ଭୁବନେଶ୍ୱର: ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୂର ଓ ନୂଆପଡ଼ା। ଏହାସହ ଅନ୍ୟ ଜିଲ୍ଲା ଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ମନ୍ସୁନ୍ ଟ୍ରପ୍ ଲାଇନ୍ ଓଡ଼ିଶା ଉପରେ ଥିବାରୁ […]
ସୋର: ଫେସବୁକ୍ରେ ଗଢ଼ି ଉଠିଲା ସମ୍ପର୍କ। ସମ୍ପର୍କରୁ ପ୍ରେମ ଆଉ ତା’ପରେ ଦେଖା ସାକ୍ଷାତ। ହେଲେ ପ୍ରେମିକ କ’ଣ ଜାଣିଥିଲେ ଏହି ଦେଖାସାକ୍ଷାତ ଏମିତି ମହଙ୍ଗା ପଡ଼ିବ ବୋଲି ! ଲୁଚିଛପି ଦେଖା କରିବାକୁ ଆସିଥିବା ପ୍ରେମିକଙ୍କୁ ଗାଁ ଲୋକେ ଧରି ଜୋରଜବରଦସ୍ତ ବାହାଘର କରାଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି କିଛି ଘଟଣା ଘଟିଛି। ସୂଚନା ଅନୁସାରେ, ଗୁଲୁଣିଆ ଗାଁର ଜଣେ ଯୁବତୀ ଏବଂ କୁବାବୁପାଟଣାର ଜଣେ ଯୁବକଙ୍କ ମଧ୍ୟରେ ପ୍ରଥମେ ଫେସବୁକ୍ରେ […]
ଭୁବନେଶ୍ୱର: ରାଜୁଆ ନଦୀରେ ବନ୍ୟା ପାଣି ମାଡ଼ି ଆସିବାରୁ ଖୋର୍ଦ୍ଧା ଓ କଣାସ ବ୍ଲକର ୬ଟି ପଞ୍ଚାୟତ ଉବୁଟୁବୁ। ୨୫ରୁ ଅଧିକ ଗାଁ ପାଣିଘେରରେ ରହିଛି। ଘର ବାହାର ସବୁଠୁ ଲହଡ଼ି ଭାଙ୍ଗୁଛି ବନ୍ୟା ଜଳ। ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏପରିକି କିଛି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ପାଣି ଘରରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍। ମହାନଦୀ ଓ ପାଇକା ନଦୀରେ ବନ୍ୟା ପାଣି ମାଡ଼ି ଆସିବା ଫଳରେ ବ୍ଲକର […]
ଭୁବନେଶ୍ୱର: ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍ ଷ୍ଟପ୍ ଗୁଡ଼ିକରେ ଆଉ ବସ୍ ରହିବ ନାହିଁ। ଏହିସବୁ ଛକରେ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସତ୍ସଙ୍ଗ ବିହାର ସମ୍ମୁଖରେ ଏକ ନୂଆ ବସ୍ ଷ୍ଟପ୍ କରାଯାଇଛି। ଯାତ୍ରୀମାନେ ଯେଭଳି ବସ୍ ଧରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁ ଗାଡ଼ି ଗୁଡ଼ିକ ବରମୁଣ୍ଡା ବସ୍ ଷ୍ଟାଣ୍ଡ୍ରୁ ବାହାରି କଟକ ଅଭିମୁଖେ […]
ଭୁବନେଶ୍ୱର: ସାହସିକତା ପାଇଁ ଯାଜପୁର ଜିଲ୍ଲା କୋରେଇ ହାଇସ୍କୁଲର ୨ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଦୁଇ ଛାତ୍ର ହେଲେ- ସେକ୍ ତସିଫ୍ ରାଜା ଓ ମହମ୍ମଦ ସୋଆଇବ। ଜୀବନକୁ ବାଜି ଲଗାଇ ସେକ୍ ତସିଫ୍ ଓ ମହମ୍ମଦ ଜଣେ ୬ ବର୍ଷର ଛାତ୍ରଙ୍କ ଜୀବନକୁ ରକ୍ଷା କରିଥିଲେ। ଗଣେଶ ପୂଜା ଦିନ ଯାଜପୁର ସଡ଼କପୁର ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ଅବୁଲ୍ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଥିବା […]
ସମ୍ବଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍ର ୬ଟି ଗେଟ୍ ବନ୍ଦ କରାଯାଇଛି। ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍କୁ ବନ୍ଦ ରଖାଯାଇଛି। ଫଳରେ ଏବେ ମାତ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୧ ହଜାର ୪୫୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୧୭ ହଜାର ୭୬୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ଜଣାପଡ଼ିଛି।
