• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ଟୋକନ୍‌ ସମସ୍ୟା ପଚାରିବା ପାଇଁ ଯାଇଥିଲେ, ଖାଇଲେ ଗୋଇଠା

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଜଗନ୍ନାଥପୁର ସମବାୟ ସମିତି ଧାନ ମଣ୍ଡିରେ ଜଣେ ଚାଷୀଙ୍କୁ ଗୋଇଠା ମାଡ଼ ମରା ଯାଇଛି। ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଜଣେ ଚାଷୀଙ୍କୁ ସର୍ବ ସମ୍ମୁଖରେ ଅଶ୍ଲୀଳ ଭାଷା ସହ ଗୋଇଠା ମାରିଥିବା ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିସହ ସମବାୟ ସମିତିରେ ଡାଟା ଏଣ୍ଟ୍ରି କାମ କରୁଥିବା ଅଶୋକଙ୍କ ପୁଅ ମଧ୍ୟ ସମ୍ପୃକ୍ତ ଚାଷୀଙ୍କୁ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। […]

  • Thursday, 22 July 2021
Lord Jagannath
ଓଡ଼ିଶା ସମେତ ମୋଟ୍‌ ୭ଟି ରାଜ୍ୟରେ ରହିଛି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଭୂ-ସଂପତ୍ତି

ଭୁବନେଶ୍ୱର: ଘରୋଇ ୟେସ୍ ବ୍ୟାଙ୍କରେ ଏବେ ବି ରହିଛି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ  ୫୪୫ କୋଟି ଟଙ୍କା। ବିଧାନସଭାରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତର ଅନୁସାରେ, ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମୋଟ ପାଣ୍ଠିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ୪୪୪ ଟଙ୍କା। ଗତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ଜମା ଥିଲା। ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ରହିଥିଲା। ଏହା […]

  • Thursday, 22 July 2021
odisha
ବ୍ରାଉନସୁଗର ବେପାରକୁ ବିରୋଧ କରିବାରୁ ବୋମା ମାଡ଼, ଆକ୍ରମଣ

ପିପିଲି: ପୁରୀ ଜିଲ୍ଲା କଣ୍ଟି ପଞ୍ଚାୟତର କାକୁଡ଼ିଆ ଗାଁରେ ବ୍ରାଉନସୁଗର ବେପାରକୁ ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼ ହୋଇଛି। ଏଥିସହ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଗୁରୁତର ଯୁବକଙ୍କ ନାଁ ଅଜୟ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗୁରୁତର ଯୁବକ ସ୍ଥାନୀୟ ଅଞ୍ଚଳରେ ନିଶା କାରବାରକୁ ବିରୋଧ କରୁଥିଲେ। ଏନେଇ ଦୁର୍ବୃତ୍ତମାନେ ସମ୍ପୃକ୍ତ ଯୁବକଙ୍କୁ […]

  • Thursday, 22 July 2021
odisha
ସ୍ୱାମୀ କାହାର ?

ଭୁବନେଶ୍ୱର: ଜଣେ ସ୍ୱାମୀ, ୨ ଜଣ ସ୍ତ୍ରୀ। ଜଣଙ୍କୁ ପରିବାର ଲୋକଙ୍କ ସହମତିରେ ବିବାହ କରିଥିବାବେଳେ ଆଉ ଜଣଙ୍କୁ ଚୋରା ପୀରତିରେ ବିବାହ କରିଛନ୍ତି ଜଣେ ଯୁବକ। ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚା। କେନ୍ଦୁଝରର ଶଶାଙ୍କ ଶେଖର ମହନ୍ତ ନାମକ ଜଣେ ଯୁବକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ନିଜକୁ ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି, […]

  • Thursday, 22 July 2021
lightning
ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ଯାଏ ୧୨ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ଦେବଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଓ କନ୍ଧମାଳ।

  • Thursday, 22 July 2021
representational image
ସାଇକେଲରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବାବେଳେ ସାଇକେଲରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକରେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଭଉଁରା ସ୍କୁଲର ଛାତ୍ର ଈଶ୍ୱର ରୋହିଦାସ ଆଜି ବାଗଡ଼ିହି ହାଇସ୍କୁଲକୁ ସାଇକେଲ ଯୋଗେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିଲେ। ତେବେ ପରୀକ୍ଷା କେନ୍ଦ୍ର ନିକଟରେ ସେ ସାଇକେଲରୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ […]

  • Thursday, 22 July 2021
odisha
ଲାଞ୍ଚ ନେଇ ଫସିଲେ ଆର୍‌ଟିଓ

ନବରଙ୍ଗପୁର: “ବେଶୀ ଯୁକ୍ତିତର୍କ କରନା। କାହାକୁ କେତେ ପଇସା ଦେଇଥିଲୁ କହ, ତୁ ତୋର ପଇସା ପାଇଲେ, କଥା ଛିଣ୍ଡିଲା।” ଏକ ଭିଡିଓରେ ଏପରି କହି ଅଡ଼ୁଆରେ ପଡ଼ିଛନ୍ତି ନବରଙ୍ଗପୁର ଆରଟିଓ। ନିଜ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ସେ ନେଇଥିବା ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ନିଜେ ବି ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି। ସ୍ଥାୟୀ ଚାକିରି କରାଇ ଦେବାକୁ ଜଣେ ଯୁବକଙ୍କଠାରୁ ନେଇଥିବା ଲାଞ୍ଚ ଟଙ୍କା ସମ୍ପର୍କରେ ବଖାଣି ଏପରି […]

  • Thursday, 22 July 2021
odisha
ପାହାଡ଼ ଉପରୁ ମିଳିଲା ନରକଙ୍କାଳ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆଞ୍ଜିଆପେଟା ଛକ ନିକଟ ନୂଆସାହି ପାହାଡ଼ ଉପରୁ ଏକ ନରକଙ୍କାଳ ମିଳିଛି। ଉଦ୍ଧାର କରାଯାଇଥିବା ଏହି ନରକଙ୍କାଳ ପାଖରୁ ସିଆର୍‌ପିଏଫ୍‌ ୟୁନିଫର୍ମ ଓ ପରିଚୟ ପତ୍ର ମିଳିଥିବାରୁ ଏହି କଙ୍କାଳ ଜଣେ CRPF ଯବାନଙ୍କ ମୃତଦେହ ହୋଇଥିବାର ସନ୍ଦେହ କରାଯାଉଛି। ଏହାକୁ ନେଇ ଏବେ ତନାଘନା ଚାଲିଛି। ପରିଚୟପତ୍ରରେ ଧରମ ଦେବ ନାଁ ଲେଖାଯିବା ସହ ଠିକଣାରେ ଉତ୍ତରପ୍ରଦେଶ ଲେଖା ଅଛି। ଶେଷଖାଲ ଥାନା ଅଞ୍ଚଳରେ ଥିବା କ୍ୟାମ୍ପରେ ସେ କାର୍ଯ୍ୟରତ ଥିଲେ […]

  • Thursday, 22 July 2021
odisha
କପି ରୋକିବାକୁ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି

କାମାକ୍ଷାନଗର: ମହଙ୍ଗା ପଡିଲା ମାଟ୍ରିକ୍‌ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଖୁଲମ୍‌ଖୁଲା କପି ଯୋଗାଇ ଦେବା। କପି ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଜାରି ହୋଇଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ ସୂଚନା ଦେଇଛନ୍ତି। ପୁଲିସ୍‌ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। […]

  • Thursday, 22 July 2021
rainfall
୩ ଦିନ ଯାଏ ବର୍ଷା !

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଲାଗି ରହିଛି। କିଛି ଜିଲ୍ଲାରେ ବର୍ଷା ମଧ୍ୟ ହେଉଛି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ଦିନ ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ଓ ଆସନ୍ତାକାଲି ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୬ ତାରିଖ ବେଳକୁ ଅଳ୍ପ […]

  • Thursday, 22 July 2021
elephant
ରାଜଧାନୀ ମୁହାଁ ନରହନ୍ତା ଦନ୍ତା

ଭୁବନେଶ୍ୱର: ପିପିଲି ପରେ ଏବେ ରାଜଧାନୀ ଭୁବନେଶ୍ୱର ମୁହାଁ ହୋଇଛି ନରହନ୍ତା ଦନ୍ତା। ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ନରହନ୍ତା ଦନ୍ତା ପହଞ୍ଚି ଥିବାବେଳେ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିବା ଏହି ଦନ୍ତା ଆକ୍ରମଣରେ ଗତକାଲି ପୁରୀ ଜିଲ୍ଲା ପିପିଲିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଅବସ୍ଥା ଗୁରୁତର ରହିଛି। ବିଳମ୍ବିତ ରାତିରେ […]

  • Thursday, 22 July 2021
rainfall
୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: କିଛି ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ପରେ ଆଜି ପାଗରେ ପରିବର୍ତ୍ତନ ଆସିଛି। ଆଜି ସକାଳୁ ସକାଳୁ ପାଗ କୋହଲା ରହିଥିବା ଦେଖିବାକୁ ମିଳିଛି। ଆଜି ୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦିନ ୧୨ଟା ଯାଏ ସତର୍କ ରହିବାକୁ ନୟାଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।

