କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ଗାଁରେ ଏକ ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ ଘଟିଛି। ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ମାମି ଖଟୁଆ। ସୂଚନା ଅନୁସାରେ ମୃତ ମାମିଙ୍କ ଭାଇ କୃପାସିନ୍ଧୁ ଜେନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମିଙ୍କର ମୃତଦେହ ଜବତ କରିବା ସହ ଗୁରୁତର ଆହତ […]
ଭୁବନେଶ୍ୱର: ପାହାଡ଼ ଶଯ୍ୟାରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପାହାଡ଼ି କନ୍ୟା କଳ୍ପନା। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସାରା ରାଜ୍ୟରେ ଖେଳି ଯାଇଛି ଶୋକ। ଅନ୍ୟପକ୍ଷେ ତାଙ୍କ ମରଶରୀର ଏଯାଏ ଘରେ ପହଞ୍ଚି ପାରିନି। ତାଙ୍କର ମରଶରୀର କେତେବେଳେ ଆସି ପହଞ୍ଚିବ, ପରିବାର ଲୋକେ ଅପେକ୍ଷା କରି ବସିଛନ୍ତି। ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ଯାଇଥିବା ୩ ଜଣିଆ ଟିମ୍ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। କଳ୍ପନାଙ୍କ […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସ ସାଂଘାତିକ ପରାଜୟକୁ ସାମ୍ନା କରିଛି। ଏକ ଜାତୀୟ ଦଳ ବିରୋଧୀ ଦଳର ମର୍ଯ୍ୟଦା ବି ହରାଇଲା ଏଥର। କାହିଁକି ଏପରି ହେଲା ? ନିର୍ବାଚନୀ ପ୍ରସ୍ତୁତିରେ କେଉଁଠି ରହିଗଲା ତ୍ରୁଟି ? ସମୀକ୍ଷା ବୈଠକରେ ଏସବୁର କାରଣ ଖୋଜିବ ଦଳ। ଆସନ୍ତା ୩୦ ତାରିଖ ଭୁବନେଶ୍ୱର କଂଗ୍ରେସ ଭବନରେ ଦଳ ପକ୍ଷରୁ ଆୟୋଜିତ ହେଉଛି ଏହି ବୈଠକ। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ପ୍ରଭାରୀ ଟି. ଏସ୍. […]
ଭଦ୍ରକ: ଏକ ଅସ୍ଥାୟୀ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଆଜି ଅଗ୍ନିକାଣ୍ଡ ଘଟିଛି। ଘରର ଚାଳ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ହେଲେ ଏହି କେନ୍ଦ୍ରରେ ଥିବା ୧୨ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତର ଅସ୍ଥାୟୀ ମହାଳିକସାହି ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁସାରେ, ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଚାଲିଥିବାବେଳେ ହଠାତ୍ ଚାଳ ଛପରେ ନିଆଁ ଲାଗିଯାଇଥିଲା। ତେବେ ସେଠାରେ ଥିବା ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ […]
ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ଆଜି ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିପାରେ। ଏହାସହ ପବନ ମଧ୍ୟ ବହିବ। ଏନେଇ ଏସ୍ଆରସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସ୍ଥାନଗୁଡ଼ିକ ହେଲା ଝୁମ୍ପୁରା, କେନ୍ଦୁଝର, ବାଂଶପାଳ, ପାଟନା, ସାହାରାପଡ଼ା,ଘଟଗାଁ, ତେଲକୋଇ, ଆନନ୍ଦପୁର, ହରିଚନ୍ଦନପୁର,ଘସିପୁରା, ହାଟଡିହି ଓ ହଦଗିରି। ଅପରାହ୍ନ ୩ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସତର୍କ ରହିବାକୁ ଏସ୍ଆରସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି।
ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଜେଡିର କିଛି ବିଧାୟକ ଓ ସାଂସଦ ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି। ଏହି ପରାଜୟକୁ ନେଇ ନବୀନ ନିବାସରେ ଆଜି ସମୀକ୍ଷା ଚାଲିଛି। ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେଡି ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ନିର୍ବାଚନରେ ସେମାନଙ୍କର କାହିଁକି ପରାଜୟ ହେଲା, କେଉଁଠି ଭୁଲ୍ ରହିଲା ଏବଂ ପରାଜୟ ପଛରେ ଦାୟୀ କିଏ, ଏ ନେଇ ପରାଜିତ ପ୍ରାର୍ଥିୀଙ୍କ ସହ […]
