ସୁବର୍ଣ୍ଣପୁର: ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ବେଶ୍ ଲୋକାଦୃତ ହେଉଥିବା ବେଳେ, ଦିନକୁ ଦିନ ବଢୁଛି ସାଇବର୍ କ୍ରାଇମ୍ । ଅନ୍ଲାଇନ୍ ବ୍ୟବସ୍ଥାରେ ଟଙ୍କା ଠକେଇ ନେବା ଘଟଣା ଏବେ ନିତିଦିନିଆ ହୋଇଗଲାଣି। ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଳରେ ଜଣେ ବ୍ୟକ୍ତି ଏଭଳି ଠକେଇର ଶିକାର ହୋଇଛନ୍ତି। ଗୋବିନ୍ଦ କ୍ଷେତୀ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଗାଏବ ହୋଇଯାଇଛି ୫୦ ହଜାର ଟଙ୍କା। ନିଜକୁ ବ୍ୟାଙ୍କ୍ ମ୍ୟାନେଜର ପିରଚୟ ଦେଇ ଜଣେ ଦୁବୃର୍ତ୍ତ ତାଙ୍କ ଆକାଉଣ୍ଟରୁ […]
ବରଗଡ଼: ଆଧୁନିକ ଯୁଗରେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବଞ୍ଚି ରହିଛି। ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚାଙ୍ଗରିଆ ଗାଁର ଜଣେ ମୃତ ବ୍ୟକ୍ତିଙ୍କୁ ଝଡ଼ାଫୁଙ୍କା କରି ବଞ୍ଚାଇବାକୁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି। ଟାଲପାଲି ପଞ୍ଚାୟତ ଚାଙ୍ଗରିଆ ଗାଁର ଶପ୍ତଶିଳା ଭୋଇ ନାମ୍ନୀ ଜଣେ ମହିଳାଙ୍କୁ ଗତକାଲି ରାତିରେ ବିଷଧର ସାପ କାମୁଡି ଦେଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ରାତିରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ […]
ଭୁବନେଶ୍ୱର: ବ୍ଲାକମେଲିଂ ଏବଂ ବଟି ଆଦାୟବେଳେ ନକଲି ସାମ୍ବାଦିକ ଧରା ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ସମେତ ୪ ନକଲି ସାମ୍ବାଦିକ ରହିଛନ୍ତି। ବରଗଡ଼ ପୁଲିସ୍ ଏମାନଙ୍କୁ ଗିରଫ କରିଛି। ଗିରଫ ନକଲି ସାମ୍ବାଦିକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ତପନ କୁମାର ସାହୁ, ଉତ୍ତରପ୍ରଦେଶ ନୋଏଡାର ଅନୁଜ ଅଗ୍ରଓ୍ୱାଲ, ବୁଲନ୍ଦସହରର ବିଶାଲ ଗାମ୍ଭୀର ଏବଂ ଦିଲ୍ଲୀଗେଟ୍ ଗାଜିଆବାଦର ଇମ୍ରାନ୍ ଖାନ। ସେମାନଙ୍କଠାରୁ ବିଭିନ୍ନ ଘରୋଇ ଚ୍ୟାନେଲର ବୁମ୍ ସହ କ୍ୟାମେରା, […]
ବ୍ରହ୍ମପୁର(ଅଶୋକ ବହ୍ମା): ଏକ ହତ୍ୟା ମାମଲାରେ ଆଜି କଡ଼ା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଗଞ୍ଜାମ ଜିଲ୍ଲାର କୁଲଟା ଗାଁର ମହେଶ୍ୱର ସାସମଲ ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ। ୨୦୦୭ କୁଲଟା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ୍ ୧୯ ଜଣ ଅଭିଯୁକ୍ତ ଥିଲେ। ତେବେ ମାମଲା ଚାଲିବା ଭିତରେ ଜଣଙ୍କ ମୃତ୍ୟୁ ହୋଇସାରିଛି।
ଢେଙ୍କାନାଳ : ପୁଣି ଅଲୋଡ଼ା ଶିଶୁକନ୍ୟା। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ନିକଟ ତେରମାଇଲ ଛକରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଏକ ବୁଦା ମୂଳରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ବୁଦାମୂଳରେ ଶିଶୁଟିକୁ ସ୍ଥାନୀୟ ଲୋକେ ଦେଖି ଥିଲେ। ତାକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ନବଜାତ ଶିଶୁକନ୍ୟାକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ୱର: ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୧୯(ଓଜେଇଇ)ର ଫଳ ପ୍ରକାଶ ପାଇଛି। ଉଭୟ ଅନଲାଇନ ଓ ଅଫ୍ଲାଇନ ରେଜଲ୍ଟ ପ୍ରକାଶ ପାଇଛି। ଏମ୍ବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର ହୋଇଛନ୍ତି। ଏମ୍ସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର ହୋଇଛନ୍ତି। ସେହିପରିଏମ୍.