• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

EOcp2g_U0AE4AlG
ଘନ କୁହୁଡ଼ି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଯିବ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ଓ କୋରାପୁଟ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ତା’ ସହିତ ପୁରୀ, ଜଗତସିଂହପୁର, […]

  • Wednesday, 21 July 2021
odisha
ନଦୀ ମୁହାଣରେ ଯାଉଥିଲା, ରାସ୍ତା ଜାଣିନପାରି ସମୁଦ୍ର ଭିତରେ ପଶିଗଲା ଲଞ୍ଚ୍

ପଟ୍ଟାମୁଣ୍ଡାଇ: ଘନ କୁହୁଡ଼ି ଯୋଗୁ ବାଟବଣା ହେଲା ଯାତ୍ରୀବାହୀ ଲଞ୍ଚ୍। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆରୁ ଚାନ୍ଦବାଲି ଅଭିମୁଖେ ଯାତ୍ରା କରୁଥିବା ଏହି ଲଞ୍ଚ୍‌ଟି ବାଟବଣା ହୋଇ ସମୁଦ୍ର ଆଡ଼କୁ ଚାଲି ଯାଇଥିଲା। ସୂଚନା ଅନୁସାରେ, ଆଜି ସକାଳୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏହି ଲଞ୍ଚ୍‌ଟି ତାଳଚୁଆରୁ ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ ଘନ କୁହୁଡ଼ି ଯୋଗୁ ଲଞ୍ଚ୍‌ଟି ବାଟବଣା ହୋଇ ଚାନ୍ଦବାଲି ଯାଇ ନ ପାରି ସମୁଦ୍ର […]

  • Wednesday, 21 July 2021
accident
ଟ୍ରକ୍‌କୁ ଧକ୍କା ଦେଲା କାର୍‌

ଭୁବନେଶ୍ୱର: ଟ୍ୱିନ୍‌ ସିଟି ସମେତ ସାରା ରାଜ୍ୟକୁ ଆଜି ଆଚ୍ଛାଦିତ କରିଛି ଘନ କୁହୁଡ଼ି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ମାତ୍ରା ଅଧିକ ଦେଖିବାକୁ ମିଳିଛି। ଘନ କୁହୁଡ଼ିର ଆସ୍ତରଣ ଏତେ ମାତ୍ରା ଅଧିକ ଥିଲା ଯେ ପ୍ରାୟ ୧୦ରୁ ୧୫ ମିଟର ଦୂରରୁ କିଛି ଦେଖାଯାଉ ନ ଥିବା ଦେଖିବାକୁ ମିଳିଥିଲା। ଅଘଟଣରୁ ବର୍ତ୍ତିବା ପାଇଁ ରାସ୍ତା କଡ଼ରେ ବହୁ ଭାରି ଯାନ ଅଟକି ରହିଥିବା ନଜର ଆସିଥିଲା। ଏହାସହ ଘନ କୁହୁଡ଼ିର […]

  • Wednesday, 21 July 2021
vigilance raid
ପୂର୍ବତନ ବିଜେଡି ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ।   ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାମ ନାୟକଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି।  ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ବାସଭବନ ଓ ମଦନପୁର ରାମପୁରରେ ଥିବା ଏକ ହୋଟେଲରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି। ରେଡ୍‌ ନେଇ ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।  ୨୦୧୪ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ […]

  • Wednesday, 21 July 2021
odisha
ଶିଖ୍ ଯୁବକଙ୍କ ଘର ଆଗରେ ବିଜେଡି ନେତା ଓ ପୁଲିସ୍‌ ଅଧିକାରୀଙ୍କ ଅନ୍ଧାରୀ ବିଜେ କାହିଁକି ?

