ସମ୍ବଲପୁର: ରାସ୍ତାରେ ଗଡ଼ୁଛି ପିଆଜ। ଆଉ ତାକୁ ନେବାପାଇଁ ପଥଚାରୀଙ୍କ ମଧ୍ୟରେ ଚାଲିଛି ଏକ ପ୍ରକାର ପ୍ରତିଯୋଗିତା। କିଏ ତରବରିଆ ଭାବେ ପିଆଜ ଗୋଟାଇ ଏହାକୁ କାର୍ ଡିକିରେ ରଖିଲାଣି ତ ଆଉ କିଏ ବ୍ୟାଗ୍, ଗାମୁଛାରେ ବାନ୍ଧିଲେଣି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥରେ। ଘଟଣାଟି ହେଲା… ୫୩ ନମ୍ବର ଜାତୀୟ ରାଜପଥରେ ଏକ ପିଆଜ ବୋଝେଇ ଟ୍ରକ୍ ଯାଉଥିଲା। ଦେବାହଲଠାରେ ଏକ ପିଆଜ ବସ୍ତା ଗାଡ଼ିରୁ ତଳକୁ […]
ଭୁବନେଶ୍ୱର: OTVକୁ ମିଳିବ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ। ବର୍ଷ ୨୦୧୯ ପାଇଁ ଇଲେକ୍ଟ୍ରୋନିକ୍ ମିଡିଆ ଓଡ଼ିଆ ଟିଭି ବର୍ଗରେ OTVକୁ ଏହି ସମ୍ମାନ ମିଳିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆସନ୍ତା ୭ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯିବ। ଦିଲ୍ଲୀରେ ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସମ୍ମାନ ପ୍ରଦାନ କରିବେ। ଗତବର୍ଷ ଜୁନ୍ ୨୧ ଆନ୍ତର୍ଜାତିକ ଯୋଗ […]
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ଝିପି ଝିପି ବର୍ଷା ହୋଇଛି। ଶୀତୁଆ ପାଗକୁ ପୁଣି ବର୍ଷା ହେବା ଫଳରେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରଯାଇଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ କିଛି ଜିଲ୍ଲାକୁ […]
ଜଳେଶ୍ୱର: ନାବାଳିକା କଲେଜ ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍ ସାର୍। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଦେହୁଡ଼ଦା ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଶିକ୍ଷକଙ୍କ ନାଁ ବିଶ୍ୱଜିତ୍ ନାଥ ଓରଫ୍ ପିଲୁ। ତାଙ୍କ ଘର ବି ଦେହୁଡ଼ଦା ଗାଁରେ। ସୂଚନା ଅନୁସାରେ, ବିଶ୍ୱଜିତ୍ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଏଥିସହ ସେ ବିଭିନ୍ନ ସ୍ଥାନରେ […]
ରାୟଗଡ଼ା(ମନୋଜ ପାତ୍ର): ଡ୍ୟୁଟିକୁ ଯାଇ ଯବାନ ନିଖୋଜ। CRPF ଚତୁର୍ଥ ବାଟାଲିଅନ୍ର ଜଣେ ହାବିଲଦାର ୫ ଦିନ ହେବ ନିଖୋଜ ଅଛନ୍ତି। ନିଖୋଜ ଯବାନ ହେଲେ ଉତ୍ତର ପ୍ରଦେଶର ଧରମ ଦେବ (୫୦)। ସୂଚନା ଅନୁସାରେ, ଗତ ୨୯ ତାରିଖରେ ରାୟଗଡ଼ା ଜିଲ୍ଲାର ଚଇତି ଉତ୍ସବରେ ଧରମ ଦେବଙ୍କ ଡ୍ୟୁଟି ପଡ଼ିଥିଲା। ତେଣୁ ସେ ସେଠାକୁ ଯିବାପାଇଁ ଶେଷଖାଲରୁ ରାୟଗଡ଼ା ବାହାରିଥିଲେ। ହେଲେ ସେହି ଦିନଠାରୁ ତାଙ୍କର କୌଣସି ଖୋଜଖବର ମିଳୁ ନାହିଁ। ନିଖୋଜ ନେଇ ଧରମ […]
ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। […]
ଭୁବନେଶ୍ୱର: ହୁସିଆର୍ ରୋଡ୍ ରୋମିଓ। ଏଣିକି ଟ୍ୱିନ୍ ସିଟିରେ ରହିବେ ସ୍ପେଶାଲ ପୁଲିସ୍ ଅଫିସର୍(SPO)। ଯୁବତୀଙ୍କ ସହ ହେଉଥିବା ଦୁର୍ବ୍ୟବହାର, ଅଶୋଭନୀୟ ଆଚରଣ ଏସବୁକୁ କଡ଼ା ଭାଷାରେ ଜବାବ ଦେବେ ଏହି SPO। ଏପରିକି କମିଶନରେଟ୍ ପୁଲିସ୍ଙ୍କ ପାଖରେ ଥିବା ସବୁ କ୍ଷମତା ଏବେ SPOଙ୍କ ପାଖରେ ରହିବ। ଆଜି ୨୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନେଇ କମିଶନରେଟ ପୁଲିସ୍ SPO ଟିମ୍ ଗଠନ କରିଛି। ଆଉ ଏହି ଅବସରରେ SPOଙ୍କ କ୍ଷମତା ସମ୍ପର୍କରେ ବିସ୍ତୁତ ସୂଚନା ଦେଇଛନ୍ତି […]
