ପାରାଦୀପ (ରମାକାନ୍ତ ନାୟକ): ସକାଳେ ଘରୁ ବାହାରି ଟ୍ୟୁସ୍ନ ଯାଇଥିଲା ଝିଅ। ଫେରିଥିଲେ ସ୍କୁଲ ଯାଇଥାନ୍ତା। ହେଲେ ଟ୍ୟୁସନ୍ ସାରି ଝିଅ ଘରମୁହାଁ ହୋଇଥିବା ବେଳେ ବାଟରେ ଚଢ଼ିଗଲା ଟ୍ୟାଙ୍କର୍ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ-ପାରାଦୀପ ରାସ୍ତାର ପଙ୍କପାଳଠାରେ ଘଟି ଯାଇଛି। ଏହାପୂର୍ବରୁ ଟ୍ୟାଙ୍କରଟି ଉକ୍ତ ରାସ୍ତାରେ ଯାଉଥିବା ଏକ ବାଇକ୍କୁ ମଧ୍ୟ ଧକ୍କା ଦେଇଥିଲା। ଏଥିରେ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ମୃତା ଛାତ୍ରୀଙ୍କ ନାମ ପୂର୍ଣ୍ଣିମା ବେହେରା। ତାଙ୍କ ଘର […]
ଭୁବନେଶ୍ୱର: ଆଜି ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବ। ଏହାସହ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧ଟା ୩୦ ଯାଏ ସତର୍କ ରହିବାକୁ ଏହି ସବୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କନ୍ଧମାଳ ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ମାଲକାନଗିରି। ସୂଚନାଯୋଗ୍ୟ, ୫ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଆଜି ସକାଳେ […]
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ଏହି ରାଗିଂ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବର୍ଷ ଛାତ୍ର ଜଣଙ୍କ ନିଜର ସାଙ୍ଗମାନଙ୍କ ସହ ଛାତ୍ରାବାସରେ ଜନ୍ମଦିନ ପାଳନ କରୁଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସିନିୟର ଛାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସିନିୟର ଛାତ୍ରମାନେ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ଛାତ୍ର […]
ଭୁବନେଶ୍ୱର: ଦୁବାଇକୁ ବିମାନ ଚଳାଚଳ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୂବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ଼ ଭୂମିକା ରହିଛି। ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ସଂଯୋଗ ପାଇଁ […]
ଜଗତସିଂହପୁର (ଶଶାଙ୍କ ଶେଖର ସାହୁ): ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ଗତକାଲି ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍କୁ ନୂଆ ସୁରାକ ମିଳିଛି। ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାର ହାତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ବିରିଡ଼ି ଥାନା ପୁଲିସ୍ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ କିଶୋର, ତା’ର ବାପା ଓ ୪ ଜଣ ସାଙ୍ଗ। ଗତକାଲି ଅଖା ଭିତରୁ ନର୍ସଙ୍କ […]
ଭୁବନେଶ୍ୱର: ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ୪ ଟି ଦାବି ନେଇ ହିନ୍ଦୁ ସେନା ବନ୍ଦ ଡାକରା ଦେଇଛି। କଟକରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ଘଟଣା, ଉଠା ଦୋକାନୀଙ୍କୁ ଥଇଥାନ କରିବା, ରାସ୍ତା ଘାଟ ସମସ୍ୟା, ଗାଡି ଚଳାଚଳ ନିୟମକୁ ୩ ମାସ ବଦଳରେ ୬ ମାସ କୋହଳ କରିବା ଦାବି ରହିଛି। ଅନ୍ୟପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ […]
ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବୀରଗୋବିନ୍ଦପୁର ନିକଟରେ ଜାତୀୟ ରାଜପଥ-୨୦ରେ ଟ୍ରକ୍ ସହ ଏକ ଟ୍ରାଭେଲର ଗାଡ଼ିର ଧକ୍କା ହେବା ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଘର ମଧ୍ୟପ୍ରଦେଶ ଗୁନା ଅଞ୍ଚଳରରେ ବୋଲି ଜଣାପଡ଼ିଛି। ଗାଡ଼ିଟିରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। […]
ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା ଓ ମାଲକାନଗିର। ସୂଚନାଯୋଗ୍ୟ, ଆଜି ସକାଳେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।
ନୂଆଦିଲ୍ଲୀ: ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବ ଚାଇନାର ଉହାମ୍ ଇଞ୍ଜିନିୟରିଂ କମ୍ପାନୀ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଇନାର ଏହି କମ୍ପାନୀକୁ ଓ୍ୱାର୍କ ଅର୍ଡର ଦିଆଯାଇଛି। ତାଳଚେର ଫର୍ଟିଲାଇଜର ଲିମିଡେଟର କୋଇଲା ବାଷ୍ପିକରଣ ଆଧାରିତ ୟୁରିଆ ଉତ୍ପାଦନ ପ୍ରକଳ୍ପ ଅଧୀନରେ ପୁନରୁଦ୍ଧାର କାମ କରାଯିବ । ଆସନ୍ତା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ଲାଣ୍ଟ ଜରିଆରେ ବର୍ଷକୁ ୧.୨୭ ମିଲିୟନ ଟନ୍ ୟୁରିଆ ଉତ୍ପାଦନ କରାଯିବ। ଏହି […]
ଭୁବନେଶ୍ୱର : ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ୍ ଅଫିସ୍ ଖୋଲିବ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅଫିସ୍ ଖୋଲିବ ବୋଲି ସୂଚନା ମିଳିଛି। କଳ୍ପନା ଛକସ୍ଥିତ ବିଏମ୍ସି ଅଫିସ୍, ସହିଦ୍ ନଗରସ୍ଥିତ ବିଏମ୍ସି ୱାର୍ଡ ଅଫିସ୍ ଓ ନାଲ୍କୋ ଛକରେ ଥିବା ବିଏମ୍ସି ଜୋନାଲ ଅଫିସ୍ରେ ଏହି ସବୁ କ୍ୟାମ୍ପ୍ ଅଫିସ୍ କରାଯାଇଛି। ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସକାଳ […]
ଜୟପୁର(ଟି.ଗୌରୀ ଶଙ୍କର): OLX ରେ ପୁରୁଣା ଗାଡ଼ି କିଣିବା ଚକ୍କରରେ ଫସିଗଲେ ଯୁବକ! ସେ ଅନ୍ଲାଇନ ଠକ ହାବୁଡ଼ରେ ପଡ଼ି ୭୪ ହଜାର ଟଙ୍କା ଗଣିଛନ୍ତି। କାର୍ ଚଳାଇବାକୁ ଆଶା ବାନ୍ଧିଥିବା ଜୟପୁରର ପୁଲୁ ଖରା ଛଦ୍ମ ବିକ୍ରେତାଙ୍କ ସହ ଯୋଗାଯୋଗ ପରେ ଟଙ୍କା ପୈଠ କରି ଶେଷରେ ଗାଡ଼ି ନପାଇବାରୁ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। OLX ରେ ଏକ ମାରୁତି ଅଲ୍ଟୋ କାର୍ ବିଜ୍ଞାପନ ଦେଖି କିଣିବା ପାଇଁ ମନ ବଳାଇଥିଲେ କୋରାପୁଟ ଜିଲ୍ଲା […]
ପୁରୀ: ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି ପ୍ରଶାସନିକ ଅଧିକାରୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ଦେବା ବେଳେ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିବା ବେଳେ ତାଲିକା ମାଗିଲେ ପ୍ରଶାସନ ଦେଉନାହିଁ ବୋଲି ଏମାନେ ଅଭିଯୋଗ ଆଣିଛନ୍ତି। ଗତ୧୫ ତାରିଖରେ ସାତପଡାରେ ହୋଇଥିବା ଋଣମେଳାରେ ଯିବାକୁ ପ୍ରଥମେ ଡାକିବା ପରେ ଏସ୍ଏମ୍ଏସ୍ରେ ନଯିବାକୁ […]
ସମ୍ବଲପୁର: ସମ୍ବଲପୁର ଉପକଣ୍ଠ ବେଦିକ୍ ଇଣ୍ଟରନ୍ୟାସନାଲ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସଂପର୍କୀୟ ଭଉଣୀଙ୍କ ସହ କଥା ହେବାକୁ ନେଇ ଗତ ଶନିବାର ରାତିରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ନିସ୍ତୁକ ପିଟିବା ସହ ଲହୁଲୁହାଣ କରି ଦେଇଛନ୍ତି ସହପାଠୀ ଓ ସିନିୟର। ରାତି ତମାମ ଷ୍ଟିଲ ରଡ୍, ପାଣି ପାଇପ ଓ ବେଲ୍ଟରେ ନିସ୍ତୁକ ପିଟିଛନ୍ତି ୩ ସହପାଠୀ ଓ ଜଣେ ଉପର ଶ୍ରେଣୀର ଛାତ୍ର। ଛାତ୍ର ଜଣଙ୍କର ପିଠି ଫାଟି […]
