ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟ ଧୂମାନାଳ ପୋଲ ନିକଟରୁ ଏକ ମୃତ ଦେହ ଆଜି ଠାବ ହୋଇଛି। ମୃତ ଦେହଟି ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍ ୫୭ ନିକଟରେ ପଡ଼ିଥିଲା। ଏହାର ମୁଣ୍ଡ-ଗଣ୍ଡି ଅଲଗା ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ଶରୀରରେ ପୋଷାକ ମଧ୍ୟ ନ ଥିଲା। ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ରଣପୁର ଥାନା ପୁଲିସ ମୃତଦେହ ଉଦ୍ଧାର […]
ଭୁବନେଶ୍ୱର: ଦୀର୍ଘ ୧୯ ଦିନ ପରେ ଆଜି ଖୋଲିଲା ନନ୍ଦନକାନନ। ଏଥି ସହିତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିବା ବଟାନିକାଲ ଗାର୍ଡେନ ମଧ୍ୟ ଆଜି ଖୋଲାଯାଇଛି। ଗତ ୩ ତାରିଖ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଶହଶହ ଗଛ ଉପୁଡ଼ି ଯାଇଥିଲା । ତାର ଜାଲି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ବାତ୍ୟା ପରେ ଏହାର ମରାମତି କାମ ଚାଲିଥିଲା। କାମ ଶେଷ ହେବା ପରେ […]
କଟକ:ଦଶମ ଶ୍ରେଣୀ ପରୀକ୍ଷା ସହିତ ଆଜି ପ୍ରକାଶ ପାଇଛି ମଧ୍ୟମା ଓ ଓପେନ ସ୍କୁଲ ପରୀକ୍ଷାର ଫଳାଫଳ। ଏବର୍ଷ ୩ ହଜାର ୫୬୩ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ ହଜାର ୧୫ ଜଣ ପାସ୍ କରିଛନ୍ତି। ଅର୍ଥାତ ପାସ୍ ହାର ୮୪.୬୨ ପ୍ରତିଶତ ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏ-୧ ଏବଂ ଏ-୨ ଗ୍ରେଡ କେହି ପାଇ ନ ଥିବାବେଳେ ବି-୧ ଗ୍ରେଡ୍ରେ ପାସ କରିଛନ୍ତି […]
ଭୁବନେଶ୍ୱର: ଦଶମ ଶ୍ରେଣୀ ପରୀକ୍ଷା ସବୁ ପିଲାମାନଙ୍କ ପାଇଁ ସ୍ମରଣୀୟ ଓ ମହତ୍ୱପୂର୍ଣ୍ଣ। ଏହା ପରେ ପରେ ଜୀବନରେ ବହୁତ ବଡ଼ ବଡ଼ ପରୀକ୍ଷା ଭେଟିବାକୁ ଥିଲେ ମଧ୍ୟ ବାପାମାଆଙ୍କ ଠାରୁ ଆରମ୍ଭ କରି ପରିବାର ବର୍ଗ ସମସ୍ତେ ଭାବନ୍ତି ଯେ ଏହି ପରୀକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ ଖରାପ କଲେ ସାରା ଜୀବନଟି ବୃଥା ହୋଇଯିବ। ସେଥିପାଇଁ ପରୀକ୍ଷା ପୂର୍ବର ପରିଶ୍ରମ, ପରୀକ୍ଷା ସମୟର ଡର ଏବଂ ଫଳ କ’ଣ ହେବ ତାହକୁ ନେଇ […]
ଅନୁଗୋଳ:ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଖେଡି ମାଝୀ। ସେ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ଖେଡିଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ତାପାମାତ୍ରା ବଢୁଛି। ଆସନ୍ତା ୨୨ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ। ତେଣୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ସହ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅଧିକ ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତଜନିତ ମୃତ୍ୟୁ ଖବର ଆସିନଥିବା କହିଛନ୍ତି ଏସ୍ଆରସି ସେଠୀ।
ଭୁବନେଶ୍ୱର: ଉଭୟ ବିଧାନସଭା ଓ ଲୋକସଭାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢୁଛି । ଅନ୍ୟ ଦଳଗୁଡ଼ିକର ଆସନ ସଂଖ୍ୟା କମୁଛି। ଏକ୍ଜିଟ ପୋଲ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ରବିବାର ଶେଷ ପର୍ଯ୍ୟାୟ ମତଦାନ ସରିବା ପରେ ବିଭିନ୍ନ ଗଣ ମାଧ୍ୟମ ଓ ସର୍ଭେକାରୀ ସଂସ୍ଥା ପକ୍ଷରୁ ଏକ୍ଜିଟ ପୋଲ ପ୍ରକାଶ ପାଇଛି। ସମସ୍ତଙ୍କ ଆକଳନ କହୁଛି ଦେଶରେ ପୁଣି ବିଜେପି କ୍ଷମତାକୁ ଆସିବ […]
