• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

chinmayee
ବିଦ୍ୟୁତ୍ ତାର ଲାଗି ଜଣେ ମୃତ; କାର୍ଯ୍ୟାଳୟ ଭାଙ୍ଗିଲେ ଉତ୍ୟକ୍ତ ଲୋକେ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବାରୁ ସେଠାରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଜଗତସିଂହପୁର ଏରସମା ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ତଦନ୍ତ ଦାବି କରିଛନ୍ତି। ପୋଖରିଆପଡ଼ା ଗାଁରେ ବିଲକୁ କାମ କରିବାକୁ ଯାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନୀଳମଣି ସ୍ୱାଇଁଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ୍ ତାର ତଳେ ଓହଳିଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ […]

  • Thursday, 22 July 2021
ganjam
ଦୁବାଇରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା : ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ଗାଁର ଭିକାରୀ ଚରଣ ପଣ୍ଡାଙ୍କ ସାନ ପୁଅ ବିଭୁଧେନ୍ଦ୍ର ପଣ୍ଡା। ପରିବାର ପୋଷଣ ପାଇଁ ସୁଦୂର ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ

car
ପୋଲ ତଳକୁ ଖସିପଡ଼ିଲା କାର; ଶିଶୁ କନ୍ୟା ମୃତ ଓ ୫ ଆହତ

ବାଲେଶ୍ୱର: ଖନ୍ତାପଡ଼ା ନିକଟ ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିବାରୁ ଜଣେ ୩ ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ଜଣେ ଶିଶୁ ସହିତ ୫ ଜଣ ଗୁରୁତର ଆହତ  ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁସାରେ, ସୋର ପଣପଣା ଗାଁର ପ୍ରଫୁଲ୍ଲ ଦଳେଇ ଏବଂ ତାଙ୍କ ସାଙ୍ଗ ରତ୍ନାକର ପ୍ରଧାନ ନିଜର […]

  • Thursday, 22 July 2021
dkl-2..1
ଢେଙ୍କାନାଳ ଡଙ୍ଗାବୁଡ଼ି ଘଟଣାରେ ମିଳିଲା ଆଉ ଜଣଙ୍କ ମୃତଦେହ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ ଗାଁର ରମେଶ ସାହୁ । ୩ଦିନ ତଳେ ଗୋଟେ ହୁଲି ଡଙ୍ଗାରେ ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏହି ଘଟଣାରେ ୪ଜଣ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ତେବେ ଗତକାଲି କୁନ୍ଦନଦେଇପୁରର ବାପୁନି ଆଚାର୍ଯ୍ୟଙ୍କ ମୃତହେଦ ଉଦ୍ଧାର କରାଯାଇଥିବା ବେଳେ ଆଜି […]

  • Thursday, 22 July 2021
rajua
ବନ୍ୟା ପାଣିରେ ୨୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଖୋର୍ଦ୍ଧା(ବଳରାମ ଲେଙ୍କାର): ସୋମବାର ରାତିରେ ରାଜୁଆ ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ପରିସ୍ଥିତି ଯୋଗୁ ୫ଟି ପଞ୍ଚାୟତର ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ହୋଇଥିବା ପଞ୍ଚାୟତଗୁଡ଼ିକ ହେଲା ଓରବର ସିଂ, ଡିହଖଳା, ମାନପୁର, ଓରମି ଓ ରାୟପୁର। ରାତିରେ ହଠାତ୍ ଘରେ ପାଣି ପଶିବା ଯୋଗୁ ଧାନ, ଚାଉଳ ସମେତ ଲୋକଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ […]

  • Thursday, 22 July 2021
encounter (1)
ପୁରୀରେ ଡବଲ୍‌ ଏନ୍‌କାଉଣ୍ଟର୍; ଦୁଇ ମାଫିଆ ଆହତ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲାରେ ଡବଲ୍ ଏନ୍‌କାଉଣ୍ଟର ହୋଇଛି। ଗତ ରାତିରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍। ଏମାନେ ଦୁଇଜଣ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ତାଳବଣିଆ ଥାନା ଅଞ୍ଚଳରେ […]

