ଭୁବନେଶ୍ୱର: କୁପୋଷଣ ଦୂର କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅବହେଳା ଓ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ କୁପୋଷଣ ଦୂର କରିବାରେ ସମସ୍ୟା ଉପୁଜିଛି। ଫଳରେ ରାଜ୍ୟ ସରକାର ୨୦୨୨ର ନ୍ୟାସନାଲ୍ ନ୍ୟୁଟ୍ରିସନ ମିଶନ ଟାର୍ଗେଟ ପୂରା କରିବା ଉପରେ ସନ୍ଦେହ ଉପୁଜିଛି। ରାଜ୍ୟର ୧୦.୭ ଲକ୍ଷ ଶିଶୁ ଅର୍ଦ୍ଧବିକଶିତ ହୋଇ ରହିଛନ୍ତି। ସେହିପରି ୫.୧୩ ଲକ୍ଷ ଶିଶୁ ଦୁର୍ବଳ ସ୍ୱାସ୍ଥ୍ୟର ବୋଲି ସିଏନ୍ଏନ୍ଏସ୍ (କମ୍ପ୍ରେହେନ୍ସିଭ୍ ନ୍ୟାସ୍ନାଲ୍ ନ୍ୟୁଟ୍ରିସନ୍ ସର୍ବେ ) ସର୍ଭେରୁ […]
ସୁନ୍ଦରଗଡ଼: ସରକାରୀ କଳରେ ଉପରୁ ତଳ ଯାଏ ଲମ୍ବିଛି କି ଦୁର୍ନୀତିର ଚେର? ବଡ଼ବଡ଼ୁଆଙ୍କ କଥା ଛାଡ଼ନ୍ତୁ, ସାମାନ୍ୟ ରୋଷେୟା ଚାକିରି ପାଇଁ ଜଣେ ପିଇଟି ୬୦ ହଜାର ଟଙ୍କା ଲାଞ୍ଚ ମାଗିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଭଳି ସଂଗୀନ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ପିଇଟି ମାଷ୍ଟର ଅମର ଆନନ୍ଦ ପଟ୍ଟନାୟକଙ୍କ ନାଁରେ। ଅଭିଯୋଗ ଅନୁସାରେ, ଆଦିବାସୀ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ଆବାସିକ ଆଦର୍ଶ ବିଦ୍ୟାଳୟରେ ପୂର୍ବରୁ […]
ଗଞ୍ଜାମ: ଦୁଇ ହାତରେ ୧୨ ଆଙ୍ଗୁଳି ଏବଂ ଦୁଇ ପାଦରେ ୧୯ ଆଙ୍ଗୁଳି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଦୂରାରୋଗ୍ୟରେ ଶିକାର ହୋଇ ଏବେ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି ଜଣେ ୭୫ ବର୍ଷୀୟ କୁମାରୀ ନାଇକ। ଘଟଣା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କଳମ୍ବ ଗ୍ରାମ ପଞ୍ଚାୟତ କାଦପଡ଼ା ଗ୍ରାମରେ। ଏହି ଗାଁର ହରିଜନ ସାହିର ୭୫ ବର୍ଷୀୟ ବୟସ୍କା କୁମାରୀ ନାଇକ ହାତରେ ୧୨ଟି ଓ ହାତରେ ରହିଛି ୧୯ଟି ଆଙ୍ଗୁଳି ରହିଛି। ଏହି […]
ନବରଙ୍ଗପୁର: ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଣ୍ଟନକୁ ନେଇ ବିଦ୍ୟାଳୟ ସାଜିଲା ରଣକ୍ଷେତ୍ର। ଶିକ୍ଷକ ଓ ଶିକ୍ଷୟିତ୍ରୀ ଏମିତି ଯୁଦ୍ଧ ଲାଗିଲେ ଯେ କୁନି ପିଲାମଆନେ ଡରିକି ଏକାଥରେ ଛାନିଆ। ସ୍କୁଲ୍ ଛାଡ଼ି ଏକମୁହାଁ ହୋଇ ଘରକୁ ଧାଇଁଲେ ପିଲା। ତେବେ ଏହି ଗଣ୍ଡଗୋଳର ଦୁଇ ଜଣଯାକ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋଟ ଭାମିନି ପଞ୍ଚାୟତ ମିରିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଗତକାଲି ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଣ୍ଟନ […]
ଭୁବନେସ୍ୱର: ରାଜ୍ୟର ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ ଖୋର୍ଦ୍ଧା ଜିଲ୍ଲାରେ ନିୟମ ମାନୁନାହାନ୍ତି ସରକାରୀ ବାବୁ। କିଏ କେତେବେଳେ ଅଫିସରେ ପହଞ୍ଚୁଛି ତାର ହିସାବ ନାହିଁ ଦିନ ୧୦ଟାରୁ ୧୨ଟା ମଧ୍ୟରେ ବିଭିନ୍ନ ଅଫିସ ବୁଲି ରିୟଲିଟି ଚେକ୍ କରିଥିଲା ଓଟିଭି ଟିମ୍। ହେଲେ କେଉଁଠି ଅଫିସ ଖୋଲା, ଚେୟାର ଖାଁ ଖାଁ, ତ ଆଉ କେଉଁଠି ବିଳମ୍ବରେ ପହଞ୍ଚୁଥିଲେ ସରକାରୀ ବାବୁ। ରାଜ୍ୟରେ ଆରମ୍ଭ ହୋଇଛି ମୋ ସରକାର ଯୋଜନା। ତାସହ ଲାଗୁ ହୋଇଛି 5-T। […]
ଭୁବନେଶ୍ୱର: ସରକାରୀ ଖର୍ଚ୍ଚରେ ନିଜ ଅତିଥିଙ୍କୁ ହାଇଦ୍ରାବାଦ୍ ନେଉଛନ୍ତି ମନ୍ତ୍ରୀ। ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଗତ ୧୦ ତାରିଖରେ ହାଇଦ୍ରାବାଦ୍ରେ ରୋଡ୍ ଶୋ’ର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ତେବେ ତାଙ୍କ ସହ ଦୁଇ ଜଣ ମହିଳାଙ୍କ ଲାଗି ସରକାରୀ ଖର୍ଚ୍ଚରେ ବିମାନ ଟିକଟ ଓ ହୋଟେଲ୍ ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ଅଫିସରୁ ପର୍ଯ୍ୟଟନ ବିଭାଗକୁ ଚିଠି ଯାଇଥିଲା। ସରକାର ଖର୍ଚ୍ଚରେ ମନ୍ତ୍ରୀ […]
ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା ରାତି ତମାମ ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଧାରଣାରେ ବସିଛନ୍ତି ଶତାଧିକ ବିଏଡ୍ ଓ ଏମ୍.ଏଡ ଛାତ୍ରଛାତ୍ରୀ। ଶିକ୍ଷକ ପ୍ରବେଶିକା ପରୀକ୍ଷା ବା ଓଟିଇଟି ପରୀକ୍ଷା ପାଇଁ ସରକାର ସେମାନଙ୍କୁ ଅନୁମତି ନଦେବା ପ୍ରତିବାଦରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ଗତ ୫ ତାରିଖରେ ଏହି ଛାତ୍ରଛାତ୍ରୀମାନେ ପଦଯାତ୍ରା କରିବା ପରେ ପୁଲିସ ବାଟ ଓଗାଳିଥିଲା। ସେତେବେଳେ ଜିଲ୍ଲାପାଳ ୩ ଦିନ ସମୟ ମାଗିଥିଲେ, କିନ୍ତୁ ପ୍ରତିଶ୍ରୁତି ପାଳନ କରିନଥିବାରୁ ଶେଷରେ […]
ଭୁବନେଶ୍ୱର: ଜଗତସିଂହପୁର ନାଉଗାଁ ଯୁବତୀ ଆତ୍ମହତ୍ୟା ଘଟଣାରେ ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଲଜ୍ଜାରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ ବୋଲି ସେ କହିଛନ୍ତି। ୭ ତାରିଖ ସକାଳେ ଯୁବତୀଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ପୀଡ଼ିତାଙ୍କ ମାଙ୍କ ଏତଲା ଆଧାରରେ ଥାନାରେ ମାମଲା ହୋଇଛି। ଏକତରଫା ପ୍ରେମ ଯୋଗୁ ଜଣେ ଯୁବକ ଆପତ୍ତିଜନକ ଫଟୋ ଲଗାଇଥିଲେ। ଫଟୋ ଲଗାଇବା ଯୋଗୁ ଯୁବତୀ ଜଣକ ଲଜ୍ଜାରେ ଆତ୍ମହତ୍ୟା କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି […]
ଭୁବନେଶ୍ୱର: ବୁଲ୍ବୁଲ୍ ବାତ୍ୟା ବେଳେ ଇଲେକ୍ଟ୍ରିକ୍ ଖୁଣ୍ଟ ପଡ଼ି ଗୁରୁତର ଆହତ ହୋଇଥିବା NDRF ଇନ୍ସପେକ୍ଟର୍ ମନୋରଞ୍ଜନ ପ୍ରସାଦଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍କୁ ନିଆଯାଇଛି। ତାଙ୍କୁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇଛି। ବୁଲ୍ବୁଲ୍ ବାତ୍ୟା ମୁକାବାଲି ଲାଗି ଭଦ୍ରକ ଯାଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ମନୋରଞ୍ଜନ। ବାତ୍ୟାରେ ଭଦ୍ରକ ନାୟକଣିଡିହ ପୁଲିସ ଷ୍ଟେସନ୍ରେ ଗଛଗୁଡ଼ିକ ଭାଙ୍ଗି ପଡ଼ିଥିଲା। ଏନ୍ଡିଆରଏଫ୍ ଟିମ୍ ଗଛଗୁଡ଼ିକ କାଟି ସଫା କରୁଥିବା ବେଳେ ହଠାତ୍ ମନୋରଞ୍ଜନଙ୍କ ମୁଣ୍ଡ […]
ଭୁବନେଶ୍ୱର: ଆଇଆଇଟି ଭିଲାଇର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସୁଧନ୍ୱା ପାତ୍ର ଚଳିତ ବର୍ଷର ସମ୍ମାନଜନକ ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇବେ। ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବିଶେଷ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ରାଜ୍ୟ ସରକାରଙ୍କ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ପାଇଁ ଯୁବ ବୈଜ୍ଞାନିକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଦଶ […]
ଭୁବନେଶ୍ୱର: ମୋ ବସର ଏକ ବର୍ଷ ପୂର୍ତ୍ତୀ ଅବସରରେ ରାଜଧାନୀ ଭୁବନେଶ୍ୱରକୁ ଆସିବ ୫୦ଟି ଇଲେକ୍ଟ୍ରିକ୍ ବସ୍। ଏହା ପୂର୍ବରୁ ଆସିଛି ଦୁଇଟି ଡେମୋ ବସ୍। ଏହି ବସ୍ ରାଜଧାନୀର ବିଭିନ୍ନ ରୁଟ୍ରେ ଚଳାଚଳ କରି ଡେମୋ ଦେଖାଇଛି। ତେବେ ପ୍ରଥମେ ୧୦ ଦିନ ପାଇଁ ବସ୍ଗୁଡ଼ିକର ପରୀକ୍ଷଣ ଚାଳନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଇ-ବସ୍ରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି। ଏଥିରେ ଯାତ୍ରୀଙ୍କୁ ସୁରକ୍ଷା ପାଇଁ ୫ଟି […]
ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ହୁହୁ ହୋଇ ବଢ଼ୁଛି। ଏଥର ଏକାଥରେ ଏତେ ବଢ଼ିଲା ଯେ ପିଆଜି କିଣିବାକୁ ଶହେଥର ଚିନ୍ତା କରିବେ ଖାଉଟି। ଏଇ ଦୁଇଚାରି ଦିନ ତଳେ ପିଆଜ ଦର୬୦-୭୦ ଥିଲା। କିନ୍ତୁ ଗତ ଦୁଇ ଦିନ ମଧ୍ୟରେ ପିଆଜ ଦର ୯୦ ଟଙ୍କାକୁ ପହଞ୍ଚିଛି। ପିଆଜ ମାଡ଼ରେ ଖାଉଟି ପକେଟ୍ ହୁଗୁଳା ହେବାରେ ଲାଗିଛି। କିଲେ ପିଆଜ କିଣିବାକୁ ଦୁଇ ଥର ଭାବୁଛନ୍ତି ଖାଉଟି। ଏପରି ବ୍ୟବସ୍ଥା ଆହୁରି ଦୁଇରୁ ତିନି ଦିନ […]
