ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ବରୁଣେଇ ଜଙ୍ଗଲ ଆମ୍ୱ ତୋଟାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ସକାଳେ ସ୍ଥାନୀୟ ଲୋକେ ତୋଟାକୁ ଯିବାବେଳେ ଆମ୍ୱ ଗଛରେ ଗାମୁଛାରେ ଝୁଲୁଥିବା ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହଟି ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଶିଳ୍ପାଞ୍ଚଳ ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୁଲିସର ତଦନ୍ତ ପରେ ମୃତ ବ୍ୟକ୍ତି ଜଣକ ନୟାଗଡ଼ କଣ୍ଟିଲୋ […]
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି କେରଳ ଛୁଇଁଛି ମୌସୁମୀ ବାୟୁ। ପାଗ ଅନୁକୂଳ ରହିଲେ ୭ ଦିନ ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି କୁହାଯାଇଛି ଯେ,୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ। ଆଉ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମେଘୁଆ ପାଗ ରହିବ। ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁନ […]
ଅନୁଗୁଳ: ଘରୋଇ କଳିର ସମାଧାନ ପାଇଁ ଥାନାରେ ଉଦ୍ୟମ ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା କଣିହାଁ ଥାନାରେ ଏହି ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ବଡ଼ଗୁଣ୍ଡୁରି ଗାଁରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଥାନାରେ ଏତଲା ହୋଇଥିଲା। ସ୍ୱାମୀ ଦୀପକ ବାରିକଙ୍କ ନାଁରେ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଗତକାଲି କଣିହାଁ ଥାନାରେ ଉଭୟ ପକ୍ଷଙ୍କୁ ବସାଇ ସମାଧାନ ଉଦ୍ୟମ ହେଉଥିଲା। ତେବେ କାଉନସେଲିଂ ବେଳେ ହଠାତ୍ ଦୀପକ ଅସୁସ୍ଥ ହୋଇ ତଳେ […]
ଭୁବନେଶ୍ୱର: କାଳିଆ ଯୋଜନା ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ୩୨.୩୪ ଲକ୍ଷ ଚାଷୀ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ଅଧିକ ୩ ହଜାର ୨୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଜି ଏ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଅଧିକ ଅର୍ଥ ବ୍ୟୟବରାଦ ଦ୍ୱାରା ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଏବଂ ୨୫ ଲକ୍ଷ ଭୂମିହୀନ ଚାଷୀ ଉପକୃତ ହେବେ ବୋଲି […]
ରାୟପୁର: କେବଳ ଯୁଦ୍ଧ ମୈଦାନରେ ବୀରତ୍ୱ ଦେଖାଇ ଜଣେ ଯବାନ ପ୍ରଂଶସିତ ହୁଏନି, ଅନେକ ସମୟରେ ତାର ମାନବିକତା ପାଇଁ ମଧ୍ୟ ପ୍ରଶଂସିତ ହୋଇଥାଏ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ସୁକମା ଜିଲ୍ଲାର କୋଣ୍ଡାସାବଲି ଅଞ୍ଚଳରେ । ଏଠାରେ ପାଟ୍ରୋଲିଂ କରୁଥିବା ଜଣେ ସିଆର୍ପିଏଫ୍ ଯବାନ ଜଣ୍ଡିସ ଆକ୍ରାନ୍ତ ରୋଗୀଙ୍କୁ ସାହାଯ୍ୟ କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି । ପାଟ୍ରୋଲିଂ କରୁଥିବା ସମୟରେ ୨୩୧ ନମ୍ବର ବାଟାଲିୟନ୍ ସିଆର୍ପିଏଫ୍ ଯବାନ ଜଣକ ଦେଖିଲେ ଜଣ୍ଡିସରେ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଗୋରା ବାଲିଘାଟରେ ଦୁଇଟି ହାଇୱା ସହିତ ଚାରୋଟି ଗାଡ଼ିକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି। ତେବେ ଏହା ନକ୍ସଲମାନଙ୍କ କାମ ବୋଲି କୁହାଯାଉଛି। ନକ୍ସଲମାନେ ମୋଟର ସାଇକେଲ୍ରେ ଆସି ଗାଡ଼ି ଜାଳିବା ସହ ଗୁଳି ଫୁଟାଇଥିବା କୁହାଯାଉଛି। ତେବେ ଗାଡ଼ି ଚାଳକମାନେ ଜୀବନ ଭୟରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ପୂର୍ବରୁ ପିଏଲ୍ଏଫ୍ଆଇ ସଦସ୍ୟ ନିଜ ଉପସ୍ଥିତି ଜାହିର […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ରାମକଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ଓ ଭାଇ ବୋହୂକୁ ଦଉଡ଼ିରେ ବାନ୍ଧି ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛି ବଡ଼ ଭାଇ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଗାଁର ବିଜୟ ବେହେରା ଓ ତାଙ୍କ ସାନ ଭାଇ ଅଜୟ ବେହେରାଙ୍କ ମଧ୍ୟରେ ଗତ କିଛିଦିନ ଧରି ବିବାଦ ଲାଗି ରହିଥିଲା। ଆଜି ସକାଳେ […]
ମାଲକାନଗିରି: ଲୋକଙ୍କ ସମସ୍ୟା ବୁଝିବା ପାଇଁ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଚାଲିଚାଲି ଗଲେ ବିଡିଓ। ଦୀର୍ଘ ୩ଘଣ୍ଟା କାଳ ଚାଲିବା ପରେ ଗାଁରେ ପହଞ୍ଚି ଥିଲେ। ସେଠାରେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏଭଳି କାମ କରି ପ୍ରଶଂସା ସାଉଁଟିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବିଡିଓ ଲରେମନ୍ ଖରସେଲ୍ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକର ସାତଟି ପଂଚୟତ ବାହ୍ୟ ଜଗତରୁ ବିଛିନ୍ନ ରହିଛି। ସେଥିମଧ୍ୟରୁ ଧୂଳିପୁଟ ପଞ୍ଚାୟତ ଗୋଟିଏ। ଏହି […]
ବଲାଙ୍ଗିର: ପିଡବ୍ଲ୍ୟୁଡିର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ କାନଧରି ଉଠବସ କରାଇଥିବା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ବିଭିନ୍ନ ବର୍ଗର ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ବିଧାୟକ କ୍ଷମା ମାଗିଥିଲେ। ଏହା ସତ୍ତ୍ୱେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ନାଁରେ ପାଟଣାଗଡ଼ ଥାନାରେ ଏକ ଏତଲା ଦେଇଛନ୍ତି। ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ […]
ମୟୂରଭଞ୍ଜ: ଦାରିଦ୍ର୍ୟ ପାଇଁ ଦିନେ ବହିବସ୍ତାନୀରେ ବାନ୍ଧି ଦେଇଥିଲେ ଡ଼ୋରି। ଖେଳକୁଦ ବୟସରେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବରେ କାମ କରି ଘରର ଗୁଜରାଣ ମେଣ୍ଟାଉଥିଲେ। କିନ୍ତୁ ପ୍ରଶାସନର ସହାୟତାରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ପୁଣିଥରେ ତାଙ୍କ ହାତରେ ଧରାଇ ଦିଆଯାଇଥିଲା ବହିବସ୍ତାନୀ। ଏହି ଶିଶୁ ଶ୍ରମିକମାନେ ହେଉଛନ୍ତି ବାରିପଦାର। ପରିବାରର ଦୁଃସ୍ଥିତି ଯୋଗୁଁ ଦିନେ ଶିଶୁ ଶ୍ରମିକ ସାଜିଥିବା ପିଲା ସଫଳତାର ସହିତ ଚଳିତ ବର୍ଷ ମାଟ୍ରିକ ପାସ୍ କରିଛନ୍ତି। ସେହି […]
