• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

salepur
ଛେଳି ଚୋରି କରିବାକୁ ଆସିଥିଲେ, ଖାଇଲେ ଉତ୍ତମ ମଧ୍ୟମ

ସାଲେପୁର: ଛେଳି ଚୋରି କରିବାକୁ ଆସି ଇଲ୍ରେକ୍ଟ୍ରି ଖୁଣ୍ଟରେ ବନ୍ଧା ହେଲା ଚୋର।  ଆଉ ଉତ୍ତମ ମଧ୍ୟମ ଛେଚିଲେ ଗାଁ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଧର୍ମାଗତପୁର ଗାଁରେ। ଗତକାଲି ବିଳମ୍ୱିତ ରାତିରେ ୫ରୁ ଅଧିକ ଚୋର ଗୋରୁ ଓ ଛେଳି ଚୋରି କରିବା ପାଇଁ ଗାଁକୁ ଆସିଥିଲେ। ସେମାନେ ଗାଁର ଗୋବିନ୍ଦ ଚନ୍ଦ୍ର ମଳିକଙ୍କ ଗୁହାଳରେ ପଶି ତାଙ୍କ ଛେଳିକୁ ନେଇ ପଳାଇ ଯାଉଥିଲେ। ଏହି ସମୟରେ […]

  • Thursday, 22 July 2021
kidnap 1
କଲେଜରୁ ଘରକୁ ଫେରୁଥିବାବେଳେ ଛାତ୍ରୀଙ୍କୁ ଅପହରଣ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ପୁଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖିଛି। ଏଥିସହ ଏକ କାର୍‌ ଜବତ କରିଛି। ସୂଚନା ଅନୁସାରେ, ଗତକାଲି ଛାତ୍ରୀ ଜଣକ ସାଇକେଲ ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ। ଏହି ସମୟରେ ଛାତ୍ରୀଙ୍କ ଜଣକ ଚିତ୍କାର କରିଥିଲା। ଯାହାକୁ ଶୁଣି ସେଠାରେ ଥିବା ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ। […]

  • Thursday, 22 July 2021
amit-shah-11
ଏକାଠି ଖାଇବେ ନବୀନ-ଶାହ, ପରଷା ଯିବ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଖାଲି ଅମିତ ଶାହ ନୁହଁନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନବୀନ ନିବାସରେ ଆଜି ମଧ୍ୟାହ୍ନ ଭୋଜନ କରିବେ। ଏଥିଲାଗି ଭବ୍ୟ ଆୟୋଜନ କରାଯାଇଛି। ହୋଟେଲ୍‌ ମେ’ ଫେୟାର୍‌ରୁ ଖାଦ୍ୟ ଆସିଥିବା ଜଣାପଡ଼ିଛି।  ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏହି ଫୁଡ୍‌ ମେନ୍ୟୁରେ ଓଡ଼ିଆ ଖାଦ୍ୟ ମଧ୍ୟ ରହିଛି। […]

  • Thursday, 22 July 2021
naveen patnaik
ଓଡ଼ିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ଦାବି କରିଛନ୍ତି। ଲଗାତର ଭାବେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ପାଇଁ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି। ସ୍ପେଶାଲ ଫୋକସ୍ ଷ୍ଟେଟ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ, ଟେଲି ଯୋଗାଯୋଗ, ରେଲ୍‌ୱେ ଏବଂ ସଡ଼କର ବିକାଶ ପ୍ରସଙ୍ଗ ମଧ୍ୟ ଦାବିରେ ଉଲ୍ଲେଖ କରିଛନ୍ତି। ଟେଲି, ବ୍ୟାଙ୍କ, ରେଳ ଓ ରୋଡ୍ ଘନତ୍ୱରେ ପୂର୍ବାଞ୍ଚଳ […]

  • Thursday, 22 July 2021
ganja
କଦଳୀ କାନ୍ଧି ଗାଡ଼ିରେ ଚାଲାଣ ହେଉଥିଲା ଏମିତି ଜିନିଷ...

