ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିଭିନ୍ନ ସ୍ଥାନରେ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଯୋଧ୍ୟା ବିବାଦୀୟ ଜମି ପ୍ରସଙ୍ଗରେ ଶୁଣାଣିକୁ ନେଇ ପୂର୍ବରୁ ସତର୍କତା ଜାରି କରିଥିଲେ କଟକ ଡିସିପି। ଅଯୋଧ୍ୟା ପ୍ରସଙ୍ଗକୁ ନେଇ କୌଣସି […]
କେନ୍ଦ୍ରାପଡ଼ା: ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି। କେନ୍ଦ୍ରାପଡ଼ାରେ ବି ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଛି। ଏଭଳି ସମୟରେ ଜଣେ ଗର୍ଭବତୀଙ୍କୁ ଅଗ୍ନିଶମ କର୍ମଚାରୀ ସହାୟତାର ହାତ ବଢାଇଇଛନ୍ତି। ଗର୍ଭବତୀ ଜଣକ ହେଲେ ରାଜକନିକା ଅଞ୍ଚଳର ସୁଶ୍ରୀ ସଙ୍ଗିତା। ସୂଚନା ଅନୁସାରେ, ଆଜି ସକାଳେ ‘ବୁଲ୍ବୁଲ୍’ ପ୍ରଭାବରେ ବର୍ଷା ଓ ପବନ ହେଉଥିବାରୁ ସୁଶ୍ରୀଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର […]
ଭୁବନେଶ୍ୱର: ‘ବୁଲ୍ବୁଲ୍’ ପ୍ରଭାବରେ ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇଛି। ଧାମରାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରେକର୍ଡ କରାଯାଇଛି। ରାଜନଗରରେ ସର୍ବାଧିକ ୧୮୦ ମିଲିମିଟର, ପାରାଦୀପରେ ୧୫୩ ମି.ମି., ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୧୫୦ ମି.ମି., କେନ୍ଦ୍ରାପଡ଼ାରେ ୧୩୬ ମି.ମି. ଓ ତିର୍ତ୍ତୋଲରେ ୧୦୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ’ ‘ବୁଲ୍ବୁଲ୍’ ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ସହିତ ପବନ ବି ହେଉଛି। ପବନରେ କିଛି ସ୍ଥାନରେ ଗଛ ମଧ୍ୟ […]
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରୁ ମିଳିଥିବା କାଗଜ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଭାରତୀ । କାହାକୁ ଆକ୍ଷେପ କରି ଏମିତି ଲେଖିନାହାନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ର ବେଗ କମିଛି। ଗତକାଲି ଏହା ଘଣ୍ଟାପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ବେଳେ ଆଜି ଏହା ଘଣ୍ଟାପ୍ରତି ୭ କି.ମି. ବେଗରେ ଗତି କରୁଛି। ଏନେଇ ଆଜି ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏବେ ଏହା ପାରାଦୀପଠୁ ୧୧୦କି.ମି. ଦୂରରେ ଅଛି। ଏସ୍ଆର୍ସି କହିଛନ୍ତି, ‘ଆଉ ୮/୯ ଘଣ୍ଟା ଯାଏ ବର୍ଷା ଓ ପବନର ପ୍ରକୋପ ରହିବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, […]
କଟକ: କଟକ ମିଶନ ରୋଡ୍ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲର ୨୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବିଦ୍ୟାଳୟରେ ଅଧ୍ୟକ୍ଷା ଏମ୍. ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାର୍ମ୍ୟାନ୍ ବିଶପ୍ ରାଇଟ୍ ରେଭରେଣ୍ଟ୍ ସୁରେନ୍ଦ୍ର କୁମାର ନନ୍ଦ, ସମ୍ମାନୀୟ ଅତିଥି ଭାବେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡଃ ସୋହିନୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଅନ୍ୟ ଅତିଥି ଭାବରେ […]
ଆସିକା: ‘ପୁଅକୁ ନ ଛାଡ଼ିଲେ ଆମେ କେମିତି ବଞ୍ଚିବୁ। ବିଶ୍ୱାସ ହେଉନି ସେ ଏମିତି କରିଥିବ। ଆମ ପୁଅ ସେମିତି ନୁହଁ’ ଏମିତି କୋହଭରା କଣ୍ଠରେ କହିଛନ୍ତି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଥିବା ଓଡ଼ିଆ ଯବାନ ବିଚିତ୍ର ବେହେରାଙ୍କ ମା’। ସେ ଆଇଏସ୍ଆଇର ହନି ଟ୍ରାପ୍ରେ ପଡ଼ି ସୋସିଆଲ୍ ମିଡିଆରେ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ବିଚିତ୍ରଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି। ରାଜସ୍ଥାନ […]
ଭୁବନେଶ୍ୱର: ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କେନ୍ଦ୍ରାପଡ଼ା ପୁଲିସ୍ ମାମଲା ରୁଜୁ କରିଛି। ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ପୁଲିସ୍ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ସାମ୍ବାଦିକଙ୍କୁ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ଘଟଣାରେ ପ୍ରତିବାଦର ସ୍ୱର ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟବ୍ୟାପୀ ସାମ୍ବାଦିକ ସଂଗଠନ ଗୁଡ଼ିକ ପକ୍ଷରୁ ସାଂସଦଙ୍କ ବ୍ୟବହାର ବିରୋଧରେ ପ୍ରତିବାଦର ସ୍ୱର ତୀବ୍ର […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ଆଜି ସକାଳ ସାଢ଼େ ୫ଟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହା ପାରାଦୀପ ଠାରୁ ପ୍ରାୟ ୩୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ” ‘ବୁଲ୍ବୁଲ୍’ ୯ ତାରିଖ ସକାଳୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ଆଜି ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ଏବଂ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା […]