ଭୁବନେଶ୍ୱର: ଭୁବନେଶ୍ୱରରେ ଶିଖ୍ ଯୁବକ ପରବିନ୍ଦର ପାଲ ସିଂହଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ଗୋଟିଏପଟେ ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ସାଙ୍ଗେ ସାଙ୍ଗେ ଜାମିନ ମିଳି ଯାଇଥିବାବେଳେ ଅନ୍ୟପଟେ ରାତି ୧ଟାରେ ପରବିନ୍ଦରଙ୍କ ଘର ଆଗରେ ବିଜେଡି ନେତା ଓ ପୁଲିସ୍‌ ଅଧିକାରୀଙ୍କ ପଇଁତରା। ଏହି ଦୁଇ ଘଟଣା ମାମଲାକୁ ଆହୁରି ସଙ୍ଗୀନ କରିଛି। ଗତକାଲି ରାତିରେ କେଉଁମାନେ ପରବିନ୍ଦରଙ୍କ ଘରକୁ ଆସିଥିଲେ, ତାହାର ସିସିଟିଭି ଭିଜୁଆଲ […]

  • Wednesday, 21 July 2021
train
ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ୍ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଶାଳଗାଁ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ […]

  • Wednesday, 21 July 2021
odisha
ଭାଉଜର ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦିଅର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗାଁରେ ଅନ୍ଧ ବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ବନ୍ଧନୀ ଓରାମ। ତାଙ୍କ ଘର ଟିକାୟତପାଲ୍ଲୀ ଗାଁରେ। ଅଭିଯୁକ୍ତର ନାଁ ରତିକାନ୍ତ ଓରାମ। ତେବେ ଏହି ଆକ୍ରମଣରେ ଜଣେ ଦେଢ଼ ବର୍ଷର ଶିଶୁ ମଧ୍ୟ ଗୁରୁତର ଆହତ ହୋଇଛି। ସୂଚନା ଅନୁଯାୟୀ,ବନ୍ଧନୀ ତାଙ୍କ ଝିଅକୁ ଟିକିରାପୋଷ ଗାଁରେ […]

  • Wednesday, 21 July 2021
odisha
୩ ଘଣ୍ଟା କାଳ ମଝି ଚିଲିକାରେ ଫସି ରହିଲା ଡଙ୍ଗା

କୃଷ୍ଣପ୍ରସାଦ: ଘନ କୁହୁଡ଼ି ଯୋଗୁ ଚିଲିକାରେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଫସି ରହିଲା ଏକ ଯାତ୍ରୀବାହୀ ଡଙ୍ଗା। ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବାବେଳେ ଘନ କୁହୁଡ଼ି ଯୋଗୁ ନାଉରିଆ ବାଟ ଜାଣି ନ ପାରିବାରୁ ଡଙ୍ଗାଟି ଚିଲିକା ମଝିରେ ଫସି ଯାଇଥିଲା। କୁହୁଡ଼ି ଛାଡ଼ିବା ପରେ ଡଙ୍ଗାଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଜହ୍ନିକୁଦରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ଡଙ୍ଗାରେ ୩୦ଜଣ ଯାତ୍ରୀ ଓ ୧୦ଟି ବାଇକ୍‌ ଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। […]

  • Wednesday, 21 July 2021
train-derail
ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ, ୫ ଯାତ୍ରୀ ଗୁରୁତର

କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ୍ ହୋଇଛି। ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲାଇନ୍‌ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ […]

  • Wednesday, 21 July 2021
accident
ଭାରସାମ୍ୟ ହରାଇ ଓଲଟିଲା ବସ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପର୍ଶଳା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ କୋଇଡ଼ାରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିବା ‘ସଂସ୍କାର’ ନାମକ ଏହି ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ପର୍ଶଳା ନିକଟରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବହୁ […]