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଗାଡ଼ିରେ ହେଉଛି ଗଞ୍ଜେଇ ଚୋରା  ଚାଲାଣ। ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ପୁଲିସ୍‌ ନିକଟରୁ ବର୍ତ୍ତିବା ପାଇଁ ଦୁର୍ବୃତ୍ତମାନେ ଏଭଳି କିଛି ନୂଆ ପନ୍ଥା ଆପଣାଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଭୁବନେଶ୍ୱରକୁ ଏକ ଟ୍ରକ୍ ଯୋଗେ କଦଳୀ କାନ୍ଧି ଆସୁଥିବା ବେଳେ ଏହି ଗାଡ଼ିକୁ ଅଟକା ଯିବାରୁ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ଗାଡ଼ି ଭିତରେ ଥିବା କଦଳୀ କାନ୍ଧି ତଳେ […]

  • Thursday, 22 July 2021
odisha
ଆର୍‌ଟିଓ କାର୍ଯ୍ୟାଳୟ ପରିସରରେ ପାନ ଛେପ ପକାଇ ଗଣିଲେ ୫୦୦ ଟଙ୍କା ଫାଇନ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜିଠାରୁ ରାଉରକେଲା ଆର୍‌ଟିଓ କାର୍ଯ୍ୟାଳୟ ଭିତରରେ ପାନ, ଗୁଟଖା ଖାଇବାକୁ ବାରଣ କରାଯାଇଛି। ଆରଟିଓ କର୍ମଚାରୀଙ୍କ ସହିତ ସାଧାରଣ ଲୋକ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ କଟକଣା ଜାରି କରିଛନ୍ତି। ଏଣିକି ପାନ କିମ୍ୱା ଗୁଟଖା ଖାଇ କାର୍ଯ୍ୟାଳୟ ପରିସରରେ ଛେପ ପକାଇଲେ ତଣ୍ଡ ଗଣିବାକୁ ପଡ଼ିବ। ଆର୍‌ଟିଓ କାର୍ଯ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ଏଭଳି ଏକ ପଦକ୍ଷପ ନିଆଯାଇଥିବା ଆର୍‌ଟିଓ କହିଛନ୍ତି। ତେବେ ଏହି ନିୟମ […]

  • Thursday, 22 July 2021
odisha
ମାଟ୍ରିକ୍‌ ହବ୍‌ ସେଣ୍ଟରରେ ଅଗ୍ନିକାଣ୍ଡ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଛି। କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ହବ୍‌ ସେଣ୍ଟର କରାଯାଇ ଏଠାରେ ନୀଳଗିରି ବ୍ଲକ୍‌ର ସମସ୍ତ ସ୍କୁଲ ଓ ଔପଦା ବ୍ଲକର କେତେକ ସ୍କୁଲ ପାଇଁ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ରଖାଯାଇଛି। ଏଥିନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ତେବେ ଗତ ରାତି ପ୍ରାୟ ୧୦ଟା ୩୦ରେ ପ୍ରଶ୍ନପତ୍ର ରଖାଯାଇଥିବା ପାଖ ରୁମ୍‌ରୁ ପ୍ରବଳ […]

  • Thursday, 22 July 2021
odisha
ମହାନଦୀକୁ ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଗଡ଼ାରେ ଗାଧୋଉଥିବା ବେଳେ ଜଣେ ୧୨ ବର୍ଷର ନାବାଳକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ନାବାଳକଙ୍କ ନାଁ ରୁଦ୍ର ନାରାୟଣ ଦାସ। ତାଙ୍କ ଘର ରାହାଡ଼ିଙ୍ଗା ଗାଁରେ। ସେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ରୁଦ୍ର କୋଟକଣା ସ୍ଥିତ ମାମୁ ଘରେ ରହି ପାଠ ପଢ଼ୁଥିଲେ। ଗତକାଲି ମଧ୍ୟାହ୍ନରେ ରୁଦ୍ର ନିଜ ସାଙ୍ଗମାନଙ୍କ ସହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଅସାବଧାନତାବଶତଃ ସେ ପାଣିରେ ବୁଡ଼ି […]

