ଭୁବନେଶ୍ୱର: ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆଜି ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ। ସେହିପରି ଆସନ୍ତାକାଲି ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ଧରଣର […]
କରଞ୍ଜିଆ: ରାସ୍ତା ପାର୍ଶ୍ୱ ନଳକୂପରୁ ପାଣି ଧରି ଘରକୁ ଫେରୁଥିବା ବେଳେ ମା’ ଓ ପୁଅଙ୍କୁ ଧକ୍କା ଦେଲା ଏକ ଅଜଣା ଗାଡ଼ି। ଆଉ ଘଟଣାସ୍ଥଳରେ ଚାଲିଗଲା ମା’ ଓ ପୁଅଙ୍କ ଜୀବନ। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ରାତି ପ୍ରାୟ ୯ଟା ବେଳେ ଚାଇଁନେବଦା ଗାଁର ତ୍ରିଲୋଚନ ନାୟକ, ତାଙ୍କ ପତ୍ନୀ ସବିତା […]
ଉମରକୋଟ: ପାଠ ପଢ଼ାଉ ପଢ଼ାଉ ଅମାପ ସମ୍ପତ୍ତିର ମାଲିକ ହୋଇଗଲେ ପ୍ରଧାନଶିକ୍ଷକ। କୋଟି କୋଟି ଟଙ୍କାର ସମ୍ପତ୍ତି ତାଙ୍କ ପାଖରେ ରହିଛି। ତାଙ୍କ ପାଖରେ ଥିବା ବ୍ୟାଙ୍କ ବାଲାନ୍ସଠୁ ଆରମ୍ଭ କରି କୋଠାବାଡ଼ି, ଧନ, ସମ୍ପତ୍ତି ସମ୍ପର୍କରେ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ […]
ଫୁଲବାଣୀ: ନଦୀକୁ ଗାଧୋଇବାକୁ ଯାଉଛନ୍ତି କି ? ତା’ହେଲେ ସାବଧାନ ! ଏମିତି ବି ଘଟିପାରେ। ନଦୀ ଭିତରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି କଲେଜ ଛକ ନିକଟ ସାଲୁଙ୍କୀ ନଦୀରେ ଗାଧୋଉଥିଲେ। ଏହି ସମୟରେ ହଠାତ୍ ନଦୀ ଭିତରେ ବିସ୍ଫୋରଣ ହୋଇଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ନଦୀରୁ […]
ଭୁବନେଶ୍ୱର: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ସିଏଏ, ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ୯ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସମର୍ଥନ ଜଣାଇଛି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ କାଲି କୌଣସି ଘରୋଇ ବସ୍ ରାସ୍ତାରେ […]
କାମାକ୍ଷାନଗର: ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ବାହା ହୋଇଥିଲେ। ହେଲେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମର ସାଥୀକୁ ସହ୍ୟ କରିପାରିଲେନି ସ୍ୱାମୀ। ସାମାନ୍ୟ ବଚସାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ପଙ୍ଗାତିରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ମିତା ସାହୁ। ତାଙ୍କ ସ୍ୱାମୀଙ୍କ ନାଁ ଲଳିତ ସାହୁ। ସୂଚନା ଅନୁଯାୟୀ, ଦୁଇ ବର୍ଷ […]
ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଛୁ ବୋଲି କହିଲେ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବନ୍ଦକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, “ଦରଦାମ, ବେକାରୀ, ବେରୋଜଗାରୀ ସବୁ ଜିନିଷ ବଢ଼ିଛି। ‘ସବ୍କା ସାଥ୍ ସବ୍କା ବିକାଶ’ ଯେଉଁମାନେ କହୁଥିଲେ ବର୍ତ୍ତମାନ ସବ୍କା ବିନାଶ ହେବାପାଇଁ ଯାଉଛି। ବିନାଶକାରୀ ଆର୍ଥିକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଦେଶର ଶ୍ରମିକ, କୃଷକ ଯେଉଁମାନେ ଏକାଠି ହୋଇଛନ୍ତି ତାଙ୍କୁ ଆମେ ସମର୍ଥନ ଦେଉଛୁ।” […]
ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନା ଏମ୍. ଭେଙ୍କଟ ରାଓ । ଗତକାଲି ଅଫିସ୍ କାମ ପାଇଁ ସେ ହରଡ଼ାପୁଟ ଯାଇଥିଲେ। ସାଙ୍ଗରେ ଜୟପୁର RWSS ଏସ୍ଡିଓ ଓ ଠିକାଦାର ମଧ୍ୟ ଥିଲେ। ତେବେ ଫେରିଲା ବେଳେ ଜେଇଙ୍କ କୌଣସି ସୂଚନା ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ବି. ସିଂହପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍ ଘଟଣାର […]
ଉମରକୋଟ: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି। ରଞ୍ଜିତ ପାଣିଗ୍ରାହୀଙ୍କ ରାଇଘରରେ ଥିବା ୩ଟି ବାସଭବନ, ଦୋକାନଗୃହ ସହ ସ୍କୁଲରେ ରେଡ୍ ଚାଲିଛି। ଭିଜିଲାନ୍ସ ଟିମ୍ର ୩୦ ଜଣ ସଦସ୍ୟ ୫ଟି ଟିମ୍ରେ ବିଭକ୍ତ […]
ଭୁବନେଶ୍ୱର: ସବ୍-ହିମାଳୟର ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ବର୍ଷା ଲାଗି ରହିବ। ଆସନ୍ତାକାଲି ଓଡ଼ିଶାର ୮ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ ଓ କେନ୍ଦୁଝର। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୯ ତାରିଖ ଦିନ ଉତ୍ତର ଓଡ଼ିଶା ସମେତ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଥିବା ‘ପୂଜା’ ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଜୟ ସମଦ ଏବଂ ଫ୍ରାନସିସ୍ କେର୍କେଟା। ଗତକାଲି ଅଜୟ ଓ ଫ୍ରାନସିସ୍ କାରଖାନାର ଫରନେସ୍ ସଫା କଲା ବେଳେ ଅଣନିଃଶ୍ୱାସୀ ହୋଇ ସଂଜ୍ଞାହୀନ ହୋଇଯାଇଥିଲେ। ଉଭୟଙ୍କୁ ରାତି ପ୍ରାୟ ସାଢ଼େ ୯ଟା ବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର […]
ଭୁବନେଶ୍ୱର: ଗୋଟିଏପଟେ ସୁନା ଦର ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଲଗାତର ୬ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୪ ଟଙ୍କା ୭୧ ପଇସା ହୋଇଥିବାବେଳେ ମାଲକାନଗିରିରେ ସର୍ବାଧିକ ୭୮ ଟଙ୍କା ୮୩ ପଇସା ହୋଇଛି। ସେହିପରି ଡିଜେଲ ଲିଟର ପିଛା ୭୩ ଟଙ୍କା ୭୯ ପଇସା ହୋଇଛି। ସେହିପରି ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୭୭ […]
ଭୁବନେଶ୍ୱର: ୨୦ ଦିନ ମଧ୍ୟରେ ପୂରା ବିଧାନସଭାକୁ କରାଯିବ ୱାଇ-ଫାଇ। ଏହାସହ ଏଣିକି ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍ ଓ ଦସ୍ତାବିଜ୍ କାର୍ଯ୍ୟ ଅନଲାଇନ୍ରେ ହେବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଓକାକ୍ ସହ ଏନେଇ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ବିଧାନସଭାକୁ ପେପର୍ ଲେସ୍ କରିବାକୁ ବି ଯୋଜନା କରାଯାଇଥିବା ବାଚସ୍ପତି କହିଛନ୍ତି। ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ବିଧାନସଭାରେ ର୍ନିମିତ […]