ଟେକରେ ପ୍ରଦୀପ କୁମାର ବାରିକ, ଏମ୍ .ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ ଟପ୍ପର ହୋଇଛନ୍ତି। ବି.ଫାର୍ମରେ ସମୀର କୁମାର ପାଢ଼ୀ, ଫାର୍ମାସି ଲ୍ୟାଟେରାଲ ଏଣ୍ଟ୍ରିରେ ଅମିତ କୋଟାଲ ଏବଂ ବିଏସ୍ସିର ଲ୍ୟାଟେରାଲ ଏଣ୍ଟ୍ରିରେ ଭବାନୀ ଶଙ୍କର ବେହେରା ଟପ୍ପର ହୋଇଛନ୍ତି। […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):କିଛି ଦିନର ଶିଥିଳତା ପରେ ପୁଣି କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଶାଖା ତତ୍ପର ହୋଇପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର କେନ୍ଦ୍ରାପଡା ସହରରେ ଥିବା ଦିଲରାପୁର ସ୍ଥିତ ବାସଭବନରେ ଆଜି ଭୋର ତିନିଟା ବେଳେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା। ଟିଟୋର ଦୁଇ ଭାଇ ଆସପକ ଅଲ୍ଲି ଓରଫ ଜୀ ବାବୁ, ସୟଦ ଇଫତିକର ଅଲ୍ଲି ଓରଫ ଚିତୋ ଏବଂ ଟିଟୋର ସମ୍ପର୍କୀୟ ଅମଜାଦ ଖାନ୍ ଓରଫ ମୁନାକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଏହି ୩ […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡ଼ା ଗାଁରେ ଗତକାଲି ରାତିରେ ସର୍ଟ ନିଆଁରୁ ଅଗ୍ନିକାଣ୍ଡ ଘଟି ଜଣେ ନାବାଳିକା ଜୀବନ୍ତ ଜଳି ଯାଇଛନ୍ତି। ମା’ ଓ ୨ ପିଲା ଗୁରୁତର ହୋଇ ପଡ଼ିଛନ୍ତି। ଗେରୁପଡ଼ା ଗାଁର ଗୋଟିଏ ପରିବାରର ମା’, ୧୩ ବର୍ଷ ଓ ୧୫ ବର୍ଷର ଦୁଇ ଝିଅ ଏବଂ ଜଣେ ୬ ବର୍ଷର ପୁଅ ରାତିରେ ଗୋଟିଏ ଘରେ ଶୋଇଥିଲେ। ଘରେ ନିଆଁ ଲାଗି ଜଳୁଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ। […]
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସୁଶାନ୍ତ ନାୟକ। ସୁଶାନ୍ତଙ୍କ ଦୁଇ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତଙ୍କ ସମେତ ତାଙ୍କର ଦୁଇ ସହଯୋଗୀ ଆହତ ହୋଇଥିଲେ। ସେମାନଙ୍କୁ ବ୍ରହ୍ମପୁର […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ୧୫ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ।
ରାଉରକେଲା: କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷି ଓ ଗୋପାଳନ ସହ ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦେଇ ଚାଷୀଙ୍କୁ ଉତ୍ସାହିତ କରୁଛନ୍ତି। ବିଭିନ୍ନ ସରକାରୀ ଦୁଗ୍ଧ ଉତ୍ପାଦନ ଏବଂ ଗୋପାଳନ କେନ୍ଦ୍ରକୁ ରାଷ୍ଟ୍ରୀୟ ଗୋକୁଳ ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ରାଉରକେଲା ନିକଟ କୁଆରମୁଣ୍ଡାରେ ଥିବା ସରକାରୀ ଡାଏରୀ ଫାର୍ମକୁ ସାମିଲ କରାଯାଇଥିଲା । ହେଲେ ଏହା ଏବେ ଦିଗହରା ହୋଇପଡିଛି। ଅନ୍ୟପକ୍ଷେ ରାଉରକେଲା କୁଆରମୁଣ୍ଡା ଡାଏରୀ ଫାର୍ମ ଜମି ଉପରେ ଏବେ ରାଜ୍ୟ ବାହାର […]
ଢେଙ୍କାନାଳ : ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ ସାହୁଙ୍କ ମରଶରୀର ଆଜି ଓଡ଼ିଶା ଆସିବ। ସୋମବାର ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଅରିହଲ୍ ଅଞ୍ଚଳରେ ଆତଙ୍କବାଦୀମାନେ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଯବାନଙ୍କ ଗାଡ଼ି ଯିବା ବେଳେ ବିସ୍ଫୋରଣ କରି ଏହାକୁ ଉଡାଇ ଦେଇଥିଲେ। ଫଳରେ ଗାଡ଼ିରେ ଥିବା ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ। ସହିଦ ଅଜିତ ସାହୁଙ୍କ ଘର […]