ଭୁବନେଶ୍ୱର: ରାଜ୍ୟ ସରକାର ସଚିବ ସ୍ତରରେ ଅଦଳବଦଳ କରିଛନ୍ତି। ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳଛି। ସେ ଏବେ କୃଷି ଉତ୍ପାଦନ କମିଶନର ଅଛନ୍ତି। ସେହିପରି ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମିଳିଛି। ଏବେ ସେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଅଛନ୍ତି। ଆଇଏଏସ୍ ଅଫିସର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ପରିବହନ […]
ଆସିକା: କଥାରେ ଅଛି ଇଚ୍ଛା ଶକ୍ତି ଆଗରେ ବାଧାବିଘ୍ନ, ବୟସ ସବୁକିଛି ହାର୍ ମାନିଥାଏ। ଯଦି ଆପଣଙ୍କ ପାଖରେ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଅଛି ତେବେ ସବୁ ବାଧାବିଘ୍ନକୁ ସହଜରେ ଅତିକ୍ରମ କରିପାରିବେ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଆସିକାର ବିଜେଡି ସାଂସଦ ପ୍ରମିଳା ବିଷୋୟୀଙ୍କ କ୍ଷେତ୍ରରେ। ନୂଆବର୍ଷରେ ୭୧ ବର୍ଷୀୟ ପ୍ରମିଳାଙ୍କୁ ପୂରାପୂରି ଡ୍ୟାନ୍ସିଂ ମୁଡ୍ରେ ଦେଖିବାକୁ ମିଳିଥିଲା। ନୂଆବର୍ଷ ଅବସରରେ ଆସିକା ଟାଉନ ହଲ୍ ପଡ଼ିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ନୂଆବର୍ଷ ସମସ୍ତଙ୍କ ପାଇଁ ଖୁସି ଓ ଉନ୍ମାଦ ଆଣିଥାଏ। ହେଲେ ଏମାନଙ୍କ ପାଇଁ ଯେମିତି ନେଇ ଆସିଥିଲା ଖାଲି ଦୁଃଖ ଆଉ ବିପର୍ଯ୍ୟୟ। ୫ ସାଙ୍ଗ ଦିନେ ଏକାଠି ହୋଇ ଖେଳୁଥିଲେ, ବୁଲୁଥିଲେ । ଆଜି ସେମାନଙ୍କ ମଧ୍ୟରୁ ୩ ଜଣ ସାଙ୍ଗ ଅନ୍ୟ ୨ ଜଣଙ୍କୁ ଏକାକୀ କରି ଆରପାରିକୁ ଚାଲି ଯାଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ୫ ସାଙ୍ଗ ଜିତେନ୍ଦ୍ର, ବବ୍ଲୁ, ମିଟୁ, […]
ଭୁବନେଶ୍ୱର: ଏବେ ଅସହ୍ୟ ଶୀତ ପରେ ବର୍ଷାକୁ ନେଇ ଚିନ୍ତା। ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିପାରେ। ସେହିପରି ଦେବଗଡ,ସୋନପୁର,ଭଦ୍ରକ,ବୌଦ୍ଧ,ଅନୁଗୁଳ,ସୁନ୍ଦରଗଡ଼,ଝାରସୁଗୁଡା ଜିଲ୍ଲାରେ ଆଜି ବର୍ଷା ସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଆସନ୍ତା […]
କେନ୍ଦ୍ରାପଡ଼ା: ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରିବା ବେଳେ ମହାଯାତ୍ରା। ପୁରୀରୁ ଘରକୁ ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଦୁଇଟି ଜୀବନ। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନବିହାର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ରାସ୍ତାରେ କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ କାର୍ ପିଟି ହେବାରୁ ଦୁର୍ଘଟଣା ଘଟିଥିଲା। […]
ରାୟଗଡ଼ା(ମନୋଜ ପାତ୍ର): ଘାଟିରୁ ୨୦ ଫୁଟ ତଳକୁ ଖସିପଡ଼ିଲା ଟ୍ୟାଙ୍କର୍। ଫଳରେ ଘଟଣାସ୍ଥଳରେ ଟ୍ୟାଙ୍କର୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର୍ ଗୁରୁତର ଭାବେ ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଗୁମ୍ମା ଘାଟିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର୍ ଟିକିରି ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ୍ ପାଉଡର୍ ନେଇ ମଧ୍ୟପ୍ରଦେଶ ଯାଉଥିଲା। ଏହି ସମୟରେ ଟ୍ୟାଙ୍କର୍ଟି ଗୁମ୍ମା ଘାଟିରେ ଭାରସାମ୍ୟ ହରାଇ ଘାଟିରୁ ୨୦ […]