ଗଞ୍ଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତା ଜଗନ୍ନାଥପୁର ଛକରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଏରେଣ୍ଡା ଗାଁର ସନ୍ତୋଷ ପ୍ରଧାନ ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ବାଇକ୍ରେ ଗାଁ ଅଭିମୁଖେ ଆସୁଥିବାବେଳେ ଏକ ବୋଲେରୋ ପଛପଟୁ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ସ୍ତ୍ରୀ ଓ ଦୁଇ ପୁଅଙ୍କୁ […]
ଭୁବନେଶ୍ୱର: ଏକ୍ଜିଟ ପୋଲ୍ ଆକଳନକୁ ନେଇ ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ଘଡ଼ାଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ କହିଛନ୍ତି, ଏକଜିଟ୍ ପୋଲ୍ ଯାହା କରିଥାଏ, ତାହାର ବିପରୀତ ମଧ୍ୟ ବେଳେବେଳେ ହୋଇଥାଏ। ତେଣୁ ଏହା ଉପରେ ଭରସା କରି କୌଣସି ନିଷ୍ପତିରେ ପହଞ୍ଚିବା ଉଚିତ୍ ନୁହେଁ। ପ୍ରଫୁଲ୍ଲ ଆହୁରି ମଧ୍ୟ କହିଛନ୍ତି, ଏହା ସତ୍ୟ ଯେ, ସାରା ଭାରତବର୍ଷରେ ବିଜେପି ବା ମୋଦିଙ୍କ ସପକ୍ଷରେ ଜନମତ ଅଧିକ ରହିଛି। କିନ୍ତୁ ରାଜ୍ୟରେ ନବୀନଙ୍କ ସପକ୍ଷରେ ଜନାଦେଶ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ରବିବାର ପ୍ରକାଶ ପାଇଛି ଏକ୍ଜିଟ୍ ପୋଲ। ଏକ୍ଜିଟ ପୋଲରେ ଅଧିକାଂଶ ଗଣମାଧ୍ୟମ କେନ୍ଦ୍ରରେ ଏନଡିଏ ପୁଣି ଥରେ ସରକାର ଗଢିବ ବୋଲି ପୂର୍ବାନୁମାନ କରିଛି। ସେହିପରି ରାଜ୍ୟର ଫଳାଫଳ ନେଇ ମଧ୍ୟ ଗଣମାଧ୍ୟମମାନେ ପୂର୍ବାନୁମାନ କରିଛନ୍ତି। ଇଣ୍ଡିଆ ଟୁଡେ-ଆକ୍ସିସ୍ ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ ଅନୁଯାୟୀ ଓଡ଼ିଶାରେ ୧୪୬ ବିଧାନସଭା ଆସନ ମଧ୍ୟରୁ ବିଜେଡି ଖାତାକୁ ଯାଇପାରେ ୮୯ରୁ ୧୦୫ ସିଟ୍। ସେହିପରି ୨୯ରୁ […]
ରାଉରକେଲା: ରାଉରକେଲା NITର ଜଣେ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏମ. ସ୍ୱାମୀନାଥନ ହଷ୍ଟେଲ ବାରଣ୍ଡାରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ଘର ଭୁବନେଶ୍ୱର ଏବଂ ସେ NITରେ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ ବୋଲି ସୂଚନା ମିଳିଛି। ତେବେ ଛାତ୍ରଙ୍କ ମୃତ୍ୟୁର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ସେପଟେ ଏହି ଘଟଣାରେ ପୁଲିସ ତନାଘନା ଜାରି ରହିଛି।
ଭବାନୀପାଟଣା: ଭବାନୀପାଟଣାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଦର ଥାନା ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗାଁର ଜଣେ ମହିଳା ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁକନ୍ୟାକୁ ପ୍ରଥମେ ଦେଖିଥିଲେ। ଏ ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଉଦ୍ଧାର ଶିଶୁକନ୍ୟାକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି।
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବଂଶଧାରା ନଦୀ ପୋଲ ତଳୁ ଆଜି ଜଣେ ଶିକ୍ଷକଙ୍କ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ହେଲେ ସମଦଳା ସ୍କୁଲର ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ। ଆଜି ସକାଳୁ ଗାଁ ଲୋକେ ବାଇକ୍ ସହ ମୃତଦେହ ପଡିଥିବା ଦେଖି ପୋଲିସ୍କୁ ଖବର ଦେଇଥିଲେ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ପରେ ତାଙ୍କୁ କେହି ହତ୍ୟା କରି ସେଠାରେ ଫୋପାଡି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ପୋଲିସ୍ ଘଟଣାର ଛାନଭିନ୍ କରୁଛି।