• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ଆର୍‌ଟିଆଇ କର୍ମୀଙ୍କୁ ଗୁଳି କରି ହତ୍ୟା ଘଟଣାର ଫର୍ଦ୍ଦାଫାସ, ଏମିତି ହୋଇଥିଲା ଷଡ଼ଯନ୍ତ୍ର

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା ଅଧିକାର କର୍ମୀ(ଆର୍‌ଟିଆଇ) ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୨ଜଣ ସୁପାରି କିଲରଙ୍କ ସମେତ ୫ ଜଣଙ୍କୁ କନ୍ଧମାଳ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ାର ବ୍ୟବସାୟୀ କେ.ବିଶ୍ଵଜିତ ପାତ୍ର, ବିଦ୍ୟୁତ୍‌ ବିଭାଗର ଚୁକ୍ତି ଭିତ୍ତିକ କର୍ମଚାରୀ ଏସ୍‌ ଵାଲାଜି ପାତ୍ର ଓ ରାସ ବିହାରୀ ପାତ୍ର। ମୁଖ୍ୟ ଅଭିଯୁକ୍ତ କୁହଯାଉଥିବା ବିଶ୍ଵଜିତ ପାତ୍ରଙ୍କୁ ଗିରଫ ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ସେମାନଙ୍କଠାରୁ […]

  • Wednesday, 21 July 2021
accident
ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍‌ ଅନ୍ତର୍ଗତ ଭୀମକାଣ୍ଡ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ସ୍କୁଟି ଆରୋହୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏନ୍‌ଏଚ୍‌ ୧୪୯ ଭୀମକାଣ୍ଡ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ‘ବିଜୟ’ ନାମକ ଏକ ଯାତ୍ରୀବାହୀ ବସ୍‌ […]

  • Wednesday, 21 July 2021
esplanade
ଏସ୍‌ପ୍ଲାନେଡ୍‌ ମଲ୍‌ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା

ଭୁବନେଶ୍ୱର: ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣର ପ୍ରତିବାଦ କରି ଭୁବନେଶ୍ୱର ରସୁଗଲଡ଼ ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ ସମ୍ମୁଖରେ ସାମ୍ବାଦିକଙ୍କ ପକ୍ଷରୁ ଧାରଣା ଦିଆଯାଇଛି। ସାମ୍ବାଦିକମାନେ ମଲ୍ ସମ୍ମୁଖରେ ଧାରଣାରେ ବସି ଏହି ଘଟଣାର ପ୍ରତିବାଦ କରିଛନ୍ତି। ଏସ୍‌ପ୍ଲାନେଡ୍‌ରେ ଗତକାଲି ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନ୍ ବେଆଇନ୍ ପାର୍କିଂ ଫି ଆଦାୟ ନେଇ ଖବର ସଂଗ୍ରହ କରୁଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ସପିଂ ମଲ୍‌ର ସୁରକ୍ଷାକର୍ମୀ ଉପରିସ୍ଥ ଅଧିକାରୀଙ୍କ […]

  • Wednesday, 21 July 2021
representational image
ଘର ଭିତରୁ ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର ଅର୍ଜୁନ କୁମାର ଧଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାସଭବନରୁ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସେ ପ୍ରାୟ ୬ ମାସ ପରେ ଚାକିରିରୁ ଅବସର ନେଇଥା’ନ୍ତେ। କିନ୍ତୁ ତା’ ପୂର୍ବରୁ ଅର୍ଜୁନଙ୍କ ମୃତ୍ୟୁ ଘଟଣାକୁ ସନ୍ଦେହ ଘେରକୁ ଟାଣି ଆଣିଛି। […]

  • Wednesday, 21 July 2021
odisha
୧୦ ଡିଗ୍ରୀ ତଳେ ୧୫ଟି ସହର; ପୁଣି ସୋନପୁର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଆଜି ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ପୁଣି ଥରେ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିଲା। ସେହିପରି ଆଜି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା […]

  • Wednesday, 21 July 2021
tara
ନୂଆ ଅବତାରରେ ତାରା, ଏଥର ରାଜନୀତି ମଇଦାନରେ ନୁହେଁ, ବରଂ...