କଟକ: ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ। କଟକ ରେଭେନ୍ସା କଲେଜ ନିକଟରେ ଆଜି ଦିନ ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତ ଛାତ୍ରୀଙ୍କ ନାଁ ଅନ୍ନପୂର୍ଣ୍ଣା ଚୌଧୁରୀ। ଚୌଦ୍ୱାରରେ ତାଙ୍କ ଘର। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ। ସୂଚନା ଅନୁସାରେ, ଅନ୍ନପୂର୍ଣ୍ଣା ସ୍କୁଟି ନେଇ ଯାଉଥିବା ବେଳେ କୌଣସି କାରଣରୁ ଗାଡ଼ିରୁ ଖସି ପଡ଼ିଥିଲେ। ଏହି ସମୟରେ ସେଇ ରାସ୍ତା ଦେଇ ଯାଉଥିବା ଏକ ଟ୍ରକ୍ ତାଙ୍କ […]
ଭୁବନେଶ୍ୱର: ବିଦ୍ୟୁତ୍ ଚୋରି ରୋକିବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଦ୍ୟୁତ୍ ଚୋରି ନେଇ ଖବର ଦେଲେ ମିଳିବ ଅର୍ଥ ପୁରସ୍କାର। ଜରିମାନା ଆଦାୟର ୧୦ ପ୍ରତିଶତ ଖବରଦାତାଙ୍କୁ ଦିଆଯିବ। ଏନେଇ ଆଜି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ବିଦ୍ୟୁତ୍ ଚୋରି ନେଇ ଖବର ଦେଇଥିବା ସୂଚନାଦାତାଙ୍କ ପରିଚୟ ମଧ୍ୟ ଗୋପନ ରଖିବ ସେସୁ। ଆସନ୍ତା ୩ରୁ ୪ ମାସ ମଧ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ। ସେସୁ ଅଞ୍ଚଳରେ ବିଦ୍ୟୁତ୍ ଚୋରି […]
ବାଲୁଗାଁ: ଦୁବାଇରେ ଫସି ରହିଛନ୍ତି ୨ ଓଡ଼ିଆ ଶ୍ରମିକ। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମହୁଝର ଗାଁର ରାଜୁ ସ୍ୱାଇଁ ଓ ବାଣପୁର ରଘୁନାଥପୁର ଗାଁର ଦିଲ୍ଲୀପ କୁମାର ପଲେଇ। ଉଭୟେ ବର୍ଷେ ତଳେ ମିସ୍ତ୍ରୀ କାମ କରିବା ପାଇଁ ଦୁବାଇ ଯାଇଥିଲେ। ଏଥିପାଇଁ ୨ବର୍ଷର ଚୁକ୍ତିନାମା ମଧ୍ୟ କରିଥିଲେ। ଜଣେ ଠିକାଦାରଙ୍କ ମାଧ୍ୟମରେ ଉଭୟେ ଦୁବାଇ ଯାଇଥିବାବେଳେ ଠିକାଦାର ଚୁକ୍ତି ମୁତାବକ ଦରମା ଦେଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଉଭୟେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ […]
ଭୁବନେଶ୍ୱର: ସରକାରୀ ଗାଡ଼ିଠାରୁ ଆଦାୟ ହେଲା ୧୫ ହଜାର ଟଙ୍କାର ଜରିମାନା। ନାଲ୍କୋ ଛକରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମ୍ସି) ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ୍ ଗାଡ଼ିଠାରୁ ଏହି ଜରିମାନା ଆଦାୟ ହୋଇଛି। ଗୁଡ୍ସ୍ କ୍ୟାରିଅରରେ କର୍ମଚାରୀଙ୍କୁ ନେବାରୁ ଏହି ଜରିମାନା ଆଦାୟ କରାଯାଇଛି। ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଓ ପରମିଟ୍ ନ ଥିବାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ସୂଚନାଥାଉ କି, ଗତକାଲି ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ଜଣେ ଅଟୋ ଚାଳକଙ୍କ […]
