ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡା ଅଂଚଳକୁ ପୁଣି ଫେରିଛନ୍ତି ହାତୀ ପଲ। ବଲାଙ୍ଗିର ଅଞ୍ଚଳରୁ ଏହି ହାତୀପଲ ଚାଲି ଆସିଥିବା ଜଣାପଡ଼ିଛି। ଏହି ପଲରେ ୨୯ଟି ହାତୀ ଥିବା ବେଳେ ସୁନାବେଡ଼ା ଅଞ୍ଚଳର ପଏଁର ଏବଂ ଅନୁପଗଡ଼ ଗାଁ ଆଖପାଖ ଅଞ୍ଚଳରେ ଏହି ହାତୀମାନେ ଆସ୍ଥାନ ଜମାଇଛନ୍ତି। ଖାଲି ସେତିକି ନୁହେଁ, ସଦଳବଳ ହାତୀ ଗାଁରେ ବୁଲୁଥିବାବେଳେ ବ୍ୟାପକ କଦଳୀ ଗଛକୁ ବି ନଷ୍ଟ କରି ଦେଇଛନ୍ତି। ତେବେ ଏମାନଙ୍କ ବିଚରଣ ଉପରେ ନଜର ରଖାଯାଇଛି ବୋଲି […]
ସୋର: ବାଲି, ଗୋଡ଼ି ସିମେଣ୍ଟ୍ ଫେଣ୍ଟି ହେଉଥିବା ମିକ୍ସର ମେସିନ୍ରେ ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆହାଟ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି। ମୃତକ ଜଣକ ସ୍ଥାନୀୟ ବାଲିକତିରଣ ଗାଁର ଶଶିକାନ୍ତ ସାହୁ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଥିବାବେଳେ ଶଶିକାନ୍ତ ଏହି ମେସିନ୍ରେ କାମ କରୁଥିଲେ। ମେସିନରେ ତେଲ ପକାଉଥିବାବେଳେ ଅସାବଧାନତା ଯୋଗୁ ମେସିନ୍ ଭିତରେ ପଡ଼ିଗଲେ। ବୁଲୁଥିବା ମେସିନ ଭିତରେ ଚାପି […]
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଜଙ୍ଗଲ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ କାର୍କୁ ଏକ ଟ୍ରକ୍ ସାମ୍ନାପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୫ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଆଉ ଜଣେ ତାଙ୍କ ଘରୋଇ ସହାୟିକା ବୋଲି ଜଣା ପଡ଼ିଛି। ଏଥିରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସ୍ଥାନୀୟ ଖୁର୍ସେଲଗୁଡ଼ାର ଜଣାଶୁଣା ପ୍ରବଚକ ଆଶୁତୋଷ ବେହେରା, ତାଙ୍କ ଭାଇ ଜଗନ୍ନାଥ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ତାଡ଼କିଶୋଳ ଗାଁରୁ ଗୋଟିଏ ପରିବାର ତିନିଜଣଙ୍କ ଶବ ଆଜି ସକାଳୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଗାଁର ଶ୍ୟାମ ଭାଟି ଓ ତାଙ୍କର ଦୁଇ ପତ୍ନୀ । ବିଳମ୍ବିତ ରାତିରେ ଶ୍ୟାମ ଦୁଇ ପତ୍ନୀଙ୍କୁ ହତ୍ୟା କିରବା ପରେ ନିଜେ ଆତ୍ମହତ୍ୟା କରିଥିବା ତାଙ୍କ ଶ୍ୱଶୁର ଘର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କେହି ଦୁର୍ବୃତ୍ତ ଏମାନଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ମଧ୍ୟ ଗାଁ ଲୋକେ ସନ୍ଦେହ କରୁଛନ୍ତି। ବୁଧବାର ସକାଳୁ […]
ଭୁବନେଶ୍ୱର: ପ୍ରତିଭା ଯେଉଁଠି, ଯେପରି ପରିସ୍ଥିତିରେ ଥାଉ ନା କାହିଁକି, ଦୃଢ ଇଚ୍ଛାଶକ୍ତି ଏବଂ ଆନ୍ତରିକ ଉଦ୍ୟମ ଥିଲେ ତାହା ଫୁଟି ଉଠିବ। ତାର ବାସ୍ନା ସମସ୍ତଙ୍କୁ ବିମୋହିତ କରିବ। ଏହା କଥାକୁ ସତ୍ୟରେ ପ୍ରମାଣିତ କରିଛନ୍ତି ସହିଦ ନଗରର ତ୍ରିନାଥ ନାୟକଙ୍କ ପୁଅ ଅବିନାଶ। ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ପାଠପଢି ବି ଅବିନାଶ ମାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ଆଜି ପ୍ରକାଶ […]