ଭୁବନେଶ୍ୱର: ନୂଆ ରୂପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଦେଖିବାକୁ ମିଳିଛି।  ହେଲେ ଏଥର ରାଜନୀତି ମଇଦାନରେ ନୁହେଁ, ବରଂ କଳା ଜଗତରେ ସେ ପାଦ ଥାପିଛନ୍ତି। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ସତ। ବର୍ତ୍ତମାନର ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ତାରା ବାହିନୀପତି ଏକ ବ୍ୟଙ୍ଗାତ୍ମକ ଗୀତରେ  କଣ୍ଠଦାନ କରିଛନ୍ତି। ଭୁବନେଶ୍ୱରରେ ଏହି ଗୀତର ରେକର୍ଡିଂ କରାଯାଇଛି। କେ ଓ୍ୱାନ୍ ଲାଇଭ ପକ୍ଷରୁ ପ୍ରଯୋଜିତ ଏହି ଗୀତକୁ ତାରାଙ୍କ ସାଥିରେ ଗାଇଛନ୍ତି […]

RSP
ନିଲମ୍ବିତ ହେଲେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୪ CISF ଯବାନ

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ ଥିବା ୪ CISF ଯବାନ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱରେ ଅବହେଳା ଲାଗି ୪ ଜଣ ଯବାନଙ୍କୁ CISF କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଗତକାଲି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ପରିସରର ପ୍ଲେଟ୍ ମିଲ୍ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଟିମ୍  ଦୁଇ ଟ୍ରେଲରକୁ ଜବତ କରିଥିଲେ। ବିନା ଏଣ୍ଟ୍ରି ପାସ୍‌ରେ ଏହି ଦୁଇ ଟ୍ରେଲର ପ୍ରବେଶ କରିଥିଲେ। ରେଡ୍ ପରେ ଏହି ଦୁଇ ଟ୍ରେଲରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। […]

  • Wednesday, 21 July 2021
odisha
ଡ୍ୟାମରୁ ମିଳିଲା ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତଦେହ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ଦେବନାରାୟଣ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ଆଜି ସତୀଗୁଡା ଡ୍ୟାମ୍ ନିକଟରୁ ତାଙ୍କ ବାଇକ୍‌ ଓ ହେଲମେଟ୍ ମିଳିଥିଲା। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ଡ୍ୟାମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। […]

  • Wednesday, 21 July 2021
cold wave
୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରର ତାପମାତ୍ରା; ସୋନପୁର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସୋନପୁର ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି। ସେଠାରେ ସର୍ବନିମ୍ନ ୪ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି କେନ୍ଦୁଝରରେ ୫.୬, ଝାରସୁଗୁଡ଼ାରେ ୫.୮, ଟିଟିଲାଗଡ଼ ଓ ଦାରିଙ୍ଗିବାଡ଼ିରେ ୭, ସମ୍ବଲପୁରରେ ୭.୪, ବାଲେଶ୍ୱର ୭.୬, କଟକ ୯.୬, ହୀରାକୁଦରେ ୯.୮ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨ ଡିଗ୍ରୀ ରହିଛି। ତେବେ ସୁନ୍ଦରଗଡ଼ […]

  • Wednesday, 21 July 2021
odisha
ଖାକିରେ ଦାଗ ! ଥାନା ଅଧିକାରୀ କହି ବଟି ଆଦାୟ କରୁଥିଲେ ହୋମ୍‌ ଗାର୍ଡ, ଧରାପଡ଼ିଲେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଣି ଖାକିରେ ଦାଗ ! ନିଜକୁ ଥାନା ଅଧିକାରୀର ପରିଚୟ ଦେଇ ବଟି ଆଦାୟ କରୁଥିବା ଅଭିଯୋଗରେ ଜଣେ ହୋମଗାର୍ଡ ଓ ତାଙ୍କର ୨ ଜଣ ସହଯୋଗୀଙ୍କୁ ମାଲକାନଗିରି ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ସୁଜନ ମଜୁମଦାର, ଜଗନ୍ନାଥ ମଣ୍ଡଳ ଓ ବିଦୁ ସାହା। ସୁଜନଙ୍କ ଘର ମାଲକାନଗିରି ଥାନା ଅନ୍ତର୍ଗତ ପିଟାକାଟା ଗାଁରେ, ଜଗନ୍ନାଥଙ୍କ ଘର ମାରିବେଡା ଗ୍ରାମରେ, ବିଦୁଙ୍କ ଘର ଏମ.ଭି-୨୩ ଗାଁରେ।  ବିଦୁ ମାଲକାନଗିରି ଥାନାରେ ହୋମଗାର୍ଡ ଭାବେ […]