  • Thursday, 22 July 2021
fire
ନିଆଳି ତହସିଲ୍‌ ଅଫିସ୍‌ରେ ନିଆଁ

ନିଆଳି: କଟକ ନିଆଳି ତହସିଲ୍‌ ଅଫିସ୍‌ରେ ଅଗ୍ନିକାଣ୍ଡ। ନିଆଁ ଲାଗି ବହୁ ଗରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବରପାଇ ନିଆଳି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ସାଢ଼େ ୪ଟା ସମୟରେ କମ୍ପ୍ୟୁଟର ସେକ୍ସନରୁ ଧୂଆଁ ବାହାରୁଥିବା ଦେଖି ଜଣେ ଜଗୁଆଳୀ ଅନ୍ୟ କର୍ମଚାରୀଙ୍କୁ ଖବର […]

  • Thursday, 22 July 2021
drown
ଅଧା ରହିଗଲା ପରୀକ୍ଷା, ପାଣିରେ ବୁଡ଼ି ଚାଲିଗଲା ଜୀବନ

ମୋହନା: ମାଟ୍ରିକ୍‌ ପରୀକ୍ଷା ଦେବା ପୂର୍ବରୁ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ଚନ୍ଦ୍ରଗିରି ଫାଣ୍ଡି ଗୋବିନ୍ଦପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ର ଜଣକ ଆଜି ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସକାଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ ଛାତ୍ର ଜଣକ। ଗାଁ ଲୋକେ ସମ୍ପୃକ୍ତ ଛାତ୍ରଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ […]

  • Thursday, 22 July 2021
representational image
ବାପାକୁ ଠେଙ୍ଗାରେ ପିଟିପିଟି ମାରି ଦେଲା ପୁଅ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ବାପାକୁ ଠେଙ୍ଗାରେ ପିଟିପିଟି ମାରି ଦେଲା ପୁଅ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ ଜଣେ ବ୍ୟକ୍ତି ନିଜ ବାପାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପାଳ ନାଏକ। ପୁଲିସ୍‌ ଅଭିଯୁକ୍ତ ପୁଅ ଜିତେନ ନାଏକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗତକାଲି ଗୋପାଳ ଓ ତାଙ୍କ ପୁଅ ଜିତେନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ […]

  • Thursday, 22 July 2021
odisha
କାଠଯୋଡ଼ି ପଠାରୁ ମିଳିଲା ମୃତଦେହ

କଟକ: କଟକ ଖାନନଗର ନିକଟ କାଠଯୋଡ଼ି ପଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳେ ନଦୀ ପଠାରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ବାଦାମବାଡ଼ି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି ପୁଲିସ୍‌। ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ […]

  • Thursday, 22 July 2021
Fire
ଜେକେ ପେପର ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସ୍ଥିତ ଜେକେ ପେପର ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ସନ୍ଧ୍ୟାରେ ପେପର ମିଲ୍‌ର ଗୋଦାମରେ ନିଆଁ ଲାଗି ଯାଇଥିଲା। ନିଆଁରେ ଅନେକ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟ୍‌ ଯୋଗୁ ପେପର ମିଲ୍‌ରେ ନି‌ଆଁ ଲାଗିଥିବା ସନ୍ଦେହ କରାଯାଉଛି।

  • Thursday, 22 July 2021
odisha
ଦାଦନ ଦୁଃଖର କରୁଣ ଚିତ୍ର: ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି ୫ ଜୀବନ

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖର କରୁଣ ଚିତ୍ର ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସପ୍ତାହକ ମଧ୍ୟରେ ୨ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗନିଆରୀ ଗାଁର ବିଳାଶିନୀ ବାଗ୍‌ ଓ ସିନାପାଲି ବ୍ଲକ୍‌ ଅନ୍ତର୍ଗତ ମାଲପଡା ଗାଁର ଜିତେନ୍ଦ୍ର ମାଝୀ। ତେବେ ଜିତେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିଥିବା ବେଳେ ଅର୍ଥାଭାବରୁ ବିଳାଶିନୀଙ୍କ ମୃତଦେହକୁ ଗାଁକୁ ଆସି ପାରି ନାହିଁ। ଏଥିସହ ବିଳାଶିନୀଙ୍କ ପରିବାରର […]

  • Thursday, 22 July 2021
tv-blast-11
ଟିଭି ଫାଟି ସ୍ତ୍ରୀ ମୃତ; ସ୍ୱାମୀ, ଛୁଆ ଗୁରୁତର

ସୁନ୍ଦରଗଡ଼: ଟିଭି ଫାଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଓ ୬ମାସର ଶିଶୁ ଗୁରୁତର ହୋଇପଡ଼ିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଧୁରୁହାଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବବି ନାଏକ। ଗତକାଲି ସନ୍ଧ୍ୟାରେ ଲହଣ୍ଡାବୁଡ଼ ଗାଁର ଡିଲେଶ୍ୱର ନାଏକଙ୍କ ପରିବାର ଲୋକେ ଟିଭି ଦେଖୁଥିବାବେଳେ ଏହି ଅଘଟଣ ଘଟିଥିଲା। ହଠାତ୍‌ ଟିଭିଟି ସର୍ଟ ସର୍କିଟ ହୋଇ ଫାଟି ଯାଇଥିଲା। ଫଳରେ ଡିଲେଶ୍ୱରଙ୍କ ସହ ତାଙ୍କ ପତ୍ନୀ […]