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ଗୁଣଦେଇ ଗାଁରେ ଆଜି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ମଙ୍ଗରାଜ ପାତ୍ର ଓ ତାଙ୍କର ବୟସ ୬୫ ବୋଲି ଜଣାପଡ଼ିଛି। ମଙ୍ଗରାଜ ଆମ୍ବ ତୋଳିବାକୁ ଗାଁ ନିକଟ ତୋଟାକୁ ଯାଇଥିବା ସମୟରେ ତାଙ୍କୁ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କ ପରିବାରକୁ ସହାୟତା ଦାବିରେ ଉତ୍ତ୍ୟକ୍ତ ଲୋକ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ମିଛାପାଲିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକାଙ୍କ ପରିବାର ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଥିବା ନାବାଳିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଗତ ଶୁକ୍ରବାର ସକାଳେ ପରିବାର ଲୋକେ ଚା’ ପିଇବା ପରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସମସ୍ତଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ କ’ଣ ହେବ ? ସେଥିପାଇଁ ସମସ୍ତଙ୍କର ଅପେକ୍ଷା ମେ ୨୩ ତାରିଖକୁ। ଏହି ଦିନ ଓଡ଼ିଶା ସମେତ ସାରା ଦେଶରେ ହେବ ଭୋଟ୍ ଗଣତି। ଭୋଟ ଫଳାଫଳକୁ ନେଇ ଅନେକ ରାଜନୈତିକ ସମୀକ୍ଷକ ଅନେକ ମତ ରଖୁଛନ୍ତି। ଏ ପରିପ୍ରକ୍ଷୀରେ ଡାକ୍ତର ଦାମୋଦର ରାଉତ ଫଳାଫଳ ନେଇ ନିଜ ମତ ରଖିଛନ୍ତି। କେଉଁ ଦଳ କେତେ ଆସନ ପାଇବ ତାର ତାର ଆକଳନ କରିଛନ୍ତି। ସେ ଆକଳନ କରିଛନ୍ତି, ଓଡ଼ିଶାରେ […]
କଟକ: କଟକ ମଧୁସୂଦନ ଲ’ କଲେଜ ଛାତ୍ରାବାସରୁ ଆଜି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କ ନାମ ଅଜିତ କୁମାର ସେଠୀ ଓ ତାଙ୍କ ଘର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ। ସେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ଏବଂ ଯୋବ୍ରାର ରହେମାନ ଛକସ୍ଥିତ କଲେଜ ହଷ୍ଟେଲରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ରୁମ୍ରେ ତାଙ୍କର ଝୁଲନ୍ତା ମୃତଦେହ ସହପାଠୀମାନେ ଦେଖିବାକୁ ପାଇଥିଲେ । ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ […]
ଭୁବନେଶ୍ୱର: ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଉଥିଲାବେଳେ ଓଡ଼ିଶାର ୩୪ଟି ମତଦାନ କେନ୍ଦ୍ରରେ ଚାଲିଛି ଭୋଟ ଗ୍ରହଣ ହେଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ୧୨୭ ନମ୍ବର ବୁଥ୍ରେ ମଧ୍ୟ ସାନି ମତଦାନ ହଉଛି। ଏଠାରେ ଏପ୍ରିଲ ୨୩ ତାରିଖ ମତଦାନ ହୋଇଥିଲା। ଏହି ମତଦାନ କେନ୍ଦ୍ରରେ ବିଭିନ୍ନ ବିଶୃଙ୍ଖଳା ଅଭିଯୋଗ ଆସିବା ପରେ ନିର୍ବାଚନ ଅଧିକାରୀ ଏଠାରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ମଧ୍ୟ ଭୁବନେଶ୍ୱରସ୍ଥିତ ସହିଦ ନଗର ହାଇସ୍କୁଲ […]
ଗଞ୍ଜାମ: ବିବାହାର ୫ ଦିନ ପରେ ଗଞ୍ଜାମ ଜିଲ୍ଲା ଜଗନ୍ନଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦୀନବନ୍ଧୁ ସ୍ୱାଇଁ । ଗତକାଲି ସଂଧ୍ୟାରେ ସେ ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ବେଳେ ମୁଖା ପିନ୍ଧା ୩ଜଣ ବ୍ୟକ୍ତି ଆସି ତାଙ୍କୁ ହଠାତ ଆକ୍ରମଣ କରିଥିଲେ। ଏଥରେ ସେ ଗୁରୁତର ହୋଇ ପଡିଥିଲେ। ପରେ ଆଉ ୪ ଜଣ ବ୍ୟକ୍ତି ଆସି ଧାରୁଆ ଅସ୍ତ୍ରରେ ତାଙ୍କୁ ନୃଶଂସ ଭାବେ […]