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହି ଦିନ ସକାଳ ୧୦ଟା ୩୦ ମିନିଟ୍ରେ ନବୀନ ଶପଥ ନେବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ସମାରୋହ ଅନୁଷ୍ଠିତ ହେବ। ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପୁଲିସ୍ ଡିଜି ଆର୍.ପି. ଶର୍ମା ପ୍ରଦର୍ଶନୀ ପଡ଼ିଆ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇପାରେ। […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ନିକଟ ଅଙ୍ଗନଦୀ ବ୍ରିଜ୍ ଉପରେ ଆଜି କାର୍-ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଶୁକ୍ରୁ ସାହୁ। ଶୁକ୍ରୁ ଓ ଅନ୍ୟ ଜଣ ଯୁବକ ଏକ ବାଇକ୍ରେ ବରଗଡ଼ ଜିଲ୍ଲା ବାରଙ୍ଗପାଲି ଯାଉଥିଲେ। ହଠାତ୍ ସାମ୍ନାପଟୁ ଚାଲି ଆସିଲା ଏକ କାର୍ ।ମୁହାଁମୁହିଁ ଧକ୍କା ହେବା ଯୋଗୁ ଘଟଣାସ୍ଥଳରେ ଶୁକ୍ରୁଙ୍କର ମୃତ୍ୟୁ ହୋଇଥିଲା। ଆହତ ଯୁବକଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ଓ ପରେ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଞ୍ଜିବାହାଲ ରାସ୍ତାରେ ଶତାଧିକ ଲୋକ ଅର୍ଥନୈତିକ ଅବରୋଧ କରିଛନ୍ତି। ତୁରନ୍ତ ଜାତୀୟ ରାଜପଥ କାମ ସାରିବା ପାଇଁ ବିଭିନ୍ନ ଗାଁରୁ ଆସିଥିବା ଶତାଧିକ ଲୋକ ଅଡି ବସିଛନ୍ତି। ଫଳରେ ଆଜି ସକାଳୁ ମାଲବାହୀ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଅଟକି ରହିଥିବା ଦେଖିବାକୁ ମିଳିଛି। ଦୀର୍ଘ ୫ ବର୍ଷ ଧରି ୩୫୩ ନମ୍ୱର ଜାତୀୟ ରାଜପଥ କାମ ଅସମ୍ପୂର୍ଣ୍ଣ ରହିଥିବାରୁ ବ୍ୟବସାୟୀ ତଥା ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି […]
ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ। ବାପପୁଅ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡି। ଉଭୟ ଛିଟିକି ପଡିଲେ ୩୦ ଫୁଟ୍ ତଳକୁ। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇ ପଡିଛନ୍ତି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଆଜି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନାଅନୁସାରେ, ବାପା ଓ ପୁଅ ଏକ ସ୍କୁଟିରେ ଯାଉଥିବା ବେଳେ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍ରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ […]
କଟକ: କଟକ ଜିଲ୍ଲା ନିଆଳିରେ ର୍ନିବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଆକ୍ରୋଶ ରଖି ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଲୋକଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ନିଆଳିର ପୋଖରୀ ଗାଁରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସକାଳେ ଗାଁର କିଛି ବ୍ୟକ୍ତି, ଜଣଙ୍କ ଘରେ ଜୋର ଜବରଦସ୍ତ ପଶିଥିଲେ ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୫ […]
ଗଜପତି: ଘର ବାରଣ୍ଡାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି। ଏପରିକି କିଛି ସ୍ଥାନରେ ଅଙ୍ଗନବାଡ଼ି ଦିଦି ନଥିବାରୁ ହେଲପରଙ୍କ ସହାୟତାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି। ଏପରି ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ୍ରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱଚ୍ଛ ପରିବେଶ କିପରି ଯୋଗା ଯାଇପାରିବ ପ୍ରଶ୍ନ ଉଠିଛି। ସମନ୍ୱିତ ଶିଶୁ ବିକାଶ ଯୋଜନାରେ ମୋହନା ବ୍ଲକରେ ୬୨୦ଟି କେନ୍ଦ୍ର ଥିବାବେଳେ ମାତ୍ର ୧୯୪ଟି ନିଜସ୍ୱ କୋଠାରେ ପରିଚାଳିତ ହେଉଥିବାବେଳେ […]