  • Thursday, 22 July 2021
jahada
ଝାଡ଼ାବାନ୍ତି ଆତଙ୍କ; ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଶିରୋଲ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି।  ଗାଁର ୨୦ରୁ ୨୫ ଜଣ ଏବେ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ମେଡିକାଲ୍‌ରେ ଚିକିତ୍ସାଧିନ ଅଛନ୍ତି। ଏହା ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେ ପୁଣି ଏହି ରୋଗ ବ୍ୟାପିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେପଟେ ଡାକ୍ତରୀ ଟିମ୍ ଚିକିତ୍ସା ପାଇଁ ପହଞ୍ଚିଛନ୍ତି। ଗାଁରେ […]

  • Thursday, 22 July 2021
protest
ନୂଆ ଟ୍ରାଫିକ୍‌ ନିୟମ ବିରୋଧରେ ଆନ୍ଦୋଳନର ଚେତାବନୀ

ଭୁବନେଶ୍ୱର: ସଂଶୋଧିତ ନୂଆ ମୋଟର ଯାନ ନିୟମ ୨୦୧୯କୁ ଜୋର୍‌ଦାର୍‌ ବିରୋଧ କରିବାକୁ ଏକାଠି ହେଉଛି ପରିବହନ ଏବଂ ଶ୍ରମିକ ମିଳିତ ମଞ୍ଚ। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ନହେଲେ ଏହାକୁ ତୀବ୍ର ବିରୋଧ କରାଯିବା ସହିତ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପରିବହନ ମାଲିକ ଏବଂ ଶ୍ରମିକ ମିଳିତ ମଞ୍ଚ ଚେତାବନୀ ଦେଇଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ମଞ୍ଚ ଏଭଳି ଚେତାବନୀ ଦେଇଛି। ଆନ୍ଦୋଳନ ପୂର୍ବରୁ ଏହି ମାସ ଶେଷ ସୁଦ୍ଧା […]

  • Thursday, 22 July 2021
accidnet
ଦୁଇ ନାବାଳକ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ଧକ୍କା ଦେଇ କାର୍ ଫେରାର୍

ଭଦ୍ରକ(ପ୍ରାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ କାର୍‌ ଧକ୍କାରେ ଦୁଇ ନାବଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସୁମିତ ସାହୁ ଓ ଶୁଭଙ୍କର ମଲ୍ଲିକ। ସୁମିତ ଅଷ୍ଟମ  ଶ୍ରେଣୀ ଛାତ୍ର ହୋଇଥିବା ବେଳେ ଶୁଭଙ୍କର  ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ସେମାନେ ପରିବାର ସହ ଭଦ୍ରକ ଜିଲ୍ଲା କୁଆଁସରେ ଭଡ଼ାରେ ରହୁଥିଲେ । ଆଜି ଭୋର ପ୍ରାୟ ୫ଟା ସମୟରେ ଦୁଇ ଜଣ ନାବାଳକ ସାଇକେଲରେ ମର୍ଣ୍ଣିଂ ୱାକ୍‌ […]

  • Thursday, 22 July 2021
taffic
ଟ୍ରାଫିକ୍‌ ଚେକିଂକୁ ନେଇ ଗଣ୍ଡଗୋଳ ଘଟଣାରେ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ଛକରେ ଟ୍ରାଫିକ୍ ଚେକିଂ ବେଳେ ପୁଲିସ୍‌ ଓ ଲୋକଙ୍କ ମଧ୍ୟରେ ଗୋଣ୍ଡଗୋଳ ହୋଇଥିବା ଘଟଣାରେ ରବିବାର ପୁଲିସ୍ ଆଉ ୯ଜଣକୁ  ଗିରଫ କରିଛି। ଫଳରେ ଏହି ଘଟଣାରେ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ତେବେ ଏହି ଗଣ୍ଡଗୋଳ ଘଟଣାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଲା। ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଦଫା ୩୦୭ ସହିତ ୧୪୭, ୧୪୮, ୨୮୩, ୩୩୨, ୩୩୬, ୩୩୭, ୩୫୩, ୫୦୬, ୨୯୪, ୩୭୯ ଓ […]

  • Thursday, 22 July 2021
criminal
ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର୍

ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌କୁ ଏନ୍‌କାଉଣ୍ଟର  କଲା ପୁଲିସ। ତ୍ରିଦେବର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ସଦର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଧନୁପାଲି ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଶି ଏହି କୁଲୁଥକାନି-ଧନକଉଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଥିଲେ। ଏଥିରେ ତ୍ରିଦେବର ସହଯୋଗୀ ଦୀପକ ମଣ୍ଡଳ ସହ ଜଣେ ନାବାଳକ ଅଟକ ରଖିଛି ପୁଲିସ୍। ଏଥିସହିତ ତ୍ରିଦେବ ପାଖରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି ସହିତ ଟଙ୍କା, ସୁନା ଚେନ୍ ଜବତ କରାଯାଇଛି। […]

  • Thursday, 22 July 2021
dillip1
ଦିଲୀପଙ୍କ ଶେଷକୃତ୍ୟ ସଂପନ୍ନ; ଦୁଃଖରେ ମ୍ରିୟମାଣ ନେତା ଓ ସାମ୍ବାଦିକ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ଗତରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। Saddened to hear that senior journalist & @bsindia Odisha resident editor Dillip Satpathy is no more. He was a friend since our […]

  • Thursday, 22 July 2021
car-festival
ବିରୋଧ ପରେ ଅଦିନିଆ ରଥଯାତ୍ରା ଅୟୋଜନରୁ ଓହରିଲା ଇସ୍କନ୍

ଭୁବନେଶ୍ୱର: ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ। ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବ ବୋଲି ଇସ୍କନର ଭୁବନେଶ୍ୱର ଆଞ୍ଚଳିକ ସଂପାଦକ ବନମାଳି ଦାସ କହିଛନ୍ତି। ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବିଜେପି ବିରୋଧ କରିଥିଲା। ଏପରିକି ବିଜେପି […]

  • Thursday, 22 July 2021
congress
ଏବେ ନେତା ନୁହେଁ, କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ୍

ଭୁବନେଶ୍ୱର: ବଦଳିବ କଂଗ୍ରେସର ସାଂଗଠନିକ ଢାଞ୍ଚା। ନେତା ନୁହେଁ, ଆଗାମୀ ଦିନରେ କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ। ବିଜେପିର ଆର୍‌ଏସ୍ଏସ୍ ଓ ବିଜୁ ଜନତା ଦଳର ବିଜୁ ଯୁବ ବାହିନୀ ଭଳି ନିଜକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ପ୍ରେରକ ନାଁରେ ପରିଚିତ ଏହି କ୍ୟାଡରମାନଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। କଂଗ୍ରେସର ନୀତି, ଆଦର୍ଶ ଓ ଅଭିମୁଖ୍ୟ ସଂପର୍କରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିଲାଗି ଜିଲା, ରାଜ୍ୟ […]

  • Thursday, 22 July 2021
100
ଦ୍ୱିତୀୟ ପାଳିରେ ୧୦୦ ଦିନ ପୂରଣର ହିସାବ ଦେଲେ ମୋଦି ସରକାର: ଓଡ଼ିଶାକୁ ମିଳିଛି ୧୬ ହଜାର କୋଟି

ଭୁବନେଶ୍ୱର: ୧୦୦ ଦିନ ଭିତରେ ଓଡ଼ିଶାକୁ ନରେନ୍ଦ୍ର ମୋଦି ସରକାର ଦେଇଛନ୍ତି ୧୬ ହଜାର କୋଟି ଟଙ୍କା। ମୋଦି ସରକାର ଦ୍ୱିତୀୟ ପାଳିର ୧୦୦ ଦିନର ହିସାବ ଦେଇ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଜାହାଜ ଚଳଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ନିଜ ସରକାରଙ୍କ ସଫଳତାର ଗାଥା ବଖାଣିବା ବେଳେ “ଆୟୁଷ୍ମାନ ଭାରତ” ଗ୍ରହଣ କରିବା ସହ ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ତେବେ ବିଜେଡି କେନ୍ଦ୍ର […]

  • Thursday, 22 July 2021
dalita
ଏହି ୪ ପରିବାର ପାଇଁ ଦଳିତ ହେବା ଅଭିଶାପ ପାଲଟିଛି; ନିଆଁ, ପାଣି ପବନ ସହିତ ବିଦ୍ୟାଳୟ ବି ମନା

ସୁନ୍ଦରଗଡ଼: ଦଳିତ ହେବା ଅଭିଶାପ ପାଲଟିଛି। ସୁନ୍ଦରଗଡ଼ ହେମଗିରି ବ୍ଲକ ଲିପସପାଲି ଗାଁର ୪ ଦଳିତ ପରିବାରଙ୍କୁ ଦଳିତ ହୋଇଥିବାରୁ ପୋଖରୀରେ ଗାଧୋଇବାରୁ ଗାଁରୁ ବାସନ୍ଦ କରିଛନ୍ତି ଗ୍ରାମବାସୀ। ନିଆଁ,ପାଣି, ପବନ ଏସବୁରୁ ବାସନ୍ଦ କରାଯାଇଛି। କେବଳ ସେତିକି ନୁହେଁ ଗାଁ ଦୋକାନରୁ ସଉଦା, ନଳକୂଅରୁ ପାଣି ଏପରିକି ବିଦ୍ୟାଳୟରେ ପାଠ ପଢ଼ିବାକୁ ବି ମନା ହୋଇଛି। ଫଳରେ ବହୁ କଷ୍ଟରେ ଏହି ଚାରି ପରିବାରକୁ ଜୀବନ ବିତାଇବାକୁ ପଡୁଛି। ଘଟଣା ଅନୁଯାଇ ବାସୁଦେବ କୁସୁମଙ୍କ ପତ୍ନୀ […]

  • Thursday, 22 July 2021
news
ମହାନଦୀରେ ବନ୍ୟାପାଣି; ବିପଦରେ କଟକ ଓ ବୌଦ୍ଧ ଜିଲ୍ଲାବାସୀ

ଭୁବନେଶ୍ୱର: ମହାନଦୀର ବନ୍ୟା ପାଣି ଆସିବାରୁ କଟକ ଜିଲ୍ଲାର ବାଙ୍କୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ମହାନଦୀର ବ୍ୟାକ୍ ଓ୍ୱାଟର ପଶି ବାଙ୍କୀର ବ୍ୟାପକ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି। ଶିମିଳିପୁର ଓ ବିଲିପଡ଼ାକୁ ସଂଯୋଗ କରୁଥିବା କଇଁଆ ନାଳ ଉପରେ ୩ ଫୁଟର ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି ବିଲିପଡ଼ା ଓ ତାଳବସ୍ତକୁ ସଂଯୋଗ କରୁଥିବା ରାସ୍ତାରେ ଚାଲିଛି ୫ ଫୁଟ ଉଚ୍ଚର ପାଣି। ସେହିପରି କଇଁମୁଣ୍ଡି, କୁଷପଙ୍ଗି, ଶୁଖୁଆଖେଳା […]

  • Thursday, 22 July 2021
dowry
ଶ୍ୱଶୁର କହିଲେ ‘ବୋହୂର ମୃତ୍ୟୁ କେମିତି ହେଲା ମୁଁ ଜାଣିନି’

ଅନୁଗୁଳ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରୁ। ଅଭିଯୋଗ ଅନୁସାରେ, ବଲରାମପ୍ରସାଦ ଗାଁର ଗୋକୁଳାନନ୍ଦ ବାରିକଙ୍କ ପୁଅ ସତ୍ୟାନନ୍ଦଙ୍କ ସହିତ କଙ୍କରେଇ ଗାଁର ବାନାମ୍ବର ବାରିକଙ୍କ ଝିଅ ସୌମ୍ୟସ୍ମିତାଙ୍କ ବିବାହ ୨୦୧୬ ମସିହା ଏପ୍ରିଲ ୨୬ ତାରିଖରେ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା ମାତ୍ର ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ଶ୍ୱଶୁର ଘରଲୋକେ ସୌମ୍ୟସ୍ମିତାଙ୍କୁ ଶାରୀରିକ ଓ […]