ମାଲକାନଗିରି: ଚିକିତ୍ସା ଅବହେଳାରୁ ଦେଢ଼ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ଖଇରପୁଟ ମେଡିକାଲରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଉକ୍ତ ଶିଶୁକନ୍ୟାକୁ ସୋମବାର ଦିନ ପରିବାର ଲୋକେ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ମାତ୍ର ଚିକିତ୍ସା କରିବା ପରିବର୍ତ୍ତେ ସେଠାରେ ନିୟୋଜିତ ଥିବା ଡାକ୍ତରଜଣକ ଦୁର୍ବ୍ୟବହାର କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚିକିତ୍ସା ପାଇଁ ପରିବାର ଲୋକେ ବାରମ୍ବାର ଅନୁରୋଧ କରିବାରୁ ରକ୍ତ ପରୀକ୍ଷା […]
ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ। କାଳବୈଶାଖୀ ପ୍ରଭାବରେ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କିଛି ସ୍ଥାନରେ ବର୍ଷା ଓ ପବନ ହୋଇଛି। ତେବେ ଝିପିଝିପି ବର୍ଷା ବିଳମ୍ୱିତ ରାତି ପର୍ଯ୍ୟନ୍ତ ଲାଗି […]
କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି ବୈଠକ ହୋଇଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ସହ ଏହାର ମୁକାବିଲା କରିବା, ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସାଧାରଣ ଜନତାଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ପ୍ରାକ୍ ମୌସୁମୀ ସମନ୍ୱୟ ବୈଠକ କୋରାପୁଟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ସମୁଦାୟ ୭ଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ କିଛି […]
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ୍ରେ ନାଗ ସାପ ! ବିଶ୍ୱାସ ହେଉ ନ ଥିଲେ ବି ସତ । ଗତକାଲି ରାତିରେ ଡାକ୍ତରଖାନା କ୍ୟାବିନ ଭିତରୁ ସାପଟିକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ସାଢ଼େ ତିନି ଫୁଟ। ହସ୍ପିଟାଲର କ୍ୟାବିନ୍ ନମ୍ୱର ୨ରେ ସାପଟି ଗୁଡ଼େଇ ହୋଇ ରହିଥିଲା। ସାପକୁ ଦେଖିବା ପରେ ନର୍ସମାନେ ସ୍ନେକ୍ ହେଲ୍ପ୍ ଲାଇନ୍କୁ ଖବର ଦେଇଥିଲେ। ଏହାପରେ ସ୍ନେକ୍ ହେଲ୍ପ୍ ଲାଇନ୍ ଟିମ୍ ଆସି ସାପଟିକୁ ଉଦ୍ଧାର କରିଥିଲେ। ହସ୍ପିଟାଲ ଭିତରେ ଏତେ […]
ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲ୍ ଯାଇ ଆଜି ନିଜ ଦାନ୍ତର ଚିକିତ୍ସା କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ଅଧ ଘଣ୍ଟା କାଳ ସେ ସେଠାରେ ରହିଥିଲେ। ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ରୁଟ୍ କେନାଲ୍ ହୋଇଥିଲା। ଆଜି ଫିଲିଂ କରାଯାଇଥିଲା। କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ସୌମେନ୍ଦ୍ର ଷଡଙ୍ଗୀ କହିଛନ୍ତି,“ ଡିସେମ୍ବର ମାସରେ ଉପର ଦାନ୍ତରେ ରୁଟ୍ କେନାଲ ହୋଇଥିଲା। ଆଜି ଫିଲିଂ କରାଗଲା। ଏଥିପାଇଁ ଅଧଘଣ୍ଟା ଲାଗିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ନରମାଲ ଖାଦ୍ୟ ଖାଇବାକୁ କୁହାଯାଇଛି। କିଛି […]
