ସପିଂ ମଲ୍ ସାମ୍ନା ଅଳିଆଗଦାରୁ ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଜବତ କରିଥିଲା। ନବଜାତକଟି ଶିଶୁପୁତ୍ର ବୋଲି ଜଣାପଡ଼ିଛି। ଜନ୍ମ ପରେ ଶିଶୁ ପୁତ୍ରଟିକୁ କେହି ତାକୁ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏହି ଶିଶୁପୁତ୍ରଟି କାହାର ଏବଂ କେଉଁ ଅବସ୍ଥାରେ ଏଠାକୁ ଆସିଲା, ତାହାର କୌଣସି ସୂଚନା ମିଳି ପାରିନାହିଁ। ପୁଲିସ […]
କଟକ: ଆସନ୍ତା ୫ ତାରିଖରେ ଭାଇଚାରାର ସହର କଟକରେ ପାଳନ ହେବାକୁ ଯାଉଛି ଇଦ୍। ଖାସ୍ ରମଜାନ ମାସ ପାଇଁ ଏବେ ବେଶ୍ ସରଗରମ କଟକ ବଜାର। ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀକୁ ନେଇ ଖୋଲା ଯାଇଛି ଅନେକ ଗୁଡ଼ିଏ ଅସ୍ଥାୟୀ ଦୋକାନ। ଖରା ସତ୍ତ୍ୱେ ମଧ୍ୟ ଏହି ସବୁ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ବଜାରରେ ରକମ ରକମର ଖଜୁରୀ ସାଙ୍ଗକୁ ସିମେଇ ଓ ଲଚ୍ଛାର ଚାହିଦା ବି କିଛି କମ୍ […]
ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଏଭେରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମୃତ ଦେହ ଆଜି ଅପରାହ୍ନ ୩ଟା ସୁଦ୍ଧା ବେସ କ୍ୟାମ୍ପ-୨କୁ ଅଣାଯିବାର ସମ୍ଭାବନା ରହିଛି। ତାଙ୍କ ମର ଶରୀରକୁ ଆଣିବା ପାଇଁ ୬ଜଣ ସେରପା ଯାଇଥିବା ବେଳେ ଆଉ ୪ଜଣ ସେରପା ବେସ କ୍ୟାମ୍ପ-୨ ପର୍ଯ୍ୟନ୍ତ ଦଉଡ଼ି ବାନ୍ଧିବା କାର୍ଯ୍ୟରେ ଲାଗିଛନ୍ତି। ଦଉଡ଼ି ଜରିଆରେ ମୃତ ଶରୀରକୁ ସ୍ଲାଇଡିଂ କରି କ୍ୟାମ୍ପକୁ ଅଣାଯିବ ବୋଲି କୁହାଯାଉଛି। ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲିକପ୍ଟର ଭଡ଼ା କରି […]
ବାଲେଶ୍ୱର: ହାଇଦ୍ରାବାଦରୁ ପାଖାପାଖି ୧୦୦ଟି ନୂଆ ସାଇକେଲ ଚୋରି କରି ଓଡ଼ିଶା ପଳାଇ ଆସିଥିବା ଜଣେ ବ୍ୟକ୍ତିକୁ ବାଲେଶ୍ୱର ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଲେଶ୍ୱର କମର୍ଦ୍ଦା ଅଞ୍ଚଳର ଦୀପକ ଜେନା। ସୂଚନା ଅନୁସାରେ ଦୀପକ ହାଇଦ୍ରାବାଦର ଏକ ସାଇକେଲ ଶୋ’ରୁମ୍ରେ ରହି କାମ କରୁଥିଲେ। ଉକ୍ତ ସାଇକେଲ୍ ଶୋ’ରୁମ୍ର ମାଲିକ କିଛି ଦିନ ତଳେ ୧୦୦ଟି ସାଇକେଲ୍ ତେଲେଙ୍ଗାନାର ଏକ ଅଞ୍ଚଳକୁ ପଠାଇବା ପାଇଁ ଦୀପକଙ୍କୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ଦୀପକ […]
କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ଗାଁରେ ଏକ ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ ଘଟିଛି। ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ମାମି ଖଟୁଆ। ସୂଚନା ଅନୁସାରେ ମୃତ ମାମିଙ୍କ ଭାଇ କୃପାସିନ୍ଧୁ ଜେନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମିଙ୍କର ମୃତଦେହ ଜବତ କରିବା ସହ ଗୁରୁତର ଆହତ […]
ଭୁବନେଶ୍ୱର: ପାହାଡ଼ ଶଯ୍ୟାରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପାହାଡ଼ି କନ୍ୟା କଳ୍ପନା। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସାରା ରାଜ୍ୟରେ ଖେଳି ଯାଇଛି ଶୋକ। ଅନ୍ୟପକ୍ଷେ ତାଙ୍କ ମରଶରୀର ଏଯାଏ ଘରେ ପହଞ୍ଚି ପାରିନି। ତାଙ୍କର ମରଶରୀର କେତେବେଳେ ଆସି ପହଞ୍ଚିବ, ପରିବାର ଲୋକେ ଅପେକ୍ଷା କରି ବସିଛନ୍ତି। ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ଯାଇଥିବା ୩ ଜଣିଆ ଟିମ୍ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। କଳ୍ପନାଙ୍କ […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସ ସାଂଘାତିକ ପରାଜୟକୁ ସାମ୍ନା କରିଛି। ଏକ ଜାତୀୟ ଦଳ ବିରୋଧୀ ଦଳର ମର୍ଯ୍ୟଦା ବି ହରାଇଲା ଏଥର। କାହିଁକି ଏପରି ହେଲା ? ନିର୍ବାଚନୀ ପ୍ରସ୍ତୁତିରେ କେଉଁଠି ରହିଗଲା ତ୍ରୁଟି ? ସମୀକ୍ଷା ବୈଠକରେ ଏସବୁର କାରଣ ଖୋଜିବ ଦଳ। ଆସନ୍ତା ୩୦ ତାରିଖ ଭୁବନେଶ୍ୱର କଂଗ୍ରେସ ଭବନରେ ଦଳ ପକ୍ଷରୁ ଆୟୋଜିତ ହେଉଛି ଏହି ବୈଠକ। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ପ୍ରଭାରୀ ଟି. ଏସ୍. […]
ଭଦ୍ରକ: ଏକ ଅସ୍ଥାୟୀ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଆଜି ଅଗ୍ନିକାଣ୍ଡ ଘଟିଛି। ଘରର ଚାଳ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ହେଲେ ଏହି କେନ୍ଦ୍ରରେ ଥିବା ୧୨ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତର ଅସ୍ଥାୟୀ ମହାଳିକସାହି ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁସାରେ, ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଚାଲିଥିବାବେଳେ ହଠାତ୍ ଚାଳ ଛପରେ ନିଆଁ ଲାଗିଯାଇଥିଲା। ତେବେ ସେଠାରେ ଥିବା ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ […]
ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ଆଜି ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିପାରେ। ଏହାସହ ପବନ ମଧ୍ୟ ବହିବ। ଏନେଇ ଏସ୍ଆରସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସ୍ଥାନଗୁଡ଼ିକ ହେଲା ଝୁମ୍ପୁରା, କେନ୍ଦୁଝର, ବାଂଶପାଳ, ପାଟନା, ସାହାରାପଡ଼ା,ଘଟଗାଁ, ତେଲକୋଇ, ଆନନ୍ଦପୁର, ହରିଚନ୍ଦନପୁର,ଘସିପୁରା, ହାଟଡିହି ଓ ହଦଗିରି। ଅପରାହ୍ନ ୩ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସତର୍କ ରହିବାକୁ ଏସ୍ଆରସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି।
ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଜେଡିର କିଛି ବିଧାୟକ ଓ ସାଂସଦ ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି। ଏହି ପରାଜୟକୁ ନେଇ ନବୀନ ନିବାସରେ ଆଜି ସମୀକ୍ଷା ଚାଲିଛି। ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେଡି ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ନିର୍ବାଚନରେ ସେମାନଙ୍କର କାହିଁକି ପରାଜୟ ହେଲା, କେଉଁଠି ଭୁଲ୍ ରହିଲା ଏବଂ ପରାଜୟ ପଛରେ ଦାୟୀ କିଏ, ଏ ନେଇ ପରାଜିତ ପ୍ରାର୍ଥିୀଙ୍କ ସହ […]
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହି ଦିନ ସକାଳ ୧୦ଟା ୩୦ ମିନିଟ୍ରେ ନବୀନ ଶପଥ ନେବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ସମାରୋହ ଅନୁଷ୍ଠିତ ହେବ। ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପୁଲିସ୍ ଡିଜି ଆର୍.ପି. ଶର୍ମା ପ୍ରଦର୍ଶନୀ ପଡ଼ିଆ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇପାରେ। […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ନିକଟ ଅଙ୍ଗନଦୀ ବ୍ରିଜ୍ ଉପରେ ଆଜି କାର୍-ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଶୁକ୍ରୁ ସାହୁ। ଶୁକ୍ରୁ ଓ ଅନ୍ୟ ଜଣ ଯୁବକ ଏକ ବାଇକ୍ରେ ବରଗଡ଼ ଜିଲ୍ଲା ବାରଙ୍ଗପାଲି ଯାଉଥିଲେ। ହଠାତ୍ ସାମ୍ନାପଟୁ ଚାଲି ଆସିଲା ଏକ କାର୍ ।ମୁହାଁମୁହିଁ ଧକ୍କା ହେବା ଯୋଗୁ ଘଟଣାସ୍ଥଳରେ ଶୁକ୍ରୁଙ୍କର ମୃତ୍ୟୁ ହୋଇଥିଲା। ଆହତ ଯୁବକଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ଓ ପରେ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଞ୍ଜିବାହାଲ ରାସ୍ତାରେ ଶତାଧିକ ଲୋକ ଅର୍ଥନୈତିକ ଅବରୋଧ କରିଛନ୍ତି। ତୁରନ୍ତ ଜାତୀୟ ରାଜପଥ କାମ ସାରିବା ପାଇଁ ବିଭିନ୍ନ ଗାଁରୁ ଆସିଥିବା ଶତାଧିକ ଲୋକ ଅଡି ବସିଛନ୍ତି। ଫଳରେ ଆଜି ସକାଳୁ ମାଲବାହୀ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଅଟକି ରହିଥିବା ଦେଖିବାକୁ ମିଳିଛି। ଦୀର୍ଘ ୫ ବର୍ଷ ଧରି ୩୫୩ ନମ୍ୱର ଜାତୀୟ ରାଜପଥ କାମ ଅସମ୍ପୂର୍ଣ୍ଣ ରହିଥିବାରୁ ବ୍ୟବସାୟୀ ତଥା ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି […]
ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ। ବାପପୁଅ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡି। ଉଭୟ ଛିଟିକି ପଡିଲେ ୩୦ ଫୁଟ୍ ତଳକୁ। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇ ପଡିଛନ୍ତି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଆଜି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନାଅନୁସାରେ, ବାପା ଓ ପୁଅ ଏକ ସ୍କୁଟିରେ ଯାଉଥିବା ବେଳେ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍ରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ […]
କଟକ: କଟକ ଜିଲ୍ଲା ନିଆଳିରେ ର୍ନିବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଆକ୍ରୋଶ ରଖି ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଲୋକଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ନିଆଳିର ପୋଖରୀ ଗାଁରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସକାଳେ ଗାଁର କିଛି ବ୍ୟକ୍ତି, ଜଣଙ୍କ ଘରେ ଜୋର ଜବରଦସ୍ତ ପଶିଥିଲେ ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୫ […]
ଗଜପତି: ଘର ବାରଣ୍ଡାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି। ଏପରିକି କିଛି ସ୍ଥାନରେ ଅଙ୍ଗନବାଡ଼ି ଦିଦି ନଥିବାରୁ ହେଲପରଙ୍କ ସହାୟତାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି। ଏପରି ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ୍ରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱଚ୍ଛ ପରିବେଶ କିପରି ଯୋଗା ଯାଇପାରିବ ପ୍ରଶ୍ନ ଉଠିଛି। ସମନ୍ୱିତ ଶିଶୁ ବିକାଶ ଯୋଜନାରେ ମୋହନା ବ୍ଲକରେ ୬୨୦ଟି କେନ୍ଦ୍ର ଥିବାବେଳେ ମାତ୍ର ୧୯୪ଟି ନିଜସ୍ୱ କୋଠାରେ ପରିଚାଳିତ ହେଉଥିବାବେଳେ […]
ଭୁବନେଶ୍ୱର: ଆଜି ୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଏହି ଚାରୋଟି ଜିଲ୍ଲା ହେଉଛି- ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ଏହି ସବୁ ଜିଲ୍ଲାବାସୀ ପରାମର୍ଶ ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆହୁରି ୩ ଦିନ ଯାଏ […]
ଭୁବନେଶ୍ୱର: ଏଭରେଷ୍ଟ ଶୃଙ୍ଗରେ ମୃତ୍ୟୁବରଣ କରିଥିବା ଓଡ଼ିଆ ପର୍ବତାରୋହିଣୀ କଳ୍ପନା ଦାଶଙ୍କ ମରଶରୀର ଓଡ଼ିଶା ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଓଡ଼ିଶାରୁ ଏକ ଟିମ୍ କାଠମାଣ୍ଡୁ ଯିବ। ଏହି ଟିମ୍ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ପରିବାରର ୨ ଜଣ ସଦସ୍ୟ ଅଛନ୍ତି। ଏହା ସହ ଏହି ଟିମ୍ରେ ପର୍ବତାରୋହୀ ଗଣେଶ ଜେନା ମଧ୍ୟ ଟିମ୍ ଯିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ବିଶ୍ୱର ଅନ୍ୟତମ ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବେଲପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଜଣେ ଯୁବକ ଅପମାନ ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ବେଲପୁର ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ଏ ନେଇ କଙ୍ଗାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରାଯାଇ ଯୁବକଙ୍କୁ ଗାଁର କଙ୍ଗାରୁକୋର୍ଟରେ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା। […]