ଭୁବନେଶ୍ୱର: ଯଦିଓ ବାତ୍ୟା ‘ବୁଲ୍ବୁଲ୍’ ଓଡ଼ିଶା ଛୁଇଁବାର ସମ୍ଭାବନା ନାହିଁ, ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ। ଏନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ‘ବୁଲ୍ବୁଲ୍’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ବାତ୍ୟା ‘ବୁଲ୍ବୁଲ୍’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି। ବାଲେଶ୍ୱର ଜିଲ୍ଲା […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ଆଜି ସକାଳ ସାଢ଼େ ୫ଟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଘଣ୍ଟାପ୍ରତି ୧୦ କି.ମି. ବେଗରେ ଏହା ଗତି କରୁଛି। ଏବେ ଏହା ପାରାଦୀପ ଠାରୁ ପ୍ରାୟ ୩୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ୧୦ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କି.ମି. ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। Severe […]
ଭୁବନେଶ୍ୱର: ଆପେଆପେ ଗଡ଼ିଲା ବଗି ! କଥାଟା ଶୁଣିକି ବିଶ୍ୱାସ ହେଉ ନଥିଲେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ରେଲ୍ୱେ ଷ୍ଟେସନରେ। ଗତ ୫ ତାରିଖରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ୫ ତାରିଖ ଦିନ ଏକ ମାଲ୍ବାହୀ ଟ୍ରେନ୍ର ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଫଳରେ ଟ୍ରେନ୍ଟିର ବଗିକୁ ଅନ୍ୟ ଟ୍ରାକ୍ରେ ରଖାଯାଇ ଏହାର କାମ ଚାଲିଥିଲା। ହେଲେ ହଠାତ୍ ବଗିଟି ଷ୍ଟେସନ୍ ଆଡ଼କୁ ଗଡ଼ି ଆସିଥିଲା। ବଗିଟି ପ୍ରାୟ ୨୦୦ ମିଟର […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ପାଇଁ ଆଜି ଓ ଆସନ୍ତାକାଲି ୯ ଜିଲ୍ଲାର ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି। ଆଜି ଓ ଆସନ୍ତା କାଲି ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ୩ ଜିଲ୍ଲାର ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି। ତେବେ ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲକୁ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ କେବଳ ଆସନ୍ତାକାଲି ପାଇଁ ଯାଜପୁର […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପ ଠାରୁ ଏବେ ଏହା ପ୍ରାୟ ୪୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ଗତି କରୁଛି। ‘ବୁଲ୍ବୁଲ୍’ ପ୍ରଭାବରେ ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ସହ ପବନ ମଧ୍ୟ ବହୁଛି। ସତର୍କତା ସ୍ୱରୂପ ପାରାଦୀପ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଦିଆଯାଇଛି।ଆଗକୁ ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ପାରାଦୀପ […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍ବୁଲ୍’ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅଧାରରେ ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି, ପୂର୍ବ ଅପେକ୍ଷା ବାତ୍ୟା ‘ବୁଲ୍ବୁଲ୍’ର ଗତି ବୃଦ୍ଧି ପାଇଛି। ଏବେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଏହା ଗତି କରୁଛି। ‘ବୁଲ୍ବୁଲ୍’ର ଗତି ବଢୁଥିବାରୁ ପାଣିପାଗ ବିଭାଗର ଆକଳନରେ ପରିବର୍ତ୍ତନ ନେଇ ଏସ୍ଆର୍ସି ସୂଚନା ଦେଇଛନ୍ତି। ୮ ତାରିଖରୁ ଓଡ଼ିଶାରେ ବର୍ଷା, ପବନ […]
କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ସିଲପଣ୍ଡିରେ ଥିବା ଏକ ପଥର କ୍ରସରରେ ଗୁଳିକାଣ୍ଡ ଘଟିଛି। ଏଥିରେ କ୍ରସର୍ ମ୍ୟାନେଜର ପ୍ରସାଦ ରାଓ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ୫ଟି ଗୁଳି ବାଜିଛି। ତାଙ୍କୁ ପୁଲିସ୍ ଓ କ୍ରସର କର୍ମଚାରୀମାନେ ସ୍ଥାନୀୟ ହସ୍ପିଟାଲକୁ ଆଣିଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ପୂର୍ବରୁ କ୍ରସର […]