ନୀଳଗିରି(ବିଶ୍ୱମ୍ବର ଦାସ): ନୀଳଗିରି ଜଙ୍ଗଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କେସିପୁର ପଞ୍ଚାୟତର ତରତରି ଗାଁର ରଶ୍ମି ମାରାଣ୍ଡି। ଗତ ୧୫ ତାରିଖରୁ ସେ ନିଖୋଜ ଥିଲେ। ଗତକାଲି କାଳବୈଶାଖୀ ପରେ ଜଙ୍ଗଲରୁ ଦୁର୍ଗନ୍ଧ ବାହାରିଥିଲା। ଲୋକେ ଜଙ୍ଗଲ ଭିତରେ ପଶି ଝିଅଟିର ମୃତଦେହ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏହା ହତ୍ୟା କି ଆତ୍ମହତ୍ୟା ତାହା […]
କଳାହାଣ୍ଡି: କଳାହାଣ୍ଡି ଆମପାଣିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝୁଳନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଚାଷ ଜମିରେ ଥିବା ଏକ ଗଛରେ ଝୁଳନ୍ତା ଅବସ୍ଥାରେ ମୃତଦେହଟିକୁ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ତେବେ ଏହାର ଠିକ୍ ଅଳ୍ପ ଦୂରରେ ଜଣେ ଯୁବତୀ ଜଣକଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଦୁହିଁଙ୍କ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସ୍କୁ ସୂଚନା ଦେଇଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼, ବଜ୍ରପାତ ସହ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ୪୫ ଯାଏ ୧୩ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ସୋନପୁର। ଗତ ୪ରୁ୫ ଦିନ ଧରି […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼ ସହିତ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ଅପରାହ୍ଣ ୧ଟା ଯାଏ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ଅନ୍ୟପକ୍ଷରେ ଦୁଇ ଦିନର କୋହଲା ପାଗ ପରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ହସ୍ପିଟାଲର ଏକ ଟଏଲେଟ୍ରୁ ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ପ୍ରସୂତି ଓ ସ୍ତ୍ରୀ ରୋଗ ଓ୍ୱାର୍ଡର ଟଏଲେଟରୁ ଏହି ମୃତଦେହ ମିଳିଛି। ସକାଳେ ଜଣେ ରୋଗୀଙ୍କ ସଂପର୍କୀୟ ଶୌଚ ପାଇଁ ଯାଇଥିବାବେଳେ ଟଏଲେଟ୍ ପ୍ୟାନ ଭିତରେ ନବଜାତକଟି ଗୋଟିଏ ଜରିରେ ବନ୍ଧା ହୋଇ ପଡ଼ିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ସେ ମେଡିକାଲ ସୁରକ୍ଷାକର୍ମୀଙ୍କୁ ଏ ନେଇ ସୂଚନା ଦେଇଥିଲେ । ସୁଇପରଙ୍କ ସହାୟତାରେ ନବଜାତର ମୃତଦେହ ପ୍ୟାନ୍ ଭିତରୁ ଉଦ୍ଧାର […]
ସୋର: ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନ୍ରେ ଏକ କୋଇଲା ବୋଝେଇ ଟ୍ରେନ୍ର ବଗିରେ ନିଆଁ ଲାଗି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ଟ୍ରେନ୍ଟି ତାଳଚେରରୁ ହଳଦିଆ ଯାଉଥିଲା। ବଗି ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ତେବେ ବିଦ୍ୟୁତ୍ ତାର କଟାଯାଇ ନଥିବାରୁ ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ।
ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଲାଗି ରହିଛି। ହେଲେ ଏ ପର୍ଯ୍ୟନ୍ତ ମୌସୁମୀର ଦେଖା ନାହିଁ। ୮ ତାରିଖ କେରଳ ଛୁଇଁବା ପରେ ୧୫ ତାରିଖ ସୁଦ୍ଧା ଦେଶର ଅନ୍ୟ ସ୍ଥାନରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା। ୪୩.୬ ଡିଗ୍ରୀ ସେଲସିୟସ୍ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଭାବରେ ପରିଣତ ହୋଇଛି। ସେହିପରି ହୀରାକୁଦ ୪୩. […]