  • Thursday, 22 July 2021
cm
୩ ମାସ ଯାଏ କୋହଳ ହେଲା ନୂଆ ଟ୍ରାଫିକ୍ ନିୟମ

ଭୁବନେଶ୍ୱର: ନୂଆ ସଂଶୋଧିତ ମୋଟର ଯାନ ଆଇନକୁ ଲାଗୁ ହେବା ପରଠାରୁ ମାତ୍ରାଧିକ ଫାଇନ ଆଦାୟକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଥିବା ତୀବ୍ର ଆକ୍ରୋଶକୁ ଦେଖି ସରକାର ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଏହି ସଂଶୋଧିତ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଆସନ୍ତା ୩ମାସ ପର୍ଯ୍ୟନ୍ତ କହୋଳ କରିଛନ୍ତି ରାଜ୍ୟ ସରକାର। ଏହି ତିନିମାସରେ ଆବଶ୍ୟକ ଭିତ୍ତିଭୂମି ସୁଧାର ଓ ଲୋକଙ୍କୁ ଟ୍ରାଫିକ ଆଇନ ଉଲ୍ଲଘଂନର ପରିଣତି ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ଉପରେ ସରକାର […]

  • Thursday, 22 July 2021
save
ଇସ୍ରୋର ମିସନ୍‌ ଗନଗଯାନରେ ସାମିଲ୍‌ ହୋଇପାରନ୍ତି ଓଡ଼ିଆ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ

ବଲାଙ୍ଗିର: ଦେଶର ବହୁ ପ୍ରତୀକ୍ଷିତ ଗଗନଯାନ ପ୍ରକଳ୍ପରେ ସାମିଲ ହୋଇପାରନ୍ତି ଓଡ଼ିଆ ବାୟୁସେନା ଅଧିକାରୀ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ। ବଲାଙ୍ଗିରର ବିଶିଷ୍ଟ ଆଇନଜୀବୀ ଅଶୋକ ରଥଙ୍କ ପୁଅ ହେଉଛନ୍ତି ନିଖିଲ। ସର୍ଟ ଲିଷ୍ଟ କରାଯାଇଥିବା ପାଇଲଟଙ୍କ ମଧ୍ୟରେ ଅଛନ୍ତି ନିଖିଲ। ୨୦୨୨ରେ ନିଜର ମ୍ୟାନ୍‌ଡ ମିଶନ ଗଗନଯାନରେ ଇସ୍ରୋ ତିନି ଜଣ ମହାକାଶଚାରୀଙ୍କୁ ମହାକାଶ ପ୍ରେରଣ କରିବ। ୭ ଦିନର ଏହି ଅଭିଯାନରେ ମହାକାଶଚାରୀମାନେ ଭୂପୃଷ୍ଠରୁ ୩ ଶହରୁ ୪ ଶହ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ […]

  • Thursday, 22 July 2021
boat v
ବ୍ରାହ୍ଣଣୀ ନଦୀରେ ନୌକାବୁଡ଼ି ଘଟଣା; ୪ ଜଣଙ୍କ ପତ୍ତା ମିଳୁନି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବ୍ରାହ୍ଣଣୀ ନଦୀରେ ନୌକାବୁଡ଼ିରେ ନିଖୋଜ ୪ ଜଣଙ୍କ ପତ୍ତା ଏଯାଏ ମିଳିପାରିନି। ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ନିଖୋଜଙ୍କ ମଧ୍ୟରେ ଅଛନ୍ତି ପର୍ଜଙ୍ଗ ବ୍ଲକ୍ କୁନ୍ଦନଦେଇପୁରର ଜଣେ ଓ ରୋଡ ଗାଁର ୩ ଜଣ। ଏପଟେ ଆତ୍ମୀୟଙ୍କୁ ନେଇ ଆଶା ଆଶଙ୍କା ଲାଗି ରହିଥିବାରୁ ପରିବାରରେ ଭାଳେଣି ପଡ଼ିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ  କୁନ୍ଦନଦେଇପୁରର ଘାଟକୁ ଯାଉଥିବା […]