ଭୁବନେଶ୍ୱର: ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ଘଟଣାରେ ବଢୁଛି ପ୍ରତିବାଦର ସ୍ୱର। ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ସହ ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରିଛନ୍ତି। ଅନୁଭବଙ୍କ ଔଦ୍ଧତ୍ୟର ପ୍ରତିବାଦ କରି ଆଜି ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି। ଜୟଦେବ ଭବନ ଆଗରେ ସାମ୍ବାଦିକମାନେ ସାଂସଦଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରିବା ସହ ଏହି ପ୍ରସଙ୍ଗରେ ସାମ୍ବାଦିକ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୪ ଘଣ୍ଟାର ମହଲତ ଦେଇଛି। ୨୪ […]
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ମନ୍ଦିର ଭିତରେ ହେଉଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କାର୍ତ୍ତିକ ବେଶ ଓ ଦାମୋଦର ବେଶର ଫଟୋ ଭାଇରାଲ ହୋଇଛି। ପ୍ରଦୀପ୍ତ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଏହି ଫଟୋ ଭାଇରାଲ ହୋଇଛି। ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ବାରଣ ସତ୍ତ୍ୱେ କିଭଳି ଫଟୋ ଉଠାଗଲା ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍ବୁଲ୍’ ରଖାଯାଇଛି। ବାତ୍ୟା ‘ବୁଲ୍ବୁଲ୍’ ଏବେ ପାରାଦୀପ ଠାରୁ ୭୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି। ୯ ତାରିଖ ସନ୍ଧ୍ୟାରେ ପାରଦୀପ ଠାରୁ ଏହାର ଦୂରତା ୧୩୮ କି.ମି. ଓ ଗୋପାଳପୁର ଠାରୁ ୩୪୭ କି.ମି. ରହିବ ବୋଲି ଏସ୍ଆର୍ସି […]
ଖୋର୍ଦ୍ଧା: କାର୍ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖ ଏନ୍ଏଚ୍ରେ ଫିଙ୍ଗି ଦେବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖିଛି। ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖାଯିବା ସହ କାର୍କୁ ଜବତ କରାଯାଇଛି। ମାମଲାକୁ ଖୋର୍ଦ୍ଧାରୁ ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର କରାଯାଇଛି। ବରିଷ୍ଠ ଅଧିକାରୀମାନେ ତଦନ୍ତକୁ ମନିଟର୍ କରୁଛନ୍ତି ବୋଲି ଟ୍ୱିଟ୍ରେ ଉଲ୍ଲେଖ କରାଯାଇଛି। Regarding alleged rape of […]
ଭୁବନେଶ୍ୱର: କଟକ ସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସରକାର ଏମସ୍ ପ୍ଲସ୍ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ବିକଶିତ କରିବେ। ଏଥିପାଇଁ ୧୦୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ଗତକାଲି ସକାଳେ କଟକ ବଡ଼ମେଡିକାଲ ପରିଦର୍ଶନରେ ଯାଇ ଫେରିବା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଗତକାଲି ସନ୍ଧ୍ୟାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ […]
ଭୁବନେଶ୍ୱର: ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ହରଦୀପ ସିଂଙ୍କୁ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି। ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ରହିଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ‘ଉଡାନ୍’ ଯୋଜନା […]
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଏକ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ‘ଦର୍ପ’ ନାମକ ଏହି ମିନି ବସ୍ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଗୋବର୍ଦ୍ଧନ ଜେନା। ଆହତଙ୍କ ମଧ୍ୟରୁ କିଛି କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟି ଗତକାଲି ରାତିରେ ଏକ ଭୋଜି ପାଇଁ ଭଡ଼ାରେ ବୋରି ଗ୍ରାମକୁ ଆସିଥିଲା। […]
ଖୋର୍ଦ୍ଧା: ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖ ଏନ୍ଏଚ୍ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ଦୁର୍ବୃତ୍ତମାନେ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ରାସ୍ତାରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଗାଡ଼ି ଭିତରେ ୨ ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଏତଲାରେ ଉଲ୍ଲେଖ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପଡ଼ା ଛକ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩୦ ଜଣଙ୍କୁ ସ୍ଥାନୀୟ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। […]