ଭୁବନେଶ୍ୱର: ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ଆଦାୟ ହେଉଛି ଜରିମାନା। ଗତକାଲି କେବଳ ଟ୍ୱିନ୍ସିଟିରେ ୮ ଲକ୍ଷ ୧୬ ହଜାର ୫୦୦ ଟଙ୍କା ଚାଲଣ କଟାଯାଇଛି। ଅନ୍ୟପକ୍ଷରେ କଡା ଟ୍ରାଫିକ ନିୟମ ଯୋଗୁ ଟ୍ରାଫିକ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଜେବ୍ରା କ୍ରସିଂ ଅବମାନନା, ଓଭର ଟେକିଂ କରୁଥିବା ଗାଡ଼ି ଚାଳକଙ୍କୁ ଜଗୁଛି ଡ୍ରୋନ୍। ଏଭଳି କିଛି ଦୃଶ୍ୟ ଭୁବନେଶ୍ୱରର ଏଜି ଛକରେ ଦେଖିବାକୁ ମିଳିଛି। ଯେଉଁଠି […]
ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ବିଷୋଦ୍ଗାର କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି, ‘ଏହା ସରକାରଙ୍କ ଦିଗହରା ନିଷ୍ପତ୍ତି। ଗତ ୭ଦିନ ହେଲାଣି ଶ୍ରୀକ୍ଷେତ୍ର କୁରୁକ୍ଷେତ୍ରରେ ପରିଣତ ହୋଇଗଲାଣି। ତେବେ ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିବାର କୌଣସି ସାମ୍ବିଧାନିକ କିମ୍ବା ମୌଳିକ ଅଧିକାର ସରକାରଙ୍କର ନାହିଁ।’ କ’ଣ ଦରକାର ଥିଲା ୫୦ ପ୍ଲାଟୁନ୍ ଫୋର୍ସ ଓ ୨୨ଟି ବୁଲଡୋଜର ନେଇ ପୁରୀକୁ ଯିବା ବୋଲି ବିଜୟ […]
ଭୁବନେଶ୍ୱର: ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଧିବଦ୍ଧ ଭାବେ ଜଷ୍ଟିସ୍ ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣିକୁ ଗୁରୁତ୍ୱ ଦେବାସହ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ ବୋଲି ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି। ଖାଲି ଏତିକି ନୁହେଁ, ଯଦି କେହି ମାନବାଧିକାର ଉଲ୍ଲଂଘନ କରେ ତେବେ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। […]
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଜି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପ୍ରବଳ ବର୍ଷା ନେଇ ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲାକୁ […]
ଭୁବନେଶ୍ୱର: ନିଯୋଗ ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ। ଫଳରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ହୋଇପାରିନି। ଗଙ୍ଗୁଆ ନଦୀ କୂଳ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଏହି ବିବାଦ ଉପୁଜିଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ନିର୍ମାଣକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ବେଆଇନ୍ ଭାବେ ର୍ନିମାଣ କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକୁ ବଡୁ ନିଯୋଗ […]