ପୁରୀ: ଆଗାମୀ ରଥଯାତ୍ରା ପାଇଁ ବରିଷ୍ଠ ଅଧିକାରୀଙ୍କୁ ସରକାର ଦାୟିତ୍ୱ ବାଣ୍ଟିଛନ୍ତି। ଜୁନ ୧୭ ତାରିଖରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମାଠାରୁ ଜୁଲାଇ ୧୫ ତାରିଖରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦାୟିତ୍ୱ ବଣ୍ଟନ କରାଯାଇଛି। ରେଳ ସୁରକ୍ଷା ଦାୟିତ୍ୱରେ ରହିବେ ADG ପ୍ରଣବିନ୍ଦୁ ଆଚାର୍ଯ୍ୟ। SRP କଟକ ତାଙ୍କୁ ସହାୟତା କରିବେ। ସେହିପରି ADG ସଂଜୀବ ପଣ୍ଡାଙ୍କୁ ପୋଲିସ ବ୍ୟବସ୍ଥାର ସାମଗ୍ରିକ ଦାୟିତ୍ୱ ପ୍ରଦାନ କରାଯାଇଛି। ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୁରୀ ଏସ୍ପି ଉମାଶଙ୍କର […]
ଉଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ତୋଟାପଡା ଜେନା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ଅଗ୍ନିକାଣ୍ଡରେ ୭ଟି ପରିବାରର ୧୪ ବଖରା ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତିରେ ଗାଁର ଚିନ୍ତାମଣି ଜେନାଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ପାଖ ୭ଟି ଘରକୁ ମାଡ଼ି ଯାଇଥିଲା ନିଆଁ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା। ନିଆଁ ଲାଗିବାର କାରଣ […]
ଭୁବନେଶ୍ୱର: ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପ୍ରତି ମାସରେ ସମସ୍ତ ବିଭାଗ ଓ ମନ୍ତ୍ରୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ମାସ ସାରା କ’ଣ କ’ଣ କାମ କରାଯାଇଛି, କେଉଁ କାମରେ କେତେ ଅଗ୍ରଗତି ହୋଇଛି ସେ ସଂପର୍କରେ ପ୍ରତି ମାସ ୭ ତାରିଖରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ତାଗିଦ୍ କରିଛନ୍ତି । ଆସନ୍ତା ଜୁଲାଇ ୭ ତାରିଖରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜର ପ୍ରଥମ ରିପୋର୍ଟ ଦେବେ। […]
ନବରଙ୍ଗପୁର: ମୋବାଇଲ ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଏପରି ଘଟଣା ନବରଙ୍ଗପୁର ଝରିଗାଁ ବଡ଼ପାଲିଆ ଗାଁରେ ଘଟିଛି। ଗତକାଲି ଲଛମନ ଭୁଞ୍ଜିଆ ନାମକ ଜଣେ ନାବାଳକ ତାଙ୍କ ମୋବାଇଲକୁ ସିଧାସଳଖ ଭାବରେ ସୋଲାର ତାର ସହ ସଂଯୋଗ କରି ଚାର୍ଜରେ ବସାଇଥିଲେ। ଚାର୍ଜରେ ବସାଇବାର ଅଳ୍ପ ସମୟ ପରେ ମୋବାଇଲଟି ହଠାତ୍ ଶବ୍ଦ କରି ଫାଟି ଯାଇଥିଲା। ବିସ୍ଫୋରଣରେ ଲଛମନଙ୍କର ମୁହଁ ଓ ପେଟରେ ଆଘାତ ଲାଗିଛି। ପରିବାର ଲୋକେ ଲଛମନଙ୍କୁ ନେଇ ଉମରକୋଟ […]
କଟକ: ଆଜି ପବିତ୍ର ଇଦ୍ । ଚଳଚଞ୍ଚଳ ହୋଇ ପଡ଼ିଛି ସହର, ବଜାର। ଏହି ଅବସରରେ ମସଜିଦ୍ରେ ସମୂହ ନମାଜପାଠ ପାଇଁ ଭିଡ ଜମିଛି। ଇଦ୍ ପାଇଁ ମସଜିଦକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି। ଦୀର୍ଘ ୧ ମାସ ଧରି ଧର୍ମ ମାସ ରମଜାନରେ ଉପବାସ ରଖିଥିଲେ ମୁସଲମାନ ଭାଇ ଭଉଣୀମାନେ। ଆଜି ସେମାନେ ଉପବାସ ଭଙ୍ଗ କରିବେ। ପରସ୍ପରକୁ ଇଦ୍ ମୁବାରକ୍ ଜଣାଇବେ। ଆଜି ସାରା ରାଜ୍ୟରେ ଇଦ୍ ପାଳନ ନେଇ ଗତକାଲି କଟକସ୍ଥିତ ଅଞ୍ଜୁମାନ […]