  • Wednesday, 21 July 2021
odisha
କୋଟିପତି ମାଳୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଉଦଳା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ମାଳୀ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ୪ ଟି ସ୍ଥାନରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ଚଢ଼ଉ କରିଛନ୍ତି। ନୁଦଡିହା ସ୍ଥିତ ଉଦ୍ଧବଙ୍କ ଶ୍ୱଶୁର ଘର, କପ୍ତିପଦାରେ ଥିବା ଫାର୍ମ ହାଉସ, ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, କପ୍ତିପଦା ବ୍ଲକ ବଡାମପଦା ତାଙ୍କ ବାସଭବନରେ ଚଢ଼ଉ ହୋଇଛି। ତେବେ ତାଙ୍କ ଘରର ମୂଲ୍ୟ ଆନୁମାନିକ […]

  • Wednesday, 21 July 2021
representationl image
ଦୁଷ୍କର୍ମ ପାଇଁ ଆସିଥିଲେ, ଜିଭ ଛିଣ୍ଡାଇ ଦେଲେ ମହିଳା

କୋଣାର୍କ: ଦୁଷ୍କର୍ମ ଉଦ୍ୟମକାରୀଙ୍କୁ ପାନେ ଦେଲେ ମହିଳା। ନିଜ ଇଜ୍ଜତ ବଞ୍ଚାଇବାକୁ ଜଣେ ମହିଳା ଦୁଷ୍କର୍ମ ଉଦ୍ୟମ କରୁଥିବା ଜଣେ ଯୁବକଙ୍କ ଜିଭ ଛିଣ୍ଡାଇ ଦେଇଛନ୍ତି। ଏହାପରେ ପ୍ରାଣ ବିକଳରେ ଯୁବକ ଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ପୁରୀ ଜିଲ୍ଲା କାକଟପୁର ସ୍ଥିତ ଏକ ଆଶ୍ରମରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ମହିଳା ଜଣକ […]

  • Wednesday, 21 July 2021
cloudy
ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ଉପରେ ଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା। ହେଲେ ଅନ୍ୟ ସ୍ଥାନମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ହେବାର କୌଣସି ଆଶଙ୍କା ନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆଜି ରାଜ୍ୟର […]

  • Wednesday, 21 July 2021
M Venkaiah Naidu
ଶେଷ ମୁହୂର୍ତ୍ତରେ ବାତିଲ୍‌ ହେଲା ଉପରାଷ୍ଟ୍ରପତିଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର: ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଆଜି ବଲାଙ୍ଗିର ଗସ୍ତରେ ଆସିବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି। ଖରାପ ପାଗ ପାଇଁ ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହେବାପରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ LPG ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ […]

  • Wednesday, 21 July 2021
ganja seized
ଗଞ୍ଜେଇ ରାକେଟ୍‌ ପଛରେ ବିହାରୀ ମହିଳା

ମାଲକାନଗିରି: ରାଜ୍ୟରେ ବେଧଡ଼କ ଭାବେ ଚାଲିଛି ଚୋରା ଗଞ୍ଜେଇ ଚାଲାଣ କାରବାର। ସବୁଠାରୁ ବଡ଼ କଥା ବିହାରୀ ମହିଳାମାନେ ଏଥିରେ ସାମିଲ ଅଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଟନେଲ କ୍ୟାମ୍ପ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରି ଏଭଳି ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ କରିଛି। ଏକ ଗାଡ଼ିରେ ୨ ଜଣ ବିହାରୀ ମହିଳାଙ୍କ ସମେତ ୫ ଜଣ ବ୍ୟକ୍ତି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଯାଇଛନ୍ତି। ପୁଲିସ୍‌ ଆଖିରେ ଧୂଳି ଦେବାକୁ ଏମାନେ […]

  • Wednesday, 21 July 2021
selfie
ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ସେଲ୍ଫି  ଉଠାଉଥିଲେ, ଖସି ପଡ଼ିଲେ

ସୋନପୁର: ମହଙ୍ଗା ପଡ଼ିଲା ବିପଦପୂର୍ଣ୍ଣ ଭାବେ ସେଲ୍ଫି ଉଠାଇବା। ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ଜଣେ ଯୁବକ ସେଲ୍ଫି  ଉଠାଉଥିବା ବେଳେ ନଦୀକୁ ଖସି ପଡ଼ିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛନ୍ତି।  ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୋନପୁର ସହରର ପଟାଭାଡ଼ିର ଜିତୁ ନାୟକ ନାମକ ଜଣେ ଯୁବକ ଗତକାଲି ତାଙ୍କ ଦୁଇ ଜଣ ସାଙ୍ଗଙ୍କ ସହ ସୁବର୍ଣ୍ଣପୁରରେ ଥିବା ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି […]