ପୁରୀ: ବାତ୍ୟା ଫୋନି ପରେ ଗାଁଠୁ ସହର ସବୁ ଆଡ଼ ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଛି। ଯୁଆଡେ ଚାହଁ, ଲକ୍ଷ ଲକ୍ଷ ଗଛ ଉପୁଡ଼ି ମାଟିରେ ମିଶି ଯାଇଥିବାର ଦୃଶ୍ୟ ଦିଶି ଯାଉଛି । ପଲିଥିନ ତଳେ କିଏ ଦୀର୍ଘନିଃଶ୍ୱାସ ନେଉଛି ତ ଉଜୁଡା ଘରୁ କିଏ ସ୍ମୃତି ସାଉଁଟୁଛି। ଧନୀ, ଗରିବ ସମସ୍ତେ ପ୍ରକୃତିର ତାଣ୍ଡବରେ ପେଶି ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଫୋନି ମାଡ଼ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲ୍ଲାର ଅଧିକାଂଶ ଗାଁରେ। […]
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡଙ୍ଗରୀଗଡ଼ା ଗାଁରେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା। ଖରାଦିନେ ଏଠାରେ ନଦୀନାଳ ଶୁଖି ଯାଇଥିବାବେଳେ ଭୂତଳ ଜଳସ୍ତର ହ୍ରାସ ପାଇଛି। ଫଳରେ ଧୂଧୂ ଖରାରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗ୍ରାମବାସୀ ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ସମାଧାନ ହୋଇ ପାରିନାହିଁ। ଏହାର ପ୍ରତିବାଦରେ ଡଙ୍ଗରୀଗଡ଼ା ଗାଁର ମହିଳାମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ମହିଳାମାନେ ଗରା, ବାଲ୍ଟି ଧରି ଏନ୍ଏଚ୍- ୨୬କୁ […]
ଭଞ୍ଜନଗର: ୭ ମାସର ବକେୟା ଦରମା ଏବଂ ଓଏସଆରଟିସି ୟୁନିଟ୍ ସ୍ଥାନାନ୍ତରକୁ ବିରୋଧ କରି ରାସ୍ତାରେ ବସି ରହିଛନ୍ତି ଭଞ୍ଜନଗର ଓଏସଆରଟିସି ଠିକା କର୍ମଚାରୀ। ଭଞ୍ଜନଗର OSRTC ୟୁନିଟକୁ ଉଚ୍ଛେଦନାମାକୁ ଜୋରଦାର ବିରୋଧ କରୁଛନ୍ତି ଠିକା କର୍ମଚାରୀ। ଏହାକୁ ନେଇ ଆଜି ଭଞ୍ଜନଗରରେ ଦିନିକିଆ ବନ୍ଦ ପାଳନ କରାଯାଉଛି। ସହରର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଫଳରେ ଏହି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସହରର ସମସ୍ତ ଦୋକାନ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବିନୋଦପଡ଼ା ଗାଁରେ ଶାଶୂଘର ଲୋକେ ବୋହୂଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଶୁଭ୍ରକେଶୀ ସ୍ୱାଇଁ। ଯୌତୁକ ଲୋଭରେ ଶାଶୂ ଘର ଲୋକେ ଶୁଭ୍ରକେଶୀଙ୍କୁ ପ୍ରଥମେ ହତ୍ୟା କରିବା ପରେ ପୋଡ଼ି ଦେଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଶାଶୂଘର ଲୋକେ ମୃତ ଦେହକୁ ଶ୍ମଶାନରେ ଦାହ କରିଦେଇଥିଲେ। ତେବେ ପୁଲିସ ଶ୍ମଶାନରୁ ଶୁଭ୍ରକେଶୀଙ୍କ ଅର୍ଦ୍ଧଦଗ୍ଧ […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବରୁଡ଼ିକିଆ ଗାଁରେ ଆଜି ବଜ୍ରାଘାତରେ ୨ ଜଣ ଗୁରୁତର