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଶାସକ ବିଜେଡିକୁ ନିଜ ଦଳ ଭିତରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ ସୋଶାଲ୍ ମିିଡିଆରେ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ଏହି ଉଚ୍ଛେଦ ବେଆଇନ୍ ହୋଇ ନ ପାରେ, କିନ୍ତୁ ଏହା ନିଶ୍ଚିତ ରୂପେ ଅଶିଷ୍ଟତା ଓ ବେପରୁଆ ବୋଲି ଟ୍ୱିଟ୍ କରି ତଥାଗତ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏମାର ମଠ, ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ପାର୍ଶ୍ୱର ଊନବିଂଶ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଦୁର୍ଗୀ ହାଇସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣିଙ୍କୁ ଗିରଫ କରାଯାଇଛି। ଗିରଫ କିରାଣିଙ୍କ ନାଁ ସତ୍ୟନାରାୟଣ ବିଶୋୟୀ। ସୂଚନା ଅନୁସାରେ, ସତ୍ୟନାରାୟଣ, ଉକ୍ତ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ କାମର ଆଳ ଦେଖାଇ ଘରକୁ ଡାକିବା ସହ ଫୋନ୍ ଯୋଗେ ଅଶ୍ଳୀଳ ମନ୍ତବ୍ୟ ଦେଉଥିଲେ। ଏନେଇ ଶିକ୍ଷୟିତ୍ରୀ ଜଣକ ପ୍ରଥମେ ଜିଲ୍ଲାପାଳଙ୍କ ନିକଟରେ ଓ ପରେ ଥାନାରେ ଅଭିଯୋଗ କରିିଥିଲେ। ଏହି ମାମଲାରେ ରାୟଗଡ଼ା ପୁଲିସ୍ ସତ୍ୟନାରାୟଣଙ୍କ ଗିରଫ […]
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏକ କ୍ୱାର୍ଟର୍ସରୁ ସେକ୍ସ ରାକେଟ୍ ଠାବ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସେକ୍ଟର ୧୫ ଥାନା ପୁଲିସ୍ କ୍ୱାର୍ଟର୍ସରେ ଚଢ଼ାଉ କରି ଏହି ସେକ୍ସ ରାକେଟ୍କୁ ଠାବ କରିଥିଲା। ଚଢ଼ାଉ ସମୟରେ ପୁଲିସ୍ ୨ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ସେକ୍ସ ରାକେଟ୍ର ରାଣୀ ମହୁମାଛି ଓ ୨ ଗ୍ରାହକଙ୍କୁ ପୁଲିସ୍ ଗିରଫ କରିଛି। ରାଉରକେଲା ଏସ୍ପିଙ୍କ ନିର୍ଦ୍ଦେଶରେ ପୁଲିସ୍ର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଚଢ଼ାଉ କରିଥିଲା। ଏଠାରେ […]
ପାରାଦୀପ: ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ନିଜ ଘରେ ଓଢଣୀ ଦ୍ୱାରା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ଛାତ୍ରୀଜଣକ ଯୁକ୍ତ ୨ ପ୍ରଥମ ବର୍ଷ ପଢୁଥିଲେ। ସୂଚନା ଅନୁଯାୟୀ, ଗତ ୨୪ ତାରିଖରେ କଲେଜ ଯିବା ବାଟରେ ଉକ୍ତ ଛାତ୍ରୀଙ୍କ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି […]
ଭୁବନେଶ୍ୱର: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ପୁଣି ଥରେ 5 T ମନ୍ତ୍ର ଦୋହରାଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ଲୋକଙ୍କୁ ସେମାନଙ୍କ ହକ୍ ଦେବା ପାଇଁ 5T କୁ ଗୁରୁତ୍ୱ ଦେବା ଲାଗି ସେ ଦଳର କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶୀର୍ବାଦ ମିଳିଥିବାରୁ ସେମାନଙ୍କ ପାଖରେ ଋଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦଳକୁ ତୃଣୂଳସ୍ତରରୁ ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ କର୍ମୀଙ୍କୁ ଆହ୍ୱାନ […]