  • Wednesday, 21 July 2021
odisha
ମାତ୍ର ୧୦ ମିନିଟ୍‌ରେ ଲୁଟିନେଲେ ୧୩ ଲକ୍ଷ ଟଙ୍କା, ୨୫ ଭରି ସୁନା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ମାତ୍ର ୧୦ ମିନିଟ୍‌ରେ ଭୟଭୀତ କରାଇ ଘରେ ବୁଲାଇ ଦେଲେ କଳାକନା। ୧୩ ଲକ୍ଷ ଟଙ୍କା ସହ ୨୫ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ଏହା ପରେ ଆଖି ପିଛୁଳାକେ ଉଭାନ ହୋଇଗଲେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଏଁରିପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏପରି ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ସୌରଭ ଜୈନ ନାମକ ବ୍ୟବସାୟୀଙ୍କ ଘରେ ବିଳମ୍ବିତ ରାତିରେ ୬ ଜଣ ଦୁର୍ବୃତ୍ତ ପଶି ସୁନା ସହ […]

  • Wednesday, 21 July 2021
odisha
‘ମୋ ପୁଅକୁ ବାନ୍ଧିଲ, ସେ ଝିଅକୁ କାହିଁକି ଛାଡ଼ିଲ ?’

ଭୁବନେଶ୍ୱର: ଟିଣ୍ଡର୍‌ ଆପ୍‌ରୁ ଡେଟିଂ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିବା ପରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ତାଙ୍କ(ବ୍ୟାଙ୍କ ଅଧିକାରୀ) ମା’ ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି। ବ୍ୟାଙ୍କ ଅଧିକାରୀ ସୁନୀଲଙ୍କ ମା’ ଘଟଣାକୁ ପ୍ରତିବାଦ ଜଣାଇବା ସହ କେଉଁ ପରିସ୍ଥିତିରେ ଯୁବତୀଙ୍କୁ ପୁଲିସ୍‌ ଛାଡ଼ି ଦେଇଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ମୋ ପୁଅକୁ ବାନ୍ଧିଲ, ସେ ଝିଅକୁ କାହିଁକି ଛାଡ଼ିଲ ? ମୋ ପୁଅ […]

  • Wednesday, 21 July 2021
cold wave
ତାପମାତ୍ରା ବଢ଼ିବ, ଶୀତ କମିବ !

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟର ସବୁ ସ୍ଥାନରେ ତାପମାତ୍ରା ବଢ଼ିଛି। ଗତକାଲି ସୋନପୁରରେ ତାପମାତ୍ରା ୬.୦ ଡିଗ୍ରୀ ଥିବା ବେଳେ ଆଜି ୭.୦ ଡିଗ୍ରୀ ରହିଛି। ସେହିପରି ଟିଟିଲାଗଡ଼ରେ ୭.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୦ ଡିଗ୍ରୀ ଡିଗ୍ରୀ ଓ ଅନୁଗୁଳରେ ୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସବୁ ସ୍ଥାନରେ ୧ରୁ ୨ ଡିଗ୍ରୀ ମଧ୍ୟରେ ତାପମାତ୍ରା ବଢ଼ିଛି। ଆସନ୍ତା ୨୪ […]

  • Wednesday, 21 July 2021
odisha
ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡ଼ିଲେ ଆଦିବାସୀ ପରିବାର

ମାଲକାନଗିରି: ମାଓବାଦୀଙ୍କ ଭୟରେ ଥରହର ମାଲକାନଗିରିର ଗାଁ ଲୋକେ। ଆଉ ଏହି ଭୟରେ ଗାଁ ଛାଡ଼ିଛନ୍ତି କଟୁଆପଦର ଗାଁର ଏକ ଆଦିବାସୀ ପରିବାର। ଏହି ଆଦିବାସୀ ପରିବାର ଗାଁ ଛାଡ଼ି ପଳାଇଛନ୍ତି। ସୂଚନା ଅନୁସାରେ, ପୁଲିସ୍‌ ଇନଫର୍ମର ସନ୍ଦେହରେ ଗଙ୍ଗା ମାଢ଼ିଙ୍କ ପରିବାର ଲୋକଙ୍କୁ ମାଓବାଦୀ ନିସ୍ତୁକ ମାଡ଼ ମାରିଥିଲେ। ଗଙ୍ଗା ମାଢ଼ିଙ୍କ ପରିବାର ଲୋକଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ମାରିବା ସହ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଭୟରେ ସଂପୃକ୍ତ ପରିବାର ଗାଁ […]

  • Wednesday, 21 July 2021
odisha
ଦାୟିତ୍ୱରେ ଅବହେଳା ପାଇଁ ରେଲ୍‌ୱେ ପୁଲିସ୍‌ର ୪ କର୍ମଚାରୀ ନିଲମ୍ବିତ

ଝାରସୁଗୁଡ଼ା: ଦାୟିତ୍ୱରେ ଅବହେଳା ପାଇଁ ରେଲ୍‌ୱେ ପୁଲିସ୍‌ର ୪ଜଣ କର୍ମଚାରୀଙ୍କୁ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ଆରପିଏଫ ଇନ୍ସପେକ୍ଟର ଏଲ୍.କେ. ଦାସ, ଏଏସ୍ଆଇ ଏସ୍‌.କେ.କୁମାର ଏବଂ ଦୁଇ ହାବିଲଦାର ଆର.ଭି.ଠାକୁର ଏବଂ ଡି.ବକ୍ସଲା। ଦାୟିତ୍ୱରେ ଅବହେଳା ଲାଗି ଏମାନଙ୍କୁ ନିଲମ୍ବିତ କରିଛନ୍ତି ଆର୍‌ପିଏଫ୍ ଡିଜି। ଗତ ୮ତାରିଖ ରାତିରେ ରାଜ୍ୟ ଯୋଗାଣ ନିଗମର ଚାଉଳ ବରଗଡରୁ ରାଞ୍ଚି ଯାଉଥିବାବେଳେ ଝାରସୁଗୁଡାରେ ମାଲବାହୀ ଟ୍ରେନ୍‌ରୁ ୨୮୮ ବସ୍ତା ଚାଉଳ ଚୋରି ହୋଇଯାଇଥିଲା। ଚୋରି ଚାଉଳକୁ ଲୁଟେରାମାନେ ଝାରସୁଗୁଡା ରେଳ […]

  • Wednesday, 21 July 2021
school
କାଲି ସମସ୍ତ ସରକାରୀ ସ୍କୁଲ, କଲେଜ ଓ ଅଫିସ ଛୁଟି

ଭୁବନେଶ୍ୱର: ରାତି ପାହିଲେ ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ରାଜ୍ୟ ସରକାର ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି। କାଲି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ଘୋଷଣା କରିବା ପରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି। ମକର ସଂକ୍ରାନ୍ତିରେ ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠାପଣା ପ୍ରସ୍ତୁତ କରାଯାଇଥାଏ। ଏହି ପର୍ବକୁ […]

  • Wednesday, 21 July 2021
odisha
କଲେଜରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ସାଲେପୁର (ମନୋଜ ଆଚାର୍ଯ୍ୟ): କଲେଜରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କଟକ ସାଲେପୁର ଜପକୁଦ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିଜୟକୃଷ୍ଣ ମିଶ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ୧୫ ଜଣ ଅଭିଯୋଗକାରୀ। କଲେଜର ବିଭିନ୍ନ ପଦବୀରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ବିଜୟକୃଷ୍ଣ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ନକଲି ନିଯୁକ୍ତି ପତ୍ର ଦେଇ ସେମାନଙ୍କୁ ଚାକିରି ଦିଆଯାଇଥିଲା। ଏପରିକି ସେମାନେ କିଛି ଦିନ କାର୍ଯ୍ୟ […]