ସମ୍ୱଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ‘ଗୁଆଗୁଣ୍ଡା’ ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ଗତକାଲି ରାତିରେ ନୃସିଂହ ମହାପ୍ରଭୁ ଏକ ସୁସଜ୍ଜିତ ବିମାନରେ ନିମନ୍ତ୍ରଣ ଦେବାକୁ ବାହାରିଥିଲେ। ସହରର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଗୁଆ-ହଳଦି-ମିଠେଇ ଓ ଖଜା ଦେଇ ଦିଅଁ ମାନଙ୍କୁ ଭୋଲାବାବାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ତେବେ ଅନ୍ୟ ସମସ୍ତ ପଡ଼ାରେ ପରମ୍ପରା ଅନୁସାରେ ହନୁମାନ ମହାପ୍ରଭୁ […]
ଭୁବନେଶ୍ୱର: ଆଜି ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସିଧା ଉଡ଼ିବ। ଏନେଇ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ପ୍ରତିଦିନ ସକାଳ ୧୦ଟା ୩୫ମିନିଟ୍ରେ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ। କିନ୍ତୁ ଆଜି ପ୍ରଥମ ଦିନ ହୋଇଥିବାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଦିନ ୧୧ଟା୧୫ ମିନିଟ୍ରେ ବିମାନ ଉଡ଼ିବ। ସେହିପରି ଝାରସୁଗୁଡ଼ାରୁ ରାୟପୁରକୁ ଆଜି ଅପରାହ୍ଣ ୫ଟା ୧୫ରେ ବିମାନ ଉଡ଼ିବ। ଏୟାର ଇଣ୍ଡିଆର ସବ୍ସିଡାରୀ ସଂସ୍ଥା ଆଲିଏନ୍ସ […]
ଗଜପତି: ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାର ଫଳ ଦେଖିବାକୁ ମିଳିଥାଏ। ଗଜପତିର ମୋହନା ଅଞ୍ଚଳର ବଜାରହାଟ ଓ ରାସ୍ତାକଡ଼ ଦୋକାନରେ ଫଳ ପସରା ଦେଖିବାକୁ ମିଳିଛି। ଲୋକେ ପାହାଡ ଜଙ୍ଗଲରୁ ଆମ୍ୱ, ପଣସ ଆଦି ସଂଗ୍ରହ କରି ରାସ୍ତାକଡ଼ ଓ ବଜାର ବିକ୍ରି କରୁଛନ୍ତି। ରାସ୍ତାକଡ଼ରେ କିଏ ଆମ୍ୱ ତ ଆଉ କିଏ ପଣସ ବିକ୍ରି କରୁଛି। ସୁଆଦିଆ ଆମ୍ୱ ଓ ପଣସ ଭଳି ଫଳ ଦେଖି ପଥଚାରୀ ଅଟକି ଯାଉଛନ୍ତି। କେବଳ ମୋହନା ନୁହେଁ, ମୋହନା […]
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତା ନେଇ ଆଜି ସଚିବାଳୟରେ ଆଲୋଚନା ହୋଇଛି। ଓଡିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି। ଆୟୁଷ୍ମାନ ଯୋଜନାର CEO ଓ ଅନ୍ୟ ଅଧତ୍କାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ଥିଲେ। ଆଲୋଚନାର ପ୍ରାଥମିକ ସ୍ତରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପାଦେୟତା ବାବଦରେ ଅବଗତ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ରାଜ୍ୟବାସୀଙ୍କ ପାଇଁ […]
ଭୁବନେଶ୍ୱର: ଦେଶର ସବୁ ସରକାରୀ ମେଡିକାଲ କଲେଜ ଓ ଶିକ୍ଷାନୁଷ୍ଠାନରେ ଅଣ୍ଡର ଗ୍ରାଜୁଏଟ୍ ଓ ପିଜି ସିଟ୍ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି କରାଯିବ। ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ଏହି ୧୦ ପ୍ରତିଶତ କୋଟା ବୃଦ୍ଧି କରାଯାଇଛି। ଏନେଇ ମେଡିକାଲ କଲେଜଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ମାରିଛନ୍ତି। ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଏସସିବି ମେଡିକାଲ କଲେଜରେ ୨୫ଟି ଅଣ୍ଡର ଗ୍ରାଜୁଏଟ୍ ସିଟ୍ ବୃଦ୍ଧି କରାଯାଇଥିବାରୁ ଏଠାରେ ୨୫୦ଜଣ ଛାତ୍ରଛାତ୍ରୀଙ୍କ […]