ସମ୍ବଲପୁର(ସଞ୍ଜୟ ଜେନା): ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁରର ମାନେଶ୍ୱର ଓ ସିଟି ଷ୍ଟେସନ୍ ମଧ୍ୟରେ ଟ୍ରେନ୍ର ବ୍ରେକ୍ରେ ନିଆଁ ଲାଗି ଯାଇଥିଲା। ଏହା ଜଣାପଡ଼ିବା ପରେ ଟ୍ରେନ୍କୁ ଅଟକା ଯାଇଥିଲା। ରେଲୱେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଟ୍ରେନ୍ଟି ପୁରୀ ଅଭିମୁଖେ ଯାତ୍ରା କରିଥିଲା। ଠିକ୍ ସମୟରେ ଉଚିତ ପଦକ୍ଷେପ ଯୋଗୁ ଯଦିଓ ଏକ ବଡ଼ ଅଘଟଣକୁ ରୋକା ଯାଇ ପାରିଥିଲେ […]
ଭୁବନେଶ୍ୱର: ରାଜ୍ୟ ସରକାର ୩ ଜଣ ବରିଷ୍ଠ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି। ସତ୍ୟଜିତ୍ ମହାନ୍ତି, ମନୋଜ କୁମାର ଛାବ୍ରାଙ୍କୁ DG ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ସୁରେନ୍ଦ୍ର ପନଓ୍ୱାରଙ୍କୁ ମଧ୍ୟ DG ପାହ୍ୟାକୁ ପଦୋନ୍ନତି କରାଯାଇଛି।
ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରସଂସ୍ଥା ଏବଂ ଏନ୍ଏସିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିନିମନ୍ତେ ଗତକାଲିଠୁ ରାଜଧାନୀ ଭୁବନେଶ୍ୱର ଅତି ସୁନ୍ଦର ଭାବେ ସଜେଇ ହୋଇଛି। ରଙ୍ଗୀନ ଆଲୋକମାଳାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଝଲସି ଉଠୁଛି। ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ଉଦ୍ଘାଟିତ ହେବ। ଲୋକଙ୍କ ନିକଟରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ପହଞ୍ଚାଇବା ଲକ୍ଷ୍ୟରେ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ା ସରକାରୀ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଟଙ୍କା ଦେବାକୁ ପଡ଼ୁଛି। ସେଠାରେ ଲୋକଙ୍କୁ ଟଙ୍କା ମଗା ଯାଉଛି। ସରକାରୀ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥା ନେଇ ନିଜ ଟ୍ୱିଟର ପେଜ୍ରେ ଏଭଳି ପୋଲ୍ ଖୋଲିଛନ୍ତି ନିଜେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଟ୍ୱିଟ୍ କରି ସେ ଲେଖିଛନ୍ତି, ‘କେନ୍ଦ୍ରାପଡ଼ା ମେଡିକାଲ୍ ବୁଲି ଚିକିତ୍ସା ବ୍ୟବସ୍ଥା ଦେଖିଥିଲି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ମେଡିକାଲ୍ର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲି। ତେବେ କିଛି ଲୋକ ଚିକିତ୍ସା […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିପାରେ ବିଦ୍ୟୁତ୍ ଦର। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଗତ ମେ ୨୩ ତାରିଖରେ ଦେଇଥିବା ଆଦେଶର ପୁର୍ନବିଚାର କରିବାକୁ ଏବେ ଗ୍ରିଡକୋ, ଓଇଆର୍ସିଙ୍କ ନିକଟରେ ଆବେଦନ କରିଛି। ରାଜସ୍ୱ କ୍ଷତି ଭରଣା କରିବା ଆଳ ଦେଖାଇ ରାଜ୍ୟ ସରକାର ବିଦ୍ୟୁତ୍ ଦର ବଢ଼ାଇବା ନେଇ ବାଟ ଫିଟାଇଛନ୍ତି। ଫଳରେ ବିଦ୍ୟୁତ୍ ଦର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି। ଗତ ୨୦ ତାରିଖରେ ରାଜ୍ୟ ସରକାର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା […]