• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

h
ମନିପର୍ସରୁ ଧରାପଡ଼ିଲେ ପୁରୀ ଦୁଷ୍କର୍ମକାରୀ; ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ: ଧର୍ମକ୍ଷେତ୍ର ପୁରୀରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଲ୍ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଅନ୍ୟ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା ଚାଲିଛି। ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଆଗରୁ କନଷ୍ଟେବଳ ଚାକିରି କରିଥିଲେ ହେଁ ସେ ବହିଷ୍କୃତ ହୋଇଛନ୍ତି। ଜିତେନ୍ଦ୍ର ସେଠୀ ନାଁରେ ଆଗରୁ ମଧ୍ୟ ବହୁ ମାମଲା ଅଛି। ଚାକିରୀ କ୍ଷେତ୍ରରେ ନିଜର ଆଚରଣ ଲାଗି ଜିତେନ୍ଦ୍ରର ସର୍ଭିସ […]

  • Friday, 23 July 2021
chin
ପୁଲିସ୍‌ କାର୍ ଧକ୍କାରେ ସାଇକେଲ୍‌ ଆରୋହୀଙ୍କ ମୃତ୍ୟୁ

କଟକ: ପୁଲିସ ଅଧିକାରୀଙ୍କ ବେପରୁଆ ଗାଡ଼ି ଚାଳନାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ ଚାଲିଛି। ଡ୍ରାଇଭର ଜଣକ ପୁଲିସ ଅଧିକାରୀ ହୁଅନ୍ତୁ ବା ଯେକେହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି। ଗତ ନଭେମ୍ବର ୨୯ରେ କଟକ-ପାରାଦୀପ ରାସ୍ତାର ନାନପୁରରେ ଜଣେ ପୁଲିସ ଅଧିକାରୀଙ୍କ କାର ଧକ୍କାରେ ସାଇକେଲ ଆରୋହୀ କିଶୋର ମିଶ୍ରଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଦୁର୍ଘଟଣା ଘଟାଇଥିବା କାରଟି ପୁରୀ […]

  • Friday, 23 July 2021
photo
ପୁରୀ ୭୫ ମିଟର ପରିଧି ଭିତରେ ଉଚ୍ଛେଦ: ସ୍ୱେଚ୍ଛାକୃତ ଜମି ଦାନ କଲେ ଲୋକେ

ପୁରୀ: ଶ୍ରୀମନ୍ଦିର ୭୫ ମିଟର ପରିଧି ଭିତରେ ଆସୁଥିବା ଜାଗା ମଧ୍ୟରୁ ୭୫ ପ୍ରତିଶତ ଘରୋଇ ଜମିକୁ ଲୋକେ ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିଛନ୍ତି। ଫଳରେ ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ଭାବେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ଲୋକଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।  ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ବିସ୍ଥାପିତଙ୍କ ଲାଗି ଥିବା ଅତିରିକ୍ତ ପ୍ରୋତ୍ସାହନ […]

  • Friday, 23 July 2021
j
ମୋ ସରକାର ପାର୍ଟ-୨ରେ କାଳିଆ ଯୋଜନା

ଭୁବନେଶ୍ୱର: ଆଜିଠୁ ଲାଗୁ ହୋଇଛି ମୋ ସରକାର ପାର୍ଟ-୨। ପୂର୍ବ ଘୋଷଣା ଅନୁସାରେ କାଳିଆ ଯୋଜନା ସମେତ ୬ଟି ବିଭାଗର ୯ଟି ଯୋଜନାକୁ ଏଥିରେ ସାମିଲ  କରାଯାଇଛି। ଖାଦ୍ୟ ଯୋଗାଣ ବିଭାଗ ଅଧିନରେ ଥିବା ଚାଷୀ ପଞ୍ଜୀକରଣ ଓ ଧାନକିଣା ପରି କିଛି ସମସ୍ୟା ସଂପର୍କରେ ଲୋକଙ୍କ ମତାମତ ନେଇ ମୋ ସରକାର ପାର୍ଟ-୨ର ପ୍ରଥମ ପୃଷ୍ଠା ଖୋଲିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତେବେ ବହୁଚର୍ଚ୍ଚିଚ କାଳିଆ ଯୋଜନା ଏଥିରେ ସାମିଲ ହେବା […]

  • Friday, 23 July 2021
t-1
‘ମୁଁ ହେଲମେଟ୍ ପିନ୍ଧିବିନି କି ଫାଇନ୍ ଦେବିନି, ପୁଲିସ୍ କଣ କରିବ ଦେଖିବା’

ଭୁବନେଶ୍ୱର(ବ୍ୟୁରୋ): ହଠାତ୍ ଟ୍ରାଫିକ୍ ନିୟମ କଡ଼ା କଡ଼ି ହେଲା ଆଉ ପୋଖରୀରୁ ଜାଲରେ ମାଛ ଧରିଲା ଭଳି ଛକ ଛକରେ ଟ୍ରାଫିକ୍ ପୁଲିସ୍ ଛକି ବସିଲେ। କିଏ ହେଲମେଟ୍ ମୁଣ୍ଡେଇନି ତାକୁ ଫାଇନ୍। କିଏ ଗାଡ଼ି କାଗଜପତ୍ର ଠିକ୍ ଠାକ୍ ରଖିନି ତାକୁ ଫାଇନ୍। କିଏ ଟ୍ରାଫିକ୍ ନିୟମ ମାନିଲାନି ତାକୁ ଫାଇନ୍। ଏହା ଏକ ଅସନ୍ତୋଷ ଓ ହିଂସ୍ର ରୂପ ଧାରଣ କଲାବେଳକୁ ସରକାର ସାଙ୍ଗେସାଙ୍ଗ୍ ନିୟମ କୋହଳ କରିଦେଲେ। ଗତ କାଲି ଏହି କୋହଳ […]

  • Friday, 23 July 2021
e-2
ହନୁମାନ ସାଜିଲେ ବିରଞ୍ଚି

ନବରଙ୍ଗପୁର(ନବଘନ ବିଷୋୟୀ): ହନୁମାନ ସାଜିଲେ ନବରଙ୍ଗପୁରର ବିରଞ୍ଚି ମାଝୀ। ଏକାଥରେ କୂଅ ଭିତରକୁ ଡେଇଁଲେ। ପାଣିରେ ଦୀର୍ଘ ସମୟ ଧରି ଉବୁଟୁବୁ ହେଉଥିବା ତିନି ଛୁଆଙ୍କୁ ହନୁମାନ ଭଳି କାନ୍ଧରେ ବସାଇଲେ। ଆଉ ଗାଁ ଲୋକଙ୍କ ସାହାଯ୍ୟରେ ଅତି ସତର୍କ ଓ ସୁରକ୍ଷିତ ଅବସ୍ଥାରେ ସେମାନଙ୍କୁ ଉପରକୁ ଉଠାଇ ଆଣିଲେ। ଯେଉଁ ପିଲାଟି ପାଣିରେ ବୁଡ଼ି ଯାଉଥିଲା ତା ମା’ ଏ ଖବର ଶୁଣିଲା ବେଳକୁ ଲୁହ ଛଳ ଛଳ ଆଖିରେ କୋହ ସମ୍ଭାଳି ନପାରି କହି […]

  • Friday, 23 July 2021
jj
ନ୍ୟାୟ ପାଇଁ କେତେ ନେହୁରା ହୋଇଥାନ୍ତେ, ଶେଷରେ ଜୀବନ ହାରିଲେ ପୀଡ଼ିତା

ମୟୂରଭଞ୍ଜ: ଜଣେ ସମ୍ପର୍କୀୟ ଦୁଷ୍କର୍ମ କରିବା ପରେ କଲେଜ୍‌ ଅଧ୍ୟାପିକା ବହୁତ ମାନସିକ ଚାପରେ ରହୁଥିଲେ। ଏ ନେଇ ପୁଲିସ୍‌ରେ ଅଭିଯୋଗ ବି କରିଥିଲେ। କିନ୍ତୁ ଶୁଣିନଥିଲା ପୁଲିସ୍। ଜଣେ କଲେଜ୍‌ ଅଧ୍ୟାପିକା ହୋଇ ନ୍ୟାୟ ପାଇଁ ପୁଲିସ୍‌ ପାଖରେ ଆଉ କେତେ ବା ନେହୁରା ହୋଇଥାନ୍ତେ ସେ। ସେପଟେ ଫଟୋ ଭାଇରାଲ୍ କରିଦେବ ବୋଲି  ବାରମ୍ବାର ଧମକଉଥିଲା ଦୁର୍ବୃତ୍ତ। ଶେଷରେ ନ୍ୟାୟ ମାଗି ମାଗି ନୟାନ୍ତ ହେଲା ପରେ ଗତକାଲୀ ଜୀବନ ହାରିଦେଲେ। ସବୁକିଛି ସରିଗଲା […]

  • Friday, 23 July 2021
babul
ଅଯୋଧ୍ୟାରେ ଭାଇଚାରା କାଏମ୍: ରାମ୍‌ ମନ୍ଦିର ପାଇଁ ବବୁଲ୍ ଖାନ୍‌ କାର୍ଯ୍ୟ ପ୍ରଶଂସନୀୟ

ଅଯୋଧ୍ୟା: ‘ପ୍ରାର୍ଥନାସ୍ଥଳରେ ବିବାଦ ରହିଲେ ପ୍ରାର୍ଥନା ଗ୍ରହଣୀୟ ହେବନାହିଁ।’ ଏଭଳି ବିଚାର ରଖି ଅଯୋଧ୍ୟାରେ ଭାଇଚାରାର ବାର୍ତ୍ତା ବାଣ୍ଟୁଛନ୍ତି ବବ୍‌ଲୁ ଖାନ୍‌। ଗତ ୫ ବର୍ଷ ହେଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦିଗରେ କାମ କରୁଥିବା ବବ୍‌ଲୁଙ୍କ ସମେତ ଏମିତି ଅନେକ ବ୍ୟକ୍ତିଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚିନ୍ତାଧାରା ଅଯୋଧ୍ୟାରେ ଭାଇଚାରାର ପରିବେଶ ସୃଷ୍ଟି କରିଛି। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପୂର୍ବରୁ ଅଯୋଧ୍ୟାରେ ମନ୍ଦିର ନା ମସଜିଦ୍, ଏ ପ୍ରଶ୍ନକୁ ନେଇ ବର୍ଷ ବର୍ଷ ଧରି ସମଗ୍ର ଦେଶବାସୀଙ୍କ […]

  • Friday, 23 July 2021
fisherman-missing-730x485
ଅସ୍ତରଙ୍ଗ ଦେବୀ ମୁହାଣ ପାଖ ସମୁଦ୍ରରେ ବୁଡ଼ିଲା ଟ୍ରଲର

କୋଣାର୍କ: ସମୁଦ୍ରରେ ବୁଡ଼ିଲା ଟ୍ରଲର। ଅଳ୍ପକେ ବର୍ତ୍ତିଲେ ୭ କର୍ମଚାରୀ। ଅସ୍ତରଙ୍ଗ ଦେବୀ ମୁହାଣ ପାର୍ଶ୍ୱବର୍ତ୍ତୀ ସମୁଦ୍ରରେ ବୁଡ଼ିଗଲା ଟ୍ରଲରଟ୍ରଲରର ୭ କର୍ମଚାରୀଙ୍କୁ ଉଦ୍ଧାର କଲେ ଅନ୍ୟ ମତ୍ସ୍ୟଜୀବୀ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲର ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅସ୍ତରଙ୍ଗ-୨ ନାମକ ଏକ ଟ୍ରଲର ମାଛ ମାରିବାକୁ ଯାଇଥିଲା। ତେବେ ଅସ୍ତରଙ୍ଗର ଦେବୀ ମୁହାଣଠାରୁ ୨ କିମି ଦୂରରେ ଆଜି ସନ୍ଧ୍ୟାରେ ଉକ୍ତ ଟ୍ରଲରଟି ବୁଡ଼ି ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଏବଂ […]

  • Friday, 23 July 2021
inid
ଦେଶର ଶକ୍ତିଶାଳୀ ‍କ୍ଷେପଣାସ୍ତ୍ର ଅଗ୍ନି-୩ ପ୍ରଥମ ରାତ୍ରି ପରୀକ୍ଷଣ ସଫଳ

ଭଦ୍ରକ: ପ୍ରଥମ ଥର ପାଇଁ ଦେଶର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୩ର ରାତ୍ରିକାଳୀନ ପରୀକ୍ଷଣ ସଫଳ ହୋଇଛି। ଆଜି ସଂଧ୍ୟା ୭ଟା ୧୮ରେ ଭଦ୍ରକ ଚାନ୍ଦବାଲି ନିକଟ ଅବଦୁଲ କଲାମ ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଥିଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଆରଡିଓ) ଦ୍ୱାରା ବିକଶିତ ଅଣୁ ଅସ୍ତ୍ରବହନ କରିପାରୁଥିବା ଅଗ୍ନି-୩ ଇତି ମଧ୍ୟରେ ଭାରତୀୟ ସେନାରେ ସାମିଲ ହୋଇସାରିଛି। ପ୍ରାୟ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି। ଅର୍ଥାତ ଅଗ୍ନି-୩ର ଲକ୍ଷ୍ୟଭେଦ ପରିଧି […]

  • Friday, 23 July 2021
ra
୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ନିୟମିତ କଲେଜ୍‌ ଆସୁନଥିବା ଅମାନିଆ ପିଲା ଏଥର କଲେଜ୍ ଆସିବାକୁ ବାଧ୍ୟ। କାରଣ ଏଥର କଲେଜ୍‌ର ଅବଶ୍ୟକୀୟ ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେ ନାହିଁ ପିଲା। ଏବେ କଡ଼ାକଡ଼ି ପାଳନ ହେବ ଏହି ନିୟମ। ୭୫ ପ୍ରତିଶତ ଉପସ୍ଥାନ ନଥିଲେ କଲେଜ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। ଜୁଲାଇ ୫ତାରିଖରେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିଲେ ସରକାର। ତେବେ ଗତକାଲି ପୁଣିଥରେ ନିର୍ଦ୍ଦେଶନାମା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଏହି ୭୫% […]

  • Friday, 23 July 2021
aids
ବିଶ୍ୱ ଏଡ୍‌ସ ଦିବସ; ଆଜିବି ସମ୍ମାନର ସହ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସଂକ୍ରମିତ

ଭୁବନେଶ୍ୱର: ରାତି ପାହିଲେ ବିଶ୍ୱ ପାଳିତ ହେବ ଏଡ୍‌ସ ଦିବସ। ଚାଲିବ ଶୋଭାଯାତ୍ରା, ଦିଆଯିବ ନିରାକରଣ ପାଇଁ ଆହ୍ୱାନ୍‌। ଓଡ଼ିଶା ବି ଏହି କାର୍ଯ୍ୟକ୍ରମରୁ ବାଦ୍ ପଡ଼ିନି। ଏବର୍ଷର ଥିମ୍ ରହିଛି କମ୍ୟୁନିଟି ମେକ୍ସ ଡିଫରେନ୍ସ (COMMUNITIES MAKE DIFFERENCE)। ତେବେ ପ୍ରତିବର୍ଷ ଏଡ୍‌ସ ବିରୋଧରେ ଯୁଦ୍ଧ ଡାକରା ଦିଆଯାଏ। ରୋଗକୁ ଘୃଣା କର ରୋଗିକୁ ନୁହଁ ଭଳ ମହତ୍ୱ କଥା ଶୁଣିବାକୁ ମିଳେ। କିନ୍ତୁ ଦୁଃଖର କଥା ଯେ ଏଡ୍‌ସ ସଂକ୍ରମିତ ବ୍ୟକ୍ତିଟିଏ ଆଜିବି ଜୀବନ […]

  • Friday, 23 July 2021
5
କାଲିଠୁ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ନିସ୍ତାର ନାହିଁ; ସିଧା ଘରକୁ ଯିବ ଚାଲାଣ

ଭୁବନେଶ୍ୱର: ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ କାଲିଠୁ ଆଉ ନିସ୍ତାର ନାହିଁ। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ିଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ ନିୟମ କଡ଼ା କଡ଼ି ଭାବେ ଲାଗୁ ହେବ। ଏଥିପାଇଁ ପରିବହନ ବିଭାଗ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛି।  ସବୁଠାରୁ ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ୱରରେ ପୁଲିସ୍ ଉଲ୍ଲଂଘନକାରୀଙ୍କ ସହିତ ଝଗଡ଼ା କରିବ ନାହିଁ। ନିୟମ ନ ମାନି ଖସିଗଲେ ଧରିନେବ ସିସିଟିଭି। ଆଉ ସେହି […]

  • Friday, 23 July 2021
s
ଶିଳ୍ପାୟନର ବାସ୍ତବତାକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୁଞ୍ଜିନବେଶ ଓ ନିଯୁକ୍ତି। ଏଥିପାଇଁ ଆଓଜି ଭୁବନେଶ୍ୱର ଖାରବେଳ ଭବନରୁ ଭିଡିଓ କନ୍‌ଫରନେସିଂ ମାଧ୍ୟମରେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପକୁ ଉଦ୍‌ଘଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସବୁ ପ୍ରକଳ୍ପରେ ୮ ହଜାର ୯୩୮ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ଥିବା ବେଳେ ୧୨ ହଜାର ନିଯୁକ୍ତି ସୁଯୋଗ ରହିଛି। କେମିକାଲ୍ ଫର୍ଟିଲାଇଜର୍, ପେଟ୍ରୋକେମିକାଲ୍, ଫୁଡ୍ ପ୍ରେସେସିଂ ଭଳି ୧୦ଟି କ୍ଷେତ୍ରରେ ପୁଞ୍ଜି ନିବେଶ ସରକାରଙ୍କର ଫୋକ୍‌ସ୍‌ରେ ସହିଛି।। […]

  • Friday, 23 July 2021
TBAL
ତବଲା ଯାଦୁକର ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶାର ପ୍ରଖ୍ୟାତ ତବଲା ବାଦକ ରାଧାକାନ୍ତ ନନ୍ଦ। ତାଙ୍କ ତବଲାର ତାଳରେ ଝୁମୁଥିଲେ ଦର୍ଶକ। ତବଲା ଉପରେ ତାଙ୍କର ଅଦ୍‌ଭୁତ ଅଙ୍ଗୁଳି ଚାଳନା ଯିଏ ଦେଖୁଥିଲା, ପ୍ରଶଂସାରେ ଶତମୁଖ ହେଉଥିଲା। ଓଡ଼ିଶାର ବଡ଼ ବଡ଼ କଣ୍ଠ ଶିଳ୍ପୀ ତାଙ୍କ ତବଲା ତାଳରେ ଛନ୍ଦୁଥିଲେ ନିଜ ସ୍ୱରର ରାଗିଣୀ। ତାଙ୍କ ତବଲା ତାଳ ବିନା ଯେମିତି ଭଜନ ଅଧୁରା ଲାଗୁଥିଲା। ଆଉ ଆଜି ଶତକୁ ଶତକୁ ସେ ସଙ୍ଗୀତ ଜଗତକୁ ଅଧୁରା କରି ସବୁଦିନ ପାଇଁ ଆରପାରିକୁ […]

  • Friday, 23 July 2021
fire
ପାଳଗଦା ପାଖରେ ଖେଳୁଥିବା ବେଳେ ନିଆଁରେ ଜଳିଗଲେ ୩ କୁନି ଝିଅ

କଳାହାଣ୍ଡି: ପାଳ ଗଦାରେ ଖେଳିବା ବେଳେ ଜଳିଗଲେ ତିନି କୁନି ଝିଅ। ଏପରି କିଛି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଳା ମହିମା ପଞ୍ଚାୟତର ବିଜମରା ଗାଁରେ। ଗାଁର ପାଳ ଗଦାରେ ଖେଳୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଗାଁର ହେମାରୀ ଦିଶାରୀଙ୍କ ଦୁଇ ଯାଆଁଳା ଭଉଣୀ ଓ ଅନ୍ୟ ଜଣେ ସଂପର୍କୀୟ ଭଉଣୀ ପୋଡ଼ି ହୋଇଯାଇଛନ୍ତି। ତିନି ଜଣଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋକସରା ଓ ପରେ […]

  • Friday, 23 July 2021
nv
ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣର କାଉଣ୍ଟଡାଉନ୍ ଆରମ୍ଭ

ଭୁବନେଶ୍ୱର: ଆସନ୍ତାବର୍ଷ ନଭେମ୍ବର ୩୦ ତାରିଖରୁ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ହେବ ଏହା ଡିସେମ୍ବର ୪ ଯାଏ ଚାଲିବ। ଏଥିପାଇଁ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ଆଜି ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପର ଉଦ୍‌ଘଟନ କରିଛନ୍ତି। ଏହି ୨୭ଟିପ୍ରକଳ୍ପ ପାଇଁ ମୋଟ ୮ ହଜାର ୯୩୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବାକୁ ଥିବାବେଳେ ମୋଟ୍ ୧୨ ହଜାର ୧୪୨ […]

  • Friday, 23 July 2021
tahya
'ନବୀନଙ୍କ ନାଁରେ କଳଙ୍କ ଲାଗିବା ଡରରେ ଅଧିବେଶନକୁ ଅଧାରୁ ବନ୍ଦ କରାଗଲା'

ଭୁବନେଶ୍ୱର: ସରକାରୀ ଖର୍ଚ୍ଚରେ ମହିଳାଙ୍କୁ ହାଇଦ୍ରାବାଦ୍ ନେଇଥିବା ଅଭିଯୋଗକୁ ନେଇ ବଢୁଛି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଡୁଆ। ଏନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଥିବା ବେଳେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରମାଣ ସତ୍ତ୍ୱେ ସରକାର ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୃହରେ ଏହି ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦିଆନଯାଇ ଅଧିବେଶନକୁ ଅଧାରୁ ବନ୍ଦ କରି ଦିଆଯାଇଥିବା […]

  • Friday, 23 July 2021
m
ଗୋଟିଏ ଜିଲ୍ଲାରେ ସାଢ଼େ ୫ ବର୍ଷରେ ପାଖାପାଖି ୫ ହଜାର ଶିଶୁଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସାଢ଼େ ୫ ବର୍ଷରେ ପ୍ରାୟ ୫ ହଜାର ଶିଶୁଙ୍କ ମୃତ୍ୟୁ ହୋଇଛି। ଏ ହେଉଛି ମାଲ୍‌କାନଗିରି ଜିଲ୍ଲାର ଦୟନୀୟ ସ୍ଥିତି। ଆରଟିଆଇରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ଯୋଜନା ପରେ ଯୋଜନା ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଶିଶୁମୃତ୍ୟୁ ହାରର ଏଭଳି ଉଦ୍‌ବେଗଜନକ ଚିତ୍ର ସରକାରୀ ବ୍ୟବସ୍ଥାର ପାରିବାପଣିଆକୁ ନେଇ ଠିଆ କରିଛି ବଡ଼ ପ୍ରଶ୍ନ। ୧୫ ଦିନ ତଳେ ନିଜ ଦୁଇ ମାସର ଝିଅକୁ ହରାଇଛନ୍ତି ମାଲ୍‌କାନ୍‌ଗିରି ପୋଟ୍ରେଲ […]

  • Friday, 23 July 2021
india
ଗରିବ ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳରେ ଲଜ୍‌ ମାଲିକଙ୍କୁ ଥଇଥାନ୍ କରିବେ ରାଜ୍ୟ ସରକାର

ପୁରୀ : ଦୂରଦୂରାନ୍ତରୁ ଆସୁଥିବା ଗରିବ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସାହା ଭରସା ଥିଲା ପୁରୀ ବଡ଼ ଦାଣ୍ଡର “ବଗଲା ଧର୍ମଶାଳା”। ହେଲେ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ସେହି ଯାଗାରେ ପ୍ରସାଦ ଯୋଜନାରେ ୨୧ କୋଟି ଟଙ୍କା ବ୍ୟୟରେ ନୂଆ ଧର୍ମଶାଳା ପାଇଁ କାମ ଆରମ୍ଭ ହୋଇଥିଲା। ହେଲେ ଏବେ କିନ୍ତୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳ ପରିବର୍ତ୍ତେ ‘ବଗଲା ଧର୍ମଶାଳା’ ଜମିକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ […]

  • Friday, 23 July 2021
bhdrak
ଭଦ୍ରକବାସୀଙ୍କୁ ଘଣ୍ଟାଏ ପାଇଁ ମେଡିକାଲ୍‌ କଲେଜ୍‌ର ମିଛ ସପନ ଦେଖାଇଲେ ସରକାର; ପରେ ମନା କଲେ

ଭୁବନେଶ୍ୱର: ଘଣ୍ଟାଏ ପାଇଁ ଭଦ୍ରକ ଜିଲ୍ଲାବାସୀଙ୍କୁ ମେଡିକାଲ୍‌ କଲେଜ୍‌ର ସ୍ୱପ୍ନ ଦେଖାଇଲେ ସରକାର। କହିଲେ ଭଦ୍ରକରେ ୬ ମହଲା ବିଶିଷ୍ଠ ବଡ଼ ମେଡିକାଲ୍‌ କଲେଜ୍‌ ହେବ। ୨୦୨୦ ସୁଦ୍ଧା କାମ ଆରମ୍ଭ ହେବ। ଏହି ଖବର ଶୁଣିବା ପରେ ଭଦ୍ରକବାସୀ ଖୁସିରେ କୁଣ୍ଢେମୋଟ୍। କିନ୍ତୁ ଆଉ ଘଣ୍ଟାକ ପରେ ହଠାତ୍‌ ସରକାର କହିଲେ ନା ଏମିତି କୌଣସି ନିଷ୍ପତ୍ତି ହେଇନି। ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ରିଲିଜ୍‌ ଜାରି କରାଯାଇଥିଲା। ଏଥିରେ […]

  • Friday, 23 July 2021
BUS
କମିଲା ‘ମୋ ବସ୍’ ଭଡ଼ା

ଭୁବନେଶ୍ୱର: କମିଲା ଏସି ‘ମୋ ବସ୍’ ଭଡ଼ା। କ୍ୟାପିଟାଲ୍ ରିଜନ ଅରବାନ ଟ୍ରାନ୍ସପୋର୍ଟ ତରଫରୁ ଆଗାମୀ ଦୁଇମାସ ପାଇଁ ଭଡ଼ା ହ୍ରାସ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଭଡ଼ାକୁ ୩୮ ପ୍ରତିଶତ କମାଯାଇଛି। ଏହାସହ ଯାତ୍ରୀଙ୍କ ମାସିକ ପାସ୍‌ର ଦର ମଧ୍ୟ କମାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୁଟ୍‌ର ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଏସି ବସ୍‌ରେ ପ୍ରଥମ ଦୁଇ କିଲୋମିଟର ପିଛା ଯାତ୍ରୀଙ୍କୁ ୮ଟଙ୍କା ଦେବାକୁ ପଡୁଥିଲା। ବର୍ତ୍ତମାନ ତାହା କମି ୫ଟଙ୍କାକୁ […]

  • Friday, 23 July 2021
market
ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସ ଭଙ୍ଗା ଘଟଣାକୁ ବ୍ୟବସାୟୀଙ୍କ ବିରୋଧ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସ ଭଙ୍ଗା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବିଏମ୍‌ସିର ଭଙ୍ଗା ଏହି ଅଭିଯାନକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ମାର୍କେଟ କଂପ୍ଲେକ୍ସଟି ପୁରୁଣା ହୋଇଯାଇଥିବାରୁ ମହାନଗର ନିଗମ ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏହାକୁ ଭାଙ୍ଗିବା ପାଇଁ ନୋଟିସ୍ ମଧ୍ୟ ଦିଆଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁସାରେ ମହାନଗର ନିଗମ ଓ ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ କର୍ମଚାରୀମାନେ ପୁଲିସ ଉପସ୍ଥିତିରେ ୪ଟି ଜେସିବି ଲଗାଇ ଏହି ମାର୍କେଟ୍‌ କଂପ୍ଲେକ୍ସ […]

  • Friday, 23 July 2021
job
ରାସ୍ତାରେ ଓଲଟି ପଡ଼ିଲା ଯାତ୍ରାପାର୍ଟି ଟ୍ରକ୍

ଆଠଗଡ଼ (ନୀଳକଣ୍ଠ ଦୋରା): ଯାତ୍ରା ସାରି ଫେରୁଥିବା ବେଳେ ଏକ ଯାତ୍ରାପାର୍ଟି ଟ୍ରକ୍‌ ଓଲଟି ପଡ଼ିଛି। ଫଳରେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପ୍ରଥମେ ସମସ୍ତଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେତେକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟୀ ପୋଖରୀ ନିକଟରେ ଆଜି ଏଭଳି ଦୁର୍ଘଟଣା ଘଟିଛି। […]

  • Friday, 23 July 2021