ଭୁବନେଶ୍ୱର: ଏଣିକି ଆଉ ଲର୍ଣ୍ଣସ ଲାଇସେନ୍ସ ପାଇଁ ଘଣ୍ଟାଘଣ୍ଟା ଧରି ଆର୍ଟିଓ ଅଫିସରେ ଛିଡ଼ା ହେବାକୁ ପଡ଼ିବ ନାହିଁ। କାରଣ ଏବେ ଅନ୍ଲାଇନରେ ଟେଷ୍ଟ୍ ଦେଇ ତତ୍କ୍ଷଣାତ୍ ଲର୍ଣ୍ଣସ ଲାଇସେନ୍ସ(ଏଲ୍ଏଲ୍) ହାସଲ କରିହେବ। ଲର୍ଣ୍ଣସ ଲାଇସେନ୍ସ ପାଇଁ ଆବେଦନକାରୀଙ୍କୁ ଆର୍ଟିଓଙ୍କ ଅନୁମୋଦନ ନେବା ଜରୁରୀ ଥିବା ବ୍ୟବସ୍ଥାକୁ ରାଜ୍ୟ ସରକାର ଆଜିଠୁ ଉଚ୍ଛେଦ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି ଯେ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା […]
କଟକ: ନୂଆବର୍ଷକୁ ପାଳନ କରିବା ପାଇଁ ଚାରିଆଡ଼େ ସମସ୍ତେ ମସଗୁଲ୍ ଥିବାବେଳେ ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ଦୁଃଖଦ ଘଟଣା ଘଟିଥିବା ସାମ୍ନାକୁ ଆସିଛି। କେଉଁଠି ଜିରୋ ନାଇଟ୍ ସେଲେବ୍ରେସନ୍ ବେଳେ କିଛି କଥାକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଛି ତ ଆଉ କେଉଁଠି ଛାତରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଛି। ଏମିତି କିଛି ଅଘଟଣ ଘଟିଛି କଟକ ବାଦାମବାଡ଼ି ଥାନା ଅଞ୍ଚଳରେ। ଗତକାଲି ଜିରୋ ନାଇଟ୍ ସେଲେବ୍ରେସନ୍ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଆଉ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ପାଚେରିରେ କେହି ଦୁର୍ବୃତ୍ତ ଦେବ ନାରାୟଣଙ୍କ ଆତ୍ମହତ୍ୟାକୁ ନେଇ ଅନେକ ଅପ୍ରାସଙ୍ଗିକ କଥା ଲେଖିଥିବା ଦେଖିବାକୁ ମିଳିଛି। ଗତ ୨୮ ତାରିଖରେ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିଲା। କୌଣସି ପାରିବାରିକ କଳହ ନ ଥିବା ବେଳେ ଅଫିସ୍ ଚାପ ଯୋଗୁ ସେ ଆତ୍ମହତ୍ୟା ପରି […]
ଭଦ୍ରକ: ନୂଆବର୍ଷକୁ ପାଳନ କରିବା ପାଇଁ ଚାରିଆଡ଼େ ସମସ୍ତେ ମସଗୁଲ୍ ଥିବାବେଳେ ଏହି ସମୟରେ ଏକ ଦୁଃଖ ଘଟଣା ସାମ୍ନାକୁ ଆସିଛି। ଗୋଟିଏପଟେ ଜିରୋ ନାଇଟ୍ ସେଲେବ୍ରେସନ୍ରେ ସମସ୍ତେ ବ୍ୟସ୍ତ ଥିବାବେଳେ, ଅନ୍ୟପଟେ ଏଭଳି ରାତିରେ ଅତି ନିର୍ମମ ଭାବେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗାଁରୁ ଏଭଳି ଅଭିଯୋଗ ଆସିଛି। ମୃତ ଯୁବକ ହେଲେ ଜଳଙ୍ଗା ଗାଁର ସତ୍ୟବ୍ରତ ଶିଅଳ। ଅଭିଯୋଗ ଅନୁଯାୟୀ, […]
ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନୟାଗଡ ଜିଲ୍ଲା ଗଣିଆ ଆଡକଟା ରାଜସ୍ୱ ନିରୀକ୍ଷକ(ଆର୍ଆଇ) ନମିତା ପ୍ରଧାନ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଧୁଆମଡ଼ା ଗାଁର ଗୋକୁଳ ସାହୁଙ୍କ ଜମିବାଡିର ଇନ୍କ୍ଵାରି ରିପୋର୍ଟ କରାଇ ଦେବାପାଇଁ ନମିତା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗୋକୁଳ ନୟାଗଡ ଭିଜିଲାନ୍ସ ନିକଟରେ ପୂର୍ବରୁ ଅଭିଯୋଗ […]