ଭୁବନେଶ୍ୱର: ଆଜି ୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଏହି ଚାରୋଟି ଜିଲ୍ଲା ହେଉଛି- ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ଏହି ସବୁ ଜିଲ୍ଲାବାସୀ ପରାମର୍ଶ ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆହୁରି ୩ ଦିନ ଯାଏ […]
ଭୁବନେଶ୍ୱର: ଏଭରେଷ୍ଟ ଶୃଙ୍ଗରେ ମୃତ୍ୟୁବରଣ କରିଥିବା ଓଡ଼ିଆ ପର୍ବତାରୋହିଣୀ କଳ୍ପନା ଦାଶଙ୍କ ମରଶରୀର ଓଡ଼ିଶା ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଓଡ଼ିଶାରୁ ଏକ ଟିମ୍ କାଠମାଣ୍ଡୁ ଯିବ। ଏହି ଟିମ୍ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ପରିବାରର ୨ ଜଣ ସଦସ୍ୟ ଅଛନ୍ତି। ଏହା ସହ ଏହି ଟିମ୍ରେ ପର୍ବତାରୋହୀ ଗଣେଶ ଜେନା ମଧ୍ୟ ଟିମ୍ ଯିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ବିଶ୍ୱର ଅନ୍ୟତମ ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବେଲପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଜଣେ ଯୁବକ ଅପମାନ ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ବେଲପୁର ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ଏ ନେଇ କଙ୍ଗାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରାଯାଇ ଯୁବକଙ୍କୁ ଗାଁର କଙ୍ଗାରୁକୋର୍ଟରେ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା। […]
ଅନୁଗୁଳ: ଅନୁଗୁଳ କୁମଣ୍ଡ ଚଣ୍ଡିବଜାର ନିକଟ ଏକ ଗଛରେ ଝୁଲୁଥିଲା ଦୁଇଟି ମୃତଦେହ। ଆଜି ସକାଳୁ ସ୍ଥାନୀୟ ଗ୍ରାମବାସୀଙ୍କ ନଜରରେ ଏହା ପଡ଼ିଥିଲା। ଚାହୁଁ ଚାହୁଁ କଥା ପ୍ରଘଟ ହୋଇଗଲା। ଘଟଣାସ୍ଥଳରେ ରୁଣ୍ଡ ହୋଇଗଲେ ଶହଶହ ଲୋକ। ଖବର ପାଇ ପୋଲିସ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରିଥିଲା। ମୃତଦେହ ଦୁଇଟି ଜଣେ ପୁରୁଷ ଓ ମହିଳାଙ୍କର ଥିଲା। ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ। ତେବେ ଦୁହେଁ ସମ୍ପର୍କୀୟ ବୋଲି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ସେମାନେ ଆତ୍ମହତ୍ୟା […]
ଭୁବନେଶ୍ୱର: ଜଳୁଛି ସାରା ରାଜ୍ୟ। ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ଖରା ବି ସହି ହେଉନି। ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ୧୧ଟା ବେଳକୁ ତ ରାସ୍ତାଘାଟ ଶୂନ୍ଶାନ। ଗତକାଲି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବିଶେଷକରି ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଉତ୍ତପ୍ତ ସହର ଟିଟିଲାଗଡ଼ର ତାପମାତ୍ରା ସବୁଠାରୁ ଅଧିକ ୪୪.୨ ଡିଗ୍ରୀ ଥିଲା। ଏହାପଛକୁ ଥିଲା ସମ୍ବଲପୁର। ଏଠାରେ ପାରଦ […]
ସମ୍ୱଲପୁର: ଗଣ୍ଡଗୋଳକୁ ନେଇ ସମ୍ବଲପୁରରେ ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଅମର ବାରିକ। ତାଙ୍କୁ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଅମରଙ୍କ ଗୋଡ଼ରେ ଗୁଳି ବାଜିଛି। ସୂଚନା ଅନୁସାରେ, ଗତକାଲି ରେଙ୍ଗାଲି ନିକଟରେ ଜୟ କିଶୋର ଓ ଦୀପକ ନାୟକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଅମର ଏହାକୁ ରୋକିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଜୟ କିଶୋରଙ୍କ ସାଙ୍ଗ ପିଙ୍କୁ ଚୌହାନ ଗୁଳି ଚଳାଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ, ଏହି […]