ହୋଇଛନ୍ତି। ଆହତ ଦୁଇଜଣ ସମ୍ପର୍କରେ ବାପା-ପୁଅ ବୋଲି ଜଣାପଡ଼ିଛି। ବାପାର ନାମ ଲଷ୍ମୀ ନାରାୟଣ ପୃଷ୍ଟି ଏବଂ ପୁଅର ନାମ ଅଜିତ । ଦୁଇ ଆହତଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ବାପା-ପୁଅ ମିଶି ଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରାପାତ ହୋଇଥିଲା। ବଜ୍ରାଘାତରେ ଟଳି ପଡ଼ିଥିଲେ ଉଭୟେ। ଗୁରୁତର ଅବସ୍ଥାରେ ଗ୍ରାମବାସୀ ଓ ପରିବାର ଲୋକ ସେମାନଙ୍କୁ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟ ଧୂମାନାଳ ପୋଲ ନିକଟରୁ ଏକ ମୃତ ଦେହ ଆଜି ଠାବ ହୋଇଛି। ମୃତ ଦେହଟି ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍ ୫୭ ନିକଟରେ ପଡ଼ିଥିଲା। ଏହାର ମୁଣ୍ଡ-ଗଣ୍ଡି ଅଲଗା ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ଶରୀରରେ ପୋଷାକ ମଧ୍ୟ ନ ଥିଲା। ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ରଣପୁର ଥାନା ପୁଲିସ ମୃତଦେହ ଉଦ୍ଧାର […]
ଭୁବନେଶ୍ୱର: ଦୀର୍ଘ ୧୯ ଦିନ ପରେ ଆଜି ଖୋଲିଲା ନନ୍ଦନକାନନ। ଏଥି ସହିତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିବା ବଟାନିକାଲ ଗାର୍ଡେନ ମଧ୍ୟ ଆଜି ଖୋଲାଯାଇଛି। ଗତ ୩ ତାରିଖ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଶହଶହ ଗଛ ଉପୁଡ଼ି ଯାଇଥିଲା । ତାର ଜାଲି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ବାତ୍ୟା ପରେ ଏହାର ମରାମତି କାମ ଚାଲିଥିଲା। କାମ ଶେଷ ହେବା ପରେ […]
କଟକ:ଦଶମ ଶ୍ରେଣୀ ପରୀକ୍ଷା ସହିତ ଆଜି ପ୍ରକାଶ ପାଇଛି ମଧ୍ୟମା ଓ ଓପେନ ସ୍କୁଲ ପରୀକ୍ଷାର ଫଳାଫଳ। ଏବର୍ଷ ୩ ହଜାର ୫୬୩ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ ହଜାର ୧୫ ଜଣ ପାସ୍ କରିଛନ୍ତି। ଅର୍ଥାତ ପାସ୍ ହାର ୮୪.୬୨ ପ୍ରତିଶତ ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏ-୧ ଏବଂ ଏ-୨ ଗ୍ରେଡ କେହି ପାଇ ନ ଥିବାବେଳେ ବି-୧ ଗ୍ରେଡ୍ରେ ପାସ କରିଛନ୍ତି […]
ଭୁବନେଶ୍ୱର: ଦଶମ ଶ୍ରେଣୀ ପରୀକ୍ଷା ସବୁ ପିଲାମାନଙ୍କ ପାଇଁ ସ୍ମରଣୀୟ ଓ ମହତ୍ୱପୂର୍ଣ୍ଣ। ଏହା ପରେ ପରେ ଜୀବନରେ ବହୁତ ବଡ଼ ବଡ଼ ପରୀକ୍ଷା ଭେଟିବାକୁ ଥିଲେ ମଧ୍ୟ ବାପାମାଆଙ୍କ ଠାରୁ ଆରମ୍ଭ କରି ପରିବାର ବର୍ଗ ସମସ୍ତେ ଭାବନ୍ତି ଯେ ଏହି ପରୀକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ ଖରାପ କଲେ ସାରା ଜୀବନଟି ବୃଥା ହୋଇଯିବ। ସେଥିପାଇଁ ପରୀକ୍ଷା ପୂର୍ବର ପରିଶ୍ରମ, ପରୀକ୍ଷା ସମୟର ଡର ଏବଂ ଫଳ କ’ଣ ହେବ ତାହକୁ ନେଇ […]