ଭୁବନେଶ୍ୱର: ମୁମ୍ବାଇରେ ଭୁଲ୍ ରନ୍ୱେରେ ବିମାନ ଅବତରଣ କଲେ ଏୟାର ଇଣ୍ଡିଆ ପାଇଲଟ୍। ଅଳ୍ପକେ ବର୍ତ୍ତିଲେ ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ୧୫୨ ଜଣ ଯାତ୍ରୀ। ତେବେ ଏଥିପାଇଁ ସମ୍ପୃକ୍ତ ବିମାନ ଏଆଇ-୬୬୯ର ପାଇଲଟ୍ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ଏନ୍ଆଇ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବିମାନରେ ଇଞ୍ଜିନିୟରିଂ ଡକ୍ୟୁମେଣ୍ଟ ଠିକ୍ ନ ଥାଇ ଏହା ମୁମ୍ବାଇରୁ ଭୁବନେଶ୍ୱରକୁ ଉଡ଼ାଣ ଭରିଥିଲା। ବିମାନଟି ଭୁବନେଶ୍ୱର ପହଞ୍ଚିବା ପରେ ଏହାକୁ ପୁଣି ମୁମ୍ବାଇ ଉଡ଼ାଣ ପାଇଁ […]
ଭୁବନେଶ୍ୱର: ରି- କାର୍ପେଟିଂ ବା ରନ୍ ୱେ ମରାମତି ଲାଗି ପ୍ରାୟ ୮ ମାସ ଧରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଭାବିତ ହେବ ବିମାନସେବା। ଆସନ୍ତା ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏଁ ରାତି ୧୦ଟାରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନବନ୍ଦରରେ ସମସ୍ତ ଅପରେସନ ବନ୍ଦ ରହିବ । ତେବେ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମରାମତି କାମ ପାଇଁ ଏପ୍ରିଲ୍ ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନ […]
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନର୍ସକୁ ମାରି ଅଖାରେ ପୂରାଇ ନଦୀକୁ ଫିଙ୍ଗି ଦେଇଥିଲା ପ୍ରେମିକ! ଏପରି ଅଭିଯୋଗ ଜଗତସିଂହପୁରରୁ ଆସିଛି। ମୃତ ନର୍ସଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରୁଛି। ଅନ୍ୟପକ୍ଷରେ ମୃତ ନର୍ସଙ୍କ ପ୍ରେମିକ କିଏ, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର କଟକରେ ଏକ ନିର୍ସିଂହୋମ୍ରେ ନର୍ସ ଭାବେ […]
କଟକ : ୧୦ ଘଣ୍ଟାରୁ ଅଧିକ ସମୟ ହେଲାଣି ନଈ ଭିତରେ ଫସି ରହିଛନ୍ତି ହାତୀପଲ। ମହାନଦୀ ମଝିରେ ୧୧ଟି ହାତୀ ଫସି ରହିଥିବା ଜଣାପଡ଼ିଛି। କଟକ ଭଗିପୁର ମହାନଦୀ ପାର ହେଉଥିବାବେଳେ ହାତୀପଲ ସେଠାରେ ଫସି ଯାଇଛନ୍ତି। ନଦୀ ପାର ହୋଇ ଆସିପାରୁ ନାହାନ୍ତି। କାରଣ ମଝିରେ ପାଣି ରହିଛି ଏବଂ ନଈର ସୁଅ ମଧ୍ୟ ପ୍ରଖର ଅଛି। ତେଣୁ ନଦୀ ଡେଇଁ ହାତୀମାନେ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସି ପାରୁ ନାହାନ୍ତି। ହାତୀ […]
ନୂଆପଡ଼ା: ସ୍କୁଲରେ ଭୂତ ଭୟ ଯୋଗୁ ସ୍କୁଲକୁ ଆସୁନାହାନ୍ତି ଛାତ୍ରଛାତ୍ରୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ନାଗଝର ଗାଁର ୟୁପି ସ୍କୁଲରେ ଏଭଳି ସ୍ଥିତି ଦେଖାଦେଇଛି। ସ୍କୁଲକୁ ଆସିବା ପରେ ଛାତ୍ରଛାତ୍ରୀମାନେ ଅସ୍ୱାଭାବିକ ଆଚରଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ଦେଖି ପିଲାମାନେ ଭୟଭୀତ ହୋଇପଡ଼ିଛନ୍ତି। ଏପରିକି ଅଭିଭାବକମାନେ ମଧ୍ୟ ଭୟରେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡୁନାହାନ୍ତି। ଫଳରେ ସ୍କୁଲର ଉପସ୍ଥାନ କମିବାରେ ଲାଗିଛି। ସେପଟେ ଭୂତ ଭୟ କିଛି ନାହିଁ। ଘଟଣାର ପ୍ରକୃତ ରହସ୍ୟ ଖୋଜି […]