ପୁରୀ: ପ୍ରଳୟଙ୍କରୀ ଫୋନି ବାତ୍ୟାକୁ ୨ ସପ୍ତାହ ପୂରିଲା । ହେଲେ ଫୋନିରେ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ରର ବହୁ ଇଲାକା ଆଜି ବି ଅନ୍ଧାରରେ। ପର୍ଯ୍ୟଟନ ସହରରେ ସମ୍ପୁର୍ଣ୍ଣ ସ୍ୱାଭାବିକ ହୋଇନି ବିଜୁଳି ଯୋଗାଣ ବ୍ୟବସ୍ଥା। ଫଳରେ ଗରମ ଆଉ ଗୁଳୁଗୁଳି ସହ ପାନୀୟ ଜଳ ସମସ୍ୟାରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ସମ୍ପୁର୍ଣ୍ଣ ପୁରୀ ସହରରେ ବିଜୁଳି ପୁର୍ନବାହାଲ ହେବାକୁ ଆସନ୍ତା ୨୫ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି […]
ଭୁବନେଶ୍ୱର: ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୭ରେ ବ୍ରହ୍ମପୁର ବଡ଼ବଜାର ମଙ୍ଗଳାବରମ୍ପେଟା ସାହିରୁ ମାରଣାସ୍ତ୍ର, ଟଙ୍କା ସହ ଗିରଫ ହୋଇଥିବା ସବ୍ୟସାଚୀଙ୍କୁ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଯୋଜନା କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ସଜା ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୈାରା ଜଜ୍। ତେବେ ତାଙ୍କ ବିରୋଧରେ ସାକ୍ଷ ପ୍ରମାଣ ନ ଥିବାରୁ କୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସବ୍ୟସାଚୀ। ଆଜି କୋର୍ଟ […]
ଭୁବନେଶ୍ୱର: ଆଉ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ରହିଛି । ହେଲେ ରାଜ୍ୟରେ ଗ୍ରୀଷ୍ମ ଲହରୀ କମି ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଯେମିତି ଜଳୁଛି। ଆସନ୍ତା ୩ ଦିନ ଯାଏ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ଲହରୀ ଜାରି ରହିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି। ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁରରେ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଏବେ ଓଡ଼ିଶାକୁ ସମସ୍ତେ ସହଯୋଗ ହାତ ବଢାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଦେଶ ସମବେଦନା ଜଣାଇଛନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ମହିନା ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା କରିଛନ୍ତି। ଇଲିଆନା ସିତାରିଷ୍ଟିଙ୍କ ସେ ହେଉଛନ୍ତି ଛାତ୍ରୀ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ଫ୍ରାନ୍ସରେ […]
ମାଲକାନଗିରି: ନୂଆ ଗାଡ଼ି ଆଣିଥିଲେ। ଗାଡ଼ିପୂଜା କରିବା ପାଇଁ ପୂଜକଙ୍କୁ ଡାକିଥିଲେ। ତେବେ ପୂଜକ ଜଣକ ଗାଡ଼ି ଚକା ତଳେ ଲେମ୍ବୁ ରଖୁଥିବା ବେଳେ ତାଙ୍କ ଉପରେ ଚଢ଼ିଗଲା ଗାଡ଼ି । ମାଲକାନଗିରି ଜିଲ୍ଲା ମାଥିଲି କୁଟୁଣିପାଲି ପଞ୍ଚାୟତର ଡୁର୍କାଯୋଡ଼ି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗାଁର ତ୍ରିନାଥ ପୂଜାରୀ ନୂଆ ପିକ୍ ଅପ୍ ଭ୍ୟାନ କିଣିଥିଲେ। ନୂଆ ଗାଡ଼ି ପୂଜା କରିବା ଲାଗି ସେ ନେତାଲଗନ୍ଧିର ପୂଜକ ଚତୁର୍ଭୁଜ ମହାନ୍ତିଙ୍କୁ ଡାକିଥିଲେ। […]
ସୋର: ବାଲେଶ୍ୱର ଜିଲ୍ଲା ଉତ୍ତରେଶ୍ୱର ଛକ ନିକଟ ପୋଲ ଉପରେ ଆଜି ଭୋର ସମୟରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ପିଟିଲା ଟ୍ରକ୍। ଫଳରେ ବସ୍ଟି ପୋଲ ବାଡ଼ା ଉପରେ ଚଢ଼ି ଯାଇ ଅଧା ଝୁଲି ରହିଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ଏକ ବଡ଼ଧରଣର ଦୁର୍ଘଟଣାରୁ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱରରୁ ଜଳେଶ୍ୱର ଯାଉଥିବା ‘ସାହୁ’ ବସ୍କୁ ଟ୍ରକ୍ଟି ପଛ ପଟୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ତତ୍କ୍ଷଣାତ ବସ୍ରୁ ସମସ୍ତ […]