ଭୁବନେଶ୍ୱର: ଦଳୀୟ ରାଲିରେ ବିନା ହେଲ୍ମେଟ୍ରେ ବାଇକ୍ ଚଲାଇ ଫାଇନ୍ ଗଣିଲେ ବିଜେଡି କର୍ମୀ। ଦଳୀୟ କର୍ମୀଙ୍କ ସହ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ଜରିମାନା ଗଣିଛନ୍ତି। ପ୍ରାୟ ୫୦ ଜଣ ବିଜେଡି କର୍ମୀ ଜରିମାନା ଦେଇଥିବା ସୂଚନା ମିଳିଛି। କେତେକ ନିୟମ ଉଲ୍ଲଂଘନକାରୀଙ୍କୁ ଚାଲାଣ ପଠା ଯାଇଥିବା ବେଳେ ଅନ୍ୟ କେତେ ଜଣ ସ୍ୱଇଛାରେ ଜରିମାନା ଦେଇଥିବା ଜଣାପଡ଼ିଛି। ସୂଚନାଥାଉ କି, ଗତ ୨୬ ତାରିଖ […]
ଭୁବନେଶ୍ୱର: ପୁରୁଖା ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ମୀନତି ମିଶ୍ରଙ୍କ ପରଲୋକ ହୋଇଯାଇଛି। ସ୍ୱିଜରଲାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ମୀନତି ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ ଥିଲେ। ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ୧୯୪୮ରେ ପ୍ରଥମେ ଶିକ୍ଷା ଆରମ୍ଭ କରିଥିଲେ। ଏହାର ୨ ବର୍ଷ ପରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ପରେ ଗୁରୁ […]
ଭୁବନେଶ୍ୱର: କମିଲା ବର୍ଷା, ଆରମ୍ଭ ହେଲା ଶୀତ। ଗତ କିଛିଦିନ ତଳେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା। ତେବେ ବର୍ଷାର ପରିମାଣ କମିବା ପରେ ପୁଣି ଆଜିଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ଆଗକୁ ପାରଦ ଆହୁରି ଖସିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ୮ ଓ ୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ସୁନ୍ଦରଗଡ଼, […]
ଅନୁଗୁଳ: ମହଙ୍ଗା ପଡିଲା ଚଳନ୍ତା ବସ୍ରେ ମହିଳାଙ୍କୁ ଅସଦାଚରଣ। ଶେଷରେ ସର୍ବସମ୍ମୁଖରେ ଉଠ୍ବସ୍ ହେଲେ ଜଣେ ବସ୍ କଣ୍ଡକ୍ଟର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବସ୍ ଷ୍ଟାଣ୍ଡରେ। ଅନୁଗୁଳରୁ ଆଠମଲ୍ଲିକ ଯାଉଥିବା ଏକ ଘରୋଇ ବସ୍ର କଣ୍ଡକ୍ଟର ଚଳନ୍ତା ବସ୍ରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ସମ୍ପୃକ୍ତ ମହିଳା ଜଣକ କଣ୍ଡକ୍ଟରଙ୍କୁ ସର୍ବସମ୍ମୁଖରେ ଉଠ୍ବସ୍ କରାଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍ ମିଡିଆରେ […]
ରେଢାଖୋଲ: ଘରର ବଡ଼ପୁଅ ଥିଲେ, ବୟସ ମାତ୍ର ୧୭ ବର୍ଷ। ପରିବାର ପ୍ରତିପୋଷଣ କରିବାରେ କଷ୍ଟକର ହେବାରୁ ଗାଁ ପିଲାଙ୍କ ସହ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ପରିବାରର ଅଭାବ ଅନଟନ ଦୂର ହୋଇଯିବ ବୋଲି ଭାବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଦାଦନ ଖଟିବାକୁ ଯାଇଥିବା ଏହି ନାବାଳକ ଜଣକ ଶେଷରେ ଶବ ହୋଇ ଫେରିଛନ୍ତି। ଏପରି ଘଟଣା ଘଟିଛି ସମ୍ବଲପୁର […]