  • Wednesday, 21 July 2021
odisha
ବାଇକ୍ ନବରଙ୍ଗପୁରରେ, ଚାଲାଣ କଟିଲା ଝାରସୁଗୁଡ଼ାରେ

ନବରଙ୍ଗପୁର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରଠୁ ଧରପଗଡ଼ ଜୋରଦାର ଚାଲିଛି। ଏସବୁ ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ଘଟଣା। କେଉଁଠି ଟ୍ରକ୍ ଡ୍ରାଇଭରଙ୍କୁ ହେଲ୍‌ମେଟ୍‌ ପାଇଁ ଚାଲାଣ କଟାଯାଉଛି ତ ଆଉ କେଉଁଠି ଅଟୋ ଡ୍ରାଇଭରଙ୍କ ଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା। ଏହି କ୍ରମରେ ନବରଙ୍ଗପୁରରୁ ଆସିଛି ଏକ ରୋଚକ ଘଟଣା। ବାଇକ୍ ଅଛି ନବରଙ୍ଗପୁରରେ କିନ୍ତୁ ଚାଲାଣ କଟିଲା ଝାରସୁଗୁଡ଼ାରେ। ନବରଙ୍ଗପୁରର ମାନସ ରଞ୍ଜନ ଦାସ […]

  • Wednesday, 21 July 2021
representational image
ବନ୍ଦ ଘରୁ ମିଳିଲା ଦିଅର-ଭାଉଜଙ୍କ ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗାଁରେ ୨ଟି ଅଲଗା ଅଲଗା ବନ୍ଦ ଘର ଭିତରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ। ଉଭୟେ ସମ୍ପର୍କରେ ଦିଅର-ଭାଉଜ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ୨ଟି କୀଟନାଶକ ବୋତଲ ଜବତ ହୋଇଛି। ସଞ୍ଜୟ ଯୋଡ଼ାରେ ଚାକିରି କରୁଥିବା ବେଳେ ଗତକାଲି ସେ ଘରକୁ ଆସିଥିଲେ। ତେବେ ଦିଅର ଓ ଭାଉଜଙ୍କର କେମିତି ମୃତ୍ୟୁ ହେଲା, ତା’ର ପ୍ରକୃତ […]

  • Wednesday, 21 July 2021
cold wave 1
୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ଆଜି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୬ ଡିଗ୍ରୀ ସହ ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛନ୍ତି। ଏଥିସହ ପୁରୀରେ ୬.୬ ଡିଗ୍ରୀ , ଟିଟିଲାଗଡ଼ରେ ୭.୧ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ , ଭବାନୀପାଟଣାରେ ୮.୫ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୧ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ ଡିଗ୍ରୀ , ସମ୍ବଲପୁରରେ ୯.୬ ଡିଗ୍ରୀ ଓ ତାଳଚେରରେ […]

  • Wednesday, 21 July 2021
odisha
ବାଦ୍ୟ ଯନ୍ତ୍ର ବଜାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ବାଦ୍ୟ କଳା ପ୍ରଦର୍ଶନରେ ବିମୋହିତ ହେଲେ ଛାତ୍ରଛାତ୍ରୀ। ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲର ବାର୍ଷିକ ଉତ୍ସବରେ ଗିରିଧର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସେ ବାଦ୍ୟଯନ୍ତ୍ର ବଜାଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଦର୍ଶକଙ୍କର ମଧ୍ୟ ମନ ମୋହି଼ନେଇଥିଲେ। ଏହି ବାର୍ଷିକ ଉତ୍ସବରେ କୁନି କୁନି ଶିଶୁମାନେ ନୃତ୍ୟ, ସଙ୍ଗୀତ ଓ ନାଟକ […]

  • Wednesday, 21 July 2021
onion
ରାସ୍ତାରେ ଖସିଲା ପିଆଜ ବସ୍ତା, ଆଉ ତା’ପରେ...