କୋରାପୁଟ: ଜୟପୁରରେ ଜଣେ ବ୍ୟବସାୟୀଙ୍କୁ ପରିବହନ ବିଭାଗର ଯେଉଁ ଅଜବ ଜରିମାନା ଲଗାଇଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଥରେ ଭାବନ୍ତୁ ଆପଣ ଘରେ ଥିବେ କିନ୍ତୁ ଆପଣଙ୍କନ ନାଁରେ ଦ୍ରୁତ ଗତିରେ ଗାଡ଼ି ଚଳାଇବାର ଅଭିଯୋଗ ଆସିବ ଆଉ ଫାଇନ୍ ବି ପଡ଼ିବ। ଆଉ ତୁମ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ ବୋଲି କୁହାଯିବ ତେବେ ଆପଣ କଣ କରିବେ ? ଆପଣ ଭାବୁଥିବେ ଏ କେମିତିକି କଥା ହେଲା ? ବାପା ରାଣ […]
ଭୁବନେଶ୍ୱର: ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ର ପୂର୍ବତନ ସିଏମ୍ଡି ଗିରଫ। ଆର୍ଥିକ ଅନିୟମିତତା ଅଭିଯୋଗରେ ପୂର୍ବତନ ସିଏମ୍ଡି ସଞ୍ଜୟ ସିଂଘଲଙ୍କୁ ଗିରଫ କରିଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଇଡି ରିମାଣ୍ଡରେ ନେଇପାରେ। ଗତ କିଛି ଦିନ ତଳେ ଭୂଷଣ ଷ୍ଟିଲର ୪ ହଜାର ୨୫ କୋଟି ଟଙ୍କା ଆଟାଚ କରିଛି ଇଡି। ବ୍ୟାଙ୍କ ଜାଲିଆତି ମାମଲାରେ ED ଏହି ସମ୍ପତ୍ତି ଆଟାଚ୍ କରିଥିବା […]
ଭୁବନେଶ୍ୱର: ଓଡ଼ିଶା ଲଳିତକଳା ଏକାଡେମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ) ତରଫରୁ ଆଜି ୩୮ ତମ ଓଡ଼ିଶା ଲଳିତକଳା ଏକାଡେମୀ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଛି। ତେବେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ କଳାକୃତିର ବିଭିନ୍ନ ବିଭାଗରୁ ୩୬୮ଜଣ ଶିଳ୍ପୀଙ୍କ ଠାରୁ ୬୫୧ଟି କଳାକୃତି ଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଚୟନ ପରେ ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୧୦ଟି କଳାକୃତିରୁ ଚୟନ କରାଯାଇ ୮ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କଳାକୃତି ନିମନ୍ତେ ପୁରସ୍କାର […]
ଭୁବନେଶ୍ୱର: ବିଧାନସଭାରେ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳ ନେଇ ସରକାରଙ୍କୁ ଘେରିଛନ୍ତି ଉଭୟ ଶାସକ ଓ ବିରୋଧୀ। ରାଜ୍ୟରେ କେଉଁ ବିଭାଗ ଅଧିନରେ କେତେ ବାତ୍ୟା ଆଶ୍ରୟ ସ୍ଥଳ ରହିଛି ସେନେଇ ସରକାର ଗୃହରେ ସ୍ପଷ୍ଟ କରିପାରିନଥିଲେ। ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚିବା ପାଇଁ ରାସ୍ତା ନଥିବା କଥା ଉଠାଇ ବିଧାୟକମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି କିଛି ବାତ୍ୟା ଆଶ୍ରୟ ସ୍ଥଳ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବୋଲି ଗୃହର କଥା ଉଠିଥିଲା। ଏହାର […]