ଅନୁଗୁଳ (ବିରଜା ପ୍ରସାଦ ଦାସ): ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣିକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ନାଁ ବିଶ୍ୱଜିତ ନାୟକ। ଅଭିଯୋଗ ଅନୁଯାୟୀ, ନୂଆବର୍ଷ ଦିନ ବିଶ୍ୱଜିତ, ସମ୍ପୃକ୍ତ ମହିଳା ଫରେଷ୍ଟରଙ୍କୁ ଅନୁଗୁଳର ଏକ ହୋଟେଲକୁ ଫୋନ କରି ଡାକିଥିଲେ। ମହିଳା ଜଣକ ଖୋର୍ଦ୍ଧାରୁ ଯାଇ ଅନୁଗୁଳର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସହ ବିଶ୍ୱଜିତ୍ ଦୁଷ୍କର୍ମ କରିଥିବା […]
ନୀଳଗିରି: ଯେତେବେଳେ ଆମେ କାହାକୁ ଫୋନ୍ କରୁ ଯଦି ଏହାର ଉତ୍ତର ନ ମିଳେ ସାଧାରଣତଃ ଆମେ ଟିକେ ଚିଡ଼ି ଯାଉ ନ ହେଲେ ଆମକୁ ବ୍ୟତିବ୍ୟସ୍ତ ଲାଗିଥାଏ। ହେଲେ ଏଠି ତ ଘଟଣା ପୂରାପୂରି ଅଲଗା। ପତ୍ନୀଙ୍କୁ ଫୋନ୍ କରିଥିଲେ, ହେଲେ ସେ ନ ଉଠାଇବାରୁ ଦେହରେ ନିଆଁ ଲଗାଇ ଦେଲେ ସ୍ୱାମୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନୀଳଗିରି ଅଞ୍ଚଳର ଗୋପାଳ ସିଂ ନାମକ ଜଣେ ବ୍ୟକ୍ତି ଦେହରେ […]
କେନ୍ଦୁଝର(ପ୍ରଣୟ ପାଣି): ହାଟରୁ ଲେମ୍ବୁ ବିକି ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ପରେ ବାଇକ୍ରେ ନାବାଳିକାଙ୍କୁ ନେଇ ଯାଉଥିବା ବେଳେ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟି ପୀଡ଼ିତା ଜଣକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି। ଗତକାଲି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ତାଙ୍କ ୨ ଝିଅ ଅପରାହ୍ନ ପ୍ରାୟ ୪ଟା ବେଳେ ହାଟକୁ ଲେମ୍ବୁ ବିକିବାକୁ ଯାଇଥିଲେ। କିଛି ସମୟ […]
ଭୁବନେଶ୍ୱର: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା ସହ କୋହଲା ପାଗ। ଆଜି ଉପକୂଳବର୍ତ୍ତୀ ଓଡ଼ିଶା ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗିର, କେନ୍ଦୁଝର, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୫୮ ମି.ମି. ବର୍ଷା ରେକର୍ଡ କରାଯାଇଛି। […]
ନୂଆପଡ଼ା(ମାୟାଧର ସରାଫ): ସାବଧାନ ! ସହର ଭିତରେ ବୁଲୁଛନ୍ତି ଭାଲୁ। ଜଙ୍ଗଲ ଛାଡ଼ି କଲେଜ ପରିସରରେ ବୁଲିଲେ ଭାଲୁ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ନୂଆପଡ଼ା ସଦର ମହକୁମା ସ୍ଥିତ ନ୍ୟାସନାଲ୍ କଲେଜ ପରିସରରେ ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପରାହ୍ନ ପ୍ରାୟ ୪ଟାରେ କଲେଜ ପରିସରରେ ୩ଟି ଭାଲୁ ବୁଲୁଥିଲେ। ଭାଲୁମାନେ ପ୍ରାୟ ୩ ଘଣ୍ଟା ଧରି ବୁଲାବୁଲି କରିବା ପରେ ଜଙ୍ଗଲ ଭିତରକୁ ଫେରି ଯାଇଥିଲେ। ତେବେ […]
ଭୁବନେଶ୍ୱର: ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ରାଜଧାନୀରେ ଏକ ଉତ୍ସବରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଧାରଣଲୋକଙ୍କ ପାଇଁ ମୋଟ୍ ୧୯୫ଟି ଟଏଲେଟ୍ ରହିଛି। ଏଥିମଧ୍ୟରେ ସୁଲଭ ଶୌଚାଳୟ, ଇ-ଟଏଲେଟ୍, କମ୍ୟୁନିଟି ଟଏଲେଟ୍ ଓ ଟ୍ରାନ୍ସଜେଣ୍ଡର ଟଏଲେଟ୍ ଆଦି ଅନ୍ତର୍ଭୁକ୍ତ।