  • Wednesday, 21 July 2021
santa
ସାନ୍ତା ବେଶରେ ଲୁଚି ଲୁଚି ପହଁଞ୍ଚିଲେ ଓଡ଼ିଆ ଅଭିନେତା

ଭୁବନେଶ୍ୱର: ଖ୍ରୀଷ୍ଟ୍‌ମାସ୍‌ରେ ସିକ୍ରେଟ୍ ସାନ୍ତା ହୋଇ ପିଲାଙ୍କୁ ସର୍‌ପ୍ରାଇଜ୍‌ ଦେଲେ ଓଲିଉଡ୍‌ ଅଭିନେତା। ଖାଲି ସର୍‌ପ୍ରାଇଜ୍‌ ଦେଲେ ନାହିଁ ବରଂ ଛୋଟ ଛୋଟ ପିଲାମାନଙ୍କୁ ଗିଫ୍ଟ, ଚକୋଲେଟ୍‌ ଆଦି ଦେବାସହ ସେମାନଙ୍କ ସହ ମଉଜମସ୍ତି ମଧ୍ୟ କରିଥିଲେ ଏହି ଅଭିନେତା। ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ, ଆଜ୍ଞା ହଁ ଏଠି ଆମେ ଆଉ କାହା କଥା କହୁନୁ। କହୁଛୁ ଅଭିନେତା ଆକାଶ ଦାସ ନାୟକ। ଗତକାଲି ବଡ଼ଦିନ ବା ଖ୍ରୀଷ୍ଟ୍‌ମାସ୍‌ ଥିଲା। ଏହି […]

  • Wednesday, 21 July 2021
book 1
ପାଳନ ହେବ ବହିର ଏକୋଇଶିଆ

ଭୁବନେଶ୍ୱର: ପାଳନ ହେବ ବହିର ଏକୋଇଶିଆ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏ କ’ଣ କହୁଛୁ। ପ୍ରକୃତରେ ଆମେ ଏଠି କହିବାକୁ ଚାହୁଁଛୁ ଚଳିତ ବର୍ଷ ଡିସେମ୍ବର ୮ରେ ପ୍ରଣୟ ସୁଧାଙ୍କ ତୃତୀୟ କବିତା ସଂକଳନ “କୋଳେଇ ନେଲେ ପାଉଁଶ” ଲୋକାର୍ପିତ ହୋଇଥିଲ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ଶ୍ରୀଯୁକ୍ତ ହର ପ୍ରସାଦ ଦାସ , ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଅଜୟ ସ୍ୱାଇଁ , ଶ୍ରୀଯୁକ୍ତ ଅରବିନ୍ଦ ରାଏ, ଯୁବକବି ଶ୍ରୀଯୁକ୍ତ ଶକ୍ତି ମହାନ୍ତି ଓ ପକ୍ଷୀଘର […]

  • Wednesday, 21 July 2021
rain
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଏବେ ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପ୍ରବଳ ଶୀତ ଯୋଗୁ କିଛି ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡ଼ୁଛି। ଗତକାଲି ଫୁଲବାଣୀରେ ତାପମାତ୍ରା ୯.୩ ଡିଗ୍ରୀକୁ ଖସି ଆସିଥିବା ବେଳେ ଅନୁଗୁଳରେ ତାପମାତ୍ରା ୧୦ ଡିଗ୍ରୀ ଥିଲା। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାସହ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ଧରଣର […]

  • Wednesday, 21 July 2021
elephant
ଡିଜେ ଶୁଣି ପିକ୍‌ନିକ୍‌ ସ୍ପଟ୍‌କୁ ପଳାଇ ଆସିଲା ହାତୀ, ଆଉ ତା’ପରେ...