  • Thursday, 22 July 2021
boat
ବୁଢ଼ାବଳଙ୍ଗ ହଳଦିଆ ଘାଟରେ ଡଙ୍ଗା ଓଲଟିବା ଘଟଣା; ଯାତ୍ରୀ ସୁରକ୍ଷିତ

ବାଲେଶ୍ୱର: ବୁଢ଼ାବଳଙ୍ଗ ହଳଦିଆ ଘାଟରେ ଡଙ୍ଗା ଓଲଟିବା ଘଟଣାରେ ସମସ୍ତ ୩୦ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ରେମୁଣା ବ୍ଲକ ପଦମପୁର ହଳଦିଆ ଘାଟରେ ବୁଡ଼ିଥିଲା ଡଙ୍ଗାଟି ବୁଡ଼ି ଯାଇଥିଲା। କୂଳ ଛାଡ଼ିବାର କିଛି ବାଟ ଗଲା ପରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ୧୫/୨୦ ଜଣ କୂଳକୁ ପଳାଇ ଆସିଛନ୍ତି। ଡଙ୍ଗାରେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରେମୁଣା ବ୍ଲକର ନିଜାମପୁର ହଳଦିଆ ଘାଟରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। […]

  • Thursday, 22 July 2021
bjd
ସାଧାରଣ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି; ୧୪ ନିର୍ବାଚନ ଠାରୁ ୧୮ ଗୁଣା ଅଧିକା

ଭୁବନେଶ୍ୱର: ୧୯ ସାଧାରଣ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି! ନିର୍ବାଚନ କମିଶନ୍‌ଙ୍କ ନିକଟରେ ଦଳ ଦାଖଲ କରିଥିବା ଖର୍ଚ୍ଚ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଦଳର ନିର୍ବାଚନୀ ଖର୍ଚ୍ଚ ବିବରଣୀରେ ଉଲ୍ଲେଖ ରହିଛି ଯେ ୧୯ ନିର୍ବାଚନରେ ଦଳ ଖର୍ଚ୍ଚ କରିଛି ୨୨୭ କୋଟି ୭୯ ଲକ୍ଷ ୭୨ ହଜାର ଟଙ୍କା। ଏହାଭିତରୁ ସିଂହଭାଗ ଯାଇଛି ବିଜ୍ଞାପନ ବାବଦକୁ। ଏଥିରେ ଖର୍ଚ୍ଚ ହୋଇଛି ୭୧ କୋଟି ୨୬ ଲକ୍ଷ ଟଙ୍କା। ସେଥିମଧ୍ୟରୁ […]

  • Thursday, 22 July 2021
maharathi
ନିର୍ବାଚନରେ କାହିଁକି ହାରିଲେ ମହେଶ୍ୱର ମହାନ୍ତି, ଗୁମର ଖୋଲିଲେ ମହାରଥୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ କାହିଁକି ହାରିଲେ ମହେଶ୍ୱର ମହାନ୍ତି ? କୋଣାର୍କ ଯାତ୍ରୀନିବାସଠାରେ ପୁରୀ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଜି ଏହାର ଗୁମର ଖୋଲିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ। ବୈଠକରେ ଉପସ୍ଥିତ ଥିବା ମହେଶ୍ୱରଙ୍କୁ ଇଙ୍ଗିତ କରି କହିଥିଲେ , ନିର୍ବାଚନରେ ତମକୁ ଦଗା ଦେଇଛନ୍ତି। ସେ କଥାକୁ ନେଇ ଆପଣ ମନଦୁଃଖ କରିବେ। ଅମେ ଜାଣିଛୁ ଆପଣଙ୍କର ମନ  କ’ଣ ହେଉଥିବ। ତେବେ ମହେଶ୍ୱରଙ୍କୁ କିଏ ଦଗା ଦେଇଛନ୍ତି ସେନେଇ କାହାରି […]

  • Thursday, 22 July 2021