ଝାରସୁଗୁଡ଼ା: ପିଆଜ ପାଇଁ ପଥଚାରୀଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଯିଏ ଯେମିତି ପାରିଲା ସେମିତି ତରବରିଆ ଭାବେ ପିଆଜ  ଗୋଟାଇ ବ୍ୟାଗ୍‌ରେ ଭର୍ତ୍ତି କରୁଛନ୍ତି। ବୟସ୍କ ବ୍ୟକ୍ତିଙ୍କଠୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ଏପରିକି ମହିଳାମାନେ ମଧ୍ୟ ପିଆଜ ଗୋଟାଇବାରେ ବ୍ୟସ୍ତ। ବର୍ତ୍ତମାନ ସମୟରେ  ମାଗଣାରେ ଏଭଳି ଅତ୍ୟାବଶ୍ୟକ ଜିନିଷ ପାଇଯିବା ପରେ ଲୋକଙ୍କ ମଧ୍ୟରେ ଖୁସି କହିଲେ ନ ସରେ।ଏମିତିରେ ବି ଆଜିକାଲି ପିଆଜ ଦର ଯାହା ହେଲାଣି ଏଭଳି ଘଟଣା ସ୍ୱାଭାବିକ। ଝାରସୁଗୁଡ଼ା ଜିଲ୍ଲା […]

  • Wednesday, 21 July 2021
odisha
‘ଏମିତି ପୁଅ ଦରକାର ନାହିଁ’

ନୂଆପଡ଼ା: ଯେଉଁ ପୁଅ ନିଜ ରକ୍ତ ସମ୍ପର୍କୀୟକୁ ବଳି ଦେବାକୁ ପଛାଇଲା ନାହିଁ, ମାଆ ପେଟର ଭଉଣୀକୁ ବି ବଳି ଦେଇ ଦେଲା, ସେପରି ପୁଅ ଦରକାର ନାହିଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ସେ ମରିଯିବା ଭଲ ବୋଲି କୋହଭରା କଣ୍ଠରେ ଅତ୍ୟନ୍ତ କ୍ଷୋଭ, ଦୁଃଖ, ହତାଶାରେ ଏ କଥା  କହିଛନ୍ତି ଜଣେ ମା’। ରୁକ୍ମିଣୀ ରଣା, ତାଙ୍କର ୧୨ ବର୍ଷର ଝିଅକୁ ତାଙ୍କ ପୁଅ ଶୋଭାବନ ବଳି ଦେଇ ଦେଇଥିବା ଅଭିଯୋଗ ହୋଇଛି। […]

  • Wednesday, 21 July 2021
arrest
ମାର୍କେଟ ବିଲ୍ଡିଂରେ ଗଣ୍ଡଗୋଳ ଘଟଣା: ଆଉ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍ ମୋଟ ୨୨ ଜଣଙ୍କୁ ଗିରଫ କରି ସାରିଲାଣି। ଏବେ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ସମସ୍ତେ ନାବାଳକ। ଏମାନେ ସ୍କୁଲ, କଲେଜରେ ପଢୁଥିବା ସୂଚନା ମିଳିଛି। ଆଗରୁ କମିଶନରେଟ ପୁଲିସ୍‌ ଏହି ମାମଲାରେ ୧୮ ଜଣଙ୍କୁ ଧରିଥିଲା। ଗତ ଶୁକ୍ରବାର ସଂଧ୍ୟାରେ ୨୫-୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ […]

  • Wednesday, 21 July 2021
winter
୧୦ ଡିଗ୍ରୀ ତଳେ ୧୩ଟି ସହର; ସୋନପୁର ସବୁଠୁ ଥଣ୍ଡାର ସହର

ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ପୁଣି ଥରିଲା ସୋନପୁର। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୁଳରେ ୬ ଡିଗ୍ରୀ, ଟିଟିଲାଗଡ଼ରେ ୬.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୮.୪ ଡିଗ୍ରୀ, କେନ୍ଦୁଝରରେ ୮.୮ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ, ବଲାଙ୍ଗିରରେ ୯ ଡିଗ୍ରୀ, ସମ୍ବଲପୁରରେ ୯ ଡିଗ୍ରୀ, ଭବାନୀପାଟଣାରେ ୯.୩ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୫ ଡିଗ୍ରୀ ଓ ବାଲେଶ୍ୱରରେ ୯.୮ […]

  • Wednesday, 21 July 2021