ବାରିପଦା: ବଣ ଭୋଜି ସହ ଡିଜେର ଧୂମ୍‌। ସମସ୍ତେ ମଉଜ ମସ୍ତିରେ ବ୍ୟସ୍ତ ଥିବା ବେଳେ ଡିଜେ ଶବ୍ଦ ଶୁଣି ହଠାତ୍‌ ଜଙ୍ଗଲରୁ ବଣଭୋଜି ସ୍ଥଳ(ପିକ୍‌ନିକ୍‌ ସ୍ପଟ୍‌)କୁ ପଶି ଆସିଲା ହାତୀ। ଭୋଜି ପାଇଁ ରଖାଯାଇଥିବା ପନିପରିବା ଖାଇବା ସହ ନଷ୍ଟ କରି ଦେଇଥିଲା ହାତୀ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସୀତାକୁଣ୍ଡ ଜଳପ୍ରପାତ ନିକଟରେ ଏଭଳି କିଛି ଘଟଣା ଘଟିଛି। ବଣଭୋଜି ସ୍ଥଳରେ ହାତୀ ପହଞ୍ଚି କିଭଳି ଭାବରେ ହଙ୍ଗାମା କରିଥିଲା ସେହି ସମୟର ଦୃଶ୍ୟ  […]

  • Wednesday, 21 July 2021
school
ସ୍କୁଲ୍‌କୁ ଗାଡ଼ି ନେଇ ଆସିବା ମନା

ଭୁବନେଶ୍ୱର: ଏଣିକି କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ନେଇ ଆସିବା ହେଲା ମନା। ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲ୍‌କୁ ମୋଟରଚାଳିତ ଗାଡ଼ି ନ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ମାନିବା ସହ ଯେପରି ସ୍କୁଲ ଛାତ୍ରଛାତ୍ରୀ […]

  • Wednesday, 21 July 2021
accident
ଘାଟିରୁ ୨୦ ଫୁଟ୍ ତଳକୁ ଖସିଲା ଅଟୋ

କଲ୍ୟାଣସିଂହପୁର: ଏକ ଅଟୋ ଘାଟିରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆଶାକର୍ମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅଟୋ ଡ୍ରାଇଭର ଯୁଧିଷ୍ଠିର ନାୟକ। ଆହତଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁସୁମଘାଟିରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଏହି ଆଶାକର୍ମୀମାନେ ମାଣ୍ଡିବିଶୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୈଠକ ସାରି ଅଟୋ ଯୋଗେ […]

  • Wednesday, 21 July 2021
odisha
ଗୋଟିଏ ଦିନରେ ପଦ ଗଲା, ପ୍ରାଣ ବି ଗଲା

ରାୟଗଡ଼ା: ଗୋଟିଏ ଦିନରେ ପ୍ରଥମେ ପଦ ଗଲା, ପରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ବି ଚାଲିଗଲା। ସଡ଼କ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ୨୦୧୭ ମସିହା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଗତକାଲି କୋର୍ଟ ରଦ୍ଦ କରିବା ପରେ ତାଙ୍କର ପଦ ଚାଲି ଯାଇଥିଲା। ଏହା ପରେ କୋର୍ଟରୁ ଘରକୁ ଫେରିବା ବେଳେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ […]

  • Wednesday, 21 July 2021
odisha
‘ଯାହାବି କିଛି ଭୁଲ୍‌ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି’

ଭୁବନେଶ୍ୱର: ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ଶିଖ୍‌ମାନଙ୍କର ଏକ ପ୍ରତିନିଧି ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି। ଆଲୋଚନା ପରେ ପଞ୍ଜାବ ବିଧାୟକ ସିମରଜିତ୍‌ ସିଂହ କହିଛନ୍ତି,“ ମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି। ଓଡ଼ିଶା ସରକାର ମଙ୍ଗୁ, ପଞ୍ଜାବୀ, ବଲି ମଠର […]

  • Wednesday, 21 July 2021
sura routray
‘ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆତ୍ମାହୁତି ଦେବି’

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାର ନାଁ ଧରୁ ନାହାନ୍ତି ସରକାର। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିଦାବିଷ୍ଣୁ ସାଜିଛି।  ଆସନ୍ତା ୩୫ ଦିନ ମଧ୍ୟରେ ଏହି ଦାବି ପୂରଣ ନ ହେଲେ ଜାନୁଆରୀ ୨୭ ତାରିଖ ଦିନ ଗାଁ ଲୋକେ ନବୀନ ନିବାସ ଘେରାଉ କରିବା ସହ ସମୂହ ଆତ୍ମାହୁତି ଦେବେ ବୋଲି କଂଗ୍ରେସ […]

  • Wednesday, 21 July 2021