ଭୁବନେଶ୍ୱର: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆକ୍ରମଣର ଶିକାର ହୋଇଥିବା ଆସିକାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ମନୋଜ ଜେନାଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟରେ ୪ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଗୁଳିମାଡ଼ କରିଥିଲେ। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ମନୋଜଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସେପଟେ […]
ନୂଆଦିଲ୍ଲୀ :ଗୋଟିଏ ଦିନ ପରେ ପ୍ରକାଶ ପାଇବ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ତେବେ ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ବିଜେପି ଖେଳି ଯାଇଛି ଶିବିରରେ ଉତ୍ସାହ । କାରଣ ଏକ୍ଜିଟ ପୋଲ୍ ଆକଳନ ଅନୁସାରେ ଏଥର କେନ୍ଦ୍ରରେ ବିଜେପି ସରକାର ଗଢିବ। ପ୍ରାୟ ସମସ୍ତ ଗଣମାଧ୍ୟମ ଓ ସର୍ଭେକାରୀ ସଂସ୍ଥାର ଆକଳନ ଅନୁଯାୟୀ, ଓଡ଼ିଶାରେ ମଧ୍ୟ ବିଜେପି ଅଧିକ ଆସନରେ ଜିତିବ । ହେଲେ କେଉଁ ଆସନରୁ […]
ଭୁବନେଶ୍ୱର: ଚଳିତ ନିର୍ବାଚନରେ ରାଜ୍ୟ କଂଗ୍ରେସ ଜାଣିଶୁଣି ଖରାପ ପ୍ରଦର୍ଶନ କରିବାକୁ ଯାଉଛି। ରାଜ୍ୟ ନେତୃତ୍ୱ ପ୍ରଚାରରେ ଅବହେଳା କରିବା ସହ ତ୍ରୁଟିପୂର୍ଣ୍ଣ ରଣନୀତି ଆପଣାଇଥିଲା ବୋଲି ଅଭିଯୋଗ କରି ବରିଷ୍ଠ ନେତା ତଥା ସମନ୍ୱୟ ଓ ନିର୍ବାଚନ କମିଟି ସଦସ୍ୟ ଜଗନ୍ନାଥ ପଟ୍ଟନାୟକ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ଏଥିସହ ସେ ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳ ଯେପରି ଆଗକୁ ବଢ଼ିଥାନ୍ତା, ରାଜ୍ୟରେ ତାହା […]
ଭୁବନେଶ୍ୱର: ଗଣତି ପୂର୍ବରୁ ହାତ ଟେକି ଦେଲା କଂଗ୍ରେସ । ରାଜ୍ୟରେ ଦଳର ପ୍ରଦର୍ଶନକୁ ନେଇ ଏକ ପ୍ରକାର ନିରାଶାଭାବ ପ୍ରକାଶ କରିଛନ୍ତି ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ଗଠନ ତ ଅଲଗା କଥା, ପ୍ରମୁଖ ବିରୋଧୀ ଦଳର ମର୍ଯ୍ୟାଦା ରଖି ପାରିବ କି ନାହିଁ, ତାକୁ ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି ନିରଞ୍ଜନ । ସେ କହିଛନ୍ତି “ଆମେ ସରକାର ଗଠନ କରିବୁ ବୋଲି ଆଶାବାଦୀ ନାହୁଁ। କଂଗ୍ରେସ ପ୍ରମୁଖ ବିରୋଧୀ […]
ବ୍ରହ୍ମପୁର: ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ଗାଁ ନିକଟ ବଙ୍ଗୋପସାଗର ଉପକୂଳରୁ ପୁଣି ଏକ ଡଲଫିନ୍ର ମୃତଦେହ ଉଦ୍ଧାର କରାଯାଇଛି। କଣ୍ଟିଆଗଡ଼ ଗାଁର କିଛି ଯୁବକ ପ୍ରଥମେ ବେଳାଭୂମିରେ ଡଲଫିନର ମୃତଦେହକୁ ଦେଖିଥିଲେ। ଡଲଫିନ୍ କେମିତି ମଲା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।
ଭୁବନେଶ୍ୱର:ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଆସନ୍ତାକାଲି ଯାଏଁ ୬ଟି ଜିଲ୍ଲାକୁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ଅସ୍ୱାଭାବିକ ଭାବେ ବଢିବାରେ ଲାଗିଛି। ଗତକାଲି ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲ॥ ୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ […]
ଜଗତସିଂହପୁର: ବାତ୍ୟା ଫୋନି ଯିବାର ୧୫ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ଅନେକ ସ୍ଥାନରେ ବିଜୁଳି ସଂଯୋଗ ହୋଇପାରିନାହିଁ। ଫଳରେ ବାତ୍ୟା ବିତ୍ପାତଠାରୁ ବିଜୁଳି ଯନ୍ତ୍ରଣା ଅଧିକ ବଢ଼ିଯାଇଛି। ବର୍ତ୍ତମାନର ଅସହ୍ୟ ଗୁଳୁଗୁଳି ଓ ପ୍ରଚଣ୍ଡ ଖରାଦାଉରେ ଲୋକେ ଛଟପଟ ହୋଇପଡ଼ିଲେଣି। ତେଣୁ ବିଜୁଳିରୁ ବଞ୍ଚିତ ଲୋକେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି। ତୁରନ୍ତ ବିଜୁଳି ସଂଯୋଗ ଦାବିରେ ଆନ୍ଦୋଳନ କରୁଛନ୍ତି। ଘଟଣା ଘଟିଛି ଜଗତ୍ସିଂହପୁର ଜିଲ୍ଲା କନ୍ଦରପୁର-ମାଛଗାଁରେ। ଯେ ପର୍ଯ୍ୟନ୍ତ ଘରକୁ ବିଜୁଳି ନଆସିଛି ସେପର୍ଯ୍ୟନ୍ତ […]