ମାଲକାନଗିରି: ପୁଅ ବିଦେଶରେ ଆଉ ବାପା ଓଡ଼ିଶାର ମାଲକାନଗିରିରେ। କିନ୍ତୁ ବିଗତ ୫ ବର୍ଷ ହେବ ବାପାର ଠିକଣା ପାଇପାରୁନଥିଲା ପୁଅ। ବିଭିନ୍ନ ଆଡୁ ପ୍ରୟାସ କରି ଶେଷରେ ନିଜ ଜନ୍ମଦାତା ବାପା ସହ ଭିଡିଓ କଲ୍ ଯୋଗେ କଥା ହେବାରେ ସଫଳ ହେବା ସହ ବାପାର ଭଲ ମନ୍ଦ ପଚାରୀ ବୁଝିଛି ପୁଅ। ଏଥିପାଇଁ ଓଡ଼ିଶା ରେଡକ୍ରସ ସଂସ୍ଥାକୁ ଧନ୍ୟବାଦ ଦେଇଛନ୍ତି ନେଦରଲାଣ୍ଡସରେ ରହୁଥିବା ତାଙ୍କ ପୁଅ ସନ ସିଗିଆନ। ତେବେ କେମିତି ଅଲଗା ହୋଇଗଲା […]
ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ହୋଇଛି ବୈଠକ। ମାର୍ଚ୍ଚ ୨୦୨୦ ସୁଦ୍ଧା ରାଜ୍ୟରେ ଆହୁରି ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ସମେତ ୩୬ଟି ବ୍ଲକରେ ଖୋଲାଯିବ ଆଦର୍ଶ ବିଦ୍ୟାଳୟ। ଏହାସହ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଯୋଜନା ରହିଛି। ଏହି ସବୁ ସ୍କୁଲରେ ଆସନ୍ତା ବର୍ଷ ମାର୍ଚ୍ଚରୁ ପାଠପଢ଼ା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବର୍ତ୍ତମାନ […]
ଯାଜପୁର: ଦାୟିତ୍ୱରେ ଅବହେଳା ଅଭିଯୋଗରେ ଆରୁହାଁ ଆରଆଇ ନିଲମ୍ବିତ। ଆରୁହାଁ ଆରଆଇ କ୍ଷୀରାବ୍ଧି ତନୟା ପଣ୍ଡାଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ୍ ଅଗ୍ରୱାଲଙ୍କୁ ସୋ-କଜ୍ ନୋଟିସ୍। ତେବେ କେଉଁ ଦାୟିତ୍ୱରେ ଅବହେଳା ନେଇ ସସ୍ପେଣ୍ଡ, ସ୍ପଷ୍ଟ ହୋଇନି। ସୂଚନାଯୋଗ୍ୟ ଆରୁହାଁ ରାଜସ୍ୱ ସର୍କଲ ଅଧୀନରେ ରହିଛି ହରିଦାସପୁର। ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଚର୍ଚ୍ଚାରେ ରହିଛି ହରିଦାସପୁର। ସେହିପରି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି। କାରଣ […]
ଭୁବନେଶ୍ୱର: ଆଳୁ ଯାହା ଯେମିତି କିଣୁଛନ୍ତି ଲୋକେ। ହେଲେ ପିଆଜକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି। କାରଣ ପିଆଜ ଦର ଯେମିତି ବେଲଗାମ୍ ହୋଇ ଦୌଡୁଛି, ଆଉ ସାଧାରଣ ଲୋକଙ୍କ କିଣିବା କବ୍ଜାରେ ନାହିଁ। ଆଶା କରାଯାଉଥିଲା, ଧର୍ମ ମାସ କାର୍ତ୍ତିକ ପରେ ରେଟ୍ କମିଯିବ। ହେଲେ ସ୍ଥିତି ଓଲଟା ହୋଇଛି। ଗାଁ ଗହଳି କଥା ଛାଡନ୍ତୁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ପିଆଜ କିଲୋ ୮୦ ଛୁଇଁଲାଣି। ବିକିଲା ବେଳେ ବେପାରୀ ଆହୁରି ଛାନିଆ […]
ଭବାନୀପାଟଣା(ରାଜକୁମାର ସିଂଦେଓ): ୨୦୧୬ ଅଗଷ୍ଟରେ ପତ୍ନୀଙ୍କ ଶବକୁ ୧୨ କିଲୋମିଟର ବାଟ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିବା ଦାନ ମାଝୀ ଏବେ କେମିତି ଅଛନ୍ତି ? କେମିତି ଅଛନ୍ତି ତାଙ୍କ ପରିବାର, କେମିତି ଅଛି ତାଙ୍କ ଗାଁ ? ତିନିବର୍ଷ ତଳେ ନେତାମନ୍ତ୍ରୀ କରିଥିବା ପ୍ରତିଶ୍ରୁତିର ବର୍ଷା, କେତେ ସୁଜଳା ସୁଫଳା କରିଛି ପାହାଡ଼ି ଇଲାକାକୁ ? ଜାଣିବା ପାଇଁ ଆମେ ପହଞ୍ଚିଥିଲୁ, ଦାନମାଝୀଙ୍କ ଗାଁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍। […]
ଭୁବନେଶ୍ୱର: ରାତି ଅଧିଆ ପୁଲିସ୍ ଡିଜି ବି.କେ. ଶର୍ମାଙ୍କୁ ବିଦା କରିବା ନେଇ ଉଠିଛି ନାନା ପ୍ରଶ୍ନ। ଅଧଘଣ୍ଟା ଭିତରେ ପ୍ରଥମେ ବି.କେ. ଶର୍ମାଙ୍କ ବିରୋଧରେ ଫାୟାର ସର୍ଭିସ୍ ସାର୍ଟିଫିକେଟ୍ ପ୍ରଦାନରେ ଅନିୟମିତତା ଅଭିଯୋଗ। ଆଉ ତା’ ପରେ ତୁରନ୍ତ ପଦରୁ ଅପସାରଣ। ଏଭଳି ଘଟଣା ଓଡ଼ିଶା ପୋଲିସ୍ରେ ଏକ ବିରଳ ନଜିର ସୃଷ୍ଟି କରିଛି। ତେବେ କେବଳ ଏହି ଅନିୟମିତତା ଅଭିଯୋଗ ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି ତାକୁ ନେଇ ପାଓ୍ୱାର […]
ଭୁବନେଶ୍ୱର: ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଚାଷୀ ଆନ୍ଦୋଳନ ତେଜୁଥିବା ଦେଖି ମଝିରାସ୍ତା ବାଛିଛନ୍ତି ସରକାର। କେବଳ ସେତିକି ନୁହେଁ, ସରକାରଙ୍କ ମୌଖିକ ପ୍ରତିଶ୍ରୁତି ମିଳିବା ପରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି। ସେପଟେ ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଦାବି ନେଇ ବିଧାନସଭାରେ ଆଜି ବି ହଙ୍ଗାମା ହୋଇଛି। ତେବେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁରର ବରେଇପାଲି, ବରଗଡ଼ର ଗୋଡ଼ଭଗା ସବୁଆଡ଼େ ଆନ୍ଦୋଳନ କରିଥିଲେ ଚାଷୀ। ଗୋଡ଼ଭଗାରେ ରାସ୍ତା ଉପରେ ଧାନବସ୍ତା ଗଦେଇ ଧାରଣା ଦେଇଥିଲେ। ବରେଇପାରିଲେ […]
ଜଗତସିଂହପୁର(ଶଶାଙ୍କ ପଣ୍ଡା): ଭଉଣୀ ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ଧରମ ଭାଇ ରଶି ଲଗାଇ ଝୁଲିପଡ଼ିଲେ। ଆଜି ଦିନ ଦି’ପହରରେ ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣା ଗାଁରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବାଲିପାଟଣା ଗାଁର ଅକ୍ଷୟ ସାମଲ ପେଶାରେ ଜଣେ ରାଜମିସ୍ତ୍ରୀ। ଆଜି ଦି’ପ୍ରହରରେ ତାଙ୍କ ସ୍ତ୍ରୀ କବିତା ସାମଲ୍ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖି ଅକ୍ଷୟ ତାଙ୍କୁ ସଙ୍ଗେ ସଙ୍ଗେ […]
ଯାଜପୁର(ଅଭୟ ପତି): ଘରେ ପୁଅ ନଥିବା ବେଳେ ବୋହୂକ ନୃଶଂସା ମାଡ଼। ଶାଶୂ, ଶ୍ୱଶୁର ଓ ଦିଅର ମିଶି ମରଣାନ୍ତକ ମାଡ଼ ମାରୁଥିଲେ। ଏକଥା ଦେଖି ଗାଁ ଲୋକ କିନ୍ତୁ ସମ୍ଭାଳି ପାରିଲେନି। ତା’ପରେ ଜଣକ ପରେ ଜଣେ ଗାଁ ଲୋକ ଦୌଡ଼ି ଆସିଲେ ସେହି ସ୍ଥାନକୁ। ତା ପରେ ଆଉ ସମ୍ଭାଳେ କିଏ ? ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ। ବୋହୂକୁ ଶଶୁର ଘର ଲୋକ ଏପରି ନିର୍ଯାତନା […]