  • Thursday, 22 July 2021
naveen
୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଅନୁଷ୍ଠାନ ପାଇଁ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ସେଥିରେ ବରଗଡ଼ର ଶ୍ରୀ ନୃସିଂହନାଥ ମନ୍ଦିର, ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବଲାଙ୍ଗିରର ହରିଶଙ୍କର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢେଙ୍କାନାଳର କପିଳାସ […]

  • Thursday, 22 July 2021
traffic
ମାର୍ଚ୍ଚ ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି, ଜୋରଦାର ହେବ ଚେକିଂ

ଭୁବନେଶ୍ୱର: ଏଣିକି ମାର୍ଚ୍ଚ ପହିଲାରୁ ଜୋରଦାର ଧରପଗଡ଼ ସହ  କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ଉପରେ ପଡ଼ିବ ମୋଟା ଅଙ୍କର ଜରିମାନା। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଟ୍ରାଫିକ୍‌ ନିୟମକୁ ନେଇ ରାଜ୍ୟ ସରକାର କୋହଳ କରିଥିବା ତାରିଖ ପୂରିବାକୁ ହାତରେ ମାତ୍ର ଆଉ ଦିନ କେଇଟା ଅଛି। ନୂଆ ସଂଶୋଧନ ମୋଟରଯାନ ଆଇନ୍‌ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଜରିମାନା ଆଦାୟକୁ କଡ଼ାକଡ଼ି କରାଯିବ ବୋଲି ରାଜ୍ୟ ପରିବହନ […]

  • Thursday, 22 July 2021
suchitra-1-1
ମରି ବି ଅମର: ଅଙ୍ଗଦାନ କରି ଦୁଇ ଦୁଇଟି ଜୀବନ ବଞ୍ଚାଇଲେ ସୁଚିତ୍ରା

ଭୁବନେଶ୍ୱର: ମରି ବି ଅମର ହୋଇଗଲେ। ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଥିଲେ ବି ଆଜି ବି ସେ ଅମର। ନିଜେ ମରି ବି ଆଉ ୨ ଅମୂଲ୍ୟ ଜୀବନ ବଞ୍ଚାଇ ଦେଇଗଲେ କଟକର ସୁଚିତ୍ରା ଦାସ। କାଡାଭେରିକ ପଦ୍ଧତିରେ ଅଙ୍ଗଦାନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡ଼ିଶା। ବ୍ରହ୍ମପୁରର ପ୍ରିୟଙ୍କାଙ୍କ ପରେ ଏଥର ଉଦାହରଣ ସୃଷ୍ଟି କରିଛନ୍ତି କଟକ ରାଜା ବଗିଚା ଲେବର କଲୋନୀ ଅଞ୍ଚଳରେ ରହୁଥିବା ସୁଚିତ୍ରା ଦାସ। ସୂଚନା ଅନୁଯାୟୀ, ୫୬ ବର୍ଷୀୟା ସୁଚିତ୍ରା […]

  • Thursday, 22 July 2021
doctor farewell
ଡାକ୍ତର ବାବୁଙ୍କୁ ଅଶ୍ରୁଳ ବିଦାୟ ଦେଲେ ଗାଁ ଲୋକେ

ଭବାନୀପାଟଣା: ଡାକ୍ତର ବାବୁଙ୍କ ବଦଳି ପରେ ତାଙ୍କୁ ଅଶ୍ରୁଳ ବିଦାୟ ଦେଲେ ଗାଁ ଲୋକେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ। ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ରଥଙ୍କ ନିକଟରେ ପୁରୀ ଜିଲ୍ଲା ପିପିଲି ଡାକ୍ତରଖାନାକୁ ବଦଳି ହୋଇଥିଲା। ହେଲେ ଗତକାଲି ଡାକ୍ତର ବାବୁଙ୍କୁ ବିଦାୟ ସମ୍ୱର୍ଦ୍ଧନା ଦେଲା ବେଳେ ଗାଁ ଲୋକେ ଭାବବିହ୍ୱଳ ହୋଇପଡ଼ିଥିଲେ। ୨୦୧୫ ମସିହାରେ ଡାକ୍ତର ଅବିନାଶ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାବେ ଯୋଗ ଦେଇଥିଲେ। […]

  • Thursday, 22 July 2021
odisha
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଙ୍କୀ: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷୟିତ୍ରୀ। ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭିଜିଲାନ୍ସ ଧରିଛି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଲେ କଟକ ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ରଗଣି ସାହି ପ୍ରାଥମିକ ବିଦ୍ୟାଳୟର ରଶ୍ମୀପ୍ରଭା ଶତପଥୀ। ସାର୍ଟିଫିକେଟ୍‌ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଖୋର୍ଦ୍ଧା ଭିଜିଲାନ୍ସ […]

  • Thursday, 22 July 2021
khallikote
ଏକକ ବିଶ୍ୱବିଦ୍ୟାଳୟ ହେବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ୨୦୧୫ ମେ’ ୩୦ରେ ଖଲ୍ଲିକୋଟ, କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା। କିନ୍ତୁ ଆଖିଦୃଶିଆଅ ସଫଳତା ନ ପାଇବାରୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର କରଯାଇଛି। ଏହା ବଦଳରେ ଏହା ଏକକ ବିଶ୍ୱବିଦ୍ୟାଳୟ ଭାବେ ଉଚ୍ଚତର ଗବେଷଣାରେ ଉତ୍କର୍ଷ ଗୁରୁତ୍ୱ […]

  • Thursday, 22 July 2021
marriage
ହାତଗଣ୍ଠି ପଡ଼ିବା ପୂର୍ବରୁ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌

କଟକ: ବାହାଘର ପାଇଁ ସବୁକିଛି ପ୍ରସ୍ତୁତ ହୋଇ ସାରିଥିଲା। ଖାଲି ବାକି ଥିଲା ହାତଗଣ୍ଠି ପଡ଼ିବା। ହେଲେ ତା’ପୂର୍ବରୁ ସବୁକିଛି ଠପ୍‌ ହୋଇଗଲା। ଆଉ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌। ଗତକାଲି କଟକ ମହାନଦୀ ବିହାର ଅଞ୍ଚଳରେ ଏପରି ଘଟଣା ଘଟିଛି। ଅଭିଯୋଗ ହେଉଛି, ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବାରୁ ପୁଲିସ୍‌ ବରକୁ ଉଠାଇ ନେଇଛି। ଅଭିଯୋଗ ଅନୁସାରେ, କଟକ ତୁଳସୀପୁର ଅଞ୍ଚଳର ପ୍ରିୟରଞ୍ଜନ ପତି ନାମକ ଜଣେ […]

  • Thursday, 22 July 2021
fingerprint
‘ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଲାଗି ଟିପ ଚିହ୍ନ ନିୟମରେ ହେବ କୋହଳ’

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନ୍‌ରେ ଶ୍ରମିକଙ୍କ ଟିପ ଚିହ୍ନ ସମସ୍ୟାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଶ୍ରମିକ ମାନଙ୍କ ଟିପ ଚିହ୍ନ ଠିକ୍ ଭାବେ ଆସୁନଥିବାରୁ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ଖାଦ୍ୟ ଶସ୍ୟ ନେବାବେଳେ ଅସୁବିଧା ହେଉଛି। ଯାହାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ,ଏହି […]

  • Thursday, 22 July 2021
odisha
ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା, ଉଦ୍ଧାର କରିବା ପାଇଁ କଲେ ଆକୁଳ ନିବେଦନ

ସମ୍ବଲପୁର(ସଞ୍ଜୟ ଜେନା): “ଆମେ ତେଲେଙ୍ଗାନାକୁ କାମ କରିବାକୁ ଚାଲି ଆସିଲୁ। ଜଣେ ଠିକାଦାର ଆଣି ଏଠାରେ ଇଟାଭାଟିରେ କାମ କରିବାକୁ ଛାଡ଼ି ଦେଲା। ହେଲେ ଏଠାରେ ମାଲିକର ନିର୍ଯାତନା ସହି ହେଉ ନାହିଁ। ଏଠାରେ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛୁ। ଖାଇବା, ପିଇବା ଭଲ ଭାବରେ ମିଳୁ ନାହିଁ। ଏପରିକି ଆମକୁ ପାରିଶ୍ରମିକ ମଧ୍ୟ ମିଳୁ ନାହିଁ। ଓଡ଼ିଶା ସରକାର ଆମକୁ ଏଠାରୁ ବଞ୍ଚାଇ ନେଇଯାଅ।”`ଏଭଳି କିଛି ଆକୁଳ ନିବେଦନ କରିଛନ୍ତି ଦାଦନ ଖଟିବାକୁ ଯାଇ […]

  • Thursday, 22 July 2021
BIJAY-NAYAK--(3)
ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପରଲୋକ

ଜଗତସିଂହପୁର: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଶ୍ରୀ ନାୟକ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଫଳରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୯ଟା ୪୫ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜନ୍ମଗ୍ରହଣ କରିଥିବା ବିଜୟ ନାୟକ ଛାତ୍ର […]

  • Thursday, 22 July 2021
odisha
ଶୁଣିଲାନି ପୁଲିସ୍‌; ବାଇକ୍‌ରେ ମୃତଦେହ ବୋହିଲେ ପରିବାର ଲୋକେ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): “ପୁଲିସ୍‌ ଆମକୁ ସାହାଯ୍ୟ କଲାନାହିଁ। ଫଳରେ ଆମେ ନିଜେ ଯାଇ ବାଇକ୍‌ରେ ମୃତଦେହକୁ ଆଣିଲୁ’‘। ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପୁଲିସ୍‌ର ପ୍ରାଥମିକ ଦାୟିତ୍ୱ ହୋଇଥିବାବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି କିଛି ଭିନ୍ନ ଚିତ୍ର। ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବାକୁ ହେଉଥିବା ରାସ୍ତା କାମକୁ ସମର୍ଥନ କରି ୨ ଦିନ ପୂର୍ବେ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡାର ବିହନଗୁଡ଼ି ଛକରେ ମାଓବାଦୀଙ୍କ ଗୁଳିରେ ଦୀନବନ୍ଧୁ ବେପାରୀ ନାମକ ଜଣେ ବ୍ୟକ୍ତି […]

  • Thursday, 22 July 2021
naveen patnaik
ପୁଣି ବିଜେଡି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ବିଜେଡି ସଭାପତି ହୋଇଛନ୍ତି। ଅଷ୍ଟମ ଥର ପାଇଁ ସେ ଦଳର ସଭାପତି ହୋଇଛନ୍ତି। ଏନେଇ ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଘୋଷଣା କରିଛନ୍ତି।  ବିଜେଡି ସଭାପତି ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ନବୀନ ପଟ୍ଟନାୟକ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜିତିବା […]

  • Thursday, 22 July 2021
odisha
ହତ୍ୟା ପରେ ଆତ୍ମହତ୍ୟା ! ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ହତ୍ୟା ପରେ ଆତ୍ମହତ୍ୟା ! ଗୋଟିଏ ପରିବାରର ତିନି ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ବାପାର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମା’ ଓ ଝିଅଙ୍କ ମୃତଦେହ ଘର ବାହାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ପାଲିଆ ଗାଁରେ। ମୃତକ ହେଲେ- ବାପା ବୃନ୍ଦାବନ ନାୟକ, ମା’ ଉର୍ମିଳା ନାୟକ ଓ ଝିଅ ସୁନୀତା ନାୟକ। ସୂଚନା […]

  • Thursday, 22 July 2021
odisha
ଚୋରି କରିବାକୁ ଆସି ଗଣଦୁଷ୍କର୍ମ !