ବଲାଙ୍ଗିର: କଙ୍ଗାରୁ କୋର୍ଟର ନିଷ୍ପତି କ୍ରମେ ବାପା-ମା’ଙ୍କୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ଏକଥା ଜାଣିବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ପୁଅ ରମେଶ ବରିହା। ଏତେମାତ୍ରାରେ ଡରି ଯାଇଛନ୍ତି ଯେ, ଗାଁକୁ ଯାଇ ପାରୁନାହାନ୍ତି। ଡେରା ପକାଇଛନ୍ତି ଏସ୍ପିଙ୍କ ଅଫିସରେ। ଏଣେ ଡାକ୍ତରଖାନାରେ ପଡ଼ି ରହିଛି ବାପା-ମା’ଙ୍କ ଶବ । ସତ୍କାର ହୋଇ ପାରୁନି। ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଟିଟକାମାଲ ଗାଁରେ। ଗତକାଲି ଚିନ୍ତାମଣି ବରିହା […]
ଭୁବନେଶ୍ୱର: ସରକାରୀ ଚାକିରିଆ ପାଇଛନ୍ତି କାଳିଆ ଟଙ୍କା। ୨୦ ହଜାର ସରକାରୀ ଚାକିରିଆ ଓ ପେନସନ ଭୋଗୀ ବି କାଳିଆ ଯୋଜନାରେ ଟଙ୍କା ପାଇଥିବା ନେଇ ଆଜି ସ୍ପଷ୍ଟ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଏହି ଚାକିରିଆମାନଙ୍କୁ ଟଙ୍କା ଫେରାଇବାକୁ କୁହାଯିବ, ନହେଲେ ଦରମାରୁ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖାଲି ସେତିକି ନୁହେଁ ଏହି ଯୋଜନାରେ ମୋଟ୍ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ସୂଚନା ମିଳିଛି। ଯେଉଁଥିରୁ ପ୍ରାୟ ୧୨ […]
ଭୁବନେଶ୍ୱର: ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଏବେ ରାଜ୍ୟରେ କଟକଣା ଲାଗିବ। ଆସନ୍ତା ଅକ୍ଟୋବର ୨ରୁ ସାରା ରାଜ୍ୟରେ ବ୍ୟାନ୍ ହେବ ପ୍ଲାଷ୍ଟିକ। ଆଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସହରାଞ୍ଚଳ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ରୋକ ଲାଗିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହାପୂର୍ବରୁ ସ୍ୱାଧୀନତା ଦିବସ ଦିନ ପ୍ଲାଷ୍ଟିକ ବ୍ୟାନ ପାଇଁ […]
ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୭୫ ମିଟର ପରିଧିର ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଦେଶ୍ୟ ଯେତେ ମହତ ଥିଲେ ମଧ୍ୟ ସବୁ କିଛି ଆଇନ ଅନୁସାରେ ହେଉ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହା ସହିତ ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ ଆଡଭୋକେଟ ଜେନେରାଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶୁଣାଣି […]
ବାଲେଶ୍ୱର: ପ୍ରତିବର୍ଷ ପରି ଏଥର ମଧ୍ୟ ନିଜର ଜନ୍ମଦିନକୁ ଭିନ୍ନ ଭାବରେ ପାଳନ କରିଛନ୍ତି ସମାଜସେବୀ ତଥା ମିସ୍ ବାଲେଶ୍ଵର ଅଙ୍କିତା। ଏଥର ମଧ୍ୟ ସେପ୍ଟେମ୍ବର ୧୨ ତାରିଖ ଦିନ ସହରର ଏକ ବିଳାସପୂର୍ଣ୍ଣ ହୋଟେଲର ସମ୍ମିଳନୀ କକ୍ଷରେ ସେ ନିଜର ଜନ୍ମଦିନ ପାଳନ କରିଥିଲେ। କିନ୍ତୁ ଏଠାରେ ଅତିଥି ହୋଇ ଆସିଥିଲେ ବାଲେଶ୍ଵର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ୧୧୦ ଜଣ ଛାତ୍ରୀ। ଏହି ଛାତ୍ରୀମାନେ ଦେଖି ପାରୁନଥିଲେ ସିନା, କିନ୍ତୁ ମୁହଁର ହସ ହସ ଭାବରୁ […]
ଭୁବନେଶ୍ୱର : ଦୁର୍ନୀତିଖୋର କର୍ମଚାରୀଙ୍କ ମୁଣ୍ଡରେ ଝୁଲୁଛି ବରଖାସ୍ତର ଖଣ୍ଡା। ଗୋଟିଏ ମାସରେ ୩୭ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସର ବାର୍ତ୍ତା। ତେବେ ଏଥିରେ ପୁଣି କେଁ ପୂରାଇଛନ୍ତି ବିରୋଧୀ। କେବଳ ତଳିଆ କର୍ମଚାରୀ କାହିଁକି, ଦୁର୍ନୀତି କରୁଥିବା ବଡ଼ ବଡ଼ିଆ ଅଫିସରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି। ମାସକ ଭିତରେ ବରଖାସ୍ତ ହେଲେଣି ୩୭ କର୍ମଚାରୀ। ପେନସନ […]