ଅନୁଗୋଳ:ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଖେଡି ମାଝୀ। ସେ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ଖେଡିଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ତାପାମାତ୍ରା ବଢୁଛି। ଆସନ୍ତା ୨୨ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ। ତେଣୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ସହ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅଧିକ ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତଜନିତ ମୃତ୍ୟୁ ଖବର ଆସିନଥିବା କହିଛନ୍ତି ଏସ୍ଆରସି ସେଠୀ।
ଭୁବନେଶ୍ୱର: ଉଭୟ ବିଧାନସଭା ଓ ଲୋକସଭାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢୁଛି । ଅନ୍ୟ ଦଳଗୁଡ଼ିକର ଆସନ ସଂଖ୍ୟା କମୁଛି। ଏକ୍ଜିଟ ପୋଲ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ରବିବାର ଶେଷ ପର୍ଯ୍ୟାୟ ମତଦାନ ସରିବା ପରେ ବିଭିନ୍ନ ଗଣ ମାଧ୍ୟମ ଓ ସର୍ଭେକାରୀ ସଂସ୍ଥା ପକ୍ଷରୁ ଏକ୍ଜିଟ ପୋଲ ପ୍ରକାଶ ପାଇଛି। ସମସ୍ତଙ୍କ ଆକଳନ କହୁଛି ଦେଶରେ ପୁଣି ବିଜେପି କ୍ଷମତାକୁ ଆସିବ […]
ଗଞ୍ଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତା ଜଗନ୍ନାଥପୁର ଛକରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଏରେଣ୍ଡା ଗାଁର ସନ୍ତୋଷ ପ୍ରଧାନ ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ବାଇକ୍ରେ ଗାଁ ଅଭିମୁଖେ ଆସୁଥିବାବେଳେ ଏକ ବୋଲେରୋ ପଛପଟୁ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ସ୍ତ୍ରୀ ଓ ଦୁଇ ପୁଅଙ୍କୁ […]
ଭୁବନେଶ୍ୱର: ଏକ୍ଜିଟ ପୋଲ୍ ଆକଳନକୁ ନେଇ ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ଘଡ଼ାଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ କହିଛନ୍ତି, ଏକଜିଟ୍ ପୋଲ୍ ଯାହା କରିଥାଏ, ତାହାର ବିପରୀତ ମଧ୍ୟ ବେଳେବେଳେ ହୋଇଥାଏ। ତେଣୁ ଏହା ଉପରେ ଭରସା କରି କୌଣସି ନିଷ୍ପତିରେ ପହଞ୍ଚିବା ଉଚିତ୍ ନୁହେଁ। ପ୍ରଫୁଲ୍ଲ ଆହୁରି ମଧ୍ୟ କହିଛନ୍ତି, ଏହା ସତ୍ୟ ଯେ, ସାରା ଭାରତବର୍ଷରେ ବିଜେପି ବା ମୋଦିଙ୍କ ସପକ୍ଷରେ ଜନମତ ଅଧିକ ରହିଛି। କିନ୍ତୁ ରାଜ୍ୟରେ ନବୀନଙ୍କ ସପକ୍ଷରେ ଜନାଦେଶ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ରବିବାର ପ୍ରକାଶ ପାଇଛି ଏକ୍ଜିଟ୍ ପୋଲ। ଏକ୍ଜିଟ ପୋଲରେ ଅଧିକାଂଶ ଗଣମାଧ୍ୟମ କେନ୍ଦ୍ରରେ ଏନଡିଏ ପୁଣି ଥରେ ସରକାର ଗଢିବ ବୋଲି ପୂର୍ବାନୁମାନ କରିଛି। ସେହିପରି ରାଜ୍ୟର ଫଳାଫଳ ନେଇ ମଧ୍ୟ ଗଣମାଧ୍ୟମମାନେ ପୂର୍ବାନୁମାନ କରିଛନ୍ତି। ଇଣ୍ଡିଆ ଟୁଡେ-ଆକ୍ସିସ୍ ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ ଅନୁଯାୟୀ ଓଡ଼ିଶାରେ ୧୪୬ ବିଧାନସଭା ଆସନ ମଧ୍ୟରୁ ବିଜେଡି ଖାତାକୁ ଯାଇପାରେ ୮୯ରୁ ୧୦୫ ସିଟ୍। ସେହିପରି ୨୯ରୁ […]
ରାଉରକେଲା: ରାଉରକେଲା NITର ଜଣେ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏମ. ସ୍ୱାମୀନାଥନ ହଷ୍ଟେଲ ବାରଣ୍ଡାରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ଘର ଭୁବନେଶ୍ୱର ଏବଂ ସେ NITରେ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ ବୋଲି ସୂଚନା ମିଳିଛି। ତେବେ ଛାତ୍ରଙ୍କ ମୃତ୍ୟୁର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ସେପଟେ ଏହି ଘଟଣାରେ ପୁଲିସ ତନାଘନା ଜାରି ରହିଛି।
ଭବାନୀପାଟଣା: ଭବାନୀପାଟଣାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଦର ଥାନା ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗାଁର ଜଣେ ମହିଳା ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁକନ୍ୟାକୁ ପ୍ରଥମେ ଦେଖିଥିଲେ। ଏ ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଉଦ୍ଧାର ଶିଶୁକନ୍ୟାକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି।
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବଂଶଧାରା ନଦୀ ପୋଲ ତଳୁ ଆଜି ଜଣେ ଶିକ୍ଷକଙ୍କ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ହେଲେ ସମଦଳା ସ୍କୁଲର ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ। ଆଜି ସକାଳୁ ଗାଁ ଲୋକେ ବାଇକ୍ ସହ ମୃତଦେହ ପଡିଥିବା ଦେଖି ପୋଲିସ୍କୁ ଖବର ଦେଇଥିଲେ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ପରେ ତାଙ୍କୁ କେହି ହତ୍ୟା କରି ସେଠାରେ ଫୋପାଡି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ପୋଲିସ୍ ଘଟଣାର ଛାନଭିନ୍ କରୁଛି।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ଗୁଣଦେଇ ଗାଁରେ ଆଜି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ମଙ୍ଗରାଜ ପାତ୍ର ଓ ତାଙ୍କର ବୟସ ୬୫ ବୋଲି ଜଣାପଡ଼ିଛି। ମଙ୍ଗରାଜ ଆମ୍ବ ତୋଳିବାକୁ ଗାଁ ନିକଟ ତୋଟାକୁ ଯାଇଥିବା ସମୟରେ ତାଙ୍କୁ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କ ପରିବାରକୁ ସହାୟତା ଦାବିରେ ଉତ୍ତ୍ୟକ୍ତ ଲୋକ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ମିଛାପାଲିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକାଙ୍କ ପରିବାର ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଥିବା ନାବାଳିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଗତ ଶୁକ୍ରବାର ସକାଳେ ପରିବାର ଲୋକେ ଚା’ ପିଇବା ପରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସମସ୍ତଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। […]