ରାଉରକେଲା: ଚୋରି କରିବାକୁ ଆସି ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।   ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଗତ ରବିବାର ରାତିରେ ୭ ଜଣ ଦୁର୍ବୃତ୍ତ ଚୋରି କରିବା ପାଇଁ ଗୋଟିଧାରାରେ ଥିବା ଏକ କ୍ରସରରେ ପଶିଥିଲେ। ଚୋରମାନେ ଉକ୍ତ କ୍ରସରରେ ଥିବା ଏକ ବିଲ୍ଡିଂରେ ଚୋରି କରିବା ଉଦ୍ଦେଶ୍ୟରେ ପଶିଥିଲେ। ବିଲ୍ଡିଂର ତଳ ଘରେ କେୟାରଟେକର୍‌ ଶୋଇଥିବା ବେଳେ କେୟାରଟେକର୍‌ଙ୍କ ସ୍ତ୍ରୀ ଉପର ମହଲାରେ ଥିଲେ। ଉପର ଘରେ […]

  • Thursday, 22 July 2021
heavy rainfall
୮ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଦୁଇ ଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଘଡ଼ଘଡ଼ି ମାରିବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା […]

  • Thursday, 22 July 2021
odisha
ସୁନ୍ଦରଗଡ଼ରେ କରୋନା ସନ୍ଦିଗ୍ଧ, ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି

ସମ୍ବଲପୁର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ଜଣେ ଯୁବକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ଯୁବକଙ୍କୁ ସନ୍ଦେହରେ ସମ୍ବଲପୁର ବୁର୍ଲା ବଡ଼ ମେଡ଼ିକାଲ୍‌ର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି। ହେମଗିରି ଅଞ୍ଚଳର ଏହି ଯୁବକ ଜଣକ ଦକ୍ଷିଣ କୋରିଆରେ ଚାକିରି କରୁଥିଲେ। ଗତ ୨୨ ତାରିଖରେ ସେ ଦକ୍ଷିଣ କୋରିଆରୁ ହେମଗିରି ଅଞ୍ଚଳର ନିଜ ଗାଁକୁ ଫେରିଥିଲେ। ଏହା ପରଠୁ ତାଙ୍କୁ ସର୍ଦ୍ଦି, କାଶ ସହ ଜ୍ୱର ଲାଗି ରହିଥିବାରୁ କରୋନାରେ ସେ […]

  • Thursday, 22 July 2021
odisha
ଟୋକନ୍‌ ସମସ୍ୟା ପଚାରିବା ପାଇଁ ଯାଇଥିଲେ, ଖାଇଲେ ଗୋଇଠା

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଜଗନ୍ନାଥପୁର ସମବାୟ ସମିତି ଧାନ ମଣ୍ଡିରେ ଜଣେ ଚାଷୀଙ୍କୁ ଗୋଇଠା ମାଡ଼ ମରା ଯାଇଛି। ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଜଣେ ଚାଷୀଙ୍କୁ ସର୍ବ ସମ୍ମୁଖରେ ଅଶ୍ଲୀଳ ଭାଷା ସହ ଗୋଇଠା ମାରିଥିବା ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିସହ ସମବାୟ ସମିତିରେ ଡାଟା ଏଣ୍ଟ୍ରି କାମ କରୁଥିବା ଅଶୋକଙ୍କ ପୁଅ ମଧ୍ୟ ସମ୍ପୃକ୍ତ ଚାଷୀଙ୍କୁ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। […]

  • Thursday, 22 July 2021