କଟକ: କଟକ ଯୋବ୍ରା ଥାନା ପଛପଟେ ଗତକାଲି ରାତିରେ ଛୁରାମାଡ଼ରେ ଆହତ ହୋଇଥିବା ମାଟିଆ ମଙ୍ଗଳା ସାହିର ତପନ ନାୟକଙ୍କର ଆଜି ମୃତ୍ୟୁ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଦୁଇ ଜଣ ଯୁବକ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଛୁରାମାଡ଼ରେ ତପନଙ୍କ ଶରୀରର ୫ଟି ସ୍ଥାନରେ ଆଘାତ ଲାଗିଥିଲା। ଯୋବ୍ରା ବ୍ୟାରେଜରେ ମାଛ ମରାକୁ ନେଇ ତାଙ୍କ ଉପରକୁ ଛୁରାମାଡ଼ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। […]
କଟକ: କଟକ ସହର ସ୍ଥିତ ଯୋବ୍ରା ମାଟିଆ ମଙ୍ଗଳା ସାହିରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଆହତ ଯୁବକଙ୍କ ନାଁ ତପନ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତପନଙ୍କ ପରିବାର ଲୋକେ କହିଛନ୍ତି ଯେ, ସ୍ଥାନୀୟ ଦୁଇ ଜଣ ଯୁବକ ଗତକାଲି ରାତିରେ ତପନଙ୍କ ଘରେ ପଶି ଛୁରାମାଡ଼ କରି ଫେରାର୍ ହୋଇଯାଇଥିଲେ। ତପନଙ୍କ ଶରୀରର ୫ଟି ସ୍ଥାନରେ ଆଘାତ ଲାଗିଛି। ଯୋବ୍ରା ବ୍ୟାରେଜ୍ ଉପରେ ମାଛଧରାକୁ ନେଇ ଆକ୍ରମଣ ହୋଇଥିବା ପରିବାର […]
ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ପଞ୍ଚାୟତ ନୀଳମାଧବ ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ଦୁଇ ହାତୀ ମଧ୍ୟରେ ଲଢେଇ ବେଳେ ଛୁଆ ହାତୀଟି ଭିତରେ ପଶିଯିବାରୁ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଛୁଆ ହାତୀର ବୟସ ପ୍ରାୟ ଦେଢ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି। ଘଟଣାସ୍ଥଳରେ ତାକୁ ପୋଡ଼ିଦେଇଛି। ଗତ ଶନିବାର ହାତୀଟିର ମୃତ୍ୟୁ […]
ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରବିବାର ଛତିଶାନିଯୋଗ ବୈଠକ ବସି ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ ନେଇ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ନାନଯାତ୍ରା ଠାରୁ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍କରେ ଆଲୋଚନା ହୋଇଥିଲା। ଜୁଲାଇ ୪ରେ ରଥଯାତ୍ରା ଓ ୧୨ ତାରିଖରେ ବାହୁଡ଼ା ଯାତ୍ରା ହେବାକୁ ଥିବା ବେଳେ ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁନାବେଶ ହେବ। ନୀଳାଦ୍ରି […]
ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରେ ନିଜ ସ୍ୱାମୀକୁ ହତ୍ୟା କରି ବନ୍ଦୀ ଥିବା ସ୍ତ୍ରୀ ରାନୀ ମାଝୀଙ୍କୁ ଆଜି ମୁକ୍ତ କରାଯାଇଛି। ସରକାରଙ୍କ ତରଫରୁ ବନ୍ଦୀ ସୁଧାର କାର୍ଯ୍ୟକ୍ରମ ଅନୁସାରେ ଜେଲରୁ ତାଙ୍କୁ ମୁକ୍ତ କରାଯାଇଛି। ରାଇରଙ୍ଗପୁର ଉପକାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଅଭିଯୁକ୍ତ ରାନୀ ମାଝୀଙ୍କ ସଜା ଛାଡ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଥିଲା। ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜେଲ […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଅତଳାଗଡ଼ା ହତ୍ୟା ଘଟଣାର ସୁରାକ ମିଳିଛି। ପାରିବାରିକ ଗଣ୍ଡଗୋଳରୁ ସାନଭାଇକୁ ବଡ଼ ଭାଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ହେଉଛି ପ୍ରୀତମ ରାଉତରାୟ ଏବଂ ହତ୍ୟାକାରୀ ବଡ଼ଭାଇଙ୍କ ନାମ ହେଉଛି ମାମୁନ ରାଉତରାୟ। ସୂଚନା ଅନୁସାରେ ପ୍ରୀତମ କିଛିଦିନ ତଳେ ଭୁବନେଶ୍ୱର ଲକ୍ଷ୍ମୀସାଗରର ଶବରସାହିରେ ରହୁଥିଲେ। କିଛିମାସ ତଳେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗିଯାଇ ସାନଭାଇ ପ୍ରୀତମ୍ ବାରମ୍ୱାର ବଡ଼ଭାଇ […]