ଭୁବନେଶ୍ୱର: ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋ ନାଇଟ୍ ସେଲେବ୍ରେସନ୍ ଆଳରେ ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଶାସକ୍ତ ଅବସ୍ଥାରେ ଲୋକମାନେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳିଥିଲା। ତେବେ ଏମାନଙ୍କୁ ସାବାଡ୍ କରିବା ପାଇଁ କମିଶନରେଟ୍ ପୁଲିସ୍ ମଧ୍ୟ ପୂରାପୂରି ପ୍ରସ୍ତୁତ ହୋଇଥିଲା। ଭୁବନେଶ୍ୱରର ବିଭିନ୍ନ ଛକରେ ପୁଲିସ୍ ପକ୍ଷରୁ ଚେକିଂ ଓ ବ୍ଲକିଂ ଜୋରଦାର କରାଯାଥିଲା। ଆଉ ଏହି ସମୟରେ ବହୁ ମଦ୍ୟପ ଗାଡ଼ି ଚାଳକ ପୁଲିସ୍ ହାତରେ ଧରା ପଡ଼ି ମୋଟା […]
ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍ ଅଫିସର। ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ମିଳିଛି। ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ହେଉଛନ୍ତି ବିଜୟ କେତନ ଉପାଧ୍ୟାୟ। ସୂଚନା ଅନୁସାରେ, ବିଜୟ କେତନ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଯାଇଥିଲେ।
ଭୁବନେଶ୍ୱର: ଆସନ୍ତା ଫେବୃଆରୀରୁ ଭୁବନେଶ୍ୱର ବିମାନବନ୍ଦର ରନ୍ୱେର ରିସର୍ଫେସିଂ କାମ ଆରମ୍ଭ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ ଏନେଇ ସୂଚନା ଦେଇଛନ୍ତି। ରିସର୍ଫେସିଂ ବେଳେ ୮ରୁ ୧୦ ମାସ ବିମାନ ସେବା ପ୍ରଭାବିତ ହେବ। ପ୍ରଥମ ପର୍ଯ୍ୟାୟରେ ଏହି କାମ ରାତିରେ କରାଯିବ। ତେଣୁ ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଦିନରେ କାର୍ଯ୍ୟ କରାଯିବ। ତେଣୁ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା […]
ଭୁବନେଶ୍ୱର: ପ୍ରଥମେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ, ତା’ପରେ ଶାରୀରିକ ସମ୍ପର୍କ ରଖିଲେ। ଏପରିକି ମନ୍ଦିରରେ ବିବାହ କରି ୭ ବର୍ଷ ଏକାଠି ମଧ୍ୟ ରହିଲେ। ଶେଷରେ ଯୁବତୀଙ୍କୁ ଧୋକା ଦେଲେ। ଜଣେ ସରପଞ୍ଚଙ୍କ ବିରୋଧରେ ଏମିତି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ। ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ଭୁବନେଶ୍ୱର ଡମଣା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ କରିଥିଲେ। ଏହାପରେ ତାଙ୍କ ସହ ଶାରୀରିକ […]
ପୁରୀ: ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼। ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଶ୍ରୀକାନ୍ତ ପେଟ୍ରୋଲ ପମ୍ପରେ ବସି ନିଜ କର୍ମଚାରୀଙ୍କ ସହ ଟଙ୍କା ହିସାବ କରୁଥିଲେ। ଏହି ସମୟରେ ତିନି ଜଣ ଯୁବକ ବାଇକ୍ରେ ସେଠାରେ ଆସି ପହଞ୍ଚି […]
ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ଏଭଳି ଶୀତ ଆହୁରି ୨ ଦିନ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଲଗାତାର ତୃତୀୟ ଦିନ ପାଇଁ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ତାପମାତ୍ରା ୩.୪ ଡିଗ୍ରୀ ଥିବା ବେଳେ […]
ଭୁବନେଶ୍ୱର: ନୂଆ ସମ୍ଭାବନା ନେଇ ଆସୁଥିବା ନୂଆବର୍ଷକୁ ଫିକା କରିପାରେ ବର୍ଷା। ଏବେ ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଏହି ଶୀତର ଲହରି ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଲାଗି ରହିବ। ତେବେ ଜାନୁଆରୀ ୧ ଓ ୨ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜାନୁଆରୀ ୧ରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, […]