  • Thursday, 22 July 2021
accident
ପିକ୍‌ଅପ୍‌ ଭ୍ୟାନ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜୀବନ

ସୋନପୁର: ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ୍‌ ବଜାଇବା ପାଇଁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଖେମାଲୋଏ ଗାଁର ତେଜରାଜ ବାଗ, ଉତ୍ତମ ଡଙ୍ଗରିଆ ଓ ଝାରବାହଲି ଗାଁର ବାବୁଲା ମହାକୁଡ଼। ବାବୁଲା ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଖେମାଲୋଏ ଗାଁରୁ ଏକ ବ୍ୟାଣ୍ଡ୍‌ […]

  • Thursday, 22 July 2021
Karanjia-1
ଗର୍ଭବତୀ ମହିଳାଙ୍କୁ ଉଠ୍‌ବସ୍‌ କରାଇଲେ ମହିଳା ଫରେଷ୍ଟ ଗାର୍ଡ

କରଞ୍ଜିଆ: କାଠ ଚୋରି କରିଥିବା ସନ୍ଦେହରେ ଜଣେ ଗର୍ଭବତୀ ମହିଳାଙ୍କୁ କରଞ୍ଜି‌ଆ ଦୁଧିଆଣି ରେଞ୍ଜର ମହିଳା ଫରେଷ୍ଟ ଗାର୍ଡ ମାଡ଼ ମାରିବା ସହିତ ଉଠ୍‌ବସ୍‌ କରାଇଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଫରେଷ୍ଟ ଗାର୍ଡଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନା ଅନୁଯାୟୀ, ବାରାହାପାଣପୋଷି ଗାଁରେ ରହୁଥିବା ସମ୍ପୃକ୍ତ ମହିଳାଙ୍କ ବାପ ଘର ଲୋକେ କାଠ ଚୋରି କରି ରଖିଥିବା […]

  • Thursday, 22 July 2021
bjd
ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା

ଭୁବନେଶ୍ୱର: ବିଜେଡିର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହୋଇଥିବା ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବା ବେଳେ ୧୯ ନୂଆ ମୁହଁ ରହିଛନ୍ତି। ଭୁବନେଶ୍ୱର ପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଷ ସାମନ୍ତରାୟ, ଗଞ୍ଜାମ ପାଇଁ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖୋର୍ଦ୍ଧା ପାଇଁ ବିଭୂତି ଭୂଷଣ ବଳବନ୍ତରାୟ, ମୟୂରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି, ପୁରୀ ପାଇଁ ମହେଶ୍ୱର ମହାନ୍ତି, ରାଉରକେଲା […]

  • Thursday, 22 July 2021
odisha
ପାହାଡ଼ରୁ ଖସିଲା ପଥର, ୧୫ ଶ୍ରଦ୍ଧାଳୁ ଆହତ

ବୀରମିତ୍ରପୁର/ରାଉରକେଲା: ଆଜି ପବିତ୍ର ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ କରୁଛନ୍ତି। ଏସବୁ ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ କନ୍ଦରକେଲା ଜଟିଆ ବାବା ପାହାଡ଼ରୁ ପଥର ଖସି ୧୫ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତୁର ରହିଛି। ସେମାନଙ୍କୁ RGHକୁ […]

  • Thursday, 22 July 2021
odisha
ପୋଖରୀ ଭିତରେ ପଶି ଗଲା ଭ୍ୟାନ୍‌

ଉଦଳା (ମାନସ ପାଣି): ପୋଖରୀ ଭିତରେ ପଶି ଗଲା ଭ୍ୟାନ୍‌। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଆଜି ସକାଳେ ଏହି ଘଟଣା ଘଟିଛି। ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ଗାଡ଼ିରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଉଦଳାର ସର୍ବପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ସଞ୍ଜିତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ମହାଶିବରାତ୍ରି ପାଇଁ ପରିବାର ଲୋକଙ୍କ ସହ ମନ୍ଦିର ଯିବାକୁ ଆଜି ସକାଳୁ ବାହାରି ଥିଲେ। […]

  • Thursday, 22 July 2021
vlcsnap-error000
ଆଜି ପବିତ୍ର ମହାଶିବରାତ୍ରି: ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି। ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଆଜି ଭୋର ୩ଟାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଛି। ଏହାପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ପ୍ରଥମ ଥର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସହ ମନ୍ଦିର ବେଢାକୁ ବିଭିନ୍ନ ଫୁଲରେ ସଜା ଯାଇଛି। ଏଥିପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ […]

  • Thursday, 22 July 2021